ରାଜପୁତ୍ରର ଗୃହକୁ ପ୍ରତ୍ୟାଗମନ ବୃତ୍ତାନ୍ତ — ରସିକ ହାରାବଳୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ରାଜପୁତ୍ରର ଗୃହକୁ ପ୍ରତ୍ୟାଗମନ ବୃତ୍ତାନ୍ତ
(ରାଗ-କଉଶିକ)
(କଉଶିକ ରାଗ-ଚାରିପାଦରେ ଏକପଦ । ୧ମ, ୨ୟ ଓ ୪ର୍ଥ ପାଦରେ ଅକ୍ଷର ସଖ୍ୟା୨୧ ଓ ୩ୟ ପାଦର ଅକ୍ଷର ସଂଖ୍ୟା ୧୪, ୧ମ, ୨ୟ, ୪ର୍ଥ ପାଦର ୬ଷ୍ଠ, ୧୨ଶ, ୧୮ଶ ଓ ଶେଷ ଅକ୍ଷର ଏବଂ ୩ୟ ପଦର ୬ଷ୍ଠ, ୮ମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।)
କୁମାର ବରହେ ଇଳାବୃତ୍ତଖଣ୍ଡେ ଭ୍ରମେ ଦନଜନ ସମାନେ ।ଭାଗ୍ୟରୁ ତାହାଙ୍କ ନୟନ ପତନ ଆସିଥିଲେ କ୍ଷଣେ ବିମାନେ ।ଦେଖି ସେମାନେ ଭାବନ୍ତି, ସୁନ୍ଦରେଭିମାନେ !ଚନ୍ଦ୍ର ଅଶ୍ୱିନୀକୁମାର ମାରକୁ ଏ ରଖିବ କି ଆଉ ଗୁମାନେ।୧।ଆମ୍ଭେ ମନୋହାରୀ ଅପସରୀ ବାରକାମୀ କାମିନୀତ ପ୍ରମାଣ ।ଏହାରେ ଈକ୍ଷଣ କ୍ଷଣ ପତନରେ ଆମ୍ଭକୁ ତେଜନ୍ତି ନ ପୁଣ ।ତାଙ୍କ ସ୍ୱଭାବ । ଭାବରସେ ବଶ ନୁହନ୍ତି ।ଭ୍ରମର ପୀରତି ରତିଦା କୁମୁଦ ବିଧୁ ଦେଖିଲେ ବିକଶନ୍ତି।୨।ରାଜେରାଜେନ୍ଦ୍ର ନନ୍ଦନ ପ୍ରାୟ ତେଜେ ଧନ ଦନ ଅପରୂପ ନ ଥିବ ।ମାନ୍ସ ମାନ ସରୋଭିତ ପୁଣି ତ ଏ ଗୁଣେ ଅଧିକ କରିବ ।ବଳୀ ଜଳିବ । କେ ହେବ ନୋହୁଛି ପ୍ରତୀତ ।ବିଧି ବିଧିରୁ ବାହାର ସୁନ୍ଦର ଏ ଥିବ ଥିବା ନୋହେ ଉଚିତ।୩।ପୁଚ୍ଛିଲେ କେଉଁ ଦେଶୁଁ କେଉଁ ନିମନ୍ତେ ପ୍ରବେଶ ଏ ଭୂବି ବୀର ।ବାନ୍ଧିଲା ପରାୟେ ମନେ ଘେନୁଅଛି ତୁମ୍ଭକୁ ସୁକୁମାର ମାର ।କହ କହତ । ଚିତ୍ତଦୁଃଖ ନିକର କର ।ଆମ୍ଭେ ଦେବତା ବଚନ ଜାଣ ସତ୍ୟ ସତ୍ୱର ଦେବା ବରବର।୪।ପରମ କଷ୍ଟ ଯେତେ ପାଇଲି ନିବାରି ଆସିବାରେ ପର ।କରକଦନ୍ତୀ ବିଚ୍ଛେଦ ସବୁଁ ବଡ଼ ହେଲା ଏ ଦୁଃଖୀ ନାଶ କର ।ଗୁଣି ସେ ପୁଣି । ସନନ୍ତ ଦୁଃଖୀ ହେଲି ସତ ।ମତ୍ତ ଗଜକତି ସଙ୍ଗତି ହୋଇବା ବିନୁତ ନାହିଁ ଆନ ମତ।୫।ଛନ୍ନ ତେଜି କ୍ଷଣେ ଶ୍ରବଣେ ପୂର୍ଣ୍ଣ ତା କରିବାରେ ମନୋରଥକୁ ।ରଥକୁ ସାଜି ବସାଇ ଛାଡ଼ିଗଲେ ବଦ୍ରିକାରେ ଶତ୍ରୁଜିତକୁ ।ତାକୁ ତୋଷଦ । ହେଲା ନାରାୟଣଲୋକନ ।କନକଗୋରୀକି ଦେଖିବି ଏ ବର ମାଗିଲା ହୋଇଣ ଉଚ୍ଛନ୍ନ।୬।ହରତିବସନ ଦର୍ଶନ ନାଶନ କଲା ତମସକୁ ସତ୍ୱର ।ବୈଷ୍ଣବ ସଙ୍ଗରେ ରଙ୍ଗରେ ନଗରେ ପ୍ରବେଶ ହୋଇଲା ତାହାର ।ହୋଇ ସୁଜ୍ଜନ । ରଞ୍ଜନ ଚପଳେ ଚଳିଲା ।କିବା ସେ ବନ୍ଦୀରମନ୍ଦିରାନୟନା ପୁରକୁ ଦେଖିଲା।୭।ସଖୀ ନେତ୍ରଜଳ ପୂରିତ କଜ୍ଜ୍ୱଳ ନାଶିଛି ତରଙ୍ଗ ଉଜ୍ଜ୍ୱଳ ।ଶରୀର ଦୂର୍ବଳ ଶୋଭାକୁ କବଳ କରିଛି ଚିନ୍ତା ମହାବଳ ।ଶୋକ ପ୍ରବଳ । ବଳହୀନ ସର୍ବ ଅବଳା ।ତାପେ କଷତୁଳା ସ୍ୱରୂପକୁ ତୁଳା ହୋଇଛି ରଜତ ପିତୁଳା
।୮।
ନଳଦ ଅସିଦ୍ଧ ଆଦ୍ୟରେ ହୋଇଛି ହୁଅନ୍ତି କଥା ପରସ୍ପରେ ।
କାନ୍ତ ନ ଆସିଲେ ଆସିଲେ ବାଳକ ଜୀବନ ରହିବି ବଧିରେ ।
ଉପଚାର ଯେ ।ଦେବବଲ୍ଲଭ ଦେବ ପରା ।
ଦେଖି ରସିକକୁ ଏହି ସମୟରେ ତେଜିଲେ ସଜନୀ ଅଧୀରେ
।୯।
କହିଲେ ପ୍ରାଣ ପାଇଁ ହେଳା କର ପ୍ରାଣହେଲା କର ଏଥର ।
ପ୍ରିୟବାଦିନୀ ନୋହିବୁ ହୋଇବୁଟି ପ୍ରିୟବାଦିନୀ ତତ୍ପର ।
ଆରେ ସଜନୀ । ଅଇଲେ ତୋର ପ୍ରାଣନାଥ ।
କାମରେ ବିରୋଧି ନୋହିବୁ କାମରେ ବିରୋଧି ଯଥାର୍ଥ
।୧୦।
ମିତ୍ର ମିତ୍ରଧ୍ୱଜ କି କଲା ଜୀବିତେ ଥାଉଁ ଶୁଭକର୍ମ ଆମ୍ଭର ।
ରସବଶେ ଈଶ ବଲ୍ଲଭୀ କରିବ ରାମସୁତ ନିଶି ବାସର ।
ବାଣ ନନ୍ଦିନୀ । ସମୟେ ନିଦ୍ରା ନ ଭାଜିବ ।
ତାହା ପତିପାତ ଗର୍ବ ଖର୍ବ ହେଲା ଏଣିକି ବିଚ୍ଛେଦ ନୋହିବ
।୧୧।
ଏ ସମୟେ ଯାଇଁ ପ୍ରବେଶ ଜୀବେଶ ସୁନ୍ଦରୀ କଲା ନିଉଛାଳି ।
ନୟନପୟରେ ପ୍ରିୟର ପୟର ଧନ୍ୟ ମାନ ବେଳେ ପଖାଳି ।
ଧବେ ଦେଲେ ଯେ । ହୃଦେ ଲଗାଇ ଆଲିଙ୍ଗନ ।
ଉତ୍କଣ୍ଠାରେ ଦଣ୍ଡେ ପରିଯନ୍ତେ ଦେଲା ଏଣୁ ତେଣୁ ଚୁମ୍ବନ
।୧୨।
ଦୂର ପଲକ ଅପଲକ ହୋଇଲେ ମିଳିଲେ ପୁରପଲଙ୍କରେ ।
ଭାବିଲେ କି ସୁଖଭୋଗବତୀପୁରେ ଅମରାବତି ଅଳକାରେ ।
ବିଧୁ ସବିତା ।ଉଦୟ ହେବା ନ ଜାଣିଲେ ।
ଆମ୍ଭ ଭାଗ୍ୟର ହେଲା ବ୍ରହ୍ମନିଶି କି ଦୁର୍ଦ୍ଦିନିକୁ ମଣିଲେ
।୧୩।
ଶରଦକାଳେରେ ଦ୍ୱିଯରଦଗିକି ଘେନି ଚନ୍ଦ୍ର କରେ ବିହିର ।
ହିମରେ ସୁଷମ ମହଶରୀ ମଧ୍ୟେ ମନସିଜ ରଙ୍ଗ ପଚାରି ।
ଚାରୁ ଶିଖିର । ନିଶରେ ନିଶାଙ୍ଗୀ ସଙ୍ଗରେ ।
ନିଶାରେ ଅନାଦର କରି ବଞ୍ଚିଲେ ନା ନା କୁତୁକ ପ୍ରସଙ୍ଗରେ
।୧୪।
ବସନ୍ତରେ ବସନ୍ତବସନ ପିନ୍ଧାଇ ବସନ୍ତସୂତ ବଚନାକୁ ।
ଚର୍ଚ୍ଚରୀ ଆଚରୀ ବିପିନେ ବିକାଶୀ ଫୁଲମାଳିକା ରଚନାକୁ ।
ତପ ଋତୁରେ ।ତପଧ୍ୱଂସରେ କରି ସ୍ନେହ ।
ତପ ତପନ ଦନ୍ତାପ ନାଶନକୁ କରନ୍ତି ଜଳେ ଅବଗାହ
।୧୫।
ପୁଣି ଘନମାଳେ ଘନଜଘୀକୁ ଘେନି କୋଳେ ଘେନାଘେନିଲେ ।
ବଡ଼ଭୀ ଉପରେ ଶୋଭିତ କରିଣ ଲୋକନ କରି ନୀରଧାର ।
ବେନି ଅଞ୍ଚଳେ । ଗଣ୍ଠିଦେଇ ଲବ ଅନ୍ତର ।
ନୋହିଲେ ନିର୍ଭର ହୋଇଣ ନାଗରୀ ପରୁଷ କୁଞ୍ଜର
।୧୬।
ରଦିକ ପୁରୁନ୍ଦର ଚିତ୍ତ ହୋହିବ ସୁନ୍ତର ପନ୍ଦର ଛାନ୍ଦ ଏ ।
ମକରଶ୍ରୁତି କନ୍ଦରକୁ ହୋଇବ ଦମଦ୍ତ ପ୍ରକାର ମନ୍ଦ୍ର ଏ ।
କବି ପଣ୍ଡିତ । ହୃଦୟମଣ୍ଡିତ ହେଇବ ।
ଖଣ୍ଡିତ କରିବ ସର୍ବ ଖଳଗର୍ବ ବହୁତ କାଳଯାଏ ଥିବ
।୧୭।
ହେ ରାମ ଶ୍ୟାମ କାମ ସମ ସୁଷମ କାମଯାମ ଭୀମ ବନ୍ଦନ ।
ଦାନବ ଦାନବାରି ଦାନ ବତ୍ସଳ-ଜାନକୀ ହୃଦୟ ଚନ୍ଦନ ।
ନୃପକେଶରୀ । ରାବଣ ବାରଣ କେଶରୀ ।
ପ୍ରଖର ଖର ଦୁଷଣକୁ ଭୀଷଣ ଘଟକର୍ଣ୍ଣ ଘଟ ନିବାରି
।୧୮।
କର କରୁଣାବିଜ୍ଞ ହଦ୍ତଗତ ଏ ପୁସ୍ତକ ମୋର ହୋଇବ ।
ଅଜ୍ଞ ସମୂହର କର୍ଣ୍ଣ କୁହରକୁ କେବେ ହେଁ ପ୍ରବେଶ ନୋହିବ ।
ଆଖୁ ଅନଳ ।ହୀରାରେ ନ ଲଭି ବିନାଶ ।
ଉତ୍ତମ ଜନରେ ନୋହିଣ ପ୍ରକାଶ ହେଇ ସର୍ବଦେଶ
।୧୯।
ଉପେନ୍ଦ୍ରଭଞ୍ଜ ବୀରବର ବିରଚିତ ଅତି ତୋଷ ଚିତ୍ତରେ ।
ରସିକ ହାରାବଳୀ ନାମ ରଚିତ ବୋଲିବାରୁ ଏହୁ ଗୀତରେ ।
ପାଦ ସଖ୍ୟାରେ । ତିନିଶହ ପଞ୍ଚଷଠି ଜାଣ ।
ରୂପକ ଯମକ ଆଶ୍ରୟ ବିରୋଧ ଶ୍ଳେଶ ଛଳେ ଗୀତ ନିପୁଣ
।୨୦।