ନବ ଦିଗନ୍ତ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିବସି ନଦୀ ତୀରେ ନିର୍ଜ୍ଜନତମ ଥାନେଡାକିଲି କବିତା ଆସ ଗୋ ଆସ ଗୋ ଆସଦେଇଚି ବଚନ ରଖିବି ଆପଣା ମନେଛାପା ଅକ୍ଷରେ ହେବ ତୁମେ ପରକାଶ ।ମୃଦୁ ମର୍ମର ପଳିତ ପତର ତଳେକଥା କେ କହିଲା, ବହିଗଲା ସମୀରଣଶତ ତରଙ୍ଗ ଉଠିଲା ତଟିନୀ ଜଳେପୌଷ ଗଗନ ଚପଳ ରଙ୍ଗ ସମ ।ଡାକିଲି କବିତା ଆସ ଗୋ ଆସ ଗୋ ଆସସ୍ପର୍ଦ୍ଧିତ ଏଇ ଛବିଳ ସନ୍ଧ୍ୟାବେଳେଲେଖିନି ଥିସିସ୍, ଜାଣିନି ମୁଁ ଅନୁପ୍ରାସତୁମକୁ ଡାକି ମୁଁ ତୁମ ଅର୍ଚ୍ଚନା କରେ ।ସବୁଜ ଲୁଚିଲା, ଲୁଚିଲା ଲୋହିତ ରାଗଘନ ଅନ୍ଧାର ଭିତରେ ହସିଲା ତରାସବୁ ଲୁଚିଗଲା, ମଉଳିଲା ଯତି, ରାଗହେଲା ଏକାକାର ଏଇ ସସାଗରା ଧରା ।ବସି ନଦୀତୀରେ ଡାକିଲି କବିତା ଆସକବିମାନସର ଦିବ୍ୟ କନକ ତରୀକାହିଁ ଦିଗନ୍ତ ? ଶୂନ୍ୟର ପରିହାସକାଗଜ-କଲମେ ନ ପାରିଲି ତାକୁ ଧରି ।ମନ ଅଗୋଚର ସେ ଦୂର ତାରକାଦେଶେଖୋଜିବାକୁ ହେବ ନବ ଦିଗନ୍ତ ଯାଇସ୍ପୁଟନିକ୍ସମ ମୃତ୍ୟୁବିଜୟୀ ବେଶେ,କ୍ଷୁଦ୍ର ଏ ଧରା ମଣିଷକୁ ପାଏ ନାଇଁ ।ଏଇ ନଦୀତୀର ଫେନିଳ ସାଗରବେଳାଏଇ ଧରଣୀର ବରଷା, ଶରତ୍, ଶୀତଏ ପାଖ କୁସୁମ ସବୁ ପୁରାତନ ହେଲାଖୋଜିବାକୁ ହେବ ସେ ପାଖ ଅପରିଚିତ ।ଦେବଦାରୁ ତଳ ଅନ୍ଧ କୋଟର ଛାଡ଼ିପେଚକ ଶିଶୁଏ ଉଡ଼ିଗଲେ କାହିଁ ଦୂରେରବି, ଗ୍ରହ, ତାରା ନବ ଦିଗନ୍ତ ଧରିଖୋଜିବାକୁ ହେବ କବିତା ସୁଦୂର ପୁରେ ।[ଜାନୁଆରୀ-୧୯୬୨]ଏ ନୁହେଁ କବିତାକବିତା ଆଜି କିମିତି ବସି ଲେଖେବନ୍ଧୁ, ତୁମେ ଦେଇଚା ସିନା ଚିଠିକବିତା ପାଇଁ କିଛି ତ ନାହିଁ ଦେଖେ,ଗଦ୍ୟ ଖାଲି ଭିତରୁ ଆସେ ଉଠି ।କହିବ ଯେବେ ପଠାଇଦେବି ଏକଗଳ୍ପ ଅବା ପ୍ରବନ୍ଧର ନାମେଅଥବା ତୁମେ ଏଠାକୁ ଆସି ଦେଖ-ଦିବସ ନିଶି ମରୁଚି ବସି କାମେ ।ଗୃହିଣୀ କହେ- ସଉଦା ନାଇଁ ଘରେ,କହୁଚି କୁନି- ଜାମାଟା ଗଲା ଚିରି,ଦୋକାନୀ ଆସି ଦୁଆରେ ଜିଦ୍ ଧରେ-ଯିବିନି ଆଜି ବାକିଟା ଛାଡ଼ିକରି ।ସେ ଗଳିପଟେ ବନ୍ଧୁ ଯଦୁନାଥ-ଭାବିଲି ଯାଇ ଆଣିବି କିଛି ଧାର,କାମିଜି ଦେଖେ ନାଇଁ ତ ଗୋଟେ ହାତ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ସାରିଦେଇଚି ଆୟୁଷ ଧୋବା ତାର ।
ବିଗିଡ଼ି ମନେ ‘ବଦମାସଟା’ କହି
ନ ଟେକୁ ମଥା ଫାଟକ ପାଖେ ଶୁଣେ-
ଏଇ କି ବାବୁ ସଉଦା ଦେଇ ଦେଇ
ବଦମାସ ମୁଁ, ହୋଇଲ ସାଧୁ ତୁମେ ?
କାମୁଡ଼ି ଜିଭ, ଯୋଡ଼ି ଯୁଗଳ ହାତ-
‘ତୁମକୁ ନୁହେଁ’...ନ ସରୁ ମୁଖୁ ବାଣୀ
ପଛରୁ ଶୁଭେ – ‘କିମିତି ହେବ ଭାତ
ନାଇଁ ଯେ କାଠ’, କହେ କୁଟୀର-ରାଣୀ ।
ବାଜିଲା ଦଶ, ଜାଗିଲା ବୁକେ ମୋର
ପ୍ରବଳ ଝଡ଼, ମନଟା ହେଲା ଛି, ଛି !
ଏହାକୁ ଯେବେ କବିତା ବୋଲି ଧର
ଛପାଇପାର ମନା ମୋ ନାହିଁ କିଛି ।
[ଅକ୍ଟୋବର-୧୯୫୮]
ହେ ଅଜ୍ଞାତ ପିତା !*
ସ୍ୱପ୍ନାୟିତ ବସୁନ୍ଧରା ମିଶେ ଯହିଁ ନୀଳାକାଶ ତଳେ
ବାରିହୁଏ ନାହିଁ ଆଜି ଦିଗ୍ବଳୟ ସୀମାରେଖା ଦୂରେ ।
ଉଡ଼ିଯାଏ ବିହଙ୍ଗମ ଥରେ ଥରେ ପକ୍ଷ ଚହଲାଇ
ଭ୍ରୂ-କୁଂଚିତ ଦୃଷ୍ଟି ମୋର ଅନୁସରି ଯାଇପାରେ ନାହିଁ ।
ତୁମେ କି ଭାବିଚ ବନ୍ଧୁ ! ଯା’ ଉଦ୍ଦେଶ୍ୟେ କରିବ ତର୍ପଣ
ଜାଣି କି ପାରିବ ସେହୁ ତୁମେ ତାର ପ୍ରାଣପ୍ରିୟ ଧନ ?
ସଂସ୍କୃତିର ପରାଜୟେ ଦୀପ ଏଥି ଆସେ ଲିଭି ଲିଭି
ସଂକୁଚିତ ହୋଇଆସେ ଧୀରେ ଧୀରେ ପୁରୁଣା ପୃଥିବୀ ।
ଅବଲୁପ୍ତ ସଂସ୍କୃତିର ସୀମା ଆଉ ପଡ଼େନାଇଁ ଜଣା
କୃତ୍ରିମ ଏ ପ୍ରଜନନ କରିଦିଏ ସବୁ ବାଟବଣା ।
ପିତୃ ପିତାମହ, ଗୋତ୍ର, ବଂଶ, ଶାଖା, ପ୍ରବର ଭାରତେ
ନେଉଚି ସମାଧି ପରା ଏ ଯୋଜନା ପ୍ରଗତିର ପଥେ ।
ଅପମୃତ୍ୟୁ,ଭ୍ରୁଣନାଶ, ଆତ୍ମହତ୍ୟା ଅର୍ଥ ନାହିଁ କିଛି
ପ୍ରଣୟିନୀ ପ୍ରେମ ଅଶ୍ରୁ ପର ପାଇଁ ହୋଇପଡ଼େ ବିଞ୍ଛି ।
ପିତୃତ୍ୱର ଗର୍ବ ଆଜି ମାତୃତ୍ୱର ଗର୍ଭାଧାନେ ନାହିଁ,
ସେ ହେବେ ଅଜ୍ଞାତ ପିତା ଦେଶ ଜାତି ସୀମାରେଖା ଡେଇଁ !
[ଜୁଲାଇ-୧୯୬୧]
ହେ ଦୁର୍ଗ !
ଶତାବ୍ଦୀର ସୁପ୍ତି ଭାଙ୍ଗି ଏତେବେଳେ ଜାଗ ଜାଗ ଜାଗ
ଇତିହାସ କୋଳୁ ତୁମେ ହେ ମୁମୂର୍ଷୁ ଦୁର୍ଗ ‘ଲାଲବାଗ’ !
ଓଡ଼ିଶାର ଶିଶୁ ଆଜି ତୁମ କୋଳୁ ଦେବେ କିବା ଡାକ
ଶ୍ରାନ୍ତକ୍ଳାନ୍ତ ବର୍ଷୀୟାନ ଅବରୁଦ୍ଧ ହେ ଦୁର୍ଗ ନିର୍ବାକ୍ ।
ନେଲ ଯେବେ ଜନ୍ମ ତୁମେ ସେ ଅନ୍ଧାରେ ଶତାବ୍ଦୀର ତଳେ
କି ତରଙ୍ଗ ଉଠୁଥିଲା ବିକ୍ଷୁବ୍ଧ ଏ ମହାନଦୀ ଜଳେ ?
ଅବଗାହୀ ସେ ତରଙ୍ଗେ କେତେ ମହାରଥୀ ପୁଣ୍ୟଶ୍ଳୋକ
ଲଢ଼ିଗଲେ ରଖିବାକୁ ଏ ବିରାଟ ଜାତିଟାର ଟେକ !
ପଶ୍ଚିମ ସମୁଦ୍ରତଟୁ ଛତ୍ରପତି ଧରି ଜୟବାନା
କହିଥିଲେ କି ଆବେଗେ-ଏ ଦେଶଟା ହେଲା ତାର ସିନା ।
ସୀମା ଯା’ର ଗୋଦାବରୀ ବ୍ୟାପିଥିଲା ଆଜାହ୍ନବୀତଟ !
କହ, ଥିଲା ଏ ରାଇଜ କି ମହାନ, କେଡ଼େ ଯେ ବିରାଟ !
ମୋଗଲ ବାଦଶା ଗଲେ, ଗଲେ, ପୁଣି ମରହଟ୍ଟା କାହିଁ
ଫିରିଙ୍ଗି ବେପାରୀ ଦଳ ଗଲେ ଲୁଚି, ସତ୍ତା କା’ର ନାହିଁ ।
ଆଜି କାଳଘୂର୍ଣ୍ଣିତଳେ ଭାଗ୍ୟର ଏ ପରିହାସଛଳେ
ତୁମେ କି ଯିବ ହେ ଲୁଚି ବିସ୍ମୃତିର ଘୋର ଅନ୍ତରାଳେ ?
ତୁମେ ତ ଦେଖିଚ ଦୁର୍ଗ ! ତୁମ କୋଳେ ରାଜ୍ୟପାଳଦଳ
ଉଠିଲେ ପଡ଼ିଲେ ପୁଣି, ତୁମେ ସାକ୍ଷୀ ତାର କାଳ କାଳ
ଯାଇଚି ସେ କାଳ ଆଜି, ଓଡ଼ିଶାର ସୀମା ସଙ୍କୁଚିତ
ତୁମକୁ ଛାଡୁଚି ଯିଏ, ବୋଲାଏ ସେ କେଡ଼େ ‘ଯଶୋବନ୍ତ’ !
ପାଷାଣ-ପିହିତ ତବ ପଞ୍ଜରାରୁ ଉଠୁ ଆଜି କଥା
ତାହାରି ଭିତରେ ଅଛି ଏ ଜାତିର ପୁଞ୍ଜୀଭୂତ ବ୍ୟଥା ।
ବୃଦ୍ଧ ଗଲେ ଅପସରି, ଶିଶୁ ଆଜି ସେ ପଞ୍ଜରା ତଳେ
ଡାକଦେବେ ନିର୍ଯାତିତ ବିଖଣ୍ଡିତ ସଂକୀର୍ଣ୍ଣ ଉତ୍କଳେ ।
ସେ ଡାକେ ଥରିବ ସତେ ଶତାବ୍ଦୀର ସମାଧି ଗହ୍ୱର
ଜାଗିବେ ଆବର ଏଠି ନିଦ୍ରିତ ସେ ଯେତେ ଜାତିସ୍ମର ।
ଲିଭାଇବେ ସତେ ଶିଖି-ମନାଇର ଯେତେ ଛୁରାଦାଗ
ସବୁଜ ଶିଶୁରେ ଧରି ଜାଗ ଦୁର୍ଗ, ଜାଗ ‘ଲାଲବାଗ’ ।
[ଅପ୍ରେଲ-୧୯୬୦]
ହେ ନବାଗତ !**
ହେ ଶିଶୁ ! ହେ ନବାଗତ ! ଧରଣୀର ହେ ନବଜାତକ !
କା’ ପ୍ରାଣସଂଖାଳି ତୁମେ କାହାର ବା ବିଦଗ୍ଧ ଲୋତକ !
ହେ ଅଜ୍ଞାତ ! କା’ର କୋଳେ ଥିଲ ଜନ୍ମି ଲୋକ ଅଗୋଚରେ
ଶୋଇଲ ଏ ରାଜପଥେ, ନଥିଲେ କେ ଆଗେ ବା ପଛରେ !
କିଏ ସେହି ଅଭାଗିନୀ ନିହି ପ୍ରାଣେ ନିବିଡ଼ ମମତା;
ଧରି ଗର୍ଭେ ଦଶ ମାସ ଦେଲା ଛାଡ଼ି ଜାଳି ଆତ୍ମଚିତା ?
ଜୀବନର କି ମୁହୂର୍ତ୍ତେ ଭେଟି କା’ରେ ଶୁଭ ଅଭିସାରେ
ବାନ୍ଧିଥିଲା ପ୍ରୀତିଡୋରି, ଗଲା ଛିଡ଼ି ନିଠୁର ସଂସାରେ !
ଅତୀତର ଅନ୍ଧକାରେ ଦିନେ ଯହିଁ ‘କେଦାର-ଗଉରୀ’
ଏଇ ସେ ଏକାମ୍ର କୁଞ୍ଜେ ଏକୁ ଆନେ ଆପଣାର କରି
ଜୀବନ ଉଦ୍ଦାର ସ୍ରୋତ ରଚିଥିଲେ ପ୍ରଣୟ-ପ୍ରପାତ,
ସୀମାବଦ୍ଧ ସମାଜର ବିଧାନରେ କରି ପଦାଘାତ ।
ଆଜି ସେ ଏକାମ୍ରବନେ ଇତିହାସ ଗଲା କି ବଦଳି ?
ମଶାଣି ପାଲଟିଯାଏ ଅତୀତର ପୁଣ୍ୟ ପ୍ରେମସ୍ଥଳୀ ?
କେବେ ପରା ଜନ୍ମି କୃଷ୍ଣ ଅତୀତର ମଥୁରାମଣ୍ଡଳେ
ଘାତକ କଂସର ଡରେ ବଢ଼ିଥିଲେ ନନ୍ଦ-ଗୋପପୁରେ ?
ଜନ୍ମି ତୁମେ କି ଅନ୍ଧାରେ କାହା କୋଳେ ହେଉଛ ପାଳିତ
କିଏ ତବ ଜନ୍ମଦାତା ଜାଣିଲନି ଅବୋଧ ବାଳୁତ ।
ଏ ତବ ଧମନୀ ତଳେ ବହେ କା’ର ଶୋଣିତର ଧାରା
ସେ କଥା ନ ଯିବ ଜଣା, ପଡ଼ିବ କାହିଁ ସେ ତ ଧରା ।
ତୁମେ ତ ଜାଣିବ ନାହିଁ, ଜନ୍ମଦାତ୍ରୀ ଜନନୀ କିଏ ସେ
ତୁମକୁ ଛାଡ଼ିଲା ଯିଏ ପ୍ରାଣେ ରଖି, ନ ମାରିଲା ବିଷେ !
ନ ଦେବ କାହାରେ ପିଣ୍ଡ, ତିଳୋଦକ ଦେବନାହିଁ କା’ରେ,
ନ ପାଳିବ ମହାଳୟା, ନାହିଁ ଦୀପ ଦୀପଦାନ ବେଳେ ।
ହେ ଶିଶୁ ! ହେ ନବାଗତ ! ଧରଣୀର ହେ ନବଜାତକ !
ଝରେ ଶତନେତ୍ରୁ ଆଜି ତୁମ ଲାଗି କରୁଣା-ଲୋକତ ।
ହୁଅ ଦୀର୍ଘଜୀବୀ ଶିଶୁ ! ପଥପ୍ରାନ୍ତେ ତ୍ୟକ୍ତ ନବାଗତ
ତୁମରି ଆଗମେ ହେଉ ମିଥ୍ୟା ମାୟା ଛନ୍ଦ ପ୍ରତିହତ ।
[ଅଗଷ୍ଟ-୧୯୫୯]
ଏଇ ଜାତିଟା ବୁଡ଼ିବାବେଳେ !
(୧)
ହେ ପୁରାତନ ବର୍ଷ ମୋର,ବନ୍ଧୁ ଆଜି ଯାଉଚ ଚାଲି ?ବିଦାୟ ଦିଏ ମୋ ସାଦାକାଗଜ ବୁକେ କଲମ ଚାଳି,ଯାଉଚ ଦୂରେ ଯାଉଚ କାହିଁଆଉ ତ ଫେରି ପାରିବନାଇଁରହିବ ଜାଣ ଏ ଇତିହାସେଯାହାର କଥା, କୀର୍ତ୍ତିଗାଥାକାହାକୁ ଆଉ କହିବୁ ଆମେଏଇ ଜୀବନ ମର୍ମ୍ମବ୍ୟଥା ?
(୨)
ମହାକାଳର ବୁଦ୍ବୁଦ ହେତୁମରି ପଦଚିହ୍ନ ତଳେପ୍ରାଚୀନ ଏଇ ଉତ୍କଳରନିର୍ଯାତିତ ଯାତ୍ରୀ ଚଳେ,ଯାତ୍ରୀ ଚଳେ, ଯାତ୍ରୀ ଘଳେସ୍ୱର୍ଗେ ଅବା ନର୍କପୁରେଲକ୍ଷ୍ୟହୀନ ଭିକ୍ଷାଶୀ ଏଭିକ୍ଷା ମାଗେ କାହାରେ ଚାହିଁଶବ୍ଦ ଆସେ ଚତୁର୍ଦ୍ଦିଗୁ – ନାହିଁରେ ନାହିଁ,ନାହିଁରେ ନାହିଁ !
(୩)
ଅନ୍ନ ଯାଏ, ଜିହ୍ୱା କଟେ,‘ଟିଅର୍ ଗ୍ୟାସେ’ କଣ୍ଠରୋଧଦେଖିଚ ତୁମେ ଏଇଠି ନାଇଁଏଇ ନେତାର ଆତ୍ମବୋଧ !ଯାଉଚ ଯେଉଁ ଅନ୍ତରାଳେଏ ମହାକାଳ ଗର୍ଭତଳେବନ୍ଧୁ ତୁମେ ସଙ୍ଗେ ଧରିଯାଉନ କିଆଁ ଶେଷରେ ଆଜଉତ୍କଳରେ ’ଛନ୍ତି ଯେତେଭ୍ରଷ୍ଟାଚାରୀ ଧପ୍ପାବାଜ !
(୪)
ସେଦିନ ସେହି ବନ୍ୟାକାଳେଫାଇଦା ପାଇ ବଞ୍ଚିଲେ ଯେବାତ୍ୟା ଆଉ ମରୁଡ଼ି ନାମେଲକ୍ଷ ଶତ ସଞ୍ଜିଲେ ଯେମୁକ୍ତ କର, ମୁକ୍ତ କରସେଇ ଦଳକୁ ଭୁକ୍ତ କରତୁମର ଏଇ ବିଦାୟବେଳେଗସ୍ତ ଶେଷେ ଅସ୍ତାଚଳେହେ ଅଣଷଠି ! ହେ ପୁରାତନ !ଏଇ ଜାତିଟା ବୁଡ଼ିବାବେଳେ ![ଡିସେମ୍ବର-୧୯୫୯]ମୋର କାନ୍ଥ-ଲଟକା ଛବିଦିନ ମାସ ବର୍ଷ ଧରି ନେଇଛ କି ଠିକାଏଇ ମୋର କାନ୍ଥଟାକୁ, ଆଗୋ ମାଳବିକା ?ବୁଝିପାରେନାଇଁ ତୁମେ କେଉଁ ଅତୀତରେସିପ୍ରା ନଦୀତୀରେ ସେଇ ଉଜ୍ଜୟିନୀ ତଳେରକ୍ତ ମାଂସ ଦେହ ଧରି ଥିଲ ଅବତରିମୁଁ ଥିଲି ସେ ନଗ୍ରପ୍ରାନ୍ତେ ଦୀନଜନ ପରି ।ଅଙ୍ଗ ପଖାଳିବା ପାଇଁ ଯାଉ ପଥେ ଚାଲି ।ଦୂରୁ ହେରି ବସୁଥିଲି ତୁମ କଥା ଭାଳି ।ଅବା ତୁମେ ତୋଳିସାରି ଉପବନୁ ଫୁଲଫେରୁଥିଲାବେଳେ ଦେବୀ, କରୁଥିଲି ମୂଲ ।ମାଳା ଗୁନ୍ଥି କାହା ଗଳେ ଦେଇନାହିଁ ତହିଁଜନ୍ମ-ଜନ୍ମାନ୍ତର ଅନ୍ତେ ଭେଟ ପାଇଲଇଁ ।ଘନ ବନାନ୍ତରେ କେବେ ଲତା ଆଢୁଆଳେତୁମେ ସେ ମୃଗୁଣୀ ଥିଲ, ଧରିବାକୁ ଜାଲେବସି ବସି ପାହିଗଲା ସେ କାଳର ରାତିମୁଁ ଶବର ସେଦିନର ସେ ଜାଲକୁ ପାତି ।ଫେରିଥିଲି ହତାଶରେ, ତୁମେ ଗଲ କାହିଁଆଜି ଏତେବେଳେ ଦେଖା ହେଲା ଏଇଠାଇଁ ।ଚନ୍ଦ୍ରଭାଗା ତୀରେ ଅବା ବାଲିବନ୍ତ ତଳେଗୁଡ଼କଙ୍କ ପଛେ ଧାଉଁଥିଲ କୁତୂହଳେ ।ସିନ୍ଧୁ-ସମୀରଣେ ହଲି ତନୁବାସ-ପ୍ରାନ୍ତକରିଥିଲା ସେତେବେଳେ ଏ ଚିତ୍ତକୁ ଭ୍ରାନ୍ତ ।ଧରିପାରି ନଥିଲି ମୁଁ, ଧରାଦେଲ ଏଥିହେ ମୃଗୁଣୀ, ବନବାଳା, ଆଗୋ ମାଳାବତୀ ।କାଠ କି ପାଷାଣ ଏବେ ପାରୁନାଇଁ ଜାଣିବନର ମୃଗୁଣୀ ଅବା ଉଜ୍ଜୟିନୀ ରାଣୀ,ଲୀଳାମୟୀ ଖେଳାବତୀ ବାଲୁଚର ପ୍ରାନ୍ତେନିର୍ବାକ ନିଷ୍ପନ୍ଦ ଆଜି ଦେଖୁଚି ଏକାନ୍ତେଚାହିଁ ଚାହିଁ ଆଖିରୁ ମୋ ଝରିଯାଏ ପାଣିଧାଇଁବାକୁ ଲୋଡ଼ାନାହିଁ ପାଖେ ଅଛ ଜାଣି ।ଦିନ ମାସ ବର୍ଷ ଧରି ଏକାପରି ଦେଖାତିଳେ ତ ହଲାଅ ନାହିଁ ଏ ନୟନ-ରେଖା !ତୁମେ ଖାଲି ଚିତ୍ର, ଆହା, ତୁମେ ଖାଲି ଫଟଶିଳ୍ପୀର ତୂଳିକା ଲାଗି ଏ ରଞ୍ଜିତ ଓଠ,ସୁବଳିତ ବାହୁଯୁଗେ ଅନିନ୍ଦ୍ୟ ଏ ଠାଣିଖାଲି ମାୟା, ଖାଲି ମିଥ୍ୟା ପାରୁଚି ମୁଁ ଜାଣି ।[ଡିସେମ୍ବର-୧୯୫୯]ନ ବଳିଲା ମନ*ତୁମେ ନ ଜାଣିନ ନାରୀ, ବର୍ଷ ମାସ ଦିନଅତୀତରେ କେବେକିଏ ସେଇ ଭାଗ୍ୟବାନ ଅବା ଭାଗ୍ୟହୀନବିଜନେ ଏ ଠାବେଶୋଇଲା ସମାଧି ତଳେ ! କାହାର ନୟନୁବହିଥିଲା ଲୁହସବୁ ଦେଇ ପୋଛିପାଛି ତା’ ଉପରେ ବହି-ଗଲା କାଳସୁଅ ।ଯୁବା ସେ ପ୍ରଉଢ଼ ଅବା କାହା ନେତ୍ରମଣିକେଉଁ ପରବାସୀପରାଣ ମମତା ତେଜି ସାଧି କି ସାଧନାଶୋଇଅଛି ଆସି ।ଖସିଅଛି ଇଟାଖଣ୍ଡ, ଲାଗିଛି ଶିଉଳି,ଉଇ ଯାଏ ଚରିତୁମେ କିଆଁ ସଫା କର ଘେନି କି ମମତାକହ ମୋତେ ନାରୀ ?ଶିରେ ବହି କାଠଗୋଛା ନିତି ଆସ ଏଥି,ନିତି ଯାଅ ବଣେ,ଲାଗୁ ତ ନ ଥିବ ଚୂଲି ଦିନେ ଦୁଇ ଓଳିଭାବୁଚି ମୁଁ ମନେ ।ଧୀରେ ପଡ଼େନାଇଁ ପାଦ, ଦୁଃଖର ମୂରତି,ଅଙ୍ଗେ ଚିରା ବାସବଳକା ଏ ରାଇଜରେ ପାଉ ତ ନ ଥିବଦିନେ ପୂରା ଗ୍ରାସ ।ଏ ନେତ୍ର କୋଟରଗତ, ଏ କର ଶିଥିଳ,ଏ ରୂପ ବିଷମଆହୁରି ରଖିଚ ଥାପି ଏ ପ୍ରାଣ ଭିତରେସ୍ନେହ ଅନୁପମ !ଅଜଣାରେ ଦିଅ ଧୂପ, ଦୀପ ନଇବେଦ୍ୟମଥା କୋଡ଼ ଏଥି,ଦୁନିଆକୁ ଆସି ତୁମେ ବିଶ୍ୱ-ବଡ଼ଦାଣ୍ଡେଦୁଃଖର ଅତିଥି ।ଅଳପେ ଉଠାଇ ମଥା କହିଲା ସେ ନାରୀ –କି ଲାଗି ପଚାରଦଇବ କରିଚି ପୁଣି ମୋହ ପାଇଁ ଏଥିଏତେ ଅବିଚାର !ପନ୍ଦର ବରଷୁ ବଳିଗଲାଣି ସେ ଦିନଦିନେ ସଂଧ୍ୟାବେଳେଏଇପରି ବୁଡ଼ି ବୁଡ଼ି ସୂର୍ଯ୍ୟ ଯାଉଥିଲେଏ ପାହାଡ଼ ଶିରେ ।ଧନକୁ ଅଇଲି ଛାଡ଼ି ଯିବ ବୋଲି ଦୂରେରୋଜଗାର କରିଏଇ ଇଷ୍ଟେସନେ ବାବୁ ଟିକଟ କାଟି ସେଚଢ଼ିଥିଲା ଗାଡ଼ି ।ଗାଡ଼ି ତ ଫେରିଲା କେତେ ଗଣି ହେବନାଇଁଫେରିଲା ସେ ନାଇଁବାରତା ପାଇଲି ଦିନେ ମୁଦିଦେଲା ଆଖିପରବାସୀ ହୋଇସାଥୀଏ ଫେରିଲେ ଗାଏଁ, କହିଲେ ତା’ କଥା –କାରଖାନା ତଳେଶହେ କି ଦୁଇଶ’ ଇଟା ଥାପି ତାହା ନାମେନାଆଁ ଲେଖିଦେଲେ !ନିତି ନିତି ଏଇ ବାଟେ ଗଲାବେଳେ ବାବୁକାଠଗୋଛା ଧରିବିଚାରଇ ଏଇ ତଳେ ଶୋଇଅଛି ଅବାମୋର ଧନମାଳି !ଏଇଭଳି ଇଟା ସତେ ଦେଇଥିବେ ଖଞ୍ଜିଲିପିଥିବେ ଚୂନଏଇଭଳି ଏକା ହୋଇ ଥିବ ଧନମାଳିଶୋଇ ଏତେ ଦିନ ।ଯେ ହାତେ ପାଳିଲି ତାକୁ ଅଛି ସେଇ ହାତଧନ ନାଇଁ ଆଉ,ଏ ଥାନ ଓଳାଇଦିଏ, ବିଚାରେ ମନରେଧନ ଶୋଇଥାଉ !ମୋ ନେତ୍ରୁ ପଡ଼ିଲା ଗଳି ଲୁହ ଦୁଇ ଟୋପା,ପୋତିଲି ବଦନଆଉ ପଦେ ପୁଚ୍ଛିବାକୁ ସେ ଅନାଥିନୀରେନ ବଳିଲା ମନ ।[ଅକ୍ଟୋବର-୧୯୫୧]ଅଭାଗିନୀ*ଗରିବ ଘରର ସେନେହ ଦୁଲାଳୀକିଏ ଅଭାଗିନୀ ଅଛି ମୋ ଭଳିପାଠଶାଠ ପଢ଼ି ଶିକ୍ଷିତା ବୋଲି ମୁଁଶାଶୁ-ଶଶୁରଙ୍କ ବଇରୀ ହେଲି ।ମୁଣ୍ଡେ ଦେଲିନାହିଁ ଓଢ଼ଣା ଓଟାରିବୋହୂ ହୋଇ କଥା କହିଲି ମୁହେଁଚଟି ପିନ୍ଧି କେବେ ହୋଇଲେ ବାହାରତିଆରିଲେ ଶାଶୁ ଶଶୁର ଦୁହେଁ ।ହସିଦେଲେ କେବେ ସବୁ ଦୋଷ ହେଲା,ଠିଆହେଲେ କଥା ଶୁଣିଲି ଟାଣେବସିଲେ ହେଲି ମୁଁ ବଡ଼ ‘ଅଳସୋଈ’,ଚାହିଁଲେ ‘ଡାହାଣୀ’ ବଚନ ଶୁଣେ ।ଭାରଥୋରେ ଆଣିନାହିଁ ମୁଁ ସମ୍ପତ୍ତିଶୁଣେ ସେଥିପାଇଁ ବୋଲଣା ନିତି,ଜାଣିନାଇଁ ବୋଲି ଘର-କାରବାରଦିନରାତି ଶାଶୁ ଝିଙ୍ଗାସୁଥାନ୍ତି ।ହେଲି ଭାଗ୍ୟବତୀ ଗର୍ଭେ ଧରି ଯେବେଏ ଧନମଣିକି, ‘ଡଙ୍କୁଣୀ’ ନାମେଡାକିଲେ ଶଶୁରେ, ଆଡ଼େଇ ରଖିଲେଶାଶୁ ମୋତେ ଯେତେ ମଙ୍ଗଳ କାମେ ।ରଟିଲେ ଦୁର୍ନାମ – ଛୁରୀ ରଖିଚି ମୁଁଦେବି ସ୍ୱାମୀଗଳେ ଶୋଇବା ଶେଯେସତକୁ ସତ ହେ ଛୁରୀ ବାହାରିଲାଶେଯ ଟେକୁ ଟେକୁ ପାଇଲି ନିଜେ ।ସେ ଦିନୁ ଆଡ଼େଇଦେଲେ ପ୍ରିୟତମ,ମୁଁ ତ ଜାଣିଲିନି କିଏ ରଖିଚିପଦେ କହିବାକୁ ବେଳ ମିଳିଲାନିମନକଥା ମୋର ମନରେ ଅଛି !ବାଇଆଣୀ ଅବା ନ ହେବି କି ଭଳିଥାନାବାବୁ ତୁମେ ପାରିବ ବୁଝିଚାରିଆଡ଼େ ମୋତେ ଦିଶିଲା ଅନ୍ଧାରପ୍ରାଣ ପ୍ରିୟତମ ଦେଲେ ବରଜି !ମୋ ତହୁଁ ସୁନ୍ଦରୀ ଧନ-ମାନବତୀବୋହୂପାଇଁ ଖାଲି ପଡ଼ିଲା ଖୋଜାବାଇଆଣୀ ବୋଲି ମୋତେ କହିବାକୁତାଙ୍କ ମୁହେଁ କଥା ହୋଇଲା ସୋଜା ।ମୁଣ୍ଡେ ତେଲ ନାହିଁ, ମୋ ଅଙ୍ଗେ ବସନତିନି ଦିନେ ଦିନେ ନହୁଏ ଧୁଆଛାତି ମୋ ଶୁଖିଲା, କ୍ଷୀର ଟୋପେ ନାହିଁ,କି ଭଳି ବଞ୍ଚାଇପାରନ୍ତି ଛୁଆ ?କୁଳକୁ କଳଙ୍କ କାହିଁକି ହେଲି ମୁଁ,ହେଲି କାହା ଲାଗି ନ ପାରେ ଜାଣି,ବୁଝିଲେନି ସେ ତ ଧରିଥିଲେ ଯେହୁବେଦିରେ ବସି ମୋ କୋମଳ ପାଣି !ପ୍ରାଣ ପ୍ରିୟତମା କରନ୍ତି ଚାକିରିମାସକୁ ଦେଢ଼ଶ’ ଘରକୁ ଆସେ,ପେନସନ୍ ତୁଲେ ଶଶୁର ପାଆନ୍ତିଦୁଇ ଶହୁଁ ବେଶି ମାସକୁ ମାସେ ।ମୁଁ ତ ମାରିନାହିଁ କୋଳର ସଙ୍ଖାଳିଡାହାଣୀ ହୋଇ ମୁଁ, ନାହିଁ ମୋ ଘର,ଦୁଆର କିଳନ୍ତି ରାତିକେ ଦି’ଥରଯିଏ ମତେ, ତାଙ୍କୁ ତୁମେ ପଚାର ।ଦେବ ଯେବେ ମତେ ଦିଅ ହେ ପଠାଇଧନ ଉଡ଼ିଗଲା ଯେବଣ ଦେଶେତଥାପି କହୁଚି – ପ୍ରାଣ ପ୍ରିୟତମେଏଥିପାଇଁ ଦୋଷ ନ ଦେବ ଲେଶେ ![ଜୁନ୍-୧୯୬୦]ବାଉରି ପଧାନ ଓ ମୁଁ*ତୁମେ ମୋର ବାଉରି ପଧାନମୁଁ ତୁମର ଗଦାଧର ବାବୁତୁମେ ଗାଏଁ ଚାଷ କର ଧାନ,ଚାକିରିଟା ମୋ ସମ୍ବଳ ସବୁ ।ତୁମକୁ ମୁଁ ଜାଣିଚି ସେ ଦିନୁବର୍ଷ କେତେ ଗଲାଣି ତ ବିତିପାସୋରି ମୁଁ ପାରୁନାହିଁ ମନୁଦୁହିଁଙ୍କର ଦୁଇଆଡ଼େ ଗତି ।ତୁମେ ମୋର ପଧାନ ବାଉରି,ମୁଁ ତୁମର ବାବୁ ଗଦାଧରତୁମେ ଏବେ ଦେଶର ନାଉରିମୁଁ କହୁଚି – ଯାତ୍ରୀ ହୁସିଆର !ତୁମେ ହାତେ ଧଇଲ ଲଙ୍ଗଳଧଇଲି ମୁଁ ସୁନାର କଲମତୁମ ଘରେ କାଇଁଚର ମାଳିମୋ ପ୍ରିୟାର ହେମ ଆଭରଣ ।ତୁମେ ମୋର ପଧାନ ପଡ଼ୋଶୀମୁଁ ତୁମର ବନ୍ଧୁ ଦୂର ସାଥୀତୁମ ଘରେ ଡିବିରି ଜଳୁଚିମୁଁ ଜାଳୁଚି ବିଜୁଳିର ବତି ।ଶାକାନ୍ନରେ ପୁରାଅ ଉଦରଭୂମିଶଯ୍ୟା, ବାହୁ ଉପାଧାନ,ମୁଁ କରୁଚି ଦେଶକୁ ଉଦ୍ଧାର –ତୂଳୀ ତଳ୍ପେ ନିରତ ବିଶ୍ରାମ ।ତୁମେ ମୋର ବାଉରି ପଧାନଭାଗବତ ଶୁଣ ନିତି ଘରେମୁଁ ତୁମର ଗଦାଧର ଜାଣଗୀତ ଶୁଣେ କଳାମନ୍ଦିରରେ ।ଶୋଇ ତୁମେ ସ୍ୱପ୍ନ ଦେଖ ନିତିକ୍ଷେତ, ଖତ, ପାଣି ଓ ପବନମୋର ଅବଚେତନାର ମତିକରେ ଧନ ପଛେ ପ୍ରଧାବନ ।ମୋ ଗାଆଁର ବାଉରି ପଧାନସହରେ ମୁଁ ଗଦାଧର ବାବୁତୁମେ କର ବିରି, ମୁଗ, ଧାନ,ମୁଁ ଦେଖୁଚି ଟଙ୍କାମୟ ସବୁ ।ତୁମେ ଯାହା କରୁଚ ଅମଳକି ସୂତ୍ରେ ତା ଆସୁଅଛି ଚାଲିତୁମ ପାଇଁ କରେ ମୁହିଁ ମୂଲକରିବାକୁ ଆନ ଦେଶେ ପାରି ।[ଜାନୁଆରୀ-୧୯୬୦]ନାଇଲେନ୍-ନାରୀ*ମଥାର ଓଢ଼ଣା ପଡୁଥିଲା ତାର ତଳକୁ ଖସିଜନସମାଗମ ବସ୍ଟା ଭିତରେ ପଡ଼ିଲା ବସି ।ଜଡ଼ିସଡ଼ି ମୁହଁ ପୋତିଲା ତଳକୁ ଲଜ୍ଜାନତାଗହଳ ଭିତରେ ନ ଫୁଟେ ଅଧରୁ ପଦିଏ କଥା ।ଜଣାପଡୁଥିଲା ଶିରେ ତରତରେ ବସନ ଦେଉ –ଜୀବନସାଗରେ ଅଠର ବରଷେ ଅଠର ଢେଉପାରିହୋଇଚି ବା; ଉଦ୍ଦାମ ତାର ଅଙ୍ଗଠାଣି,କାହା ପୁରତଳ ଉଜ୍ଜ୍ୱଳ କରେ କାହାର ରାଣୀ ।କେତେ ବସନ୍ତ ତନୁରେ ତାହାର ଯାଇଚି ବାଜି,ଯୁଗ କରତଳ ନେତ୍ରଯୁଗଳ ପାଖୁଡ଼ାରାଜିଅତି ଅମଳିନ, ହେମ ଅପଘନ ହଲିଲେ ଦିଶେନବ ‘ନାଇଲେନ୍’ ବସନ ଭିତରେ ଫୁଟିଚି କି ସେ ?ସଦ୍ୟ ଏକଇ କୋଳର କଳିକା କାନ୍ଦି ଡାକେକିବା ସେ ମାଗଇ ଜାଣିହୁଏ ଖାଲି ତରୁଣୀ କାଖେ ।ଚାହେଁ ବାଲୁବାଲୁ, ଖାଇବାକୁ ଲୋଡ଼େ ସ୍ତନ୍ୟ ଝୁଣି,ଯେତେ ତୁନି କଲେ ମାଆର ଛାତିକି ଖୋଜଇ ପୁଣି !କିଏ କହେ ତାକୁ ପାଣିଟୋପେ ଦିଅ, ବଦନେ ଚାହେଁ,ଖୋଲି କାଞ୍ଚୁଲି ଜନନୀ କିଭଳି ସ୍ତନ୍ୟ ଦିଏ ?ଲଜ୍ଜାନତାର ଗୁରୁ ସମସ୍ୟା ସେ ନାଇଲେନେଧନକୁ ଜାକି ସେ ଆଡ଼ପଣନ୍ତେ ବିଚାରେ ମନେ –ପରାଣ ପ୍ରତିମା ଜୀବନର ଧନ ଝାଉଁଳିପଡ଼େସଂସ୍କାର ମୋର କିବା ବାଧା ଦିଏ ବକ୍ଷତଳେ !ସଭ୍ୟତାର ଏ ଗୁରୁ ସମସ୍ୟା ବସନ ଭୂଷାପାରୁନି ତୁଟାଇ କୋଳେ ଜାକି ମୋର ଧନର ତୃଷା ।ଚାଲି ଗତିପଥେ ଦୂରେ ଯାଇ ଯେବେ ରହିବ ଯାନଶୋଇପଡ଼ିଥିବ ମୁହଁ ରଖି ବୁକେ ପରାଣଧନ ।କବି ବିଚାରଇ – କେବେ ଖାଇଥିବ ସ୍ତନ୍ୟ ଝୁଣିଶଙ୍କିତ ସେଇ ନାଇଲେନ୍-ନାରୀ ବକ୍ଷେ ପୁଣି ![ଅପ୍ରେଲ୍-୧୯୬୦]ଘୋଡ଼େଇହେଲା ଚଦରର ବିଦାୟସେଦିନ ତୁମେ ମୋତେ ଆଣିଲ ଡାକିଦୋକାନୀ ପଇସାଟା ରଖାଇ ବାକିଆଦରେ ହୃଦ ମୋର ମେଲାଇଦେଇନିବିଡ଼ ଭାବେ ନେଲ କାଖରେ ଜାକି ।ଥିବ ତ ମନେ, ଘରେ କହିଲ ବସିପ୍ରିୟାରେ ଚାହିଁ ଚାହିଁ ଅଳପ ହସି,ତୁମରି କାଖତଳୁ ପଡ଼ିଲି ଖସି ।ଗୋଟେଇ ତଳୁ ସେଇ କମଳ କରଫୁଟେଇଦେଲା ହସ ମଧୁରତର,ମେଲେଇଦେଲା କରି ଘରଟାଯାକପାସୋରିଦେଲି ମୁହିଁ ଆପଣା-ପର ।ତା’ ପରେ ଯାହା ହେଲା ବନ୍ଧୁ ଶୁଣ,ତୁମରି ହୋଇ କେତେ ଶୁଝିଲି ଋଣ –ଶୀତରେ ହେଲି ତୁମ ଅଙ୍ଗ-ସାଥୀଅପରେ ବଖାଣିଚ ମୋହରି ଗୁଣ ।ସାଥୀରେ ନେଲ ମତେ କଟକ, ପୁରୀବେଡ଼ିଂ ତଳେ ଅତି ଯତ୍ନକରି,ସାବୁନ ଦେଇ କେତେ କରିଚ ସଫାଲାଗିଲେ ଧୂଳି ମଳି ଦେଇଚ ଝାଡ଼ି ।ସେଦିନ ଯାଉଥିଲ ସଭାକୁ ଥରେକାମିଜି ଚିରିଥିଲା କାନ୍ଧ ପରେବ୍ୟସ୍ତହେଲ କେତେ, କହିଲି ଥାଇ –ମୁଁ ଥାଉ ଭୟ କିବା ଭଦ୍ରତାର ?ଆଉ ଯେ ଦିନେ ଥରେ, ପଡୁଚି ମନେଗୋଟିଏ ଲୁଗା ଥିଲା ଲୁଙ୍ଗି ବିନେ,ରାତିରେ ହେଲା ତବ ଚିନ୍ତା ବେଶି,ଲୁଙ୍ଗି ହେଲି ମୁହିଁ ଆତ୍ମଦାନେ ।ହାତରେ ଛତା ନାହିଁ, ଛିଡୁଚି ଖରାବହୁଚି ମରୀଚିକା ଧରଣୀସାରାମୁଁ ଥାଇ କୁଳବୋହୂଟି ସମ;କରିଲି ପାରି ଖରାତାପରୁ ପରା !ଚଦର ତୁମର ମୁଁ ସେଦିନ ସାଥୀପୁହାଇ ତୁମ ତୁଲେ ଦିବସ ରାତିଶିଖିଲି ତୁମଠାରୁ ବହୁତ ଗୁଣ –ପରକୁ ସେବିବାଟା ମହତ ନୀତି ।ଆଜି ଯେ ମତେ ତୁମେ ବିଦାୟ ଦେଇଘରର ଅଳିଆରେ ରଖିଲ ନେଇତୁମରି ମାଟି ପାଇଁ ହୋଇବି ଖତବଗିଚା କୋଳେ କପାମୂଳରେ ଯାଇ ।ପାଇ ମୋ ଖତ ଗଛେ ଫୁଟିବ ଫୁଲକପାର ହେବ ତହିଁ କେତେ ଯେ ମୂଲ !କାଟିବେ କେତେ କିଏ ଅରଟ ଧରିହୋଇବି ସରୁ ସୂତା କି ସମତୁଲ !ତା’ ପରେ ଯିବ ତୁମେ ଜାଣୁଚି ମୁହିଁଦୋକାନୁ କିଣି ମତେ କାଖରେ ନେଇଆସିବ ଆଗପରି ତୁମରି ଘରେବିଦାୟ ନେଇଯାଏ ଏତିକି କହି ।[ସେପ୍ଟେମ୍ବର-୧୯୫୯]ଡାକରା*ଏଇ ଚାଲିଯାଏ ପରାଧୀନ ଯୁଗ –ଘୋର ବିଷାକ୍ତ କାଳ,ଏଇ ପଥେ ପଥେ ଚାଲିଗଲେ କେତେଶିଖି-ମନାଇର ଦଳ !ବାଟୋଇ ଭାଇ ରେ, ପାଦ ପକା ଧୀରେ,ସାବଧାନ ସାବଧାନ,ଦୁର୍ଗମ ପଥେ ଆହୁରି ଅଛି ତୋ’ମୁକ୍ତିର ଅଭିଯାନ ।ଏଇ ଚାଲିଯାଏ ପରାଧୀନ ଯୁଗ-ବାଟୋଇ ତୁ ରଖ ମନେଏଇ ଦେଶେ ଥିଲେ ସେ ଜୟଚନ୍ଦ୍ରପ୍ରତିହିଂସାରେ ଦିନେପରକୁ ନ ମାରି ଆପଣାରେ ମାରିମାରିଲେ ଆପଣା ଜାତିଏତେବେଳେ ତୁ’ ଇ ସାବଧାନ ଭାଇ,ପାଉଚି ଗଭୀର ରାତି ।ହେଲା ଶେଷ ଭାଇ ପରାଧୀନ ଯୁଗ,ଦୁର୍ବହ ମହାକାଳଏଇ ଦେଶେ କେତେ ଜନମିଥିଲେ ରେନିମକହାରାମ ଦଳ ।ଆପଣାର ତୋଟି ଆପେ ସେ କାଟିଲେ,କାଟିଲେ ଜାତିର ତୋଟିଆଜି ରେ ବାଟୋଇ, ତୋତେ ଅଛି ଚାହିଁଓଡ଼ିଆ ଏ ଦେଢ଼କୋଟି ![ସେପ୍ଟେମ୍ବର-୧୯୪୭]ମତେ କରତ କରକରତ କର ମତେ କରତ କରଜାଣି ମୁଁ ପାରେ ନାଇଁ ବଜାର ଦର,ଭେଦି ମୁଁ ପାରେ ନାଇଁ କାହାରେ ଏଥିଦିବସ-ନିଶି ହୁଏ କି ହରବର !ଚାନ୍ଦା ମାଗୁଥିଲା ଯେ କରଯୋଡ଼ିପଇସା ଦେଲି ତାର ଝୁଲିରେ ଭରି,ତା’ ପରେ ଗଲି ଦିନେ ଚାନ୍ଦା ମାଗିଫେରାଇଦେଲା ମତେ ଦୁଆର କିଳି !ଗାଇଲି ଦିନରାତି ଯାହାର ଜୟଲୋକରେ ପ୍ରଚାରିଲି ନ କରି ଭୟ,ଆଗରେ ଯାଇ ବସିଲା ମାଡ଼ିଘୋଷଣା କରି ସେହି ମୋ ପରାଜୟ !ନୟନ ନିମୀଳିତ, ଅଧର ସ୍ମିତଗଣ୍ଡେ ହସୁଥିଲା ଗୋଲାପ ଶତ,କରିଲି ସାଥୀ, କେତେ ବରଷ ଗଲାଶେଷରେ କଲା ମତେ ଦନ୍ତାଘାତ ।କୋମଳ ଅନାବିଳ ଶିଶୁରେ ଧରିକୋଳକୁ ନେଲି ଟାଣି ଆଦର କରିଚୁମ୍ବ ଦେଲି ମୁଖେ, ଧଇଲି ଜାକିମଣିଲି ଆହା ତାକୁ ନିଜର ପରି ।ବୟସ ଏଗାର ଯେବେ ଗଲା ସେ ଡେଇଁଦେଖିଲି ଆଉ ସେ ତ ମୋହର ନାଇଁ,ଜଟିଳ ମନ ତାର କୁଟିଳ ଗତିବିଷମ ପରିଣାମ ଭୋଗିଲି ତହିଁ ।ବାଟୋଇ ମୁହିଁ ବାଟ ନ ପଡ଼େ ଜଣାକରିଲେ ମତେ କିଏ କି ପ୍ରତାରଣା !ଯାହାକୁ କରିଥିଲି ବାଟର ସାଥୀସେହି ତ ହେଲା ଶେଷେ ବାଟର ଖଣା !ଯାହାକୁ ଭାବିଥିଲି ଆଖିର ତରାଯାତ୍ରାପଥେ ଦେଲା ଦାରୁଣ ଖରା,ନିବିଡ଼ ଏ ସଂସାରେ ଚିରିବା ପାଇଁକରତ ପରି ଖାଲି ଦାନ୍ତ ଲୋଡ଼ା !କରତ କର ମତେ କରତ କରଜାଣି ମୁଁ ପାରେ ନାଇଁ କାହାରେ ଏଥିଦିବସ-ନିଶି ହୁଏ କି ହରବର !![ଅକ୍ଟୋବର-୧୯୬୦]ସନ୍ନ୍ୟାସୀ ରଜାଗୁର୍ଜର ସୀମା ରାଜକୋଟ ତଳେ ଆଜିଘୋର ରଣଭେରୀ ଗମ୍ଭୀରେ ଉଠେ ବାଜି ।ହିମାଚଳ ତଳ କୁମାରୀ ପୁଳିନେ ଡାକେସାବରମତୀର ମହାମାନବର ପାଖେ ।କେଉଁ ଘନ ବନ ଗିରି କନ୍ଦରା ପାଶେଯୋଗୀ, ମୁନି ଯୋଗ ସାଧିଲେ ମୁକ୍ତି ଆଶେ ।ଅନୀତି ତା’ପରେ ଆପଣା ମାଂସ ଦେଇଜଗତେ ଶାନ୍ତି ଥାପିଲେ କେ ଋଷି ଥାଇ ।ଆଜି ଭାରତର ଚିର ହାହାକାର ପଥେଅବତରି ଅବା ଦେବତା ଅଇଲେ ସତେ !ଲାଞ୍ଛିତ ଜନେ ଆପଣା ବକ୍ଷେ ଧରିସୁଧା ଦେଇ ଦୁଃଖ-ବିଷକୁ ପିଇଲେ ଗୋଳି ।ସେ ଥାନେ ଆଜି ରେ ଚାଲିଛି ମରଣ-ଲୀଳାଜନ ଦୁଃଖ ଦେଖି ତରଳେ ନିଠୁର ଶିଳାସେଠି ଯେବେ ଆଜି ମାନବ ରହିଚି ଥିରକି ବୋଲି କହିବା ପ୍ରାଣ ଅଛି ମାନବର ?ଶବପୁରେ ଆଜି ଶାନ୍ତିର ମହାମୁନିପଣ କଲେ ଆହା ! ଦେବେ ପ୍ରାଣବୀଜ ବୁଣି ।ଧ୍ୱଂସ ଉପରେ ସୃଷ୍ଟି କରିବେ ତାଜାସାବରମତୀର ମୁନି ସନ୍ନ୍ୟାସୀ ରଜା ।[ମାର୍ଚ୍ଚ-୧୯୩୯]କନ୍ଥାକନ୍ଥା, ତୁମେ ଶିକ୍ଷା ଦେଲ ଏଇ ଜୀବନ ଜାଣିବକ୍ଷପରେ ଛନ୍ଦି ରଖି ଏ ମୋ ଯୁଗଳ ପାଣିଛିଣ୍ଡା ଚିରା ଗଣ୍ଠିପକା ସକଳ ସ୍ମୃତି ଧରିସିଲେଇ କରେ ଚିତ୍ତତଳେ ଦୁଃସ୍ଥ ଜନ ପରି ।ଫାଲ୍ଗୁନରେ ଫୁଟି ଯେ ଥିଲା ମଉଳିଅଛି ଫୁଲମଉଳା ଫୁଲେ କିଏ ସେ ଆଉ ଦେଉନି ଡାକି ମୂଲ ।ପ୍ରାବୃଟର ଉଛୁଳା ନଈ ସେ ଯଉବନ ବୁକେପିଛୁଳାକରେ ଉଭେଇଗଲା କାହିଁ ସାଗରମୁଖେ ।ଉଇଁ ଯେ ଥିଲା ସେଇ ଶରତେ ଜୋତ୍ସ୍ନାଭରା ଶଶୀଏଇ ଜୀବନ-କୁମୁଦବନେ ଫୁଟାଇ ହାସରାଶିବହିଲା ଶୀତ କାତର ବାତ, ତିମିର ନିଶି ତଳେଅଧର ବୁଜି କୁମୁଦ ରହେ, ପାଖୁଡ଼ା ଝରିପଡ଼େ !ଚିହ୍ନା କେତେ ବାଟୋଇ ଗଲେ ନାଆଁ ତ ଅଛି ମନେଜଗିଲି କେତେ, ଫେରିଲେ ନାଇଁ ସେଥିରୁ ହେଲେ ଜଣେ ।ସେ ସବୁ କଥା ବିଚାରି ଆଜି କନ୍ଥା ରଚେ ବସିଯୋଗାଡ଼ କରି ମଉଳା ଫୁଲ, ପାଖୁଡ଼ା, ମଲା ଶଶୀ !ମନର ଜୋରେ ଛୁଞ୍ଚି ସୂତା ସ୍ମୃତିକି ଧରେ ଟାଣିପଛକୁ ବୁଲି ଦେଖୁଚି ଖାଲି, ଯାହାକୁ ଥିଲି ଜାଣି ।[ଜାନୁଆରୀ-୧୯୬୦]ସରସ୍ୱତୀଙ୍କ ବିକେନ୍ଦ୍ରୀକରଣ*ବାଣୀ, ତୁମେ ଜାଗିଥିଲ ଏ ବିରାଟ ଦେଶେହସ୍ତେ ଧରି ପୋଥିପତ୍ର ‘ଶୁକ୍ଳାମ୍ୱରୀ’ ବେଶେ ।ଥିଲ ତୁମେ ପଦ୍ମଭୂଷା, ହଂସ-ସମାସୀନାଉଠୁଥିଲା କି ଝଙ୍କାର ଭେଦି ତୁମ ବୀଣା ।ଜ୍ଞାନୀ, ଗୁଣୀ ସର୍ବେ ମିଳି କରୁଥିଲେ ପୂଜାବାଣ୍ଟିଚ ଅଭୟ କେତେ ହୋଇ ଚତୁର୍ଭୁଜା ।କାହିଁ ରାଜ-ସଭାତଳେ, ଦରିଦ୍ର କୁଟୀରେଜାଗିଚି ଜୀବନ ତୁମ ସଙ୍ଗୀତ ଫୁଟିଲେ ।ବିକେନ୍ଦ୍ରୀକରଣ ଆଜି ହେଲ, ସନାତନୀ –‘ନାଟକ’ – ‘ସଙ୍ଗୀତ’ – ‘ନୃତ୍ୟ’ – ‘କଳା’ – ଏକାଡ଼େମୀ ।ଏକ ଘରେ ରଖି ବୀଣା ଯିବ ଆନ ଘରେସେ ଘରେ ସାହିତ୍ୟ ଥିଲେ ଏଠି ନୃତ୍ୟ ଚାଲେ ।ଏ ଘରେ ଗାଇଲେ ଗୀତ ସେ ଘରକୁ ମନାସେ ଘରେ ଚାଲିଚି ଯେବେ ନୃତ୍ୟ ଆଳାପନା ।ଏସବୁ ଏକାଠି ହେଲେ ତୁମେହିଁ ‘ଭାରତୀ’‘ବିକେନ୍ଦ୍ରୀକରଣ’ ଏବେ ଶାସନରେ ରୀତି !କେନ୍ଦ୍ର ଛାଡ଼ି ତୁମେ ଏବେ ପରିଧିରେ ବୁଲଗଦ୍ୟ ଏବେ ଦିଏ ପରା କବିତାର ମୂଲ ?ଗଦ୍ୟ ପଦ୍ୟ ଦୁହିଁଙ୍କର ନାହିଁ ସୀମାରେଖାତେଣୁ ଆଜି ତୁମର ମୁଁ ପାଉନାହିଁ ଦେଖା ![ଅକ୍ଟୋବର-୧୯୫୮]ଧାନଅତି ଛନ ଛନ କୁମାରୀ ଧରଣୀସବୁଜ ପତ୍ର ତଳେକଳକଳ ଛଳଛଳ କମ୍ପନେଗିରି ନିର୍ଝର ତଳେ ।ସର୍ପିଳ ସେଇ ଗତି ପଥେ ପଥେମଧ୍ୟ ଦିନର ରବିରହି ଦେଖୁଥିଲା କୁଟଜ, ମଲ୍ଲୀ,ଅପରାଜିତାର ଛବି ।ସେଇ ବନାନୀର ନିବିଡ଼ ଫାଙ୍କେସେ ରବିକିରଣ ତଳେଜନମ ଲଭିଲ ‘ନୀବାର’ ନାମରେଧାନ ! ତୁମେ ଯେତେବେଳେ,ମାନବଜାତିର ଦୁଇ ଚାରି କିଏଋଷି-ନନ୍ଦନ ନାମେଖୋଜି ବୁଲୁଥିଲେ, ତୁମକୁ ପାଇଲେସେ ଦିନର ଆଶ୍ରମେ ।ଅତି ଅଯତନେ ପାଳିତ ବନ୍ଧୁ,ବନ୍ୟ ଗରବେ ଜାଗିଯୋଗରତ ଶତ ଋଷିରେ କରିଲଖାଦ୍ୟରେ ଅନୁରାଗୀ ।ସେଦିନ ବୋଲାଇ ତୁମେ ବାଳୁଙ୍ଗାତା’ପରେ ହୋଇଲ ଧାନସେ ଯେ ବାଳୁଙ୍ଗା ରୂପର ହୋଇନିଓଡ଼ିଶାରେ ସମାଧାନ !ତୁମେ ହେ ନୀବାର ! ଆହେ ବାଳୁଙ୍ଗା !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ