ପୁଷ୍ପାଞ୍ଜଳି
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ପ୍ରଭାତ କୁସୁମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ପରପାଇଁ ଗଢ଼ା……………ମହତ ହୃଦୟଦୟା, କ୍ଷମା ଉପାଦାନେ,ଶତ ନୀରକଣା……………ଗଢ଼ିଥାନ୍ତି ସିନାଶୀତ-ଧାରା-ଭରା ଘନେ ॥
ଦୁଃଖର ତାଡ଼ନେ……………ପ୍ରୀତି ବଢ଼ିଥାଏସୁଖ ପ୍ରତି ହୃଦୟର,ଅନ୍ଧାର ନ ଥିଲେ……………ଆଲୋକର କିପାଁହୁଅନ୍ତା ଏତେ ଆଦର ?ସଂସାର-ଜଞ୍ଜାଳେ……………ଜଡ଼ି, ମହତରଗୁଣ ହୁଏ ନାହିଁ ହ୍ରାସ;କଣ୍ଟକ-ଅଙ୍ଗିନୀ……………ହୋଇ କି କେତକୀନ ବିତରେ ସୁଧା-ବାସ ?ମହତ ମାନସେ……………ପ୍ରତିଫଳୁଥାଏପର ଦୁଃଖ, ଶୋକ, ଚିନ୍ତା,ଅଚ୍ଛୋଦ-ସରସୀ……………ତରଳ-ହୃଦୟେତଟ ତରୁ ଛବି ଯଥା ॥
ଗୁଣୀ ଗଉରବ……………ଆପେ ଫୁଟି ହସେଆମୋଦି ଅୟୁତ ପ୍ରାଣେବନର ମାଳତୀ……………ବାସ ବରିବାକୁକେହି କି ଯାଆନ୍ତି ବନେ ?ମହତ ମହିମା……………ବରିବାକୁ ଯୋଗ୍ୟମହତ-ହୃଦୟାକାଶସିନ୍ଧୁ ବିନା କେ’ବା……………ସମ୍ଭାଳିବ ତାରତରଳ-ତରଙ୍ଗୋଚ୍ଛ୍ୱାସ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର