ସ୍ତ୍ରୀ ଗୁଣକୁ ଭାବିଭାବି ରାଜପୁତ୍ରର ଖେଦ — ରସିକ ହାରାବଳୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିକି କାଞ୍ଚନ ଆଭା କାଚନଳେ ଫଗୁ ପୂରାଇ ପିଚିକା ଚାଳେ ।
।୧୨।
ବାଣୀ କହିବାରେ ଧନୀ ।
ଥାଇ କେତେ ଘେନାଘେନି ।
କାମକୁ ହୃଦରେ ସଜୀବ କରଇ କି ସେ ମୃତ୍ୟୁସଞ୍ଜୀବନୀ ।
।୧୩।
ରାମା ଶିରଭୂଷାହୀରା ।
ଗମନେ ନ ଦେଖେ ଧରା ।
ଯଉବନ ଗଜ ଅମାରି ଉରଜ ସିନ୍ଧୁଆ ଚାନ୍ଦୁଆ ପରା ।
।୧୪।
ଊର୍ଦ୍ଧ୍ୱେକର ଛନ୍ଦାବେଳେ ।
ହାରି ନାକନାରୀ ଭାଳେ ।
ଏହିକ୍ଷଣି ସୁଲକ୍ଷଣୀ କି ହେମ ପାରିଜାତମାଳା ଦେଲେ ।
।୧୫।
ଝୀନବସନରେ ଗଳି ।
ଦିଶିବାରୁ ରୋମାବଳୀ ।
ଘେନେ ମନେ ସ୍ତନେ ମଧୁ ସଞ୍ଚିବାକୁ ସରଘାପନ୍ତି କି ଚଳି ।
।୧୬।
ଦୂର କରିବାରେ ବାସ ।
ଦେଖି ତା ଜଘନଦେଶ ।
ଭାଳେ ଏଠାରେ ସେ ବାଳା ଘୋଡ଼ାଇଛି ହେମପାତ୍ରେ ପ୍ରେମରସ ।
।୧୭।
ଜାନୁ ଦର୍ଶନେ ଏ ଭ୍ରମ ।
ଦୋଳା କରିବାକୁ କାମ ।
କେଉଁ କୁନ୍ଦେ କୁନ୍ଦି ଦନ୍ତୀଦନ୍ତସ୍ତମ୍ଭ ରୋପି ଲେପିଛି କୁଙ୍କୁମ ।
।୧୮।
ନିଶି ଯିବାବେଳେ ପାହି ।
ପାର୍ଶ୍ୱ ଉଠିଯାଉଁ ସହୀ ।
ଚରମ କରିଛି ଭରମପରଭା ଶୋଭା କୁଚ ରମ୍ୟ ଚାହିଁ ।
।୧୯।
ତମ୍ଭୀ ପରାୟେ ତା ସ୍ଚିଚ ।
ଧାତା କରିଥିଲା ପାଞ୍ଚ ।
ବୀଣା କରିବାକୁ ଗୁଣା ଦଣ୍ଡସାର ନ ମିଳିଲା ସ୍ୱର୍ଗ ମଞ୍ଚ ।
।୨୦।
ଜବା ଅବା ପାଦତଳ ।
ଅଳତା ଚିତ୍ରେ ମଞ୍ଜୁଳ ।
କାହାକୁ କେ ଶୋଭା କରାଉଛି ବୋଲି ଲୋକନେ ହୋଏ ଏ ଗୋଳ ।
।୨୧।
ଶ୍ରୀଅଙ୍ଗ ଅମୂଲ୍ୟ ଗୋରା ।
ମନ ନୟନର କାରା ।
କିଛି ଉପମେୟ ହୁଅନ୍ତା ବଜୁଳି ଚିର ହୋଇଥିଲେ ପରା ।
।୨୨।
କର ପଦେ ଆଳୀ ଆଳି ।
ଘେନି ହରିତାଳି କାଳି ।
ବାଲ୍ମୀକ ସୁବର୍ଣ୍ଣ ପିତୁଳୀ ଭାଳି କି ମନାଚିତ୍ରକଲେ ଝଳି ।
।୨୩।
ହଂସକେ କରନ୍ତି ସ୍ୱନ ।
ହଂସକେ ଗତି ସମାନ ।
ଦ୍ୱିରଦ ମନ୍ଥର ବୋଲିବା ପଦକୁ ଅନ୍ତର କରି ନ ଘେନ ।
।୨୪।
ଏକେ ଶୋଭା ଯୁବତୀ ସେ ।
ପୁଣ ତ ଭାବବତୀ ସେ ।
କହେ ଉପଇନ୍ଦ୍ର ଭଞ୍ଜ ବୀରବର ପୁଲ ଲକ୍ଷଣବତୀ ସେ ।
।୨୫।
ଦଶମ ଛାନ୍ଦ
ରାଜପୁତ୍ରର ଖେଦ
(ରାଗ-ବରାଡ଼ି, ଆଷାଢ଼ ଶୁକ୍ଳବାଣୀ )
(ଏହି ଛାନ୍ଦଟି ୬ ପାଦବିଶିଷ୍ଟ । ପ୍ରଥମ ଚାରିପାଦ ଓ ୬ଷ୍ଠ ପାଦ ୧୧ ଅକ୍ଷରବିଶିଷ୍ଠ । ୫ମ ପାଦରେ ୬ଟି ଅକ୍ଷର ଥାଏ । ପ୍ରଥମ ଚାରିପାଦ ଓ ୬ଷ୍ଠ ପାଦର ୫ମ ଶେଷ ଅକ୍ଷର ଉପରେ ଓ ୫ମ ପାଦର ଶେଷ ଅକ୍ଷର ଉପରେ ଯତିପାତ ହୁଏ । ପଞ୍ଚମ ପାଦ ଦୁଇଥର ଆବୃତ୍ତି ହୁଏ ।)
ହା ହା ସେ ଶିରୀଷମୃଦଙ୍ଗିନୀ ।ହା ହା ସେ ଗିରୀଶଯୋଗ ଭୃଙ୍ଗିନୀ ।ହା ହା ସେ କାମଧନୁ ଭ୍ରୂଭଙ୍ଗିନୀ ।ହା ହା ସେ ପ୍ରେମରସ ତରଙ୍ଗିଣୀ ।ହା ହା ସେ ରଙ୍ଗିନୀ ।କି ଭାଗ୍ୟୁଁ ମୋହର ପ୍ରାଣ ସଙ୍ଗିନୀ ।।୧।ବୟସ ନବ ସପତ ବରଷ ।ସମେ ଅଛି ଯହିଁ ଲାବଣ୍ୟ ରସ ।ହରଷରେ ମିଶିଅଛି ସରସ ।ଶ୍ରୀଅଙ୍ଗ ବାସକୁ ଦାସ ସାରସ ।ବିନାଶେ ବିରସ ।ଶୀତଳ ଚନ୍ଦନୁ ତନୁ ସ୍ପରଶ ।।୨।ସୁନ୍ଦରୀ ଯେଡ଼େ ସେ ତେଡ଼େ ଚତୁରୀ ।ଚତୁରୀ ଯେଡ଼େ ତେଡ଼େ ତା ଚାତୁରୀ ।ଚାତୁରୀ ନୋହେ ସେ କାମ କତୁରୀ ।ବ୍ରହ୍ମଚାରୀ ଧୈର୍ଯ୍ୟ ପାରେ କତୁରୀ ।ଯିବ କେ ଉତୁରି ।ମନମଥ ଶରେ ନୋହି ଆତୁରୀ ।।୩।ନିବାଡ଼ି ଥାଇ ଦମ୍ଭ ଅରକ୍ଷଣେ ।ତା ନିବିଡ଼ନୀବୀ ଚାହିଁଲାକ୍ଷଣେ ।ମାର ଖୋଜେ ଶାଣବାଣ ତୀକ୍ଷ୍ଣେ ।ଜଡ଼ି ଏ ତାଉ ଭାଳଇ ଈକ୍ଷଣେ ।ମନ ଅନୁକ୍ଷଣେ ।ଉଦ୍ବେଗ ହେଉଥାଇ ମୋକ୍ଷଣେ ।।୪।ଏଣୁ ପ୍ରଶଂସା ମୋ ପିତାବାସରେ ।କଥନେ ତାହାର ଗୁଣ ନ ସରେ ।ସୁନ୍ଦର ପ୍ରତିଅଙ୍ଗ ଆଶ୍ଳେଷରେ ।ସେ ମହାସୁଖୀ ରଜନୀବାସରେ ।ଫେଡ଼ିଲେ ରସରେ ।ବୋଲୁଥାଇ ଥାଉ ସ୍ନେହବଶରେ ।।୫।ସେହି ଭାବ ଗୋଟି ମନୁ ନ ଯାଇ ।ପଲ୍ୟଙ୍କ ଉପରେ ଶେଯ ଶେଯାଇ ।ବିଞ୍ଚିଥାଇ ତହିଁ କର୍ପୂର ଜାଇ ।ମୁଁ ପ୍ରବେଶେ ଚିତ୍ତ ଲାଜେ ମଜ୍ଜାଇ ।ଭାବ ଉପୁଜାଇ ।ପାରିବି ନାହିଁ ବୋଲି ଘୁଞ୍ଚିଯାଇ ।।୬।ଦିନେ ଯେ ଇଚ୍ଛା କରି ପ୍ରମଞ୍ଜନ ।ଗଳାମାଳା କରି ବାସ ଖଞ୍ଜନ ।ବିଞ୍ଚି ହୋଇ ଯାଇ ସ୍ୱେଦ ଗଞ୍ଜନ ।ବୁଜୁଁ ପଛୁଁ ଯାଇ ନେତ୍ର ଖଞ୍ଜନ ।ପକାଇ ବ୍ୟଜନ ।କର ଧରିବାର କେଡ଼େ ରଞ୍ଜନ ।।୭।ଦିନେ ଯେ ଚୁଆରେ କରି ଚର୍ଚ୍ଚିତ ।ମାଧବୀ ମାଳା ଦେଇ ମୋହି ଚିତ୍ତ ।ବୋଇଲି ତୁ ମୋ ମାଧବୀ କୁଞ୍ଚିତ ।କେଶୀ ଶୁଣିକରି ହସି କିଞ୍ଚିତ ।ଏ ବାଣୀ ରଚିତ ।ପ୍ରଭୁ ସେବକୀର ଏ କି ଉଚିତ ।।୮।ଦିନେ ଯେ ଘନକୁ ଚାହିଁ ଆଶାରେ ।ରସିଲି ରସିକା ସଙ୍ଗେ ପାଶରେ ।ଉରଜକୁ ସମ ହେବ ହିଂସାରେ ।କେଡ଼େ କରି ମାରେ ସାରକୁ ସାରେ ।କାହିଁକି ସଂସାରେ ।ଚତୁରୀ ତା ସମକୁ ପ୍ରଶଂସାରେ ।।୯।ଜାଣିଲି ମନ ବୋଲିବା ଭାଷାରେ ।ବନ୍ଧୁ ଉଠିଯାଉଁ ଆଡ଼ରୁଷାରେ ।କହିଲି ପୂର୍ଣ୍ଣ ନ କଲୁ ଆଶାରେ ।ବୋଇଲା ହେବ ହୋଇଲେ ନିଶାରେ ।ହା ହା ଦୁର୍ଦ୍ଦଶାରେ ।ଦୁଃଖୀ ହୋଇଲୁ କେଉଁ ଦୁର୍ଦ୍ଦଶାରେ ।।୧୦।ଯୁବାଜନଙ୍କର ଜ୍ଞାନବୁଡ଼ାକୁ ।ଦିନେ ସଜାଡ଼ୁଁ ଲୋଟଣୀଜୁଡ଼ାକୁ ।ବେଣୀ ବିରଚ ବନ୍ଧୁ ବୋଲି ଡାକୁଁ ।ଶୁଣି ବୋଇଲା ସେ କେଉଁ ଲୋଡ଼ାକୁ ।ମୋ ଦମ୍ଭ ଛଡ଼ାକୁ ।ବୋଇଲି ମୋହ ଉପରି କ୍ରୀଡ଼ାକୁ ।।୧୧।ଶରଦଲୀଳା ମନେ ଅବଚ୍ଛିନ୍ନ ।ଅଛି ଚନ୍ଦ୍ର ଦିନେ ମେଘେ ଆଚ୍ଛନ୍ନ ।ବାସ ହରୁଁ ଉଦେ ମୃଗଲାଞ୍ଚନ ।ଦିଶୁଁ ସ୍ମରପୁର ହୋଇଲି ଚ୍ଛନ୍ନ ।ହୋଇ ସେ ଉଚ୍ଛନ୍ନ ।ନେତ୍ର ବୁଜି କଲା ସୁଖ ଭର୍ତ୍ସନ ।।୧୨।ସେକାଳେ ମୁହିଁ କହିଲି ଏମନ୍ତ ।ବିଧୁ ଉପକାର କଲା କେମନ୍ତ ।ଦିବସ ରତେ ଏଥିକି ମୋ ମତ ।ନ କରୁ ହେଜି କେବେ ସନମତ ।ମୋ ଭାଗ୍ୟ ଯେମନ୍ତ ।ଥିଲା ପୁଣି ହେଲା ଭାବ ତେମନ୍ତ ।।୧୩।ଦିନେ ବିହାରକରୁଁ କେଳିସର ।ଭୃଙ୍ଗ ଚୁମ୍ବନ ଦେଲା ସାରସର ।ମାତୁଁ ଯାଇଁ ଆନ ଫୁଲ ରସର ।ସିହାଣୀ ପାଇ ଏତେ ଅବସର ।କହିଲା ହାସର ।ଏହି ସେନେହ ସିନା ପୁରୁଷର ।।୧୪।ଏହ ଚିନ୍ତି ହୃଦ ହୁଏ କରଚି ।ସୁନ୍ଦରୀରତନ ସାରି ସୁରତି ।ଚନ୍ଦନ ବୋଲି ଚିତ୍ତକୁ ଧୂରତି ।କରି ବିଞ୍ଚିବାର କେତେ ପୀରତି ।ସୁନ୍ଦର ମୂରତି ।ଛଇଳୀ ଗୁଣେ ଧିକ ହେବ ରତି ।।୧୫।ଦିନେ ଋଷିଥଲା ଜୀବଜୀବେଶ ।ଚିନ୍ତି ମୁଁ ହୋଇଲି ସଜନୀ ବେଶ ।ଜାଣିଲି ପାଶରେ ହେଉଁ ପ୍ରବେଶ ।ମୁଁ ବୋଇଲି କାନ୍ତେ ହୁଅ ଆବେଶ ।ବୋଇଲା ଜୀବେଶ ।ତୁମ୍ଭେ ତାଙ୍କ ଠାରେ ଚିତ୍ତ ନିବେଶ ।।୧୬।ଦିନେ ପ୍ରିୟା ଆସୁଁ ଦୃଷ୍ଟି ପତନୁ ।ଶେଯେ ମୁଁ ଶୟନ କରି ଯତନୁ ।ଲଗାଇ ମୋର ତନୁରେ ତା ତନୁ ।ଆସି ମୁଖେ ଦେଲା ଚୁମ୍ବ ସୁତନୁ ।ଦହୁଛି ଅତନୁ ।ତାହା ସୁମରି ହେଉଅଛି ତନୁ ।।୧୭।ବାସ ପାଲଟ ଦଇବ କୃତରେ ।ଦିନେ ପାଶୁଁ ଯାଇଁ ଜାଣୁ ପ୍ରାତରେ ।ଲେଉଟି ଆସିଣ ଲଜ୍ଜା କାତରେ ।କ୍ରୋଡ଼ରେ ପଶି କେଡ଼େ ତରତରେ ।ଭାବୁଛି ଚିତ୍ତରେ ।ପାଲଟାଇ ନେଲା ବୋଧି ରତିରେ ।।୧୮।ଦିନେ ଶାଢ଼ୀ ପିନ୍ଧୁ କହୁଁ ସହୀକି ।ମନା ନ କରିବୁ ମନ ଯହିଁକି ।ସରାଗେ ବକ୍ରେ ଚାହିଁଲା ତହିକିଁ ।ବୋଇଲି ନୀବୀ ବାନ୍ଧିବି ମୁହିଁକି ।ନୋହିବ କାହିଁକି ।ବୋଲି ଯେ କଲା ଲପନ ମହୀକି ।।୧୯।ଦିନେ ନିର୍ମଳ ଉଦେ କଳାକର ।ଚତ୍ୱରେ ଶୋଇଥିଲା ପଲଙ୍କର ।ନ ଥିଲା ଚେଳ କୁଚକନ୍ଦୁକର ।ସ୍ୱତରେ ଯାଇ ମୁଁ ପକାଉ କର ।ବୋଲିଛି ନିକର ।ଏହି କଥା ନିକି ଜୀବିକା କର ।।୨୦।ଜୀବ ଜୀବନ ମୋ ନାଗରୀବର ।ମୃଗ କଲା ତାକୁ କାମଶର ।ତା ଗୁଣ ଗୁଣି ଜିଇଁଛି ଜୀବର ।ବାନ୍ଧିକି ଯାଇଁ ପୁଣି ତା କବର ।କେ ନେବ ଏ ବର ।କହଇ ଉପଇନ୍ଦ୍ର ବୀରବର ।।୨୧।ଏକାଦଶ ଛାନ୍ଦ
ହିମଋତୁ ଭାବନା
(ରାଗ-ବଙ୍ଗଳା ଶ୍ରୀ (ଶୃଙ୍ଖଳା)
( ଏହି ରାଗ ’ ଗୀତା ’ ଛନ୍ଦରୁ କିମ୍ବା ’ଗୀତଗୋବିନ୍ଦ’ ର ଗୁଜ୍ଜରୀ ରାଗ ଉପରେ ଆଧାରିତ । ଅନାକ କହନ୍ତି, ’ଗୀତିକା’ ଛନ୍ଦରୁ ଏହି ବୃତ୍ତର ସୃଷ୍ଟି ହୋଇଛି । ଦୁଇ ପାଦ ବା ଚାରି ପାଦରେ ଏକ ପାଦ ହୁଏ । ପ୍ରତ୍ୟେକ ପାଦ ୬ଷ୍ଠ, ୧୨ଶ, ୧୮ଶ ଓ ଶେଷ ଅକ୍ଷର ଉପରେ ଯତିପାତ ପଡ଼ିଥାଏ । ଅନେକ କ୍ଷେତ୍ରରେ ୬ଷ୍ଠ, ୧୨ଶ, ୧୮ଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ । ’ବୈଦେହୀଶ ବିଳାସ ’ ର ୨୦ଶ ଛାନ୍ଦ, ’ଛାନ୍ଦ ଭୂଷଣ’ ର ୩୨ଶ ଛାନ୍ଦ, ’ରସକଲ୍ଳୋଳ’ ର ୧୦ମ ଛାନ୍ଦରେ ଏହି ରାଗର ପ୍ରୟୋଗ ଆମେ ଦେଖୁ ।)
ହିମନ୍ତେ ହେମବରନା ଭାବ ଯେତେ ଶେଷନୋହିବ ସୁମରି ।ମରିବାର ଭଲ ନବୀନ ବିନା ଯା ବିଦେଶରେ ଦିନୁ ହରି ।।୧।ହରି କି କଲେ ଜୀବନ ଥାଉଁ ଥାଉଁ ବିଚ୍ଛେଦ ଜୀବନଧନ ।ଧନଦଭୂତିକି ପାଦେ ପେଲିଦେଇ ମୋ ଇଚ୍ଛାରେ ହେଲି ହୀନ ।।୨।ଦିନ ଦିନକର ଭାବ ତା ଯେତକ ଅଗରୁଧୂମରେ କରି ।କରୀକୁମ୍ଭସ୍ତନା ନୟନଯୁଗଳୁ ଗଳୁଁଗଳୁଁ ଦିନେ ବାରି।୩।ବାରି ନପାରି ମୁଁ କିମ୍ପା ମାନ ପୁଛୁଁ ବୋଇଲା ଧରି ମୋ କର ।କରନ୍ତି ଊଶତୁ ରୋଷ କାମିନୀ କି ଜୀଇଁଥାଉଁ ପଞ୍ଚଶର ।।୪।ଶରଣବତ୍ସଳା ଭାବମୂର୍ଚ୍ଛି ନୋହେ ଦିନେ ହୋଇରସ ବଶ ।ବସନ ହରିବା ଉତ୍ତାରୁ ମୋ ଭାଗ୍ୟବଳେ ହସନ୍ତି ପ୍ରକାଶ ।।୫।କାଶହାସୀମୁଖ ଲଗାନ୍ତେ ମୋ ଉରେ ଲଜ୍ଜାରେ ହୋଇ କାତର ।ତରତର ଭୁଜେ ଭିଡ଼ିବାକି ଭଙ୍ଗୀ ଭଜି ଅଛି ଶୀତିକାର ।।୬।କାରଣ ମୋହର ପ୍ରବଳ ଜାଡ଼କୁ ତା ପୟୋଧରଭୂଧର ।ଧରଷଇ ଶୀତ ଈଷିତେ ପୁଣିତ ପଣନ୍ତ ଘୋଡ଼ାଇ ତାର ।।୭।ତାରକାଶୋଭୀର କଲାବେଳେ ମୁହିଁ ଅଧରୁ ଅମୃତପାନ ।ପାନ ଅବଶେଷ ବଦନୁ ନିଅଇ ଦିଅଇ ତହିଁ ଚୁମ୍ବନ ।।୮।ବନଜାଆନନୀ ଭଲା ରସବତୀ ମୋର ସେ ସବୁ ଭରସା ।ରସାଇଥିଲି ଯେ ଦିନେ କାମରସେ ଯୋଗେପାହିଗଲା ନିଶା ।।୯।ନିଶାର ଆଚ୍ଛାଦି ସୁରତି ଦେବାର ଭଙ୍ଗୀକି କେବା ସମାନ ମାନସମାନସରୋବରେ ସେ ହଂସ ହୋଇ କ୍ରୀଡ଼େ ଅବଚ୍ଛିନ୍ନ ।।୧୦।ଛନ୍ନ କରିବା ମୋ ଚିତ୍ତ ଭାବି ଦିନେ ନୂପୁର ତେଜି ଆଦର ।ଦରହାସୀ ଗୋପ୍ୟପୁରେ ଲୁଚିଥିଲା ମୁଁ ଖୋଜିକହିଲା କୀର ।।୧୧।କିରଣ ଚନ୍ଦ୍ରରୁ ଖସିଲା ପରାୟେ ହସିଲାଜବାଅଧରୀ ।ଧରି କର ମୁଁ ଯେ ଆଣିଲା ବେଳକୁ ତାହା ପାସୋରି ନପାରି ।।୧୨।ପାରୀନ୍ଦ୍ରମଧ୍ୟା ଶୋଭା କିଛି ଦେଖାଇ ଥାଇ ଆଲୋକ ତାମସ ।ମଶହରିର ଉଦରେ ମୋର ହିତ ବିରଚୁଁ କେଳିରହସ ।।୧୩।ହସ ହସ ହୋଇ ବୋଲି ଏ ପୁଣି କିସ ହେଲାଣି ଦିବସ ।ବସନ୍ତବସନାର ସେହି ଭାଷାଟି କରିଛି ମୋ ହୃଦେ ବାସ ।।୧୪।ବାସବ ପୁଣି ନେତ୍ରେ ଋଣ ଦଅନ୍ତା ଦିନେ ହେଲା ଏ ସମ୍ମତ ।ମତ୍ତପିକଭାଷୀ ସ୍ମରପୁର ବନ୍ଧୁ ଆରମ୍ଭେ କରି ଲୋକିତ ।।୧୫।କିତବ କି ବେନି ପାଶେ ନଖ ଚାଳୁଁ ଚମକିଲା କରି ତନୁ ।ତନୁ ଉଦରୀ ମୋହ କଟୀ ସହୀରେ କି ରଙ୍ଗେ ଜାକିଲୁ ଜାନୁ ।।୧୬।ଯା ନୂତନ ବୟସୀର ଏହି ସ୍ନେହ ଚିତୋଇ ଜୀବିତ କ୍ଷଣ ।କ୍ଷଣକାରେ ଦିନେ ସ୍ୱପ୍ନେ ଭିନ୍ନ ହୋଇ ଦୁହେଁ କରିଛୁ ପ୍ରମାଣ ।।୧୭।ମାଣବିକ ମୃଗନୟନୀ ନୋହିବ ମାନୀ ମୁଁ ନୋହିବ ଦୂର ।ଦୂରନ୍ତ ଦଇବ ଯୋଗେ ମୁଁ ହୁଡ଼ିଲି କଥା ରହିଲା ତାହାର।୧୮।ହାର କୁଟିଲା ଦିନେ ସ୍ତନେ ମୁଁ କର ପକାଉଁ ହାସ୍ୟ ଉଚିତ ।ଚିତ୍ତମୋହିନୀ ଗୁନ୍ଥି ଦିଅ ବୋଲନ୍ତେ ମାଗିଲି ପୁରୁଷାୟିତ ।।୧୯।ଇତରଭାଗ୍ୟରୁ ବଚନେ ଆଣିଲା ଅସମ୍ମତି ସମ୍ମତ ।ମତ୍ତଗଜଗତି ନୋହିବ କାହିଁକି ବୋଲିବା କେଡ଼େ ଇଙ୍ଗିତ ।।୨୦।ଗୀତ ଗାଉଥିଲା ଦିନେ ହଂସକର ପଛେ କରି ସେ ତା ଗୁଣୀ ।ଗୁଣୀହେଲି ଶୁଣି ଘଡ଼ିଏଯାଏ ମୁଁ ବାଜିଇ କେ ବୀଣାଜାଣି ।।୨୧।ବାଣୀ ପ୍ରିୟାର ପୁଣି ବୋଲି ହେଜିଲି ମିଳୁ ଯାଇଁ ଚରମର ।ମତଇଁ କିନା କି କରି ଜାଣେ ବେଗେ ପଳାଇ ପଶିଲା ପୁର ।।୨୨।ପୁରତେ ପ୍ରସୂନକାଳେ ଯାଉଁ ଦିନେ ଚାହିଁ ପାଦ ଅଳତାକୁ ।ତାକୁ ଚତୁରୀ ନାହିଁ ମୋତେ ଅନାଇଁ କିଳୁଁ କବାଟ ପୁଡ଼ାକୁ ।।୨୩।ଡାକୁଁ ନିରାଶ କାହିଁ ପାଇଁ ବୋଲିମୁଁ ଦୟାରେ ହୋଇ ଅଧୀରା ।ଧୀରା ବୋଲିଛି ବେଶହୀନ ହେଇଛି ଜାଣି ନ ଜାଣନ୍ତି ପରା ।।୨୪।ପରଣାବନ୍ଧୁ ଦର୍ପଣ ଥୋଇ ଆଗେ ଦିନେ ଘେନୁ ଚିତ୍ରସାର ।ସାରମଣୀ ଜାଣିଲା ପ୍ରତିବିମ୍ବେ ପଛରୁ ମୋହ ଯିବାର ।।୨୫।ବାରଣ ନ ଦେଇ ଧଇଲା ମୋ କର ବଢ଼ାଉଁ ଚାରୁ ନୀବୀକି ।ବିକି ହେଲି ଚୋର ଧରିଲି ବୋଲିବା ବେଳୁ ଘନଜଘନୀକି ।।୨୬।ନିକି ମୁର୍ଚ୍ଛି ହେବ ନିଶାନ୍ତେ କରଜଘାତକୁ ଚାହିଁ ସଜନୀ ।ଜନିତ ଭୟେ ବୋଇଲି କାମେ କରାଯିବ ଏହି ଦୋଷ ଘେନି। ୨୭।ଘେନି କହିଲା ଯେ ଶତ୍ରୁକୁ ନ ହେଉ ମନ ଜାଣି କି ବେଗର ।ଗରଳଗଳ ସେବାଫଳୁ ମୁଁ ଦାସ ହୋଇଛି ସେ ଭାବିନୀର ।।୨୮।ନିରନ୍ତର ନୋହେ ଅନ୍ତର ମନରୁ ରତାନ୍ତେ ରାତ୍ରି ଶେଷରୁ ।ସରୁଦଶନୀ ଉଠି ଯାଉଁମୁଁ ଧରୁ ଅଞ୍ଚଳ ଛଡ଼ାଇ କରୁ ।।୨୯।କରୁଣା କଟାକ୍ଷେ ଭାଷିଲା କାହିଁକି ବୋଧ ନୋହେ ତୁମ୍ଭ ମନ ।ମନମଥରସ ଅଶେଷ ପ୍ରକାରେ ଚିତ୍ତ ଜାଣି କରେ ଦାନ ।।୩୦।ଦାନବ ମାନବ ଦେବନାରୀ ନବ ନାଗରୀକି କାହିଁ ସରି ।ଶରୀର କିଞ୍ଚିତ ପୁଲକିତ ହେଲେ ତନୁ ଅନ୍ତର ବିଚାରି ।।୩୧।ଚାରିମୁଖ ଏହା କଲା ଗିରିବନାନ୍ତରେ ରହିଲା ସେ ସହୀ ।ସହିଲି କଷ୍ଟ ଅଧିକ ହେବ କିନା ଜିଇଁଥିବାର ବିରହୀ ।।୩୨।ରହିଥାଇଁ ଜୀବ କି ସୁଖଭୁଞ୍ଜିବ ଯାଉ ସେ ବାଳାର ନାମେ ।କାମେ ଦଗ୍ଧ ହୋଇ ବିହରିଲି ନାହିଁ କାମିନୀ ସଙ୍ଗେ ଆରାମେ ।।୩୩।ରାମେ ଜଣାଅଛି ପ୍ରିୟାର ବିଚ୍ଛେଦ ବେଦନା ତାଙ୍କୁ ଗୋଚର ।ଚରଣ ସେବା ତାର କେବେ କରିବି ଏହି ମୋ ମୂଳ ବିଚାର ।।୩୪।ଚାର ବେଗବନ୍ତେ ଏମନ୍ତ ମିଳନ୍ତା ନ ସରୁ ଏହି ବାସର ।ସରସ ସନ୍ଦେଶ ଆଣନ୍ତା ବାନ୍ଧବୀ ପିନ୍ଧିବା ଚୀର ।।୩୫।ଚିରଦୁଃଖ ନାଶି ମାର ନାରାଚକୁ ହୁଅନ୍ତା କବଚ ପରି ।ପରିଜନ ପାଇଁ ଅସହନ ଦୁଃଖ ସହିଛି ଯାହା ସୁନ୍ଦରୀ ।।୩୬।ଦରିଦ୍ର ଧ୍ୱଂସୀକି ପୂର୍ବପ୍ରାୟେ କରି କରିଣ ସୁରତି ସଜ ।ସଜନୀ ମଧ୍ୟେ ଯେ ଚତୁରୀତରିବେକ ରଜ ତୀକ୍ଷଣ ଉରଜ ।।୩୭।ଊଜ୍ଜ୍ୱଳ କଜ୍ଜଳକାଶୀ କି ଭାଷିଣ ପରିହାସୀ ବେଢ଼ି ପାଶେ ।ପେଶେ ପ୍ରବେଶ ମୋ କରିବେ ଆଣି କି ଗୁଣି ହେଉଛି ଅନିଶେ।୩୮।ନିଶେ କର ଦେବା ଗୁମାନ ଛାଡ଼ିବା ସେହିଦିନ ହରପର ।ପରମ ସୁଖେ ମଜ୍ଜି ମୁଁ ନ ଜାଣିବି ଉଦେ ଚନ୍ଦ୍ରମା ରବିର ।।୩୯।ବିରହେ କଷ୍ଟ ପାଉଚି ଯେତେ ଏକା ହରି ଏକ ଚୁମ୍ବନରେ ।ନରେନ୍ଦ୍ର ପଦବୀ ପ୍ରଦାନ କରିବ ବାନ୍ଧବୀ ମୁହୁର୍ତ୍ତକରେ ।।୪୦।କରେ ଏହି ରୁପେ ଭାବନା ପୁରୁଷ ବାଳା ଦିଶେ ସର୍ବଦିଶ ।ଦିଶଇ ନାହିଁ ଉପାୟ ଶମ୍ବରାରି ଭୟେ ଚିନ୍ତା କରେ ଈଶ ।।୪୧।ଈଶ ଅଯୋଧ୍ୟାର ଯୋଦ୍ଧାଙ୍କ ଭୂଷଣ ଦୂଷଣ ତୃଣକୁ ଶିଶୀ ।ଶିଖୀ କୁଳୋଦ୍ଭବ ଭଞ୍ଜ କହେ ତାଙ୍କ ଚରଣରେ ଚିତ୍ତ ରଖି ।।୪୨।ଦ୍ୱାଦଶ ଛାନ୍ଦ