ଅନାବିଳ ସ୍ନେହ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୭
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ପ୍ରଣୟେ କହିଥିଲ ବିଷାଦିନୀ,“ମୁହିଁ ତବ ସ୍ୱାର୍ଥହୀନ ସ୍ନେହଭିଖାରିଣୀ,ପିତା ମାତା ଭ୍ରାତାଙ୍କର ଅତୁଳ ଶରଧା−ଧାରାରେ ଧଉତ ମମ ପ୍ରାଣ ମନ ସଦା ।ତଥାପି ମୁଁ ସୁପବିତ୍ର ସ୍ନେହର ରଙ୍କୁଣୀ ।”ଲଭେ ଯେହୁ ଲୋଡ଼େ ସେହୁ ସଂସାରେ ୟା ଶୁଣିଥିଲାଘର ପିଲା ଲୋଡ଼େ ସନ୍ଦେଶ ମିଠାଇ,ନ ଲୋଡ଼େ ଯେ ଥରେ ତାର ସ୍ୱାଦ ପାଇ ନାହିଁ ।ସ୍ନେହ ସେହିପରି ପାଇଥାଏ ଯେଉଁ ଜନ,ସେ ସ୍ନେହ ପାଇବା ପାଇଁ ସେ ହୁଏ ଉନ୍ମନ ।ରଖିଛିଁ ସେ କଥା ମନେ ଗୋ ପ୍ରିୟ ସଙ୍ଗିନୀ,ମୋ ଗଭୀର ସ୍ନେହ ଅଛି ସଂସାରକୁ ଜିଣି ।ସେ ପବିତ୍ର ସେନେହ ସଖି, ବଢ଼ୁ ଗୋ ମୋହର,ପ୍ରୀତିପୂତ ମନେ ଏହି ଆଶୀର୍ବାଦ କର ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ