ପୁଷ୍ପ ଓ ଫଳ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୬
- ସ୍ଥିତି
- ସାର୍ବଜନୀନ (Public domain)
ଯୌବନ ପ୍ରଭାତର ମଧୁମୋହ ଆବେଶଗଲାଣି, ନ ଆସିବ ଆଉ,ନବୀନ ବସନ୍ତର ନବ ଫୁଟନ୍ତ ଫୁଲଝଡ଼ି ଗଲାଣି; ଝଡ଼ି ଯାଉ ।ଦୁଃଖ ସୁଖରେ ପ୍ରିୟେ ବେନିଙ୍କର ଜୀବନସଂସାରେ ହୋଇଛି ସଫଳ,ଉତ୍ତାପ ମଳୟରେ ବିକଚ କୁସୁମରେଧରିଛି କି ସୁନ୍ଦର ଫଳ ।———କାୟା ଓ ଛାୟା(ଅତି) ଦୂରେ ଧାଇ ସଖା ! ମୋହ−ମରୀଚିକାଦେଖିବ ହେଉଛି ମନ ?(ନା) ମଧୁର ଶୀତଳ ତୃପ୍ତିପ୍ରଦ ଜଳପାନେ ତୋଷିବ ଜୀବନ ?(ମୋର) ସୁନ୍ଦର ମୋହନ ତୋରା ଅପଘନମୁଗ୍ଧ ନେତ୍ର ଥିବ ଚାହିଁ ?(ଏହି) ପ୍ରେମ ଢଳ ଢଳ ଅସ୍ପର୍ଶ ଅତଳପ୍ରାଣ ପରଶିବ ନାହିଁ ?(ମୋର) ସୁନ୍ଦର ମୋହନ ନବ ଯଉବନଅଳପ ଦିନର ଧନ,(ତାହା) ଗଲେ ଚାଲି କାଳେ, ନ ଚାହିଁବ ଢାଳେ,ଆଶଙ୍କିତ ମମ ମନ ।(ଯେହ୍ନେ) ବିକଚ କୁସୁମେ ମକରନ୍ଦ ପ୍ରେମେରୋଳମ୍ୱ କରେ ଗୁଞ୍ଜନ,(ସଖା) ମଉଳି ସୁମନ ହୁଅନ୍ତେ ମଳିନଢଳେ କି ମିଳିନ୍ଦ ମନ ?(ତେହ୍ନେ) ଦୁଇଦିନେ ଆହା ତୁଟିଯିବ ମାୟାଉଭେଇଣ ଯିବ ଛାୟା,(ମୋତେ) ବାଧୁଥିବ ସିନା ବିରହ ବେଦନା,କିଏ ହେବ ମୋର ସାହା ?(ଏହା) ମୋହ ମରୀଚିକା ତୁଟିଯିବ ସଖା—ରହେ କେତେ କାଳ ମାୟା(ତେଣୁ) ପରାଣେ ଆଶଙ୍କା କାଳେ ପ୍ରାଣସଖା,ଛାୟା ସଙ୍ଗେ ଯିବ କାୟା ।(ଡାକେଁ) ଆସ ହେ ପ୍ରାଣେଶ ! ପରାଣେ ପ୍ରବେଶପାନ କର ପ୍ରେମନୀର,(ଆଉ) ଅକ୍ଷୟ ରତନ ପ୍ରେମ ଚିରନ୍ତନଘେନ ପ୍ରେମ ପୟୋଧିର ।(ମୁଁ ଯେ) ତବ ଅନୁରକ୍ତ ବିନ୍ଦୁ ବିନ୍ଦୁ ରକ୍ତତବ ପ୍ରେମେ ପୟୋଧିର ।(ମୋର) ସର୍ବସ୍ୱ ତୁମ୍ଭର ହେ ଜୀବିତେଶ୍ୱର !ଭୁଞ୍ଜ ତାହା ହେ ସୁନ୍ଦର !(ଏବେ) ମୋତେ ତେଜି ମମ ରୂପେ ପ୍ରିୟତମ !ନ ବଳାଅ କେଭେଁ ମନ,(ପୁଣି) ତେଜି ମୋର କାୟା ନ ଲୋଡ଼ ତା ଛାୟାମୋହ ରାଣ ପ୍ରାଣଧନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ