ଭାରତ ଉତ୍ସବ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୮୩୦
- ସ୍ଥିତି
- ସାର୍ବଜନୀନ (Public domain)
(ଭାରତେଶ୍ୱରୀ ପଦୋପଲକ୍ଷେ ଲିଖିତ ।)ପ୍ରଥମ ସ୍ତୋକସୁଖ ଦିବାକର ଉଦୟ ଏଥରଭାରତସନ୍ତତି ଶୁଣ ସକଳେ ।ମହାମହୋଦୟା ରାଣୀ ଭିକ୍ଟୋରିୟା‘‘ଭାରତ-ଈଶ୍ୱରୀ’’ ହେବେ ଚଞ୍ଚଳେ ।ଯାହାଙ୍କ ତେଜରେ ମର୍ତ୍ତ୍ୟମଣ୍ଡଳରେବଚସ୍କର କେତେ ରାଜେନ୍ଦ୍ରଗଣ ।ଯାର ଅଧିକାର ମଧ୍ୟେ ଦିନକରଡରି ଅସ୍ତ ନୁହେ ଦିଏ କିରଣ ।ଯାହାଙ୍କ ଆଦେଶେ ସାଗର ପ୍ରଦେଶେଅସଂଖ୍ୟ ଜାହାଜ ମନ୍ଥର ଜଳ ।ଯାହାଙ୍କ ସେନାନୀ ଶୌର୍ଯ୍ୟ ବୀର୍ଯ୍ୟେ ମାନୀଯୁଦ୍ଧେ ଚୂର୍ଣ୍ଣ କରି ବିପକ୍ଷବଳ ।ପଲାଶୀ ସମର ମନେ ଚିନ୍ତାକରସିପାହୀବିଦ୍ରୋହେ କିପରି ଜୟଅତ୍ୟନ୍ତ ନିବିଡ଼ ଭର୍ତ୍ତପୁରଗଡ଼ଏବେ ଛିନ୍ନଭିନ୍ନ ପଡ଼ିୟା ପ୍ରାୟ ।ଯାହାଙ୍କ ରାଜ୍ୟରେ ସବୁ ସମୟରେଲକ୍ଷ୍ମୀ, ସରସ୍ୱତୀ ପରିଚାରିଣୀ ।ପୃଥିବୀ ମଧ୍ୟରେ ବିଦ୍ୟା ବାଣିଜ୍ୟରେପ୍ରଥମଶ୍ରେଣୀରେ ଇଙ୍ଗଣ୍ଡଗଣି ।କେତେ ଗୁଣୀଜନ ଚଢ଼ି ବ୍ୟୋମଯାନଆକାଶମାର୍ଗରେ ବୁଲି ବୁଲନ୍ତି ।ଚନ୍ଦ୍ର, ଦିନକର ଗ୍ରହଗଣଙ୍କରଦୂରାଦୂର ମାପ ସ୍ଥିର କରନ୍ତି ।ପୃଥିବୀଗର୍ଭରେ ପଶି ସାହାସରେସ୍ତରାବଳି କେହି ନିର୍ଣ୍ଣୟ କରେ ।ଯହିଁ ଅତ୍ୟାଚାର ନୁହଇ ଅପାରସମ୍ୱାଦପତ୍ରର ମୁଖବଳରେ ।ବିଜ୍ଞାନବଳରେ ଏକ ନିମିଷରେପୃଥିବୀସମ୍ୱାଦ ହସ୍ତେ ପଡ଼ଇ ।ବାଷ୍ପୀୟଶକଟେ ଉଡ଼ୁଛନ୍ତି ବାଟେଏକମାସପଥେ ଦିନେ ଲାଗଇ ।ଦ୍ୱିତୀୟ ସ୍ତୋକଯେ ଦେଶ ଉତ୍ତରେ ପ୍ରାଚୀରରୂପରେହିମଗିରିବର ଦଣ୍ଡାୟମାନ ।ମଧ୍ୟରେ ସୁନ୍ଦର ବିନ୍ଧ୍ୟ ମହୀଧରଗଗନ ଭେଦିଣ ବିରାଜମାନ ।ପରିଖା ସାଗର ତିନିପାଶେ ଯାରଗର୍ଜେ ଭୀମନାଦେ ଦିବା ରଜନୀ ।ଦୈର୍ଘ୍ୟେ ଅଷ୍ଟଶତ ପ୍ରସ୍ଥେ ଷଷ୍ଠଶତକ୍ରୋଶେ ପରିମିତ ଯାହାକୁ ମଣି ।ଯହିଁ ବେଗବତୀ କେତେ ସ୍ରୋତସ୍ୱତୀକରି ବକ୍ରଗତି ‘‘ତରଣୀ’’ ଭରି ।ପତିଦରଶନେ ତୃଷାନିବାରଣେବହୁଛନ୍ତି ସଦା ସୁସ୍ୱାଦୁ ବାରି ।ମାଣିକ୍ୟ ମୁକୁତା ସୁବର୍ଣ୍ଣ ପ୍ରସୂତାଯାହାର ଗର୍ଭରେ ହୀରକଖଣି ।ମୃତ୍ତିକା ଉର୍ବରା ଅଟେ ପରମ୍ପରାବନପଦେଶ୍ୱର ଯାହାକୁ ଗଣି ।ମହାମହାବଳୀ କି ପ୍ରତାପଶାଳୀରାଜେଶ୍ୱର ରାମ, ଭୀମ, ଅର୍ଜୁନ ।ଧାର୍ମିକଶେଖର ରାଜା ଯୁଧିଷ୍ଠିରକର୍ଣ୍ଣଦାତା ଜନ୍ମ ଯହିଁରେ ପୁଣ ।ଭାରତରତନ କବିଙ୍କ ମଣ୍ଡନକବି କାଳିଦାସ ଶ୍ରୀଭବଭୂତି ।ଜୟଦେବ ବ୍ୟାସ ବାଲ୍ମୀକି ଶ୍ରୀହର୍ଷଯାହାଙ୍କ କବିତା ହିନ୍ଦୁସମ୍ପତ୍ତି ।ଏହି ସେ ଭାରତେ ଆଣି କରଗତେଆଜି ‘‘ଅଧୀଶ୍ୱରୀ’’ ବ୍ରିଟନରାଣୀ ।ପ୍ରକାଶି ଆନନ୍ଦ ହୁଅ ଗଦଗଦ ।ଉଚ୍ଚାରିଣ ସର୍ବେ ମଙ୍ଗଳବାଣୀ ।ଏ କାର୍ଯ୍ୟ ସାମାନ୍ୟ ନ କର ଭାବନରାଜା ପ୍ରଜା ଧନୀ ଭାରତ ନର ।ଆବଳ ସମସ୍ତ ମିଳି ଏକତ୍ରିତଶୀଘ୍ର ଆୟୋଜନ ସକଳ କର ।ଯେତେ ଗବର୍ଣ୍ଣର ହେ କମିଶନରଜଜ କିଲଟର ସକଳେ ମିଳ ।ଅକାତରେ ଧନ କର ବିତରଣଏହି ରାଜଭକ୍ତି ପ୍ରକାଶ ସ୍ଥଳ ।କୋଞ୍ଚୀ କୋଲାପୁର କୋଟା, ତ୍ରିବାଙ୍କୁରବହାବଳପୁର କର୍ପୂର ତଳା ।ସିନ୍ଧୁ ଯୋଦ୍ଧପୁର ବୁନ୍ଦି ବିକାନୁରହୁଲ୍କାର, ସର୍ମୁର ଯେ ପତିୟାଲା ।କାଶ୍ମୀର ଭୂପାଳ କାଶୀ ଗଡ଼ୋୟାଳନିଜାମ ନେପାଳ, ବଙ୍ଗ, ଉତ୍କଳ ।ଦିଲ୍ଲି ଅଭିମୁଖେ ଆସି ମନସୁଖେସଜାଅ ନଗର ସର୍ବ ଭୂପାଳ ।ତୃତୀୟ ସ୍ତୋକଦିଲ୍ଲିର ଦରବାରବାଜିଲା ଇଂରାଜୀ ବୀରବାଦନ,ଶବଦେ କମ୍ପିଲା ତିନି ଭୁବନ,ସମସ୍ତେ ଚଞ୍ଚଳ ଲାଗେ କୋଳାହଳ,ଅତ୍ୟନ୍ତ କଠିନ ପଥେ ଗମନ,ଇଙ୍ଗିତେ ଡାକିଲା ବୀରବାଦନ,ଦରବାରେ ଆସ ହେ ରାଜଗଣ ।୧।ଉଠି ଜୟଧ୍ୱଜା ଗଗନରାଜ୍ୟେ,ପବନହିଲ୍ଲୋଳେ ଦୋହଲେ ବ୍ୟାଜେ,ଦୂରୁଁ ଦୂର ଦୂର ବୋଲି ଅପସରଇଙ୍ଗିତେ କହୁଛି ଶତ୍ରୁସମାଜେ,ଏଠାରେ ଅଛନ୍ତି ଇଂରାଜରାଜେ,ଆସିଲେ ବିପଦ ହେବ ସହଜେ ।୨।ଅବିଶ୍ରାନ୍ତ ତହିଁ ବାଦ୍ୟ ବାଜିଲା,ଶତ ଶତ ତୋପ ନାଦ ଉଠିଲା,ହୋଇ ଏକତ୍ରିତ ଅତ୍ୟନ୍ତ ଅଦ୍ଭୁତଶବଦେ ସମସ୍ତ ଦିଗ କମ୍ପିଲା,ସତେକି ମେଦିନୀବକ୍ଷ ଫାଟିଲା,ସକଳ ଜୀବଙ୍କୁ ଚିନ୍ତା ଘୋଟିଲା ।୩।ସ୍ୱର୍ଗରେ ଚକିତ ଦେବତାଗଣ,ମର୍ତ୍ତ୍ୟପୁରେ ହୁଏ କି ଘୋର ରଣ,ଭାବିଲେ ଭାବିଲେ ପଛେ ସ୍ଥିର କଲେଇଂରାଜ ରାଜତ୍ୱେ ଏ ଆୟୋଜନ,ଭିକ୍ଟୋରିୟା ରାଣୀ ପଦଧାରଣ,ଏ ସମାରୋହର ମୂଳ କାରଣ ।୪।ଯମରାଜ ପରି ସୈନ୍ୟସର୍ଦ୍ଦାର,ଘୋଟକରେ ଚଢ଼ି ହେଲେ ବାହାର,ବାଜଇ ବାଦନ ଝଣ ଝଣ ଝଣସଜ୍ଜିତ ହୋଇଲେ ସୈନ୍ୟ ନିକର,ସତେ ମୁଣ୍ଡ କାଟି ନେବେ ଆମ୍ଭର,ଭାବି କେହି କେହି ଅତି କାତର ।୫।ଏଣେ ରାଜଗଣ ନିଜଉଚିତ,ବସନଭୂଷଣେ ହେଲେ ଭୂଷିତ,ବଜାଇ ବାଦନ ଭାରତ ପ୍ରାଙ୍ଗଣକମ୍ପାଇ ସଭାରେ ସେ ଉପସ୍ଥିତ,କିରଣଜାଲରେ ସଭା ମଣ୍ଡିତ,ଜୟଶବ୍ଦେ ଦଶଦିଶ ପୂରିତ ।୬।ରାଜ ପ୍ରତିନିଧି ‘‘ଲର୍ଡଲିଟନ’’,ଆସି ଉପସ୍ଥିତ ତହିଁ ବହନ,ବାଜଇ ବାଦନ ତୋପ ଘନ ଘନ‘‘ଜୟ ଭିକ୍ଟୋରିୟା’’ ‘‘ଜୟ ଭିକ୍ଟୋରିୟା,‘‘ରାଜରାଜେଶ୍ୱରୀ’’ ‘‘ଭାରତଈଶ୍ୱରୀ,ଦରବାରେ ସ୍ଥିର ଏହି ବଚନ,ସମସ୍ତେ ସୁଖରେ କଲେ ଗାୟନ,ଆନନ୍ଦେ ପୂରିତ ଲୋକବଦନ ।୭।ଆଜି ଦିଲ୍ଲୀପୁରେ କେଡ଼େ ବାଜଣା,ଭାରତକ୍ଷେତ୍ରରେ ପଡ଼େ ଘୋଷଣା,ଯହିଁ ଆକବର ସୁବୋଧ ବାବରଜାହାଙ୍ଗୀର ବାଦଶାହୀ ଗଣନା,ସେହି ବୀରସ୍ଥଳେ ଇଂରାଜବାନା,ଉଡ଼ଇ ତଡ଼ଇ ବିପକ୍ଷସେନା ।୮।ଆଜି କି ଆନନ୍ଦେ ଭାରତ ଭାସେ,ସର୍ବ ମୁଖପଦ୍ମ ପୂରିତ ହାସେ,ରାଜରାଜେଶ୍ୱରୀ ଭାରତଈଶ୍ୱରୀ ।ଜୟ ଭିକ୍ଟୋରିୟା ବୋଲି ପ୍ରକାଶେ,ନଗରବାସିଙ୍କ ଗୃହର ପାଶେ,କେତେ ପୂର୍ଣ୍ଣକୁମ୍ଭ ଚାରୁ ବିକାଶେ ।୯।ଦ୍ୱାରେ ଦ୍ୱାରେ ଝୁଲେ ତୋରଣାମାଳ,ବାଜେ ବେଣୁ ବୀଣା ବାଜଣାଜାଳ,ଗିନି କରତାଳ ମୃଦଙ୍ଗ ମର୍ଦ୍ଦଳ,ପଖାଉଜ ଭେରୀ ଏକାଳ,ମଧୁର ସଙ୍ଗୀତ ଧନ୍ୟ ଏ କାଳ,ତୋଷେ ସବୁ ବୃଦ୍ଧ ଯୁବକ ବାଳ ।୧୦।ଦେବାଳୟେ ହେଲା ଦେବପୂଜନ,ବ୍ରାହ୍ମଣେ କରିଲେ ବେଦପଠନ,ଭାରତେ ଯେତେକ ମଙ୍ଗଳ ସୂଚକ,ଲକ୍ଷଣ ସକଳ ଦେବୀପ୍ୟମାନ,ନାଚନ୍ତି ଭାରତ ସନ୍ତତିଗଣ,‘‘ଜୟ ଭିକ୍ଟୋରିୟା’’ ‘‘ଜୟ ଭିକ୍ଟୋରିୟା’’‘‘ରାଜରାଜେଶ୍ୱରୀ’’ ଭାରତ ଈଶ୍ୱରୀ,କରତାଳି ଦେଇ କରି ଗାୟନ ।୧୨।ଭାରତବାସିନୀ ଏଣୀନୟନା,ପତିବିଳାସିନୀ ଝୀନବସନା,ବାମାଏ ମିଳିଲେ ହୁଳହୁଳି ଦେଲେ,ଘୃତ ଦୀପେ କଲେ ଶ୍ରୀ ବନ୍ଦାପନା,ସଗର୍ବେ କହିଲେ ପିକବଚନା,ଶ୍ରୀମତୀ ସୁନ୍ଦରୀ ।ଭାରତଈଶ୍ୱରୀ ।ଆମ୍ଭ ନାରୀଜାତି ଅଟନ୍ତି ସିନା ।୧୩।ରାଜଦଣ୍ଡେ ସବୁ ପଡ଼େ ଚହଳ,କେତେ ଗଣ୍ଡଗୋଳ କି କୋଳାହଳ,ପିମ୍ପୁଡ଼ିକି ବାଟ ମିଳିବା ଦୁର୍ଘଟ,ଗାଡ଼ି ଘୋଡ଼ା ଚାଲେ ଅତି ଚଞ୍ଚଳ,ଜଗି ରହିଛନ୍ତି ରକ୍ଷକବଳ,କେବଳ ଆପଦେ ପଡ଼େ ଦୁର୍ବଳ ।୧୩।ସନ୍ଧ୍ୟା ଆଗମନେ ଦିନର ଶେଷେ,ଭାରତଭୂମି ଯେ ନୂତନ ବେଶେ,ସଜ୍ଜିତ ହୋଇଲା କିରଣ ଛାଡ଼ିଲା,ଆଲୋକେ ପୂରିଲେ ସକଳ ଦିଶେ,ଆହା ଦୀପଶ୍ରେଣୀ କି ଶୋଭା ଦିଶେ,ସତେ କି ନକ୍ଷତ୍ରପୁଞ୍ଜ ଆଭାସେ ।୧୪।ଆକାଶେ ଚିନ୍ତିଲେ ରଜନୀପତି,କ୍ଷୀଣ ଦେଖି କରି ଆପଣା ଜ୍ୟୋତି,ଏ ଅତି ବିଚିତ୍ର ଭାରତ-ଭୂଚିତ୍ର,ମଣ୍ଡିତ ହୋଇଛି ତାରାପଙ୍କତି,ହରିଲା ଚୋର କି ମୋର ସମ୍ପତ୍ତି,ଧିକ ଧିକ ଆଜି ମୋ ରୂପ କାନ୍ତି ।୧୫।ସଙ୍ଗୀତ ଗାଇଲେ ପକ୍ଷୀନିଚୟ,ଦଶ ଦିଗ ଦେଖି ଆଲୋକମୟ,ବ୍ରିଟିଶ ଶାସନ ନିୟମ ଅଧୀନ,ଭାରତର ପକ୍ଷୀକୁଳ ନିଶ୍ଚୟ,ରାଜଭକ୍ତି ହୋଇଅଛି ଉଦୟ,ତେଣୁ ସାମାଜିକ ଏ ତାନ ଲୟ ।୧୬।‘‘ଭାରତଈଶ୍ୱର ବ୍ରିଟନ ରାଣୀ,ସୁଖେ ଥାଅ ମାତଃ ମଙ୍ଗଳବାଣୀ,ସିନ୍ଧୁ ହିମ ଗିରି କୁମାରିକା ଧରି,ଆନନ୍ଦେ ଗାଇଲେ ସକଳ ପ୍ରାଣୀ,ପୁତ୍ର ବଧୂ ଘେନି ଶ୍ରୀମତୀ ରାଣୀ,ରହନ୍ତୁ ହୋଇଣ ଦୀର୍ଘଜୀବିନୀ ।୧୭।ପ୍ରତିଧ୍ୱନି ଛଳେ ଗାଏ ସାଗର,ସୁରମ୍ୟ, ଗମ୍ଭୀର, ଗିରିକନ୍ଦର,ହ୍ରଦ ନଦୀ ସର ନିର୍ଝର ନିକର,ସଲିଳପ୍ରପାତ, କୂପ, ଆକର,ଏ ଶବ୍ଦ ଉଠିଲା ପୁଣି ଅମ୍ୱର,ଗାଇଲେ ଅପ୍ସରା ସୁର କିନ୍ନର ।୧୮।ଇତିବୃତ୍ତବେତ୍ତା ରହସ୍ୟ ଭରେ,ଲେଖିବେ ସମୟ ଇତିହାସରେ,ଧନ୍ୟ ସତସ୍ତରି ସାଲ ଜାନୁଆରି,ପ୍ରଥମ ଦିବସ ସୋମବାରରେ,ଧନ୍ୟ ତିଥି କ୍ଷଣ ରାଶି ଯୋଗରେ,ଘେନିଲ ମୁକୁଟ ମସ୍ତକୋପରେ ।୧୯।ପତିତପାବନ ହେ ଦୀନ ଧନ,ତବ ପଦେ ଆଜି ଏ ନିବେଦନ,ଶ୍ୱେତକୃଷ୍ଣ ବର୍ଣ୍ଣେ ସମ ଦୃଷ୍ଟି ଜ୍ଞାନେ,କରିବେ ଶ୍ରୀମତୀ ରାଜ୍ୟଶାସନ,ଏକଥା ଅନ୍ୟଥା ନୋହୁ ଘଟନ,‘‘ଜୟ ଭିକ୍ଟୋରିୟା’’ ‘‘ଜୟ ଭିକ୍ଟୋରିୟା’’‘‘ରାଜରାଜେଶ୍ୱରୀ’’ ‘‘ଭାରତଈଶ୍ୱରୀ’’କାଳେ କାଳେ ରହୁ ଏହି ବଚନ ।୨୦।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ