ବସନ୍ତ ଋତୁ ଭାବନା — ରସିକ ହାରାବଳୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବସନ୍ତ ଋତୁ ଭାବନା
(ରାଗ-ଚୋଖି)
(ଏହା ଚାରି ପାଦବିଶିଷ୍ଟ । ମୁନିବର ବାଣୀ ବା ଭୀଷ୍ମ ବାଣୀରୁ ଏହାର ଉତ୍ପତ୍ତି ଘଟିଥିବା ଅନୁମାନ କରାଯାଏ ।୧ମ ଓ୨ୟ ପାଦର ଅକ୍ଷର ସଂଖ୍ୟା ୨୯, ୩ୟ ପାଦର ଅକ୍ଷର ସଂଖ୍ୟା ୯ ଓ ଶେଷ ପାଦର ଅକ୍ଷର ସଂଖ୍ୟା ୧୩ । ୧ମ ଓ ୨ୟ ପାଦର ୬ଷ୍ଠ, ୮ମ, ୧୪ଶ, ୧୬ଶ, ୨୨ଶ, ୨୪ଶ, ୨୭ଶ ଓ ଶେଷ ଅକ୍ଷର ଉପରେ, ୩ୟ ପାଦର ୪ର୍ଥ, ୬ଷ୍ଠ ଓ ଶେଷ ଅକ୍ଷର ଓ ୪ର୍ଥ ପାଦର ୪ର୍ଥ, ୬ଷ୍ଠ, ୮ମ, ୧୧ଶ ଓ ଶେଷ ଅକ୍ଷର ଉପରେ ଯିପାତ ହୁଏ ।)
ବସନ୍ତେ ମଭ୍ରମୁ କାନନବିରସ ଦିଶେ ଆନନଭାଳିଲି ମୁଁ ମାନ ଧନ ମଲା କି ମୋତେଯାଇ ପଦକୁ ତାହାର ଶିରଚ୍ଛାଇ କଲି ମୋରଜାଣି ସେ ପ୍ରକାଶ ହୋଇ କାତର ଭିଡ଼ି ତୁରିତେବୋଇଲା ମଲା କି ମଦନଏହା ଜାଣି ପ୍ରକାଶ କରୁଛ ଏମାନ ।।୧।ଆହୋ ରସବତୀ ପର ଅନ୍ତର ଦିନରେଉର ଉପରେ ଙ୍କଜଫୁଲ ଦରି ଯେ ଥାଇମୋ ପ୍ରିୟା ଯେତେବେଳେ ଆସି ଦରଶନଦେଲେ ମଲ୍ଲୀ କୁସୁମ ମୁଁ କରେ ଧରି ଦେଖାଇଜାରି ଭାଷେ କାହା ଆୟତ୍ତନାରୀ ପୁରୁଷକୁ ଦଣ୍ଡ ଦଇବ କୃତ ।।୨।ଚାହିଁ ଚାନ୍ଦିନୀ ରଜନୀ ଦିନେଟି ଚାନ୍ଦବଦନୀଚାନ୍ଦନୀ ଉପରେ ନେଇ ଶେଯାଇ ଶେଯଭଲା ଚାତୁରୀ ଚାତୁରୀ କୁଚେ ଚେଳ ଢାଙ୍କିକରିଅଞ୍ଚଳେ ଯେ ବାନ୍ଧିଥାଇ କର୍ପୁରରଜକି ରୀତି ଏ କୋମଳାଙ୍ଗୀରବୋଇଲେ ଲଗାଇ ଉରେ ଉରଜ ତାର ।।୩।ଧନ୍ୟ ସେ ପ୍ରେମମଞ୍ଜରୀ ଶୁକ ସରିକା ପଞ୍ଜରୀଥିବା ପୁରେ ଏକାନ୍ତ ଯେ ନୋହେ ମୋ ତୁଲେସଖୀଙ୍କି ଦେବା ସ୍ନେହରେ ରଖିଥାଇ ହାର ଉରେଅଙ୍ଗହାର କରେ କେଳିପୁରେ ମିଳିଲେପକାଇ ମୋହର ଶପଥକି ହୃଦେ ବରବର୍ଣ୍ଣିନୀ ଘେନଇ ନିତ୍ୟ ।।୪।ପିକ ଡାକିବା ସମୟେ ବଲ୍ଲଭୀ ବୀଣା ବଜାଏବଡ଼ାଇ ଦେଖାଇ ଗାଏ ଗୀତ ମାଧୁରେଶୁଣି ମୁଁ ଜାଣି ହୃଦୟ ଯାଇ କହଇ ବିନୟକବି ମୂର୍ଖପଣ ଦୋଷ ଲଗାଉ ମୋରୋଦାସୀ ଦୋଷ ଘେନି କି ହେବ ।ଏମନ୍ତ କହିବା ତାର କେମନ୍ତ ଭାବ ।।୫।ମାଧବୀମଣ୍ଡପେ ଦିନେ ବାନ୍ଧବୀକି ତୋଷମନେହୃଦୟ ଉପରେ ନେଇ ବଳେ ଶୁଆଇପ୍ରଶଂସୁ ନାସାମୋତିକି ଜାଣିପାରି ମୋ ଗତିକିଖସି ଶେଯେ ବସିଲା ଯେ ସେ ରସମୟୀହସିଲା ଏମନ୍ତ ଭାଷିଲାପଡ଼ିଥିଲି ପ୍ରମାଦେ ଦଇବ ରଖିଲା ।।୬।କରି ମୁଁ ଚମ୍ପାଚଉଁରୀ ଦେଲି ସେ ଶମ୍ପାଗଉରୀ
ମୋ ସ୍ନହବଶରୁ ଘେନି ନ ଘେନେ ଶିରେ
ମୁଁ କହେ ଏମନ୍ତ ଶଙ୍କାମାନଙ୍କୁ ପଛକୁ ପକା
ନବୀନା ବିନା ଦୋଷର କେ ମୋ ସଂସାରେ
ଶୁଣି କହେ ପ୍ରତି ଉତ୍ତର
ଏହି ଅବଧାନ ଥିବା ଲୋଡ଼ା ମୋହର ।
।୭।
ଦିନେ ଯେ ନବମାଳିକା ଛରା ସଜାଡ଼ି ବାଳିକା
ଶ୍ରୀକରେ ଦେଇ କହିଲି ଚିବୁକ ଧରି
ମଦନ ମଦୋହାରୀରେ ତୋଷ କରିବୁ ଦାସରେ
ଶ୍ରବଣେ ଚଞ୍ଚଳ କଲା ନେତ୍ରଶଫରୀ
ବୋଧିଲା ମୋହରି ମନକୁ
ପଛ କରି ତରୁଣୀ ତରଣି ଆଡ଼କୁ ।
।୮।
ବକୁଳ ମୂଳ କୁଟୀରେ ଦିନେ ଯେ କେଳି-
ଆରାମେ ପକ୍ୱଚୂତ କରିଦେଲି ଧନକୁ
ପ୍ରାଶଂସା କରନ୍ତେ ସହୀ ହସ୍ତବାଳା ବୋଲି
ସ୍ତନ ଚାହିଁବା ମାତ୍ରକେ ଆଣି ମନକୁ
ସେ ଲାଜ ପାଇଲା
ହୋଇଲା କାହିଁ କଥା କାହିଁରେ ଲଗାଇ ବୋଇଲା ।
।୯।
ଦିନେ ଯେ ଘେନି ବନିତା ଲଲାଟେ ଚନ୍ଦନଚିତା
ମଧ୍ୟରେ ଦେଲା ସୁନ୍ଦରୀ ସିନ୍ଦୁର ବିନ୍ଦୁ
ମୁଁ ବୋଇଲି ଉତପାତ ଦେଖିଲି ପରାଣମିତ
ତହିଁ କି ସେ ବକ୍ର କରି ବନ୍ଦନଇନ୍ଦୁ
କହିଲା କାହାର କି ଯିବ
ଅନଙ୍ଗରାଜାକୁ ସିନା ଅଶୁଭ ହେବ ।
।୧୦।
ରତି ପିଚିକା ଚନ୍ଦନେ ଲୁଚାଇ ମୁଁ ଏକଦନେ
ଡାକନ୍ତି ପାଶତୁ ଆସଆରେ ଅବଳା
ସଙ୍ଗୀତ ପଠନୀ ବାଳା ଇଙ୍ଗିତ ଘେନିଣ
ବଳା ଭୀମକାଇ ଆସି ହୃଦେ ଭିଡ଼ିଲା ଗଳା
ଆହୁରି ପୀଡ଼ିଲା ରଦନେ
ଗଣ୍ଡକୁ କାତର ମୁଁ ଯେ ହେଲି ମଦନେ ।
।୧୧।
ଦିନେ ମୁଁ ଅଧର ପାନକରି କହିଲି ଜୀବନ
କାମଯମ ଭୟ ଭିନ୍ନ ହେଲା ମୋ ମନୁ
ଚନ୍ଦର ନୁହଇ ମୁହିଁ ମୋତେ ସେ ମିଳିବ ନାହିଁ
ଏମନ୍ତ ପ୍ରତିବଚନ କଲା ସୁତନୁ
ମୁଁ କହିଲି ଶ୍ରୀମୁଖ ପରା
ଘେନାଘେନି କଥା ଏହା ବୋଲିଛି ଧୀରା ।
।୧୨।
ଅଶୋକ କୁସୁମ ଡାଳେ ଦିନେ ଥିଲା କରତଳେ
ପ୍ରବେଶ ମୁଁ ବେଶ ବେଳେ ଦେଲି ତା ଶିରେ
ସବୁଦିନେ କି କରିବ କହିଲା ଏମନ୍ତ ଭାବ
ବୋଇଲି ପ୍ରତିପାଳିବ ଜୀବ ଥିବାରେ
ଭଲା ସେ ରସିକା ସୁମନା
ସରିବ କି ତାହା ଭାବ କଲେ ଭବନା ।
।୧୩।
ଏବେ ଯେବେ ଚିତ୍ତୋଇବ ଏ କଥା ଶ୍ୱାସ
ତେଜିବ ମନେ ଏହା ବିଚାରିବ ଅନୁକ୍ଷଣରେ
ମୋ ଉରଜ ସଙ୍ଗଗଣ କାନ୍ତ ହୃଦୟ
ପ୍ରମାଣ କଲା କି ଉଦୟ ଆଣି ଏତେ କାଳରେ
ଫୁଲଶର ଉପୁଡ଼ିଥିବ
ଆଉ କିପାଇଁ ମୋ କଥା ମନେ ପଡ଼ିବ ।
।୧୪।
ଚନ୍ଦ୍ରମା ସୁଦରଶନେ ନିନ୍ଦା ସେ ସୁଦରଶନେ
କରୁଥିବ ମନେ ମନେଚନ୍ଦ୍ର ଗଉରୀ
କି ଭୋଗୀ କୁମ୍ଭସମ୍ଭବ ବେଳେ ବେଳେ
ବୋଲୁଥିବ ନ ମରି ଅଛି ମୁଁ ପୁଣି ଏହା ସୁମରି
ନେତ୍ର-ନଦୀ-ନୀରେ ବୁଡ଼ାଇ
ସରିବନି ହରଷକୁ ସାରସମୁହିଁ ।
।୧୫।
ଦେଖିବାରେ ପ୍ରିୟାଶୋଭା ଆଖି ହେଉଥାଇ
ଲୋଭା ଯୋଖି ହେଉଥାଇ ଦେବତାଙ୍କ ସଙ୍ଗରେ
ଲଭି ସେ ବଳ୍ଲଭୀ ଶ୍ୱାସ ଶ୍ୱସନରୁ ଦିବ୍ୟ ବାସ
ଭଲା କରିଥିଲା ଇନ୍ଦ୍ର ଭାବ ଅନ୍ତରେ
ବାନ୍ଧବୀ ମୋ ଦୟାଳୁମଣି
ଶତ୍ରୁକୁ ଶରଣ ଦେଲା ବ୍ୟଜନେ ଆଣି ।
।୧୬।
ଜାଣି ନ ପାରିଲ ଛନ୍ଦ ଏ କାଳକୁ ହେଲା ମନ୍ଦ
ମୃଣାଳେ ତ ପୂରିଥିବ ପୁରୀ ବାଳାର
ଭ୍ରମ ହେବାର ତାହାର ଆହାର ହାର ନ କରନ୍ତି
ମୋ ପରି କି ବ୍ୟାଧି ପ୍ରଚାର
ଜାଙ୍ଗଳିକେ ଦଅ କପର୍ଦ୍ଦୀ
ବୋଲିବ ବୁଲି ଆନ୍ତୁ ଆନ ସମ୍ପାଦି ।
।୧୭।
କେତକୀଦଳକୁ ଭୀରୁ ଦିନେ କରରୁହେ ଚିରୁ
କୁରୁଙ୍ଗ ନେତ୍ର ରଙ୍ଗରୁ ଜାଣି ମୁଁ ଧୀରେ
ବୋଇଲି ଯେ ଅନୁଗତ ତାକୁ ଦଣ୍ଡିବା ଉଚିତ
ଦେଖି ମୁଁ ଡରୁଛି ଶୁଣି ଘେନିଲା ଶିର
ଏବେ ସେହି ପୂର୍ବପ୍ରାଭବ
ଦର୍ଶନେ ଜାଣିଣ ଶତଗୁଣେ ଶୁଝିବ ।
।୧୮।
ବିଦେଶ ଗମନ କାଳେ ଦେଇଛି ମୁଁ ମୋତିମାଳେ
ମୋ ପ୍ରୀତିରୁ ଥିବ ଗଳେପ୍ରମ ବେଳରେ
ରସବତୀ ଭୀତିଭରେ ଖୋଜି ନପାଇ
କେଶରେ ତୋଳାଇ ଅଣାଉଥିବ ନାଗକେଶରେ
ଅସର ବାସର ଯାମିନୀ ।
।୧୯।
କି ଦିଶୁଛି ଦେଖ ସେହି ବୋଲି ଦର୍ପଣ ପୂରିଲେ
ଚାହିଁ ଚମକି ଶୋଚନା ରଚନା ମୃଗଲୋଚନା
କରି ଭିତ୍ତି ଗାରକୁ ଗଣିବ ଚପଳେ
ବିଚାରିବ ହେଲା ଅଦ୍ଭୁତ
ହରସ ବିରସ ସମେ ହେବ ଉଦିତ ।
।୨୦।
ଯୁବକାଳେ ଯାହା ପାଶେ
ଏ ମଧୁ ମାଧବମାସେ
ଯୁବତୀମଣି ନ ବସେ ଧିକ ତା ଜୀବ
ତା ପରି ନ କରି ମାର କାହିଁକି ବୋଲଇ ବୀର
ଏ ରୂପେ ରସିକବର ଭାବଇ ଭାବ
ରାମଚନ୍ଦ୍ର ପଦ ଗୁଣିଲେ
ଉପଇନ୍ଦ୍ର ଭଞ୍ଜ ବୀରବର ଭଣିଲେ ।
।୨୧।
ତ୍ରୟୋଦଶ ଛାନ୍ଦ
ବର୍ଷାଋତୁରେ ରସିକ ହାରାବଳୀର ଭାବନା
(ପ୍ରାକୃତ ଚର୍ଚ୍ଚରୀ କିମ୍ବା ’ପୃଥ୍ୱୀ ’ ବୃତ୍ତରୁ ରାଗ ’କାଳୀ ’ ର ଉତ୍ପତ୍ତି ଘଟିଥିବା ଅନୁମାନ କରାଯାଏ । ଦୁଇପାଦରେ ଏକ ପାଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୭, ୫ମ, ୧୦ମ,୧୫ଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।କବିଙ୍କ ’ବୈଦେହୀଶ ବିଳାସ’ ର ୮ମ ଛାନ୍ଦ ଏହି ରାଗରେ ରଚିତ ।)
ହରିଣୀଦୃଶା କାଳସଦୃଶା ବରଷାକାଳ ଚାହିଁ ।କରେବିଚାର ଘନକୁ ଚାର କରିବି ପରା ମୁହିଁ ।କାନ୍ତ ବିଦେଶୀ ମୋତେ ଉଦ୍ଦଶି ବେଦନା ପାଉଥିବେ ।ଦେବି ସନ୍ଦେଶ ତେଜି ବିଦେଶ ଆସନ୍ତୁ ସିନା ଏବେ ।।୧।ମୋହର ବିନା ପ୍ରାଣେ ନବୀନା ଅଛି ତ ଏ ବିଚାରେ ।ଆଣ୍ଟହୃଦୟା ଜାଣି ସେ ଦୟା ଛାଡ଼ନ୍ତି ନିକି ମୋରେ ।ଦେ ତ ନାଗର ରସସାଗର ଏବେ ତର୍କିବେ ନାହିଁ ।ମୋର ଦର୍ଶନ ଆଶେ ନାଶନ ନୋହୁଛି ବୋଲି ସହୀ ।।୨।କେତେ ଯୁବତୀ ସୁରସବତୀ ତାଙ୍କୁ ନ ମିଳୁଥିବେ ।ମଦନମତ୍ତେ କାହିଁକି ମତେ ଚିତ୍ତେ ସେ ସୁମରିବେ ।ମୁଁ କି ବାତୁଳରସିକେ ତୁଳ ନାହିଁ ତାଙ୍କ ପ୍ରୀତିରେ ।ଯେତେ ସୁମନ ମିଳିଲେ ମନ ଭୃଙ୍ଗର ମାଳତୀରେ ।।୩।ରବି ନଳିନ ହେଲେ ମଳିନ ପ୍ରାତେ କି ନ ତୋଷନ୍ତି ।କାମୀ ଅରାତି ବିଚ୍ଛେଦ ରାତି ହୋଇଛି ସେହି ରୀତି ।ଆଉ ଏ ଜୀବ ଥାଉଁକି ଯିବ ଅନ୍ତରେ ଦୁଃଖରାଶି ।କାନ୍ତ ସରସମୁଖ ହରଷ ଦେଖିବି ଆଗେବସି ।।୪।ନିଦ୍ରା ଅବଶେ ଦଇବବଶେ ଛାଡ଼ିଲେ ହୃଦୁଁ ହୃଦ ।ନିଶି ଶୟନେ ପ୍ରିୟ ନୟନେ ଆସଇ ନାହିଁ ନିଦ ।ଗଲଟି ଭାସି ବୋଲି ଦେ ଭାଷି କୋଳେ ଭରନ୍ତି ନେଇ ।ଏବେ ସେ କାନ୍ତ ହୋଇ ଏକାନ୍ତ ନିଦ୍ରା ଯିବେଟି କେହି ।।୫।ରତି-ବଚନେ ନାହିଁ ବଚନେ ବୋଲିବା ମୋ ଶପଥ ।ମୋର ଦୁଷ୍କୃତଫଳେ କି କୃତ୍ୟ ହେଲା ନ ଶୁଣିଲି ତ ।ସେନେହ ସେ ଯେ ହୃଦରୁ ଶେଯେ ଶୁଆଇ ନ ଦିଅନ୍ତି ।।୬।ଛାଡ଼ି ଉନ୍ନତି କେତେ ବିନତି ହୁଅନ୍ତି ଦିନେ ଦିନେ ।ପୁରୁଷାୟିତ ଅର୍ଥୀ ଦୟିତ ହୋଇଣ ମନେ ମନେ ।ସେ ଘେନାଘେନି ମୁଁ ଯେ ନ ଘେନି ବୋଲେ କେ ତା ଜାଣଇ ।ସେହି ରୋଷରେ କି ବିଦେଶରେ ରହିଲେ ନ ଚିତ୍ତୋଇ ।।୭।ଭାଲେ ତିଳକ ଚାହିଁ ତିଳକ ମୋର ଲେଖିବା ପୋଛି ।ଲେଖନ୍ତି ଭାବେ ବିଜ୍ଞ ସ୍ୱଭାବେ ତାଙ୍କ ତହୁଁ କେ ଅଛି ।ମୁଁ ତୋ ସେବକ ବୋଲି ଯାବକ ଦେବାକୁ ଥାନ୍ତି ହଟି ।ତାହା ସୁମରି ଅଛି ନ ମରି ନ ଯାଇ ହୃଦ ଫାଟି ।। ୮।ତାକୁ ସ୍ୱପନ ମୋର ଲପନ ବିରସ କରାଇବା ।ଛାଇକି ସ୍ମରି ମୁଁ ଅନୁସରି କରି ଯେ ଥାଇଁ ସେବା ।ସେ ସୁକମାରଦହିବ ମାର ବିଧାତା କି ନିଷ୍ଠୁର ।ଗୁଣି ବିହାର ହେବ ବାହାର ସେ ନେତ୍ରୁଁ ନୀରଧାର ।।୯।ହେବନି ତନୁ ଲାବଣ୍ୟ ତନୁ ଅଶନ ଅସଙ୍ଗତେ ।ମୋ ପରି ଚି୍ତ କାହିଁ କିଞ୍ଚିତ ଜାଣି ପାରିବେ ଭୃତ୍ୟେ ।କ୍ରୋଟଦହନ ପ୍ରିୟ ମୋହନ ହୃଦୟ ପୋଡ଼ୁଥିବ ।ମୋହ ପ୍ରସଙ୍ଗ ମାନସେ ସଙ୍ଗ ଘୃତ ଆହୁତି ହେବ ।।୧୦।ହେଲେ ଆଦର ବଶେ ପାଦର ସେବନ ତତପର ।ବୋଲନ୍ତି ଧୀରେ ରସନିଧିରେ ବ୍ୟଥା କରିବ କର ।ତୁ ଯେ କମଳାନନୀ କୋମଳା ଏତିକି ହେଉ ରଖ ।ପାଶୁଁ ଅନ୍ତର ହେଲା ମାତର ନ ଘେନିଲେ ମୋ ଦୁଃଖ ।।୧୧।ମଦନରାଣ ଛଳେ ପରାଣ ବୋଲି ଡାକନ୍ତି ପ୍ରତେ ।ସତ ହୋଇଲେ କିପାଁ ନଇଲେ ଭିନ୍ନ ବିହିଲେ ଏତେ ।ଯେହୁ ଯାହାକୁ ଭଜେ ତାହାକୁ ଆରତୁଁ ନ ରଖିବା ।ମୁଁ କି ଭରମ ଦବୁ କରମ ବଶୁଁ ହେଇଛି ଅବା ।।୧୨।କ୍ଷୀଣତପସ୍ୟା ସେ ନେଶେ ପଶାଖେଳ କି ନାହିଁ କାହିଁ ।ପଡ଼ନ୍ତା ରତି ହୁଡ଼ପାରତି ଚିତ୍ତେ ଦେଖିଲେ ତାହିଁ ।ତହିଁ ଦହନତାଳଗହନ କାଗଜ ନ ମିଳଇ ।ପୂର୍ଣ୍ଣ ବରଷ ଏଣୁ ସରସ ପତ୍ରିକା ଦେଲେ ନାହିଁ ।।୧୩।ଭେକ ବରହୀଡାହୁକ ରହି ସେ ସୀମାନ୍ତେ ନଥିବେ ।ବ୍ୟାଧ ବିଶେଷ ଥିବାରୁ ଶେଷ ଉତ୍ସୁକ କେହି ନ ମିଳିଲା ।ବିହି ଅଦଳ ଶ୍ୟେନ କବଳ ପକ୍ଷୀଦୂତ କି କଲା ।।୧୪।ଏତେ ଭରସା ହୋଏ ବରଷା ହେଉଛି କେ ଆସିବେ ।ମେଘ ଦମକ ବିଦ୍ୟୁଝମକ କେମନ୍ତେ ନ ତ୍ରାସିବେ ।ମନ୍ଦ କର୍ମରୁ କେବଳ ମରୁଦେଶ ସେ ନୋହିଥାଉ ।ହେ ସ୍ମରପର ଏ ଦୁଃଖ ହର ପ୍ରବାସ ନାଶ ଯାଉ ।।୧୫।ଦେବି ମଙ୍ଗଳା ଦେବୀଙ୍କି ଗଳାମାଳା ସିନ୍ଦୂର ଭୋଗ ।ହାଇବି ବ୍ରତୀ ଥାଇ ମୁଁ ବର୍ତ୍ତି ହେଲେ ବଳ୍ଲଭେ ଯୋଗ ।ଜାଣେ ଜାନକୀ ତହୁଁ ଆନ କି ବିଯୋଗ ଦୁଃଖମୋର ।ହେଲେ ପ୍ରସନ୍ନ ହେବ ଦର୍ଶନ ଆନନ ସୁଧାକର ।।୧୬।ପରତେ ତନୁ ତେଜି ଅତନୁ ଏବେବି ମଚକ୍ତ ହେଲା ।ତେଡ଼େ ସରଳ ହୃଦ ତରଳ ଏକାଳେ ସେ ନ କଲା ।ମୋତେ କାହିଁକି ଦହେ ତହିଁକି ଆଶଙ୍କା ହୋଏ ଚିତ୍ତ ।ମୁଖେ ଇଶ୍ୱର ବୋଲିବା ସ୍ମର ଶୁଣି କି ହେଲା ଭୀତ ।।୧୭।ତାପିତ ହରି ମଧ୍ୟମା କରି କଷ୍ଟେ ଦିବସ ନିଶି ।ଶଶୀ ଯେସନ କୃଷ୍ଣେ ତେସନ ବିକାଶ କାଶହାସୀ ।ଦାହ ସୁବର୍ଣ୍ଣ ସମାନ ବର୍ଣ୍ଣ ଦୁବର୍ଣ୍ଣ ପରକାର ।କରେ କରୁଣ ଓଷ୍ଠୀ କରୁଣ କହିଲେ ବୀରବର ।।୧୮।ଚତୁର୍ଦ୍ଦଶ ଛାନ୍ଦ
ବର୍ଷା ଋତୁରେ ରାଜପୁତ୍ରର ଭାବନା
(କାମୋଦୀ ରାଗ ଛ ’ପାଦବିଶିଷ୍ଟ ।୧ମ, ୨ୟ ଓ ୬ଷ୍ଠ ପାଦର ଅକ୍ଷର ସଖ୍ୟା ୨୩, ୪ର୍ଥ ପାଦରେ ୪ ଓ ୪ର୍ଥ ଓ ୫ମ ପାଦରେ ୯ ଅକ୍ଷର ରହିାଥାଏ ।୧ମ, ୨ୟ ଓ ୬ଷ୍ ପାଦର ୭ମ, ୧୪ଶ, ୧୭ଶ ଓ ଶେଷ ଅକ୍ଷର, ୩ୟ ପାଦର ଶେଷ ଅକ୍ଷର ୪ର୍ଥ ସ ୫ମ ପାଦର ୭ମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।)
ଶ୍ରବଣେ ଘନଘନ ଗର୍ଜ୍ଜନେ ଘନଘନ ଚାହିଁ ଲୋତକ ଥନଥନ ।କହେ ସୁମନ ମନ-ମୋହୀକୀନ ବନଜାକ୍ଷୀ ହେବନି ଛନ୍ନଛନ୍ନ ।ହେ ଜଳଧର ।କହି ନେବ ଦୁର୍ଦ୍ଦିନ ଦିନ । ସେ ଯେ ମୋର ନିଧନ ଧନ ।ହୋଇ ଅନଶନଭବୁ ଭବନ ବନ ସେ କି କଷ୍ଟଭାଜନ ଜନ ।।୧।ବିଷମଶର ଶର ପ୍ରହାରି ବର ବରନୀକି କରିବ ଜରଜର ।ଦିନ ଆହାର ହା ରମଣୀ ଆଗାର ଗାର ଗୁଣି ଗୁଣିବ ହରହର ।ହେ ଜଳଧର ।ଚଞ୍ଚଳା ଚଳା ତରତର । ଚାହିଁ ହୋଇବ ଥରଥର ।ମଦନକର–କରବାଳ କି ବାରବାର ଝମକେ ଘେନି ବାରବାର ।।୨।ଫୁଲେ କବରୀ ବରିଥାଇ ମକରୀକରି ଗଣ୍ଡେକି ଅପସରୀ ସରି ।ସେ ବିମ୍ବାଧରୀ ଧରି ତ୍ରିପୁର ଶିରୀ ଶିରୀପତି ସମାନକରି କରି ।ହେ ଜଳଧର ।ଧୈର୍ଯ୍ୟ ଭଙ୍ଗୀ ପ୍ରସାରି ସାରି । ଅସମ ଈଶାନାରୀ-ନାରୀ କି କରେ ହରି ହରି ।ହେଲା ସୁନ୍ଦରୀ ହରି ଥିବ ହା ରାବେ ପୁରୀ ପୂରୀ ।।୩।ମୋର-ମୂକତି କତି ତାର ଅରାତି ରାତି ଘେନିବ ହା ସୁମତି ମତି ।ଦେଖିବ୍ରତତୀତତି ବିବିଧଜାତିଜାତୀ ଚଳି ଭଜିବ ଭୀତି ଭିତ୍ତି ।ହେ ଜଳଧର ।ଛାଡ଼ିଥିବ ସେ ନିତି ନୀତି । କରିବ ଶୋଭାଭୂତି ଭୂତି ।ମୋର ସଙ୍ଗତି ଗତି କରି ଯୁବତୀ ବତିଶାର୍ଦ୍ଧ ବୟସୀ ରତିରତି ।।୪।ସୁମରି ଭାବ ଭାବଦାୟିନୀ ଜୀବଜୀବନର କରିବେ ଶିବ ଶିବ ।ସତେ ଏ ଜୀବ ଯିବ ଯଶ ପ୍ରଭବ ଭବହୋଇ ଦୁଃଖ ମନ୍ଥିବ ଥିବ ।ହେ ଜଳଧର ।ଏ ବର କେଉଁ ଦେବ ଦେବ । ପୁଣି ଓଷ୍ଠପଲ୍ଲବ ଲ୍ବ ।ପାନରେ ଦେବଦେବ ଦମ୍ପତ୍ତି ହେବହେବ ସୁଖଦ କଳରବ ରବ ।।୫।ନାଚେ ବରହୀ ରହି ନଗ୍ରେ ଭେକହିଁ କହି କାମପ୍ରଳୟ ବିହି ବିହି ।ଶୁଣି ନ ସହି ସହୀ ଚିରିବ ମହୀ ମହିଳାକୁ ଯେ ତ୍ରାହିନାହିଁ ନାହିଁ ।ହେ ଜଳଧର ।କଦମ୍ବ ଗନ୍ଧ ବହି ବହି । ବାତ ଥିବ ମୋଦହିଁ ଦହି ।ମୋପଥ ଚାହିଁ ଚାହିଁ ଥିବ ସୁମୁହିଁ ମୁହିଁ ପାପୀ ଦହେ ଅଦେହୀ ଦେହୀ।୬।ଉଦ୍ଧର କାଳ କାଳଦେବ ଏ କାଳ କାଳ ଲୋକନେ ତତ୍କାଳ କାଳ ।ବୃଷ୍ଟି ଉଜ୍ଜ୍ୱଳ ଜଳ ଡାହୁକ କଳ କଳ ଦେହ ହରଷଜାଳ ଜାଳ ।ହେ ଜଳଧର ।ଜପୁଥିବ ମୃଣାଳ ନାଳ । ଘେନି ବୃଦ୍ଧି ଆକୁଳକୁଳ ।ହେବ ଦୁର୍ବଳ ବଳତ୍କାରରେ ଢଳ ଢଳସୁବର୍ଣ୍ଣ ବର୍ଣ୍ଣ ଟଳଟଳ ।।୭।ମେରୁ ଶିର ସରସାଗତ ବରଷା ରସା କଲେ ନା ଭରସା ରସା ।ଯୁଗ ମନୀଷା ନିଶା ଉଦେ ବିଦିଶା ଦଶା ସାର ମୃଗସଦୃଶା ଦୃଶା ।ହେ ଜଳଧର ।ବୋଲିବି ଭାବେ ରସା ରସା । ନ ଯାଏଁ ନାରୀଭୂଷା ଭୂଷା ।ଶୋଭିତ- ଆଶା ଆଷାଢ଼କୁ ପ୍ରଶଂସା ସଂସାର କେତକ ଏଲ୍ଲାଦ-ଲସା ।।୮।ଚାହିଁଲେ ଅଳି ଅଳି ମାଳତୀ ଆଳୀ ଆଳୀ ଦମ୍ଭକୁ ନ ସମ୍ଭାଳି ଭାଳି ।ଜ୍ଞାନ କଟାଳ ଟାଳି ପ୍ରେମକୁଶଳୀ ଶଳିମୁଖେ ଦେବ ବକାଳୀ କଳି ।ହେ ଜଳଧର ।ହେଲା ବିରହ ବଳି ବଳୀ । ଥିବେ ସଜନୀ ପାଳି ପାଳି ।ସେବି ମୁ ଶୂଳୀ ଶଳୀ ଲଭି ରସାଳୀଶଳୀ ଦେଲି ଏ ଦୁଃଖ ଭଳି ଭଳି ।।୯।ନବ ପ୍ରକାଶ କାଶ କୁଟଜ ବାସ ପରକାଶ ସଦୃଶ ଦୃଶ ।ଚାହିଁ ଜୀବେଶ ବେଶଭଙ୍ଗୀ ବିଶେଷ ଶେଷକରି ହେବ ଅବଶ ବଶ ।ହେ ଜଳଧର ।ନ ଦେଖି ଭ୍ରୂଉଲ୍ଲାସ ଲାସ । ତେଜି ସଖୀ ରହସ ହସ ।ହୀନ ନିମିଷ ମିଷ ଦେଖିବେ ନାଶନାଶ କରିବେ ଅବିଶ୍ୱାସ ଶ୍ୱାସ ।।୧୦।ଗିରିଶିଖର ଖର ବାସ ନ କର କରଭୋରୁର ପୟୋଧର ଧର ।ମୁଖ ସୋଦର ଦରହାସୀର ତାର ତାର କେଶଗ୍ରାସ ଆଦର ଦର ।ହେ ଜଳଧର ।କୋକିଳ ହେମାଙ୍ଗୀର ଗିର । ରୁନ୍ଧିତ କରି ବାରବାର ।ପକା ମୋ ଶିରସିତ ବେଗେ ଭିଦୁର ଦୂର ହେବ ଦୁଃଖ ସଂସାର ସାର ।।୧୧।ସୁଜାଣ ଜାଣ ପ୍ରେମ ନିପୁଣ ଭାରତୀରୁ ଦ୍ୱିଗୁଣ ଗୁଣ ।ଶୋଭାରେ ରଣରଣ ନାରୀ ଅତି ଦୂଷଣ ଷଣ-ପୁଷ୍ପାଙ୍ଗୀ କି ମସୃଣ ଶୁଣ ।ହେ ଜଳଧର ।ଯୁଧା ହେବ ରସାଣ ଶାଣ । ଦିଆ କିଫୁଲ-ବାଣ ବାଣ ।ତଥା ଲକ୍ଷଣ କ୍ଷଣପ୍ରଭା ପ୍ରମାଣ ମାଣବିକ-ମୃଗାକ୍ଷୀ ପ୍ରାଣ ପ୍ରାଣ ।।୧୨।ଯା ନେତ୍ର ରାମରାମ ଜନରେ ଭ୍ରମ ଭ୍ରମକାନ୍ତି ରୂପ୍ୟ ସୁଷମ ସମ ।ଯା ହୃଦ ଦମ ଦମ ଅମୃତ ଧାମ ଧାମ ରସା ହୋଇ ବିକ୍ରମ କ୍ରମ ।ହେ ଜଳଧର ।ଯା ଭାଲେ ନୃପରମ୍ୟ ରମ୍ୟ । ଗ୍ରାସି ଅଳକା ତମତମ ।ଯା ଅଙ୍ଗେ ଶ୍ରମଶ୍ରମ ରୋମ ଉଦଗମ ରମ ତହିଁ ନୂପୁର କାମକାମ ।।୧୩।ଡକାଇ ଯୋଷୀ ଯୋଷିତଙ୍କୁ ପ୍ରଶଂସି ଶଶିମୁଖୀ ଳାବଣ୍ୟ ରାଶି ରାଶି ।ମନ୍ଦ କି ଭାଷି ଭାସି ଶୋକ ସରସୀ ରସି ଯେହୁ ମୁଖେ ପ୍ରକାଶି କାଶୀ ।ହେ ଜଳଧର ।ତାପସର୍ପ ଷୋଡ଼ଶୀ ଦଂଶି । ଯେବଣ ମୋହ ଗ୍ରାସି ଗ୍ରାସି ।ସେ ମୋ ପ୍ରେୟସୀ ଅସିତ କରହାସୀ ହା ସୀମନ୍ତିନୀ ମଧ୍ୟକୃଶୀ କୃଶୀ ।।୧୪।କାମୀସଂଘାତ ଘାତକର ସମ୍ପାତ ପାତନ କରି ହୋଇ ନିସ୍ତନିତ ।ଦମ୍ପାସଂହତ ହତ ସ୍ୱନଭଦ୍ୱତ ସ୍ୱତଃ ତେଜି କରି ବିହିନ୍ତ ହିତ ।ହେ ଜଳଧର ।ଏକାହିଁ ଅଗମିତ ମିତ । ପାଶେ ଯାଇ ଉଦନ୍ତ ଦନ୍ତ ।ଶୋଭିନୀ କାନ୍ତ କାନ୍ତ ଆସେ ଉସତ ସତ ଶୁଣି ହେବ ଉଚିତ ଚିତ୍ତ ।।୧୫।ମନାଇଁଦେବୀ ଦେବି ଅନଳେ ହବି ହବିଷ୍ୟାଦି ବ୍ରତେ ମଜ୍ଜିବି ଯିବି ।ବାନ୍ଧବୀ ନୀବୀ ନିବିନକୁ ଭଜିବି ଜୀବିତେ କି ମରିଛି ଭାବି ଭାବି ।ହେ ଜଳଧର ।ସୁକୋକନ୍ଦ ଛବି ଛବି । ବୋଲେ ଓଷ୍ଠକୁ କବି କବି ।ଦନ୍ତେ ଚାପିବି ପବି ଅମୀୟ ସ୍ରବିସ୍ରବି ଯିବି ଇନ୍ଦ୍ରପଦବୀ ଦବି ।।୧୬।ପିନ୍ଧାଇ ନେତ୍ର ନେତ୍ର ସହସ୍ର ପତ୍ର ପତ୍ର ଯେ ଖଣ୍ଡେ ଲକ୍ଷ୍ୟ ପାତ୍ର ପାତ୍ର ।ଉରଜେ ଗୋତ୍ର ଗୋତ୍ର ଜିତେ ପବିତ୍ର ବିକ୍ରକେ କି ଲେଖିବି ଚିତ୍ରଚିତ୍ର ।ହେ ଜଳଧର ।ହୃଦସ୍ଥ ଏ ଦ୍ୱିମାତ୍ର ମାତ୍ର । ପାରି ନ କରି ରାତ୍ର ରାତ୍ର ।ନୟନ ମିତ୍ରମିତ୍ର ହେବ ଏ ବେମାତ୍ର ମାତ୍ର ହେଲି ଦହି ଅପାତ୍ର ପାତ୍ର ।।୧୭।ଦେଖ ଲମ୍ପଟେ ପଟେ ପ୍ରତେ ଖଟେ ଦେବ କି ଧରି ଭେଟେ ଭେଟେ ।ଯେ ସ୍ତନ ଖଟେ ଘଟେ ଧରୁ ଉଜ୍ ଝଟେ ଝଟେ ଢାଙ୍କିବ କି କପଟେ ପଟେ ।ହେ ଜଳଧର ।ନାହିଁ ବୋଲିବ ଦ୍ଫୁଟେ ସ୍ଫୁଟେ । ଚିନ୍ତି ମନାଇଁ କଷ୍ଟେ କଷ୍ଟେ ।ନିନ୍ଦା କୁକ୍କୁଟେ କଟେ ପ୍ରାତେ କରଟେ ରଟେ ହେବ ଥାଉଁ ଦୁର୍ଘଟେ ଘଟେ ।।୧୮।ଦେବି ଗୟସ ଈଶ ହରିତବାସ ବାସ ଜାତି ଯାଉଁ ସ୍ୱଦେଶେ ଦେଶେ ।ହେଉ ନରଶ ରସବତି ଆଶ୍ଲେଷ ଶ୍ଳେଷଭାଷ ହେଉ ନିଶ୍ଳେଷ ଶ୍ଳେଷ ।ହେ ଜଳଧର ।କଣ୍ଠଲତା ବ୍ୟାକୋଷ କୋଷ । ନୋହୁ ପୋଡୁ ପ୍ରବାସ ବାସ ।ତ୍ରିପୁରଦ୍ୱିଷଦ୍ୱିଷଧରେ ଅନିଶନିଶକରି ଅପରୋକ୍ଷ ରୋଷ ।।୧୯।କୋଳେ କି ଆଶେ ଆସେ ତାହିଁ ତ ଦିଶେଦିଶେ କ୍ଷଣେ ନ ଦିଶେ ଦିଶେ ।ତୋଷପ୍ରଦା ସେ ଦାସେ କିପାଁ ପୁରୁଷେ ରୁଷେ ।ପରିଜନସ୍ନେହାସେ ହାସେ ।ହେ ଜଳଧର ।ଧୈର୍ଯ୍ୟଭୂମି ଆକର୍ଷେ କର୍ଷେ ।ସୁଶୀତଳଗାତ୍ରା ସେ ତ୍ରାସେ ।କାମୀ ବିରସେ ରସେ ଶୋକରେ ଭାସେ ଭାଷେ ଉନଇନ୍ଦ୍ର ହରଷେ ରସେ ।।୨୦।ପଞ୍ଚଦଶ ଛାନ୍ଦ