ପୂର୍ଣ୍ଣିମାର ନିଶାକାଳ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୭
- ସ୍ଥିତି
- ସାର୍ବଜନୀନ (Public domain)
ଆହା କି ବିଚିତ୍ର ଗଗନ ସୁଚିତ୍ରଚାରୁ ତାଗ୍ବଳୀ ଦୀପରୂପେ ଜ୍ୱଳିଅପୂର୍ବ ସୁନ୍ଦର ପ୍ରକୃତିରାଜ୍ୟେ ।ନିସ୍ତବ୍ଧ ସକଳ ନାହିଁ କୋଳାହଳସରିତର ଜଳ ହୁଏ କଳ କଳସୁନିର୍ମଳ ବିଧୁମଣ୍ଡଳ ରାତେ ।ଦେଖି ଚନ୍ଦ୍ର ରୂପ ଭାବେ ନାନା ରୂପପ୍ରକୃତି ମସ୍ତକେ କେ ଦେଲା ଛଟକେଏ ଚନ୍ଦନଟୋପା ଅତି ଯତନେ ।କିବା ରୌପ୍ୟ ଥାଳୀ ଧରି ରାତ୍ରିବାଳୀଭକ୍ତିସହକାରେ ଆନନ୍ଦଭାବରେଉପହାରେ ପୂଜେ ଜଗଜ୍ଜୀବନେ ।ମନ୍ଦସମୀରଣ ବହେ କ୍ଷଣ କ୍ଷଣତନୁ ରୋମାଞ୍ଚିତ ପଲ୍ଲବ ଦୋଳିତଶୁରୁ ଶୁରୁ ଶବ୍ଦ ତରୁରାଜିରେ ।ଦେଖି ପବମାନ କରେ ଅନୁମାନରଜନୀ କାମିନୀ ଭାବୁକ ମୋହିନୀକ୍ଷଣିକ ନିଶ୍ୱାସ ଛାଡ଼ୁଚି କିରେ ।ନିଶାର ତୁଷାର ଅତି ଅନିବାରହୋଇ ଟପ ଟପ ପଡ଼େ ଥପ ଥପଅଭିଷିକ୍ତ କରେ ମେଦିନୀ ଦେହେ ।ନକ୍ଷତ୍ର ମଣ୍ଡିତା ଚନ୍ଦ୍ରେ ଆଲୋକିତାପବନ ସେବିତା ତହୁଁ ପୁଲକିତାରଜନୀ ଆନନ୍ଦ ଅଶ୍ରୁ କି ବହେ ।ଭାରେ ଅବନତ ଅଟଇ ସତତସୂର୍ଯ୍ୟରେ ତାପିତ ତେଣୁ କ୍ଳେଶାନ୍ୱିତମେଦିନୀମଣ୍ଡଳ, ଏ ଭାବ ଜାଣି ।ସତେ ନିଶାକର ହୋଇ ଦୟାପରତାର କ୍ଳେଶରାଶି ଦେବାକୁ କି ନାଶିସୁଶୀତଳ ଜଳ ସିଞ୍ଚଇ ଆଣି ।ଯେତେ ରାତ୍ରିଚର ଗଗନେ ବିହାରକରି ନାନାରୂପେ ପ୍ରହରୀ ସ୍ୱରୂପେଦେଖନ୍ତି ପ୍ରକୃତି ଶୋଭା ନୟନେ ।ସୁନୀଳ ସାଗର ପାଇ ଚନ୍ଦ୍ର କରଆହ୍ଲାଦେ ଫୁଲଇ ତେଜେ ଗରଜଇସୁବର୍ଣ୍ଣ ସୁନ୍ଦର ରୂପ ଦର୍ଶନେ ।ଭାବଇ ଭାବୁକ ହୋଇ ଜାଗରୂକଏ କି ଚମତ୍କାର ନୀଳପାରାବାରସୁବର୍ଣ୍ଣସ୍ୱରୂପ ରୂପେ ବିରାଜେ ।ନୁହେଁ ବା ସାଗର ସୁବର୍ଣ୍ଣ ଆକରତରଳତ ଦୋଇ ଏପରି ଫୁଟଇମେଦିନୀ ଗର୍ଭର ତାପର କାର୍ଯ୍ୟେ ।ଉନ୍ନତ ସୁନ୍ଦର ପୋତାଦି ନିକରସାଗର ବକ୍ଷରେ ଗମ୍ଭୀର ସ୍ୱରରେମନ୍ଥି ଜଳରାଶି କରେ ଗମନ ।ଭାବଇ ଭାବୁକ ହୋଇଣ ଉତ୍ସୁକଭୂତଳ ଗଗନେ ସୁମଧୁର ସ୍ୱନେପକ୍ଷୀଚୟ କି ଏ ଉଡ୍ଡୀୟମାନ ।ଉନ୍ନତ ପର୍ବତ ତରୁଲତାବୃତତହିଁରୁ ନିର୍ଝର ବହେ ଝର ଝରମର ମର ଶବ୍ଦେ ପୂର୍ଣ୍ଣ ସେ ସ୍ଥଳ ।କୁସୁମକାନନେ ସେହି ରମ୍ୟସ୍ଥାନେଈଶ୍ୱର ଭଜନେ ଋଷିଙ୍କର ମନେଆନନ୍ଦରସ୍ରୋତ ହୁଏ ପ୍ରବଳ ।ବିସ୍ତୀର୍ଣ୍ଣ କାନନ ତୁଙ୍ଗ ନିକେତନନଗର ପ୍ରଦେଶ ଅନନ୍ତ ଆକାଶସକଳେ ନିବେଶ ଯୋଗ ସାଧନେ ।ପ୍ରଭୁଙ୍କ କ୍ଷମତା କରୁଛନ୍ତି ଚିନ୍ତାଗମ୍ଭୀର ଭାବରେ ଉଚ୍ଚ ଉଦେଶ୍ୟରେଭାବୁକ ବିଚାରେ ଏ କଥା ମନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ