ପ୍ରସ୍ତାବ ସିନ୍ଧୁ
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୧୩୯ ମିନିଟ୍
- ଶବ୍ଦ
- ୨୨୧୯୧
- ସ୍ଥିତି
- ସାର୍ବଜନୀନ (Public domain)
ବନ୍ଦଇ ବାଳଗୋପାଳ ମୂରତି ।ଶାରଦା ବଲ୍ଲଭ ଲକ୍ଷ୍ମୀର ପତି ॥
ଭକତ ହିତେ ମର୍ତ୍ତ୍ୟପୁରେ ବିଜେ ।ଦେବାଧିଦେବଙ୍କ ଉପରେ ରାଜେ ॥
ବସୁଦେବ ଅଟେ ଯାହାର ପିତା ।ଉଗ୍ରସେନ ସୁତା ଯାହାର ମାତା ॥
ଗୁପତ ପ୍ରକାରେ ପ୍ରବେଶଗୋପେ ।ବସୁଦେବ ନେଲା ଚୋର ସ୍ୱରୂପେ ॥
ଯଶୋଦା ଦେବୀଙ୍କ କୋଳରେଦେଲା ।ବିଜୁଳିକି ଘେନି ମଥୁରା ଗଲା ॥
ମର୍ତ୍ତେ ଜାଣନ୍ତି ଏହା ତିନିଜଣ ।ଦେବକୀ ବସୁଦେବ ଉଗ୍ରସେନ ॥
ସ୍ୱର୍ଗରେ ଜାଣନ୍ତି ଯେ ଶଚୀପତି ।ଆବର ଜ୍ଞାତା ଗୁରୁ ବୃହସ୍ପତି ॥
ନାରଦ ମୁନିହିଁ ଜାଣନ୍ତି ପୁଣ ।ବେନିପୁର ମଧ୍ୟେ ଏ ଷଡ଼ଜଣ ॥
ଆବର କେହି ଜାଣିବାକୁ ନାହିଁ ।ବିଷ୍ଣୁ ମାୟାକୁ କେ ଖଣ୍ଡି ପାରଇ ॥
ବ୍ରହ୍ମା ନ ଜାଣନ୍ତି ଯାହାର ଲେଶ ।ମାନବ ହୋଇ ମୁଁ କହିବି କିସ ॥
ସେ ମହାପ୍ରଭୁଙ୍କ ପଦ୍ମଚରଣ ।ଦୀନକୃଷ୍ଣ ଦାସ ପଶେ ଶରଣ ॥
ସୁଜନଜନେ ଶୁଣ ମନ ଦେଇ ।ପ୍ରସ୍ତାବସିନ୍ଧୁ ଏ ଗ୍ରନ୍ଥକୁ କହି ॥
ସୂର୍ଯ୍ୟବଂଶେ ରାଜା ଯେ ଦଶରଥ ।ଗୁରୁ ବଶିଷ୍ଟ ମୁନି ବ୍ରହ୍ମାସୂତ ॥
ସକଳ ଗୁଣେ ସେ ମୁନି ନିପୁଣ ।ଜ୍ଞାତା ଭୂତ ଭବିଷ୍ୟ ବର୍ତ୍ତମାନ ॥
ସେ ମୁନିଙ୍କୁ ଚାହିଁବୋଇଲେରାୟେ ।ଭୋମୁନି ମୋ ଆଗେ କହ କଥାଏ ॥
ଭଲ ମନ୍ଦ ଉଭୟର ବ୍ୟବସ୍ଥା ।ତବ ଶ୍ରୀମୁଖୁଁ ଶୁଣିବାକୁ ଇଚ୍ଛା ॥
ମୁନି ବୋଇଲେ ତା କହିବା ଶୁଣ ।ଆସନେ ବସି ସ୍ଥିରହୋଇ ଶୁଣ ॥
ମୂଳସୂତ୍ରଂ ପ୍ରବକ୍ଷାମି ଚାଣକ୍ୟେନ ଯଥୋଦିତଂଯସ୍ୟ ବିଜ୍ଞାନ ମାତ୍ରେଣ ନରୋ ଭବତି ପଣ୍ଡିତଃ ॥
ପାପ ପୁଣ୍ୟ ଭଲମନ୍ଦ ବ୍ୟବସ୍ଥା ।ରାଜବିଧିମତ ଯେମନ୍ତ କଥା ॥
ମୂଳସୂତ୍ର ତୋତେ କହିବି ମୁହିଁ ।ଯାହା ଚାଣକ୍ୟେ ଅଛି ଉକ୍ତହୋଇ ॥
ଏ ଗ୍ରନ୍ଥ ପଢ଼ଇ ଯେବଣ ଜନ ।ପଣ୍ଡିତପଣକୁ ହୁଏ ଭାଜନ ॥
ସେକଥାତୋଆଗେ କହିବା ବାଛି ।ଉଚିତ ଅର୍ଥ ଏ ଗ୍ରନ୍ଥରେ ଅଛି ॥
ନାନା ଶାସ୍ତ୍ରୋଦ୍ଧୃତଂ ବକ୍ଷେ ରାଜନୀତି ସମୁଚ୍ଚୟଂସର୍ବବୀଜମିଦଂ ଶାସ୍ତ୍ର ଚାଣକ୍ୟ ସାରସଂଗ୍ରହଂ ।ନାନା ଶାସ୍ତ୍ରରୁ ହୋଇଛି ଉଦ୍ଧାର ।ଯା ନାମ ଅଟଇ ଚାଣକ୍ୟ ସାର ॥
ସର୍ବ ଶାସ୍ତ୍ର ବୀଜ ଏଥିରେ ଅଛି ।ରାଜନୀତିମାନ ପୂରି ରହିଛି ॥
ଯସ୍ୟାଭ୍ୟାସୁଷେ ଯକୃତଂ ଚାତୁର୍ଯ୍ୟଂ ସୁଯଶୋଽଧିକଂଶୁଭାଶୁଭବତଂ ଦୃଶ୍ୟଂ ଜ୍ଞାୟତେ ଚ ତଦୁଃଚ୍ୟତେ ।ଏ ଗ୍ରନ୍ଥ ପଢ଼ିବ ଯେବଣ ଜନ ।କହି ପାରିବ ସବୁ କଥାମାନେ ॥
ସ୍ୱଭାବେ ଚତୁର ହେବସେ ପ୍ରାଣୀ ।ବୁଦ୍ଧି ସ୍ଫୁରିବ ଭଲମନ୍ଦ ଜାଣି ॥
ଇଦଂ ଶାସ୍ତ୍ରଂ ମନୁଷ୍ୟାଣାଂ ସର୍ବେଷାମୁପକାରକଂଧର୍ମୋପଦେଶ ବିନୟଂ କାର୍ଯ୍ୟାକାର୍ଯ୍ୟଂ ଶୁଭାଶୁଭଂ ।ଏ ଗ୍ରନ୍ଥ ମହିମା କେ ପାରେ କହି ।ସର୍ବଲୋକଙ୍କୁ ଉପକାର ଏହି ॥
ଧର୍ମୀଲୋକଙ୍କୁ ଧର୍ମ କଥା କହି ।ଉପଦେଶୀଲୋକ କାର୍ଯ୍ୟହିଁ ପାଇ ॥
ସମୟ ଅନୁରୂପେ ଯେଉଁ ବୁଦ୍ଧି ।ସକଳ କାର୍ଯ୍ୟ ଏ କରଇ ସିଦ୍ଧି ॥
ଶୁଭ ଅଶୁଭ ଭଲ ମନ୍ଦ ଯାହା ।ଏ ଶାସ୍ତ୍ର ପଢ଼ିଲେ ଜାଣଇତାହା ॥
ମୂର୍ଖ ଲୋକଙ୍କର ଯେଉଁ ବିଚାର ।ସାବଧାନେ ଶୁଣ ନୃପତିବର ॥
ବିଦ୍ୱାନେବହି ଜାନାତି ବିଦ୍ୱଜ୍ଜନପରିଶ୍ରମଂନ ହି ବନ୍ଧ୍ୟା ଦ୍ୱିଜାନାତି ଗୁର୍ବାଂ ପ୍ରସବବେଦନା ।ବାଳୁତ ପୁଅର ହୃଦୟ ବ୍ୟଥା ।ପାଠ ପଢ଼ିବାରଯେଉଁ ବ୍ୟବସ୍ଥା ॥
ମୂର୍ଖଲୋକେ ତା ନ ଜାଣନ୍ତିକିନା ।ବୋଲନ୍ତି ଏକଷ୍ଟ ଅଳପ ସିନା ॥
ବିଦ୍ୟାପଢ଼ିବାରେ ଯେଉଁ ବ୍ୟବସ୍ଥା ।ବୁଧ ସେ ଜାଣଇ ତହିଁର କଥା ॥
ଯେତେଦୁଃଖେ ପଢ଼ାଯାଏଟି ପାଠ ।ବନ୍ଧ୍ୟା କି ଜାଣଇ ପ୍ରସବ କଷ୍ଟ ॥
ମୁର୍ଖ ଲୋକର ଏ ବିଚାର ଯେଣୁ ।ପଢ଼ିବା କଷ୍ଟ ନ ଜାଣନ୍ତି ତେଣୁ ॥
ପ୍ରସବ ସ୍ତିରୀର ଯେତେକ ବ୍ୟଥା ।ସେହି ସେ ଜାଣଇ ତାହାର କଥା ॥
ପଣ୍ଡିତଭାବେ ଯେତେଲୋକ ଶ୍ରେଷ୍ଠ ।ସେ ଜାଣନ୍ତି ବିଦ୍ୟା ପଢ଼ିବା କଷ୍ଟ ॥
ଲୁବ୍ଧମର୍ଥେନ ଗୃହୀୟାତ୍ କ୍ରୁଦ୍ଧମଞ୍ଜଳି କର୍ମଣାମୂର୍ଖଂ ଖନ୍ଦାନୁବାଦେନ ଯଥାତଥ୍ୟେନ ପଣ୍ଡିତଂ ।ଯାହାର ଶରଧା ଯେଉଁ କଥାକୁ ।ସେବାଟ ଯେବେଦେଖ ଇବତାକୁ ॥
ତେବେ ତାମନରୁ ଛାଡ଼ଇ ଦୁଃଖ ।ଅନ୍ୟ କଥାକୁ ନ ମଣଇ ସୁଖ ॥
ଯାହାର ଯେବଣ ଦ୍ରବ୍ୟକୁ ଆଶ ।ସେ ଦ୍ରବ୍ୟପାଇଲେ ହୁଏ ସନ୍ତୋଷ ॥
ଲୋଭୀକୁ ଧନଦେଇ ରଖ ପାଶ ।ରାଗୀକୁ ହାତଯୋଡ଼ି କର ବଶ ॥
ମୂର୍ଖଲୋକଙ୍କୁ ଛନ୍ଦ କଥାମାନ ।କହି ସନ୍ତୋଷ କରିବ ତା ମନ ॥
ପଣ୍ଡିତଲୋକଙ୍କୁ ଯଥାର୍ଥ କହି ।ଏତେକେ ସେଲୋକ ତୋଷହୁଅଇ ॥
ଆପଦାର୍ଥେ ଧନଂ ରକ୍ଷେଦ୍ଦାରୋ ରକ୍ଷେଦ୍ଧନୈରପିଆତ୍ମାନଂ ସତତଂ ରକ୍ଷେତ୍ପଶ୍ଚଦ୍ଧାର ଧନୈରପି ।ଆବର କଥାଏ ଶୁଣ ରାଜନ ।ବିପଦ କାଳକୁ ସଞ୍ଚିବ ଧନ ॥
ଧନଦେଇ ନାରୀ ଗ୍ରହଣ କର ।ନାରୀ ନ ଥିଲେଟି ନୁହଇ ଘର ॥
ବିପତ୍ତିବେଳେ ଯେବେଥାଏ ଧନ ।ତାହା ସବୁଦେଇ ରଖ ଜୀବନ ॥
ପୁତ୍ର ଭାରିଯା ଥିଲେ ତା ଉପେକ୍ଷି ।ଅତି ଯତନରେ ଦେହକୁ ରଖି ॥
ଦେହ ରଖିଥିଲେ ସବୁହିଁ ପାଇ ।ପଛେ ପୁଣି ପୁତ୍ର ଭାରିଯାହୋଇ ॥
ପ୍ରସ୍ତାବ ସଦୃଶଂ ବାକ୍ୟ ସ୍ୱଭାବସଦୃଶ ପ୍ରିୟଂଆମ୍ଭଶକ୍ତିସମଂ କୋପଂ ଯେ ଧନାତି ସୁପଣ୍ଡିତଃ ।ସଭାଗୋଷ୍ଠୀରେ ଭଲମନ୍ଦ କଥା ।ପ୍ରସ୍ତାବ ସଦୃଶ କହିବ କଥା ॥
ଯାହାସଙ୍ଗେ ଯେଉଁ କଥା ବିଚାରି ।ତା ତୁଲେ ପ୍ରୀତି ସେହିଭାବେକରି ॥
ଆତ୍ମାର ଯେଡ଼େ ପରାକ୍ରମ ଧାପ ।ତହିଁର ସଦୃଶ କରିବ କୋପ ॥
ଏତେବିଚାରେ ଯେଉଁଲୋକଥାଇ ।ପଣ୍ଡିତ ବୋଲିଟି ତାହାକୁକହି ॥
ଧନୀ ଚ ଶ୍ରୋତ୍ରିୟୋ ରାଜା ନଦୀ ବୈଦ୍ୟସ୍ତୁ ପଞ୍ଚମପଞ୍ଚ ଯତ୍ର ନ ବିଦ୍ୟନ୍ତେ ତତ୍ର ବାସଂ ନ କାରୟତେ୍ ।ଯେଉଁ ଦେଶରେ ଧର୍ମବନ୍ତ ପ୍ରାଣୀ ।ସୁପଣ୍ଡିତ ଯେବେ ନଥାଏ ପୁଣି ॥
ଚିକିତ୍ସକ ଯେବେ ନଥିବ ପାଶ ।ରାଜତେଜ ନାହିଁ ଯେବଣ ଦେଶ ॥
ନଦୀ ନଥିଲେ ଭଲଜଳ ନାହିଁ ।ଏମନ୍ତ ଦେଶରେ ରହିବ ନାହିଁ ॥
ଦୁଷ୍ଟା ଭାର୍ଯ୍ୟା ଶଠଂ ମିତ୍ରଂ ଭୃତ୍ୟାଶ୍ଚୋତ୍ତରଦାୟକଃ ।ସସର୍ପେ ଚ ଗୃହେ ବାସୋ ମୃତ୍ୟୁରେବ ନ ସଂଶୟ ।ଯେଉଁ ପୁରୁଷର ଭାରିଯା ଦୁଷ୍ଟ ।ମଇତ୍ର ହୋଇ ହୁଏ ଯେବେ ଶଠ ॥
ଭୃତ୍ୟସରି ହୋଇ ଉତ୍ତର ଦେବ ।ଗୃହରେ ସର୍ପ ବାସ କରିଥିବ ॥
ସେ ଲୋକ ଜୀବନ ପାଇବ କାହିଁ ।ମରିବାର ତାର ବିଳମ୍ବ ନାହିଁ ॥
ନଦୀନା ନଖିନାଂ ଶୃଙ୍ଗିଣାଂ ଶସ୍ତ୍ରପାଣିନାଂ ।ବିଶ୍ୱାସୋହି ନ କର୍ତ୍ତବ୍ୟଃ ସ୍ତ୍ରୀଷୁ ରାଜକୁଳେଷୁ ଚ ।ପରଦେଶେ ଥିବ ଯେବଣ ନଈ ।ଭରସା କରି ନ ପଶିବ ତହିଁ ॥
ନଖ ଥିଲା ଜନ୍ତୁ ଯେବେ ଦେଖିବ ।ତାହାଙ୍କୁ ବିଶ୍ୱାସ କେଭେ ନଯିବ ॥
ଶିଙ୍ଗଥିଲା ଜନ୍ତୁ ଦେଖିଲେ ଡରି ।ଆବର ବିଶ୍ୱାସ ନ ଯିବ ସ୍ତିରୀ ॥
ରାଜାଙ୍କୁ ବିଶ୍ୱାସ କେଭେ ନଯାଇ ।ଖଳ ଲୋକଙ୍କୁ ଯେ ବିଶ୍ୱାସ ନାହିଁ ॥
ଅନାୟକା ବିନଶ୍ୟନ୍ତି ନିଶ୍ୟନ୍ତି ବହୁ ନାୟକାଃ ।ସ୍ତ୍ରୀନାୟକାଃ ବିନଶ୍ୟନ୍ତି ନଶ୍ୟନ୍ତି ଶିଶୁନାୟକାଃ ।ନାୟକ ନ ଥାଇ ଯେବଣ ଘର ।ସେ ଘର ଛାରକୁ ଲେଖା ନ କର ॥
ଯେଉଁଘରେ ଜଣେ ଜଣେ ନାୟକ ।ପଞ୍ଜରେ ସେଘର କେଭେନଲେଖ ॥
ସ୍ତିରୀ ନାୟକଟି ଯେବଣ ଘରେ ।ସେ ଘର ନୁହଇ ଲେଖା କାହିଁରେ ॥
ଯେଉଁ ଘରେ ଥିବ ଶିଶୁ ନାୟକ ।ସେ ଘର ଛାରକୁ କାହିଁ ନଲେଖ ॥
ଯସ୍ମିନ୍ ଦେଶେନ ସମ୍ମାନଂ ବା ବୃତ୍ତିନଚ ବାନ୍ଧବାଃ ।ନ ଚ ବିଦ୍ୟାଗମଃ କଶ୍ଚିତ୍ତଦେଶଂ ପରିବର୍ଜ୍ଜୟେତ୍ ।ଆବର କଥାଏ ଶୁଣ ବିଶେଷେ ।ସନମାନ ନାହିଁ ଯେବଣ ଦେଶେ ॥
ଯେଉଁ ଦେଶରେ ବୃତ୍ତିବାଡ଼ି ନାହିଁ ।ବନ୍ଧୁ ଆଦିକରି ନ ଥିବେ ଯହିଁ ॥
ବିଦ୍ୟାବନ୍ତ ଲୋକ ନଥିବ ଯେବେ ।ସେଦେଶେ ବାସ ନକରିବକେବେ ॥
ଚଳତ୍ୟେକେନ ପାଦେନ ତିଷ୍ଠତ୍ୟେକେନ ବୁଦ୍ଧିମାନନାସମୀକ୍ଷ ପରସ୍ଥାନ ପୂର୍ବମାୟତନଂ ତ୍ୟଜେତ୍ ।ଯେବେ ଯିବ ପରସ୍ଥାନକୁ ଭାଜି ।ତହିଁ ସମାଚାର ଆଗହୁଁ ବୁଝି ॥
ମାସେ ପକ୍ଷେ କାଳ ଘର କରିବ ।ତେବେ ପୂର୍ବ ଆୟତନ ତେଜିବ ॥
ଏଥକୁ ଅପ୍ରତେ ନ କର ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ ॥
ପଥ ଚାଲନ୍ତେ ପାଦେ ଆଗେ ବଢ଼ି ।ସେ ପାଦ ରଖି ଆରପାଦ କାଢ଼ି ॥
ଏହି ପ୍ରକାରେ ସେ କଥାକୁ ଘେନ ।ଆବର କହିବା ଶୁଣ ରାଜନ ॥
ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ଶତ୍ରୁ ବିଗ୍ରହେ ।ରାଜଦ୍ୱାରେ ଶ୍ମଶାନେ ବା ଯସ୍ତିଷ୍ଠତି ସ ବାନ୍ଧବଃ ।ବନ୍ଧୁ ବୋଲିକରି ଯାହାକୁ କହି ।ସେ ଯେବେ ଉତ୍ସବ କାଳେ ଆସଇ ॥
ସଖା ହୋଇଥାଏ ବିପତ୍ତି ଠାବ ।ଦୁର୍ଭିକ୍ଷକାଳେ ସମ୍ଭାଳଇ ଯେବେ ॥
ଶତ୍ରୁ ଉପଗତ ସମୟେ ଯାଇ ।ତେତେବେଳେ ଯେବେ ସପକ୍ଷ ହୋଇ ॥
ରଜାର ଦଣ୍ଡିବା କାଳେ ସେନେହ ।ସଖାହୋଇ ଯେବେ ପାତଇ ଦେହ ॥
ଶ୍ମଶାନେ ବୋଇଲେ ମରଣ କାଳେ ।ପଚାରେ ସେ ତାକୁ ବାନ୍ଧବ ବୋଲେ ॥
ଏତେଠାରେ ଯେହୁ ସପକ୍ଷ ହୋଇ ।ବନ୍ଧୁ ବୋଲି ହାଦେ ତାହାକୁକହି ॥
ଜାନିୟାଦ ବ୍ୟସନେ ଭୃତ୍ୟାନ୍ ବାନ୍ଧବାନ୍ ବ୍ୟସନାଗମେ ।ମିତ୍ରଂଚାପଦ କାଳେ ଚ ଭାର୍ଯ୍ୟାଂ ଚ ବିଭବକ୍ଷୟେ ।ସେବକ ବୋଲି ବୋଲିବ ଯାହାକୁ ।ବିପଦକାଳେ ପେଷିବା ଯାହାକୁ ॥
ବନକୁ ଯାଉକି ଦୁର୍ଗମେ ଯାଉ ।ତହିଁକି ବିମନ ନଥାଉ ଥାଉ ॥
ଦୁଃଖରେ ଯେବେ ବନ୍ଧୁକୁ ଦେଖିବ ।ଖଣ୍ଡେ ଦୂରରୁ ପାଛୋଟି ଆଣିବ ॥
ଆଦର କରି ନିଜପୁରେ ନେଇ ।ଯଥାସକ୍ୟେ ତାକୁ ଚରଚା ଦେଇ ॥
ଗଲାବେଳେ ଯିବା ବାଟକୁ ପୁଣି ।ସୁବନ୍ଧୁ ବୋଲିଟି ତାହାକୁ ଜାଣି ॥
ମିତ୍ର ଯେବେ ଆସେ ଆପଦକାଳେ ।କୁଟୁମ୍ବ ସହିତ ନେଇ ସମ୍ଭାଳେ ॥
ନିଜ କୁଟୁମ୍ବହୁଁ ଅଧିକ ଦେଖେ ।ସୁମିତ୍ର ବୋଲିଟି ତାହାକୁ ଲେଖେ ॥
ଭାରିଯା ଯେବେ ପ୍ରିୟବତୀ ଅଟେ ।ନିର୍ଦ୍ଧନ କାଳେ ଗେରସ୍ତକୁ ଖଟେ ॥
ଯେବେ ହୋଇଥାଏ ବଚନକାରୀ ।ତାହାକୁ ବୋଲି ପ୍ରିୟବତୀ ନାରୀ ॥
ଭୋଜ୍ୟଂ ଭୋଜନଶକ୍ତିଶ୍ଚ ରତିଶକ୍ତି ର୍ବରାସ୍ତ୍ରିୟଃ ।ବିଭବୋ ଦାନଶକ୍ତି ନାଳ୍ପସ୍ୟ ତପସଃ ଫଳଂ ।ସମ୍ପଦ ଥାଇ ଯେ ଭୋଗର ଶକ୍ତି ।ଥିବ ଆଉ ଥାଇ ବର ଯୁବତୀ ॥
ସଂଭୋଗ ଶକତି ଥିଲେଟି ସୁଖ ।ବିଭବରେ ଦାନଶକ୍ତିକି ଲେଖ ॥
ଅଳପ ତପସ୍ୟାଫଳେ ଏମାନ ।ନ ମିଳଇ ଏହା ମନରେ ଘେନ ॥
ଅଗ୍ନିହୋତ୍ରଫଳା ବେଦଶୀଳଃବୃତ୍ତିଫଳ ତତଃରତିପୁତ୍ରଫଳା ନାରୀଦତ୍ତଭୁକ୍ତଫଳ ଧନ ।ଅଗ୍ନିହୋତ୍ର ବୋଲି ବିପ୍ରଙ୍କୁ କହି ।ତାହାଙ୍କଫଳ ଯେ ଦେବଅଟଇ ॥
ଶୀଳବୃତ୍ତିଫଳ ତପସ୍ୟା କରି ।ରତିପୁତ୍ର ପୁତ୍ରୀ ଫଳଟି ନାରୀ ॥
ଦେବା ଭୁଞ୍ଜିବାର ଫଳ ସମ୍ପତ୍ତି ।ଏବେ ଯେ କହିବା ସ୍ତିରୀଙ୍କ ରୀତି ॥
ଆହାରୋ ଦ୍ୱି ଗୁଣଃ ସ୍ତ୍ରୀଣାଂ ବୁଦ୍ଧିସ୍ତସାଂ ଚତୁର୍ଗୁଣଃଷଡ୍ଗୁଣୋଃ ବ୍ୟବସାୟଶ୍ଚ କାମାଶ୍ଚାଅଷ୍ଟଗୁଣଃ ସ୍ମୃତଃ ॥
ପୁରୁଷଠାରୁ ଦ୍ୱିଗୁଣ ଭୋଜନେ ।ବୁଦ୍ଧ ଚାରିଗୁଣ ଯୁବତୀମାନେ ॥
ଘର ଆଡ଼ ତିରେଷଡ଼ଗୁଣେ ବଳି ।କାମେ ଆଠଗୁଣ ନୁହେ ସମ୍ଭାଳି ॥
ଏବେ ଅଣହିତ ହିତ କରିବା ।ପରଆପଣା ଦେହେଁ ବୁଝାଇବା ॥
ପରୋଽପି ହିତବାନ ବନ୍ଧୁ ବଂନ୍ଧୁ ରପ୍ୟହିତଃ ପରଃଅହିତୋ ଦେହିଜୋ ବ୍ୟାଧି ହିତ ମାରଣ୍ୟମୌଷଧିଃ ।ପରହୋଇ ଯେବେ ରଞ୍ଜିବା ଚିତ୍ତ ।ବନ୍ଧୁ ହୋଇ ଯେବେ ନୋହିବ ହିତ ॥
ପରକୁ ପର ହୁଏ ଉପକାରୀ ।ବନ୍ଧୁହିଁ ତାହାକୁ ନୁହଇ ସରି ॥
ତୁମ୍ଭେ ବୋଲିବ କେଉଁ ଭାବେ ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ ॥
ଆପଣା ଦେହରୁ ଜନ୍ମଇ ବ୍ୟାଧି ।ଯେମନ୍ତ ପ୍ରକାରେ ଭଗାରି ସାଧି ॥
ବନରୁ ଆଣିବା ଔଷଧ ମୂଳ ।ଭକ୍ଷିବା ମାତ୍ରକେ ଦେହ କୁଶଳ ॥
ପରହୋଇ ଯେବେ ହିତ ହୋଇଲା ।ସେହି ସେ ବନ୍ଧୁ ଶାସ୍ତ୍ରରେ କହିଲା ॥
ଋଣଶେଷୋଽଗ୍ନି ଶେଷଶ୍ଚ ବ୍ୟାଧିଶେଷ ସ୍ତଥୈବଚପୁନଶ୍ଚ ବର୍ଦ୍ଧିତେ ଯସ୍ମତ୍ତକ ଚ୍ଛେଷଂ ବିନାଶୟେତ୍ ।ଭୋ ରାଜା ଆବର କଥାଏ ଶୁଣ ।ଋଣର ଶେଷ ନ ବୁଝିବ ପୁଣ ॥
ବ୍ୟାଧିର ଶେଷରେ ଶତ୍ରୁରଶେଷ ।ଏସବୁ ଶେଷ ନ ରଖିବ ଲେଶ ॥
ଏମାନଙ୍କୁ ଯେବେ କରିବ ହେଳା ।ପଛକୁ ବୁଡ଼ିବ ଆପଣା ଭେଳା ॥
ତ୍ୟଜେଦକଂ କୁଳସ୍ୟାର୍ଥେ ଗ୍ରାମସ୍ୟାଣା କୁଳଂ ତ୍ୟଜେତ୍ଗ୍ରାମଂ ଜନପଦସ୍ୟାର୍ଥେ ଆତ୍ମାର୍ଥେ ପୃଥିବୀଂ ତ୍ୟଜେତ୍ ।ଘରେ ପାଞ୍ଚସାତ ପରାଣୀ ଥାଇ ।ଜଣେ ଲାଗି ଯେବେ ଘର ଭାଜଇ ॥
ଯେବେସେ ଜଣକୁ ତ୍ୟାଗ କରିବ ।ତେବେ ସେଘର ନିଶ୍ଚୟ ରହିବ ॥
ଘରକୁଲାଗି ଗ୍ରାମ ଭାଜୁ ଥିଲେ ।ସେଘରକୁ ତ୍ୟାଗ କରିବ ଭଲେ ॥
ଗ୍ରାମଲାଗି ଦେଶ ଯେବେଟି ଭାଜି ।ଲୋଭନକରିସେ ଗ୍ରାମକୁ ତେଜି ॥
ଆତ୍ମାକୁ ଯେବେ ବିପତ୍ତି ପଡ଼ିବ ।ସେ ପୃଥ୍ୱୀତେଜି ଅନ୍ୟପୃଥୀ ଯିବ ॥
ଆବର କଥାଏ କହିବା ଶୁଣ ।ଯେତେଠାରେ ଲଜ୍ଜା ନକରିପୁଣ ॥
ଗୀତେ ବାଦ୍ୟେ ପଠେ ନୃତ୍ୟ ସଂଗ୍ରାମେ ରତି ସଙ୍ଗମେଆହାରେ ବ୍ୟବହାରେ ଚ ତ୍ୟକ୍ତ ଲଜ୍ଜାଃ ସୁଖୀ ଭବେତ୍ ।ଗାଇବା ବାଇବା ପଢ଼ିବାଠାରେ ।ଲଜ୍ଜା ନ କରିବ ନୃତ୍ୟ ରଙ୍ଗରେ ॥
ରିପୁ ସଂଗ୍ରାମେ ସ୍ତିରୀ ସଙ୍ଗବେଳେ ।ଭୋଜନେ ଗୃହ ବ୍ୟବସାୟକାଳେ ॥
ଏତେଠାରେ ଯେବେ କରିବଲାଜ ।ଅଧର୍ମ ବୋଲାଇ ନୁହଇ କାର୍ଯ୍ୟ ॥
ଶୈଳେ ଶୈଳେ ନ ମାଣିକଂ ମୌକ୍ତିକ ନ ଗଜେ ଗଜେସାଧବେ ନହି ସର୍ବତ୍ର ଚନ୍ଦନ ନ ବନେ ବନେ ।ଶଇଳ ବୋଲି ପର୍ବତକୁ କହି ।ସବୁ ପର୍ବତେ କି ମାଣିକ୍ୟ ଥାଇ ॥
ହିମବନ୍ତ ଗିରି ଯେବଣ ସ୍ଥାନ ।ତହିଁରୁ ଉପୁଜେ ମାଣିକ୍ୟମାନ ॥
ସବୁ ହସ୍ତୀଏ ନୁହନ୍ତି ଶକତା ।ଐରାବତ କୁଳେଥାଏ ମୁକୁତା ॥
ସବୁ ଦେଶରେ କି ସାଧବ ଥାଇ ।ଧନୀ ଲୋକକୁ ଯେ ସାଧବ କହି ॥
ସବୁ ଗୃହରେ କି ଥାଏ ନନ୍ଦନ ।ସବୁ ବନରେ କି ଥାଏ ଚନ୍ଦନ ॥
ମଳୟ ନାମେ ସେ ଯେଉଁ ପର୍ବତ ।ତହିଁରେ ପବନ ବହେ ବସନ୍ତ ॥
ସେ ପବନ ଯେଉଁ ବନକୁ ଯାଏ ।ସେହି ବନରେ ଯେ ଚନ୍ଦନ ହୁଏ ॥
ଯତ୍ର ପ୍ରୀତି ବର୍ତ୍ତେ ନିତ୍ୟଂ ତ୍ରିଣି ତତ୍ରଂ ନ କାରୟେତ୍ଦୂତମର୍ଥପ୍ରୟୋଗଂ ନ ପରୋକ୍ଷେ ଦାରଦର୍ଶନେ ।ସାରସ୍ୱତ କଥା ଉତ୍ତମ କୀର୍ତ୍ତି ।ଯେଉଁ ଲୋକ ସଙ୍ଗେ କରିବ ପ୍ରୀତି ॥
ନିକର ବଚନ କହୁଛି ଏତେ ।ତାହାସଙ୍ଗେ କଥା ନକରି ଯେତେ ॥
ତାସଙ୍ଗେ ଦ୍ରବ୍ୟ କାରବାର କେବେ ।କରିବ ନାହିଁଟି ଭାବେ ଅଭାବେ ॥
ସେ ଲୋକଠାରେ ଦ୍ରବ୍ୟ ଦେବ ନାହିଁ ।ଦେଲେ ଆଉ ତାକୁ ମାଗିବ ନାହିଁ ॥
ଭାରିଯାକୁ ଯେବେ ଦେଖିବ ତାର ।କଥା ନ କହିଲେ ରହେ ବେଭାର ॥
ଜୁଆ ନଖେଳିବ ତା ତୁଲେଯାଇ ।ତେବେ ସେ ପ୍ରୀତି ସବୁଦିନଥାଇ ॥
ଯସ୍ମିନଦେଶେ ଚରିପବୋ ଯଦ୍ଗୃହେ ପ୍ରାଣାହା ପ୍ରିୟା ।କର ପିଡାଭେବେଦ୍ ଯତ୍ର ଯନ୍ନାଦ୍ୟ ନତ୍ରସଂକଟଃ ।ଯଦ ବିତ୍ତେ ପ୍ରାଣନାଶଃ ସ୍ୟାଦ୍ଯଦ୍ଭକ୍ଷ୍ୟେ ମରଣଂ ଭଦେତ୍ ।ତତ୍ସର୍ବଂ ବର୍ଜୟେଦ୍ଧ ମାନ୍ନାତ୍ର କିଚିଦ ବିଚାରୟେତ୍ ।ଯେଉଁ ଦେଶେ ଥିଲେ ଭଗାରି ମାରେ ।ଯେଉଁ ଭାରିଯା ପ୍ରାଣ ନାୟକରେ ॥
ଯେଉଁ ଦେଶରେ କର ପୀଡ଼ା ପାଇ ।ଯେଉଁ ନଦୀରେ କୁମ୍ଭୀରଟି ଥାଇ ॥
ଯେଉଁ ଦ୍ରବ୍ୟେ ଥିଲେ ଘଟଇ ନାଶ ।ଯେଉଁ ଭୋଜନରେ ଜୀବନ ଶେଷ ॥
ସ୍ୱରୂପ ବଚନ କହୁଛି ଏବେ ।ଏତେ ଦ୍ରବ୍ୟକୁ ଦୂରକର ତେବେ ॥
ନାନାଶାସ୍ତ୍ରର୍ଥବୀଦ୍ଧୀଚ ସଭାୟଂ ତେନ୍ମିରୁତରଂ ।ସତୁନିନ୍ଦ୍ୟଃ ପଣ୍ଡିତେସହୀନଚାରଂ ଗୃହଂ ଯଥା ।ନାନା କୀରତି ଧର୍ମ ଆଚରଣେ ।ପଣ୍ଡିତ ହୋଇ ଶୂରବନ୍ତ ପଣେ ॥
ସକଳଗୁଣେ ଯେ ନୋହେ ବକତା ।ସେ କି ସୁପଣ୍ଡିତ ପଣେ ସକତା ॥
ନାନା ଅନ୍ୟାଚାର ଯେବଣ ଘର ।ସେଘର ଛାରକୁ ଲେଖା ନକର ॥
ଶରବ ନ ପୁରୁଷୋ ୟସ୍ତୁ ଭବେଦାଳସିକୋ ସଦା ।ସତୁନିନ୍ଦ୍ୟା ଭବେଦ୍ଧୀରେଷାଳସଂ ଶ୍ରୀବିଘାତକଂ ।ଶୁରବନ୍ତ ବୋଲି ବୋଲିବା ଯାହା ।ସେ ଯେବେ ହୁଏ ଅତି ଅଳସୁଆ ॥
ଅଳପ ହତଶ୍ରୀ ଆଶ୍ରେ ଯାହାକୁ ।ଶୂରବନ୍ତ ବୋଲି ନବୋଲି ତାକୁ ॥
ବାଲ୍ୟେ ଚ ପଠତେ ବିଦ୍ୟା ତରୁଣେହ୍ୟର୍ଥ ଚିନ୍ତନଂ ।ତୃତୀୟୋ ଚିନ୍ତୟେଦ୍ଧର୍ମଂ ଚତୁର୍ଥେ କିଂ କରିଷ୍ୟତି ।ବାଳକାଳେ ବେଦ ବିଦ୍ୟାରେ ମନ ।ତରୁଣ କାଳରେ ସଞ୍ଚିବ ଧନ ॥
ତୃତୀୟ କାଳେ ଧର୍ମ ଚିନ୍ତା ହୋଇ ।ଚତୁର୍ଥ କାଳରେ କିଛିହିଁ ନୋହି ॥
ବିଦ୍ୟା ଆଦି ନାନା ଧର୍ମ ବିଚାରି ।ଶୂରବନ୍ତ ପଣେ ତପସ୍ୟା କରି ॥
ନିର୍ଦ୍ଧନ ହୋଇଲେ ଦରିଦ୍ର ଭାବେ ।କିଛିହିଁ କରି ନ ପାରିବ ତେବେ ॥
ଯାହା ହୃଦୟେ ପାଠଶାସ୍ତ୍ର ନାହିଁ ।ବନ୍ଧୁ ଲୋଡ଼ିଲେ ସେ ପାଇବ କାହିଁ ॥
ବିଦେଶେ ଚ ସଖା ବିଦ୍ୟା ବିପତ୍ତୌ ଚ ସଖା ଧନଂସ୍ୱଗୃହେ ଚ ସଖା ନାରୀ ମରଣାନ୍ତୋ ସଖା ହରି ।ଯେଉଁ ରାଜ୍ୟକୁ ଯାଅ ପଛେ ଏକା ।ବିଦ୍ୟା ବନ୍ଧୁ ଥିଲେ ବିପଦେ ସଖା ॥
ବିପତ୍ତିକାଳେ ଥାଏ ଯେବେ ଧନ ।ସେ ତାକୁ ହୁଏ ବଳ ପକ୍ଷମାନ ॥
ଭର୍ତ୍ତାକୁ ପତ୍ନୀ ସଖା ଗୃହକାଳେ ।ଧର୍ମ ସଖାହୁଏ ମରିବାବେଳେ ॥
ନ ଚ ବିଦ୍ୟାସମୋ ବନ୍ଧୁନଚ ବ୍ୟାଧିସମୋ ରିପୁଃ ।ନ ଚ ପତ୍ନୀସମୋ ସ୍ନେହୋ ନ ଚ ଦୈବତ୍ ପରଂ ବଳଂ ॥
ବିଦ୍ୟାସମ ବନ୍ଧୁ ନାହିଁ ଯେ ଜାଣ ।ବ୍ୟାଧିସମ ଶତ୍ରୁ ନାହିଁଟି ଆନ ॥
ନିଜପତ୍ନୀ ସମ ନାହିଁ ଯେ ସ୍ନେହ ।ଦଇବୁ ପରବଳ କେବା କହ ॥
କୃଷିବସ୍ତୁ ସୁଭକ୍ଷେନତ୍ୟଂ ସୁଖ ସୁଭୋଗତଃ ।ଯସ୍ୟାନାରୀ ଗୁଣ ଜ୍ଞାତା ହ୍ୟୁତ୍ସବଂ ନସ୍ୟ ମନ୍ଦିରେ ।ଯାହାର ବାଡ଼ିରେ କୃଷି ଅନେକ ।ପ୍ରତିଦିନ ତାର ଭୋଜନ ସୁଖ ॥
ଯାହା ଭାରିଯା ପ୍ରିୟବତୀ ଅଟେ ।ସୁସେବା କରି ଗୃହସ୍ଥକୁ ଖଟେ ॥
ପ୍ରିୟବତୀ ହୋଇ ଯାର ଯୁବତୀ ।ସେ ପୁରୁଷ ଘରେ ଉତ୍ସବ ନିତି ॥
ପୁତ୍ରପୌତ୍ରିଃ ସଦାପୂର୍ଣ୍ଣ ଦାସଦାସୀ ସମନ୍ୱିତଂ ।ଭବେଚ୍ଛେଦ୍ ବନିତା ଦୃଷ୍ଟା ଯଥା ରଣ୍ୟ ତଥା ଗୃହଂ ।ପୁତ୍ର ଦୁହିତା ଯେ ଦ୍ରବ୍ୟ ଅନେକ ।ବନ୍ଧୁବାନ୍ଧବ ଯେ ସେବକଲୋକ ॥
କୋଟି ସମ୍ପତ୍ତି ତା ଗୃହରେ ଥାଇ ।ଭାରିଯା ଏକା ପ୍ରିୟବତୀ ନୋହି ॥
ସେ ଗୃହ ତାହାକୁ ଅରଣ୍ୟ ସମ ।ମନ ଚଞ୍ଚଳେ ଚିତ୍ତ ହୁଏ ଭ୍ରମ ॥
ଭାରିଯା ବିହୀନେ ଯେମନ୍ତେ ଘର ।ବନରେ ଥିବାଟି ଭଲ ପ୍ରକାର ॥
ଯସ୍ୟଭାର୍ଯ୍ୟା ଗୃହେ ନିତ୍ୟ ମଧୁର ପ୍ରିୟଭାଷିଣୀ ।ତସ୍ୟ ବର୍ଦ୍ଧନ୍ତି ଗାତ୍ରାଣି ଶୁକ୍ଲପକ୍ଷେ ଯଥା ଶଶୀ ।ଭାରିଯା ଯେବେ ପ୍ରିୟବତୀ ହୋଇ ।ମଧୁର ଭାଷା ଗୃହସ୍ଥକୁ କହି ॥
ଭୋଜନ ଶୟନ ସୁଖରେ ଯେବା ।ବଚନ ନଲଙ୍ଘି କରଇ ସେବା ॥
ଏମନ୍ତ ପ୍ରକାରେ ଯାହାର ସ୍ତିରୀ ।ଦିନକୁ ଦିନ ବର୍ଦ୍ଧମାନ ଶିରୀ ॥
ଶୁକଳ ପକ୍ଷରେ ଚନ୍ଦ୍ରମା ଯେହ୍ନେ ।ଗୃହସ୍ଥଦେହ ବିକାଶଇ ତେହ୍ନେ ॥
ପୁତ୍ର ପ୍ରୟୋଜନ ଭାର୍ଯ୍ୟା ପୁତ୍ରଃପିଣ୍ଡ ପ୍ରୟୋଜନଃହିତପ୍ରୟୋଜନଂ ମିତ୍ରଂ ଧନଂ ସର୍ବପ୍ରୟୋଜନ ।ଭାରିଯା ଲୋଡ଼ା ଯେ ପୁତ୍ରନିମନ୍ତେ ।ପୁତ୍ରକୁ ଲୋଡ଼ା କରି ପିଣ୍ଡହିତେ ॥
ତୁମ୍ଭେ ବୋଲଅବା କିମ୍ପାଇ କହ ।ବୃଦ୍ଧକାଳେ ହେଲେ ପୋଷଇପୁଅ ॥
ଅନ୍ତକାଳେ ତାରେ ସେ ପିଣ୍ଡବାଢ଼ି ।ତେଣୁକରି ପୁତ୍ର ଭାରିଯା ଲୋଡ଼ି ॥
ହିତକାଳର ପ୍ରୟୋଜନ ମିତ ।ସବୁ ସମୟେ ପ୍ରୟୋଜନ ବିତ୍ତ ॥
ଜୀର୍ଣ୍ଣଂ ଅନ୍ନଂ ପ୍ରଶଂସନୀୟାଭାର୍ଯ୍ୟାଂ ଚ ଗତଯୌବନାଂସଂଗ୍ରାମବିଜିତାନ୍ଶୂରାନ୍ ପଶ୍ୟଚ ଗୃହମାଗତଂ ।ଯେଉଁ ଅନ୍ନ ଭୁଞ୍ଜି ଉଦର ପାରି ।ଜୀର୍ଣ୍ଣ ହେଲେ ତାକୁ ପ୍ରଶଂସାକରି ॥
ଆପଣା ଭାରିଯା ବୟସ ଗଲେ ।ତେବେ ସେ ପ୍ରଶଂସା କରିବ ଭଲେ ॥
ସଂଗ୍ରାମ ଭୂମିରେ କ୍ଷତିୟ ପଣେ ।ଯୁଦ୍ଧକରି ଯେବେ ଗଡ଼ଇ ରଣେ ॥
ଯେବଣ କୃଷି ଥିବଟି କ୍ଷେତ୍ରରେ ।ଆୟକରି ଆଣି ଥୋଇବ ଘରେ ॥
ତେବେ ସେ ତାହାକୁ ପ୍ରଶଂସା କରି ।ଶାସ୍ତ୍ରରେ କହିଛି ସଦା ବିଚାରି ॥
ଦୁର୍ଜ୍ଜନଃ ଶଠମିତ୍ରଂ ଚ କୁଳସ୍ତ୍ରୀ ଜାରିଣୀ ତଥାଗୋବୃଦ୍ଧୋ ଭଗ୍ନବାସଶ୍ଚ ନ ଗଚ୍ଛେତ୍ତସ୍ୟ ସନ୍ନିଧଂ ।ଦୁର୍ଜ୍ଜନ ଲୋକ ଶଠମିତ୍ର ହୋଇ ।କୁଳସ୍ତିରୀ ଯେବେ ବିଟପୀ ହୋଇ ॥
ବୃଦ୍ଧ ଗୋରୁ ଆଦି ପୁରୁଣାବାସ ।ଏତେ ପଦାର୍ଥର ନ ଯିବ ପାଶ ॥
ଗଜଂ ମତ୍ତଂ ହିଜଂ ମୂଖଂ ବୃଷଭଂ କାମପୀଡ଼ିତଂଅନ୍ତଃପୂରଗତାଂ ନାରୀ ଦୂରତଃ ପରି ବର୍ଜୟତ୍ ।ଗଜ ହୋଇଥିବ ଯେବେଟି ମତ୍ତ ।ବିପ୍ରହୋଇ ତାର ଥିବ ମୂର୍ଖତ୍ତ୍ୱ ॥
ବୃଷଭ ଯେବେ କାମମତ୍ତ ହୋଇ ।ଧେନୁ ସଙ୍ଗତରେ ଗୋଡ଼ାଇ ଥାଇ ॥
ଅନ୍ତଃପୁରକୁ ଯେଉଁ ନାରୀ ଯାଇ ।ଏତେ ଲୋକପାଶେ ନଯିବ କେହି ॥
ଯସ୍ୟ କ୍ଷେତ୍ରଂ ନଦୀପାରେ ଯସ୍ୟ ଭାର୍ଯ୍ୟାପରେ ରତାଯସ୍ୟ ମିତ୍ରଂ ନଷ୍ଟବ୍ୟର୍ଥଂ ପୁତ୍ରରାଗୀ ଚ ତାଂ ତ୍ୟଜେତ୍ ।ନଦୀପାରେ ଥିବ ଯେବଣ ଚାଷ ।ଯେଉଁ ସ୍ତିରୀ ରତ ପର ପୁରୁଷ ॥
ମିତ୍ରହୋଇ ହାଦେ ନଥାଇ ବ୍ୟଥା ।ଭଗାରି ଆଗେ କହେ କଟୁକଥା ॥
ପୁତ୍ର ହୋଇ ଯେବେ ପିତାକୁ ରାଗେ ।ଏମାନଙ୍କୁ ତ୍ୟାଗ କରିବ ବେଗେ ॥
ଆବର କଥାଏ ଶୁଣ ସନ୍ଦେଶ ।ଯେବଣ ଲୋକକୁ ନାହିଁ ବିଶ୍ୱାସ ॥
ଗ୍ରାମ୍ୟେୟେ ରାଜପାର୍ଶ୍ୱସ୍ଥେ ବିଶ୍ୱାସୋ କଦାଚନରିପୌ କନକାରଣ୍ୟାଂ ବିଶ୍ୱାସଃ ପ୍ରାଣଘାତକଃ ।ରାଜାକତିରେ ଯେଉଁ ଲୋକ ଥାଇ ।ତାହାକୁ ବିଶ୍ୱାସ ନଯିବ କେହି ॥
ଅବିଶ୍ୱାସୀ ଖଳ ଦୁର୍ଜନଜନ ।ଗ୍ରାମକୂଟ ହୋଇଯେଉଁ ପ୍ରଧାନ ॥
ଭଗାରୀ କଳହକାରିଣୀ ନାରୀ ।ଏହାକୁ ବିଶ୍ୱାସ କଲେଟି ମରି ॥
ବିଦ୍ୟାଭାଷେ ବିଷଂ ବିଦ୍ୟାପ୍ୟଜୀର୍ଣ୍ଣେଭୋଜନଂ ବିଷବିଷଂ ଗୋଷ୍ଠୀ ଦରିଦ୍ରାଣାଂ ବୃଦ୍ଧସ୍ୟ ତରୁଣୀ ବିଷଂ ।ଅଣୁଭ୍ୟାସେ ବିଦ୍ୟାଯାଏଟି ନାଶ ।ଅଜୀର୍ଣ୍ଣେ ଭୋଜନ ହୁଅଇ ବିଷ ॥
ଦରିଦ୍ରଲୋକ ଯେ ସ୍ୱଭାବେ କଷ୍ଟୀ ।ବିଷପ୍ରାୟେ ତାକୁଲାଗଇ ଗୋଷ୍ଠୀ ॥
ଆବର ଅଧିକ କହିବା କିସ ।ବୃଦ୍ଧଲୋକକୁ ଯୁବାସ୍ତିରୀ ବିଷ ॥
ବରମେକ ଗୁଣୀପୁତ୍ରୋ ନ ଚ ମୁର୍ଖ ଶତୈରପିଏକଶ୍ଚନ୍ଦ୍ରସ୍ତ ମୋହନ୍ତି ନ ଚ ତାରାଗଣୈରପି ।ଗୁଣବନ୍ତ ପୁତ୍ର ଗୋଟିଏ ହେଉ ।ନିର୍ଗୁଣ ତନୟ କୋଟିଏ ନୋହୁ ॥
ତୁମ୍ଭେ ବୋଲିବଟି କେମନ୍ତ ଅବା ।କାହିଁ ଦେଖିଲା ଦୃଷ୍ଟାନ୍ତକୁ ଦେବା ॥
ଗୁଣବନ୍ତ ବୋଲି ଚନ୍ଦ୍ରକୁ କହି ।ଲକ୍ଷେଯୋଜନରେ ଥାଏ ସେ ଉଇଁ ॥
କେତେଦୂରେ ଉଦେ ହୁଅଇ ଦେଖ ।ଉଜ୍ଜ୍ୱଳ କରଇ ବ୍ରହ୍ମାଣ୍ଡଯାକ ॥
ଦିବସ ପ୍ରାୟେକ ଦିଶଇ ମହୀ ।ଗୁଣବନ୍ତ ବୋଲି ତାହାକୁ କହି ॥
ଲକ୍ଷତାରାଗଣ ହେଲେ ଉଦୟ ।ସେ ନିକି ଦିଶିବେ ଚନ୍ଦ୍ରମା ପ୍ରାୟ ॥
ଏହି ପ୍ରକାରେ ଭଲ ମନ୍ଦ କଥା ।ମୂର୍ଖ ବିଦ୍ୟାବନ୍ତ ପଣ୍ଡିତ ଯଥା ॥
ମୁର୍ଖର ସବୁକଥା ଅବିଗୁଣ ।ପଣ୍ଡିତଗୋଷ୍ଠୀ ତାହାକୁ ନ ଗଣ ॥
ବିଦ୍ୟାବନ୍ତ ଲୋକ ସବୁହୁଁ ଭଲ ।ଆହେ ସାଧୁଜନେ ତୁମ୍ଭେ କି ବୋଲ ॥
ଉଦୟାସ୍ତେ ଯଥାଭାନୋସ୍ତେଜୋବୃତ୍ତି ଲୟଂ ଭବେତ୍ସମ୍ପଦୋ ବିପଦଶ୍ଚୈବ ତଥା ସନାନ୍ୟଥା ଭବେତ୍ ।ପ୍ରସ୍ତାବ ବଚନ କହିବା ରାୟେ ।ସମ୍ପତ୍ତି ବିପତ୍ତି ଶୁଣ କଥାଏ ॥
ଭାନୁ ଯେତେବେଳେ ଉଦୟ ହୋଇ ।ଅଳପ ଜ୍ୟୋତି ପ୍ରକାଶିଣ ଥାଇ ॥
ବେନିପକ୍ଷରେ ତେଜ ବର୍ଦ୍ଧମାନ ।ଅସ୍ତକାଳେ ପୁଣି ହୁଅଇ ଲୀନ ॥
ମହତ ଲୋକମାନଙ୍କର ଠାରେ ।ସମ୍ପତ୍ତି ବିପତ୍ତି ଏହି ପ୍ରକାରେ ॥
ଲଭନ୍ତେ ସମ୍ପଦୋ ଯେନ ବିପତ୍ତେନପି ଲଭ୍ୟତେ ।କ୍ଷୟତ୍ୱଂ ପୂର୍ଣ୍ଣଚନ୍ଦ୍ରସ୍ୟ ତାରକା କ୍ଷୟ ବର୍ଜିତାଃ ।ମହତଲୋକକୁ ସମ୍ପତ୍ତି ଯେତେ ।ବିପତ୍ତି ପୁଣି ପଡ଼ୁଥାଏ କେତେ ॥
ନକ୍ଷତ୍ରମାନେ ଯେ ଅଟନ୍ତି ସାନ ।ସେହିମତି ଥାନ୍ତି ସକଳ ଦିନ ॥
ସାନ ଲୋକଙ୍କର ସବୁ ସମାନ ।ସମ୍ପତ୍ତି ବିପତ୍ତିରେ ନୋହେଭିନ୍ନ ॥
ଗୁଣିନ ଗୁଣଜ୍ଞୋ ରମତେ ନ ଗୁଣଶିଳସ୍ୟ ପରିକୋଷଃ ।ଅତିରେତି ବନକମଳ ନ ହି ଭେକସ୍ତେ କଦାସୋଽପି ।ଗୁଣବନ୍ତ ଲୋକ ଗୁଣଙ୍କୁ ଚିହ୍ନି ।ନିର୍ଗୁଣିକ ଲୋକ କି ଭାବ ଜାଣି ॥
ତୁମ୍ଭେ ବୋଲିବ ସେ କେମନ୍ତ ଅବା ।କାହିଁ ଦେଖିଲା ଦୃଷ୍ଟାନ୍ତକୁ ଦେବା ॥
ଜଳ ଭିତରେ ନଳିନୀର ବାସ ।ମଣ୍ଡୁକୀଥାଇ ଯେତାହାର ପାଶ ॥
ସବୁଦିନେ ବୃକ୍ଷମୂଳରେ ଅଛି ।ପଦ୍ମର ଭାବ ନ ଜାଣଇ କିଛି ॥
ଭୃଙ୍ଗଥାଏ ବନେ ବହୁତ ଦୂରେ ।ଫୁଟିଲେ ଆସଇ ସେତ ତତ୍ପରେ ॥
ପଦ୍ମ ମକରନ୍ଦ କରଇ ଭୋଗ ।ଯେବଣ ପଦାର୍ଥ ଯାହାକୁ ଯୋଗ ॥
ଗୁଣକର୍ମ ଯେଣୁ ନ ଜାଣେ କିଛି ।ସେ ଲୋକ ପାରୁଶେ ଥିଲେକିଅଛି ॥
ବିରୂପା ରାଜକନ୍ୟାଚେତ୍ସୁ ରୂପାପ୍ୟନ୍ୟ ନ୍ୟକାତୟୋର୍ମଧ୍ୟାବ୍ରାଜ କନ୍ୟାମାନ୍ୟଗଣ୍ୟା ଜନୈରପି ।ଆବର କଥାଏ ଶୁଣ ରାଜନ ।କନ୍ୟା ଉଚ୍ଚ ନୀଚ ବର ବିଧାନ ॥
ରାଜକୁଳେ କନ୍ୟା ବିରୂପା ଥିବ ।ସେ ଯେବେସୁମନେ ଯାଚିଣଦେବ ॥
ବରିବ ବିରୂପ ନ ବାଛି ତାହା ।ନୀଚ ରୂପବନ୍ତେ ନୋହିବ ବାହା ॥
ସେ ଯେବେ ସ୍ୱରୂପ କୁରୂପ ହେଉ ।ବରିବ ସଂଶୟ ନ କରି ଆଉ ॥
ବିଷପଦ୍ୟମୃତଂ ଗ୍ରାହ୍ୟମମେଧ୍ୟାପି କାଞ୍ଚନଂ ।ନୀଚାଦପ୍ୟୁତ୍ତମଂ ବିଦ୍ୟା ସ୍ତ୍ରୀରତ୍ନଂ ଦୁଷ୍କୁଳାପି ।ପ୍ରାଣହାରଶ୍ୱ ବିଷ ହେଉ ପଛେ ।ତହିଁରୁ ଅମୃତ ହରିବ ସ୍ୱଚ୍ଛେ ॥
ଅମେଧ ଦ୍ରବ୍ୟରେ କାଞ୍ଚନ ଥିଲେ ।ଗ୍ରହଣ କରିବ କହୁଛି ଭଲେ ॥
ନୀଚଠାରେ ଯେବେ ସୁବିଦ୍ୟାଥିବ ।ଗୁରୁପ୍ରାଏ ମଣି ଶିକ୍ଷା କରିବ ॥
ଅକୁଳେ ଯେବେ ସ୍ତିରୀ ରତ୍ନଥାଇ ।ବରିବ ମନେ ସଂଶୟ ନ ଥୋଇ ॥
ସମୁଦ୍ରୁ ଯେସନେ ବିଷ ଅମୃତ ।ଜାତ ହୋଇଅଛି ଏ ଦୁଇମତ ॥
ଗୁଣ ଥିବାରେ ଅମୃତକୁ ଭୁଞ୍ଜି ।ବିଷକୁ ଡରି ଦୂରକରି ତେଜି ॥
ଏହି ପ୍ରକାରେଟି ଉତ୍ତମ ରୀତି ।ଆବର କହିବା ଶୁଣ ନୃପତି ॥
ପରୋପକାରିଣେ ଭଦ୍ରଂ ଭବେତ୍ ଶ୍ରୀବର୍ଦ୍ଧତେ ସଦା ।ପରାପଘାତିନ ସ୍ତତ୍ ବାତ୍ତବେତ୍ସର୍ବମଙ୍ଗଳଂ ।ପରକୁ ଶୁଭଚିନ୍ତା ଯେହୁ କରି ।ବର୍ଦ୍ଧମାନ ହୁଏ ତାହାର ଶିରୀ ॥
ପରକୁ ଯେ ପ୍ରାଣୀ ଚିନ୍ତଇ ମନ୍ଦ ।ନିଶ୍ଚୟ ତାହାର ତୁଟଇ କନ୍ଧ ॥
ଦୁର୍ଜ୍ଜନସ୍ୟ ଦୟା ନାସ୍ତି ଯସ୍ୟ କୀଟାୟତେ ସୁଧୀଃ ।ହିତୋପଦେଶବର୍ତ୍ତାୟାଂ ତସ୍ୟ ଶ୍ରଦ୍ଧା ନ ଯୁଚ୍ୟତେ ।ଦୁର୍ଜନ ହୃଦୟେ ଦୟା ନ ଥାଏ ।ସନ୍ଥ ଦିଶଇ ତାକୁ କୀଟପ୍ରାୟେ ॥
ସାଧୁ ଲୋକମାନେ କହନ୍ତି ଯାହା ।କେବେହେଁ ତାକୁ ନ ରୁଚଇ ତାହା ॥
ପାପକୁ ଯାହାର ବିଚାର ନାହିଁ ।ସନ୍ଥକୁ ଭୟ ସେ କରିବ କାହିଁ ॥
ସେ ତାହାର ଜାତି ସ୍ୱଭାବ ଗୁଣ ।ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ ॥
ଅହଂ ପ୍ରକୃତି ସୁକ୍ତସ୍ତୁ ପ୍ରକୃତି ର୍ମାଂ ନ ମୁଞ୍ଚନ୍ତି ।ଅଙ୍ଗାର ଶତ ଧୌତେନ ମଳିନତ୍ୱ ନମୁଞ୍ଚନ୍ତି ।ଦୁଧଭାଣ୍ଡେ ନେଇ ଅଙ୍ଗାର ଥୁଅ ।ସହସ୍ର ବେଳ ପରିଯାନ୍ତେ ଧୂଅ ॥
କେବେହେଁ କଳା ନଛାଡ଼ଇ ତାର ।ଦୁର୍ଜନ ସ୍ୱଭାବ ଏହି ପ୍ରକାର ॥
ନିର୍ଦ୍ଧନସ୍ତୁ ଧନଂ ପ୍ରାପ୍ୟ ସର୍ବାହୀନମକଳ୍ପୟେତ ।ବିଚାରରହିତଃ ସୋଽପି ପାପ ପୁଣ୍ୟ ନ ଚିନ୍ତୟୋତ୍ ।ନିର୍ଦ୍ଧନଲୋକ ଅରଜିଲେ ଧନ ।ଚକ୍ଷୁକୁ ତାର ନ ଦିଶଇ ଆନ ॥
ସ୍ୱଭାବେ ଦରିଦ୍ର ହୋଇଣ ଥାଇ ।ଧନ ଅର୍ଜିଲେ ବଡ଼ଲୋକ ହୋଇ ॥
ଆଗପଛ ବେନି ବିଚାର ଛାଡ଼େ ।ସମ୍ପତ୍ତି ପଟଳ ଚକ୍ଷୁରେ ପଡ଼େ ॥
ଭଲ ଭଲ ଲୋକ ଦିଶନ୍ତି ନାହିଁ ।ପାପ ପୁଣ୍ୟକୁ ତା ବିଚାର କାହିଁ ॥
ଯେତେବେଳେ ପୁଣି ସରଇ ଧନ ।ଚକ୍ଷୁକୁ ବିପତ୍ତି ହୋଏ ଅଞ୍ଜନ ॥
ଯାହାଙ୍କୁ କହୁ ନଥାଏ ସେ କଥା ।ସେମାନଙ୍କୁ ପୁଣି ନୁଆଁଏ ମଥା ॥
ଧନ ସ୍ୱଭାବେ ଅଚଞ୍ଚଳ ନୋହି ।କୁଳ ଉଜ୍ଜ୍ୱଳ ସେକରିବ ନାହିଁ ॥
ନିଷ୍କଳଙ୍କ ପଦ କେ ପାରେ ବାଛି ।କଳଙ୍କ ପୁଣି ସବୁଠାରେ ଅଛି ॥
ଏଥର ସଂଶୟ ଫେଡ଼ିବା ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ଇନ୍ଦ୍ରେମେଷାଣ୍ଡଚିହ୍ନୋ ମଳିନ ଉଡ଼ୁପତି ମାଧବୋଗୋପେ ଜାତଃବେଶ୍ୟାପୁତ୍ରୋ ବଶିଷ୍ଟ କୃମିରୁଧିର ଯମଃ ସର୍ବଭକ୍ଷୋ ହୁତାଶଃ ।ବ୍ୟାସଃ କୈବର୍ତ୍ତ ପୁତ୍ରଃ ସଲବଣଜମ୍ବୁଧି ପାଣ୍ଡବେ ଜାରଜାଶ୍ଚରୁଦ୍ରଃ ପ୍ରେତାଧିବାସୀ ତ୍ରିଭୁବନ ବିଜୟୀଃବାଚ୍ୟତାଂ କୋ ନୃଯାତି ।ସ୍ୱର୍ଗ ନୃପତି ଯେ ଇନ୍ଦ୍ର ରାଜନ ।ସକଳ ଦେବତାଙ୍କ ଶ୍ରେଷ୍ଠ ଜାଣ ॥
ଅମର ରାଜାପଣେ ଯାକୁ ମାନି ।ତାଠାରେ ମେଷାଣ୍ଡଚିହ୍ନଯେ ପୁଣି ॥
ବୁଧ ନୃପତିର ଚନ୍ଦ୍ରମା ପିତା ।ସକଳ ପ୍ରାଣୀର ସେ ଜୀବଦାତା ॥
ବୃହସ୍ପତି ଶାପ କଳଙ୍କ ଦୁଃଖେ ।ମୃଗଲାଞ୍ଛନକୁ ବସିଛି ସୁଖେ ॥
ଅଶେଷ ବ୍ରହ୍ମାଣ୍ଡ ଠାକୁର ହରି ।ଜନମ ଲଭିଲେ ମଥୁରାପୁରୀ ॥
ଡରି ବସୁଦେବ ଚୋରାଇ ନେଲା ।ନନ୍ଦଘରେ ନେଇ ଗୁପତେ ଦେଲା ॥
ଗଉଡ଼ ବୋଲନ୍ତି ସଜଳ ଲୋକ ।ତେଡ଼େପ୍ରଭୁଠାରେ ଏଡ଼େ କଳଙ୍କ ॥
ବଶିଷ୍ଠୠଷିଙ୍କି କଳଙ୍କ ଅଛି ।ବେଶ୍ୟାପୁତ୍ର ବୋଲି ତାହାଙ୍କୁ ବାଛି ॥
ସକଳ ଜନ୍ତୁର ନୃପତି ଯମ ।ପାପପୁଣ୍ୟ ବେନି ବିଚାରେ ଧର୍ମ ॥
ତାହା ତହିଁ ଅଛି କଳଙ୍କ ଯେତେ ।ବିସ୍ତାରକରି ତାକହିବା ତୋତେ ॥
କୃମିରୋଗ ତାର ଚରଣେ ଥାଇ ।ରୁଧିରମାନ ଯାଉଥାଏ ବହି ॥
ଅଗ୍ନିଦେବତା ଅଟେ ବଡ଼ଲୋକ ।ତାହାତହିଁ ପୁଣି ଅଛି କଳଙ୍କ ॥
ଘୃତ ଅମୃତ ହୋମ ଯଜ୍ଞେ ପାଇ ।ଚନ୍ଦନ ଭକ୍ଷଇ ଅମେଧ୍ୟ ଖାଇ ॥
ପରାଶରଙ୍କର ନନ୍ଦନ ବ୍ୟାସ ।ତାଙ୍କର ମହିମା କହିବା କିସ ॥
ଅଠର ପୁରାଣ ଯେ ଚାରିଦେବ ।ହୃଦୁ ଜାତ କରେ ଅନେକ ପଦ ॥
ତେଡେ ଋଷିଙ୍କି ସେ ଦୁଷଣବାଣୀ ।ଲଲାଟ ଲିଖନ ଅଛି ଯେ ପୁଣି ॥
କଇବର୍ତ୍ତୀ ପୁତ୍ର ବୋଲନ୍ତି ଲୋକ ।ତେଡ଼େଋଷିଠାରେ ଏଡ଼େ କଳଙ୍କ ॥
ସପତ ସିନ୍ଧୁ ଯେ ଅଗାଧ ଜଳ ।ଘେରି ରହିଛି ପୃଥିବୀ ସକଳ ॥
ଯାହା ଦର୍ଶନେ ମହାପାପ ଲେଛି ।ତାହାଠାରେ ପୁଣି କଳଙ୍କ ଅଛି ॥
ତୀର୍ଥଯାତ୍ରା ବୋଲି ଜଗତେ ଭଣି ।ତେଡ଼େବଡ଼ ଜଳ ହୋଇଲା ଲୁଣି ॥
ପଞ୍ଚପାଣ୍ଡବେ ଯେ ପଣ୍ଡୁ ନନ୍ଦନ ।ତାଙ୍କଠାରେ ଅଛି କଳଙ୍କମାନ ॥
ବିଧାତା ଲିଖନ ଏ ଘଟସୁତ୍ର ।ଏକ ବାପୁର ସେ ନୁହନ୍ତି ପୁତ୍ର ॥
ଈଶ୍ୱରଙ୍କୁ ବୋଲି ଯେ ବଡ଼ଲୋକ ।ତାଙ୍କଠାରେ ଅଛି ବଡ଼କଳଙ୍କ ॥
ନଗ୍ର ଉପେକ୍ଷି ଶମଶାନ ବାସୀ ।ହାତୀଘୋଡ଼ା ତେଜି ବୃକ୍ଷରେ ବସି ॥
ଚନ୍ଦନ କର୍ପୁର କସ୍ତୁରୀ ଧୂଳି ।ଏମାନ ତେଜିଣ ବିଭୂତିବୋଳି ॥
ସଂସାର ଜନଙ୍କୁ କିମ୍ପାଇ ଲେଖ ।ଏଡ଼େ ଲୋକଠାରେ ଏତେକଳଙ୍କ ॥
ନିଷ୍କଳଙ୍କ ହୋଇ କେହିତ ନାହିଁ ।କଳଙ୍କ ଅଛି ଯେ ସବୁରିଠାଇଁ ॥
ଦୁର୍ଜ୍ଜନ ଲୋକ ନ ଜାଣନ୍ତି କିଛି ।ଉତ୍ତମ ଲୋକଙ୍କୁ କହନ୍ତି ବାଛି ॥
ଭଲମନ୍ଦ ବେନିକର୍ମ ନ ଜାଣେ ।ଟାହି କରୁଥାନ୍ତି ବଡ଼ିବା ପଣେ ॥
ଦୁର୍ଜ୍ଜନ ଲୋକର ପ୍ରତିଜ୍ଞା ଗାଢ଼ ।କାଳ ସର୍ପରୁ ସେ ଅଟଇ ବଡ଼ ॥
କାଳସର୍ପ ଧର୍ମ ଗୁଣ ବିଚାରେ ।ଦଂଶିଲେ ମନୁଷ୍ୟ କ୍ଷଣକେ ମରେ ॥
ଆଉ ଅଧିକ ନ ଲାଗଇ କଷ୍ଟ ।ଦୁର୍ଜ୍ଜନ ଲୋକ ଅତିବଡ଼ ନଷ୍ଟ ॥
ଗୋରୁ ବ୍ରାହ୍ମଣ ସ୍ତିରୀହତ୍ୟା ମୂଳେ ।ଏତେକ ପାପ ସେ କରନ୍ତିଠୂଳେ ॥
ନଦୀସ୍ରୋତସମଃ କ୍ରୂର ଧର୍ମାଧର୍ମ ବିବର୍ଜିତ ॥
ବୃହକାଷ୍ଠାନି ଜୀବାନୀ ବିନାଶୟତ୍ୟ ସଂଶୟ ॥
ଦୁର୍ଜ୍ଜନ ଲୋକ ସୋହତୀ ନଈ ।କାଷ୍ଠ ପଡ଼ିଲେ ଯେହ୍ନେ ଭାସିଯାଇ ॥
ନାନା ଜନ୍ତୁମାନ କରଇ ନାଶ ।ତେଣୁକରି ତାଙ୍କୁ ନାହିଁ ବିଶ୍ୱାସ ॥
ତାହାଙ୍କସଙ୍ଗେ ନକରିବ ଗୋଷ୍ଠୀ ।କଲେପୁଣି ପଛେ ହୋଇବକଷ୍ଠୀ ॥
ଏ କଥାକୁ ହେଳା ନ କର ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତକୁ ଶୁଣ ॥
କାକେନ ତ୍ରିୟତେ ଦୋଷୋ ରାଜହଂସୋ ବିନାଶିତଃଦୁର୍ଜ୍ଜନସ୍ୟ ଚ ମେଳେନ ଅକାଳେ ମୃତ୍ୟୁଲକ୍ଷଣଂ ।ବୃକ୍ଷ ଉପରେ କାକ ବସିଥିଲା ।ଶୂରବନ୍ତ ତହିଁ ତଳକୁ ଗଲା ॥
ପଥଶ୍ରାନ୍ତ ହୋଇ ବସିଲା ଧୀରେ ।କାକ ମଳତ୍ୟାଗ କଲା ତା ପରେ ॥
ରାଜହଂସ ପକ୍ଷୀ ଗୋଟିଏ ଆସି ।ସେଥିଲା ତାହାର ସନ୍ନିଧ୍ୟେ ବସି ॥
ବୃକ୍ଷତଳରେ ବସିଅଛି ଯେହୁ ।କରେ ଧନୁଶର ଧରିଛି ସେହୁ ॥
ତରୁ ଉପରକୁ ଚାହାନ୍ତେ ଲୋକ ।ଦେଖିଲା ବୃକ୍ଷରେ ବସିଛି କାକ ॥
ତୂଣୀରୁ ଶର ଗୋଟିଏକ ଆଣି ।କାକ ଉପରକୁ ବିନ୍ଧିଲା ଟାଣି ॥
ଦଇବେ ଚତୁର ସେ କାକପକ୍ଷୀ ।ଉଡ଼ି ପଳାଇଲା ନାରାଚ ଦେଖି ॥
ହଂସ ଯେବସିଥିଲା ସେହି ଡାଳେ ।କାଣ୍ଡ ବାଜିଲା ତା ହୃଦକମଳେ ॥
ନାରାଚଘାତେ ନ ପାରିଲା ଉଡ଼ି ।ତଳେପଡ଼ି ପ୍ରାଣ ଗଲା ତ ଛାଡ଼ି ॥
ତେଣୁକରି ଦୃଷ୍ଟ ପ୍ରାଣୀକି ଡରି ।ସଙ୍ଗଥିଲେ ସନ୍ଥଲୋକହିଁ ମରି ॥
ତସ୍ୱରସ୍ୟ କୁତୋ ଧର୍ମୋ ଦୁର୍ଜ୍ଜନସ୍ୟ କୁତଃ କ୍ଷମାବେଶ୍ୟାନାଂଚ କୁତଃ ସ୍ନେହଃ କୁତଃ ସତ୍ୟଂଚ କାମିନାଂ ।ତସ୍କର ସଙ୍ଗ ଜେଭେ ନ କରିବ ।ତାରେ ଲେଶ ନାହିଁ ଦୟାଭାବ ॥
ଦୁର୍ଜ୍ଜନ ଲୋକର ମନ୍ଦ ବ୍ୟବସ୍ଥା ।ତାହାଠାରେ ନାହିଁ କ୍ଷମାର କଥା ॥
ବେଶ୍ୟା ସ୍ତିରୀର ଚଞ୍ଚଳ ସ୍ୱଭାବ ।ପୁଂସଠାରେ ନାହିଁତା ସ୍ନେହଭାବ ॥
କାମୁକ ଲୋକ ଯେ ଅବୋଧମତ ।ତାହାଠାରେ କିବା ଲୋଡ଼ିବସତ ॥
ଅବ୍ୟାପାରୁସେ ବ୍ୟାପାରଂ ଯୋ ନରଃ କର୍ତ୍ତୁ ମିଚ୍ଛତିସ ଏତ ନିଧନଂ ଯାତି କୀଳୋତ୍ପାଟୀବ ବାନରଃ ।ସ୍ୱବୃତ୍ତି ହୁଡ଼ି ଯେ ଅବୃତ୍ତି କରେ ।ସେ ପ୍ରାଣୀଟି ନାଶ ଯାଏ ତତ୍ପରେ ॥
ତୁମ୍ଭେ ବୋଲିବ କେଉଁ ଭାବେ ଅବା ।ଏଥକୁ ଶୁଣ ଦୃଷ୍ଟାନ୍ତର ଦେବା ॥
କରତକାରୀ ଯେ କରତ ନେଇ ।ପଟା କରତିଲେ ବନରେ ଯାଇ ॥
ଯେସରି ଲାତାକୁ ଯନ୍ତାଇ ଦେଲେ ।ଯେ ଅଧା ହୋଇଛି କୀଳା ମାଇଲେ ॥
ନିଜ ମନ୍ଦିରକୁ ଗଲେ ସେମାନେ ।ବାନରପଲ ଯେଥିଲେ ସେ ବନେ ॥
ସେ ପଲ ନାୟକ ଯେଉଁ ବାନର ।ସେ ଯାଇ ବସିଲା ପଟା ଉପରେ ॥
ବେନିପାଶକୁ ତା ଗୋଡ଼ ଲମ୍ବାଇ ।ବୃକ୍ଷଣ ସେ ପଟା ସନ୍ଧିରେ ରହି ॥
ଦଇବେ ମକଟ ଜାତି ସ୍ୱଭାବେ ।ବୃକ୍ଷଡାଳ ଧରି ଝୁଲନ୍ତି ସର୍ବେ ॥
ସେହିମତି ବୁଝି କୀଳା ଧଇଲା ।ଦୋହଲିହୁଅନ୍ତେ ବାହାରି ଗଲା ॥
ପଟା ଜାକିଯାନ୍ତେ ଫାଟିଲା ମଞ୍ଜି ।ବାନର ଜୀବନ ଛାଡ଼ିଲା ଗର୍ଜି ॥
ଏହିମତି ନିଜ ବୃତ୍ତି ଛାଡ଼ିଲେ ।ନାଶକୁ ଯାଇଟି ଅବୃତ୍ତି କଲେ ॥
ହସ୍ତୀ ହସ୍ତସହସ୍ରେଣ ଶତହସ୍ତେନ ବାଜୀନଃଶୃଙ୍ଗିଣୋ ଦଶହସ୍ତେନ ସ୍ଥାନ ତ୍ୟାଗେନ ଦୁର୍ଜ୍ଜନ ।ଶୃଙ୍ଗଥିଲା ଜନ୍ତୁ ଦୂରୁ ଉପେକ୍ଷି ।ଦଶହାତଠାରୁ ଘୁଞ୍ଚିବ ଦେଖି ॥
ହାତୀକି ହଜାର ହାତରୁ ତେଜି ।ଶଏ ହାତଠାରୁ ଘୁଞ୍ଚିବ ବାଜୀ ॥
ଦୁର୍ଜ୍ଜନଲୋକ ଯେଉଁଠାରେ ଥିବ ।ସ୍ଥାନ ତ୍ୟାଗକରି ସେଠାରୁ ଯିବ ॥
ଯସ୍ୟ ତସ୍ୟ ପ୍ରଶୁତୋଽପ୍ରି ଗୁଣବତ୍ ପୁଜ୍ୟତେ ନରଃଧନୁବଂଶୋ ବିଶୁଦ୍ଧୋଽପି ନିର୍ଗୁଣଃ କି କରିଷ୍ୟତି ।ଯେବଣ ଲୋକର ନଥିବ ଗୁଣ ।ସେ କେମନ୍ତେ ପୂଜା ପାଇବ ପୁଣ ॥
ବଡ଼ଲୋକର ହୋଇକିନା ଶିଷ୍ୟ ।ଗୁଣ ନଥିଲେ ସେ କରିବ କିସ ॥
ଗୁଣଯୋଗୁ ଧନୁ ଅସ୍ତ୍ର ବୋଲାଇ ।ଗୁଣ ନ ଥିଲାକୁ ବାଉଁଶ କହି ॥
ତୁମ୍ଭେ ବୋଲିବ କେଉଁଟାରେ ଅବା ।ଏଥକୁ ପୁଣ ଦୃଷ୍ଟାନ୍ତର ଦେବା ॥
ଗୁଣବାନ ପୁଜ୍ୟତେ ଲୋକେ ଗୁଣହୀନୋ ନ ପୁଜ୍ୟତେବାସୁଦେବ କଥା ନିତ୍ୟ ବସୁଦେବସ୍ୟକାକଥା ।ବାସୁଦେବ ବାସୁଦେବ ତନୁଜ ।ତିନିପୁରେ ଲୋକେ ଅଟନ୍ତି ପୂଜ୍ୟ ॥
ଦେବାଧିଦେବଙ୍କ ଉପରେ ରାୟେ ।ନାମଧରନ୍ତେ ପାପ କ୍ଷୟଯାଏ ॥
ଗୁଣଥିଲାକୁ ତାକୁ ପୂଜାକରି ।ବସୁଦେବର ତ ନାମ ନ ଧରି ॥
ପିତାହୋଇଣ ସେ କରିବ କିସ ।ଗୁଣ ଥିଲାକୁ ପୁତ୍ର ପାଇ ଯଶ ॥
ଶାସ୍ତ୍ର ବିଚାର ଯେ ପାରଇ ବୁଝି ।ଗୁଣଥିଲା ଲୋକ କୁଳ ନ ଖୋଜି ॥
ଏଥକୁ ଅପ୍ରତେ ନ କର ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ଅଶ୍ୱତ୍ଥଶ୍ଚ ମହତ୍ ବୃକ୍ଷ କାକବିଷ୍ଠାସମୁଦ୍ଭବଃଗୁଣେନ ସର୍ବ ପୁଜ୍ୟାପି କୁଳେନ କିଂ ପ୍ରୟୋଜନଂ ॥
ଅଶ୍ୱତ୍ଥ ବୃକ୍ଷ ଯେ ମହତ ତରୁ ।ଜନ୍ମ ହୋଇଲା ସେ କାକବିଷ୍ଠାରୁ ॥
ବୃକ୍ଷମାନଙ୍କର ଉପରେ ରାଜା ।ବାସୁଦେବତୁଲ୍ୟ କରନ୍ତି ପୂଜା ॥
ଗୁଣ ଥିଲାକୁ ସେ ପୂଜାପାଇ ।କୁଳ ତାହାର ନଖୋଜନ୍ତିକେହି ॥
ବିଷ୍ଣୁବାସନା ଯାହାଠାରେ ଅଛି ।ସେଲୋକମାନଙ୍କ କୁଳ ନ ପୁଚ୍ଛି ॥
ତୁମ୍ଭେ ବୋଲିବ କେଉଁଭାବେ ଅବା ।ଏଥକୁ ପୁଣ ଦୃଷ୍ଟାନ୍ତର ଦେବା ॥
ଭଗୀରଥି ନଦୀ ପୂଜ୍ୟା ବିଷ୍ଣୁ ବ୍ରହ୍ମାଣ୍ଡ ନାୟକତୟେବଂଶଗୁଣ କୋଽପି ନ ପୁଚ୍ଛେନ୍ନାବ୍ୟସୋଗହଃ ॥
ଭାଗୀରଥି ଗଙ୍ଗା ଉତ୍ତମ ନଈ ।କୁଳ ତାହାର ନ ପୁଚ୍ଛନ୍ତି କେହି ॥
ଜଳମାନଙ୍କରେ ତା ଜଳ ଶ୍ରେଷ୍ଠ ।ମଥାରେ ସିଞ୍ଚିଲେ ପାତକ ନଷ୍ଟ ॥
ଅଶେଷ ବ୍ରହ୍ମାଣ୍ଡ ଠାକୁର ହରି ।ତାଙ୍କ କୁଳଗୋତ୍ର ପୁଚ୍ଛି ନପାରି ॥
ବିଷ୍ଣୁ ବୈଷ୍ଣବ ଭିନ୍ନାଭିନ୍ନ ନୋହି ।ବେଦେ ବ୍ରହ୍ମମୁଖେ ଅଛନ୍ତିକହି ॥
ଏକାଦଶୀ ନାମେ ଯେବଣ ବ୍ରତ ।ତାହାର ମହିମା କେ କରୁଅନ୍ତ ॥
ବ୍ରତମାନଙ୍କରେ ନୃପତି ଯେହୁ ।ତାରକୁଳଗୋତ୍ର ପୁଚ୍ଛଇ କେହୁ ॥
ଗୁଣେନ ନୀଚାଃ ପ୍ରଜ୍ୟତ୍ୱଂ ମାନ୍ୟୋପୂଜ୍ୟାଽପ୍ୟଯୋଗ୍ୟତଃଦୁଗ୍ଧସ୍ୟ ଗୁଣଭେଦନ ଘୃତସମଗ୍ରେ ପ୍ରଶଂସିତଂ ।ବୃଦ୍ଧବଡ଼ ଲୋକ ହେଲେହେଁ ଯହିଁ ।ଗୁଣହୀନେ ପୂଜା ନପାଏ ସେହି ॥
ଦଧିରୁ ଜନମ ଯେ ଘୃତରାଶି ।ଭୋଜନବେଳେ ତା ଆଗପରଶି ॥
ଦଧି ଦୁଗ୍ଧମାନ ପଛକୁ ଥୋଇ ।ଘୃତକୁ ଅଗ୍ରେ ଅନ୍ନସଙ୍ଗେ ଖାଇ ॥
ତେଣୁକରି ଗୁଣ ପୂଜନ୍ତି ସର୍ବେ ।ନିର୍ଗୁଣର ମାନ୍ୟ ନୁହଇଲବେ ॥
ଆବର କଥାଏ କହିବା ଶୁଣ ।ଯେତେଲୋକଠାରୁ ଘେନିବା ଗୁଣ ॥
ସିଂହାଦେକଂ ବକାଦେକଂ ଚତ୍ୱାରି କୁକୁଟାଦପିବାୟସ୍ୟତ ପଞ୍ଚଶିକ୍ଷେଚ୍ଚ ଷଟ୍ ଶୁନିଶ୍ଚିଥି ଗର୍ଦ୍ଦଭାତ ।ସିଂହଠାରୁ ଗୁଣେ ଗୁଣେ ବକରୁ ।କୁକୁଟ ଚାରି ପାଞ୍ଚ କାକଠାରୁ ॥
ଶ୍ୱାନଠାରୁ ଷଡ଼ଗୁଣ ଶିଖିବ ।ଗଧଠାରୁ ତିନିଗୁଣ ରଖିବ ॥
ତୁମ୍ଭେ ବୋଲିବ କେଉଁଭାବେ ଅବା ।କେଉଁ ଜନ୍ତୁଠାରୁ କିଗୁଣ ନେବା ॥
ଏଥକୁ ଅପ୍ରତେ ନ କର ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ ॥
ପ୍ରଭୁତମଳ୍ପକର୍ଯ୍ୟଂ ବା ଯୋ ନରଃ କର୍ତ୍ତୃମିଚ୍ଛତିସର୍ବାରମ୍ଭେଣ ତତ୍ କୁର୍ଯ୍ୟାତ୍ ସିଂହାଦେକଂ ପ୍ରଶିକ୍ଷତେ ।ସିଂହର ଗୁଣ ମୁଁ କହୁଛି ଏତେ ।ବଡ଼ଜନ୍ତୁକୁ ଆକର୍ଷଣ ଯେତେ ॥
ସାନଜନ୍ତୁକୁ ସେହି ଭାବେଧରି ।ପ୍ରଭୁ ସେବାକାର୍ଯ୍ୟ ଏରୂପେ କରି ॥
ସହସ୍ରେ ଟଙ୍କାକୁ ଆକଟ ଯେତେ ।ଟଙ୍କାଏ ପାଇଁକି ଆକଟ ତେତେ ॥
ବକହୁଁ ଘେନିବ ଯେବଣ ଗୁଣ ।ସେ କଥାହିଁ ଏବେ କହିବା ଶୁଣ ॥
ସର୍ବେନ୍ଦିୟାଣି ସଂଯମ୍ୟ ବକବତ ପଣ୍ଡିତୋଜନଃ ।କାକଦୋଷୋ ପାପନାଦି ସର୍ବକାର୍ଯ୍ୟାଣି ସାଧୟତେ ।ସେ ଯେହ୍ନେ ମାଛକୁ ଟାକିଣଥାଇ ।ସଧୀରେ ସଧୀରେ ପାଦବଢ଼ାଇ ॥
ଅକଳ ହୋଇଲେ କିଛି ନକରେ ।କଳେ ପେଡ଼ିଲେ ଧାତିକାରେଧରେ ॥
ଶତ୍ରୁଠାରେ ତେହ୍ନେ ନୋହିବ ଲାଜ ।ସମୟ ଟାକି କରୁଥିବ କାର୍ଯ୍ୟ ॥
ଯେତେବେଳେ ତାକୁ ପାରିବ ସାଧି ।ତେତେବେଳେ ଯାଇ ହୋଇବ ବାଦୀ ॥
ଆଗତ କରି ନ କହିବ କଥା ।କହିଲେ ଆପଣେ ପାଇବ ବ୍ୟଥା ॥
ସାଧିବ ନାନା ପରକାର କରି ।ଉଶ୍ୱାସ କଲେଟି ଆପଣେମରି ॥
ଏମନ୍ତ ଭାବେଟି ବକର ଗୁଣ ।କୁକୁଡ଼ାର କଥା କହିବା ଶୁଣ ॥
ଯୁଦ୍ଧଂ ଚ ପ୍ରାତରୁଥାନ ଭୋଜନଂ ସହ ବନ୍ଧୁଭିଃସ୍ତ୍ରୀୟମାପଦଗତାଂ ରକ୍ଷେଚ୍ଚତୁଃ ଶିକ୍ଷେଚ୍ଚ କୁକୁଟାତ୍ ।କୁକୁଡ଼ା ଯେଉଁରୂପେ କରେ ରଣ ।କେଭେ ନଛାଡ଼େ ଥିବାଯାଏ ପ୍ରାଣ ॥
ଚଞ୍ଚଳ ପ୍ରକୃତି ଯେହ୍ନେ ତାହାର ।ଡାକିଦିଏ ଥାଇ ରାତ୍ର ପ୍ରହର ॥
ସେହି ପରକାରେ ପାହାନ୍ତି ନିଶି ।ହରିକୀର୍ତ୍ତନ କରୁଥାଏ ବସି ॥
ପାହାନ୍ତାରେ ଯେହେବ ଉଜାଗର ।ଆୟୁବଳ ନିଶ୍ଚେ ବଢ଼ଇ ତାର ॥
ଭୋଜନକରେ ଯେହ୍ନେ ବନ୍ଧୁ ମେଳେ ।ଚରଚା କରିବ ଯେଯାହା ବଳେ ॥
ଆପଦ ପଡ଼ିଲେ ପରିବାରଙ୍କୁ ।ପକ୍ଷଘୋଡ଼ାଇ ରକ୍ଷାକରେ ତାଙ୍କୁ ॥
ସେହିଭାବେ ନିଜ କୁଟୁମ୍ବମାନ ।ଆବୋରିଥିବ ଯେ ସକଳ ଦିନ ॥
ଶ୍ରୀ ଜଗନ୍ନାଥଙ୍କ କଞ୍ଜଚରଣ ।ଶିଶୁମତି କୃଷ୍ଣଦାସ ଶରଣ ॥
କୁକୁଟ ଲକ୍ଷଣ ଏଠାରୁ ଗଲା ।କାକଗୁଣ ଏବେ କହିବା ଭଲା ॥
ଗୂଢ଼ ମୈଥୁନଧର୍ମ ଚ କାକେଚ ସଂଗ୍ରାହଃଅପ୍ରମାଦନାଳସ୍ୟଂ ପଞ୍ଚ ଶିଷେଚ୍ଚ ବାୟସାତ୍ ।ଏହିଠାରେ ଅଛି ଏ ପଞ୍ଚଗୁଣ ।ବୁଝାଇ କହିବା ସୁଜନେ ଶୁଣ ॥
ବାୟସ ବୋଲିଣ କୁଆକୁ କହି ।ସେହି ଭାବରେ ସେ ଚତୁର ହୋଇ ॥
ଏହି ପ୍ରକାରେ ଥେଣ୍ଟପଣ ଧରି ।କୁଆପ୍ରାୟ ଚିତ୍ତ ଚଞ୍ଚଳ କର ॥
କୁଆ ଯେସନେ ଚାରିମାସେ ଗଲେ ।ଯୁବତୀ ସଙ୍ଗତେ ରମଇ ଭଲେ ॥
ବେଳେ ଭୋଗକଲେ ବରଷପାଇଁ ।ତାହା ଅଙ୍ଗସଙ୍ଗ ନ ଦେଖେକେହି ॥
କାକମତି ଲକ୍ଷ୍ୟ ଯେଉଁ କାଳରେ ।ସ୍ତିରୀ ଭୋଗକରି ସେହି ପ୍ରକାରେ ॥
କୁଆ ଯେବେ ଖାଦ୍ୟ ବିଶେଷ ପାଇଁ ।ଆରଦିନକୁ ତା ସଞ୍ଚିଣ ଥାଇ ॥
ଗୁପତେ ଲୁଚାଇ ଥୁଅଇ ଯାହା ।ନ ମିଳିଲାଦିନ ଭୁଞ୍ଜଇ ତାହା ॥
କୁଆର ପ୍ରାୟେ ଅନିଦ୍ରାକୁ ଯିବ ।ନିଦ୍ରା ହୋଇଥିଲେ ଚେତନା ଥିବ ॥
ଏଠାରୁ ଶେଷ କାକ ପାଞ୍ଚଗୁଣ ।ଶ୍ୱାନକଥା ଏବେ କହିବା ଶୁଣ ॥
ଶୀଘ୍ର ରାବ୍ୟାଳ୍ପସନ୍ତୁଷ୍ଟଃ ସୁନିଦ୍ରା ଶୀଘ୍ର ଚେତନଃପ୍ରଭୁଭକ୍ତଶ୍ଚ ଶୂରଶ୍ଚ ଜ୍ଞାତବ୍ୟ ଶୁନି କ୍ଷଡ଼ଗୁଣା ।ଶ୍ୱାନ ଯେ କୁକୁର ସ୍ୱଭାବ ଯଥା ।ତାହାଠାରୁ ଘେନ ଏ ଷଡ଼କଥା ॥
ଶ୍ୱାନ ଯେହ୍ନେ ଭକ୍ଷ ବହୁତ ଖାଇ ।ଅଳପ ପାଇଲେ ସନ୍ତୁଷ୍ଟ ହୋଇ ॥
ସେହିପ୍ରକାରେଟି ଶୁଣ ରାଜନ ।ସନ୍ତୋଷ କରିବ ଆପଣା ମନ ॥
ଶ୍ୱାନ ଯେସନେ ନିଦ୍ରା ଯାଇଥାଇ ।ଅଳପକେ ପୁଣି ଚେତନାପାଇ ॥
ସଚଳ ନିଶ୍ଚଳ ଦ୍ୱିଗୁଣ ମତ ।ନିଦ୍ରା ଯିବ ଯେବେ ଏହି ସଂଯତ ॥
ଆବର ବଚନ କହିଣ ଦେବା ।ଶ୍ୱାନତହୁଁ ଘେନ ଉତ୍ତମସେବା ॥
ଗୃହସ୍ଥ ଆହାରଦେଲେ ସେ ଖାଇ ।ନଦେଲେ ପୁଣ ଉପବାସେ ରହି ॥
ନୋହିଲେ ଏଣେତେଣେ ମିଳେ ଯାହା ।କର୍ମକୁ ଆଦରି ଭୁଞ୍ଜଇ ତାହା ॥
ଯେଉଁଆଡ଼େ ଥିଲେ ଘରକୁ ଆସେ ।ସେବା କରିଥାଇ ଗୃହସ୍ଥ ପାଶେ ॥
ପ୍ରଭୁସେବା ହିଁ ଏହି ରୂପେ କରେ ।ଆଉ କଥାମାନ ମନେ ନଧରେ ॥
ଆବର ହିତ ବଚନେକ କହୁଁ ।ଶୂରବନ୍ତପଣ ଘେନ ତା ତହୁଁ ॥
ଯେଡେ ବଡ଼ ଲୋକ ହେଲେ ହେଁ ହେଉ ।ଦେଖିଲେ ରଡ଼ିଦିଏ ଭାଉଭାଉ ॥
ଦୂରକୁ ଅଇଲେ ବହଇ ରାଗ ।ଛାମୁରେ ପଡ଼ିଲେ ଯୁଝଇ ବେଗ ॥
ରାଜା ହେଉପଛେ ନ ଘୁଞ୍ଚେ ତାକୁ ।ଶୂରବନ୍ତପଣ ବୋଲି ଏହାକୁ ॥
ନିକର ବଚନ କହିଲି ଯଥା ।ଗଧଠାରୁ ଘେନ ଏ ତିନିକଥା ॥
ଅବିଶ୍ରାନ୍ତଂ ବହୋଦ୍ଭାରଂ ଶୀତୋଷ୍ଣ ନ ଚ ବିନ୍ଦତିସସନ୍ତୋଷସ୍ତଥା ନିତ୍ୟତ୍ରିଣି ଶିକ୍ଷେକ ଗର୍ଦ୍ଦଭାତ୍ ।ସ୍ୱଭାବେ ପ୍ରକୃତି ଏମନ୍ତ ତାର ।ଅବିଶ୍ରାନ୍ତ ହୋଇ ବହଇ ଭାର ॥
ଯେଣିକି ନେବ ତାହାସୁଖେ ନେଉ ।ତହିଁକି ଶୋଚନ ନଥାଏ ଆଉ ॥
ଶୀତ ଖରାଦିନେ ବରଷା ଘେନି ।ଦୁଃଖ ସୁଖ ସହି ହୁଅଇ ତୁନି ॥
ସେହି ପ୍ରକାରେଟି ଅଧମ ଲୋକ ।ବୋଝଭାରବହି ଲାଗଇ ବେକ ॥
କୃଷ୍ଣ ନାମରେ ଯେ ନୁହଇ ସୁଖୀ ।ଗଧ ସଙ୍ଗତରେ ତାହାକୁ ଲେଖି ॥
ଆବର ବଚନ କହିବା ଯେ ତା ।ଯେଉଁ ପାଞ୍ଚଲୋକ ଧର୍ମର ପିତା ॥
ସେ କଥା ଏବେ ମୁଁ କହିବି ପୁଣ ।ସନ୍ତୋଷ ହୋଇ ସାବଧାନେ ଶୁଣ ॥
ଅନ୍ନଦାତା ଭୟତ୍ରାତା ଯସ୍ତୁ କନ୍ୟା ପ୍ରୟଚ୍ଛତିଜନ୍ମଦୋ ଜ୍ଞାନଦଶ୍ଚୈବ ପଞ୍ଚତେ ପିତରଃ ସ୍ମୃତାଃ ।ଅନ୍ନ ବସ୍ତ୍ର ଦେଇ ପୋଷଇ ଯେହି ।ଧର୍ମପିତା ବୋଲି ତାକୁଇ କହି ॥
ମହାଭୟରୁ ଯେ କରଇ ପାର ।ଶାସ୍ତ୍ରର ପ୍ରମାଣେ ସେ ପିତା ତାର ॥
ବିଦ୍ୟା ପଢ଼ାଇ ଯେ କରଇ ଜିତା ।ତାହାକୁ ବୋଲିଟି ଧରମ ପିତା ॥
ଭାରିଯାର ବାପ ଶ୍ୱଶୁର ଏକ ।ଧର୍ମଶାସ୍ତ୍ରରେ ଏ ପିତାର ଲେଖ ॥
ଆପଣା ବାପ ତ ସହଜେ ହୋଇ ।ଏ ପାଞ୍ଚଲୋକ ପିତା ବୋଲି କହି ॥
ପାଞ୍ଚମାତା ପୁଣ ଯେମନ୍ତ ଭାବେ ।ସେକଥା ବୁଝାଇ କହିବା ଏବେ ॥
ମିତ୍ରାମ୍ବା ରମଣୀମାତା ଚାରୋଶ୍ଚ ସ୍ୱାମୀନ୍ଦଃ ପ୍ରିୟାଜନ୍ମଦାତ୍ରୀତି ବିଜ୍ଞେୟାମାତରଃ ପଞ୍ଚ ସଂଖ୍ୟକାଃ ।ଆପଣାର ମିତ୍ର ଯେବଣ ଲୋକ ।ତାହା ଜନନୀ ମାତାସମ ଲେଖ ॥
ପ୍ରଭୁମାନଙ୍କର ଯେଉଁ ରମଣୀ ।ମାତା ବୋଲିକରି ତାହାଙ୍କୁ ମାନି ॥
ଗୁରୁଭାରିଯା ଯେ ମାତାରେ ଲେଖ ।ଏମାନଙ୍କୁ ସବୁ ସମାନ ଦେଖ ॥
ଆପଣାର ମାତା ଯେ ଗର୍ଭଧ୍ୟାରୀ ।ଭାରିଯା ଜନନୀ ମାତାର ସରି ॥
ଏମନ୍ତ ହୋଇ ଯେ ଏ ପାଞ୍ଚମାତ ।ଆବର ବଚନ କହିବା ହିତ ॥
ଧନ୍ୟୋ ଧର୍ମାନୁସାରେଣ କୁଟୁମ୍ବଂ ପୋଷୟତ୍ତୁ ଯଃକୁଟୁମ୍ବ ଯସ୍ୟ ଦୁଃଖୀସ୍ୟାଜୀବନଂ ତସ୍ୟ ନିଷ୍ଫଳଂ ।ଯେଉଁ ପ୍ରାଣୀମାନେ ଧର୍ମ ବିଚାରି ।ଦିନ ବଞ୍ଚନ୍ତି କର୍ମକୁ ଆଦରି ॥
ଯେଉଁ ପ୍ରାଣୀମାନେ ଜୀବନ ରଖି ।କୁଟୁମ୍ବ ଦୁଃଖରେ ନୁହନ୍ତି ଦୁଃଖୀ ॥
ଆପଣା ଜୀବନ ପୋଷନ୍ତି ସୁଖେ ।ପୁତ୍ର ଭାରିଯା ଯେ ବଞ୍ଚନ୍ତି ଦୁଃଖେ ॥
ଏମନ୍ତ ଲୋକର ଜୀବନ ଛାର ।ସେ ପ୍ରାଣୀମାନଙ୍କୁ ଲେଖା ନକର ॥
ଗଜେନ୍ଦ୍ରୋ ବନ୍ଧନସ୍ଥେଽପି ସହସ୍ର ପ୍ରାଣୀପୋଷକଃଶ୍ୱାପି ସ୍ୱେଚ୍ଛାନୁଗାମୀ ବେଦୂଦର ପୋଷୟେତ୍ ସ୍ୱକଂ ।ଗଜେନ୍ଦ୍ର ଯେବେଟି ବନ୍ଦୀରେ ଥାଇ ।ତଥାପି ସହସ୍ର ପ୍ରାଣୀ ପୋଷଇ ॥
ଉତ୍ତମ ଗୁଣଟି ଯାହାର ଥାଇ ।ଯହିଁ ତହିଁ ଥିଲେ ସେ ପୂଜାପାଇ ॥
ଗୁଣ ଥିବାରୁ ତା ତେଜ ପ୍ରକାଶେ ।ବନ୍ଧନନେ ଥାଇ ଶତଲୋକ ପୋଷେ ॥
ଶ୍ୱାନ ଯେ କୁକୁର ମେଳରେ ଥାଇ ।ଚାରିଦିଗେ ଫେରି ଆହାର ଖାଇ ॥
ଗୃହସ୍ଥ ଦ୍ରବ୍ୟ ଜଗି ବସିଥାଇ ।ଆପଣା ପେଟ ପୋଷିବାର ପାଇଁ ॥
ଯନ୍ତ୍ରିତ୍ରେଣାହିତଂ କାର୍ଯ୍ୟଂ ସହାର୍ଯ୍ୟ ନ ମହାର୍ଗକେବିପତ୍ତୌ ନୈବ ସାହାଯ୍ୟ ତସ୍ୟ ମୈତ୍ର ନିରର୍ଥକ ।ମିତ୍ରହୋଇ ଯେବେ ନକର ହିତ ।ଅସମୟ କାଳେ ନଦିଏ ବିତ୍ତ ॥
ବିପତ୍ତିକାଳେ ଯେ ନୁହଇ ସଖା ।ସେ ମିତ୍ର କାହିଁରେ ନକର ଲେଖା ॥
ସର୍ଜିତେନ ତୁ ବିତ୍ତେନ ଦେବ ବ୍ରାହ୍ମଣ ବାନ୍ଧବାନ୍ନ ଯଜେଦ୍ ଯସ୍ତାସ୍ୟ ବିତ୍ତଂ କ୍ଷୀୟତେଗ୍ନିନୁପାଦଷୁ ।ଧନ ଦ୍ରବ୍ୟ ଅର୍ଜି କରିବ କିସ ।ଜଗତ ସୁଖେଯେ ନପାଏ ଯଶ ॥
ବେଦ ବ୍ରାହ୍ମଣ ସମସ୍ତଙ୍କୁ ଲେଛି ।ବନ୍ଧୁ କୁଟୁମ୍ବରେ ନଦେଇ କିଛି ॥
ଆପଣେ ନଖାଏ ନ ଦିଏ ପରେ ।ସେ ଧନ ଯାଇଟି ନାନାପ୍ରକାରେ ॥
ରାଜା ତଣ୍ଡଇ କିବା ଅଗ୍ନି ଖାଇ ।ଆଉ ଯେତେ ଥାଇ ଚୋରୀରେ ଯାଇ ॥
ଯେତେ ପ୍ରକାରେ ଅରଜିଲେ ଧନ ।ବିଧାତା ଲେଖନ କେକରୁ ଆନ ॥
କପାଳଲିଖିତଂ ଭାଗ୍ୟ ନିନ୍ଦ୍ୟାନିନ୍ଦ ଶୁଭାଶୁଭସାଧିତଂ ବିଧିନାଂ ସର୍ବ ଗଳହସ୍ତେନ କର୍ମଣା ।ଯହିଁ ଯାହାକୁ ମୃତ୍ୟୁଯୋଗ ଥାଇ ।ଦଇବ ତହିଁକି ନିଏ କଢ଼ାଇ ॥
ଯେଉଁଠାରେ ଯାକୁ ଥାଏ ବନ୍ଧନ ।କେବେହେଁ ସେକଥା ନୁହଇ ଆନ ॥
ମୃତ୍ୟୁ ସହିତ ରାଜଲକ୍ଷ୍ମୀ ଭୋଗ ।ଯେଉଁଠାରେ ତାକୁ ଥାଏ ସଂଯୋଗ ॥
କର୍ମ ତହିଁକି ଅଧିକାରୀ ହୋଇ ।ଗଳାରେ ହସ୍ତ ଦେଇ ଘେନିଯାଇ ॥
ମରଣ ଯୋଗ ଦୁଃଖ ସୁଖମାନ ।କାହାର ବଳଯେ ନୁହଇଆନ ॥
ଦୁଃଖାକୋଟଂ ଧିକଂ କଷ୍ଟଂ ଭବେନ୍ମରଣ ପୀଡ଼ନଂଯଦୁଃଖ କ୍ଷଣମାତ୍ରଂ ତୁ ଯାଚଞ୍ଜା ଦୁଃଖ ସୁଦୁସ୍ତରଂସବୁ ଦୁଃଖରୁ ଯେ ମରଣ ବଡ଼ ।କେଉଁ କଥା ନୁହେ ତେଡ଼େଗାଢ଼ ॥
ନାନାବିଧ ଦୁଃଖ କଷଣ ଠାରୁ ।ମରଣ ଦୁଃଖ ଅତିବଡ଼ ଗରୁ ॥
ପରକୁ ଦ୍ରବ୍ୟ ମାଗିବାର ଦୁଃଖ ।ମରଣୁ ଅଧିକ ଏ କଥା ଲେଖ ॥
ମରଣ ଦୁଃଖ ନିମିଷକେ ଯାଇ ।ମାଗିବା ଦୁଃଖ ସବୁଦିନେ ଥାଇ ॥
ପ୍ରତିମା ବିଷ୍ଣୁ ରୂପସ୍ୟାପ୍ୟଗ୍ନିହୋତ୍ରଦ୍ୱିଜସ୍ୟ ଚଉଭୟେ ଦର୍ଶନଂ ଯତ୍ରାତଦ୍ଦିନଂ ସଫଳଃ ଭବେତ୍ ।ବିଷ୍ଣୁ ପ୍ରତିମା ଯେଉଁଠାରେ ଦେଖି ।ନମସ୍କାର କରି ପାପ ଉପେକ୍ଷି ॥
ଅଗ୍ନିହୋତ୍ରୀ ବିପ୍ର ଦେଖିବ ଯେବେ ।ନମସ୍କାର ତାକୁ କରିବ ତେବେ ॥
ଏ ଦୁଇକଥା ଯେଉଁଦିନ କରି ।ସେଦିନ ଦୁଷ୍କୃତ ମାନଙ୍କୁ ହରି ॥
ତେଣୁକରି ଏବେ କହୁଛି ଶୁଣ ।ଧର୍ମ ଅଧର୍ମର ପ୍ରସ୍ତାବ ଗୁଣ ॥
ଗୌରେକା ପଞ୍ଚ ବ୍ୟାଘ୍ରସ୍ୟ କୁମ୍ଭୀର୍ଯ୍ୟାଃଶତସନ୍ତତିଅଧର୍ମେ ପ୍ରଳୟଂ ଯାନ୍ତି ଧର୍ମେ ସର୍ବତ୍ର ବର୍ଦ୍ଧତେ ।କୁମ୍ଭୀର ଡ଼ିମ୍ବ ଯେ ପାଡ଼ଇ ଶଏ ।ବ୍ୟାଘ୍ରୀ ଜାତକରେ ପାଞ୍ଚତନୟେ ॥
ସେ ଜନ୍ତୁମାନଙ୍କୁ ନାହିଁ ବିଶ୍ୱାସ ।ଅଧର୍ମ ଫଳେ ସେ ହୁଅନ୍ତି ନାଶ ॥
ଏକା ଗୋଟିଏ ଜାତକରେ ଗାଈ ।ଧର୍ମରେ ବର୍ଦ୍ଧିତ ହୁଅଇ ସେହି ॥
ଅଧର୍ମ କେବେହେଁ ନୁହଇ ଭଲ ।ଧର୍ମରେ ବର୍ଦ୍ଧିତ ଗୋଧନ ପଲ ॥
ଦୁର୍ଜ୍ଜୁନସ୍ୟ ଚ ଯା ଲକ୍ଷ୍ମୀଶ୍ଚ ଚିରକାଳଂ ନ ଦୃଶ୍ୟତେମର୍କଟସ୍ୟ ଗଳେ ବଦ୍ଧା ମଲ୍ଲିକା ମାଳିକା ଯଥା ।ଦୁର୍ଜ୍ଜନ ଲୋକ ଅରଜିଲେ ଧନ ।ସେ ଧନ ନ ରହେ ବହୁତ ଦିନ ॥
ତୁମ୍ଭେ ବୋଲିବ କେଉଁ ଭାବେ ଅବା ।ଏଥକୁ ପୁଣ ଦୃଷ୍ଟାନ୍ତକୁ ଦେବା ॥
ମର୍କଟ ବେକେ ମଲ୍ଲୀଫୁଲମାଳ ।ଲମ୍ବାଇଲେ ଥାଇ ସେ ଯେତେବେଳ ॥
ଫୁଲଣା ହୋଇ ଧାତିକାରେ ଡେଇଁ ।ଏ ଡାଳୁ ବସଇ ସେ ଡାଳେଯାଇ ॥
ଏତେକମାତ୍ରେ ମଲ୍ଲୀଫୁଲ ମାଳ ।ଛିଡ଼ି ହୁଅଇ ନାରଖାର ତୁଲ ॥
ଦୁର୍ବଳସଃ ବଳଂ ରାଜା ବାଳକଂ ରୋଦନଂ ବଳଂପକ୍ଷୀଣା ବଳମାକାଶଂ ମତ୍ସ୍ୟାନାଂ ବହୁଳଂ ଜଳ ।ଦୁର୍ବଳ ଲୋକର ବଳ ନୃପତି ।କ୍ରନ୍ଦନ ବାଳକ ବଳ କହନ୍ତି ॥
ପକ୍ଷୀର ବଳ ଆକାଶ ମଣ୍ଡଳ ।ମାଛର ବଳ ଯେ ବହୁତ ଜଳ ॥
ଏମନ୍ତ ଭାବରେ ଶାସ୍ତ୍ରର ବାଟ ।ଭଲମନ୍ଦ କଥା ତହିଁରେ ଭେଟ ॥
ଧର୍ମ ଅଧର୍ମ ପାପ ପୁଣ୍ୟ ଦୁଇ ।ପାପଲୋପ ପୁଣ୍ୟ ଉଦିତ ହୋଇ ॥
ଅଧର୍ମ କଥାକୁ ଗଲେଟି ନରେ ।ଦଇବ ତାକୁ ମନ୍ଦଚିନ୍ତା କରେ ॥
ତୁମ୍ଭେବୋଲିବ କେଉଁଭାବେ ପୁଣ ।ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ ॥
ପରସ୍ୟ ଚିନ୍ତେତେ ମନ୍ଦୋ ଦେବଂ ଚିନ୍ତତି ଦୁର୍ଗତିଂନୃପେଣ ଲଭ୍ୟତେ କନ୍ୟା ଭଗବତ୍ ଭଲ୍ଲୁକୋ ଯଥା ।ପଶ୍ଚିମଦେଶେ ଉଜାଣି ନରେ ।ତହିଁର ସାଧକ ଶରଧାକର ॥
ତାହାର ଭାରିଯା ଯେ ପ୍ରିୟବତୀ ।ଅପୂର୍ବ ସୁନ୍ଦରୀ ବେନି ଯୁବତୀ ॥
ବଡ଼ ଲୀଳାବତୀ ଯେ ଅନୁପମ ।ରତ୍ନାବତୀ ସାନ ଭାରିଯା ନାମ ॥
ଏକାନ୍ତେ ସେ ସାଧୁମନ୍ଦିରେ ଆସି ।ପ୍ରବେଶ ହୋଇଲା ଏକ ପ୍ରବାସୀ ॥
ଭଗବାନ ନାମ ଲୋକେ କୁହାଇ ।ଚୂଡ଼ାକର୍ମ ବୋଲି ତାହାକୁ କହି ॥
ଆସି ସାଧୁକୁ ସେ ପ୍ରାର୍ଥନା କଲା ।ଦେଖି ସାଧୁ ବିନୟରେ ପୁଚ୍ଛିଲା ॥
ସାଧୁଙ୍କୁ ଚାହିଁ ଭଗବତ ଭାଷେ ।ତୋର ଘରେ ଆମ୍ଭେ ରହିବୁ ମାସେ ॥
ଭଗବତଠାରୁ ଏମନ୍ତ ଶୁଣି ।ନିସ୍ତରିଲା ପ୍ରାୟ ହୋଇଲା ପୁଣି ॥
ଆପଣା ଘର ଭିତରକୁ ନେଲା ।ଗମ୍ଭିରୀ ଗୋଟିଏ ଲିପାଇ ନେଲା ॥
ଭଗବତ ତହିଁ ନିଶ୍ଚିନ୍ତେ ରହି ।ସାଧବ ବେନି ଭାରିଯାକୁ ରାଇ ॥
ଲୀଳାବତୀ ତାର ସହଜେ ବଡ଼ ।ବୋଇଲା ତୁଗୋ ସବୁକଥା ଛାଡ଼ ॥
ତୋହର ଯେବେ ଦୟାଅଛି ମୋତେ ।ଘରଣୀର ବିଧି ଲାଗଇ ତୋତେ ॥
ଆନ କଥାରେ ତୁ ନଦେବୁ ମନ ।ଚରବିବୁ ବନ୍ଧୁ କୁଟୁମ୍ବମାନ ॥
ସାନଭାରିଯା ନାମ ରତ୍ନାବତୀ ।ତାହାକୁ ପୁଣ ହକାରିଲା କତି ॥
ବୋଇଲା ମୋତେ ଦୟା ଅଛି ଯେବେ ।କଥାଏ ତୋ ଆଗେ କହିବି ତେବେ ॥
ଭଗବତଙ୍କୁ ସେବା କରୁଥିବୁ ।ଯେତେବେଳେ ଯାହା ମାଗିବେଦବୁ ॥
ଭୋଜନର ସଞ୍ଚା ଯେ ବିଧିମାନ ।ଦେଇ ଖଟିବୁ ତାକୁ ପ୍ରତିଦିନ ॥
ଏମନ୍ତେ ବୋଲିଣ ଚରିତ ଦେଲା ।ବାଣିଜ୍ୟକରି ସେ ସାଧବ ଗଲା ॥
ଘରକୁ ଆସି ସଙ୍ଖୋଳଇ ନିତ୍ୟେ ।ଭାଗବତ ଅନ୍ନ ପାଣି ସହିତେ ॥
ଏମନ୍ତେ କେତେହେଁକ ଦିନ ଗଲା ।ସାଧବ ସାହୁ ପଣ କରିଗଲା ॥
ପଥଶ୍ରମ ପାଇ କରନ୍ତେ ଜ୍ୱର ।ସେଦିନ ରହିଲା ଖାତକ ଘର ॥
ଦଇବ ସଂଯୋଗ କଲା ଏମନ୍ତ ।ଘରେ ଥିଲାଟି ଯେଉଁ ଭଗବତ ॥
ସାଧବ ସାନ ଭାରିଯାକୁ ଚାହିଁ ।କାମ ପଞ୍ଚଶରେ ଆତୁର ହୋଇ ॥
ବୋଇଲା ଭୋ ସଖି ଜୀବନ ରଖ ।ଏ ମୋର ବିରହ ବେଦନା ଦେଖା ॥
ତୋ ରୁପ ଦେଖି ମୁଁ ହୋଇଲି ତୋଷି ।ଭୋନାରୀ ମୋତେ ପ୍ରସନ୍ନ ହୁଅସି ॥
ଏ ତୋର ରୂପ ଯଉବନ ଭାର ।ଏହାଦେଇ ମୋତେ ଉଦ୍ଧାର କର ॥
ନୋହିଲେ ଜୀବନ ଛାଡ଼ିବି ଢାଳେ ।କଥା ରହିଥିବ ଯେ କାଳେକାଳେ ॥
ଗବତ ମୁଖୁ ଏମନ୍ତ ଶୁଣି ।ତାଟକା ହୋଇଲା ଦିବ୍ୟକାମିନୀ ॥
ଚଞ୍ଚଳ ଚିତ୍ତ କଲା ଛନ୍ନ ଛନ୍ନ ।ଜିଭ କାମୁଡ଼ି ଛୁଇଁଲା ଶ୍ରବଣ ॥
ଶରୀରୁ ଜୀବନ ଗଲା କି ଛାଡ଼ି ।ଉପରେ ବଜ୍ର ପଡ଼ିଲା କି ମାଡ଼ି ॥
କରପତ୍ର ଯୋଡ଼ି ହୋଇଲା ଠିଆ ।ବୋଇଲା ଗୋସାଇଁ ନବୋଲ ଏହା ॥
ତୁମ୍ଭେ ଯେ ପରମଗୁରୁ ମୋହର ।ଅନୀତି ଆଚାର କିମ୍ପାଇଁ କର ॥
ଏହା ଛାଡ଼ି ଆନ କଟାଳ ମୋତେ ।କରିଥିଲେ ତାହା ଦିଅନ୍ତି ତୋତେ ॥
ଏହା ବୋଲି କର ଲଲାଟେ ଦେଲା ।ଭଗବତ ପାଦେ ପ୍ରମାଣ କଲା ॥
କନ୍ୟାର ନିଷ୍ଠୁର ବଚନ ଶୁଣି ।ଲଜ୍ଜାପାଇଲେ ସେ ମନରେ ଗୁଣି ॥
ହୃଦରେ ବିଚାର କଲା ଏକାନ୍ତେ ।ବୋଇଲା ପ୍ରମାଦ ପଡ଼ିଲା ମୋତେ ॥
ଗୃହସ୍ଥ ଆଗେ କହିବ ଏ ଆଜ ।ମରଣୁ ଅଧିକ ହୋଇବ ଲାଜ ॥
ଲୋକରେ ଝିଙ୍ଗାସମନରେ ବ୍ୟଥା ।କାହା ମୁଖଚାହିଁ କହିବି କଥା ॥
ଏହି ସବୁ କଥା ମନରେ ଭାଳି ।ବୋଇଲା ମୋ କଥାଶୁଣରେ ବାଳି ॥
ଆମ୍ଭେ ତୋ ମନ ବିଡ଼ିବାପାଇଁ ।ଯତନେ କହିଲୁ କଥା ଦେଖାଇ ॥
ତହିଁକି କୋପତୁ ନକର ମୋତେ ।ଏବେ ଆନଦ୍ରବ୍ୟ ମାଗିବି ତୋତେ ॥
ତୁ ଏବେ ଏଥକୁ ଆନ ନଧର ।ଦେବି ବୋଲି ଏକା ପ୍ରମାଣ କର ॥
ଏତେକେ ଆମ୍ଭେ ଯେ ହୋଇବୁ ତୋଷି ।ଭୋକନ୍ୟା ମନରେ ହରଷ ହୋସି ॥
କନ୍ୟାବୋଲେ ତୁମ୍ଭ ବଚନେ ଥିବି ।ଯାହା ମାଗିବ ତା ଅବଶ୍ୟଦେବି ॥
ରତ୍ନାବତୀଠାରୁ ଏସନ ଶୁଣି ।ଭଗବତ ହସି ବୋଲଇ ବାଣୀ ॥
ଆମ୍ଭେ ତୋଠାରେ ମାଗିଥିଲୁ ଯାହା ।ଗେରସ୍ତ ଆଗେ ନକହିବୁ ତାହା ॥
ସତ୍ୟକରି ତୁ ଯେ କର ପ୍ରମାଣ ।ନକହିବୁ ତୋତେ ମୋହର ରାଣ ॥
ଏବେ ଯେଉଁ ଦ୍ରବ୍ୟ ମାଗିବି ତୋତେ ।ନାସ୍ତି ନ କରିବୁ କଦାପି ମୋତେ ॥
ଏ କଥା ଚିତ୍ତେ ଦୃଢ଼ କରିଥିବୁ ।ମଶାଣି ଭୂମିକୁ ନିଶାରେ ଯିବୁ ॥
ଉଲଗ୍ନ ହୋଇ ଭୟଙ୍କର ବେଶ ।ମୁକୁଳା କରିବୁ ମଥାର କେଶ ॥
ପୋତିଲା ମଡ଼ାର ଖୋଳିବୁ ମାଟି ।ଦିମୁଠା ଧରିଣ ଆସିବୁ ଉଠି ॥
ସେମାଟି ଆଣିଦେବୁ ମୋରକରେ ।ନିର୍ଭର ହୋଇଣ ପଶିବୁ ଘରେ ॥
ଏମନ୍ତ ବିଚାର କରନ୍ତେ ବସି ।ସାଧବ ପ୍ରବେଶ ହୋଇଲେ ଆସି ॥
ରତ୍ନାବତୀକି ହକାରିଲା ପାଶ ।ବୋଇଲା ତୁମୋର ଅଟୁ ବିଶ୍ୱାସ ॥
ଆମ୍ଭେ ଯେ ତୋତେ ସମର୍ପିଣ ଗଲୁ ।ଭଗବତ କଥା କେମନ୍ତେ କଲୁ ॥
ଅନ୍ନ ବ୍ୟଞ୍ଜନ ବିଧିମତ କରି ।ଦେଉଅଛୁଟିକି ସଂଯୋଗ କରି ॥
କନ୍ୟା ବୋଇଲା କି କହିବି ଅବା ।ଆଜ୍ଞା ପ୍ରମାଣେ ତ କରୁଚି ସେବା ॥
ଶୁଣିକରି ସାଧୁ ହରଷ ମନ ।ନିତ୍ୟକର୍ମ ସାରି କଲା ଭୋଜନ ॥
ଏଥୁଅନ୍ତରେ ଭଗବତ ପୁଣି ।ସାଧବକୁ ଚାହିଁ ବୋଇଲାବାଣୀ ॥
ଆମ୍ଭେ ତୋ ଘରେ କେତେଦିନ ଥିବୁ ।ମେଲାଣି ଦିଅ ଦେଶେ ଫେରିଯିବୁ ॥
ପୃଥିବୀଯାକ ଆମ୍ଭର ଅଟଇ ।ଏକଠାବେ ଥିବା ଉଚିତ ନୋହି ॥
ସାଧୁବୋଲେ କିମ୍ପା ହୁଅ ବିମୁଖ ।ମୋର ଘରେ କେତେ ପାଇଲ ଦୁଃଖ ॥
ଅନ୍ନସଂଯୋଗ ଭାତପାଣି ଯେତେ ।କି କି ନମିଳିଲା କହନ୍ତୁ ମୋତେ ॥
ଭଗବତ ବୋଲେ ଶୁଣରେବାବୁ ।ତୋହ ପ୍ରସାଦେ ତ ପାଇଲୁ ସବୁ ॥
ଆମ୍ଭେ ଅଇଲୁ ଯେଉଁ ପ୍ରତିଆଶେ ।ବଡ଼ ସୁସ୍ଥହୋଇ ବଞ୍ଚିଲୁମାସେ ॥
ନିଶ୍ଚିନ୍ତ ହୋଇଣ କାଟିଲୁ ଦିନ ।ତୋର ଆମ୍ଭର ଯେ ନାହିଁଅଭିନ୍ନ ॥
ଯାହାର ଘରେ ଅନ୍ନଜଳ ଖାଇ ।ତାର ଭଲମନ୍ଦ ତାହାକୁ କହି ॥
ତୋତେ ଯେଉଁକଥା କଳଙ୍କବାପ ।ନକହି ଗଲେତ ଆମ୍ଭଙ୍କୁ ପାପ ॥
ତୁ ଯେବେବୋଲ ନଭାଙ୍ଗି ବୁକିନା ।ତୋତେ ସବୁକଥା କହିବୁସିନା ॥
ସାଧୁ ବୋଇଲା ପାଦେ ପଡ଼ିଶୋଇ ।କି ଆଜ୍ଞା ହେଉଛି କହ ଗୋସାଇଁ ॥
ଭଗବତ ବୋଲେ କହିବା ଯଥା ।ଏ ତୋର ସାନଭାରିଯାର କଥା ॥
ସୁନ୍ଦର ହୋଇଲେ ହୋଇବ କିସ ।ତାହାଠାରେ ଅଛି ଅନେକ ଦୋଷ ॥
ମୁହାସ କରି ଆବୋରିବୁ ଯେବେ ।ତା ଦେହ ଛୁଇଁଲେ ମରିବୁ ତେବେ ॥
ଆମ୍ଭବୋଲ ଯେବେ ନକରୁ ଆନ ।ତେବେ ପାଇବୁ ତୁ ଜୀବନଦାନ ॥
ସାଧୁ ବୋଇଲା ପାଦେ ପଡ଼ିଶୋଇ ।କି କି ଦୋଷଅଛି କହ ଗୋସାଇଁ ॥
ହସ୍ତ ଧରି ଯାକୁ ହୋଇଛି ବିଭା ।କେମନ୍ତ ପ୍ରକାରେ ଛାଡ଼ିବି ଅବା ॥
ପ୍ରାଣେ ମାରିବିକି କାଟିବି କାନ ।କି ଅବା କରିବି ନାସା ଛେଦନ ॥
ଭଗବତ ବୋଲେ ଅବଧ୍ୟା ସ୍ତିରୀ ।ବଧିବାକୁ ତାକୁ ବୋଲି ନପାରି ॥
ଆମ୍ଭ ବଚନ ହୃଦପଦ୍ମେ ଧରି ।ନାବ ଗୋଟିଏ ଯେ ବହନ କର ॥
ସେ ନାବ ଭିତରେ ଏକ ଗମ୍ଭୀରୀ ।ପଟା ଛାଇବୁ ଲୁହାକଣ୍ଟା ମାରି ॥
କନ୍ୟାକୁ ଗମ୍ଭୀରୀ ଭିତରେ ଥୋଇ ।କବାଟ କିଳିବୁ ବାହାରେ ଥାଇ ॥
ସରଯୂ ନଦୀରେ ମେଲିବୁ ତାହା ।ଅଧିକ ତୋଆଗେ କହିବି କାହା ॥
ଏତେକ ତୋର ସବୁ ଦୋଷ ଯିବ ।ଆମ୍ଭ ଆଜ୍ଞା ପ୍ରତିପାଳିତ ହେବ ॥
ଏହାଶୁଣି ସାଧୁ ହୋଇଲେ ତୁନି ।ଭାଳିଲା ବଡ଼ ଭାରିଯାକୁ ଘେନି ॥
ବୋଇଲା ତୁଗୋ ଶୁଣ ଲୀଳାବତୀ ।ଆମ୍ଭଙ୍କୁ ପଡ଼ିଲା ବଡ଼ ବିପତ୍ତି ॥
ରତ୍ନାବତୀ ଦୋଷ ଦେଖିଲୁ ନାହିଁ ।କେବଳ ଶୁଣିଲୁ କର୍ଣ୍ଣ ପୂରାଇ ॥
ଭଗବତ ଯାହା କହିଲା ଏଣୁ ।ତୋର ବିଚାରକୁ କେମନ୍ତ ମଣୁ ॥
ସପତଣୀମାନେ ଯୁକତେ ସଲ ।କୌଣସି କାଳେ ସେ ନୁହନ୍ତି ଭଲ ॥
ସାଧୁବୋଲକୁ ନପାଇଲା ବ୍ୟଥା ।ସୁଧାସମ ଲାଗିଲା ସେହି କଥା ॥
ସପତଣୀ କଥା ଶୁଣି ନିକର ।ବୋଇଲା ପ୍ରଭୁ ଝଟତିରେ କର ॥
ଭାରିଯା ଛାର ତ ନୁହଇ କିଛି ।ତୁମ୍ଭେ ଭଲଥିଲେ ସବୁହିଁ ଅଛି ॥
ନଦୀରେ ବେଗେ ମେଲିଦିଅ ଏହା ।ପଛେ ହୁଅ ସିନା କୋଡ଼ିଏ ବାହା ॥
ଭଗବତକୁ ପଚାରିବ ଯାଇଁ ।କେଉଁଦିନ ତାକୁ ମେଲିବ ନେଇ ॥
ଶୁଣି ସାଧବ ଗଲା ଧାତିକାରେ ।ମିଳିଲା ସେ ଭଗବତ ଛାମୁରେ ॥
ବୋଇଲେ କନ୍ୟାକୁ ଛାଡ଼ିବା କେବେ ।ସନ୍ତୋଷେ ତୁମ୍ଭେ ଆଜ୍ଞା ଦେବ ଯେବେ ॥
ଭଗବତ ବୋଲେ ସାଧୁକୁ ଚାହିଁ ।ଆଜ ପାଞ୍ଚଦିନେ ମେଲିବ ନେଇ ॥
ସାଧୁ ବୋଇଲା ଶୁଣ ଭଗବତ ।କନ୍ୟାର କି ଦୋଷ ଅଟେ ଏମନ୍ତ ॥
ଭଗବତ ବୋଲେ ନପାଆ ବ୍ୟଥା ।ରାତ୍ରେ ଦେଖାଇବା ସକଳ କଥା ॥
ଶୁଣି ସାଧବ ଭିତରକୁ ଗଲା ।ମନରେ ତାର ମହାଚିନ୍ତା ହେଲା ॥
ଏମନ୍ତ ସମୟେ ସେ ରତ୍ନାବତୀ ।ଦିବ୍ୟସଞ୍ଚା ଘେନି ଗଲା ତଡ଼ତି ॥
ଗମ୍ଭୀର ଭିତରେ ପ୍ରବେଶ ଯାଇ ।ଭଗବତ ବୋଲେ କନ୍ୟାକୁ ଚାହିଁ ॥
ଭୋକନ୍ୟା ତୋତେ ମୁଁ କହୁଛି ଏବେ ।ମୋ କଥା ପ୍ରମାଣ କରିବୁ ଯେବେ ॥
ଦୃଢ଼ ଭକତି କରିବୁ ପ୍ରକାଶ ।ସତ ହାନିହେଲେ ଯିବୁଟି ନାଶ ॥
କନ୍ୟା ବୋଇଲା ଏ ପ୍ରମାଣ ସିନା ।ତୁମ୍ଭ ବଚନ ନାସ୍ତିକରେ କିନା ॥
କି ଆଜ୍ଞା ହୋଇବ ହେଉ ଗୋସାଇଁ ।ଭଗବତ ବୋଲେ କନ୍ୟାକୁ ଚାହିଁ ॥
ତୁ ଯେବେ ଆମ୍ଭର ବଚନେ ଥିବୁ ।ମଶାଣି ଭୂମିକୁ ନିଶାରେ ଯିବୁ ॥
କୌଣସି ଦିଗକୁ ନ ଦେବୁଦୃଷ୍ଟି ।ପୋତିଲା ମଡ଼ାର କାଢ଼ିବୁ ମାଟି ॥
ଦୁଇହସ୍ତରେ ଦୁଇମୁଠା ଧରି ।ମଥାକେଶ ଥିବୁ ମୁକୁଳାକରି ॥
ସେ ମାଟିଆଣି ତୁ ଦେବୁ ମୋ କରେ ।ନିର୍ଭୟ ହୋଇଣ ପଶିବୁ ଘରେ ॥
ଭଗବତ ମୁଖୁ ଏକଥା ଶୁଣି ।କନ୍ୟା ହିଁ ସନ୍ତୋଷ ହୋଇଲା ପୁଣି ॥
ରାତ୍ର ପ୍ରବେଶ ହୋନ୍ତେ ରତ୍ନାବତୀ ।ପ୍ରବେଶ ମଶାଣି ଭୂମି ଝଟତି ॥
ପୋତିଲା ମଡ଼ାର ପାଶେ ପ୍ରବେଶ ।ମୁକୁଳା ହୋଇଛି ମଥାର କେଶ ॥
ଭୂମିକି ଦେଇଣ ଆପଣା ଦୃଷ୍ଟି ।ହସ୍ତଦ୍ୱାରା ବାମା ଖୋଳୁଛି ମାଟି ॥
ବୃଢ଼ ସତ୍ୟବ୍ରତ କରିଛି ସେହୁ ।କାର୍ଯ୍ୟ ନକଲେ ସେ ଆସିବ କାହୁଁ ॥
ତେଣୁକରି ସେ ଯେ ନିର୍ଭର ହୋଇ ।ମୃତ୍ତିକା ଖୋଳୁଛି ମଶାଣି ଭୂଇଁ ॥
ଏ ସମୟେ ଭଗବତ ଚତୁର ।କହେ ସାଧୁକୁ ବିଳମ୍ବ ନକର ॥
ଆପଣ ଭାରିଯା କଥା ନ ଜାଣୁ ।ଆମ୍ଭ ବଚନ ମିଥ୍ୟାପ୍ରାୟ ମଣୁ ॥
ଭଗବତ ଗଲା ସାଧୁଙ୍କୁ ଘେନି ।ମଶାଣି ଭୂମିରେ ମିଳିଲେ ବେନି ॥
ବୃକ୍ଷତଳେ ଥାଇ ଦେଲାକ ଦୃଷ୍ଟି ।ରତ୍ନାବତୀ କନ୍ୟା ଖୋଳୁଛି ମାଟି ॥
ଭଗବତ କହେ ସାଧୁ ଆଗର ।କିକର୍ମ କରୁଛି ଭାରିଯା ତୋର ॥
ଆଣ୍ଠୁମାଡ଼ି ବସି ନ ହୋଇ ଛିଡ଼ା ।ଖୋଳିଖାଏ ଦେଖ ପୋତିଲାମଡ଼ା ॥
ଦେଖି ସାଧୁବର ନ ସ୍ଫୁରେକିଛି ।ସ୍ତମ୍ଭୀଭୂତ ହୋଇ ଅନାଇଁଅଛି ॥
ଭଗବତ ମାୟା ନ ପାଇ ଅନ୍ତ ।ଦଇବ ଭିଆଉଅଛି ଯେମନ୍ତ ॥
ସାଧବ ଭାରିଯା ଚରିତ୍ର ଜାଣି ।ଘରକୁ ବାହୁଡ଼ି ଅଇଲା ପୁଣି ॥
ରତ୍ନାବତୀ କନ୍ୟା ମିଳିଲା ଖରେ ।ପ୍ରବେଶ ହୋଇଲା ଆପଣା ଘରେ ॥
ଭଗବତ କରେ ମୃତ୍ତିକା ଦେଲା ।ଦେଖି ଭଗବତ ସନ୍ତୋଷ ହେଲା ॥
ବୋଇଲା ଭୋକନ୍ୟା ବହନ ଯାଅ ।ନିଶ୍ଚିନ୍ତ ହୋଇଣ ମନ୍ଦିରେ ଶୁଅ ॥
ରତ୍ନାବତୀ କନ୍ୟା ଘରକୁ ଯାଇ ।ନିଦ୍ରାଗଲା ବାମା ନିଶ୍ଚିନ୍ତ ହୋଇ ॥
ଏମନ୍ତ ସମୟେ ପାହିଲା ରାତି ।ଭଗବତ ଗଲା ସାଧବ କତି ॥
ବୋଇଲା ସାଧୁ ସାବଧାନେ ଶୁଣ ।ବୁଝିଲୁଟିକି ତୋ ଭାରିଯା ଗୁଣ ॥
ଆମ୍ଭ ବଚନ ତୁ କରନ୍ତୁ ମିଛ ।ଲୋଚନେ ଦେଖିଲୁ କଥା ପ୍ରତ୍ୟକ୍ଷ ॥
ଯେଉଁକଥା ତୋତେ କହିଛୁ ପୂର୍ବେ ।ସେ କଥାରେ ମନ ଦିଅତୁ ଏବେ ॥
ଆମ୍ଭେ ତୋର ଘରେ ରହିଲୁ ମାସେ ।ଏବେ ଯାଉଅଛୁ ଆନ ପ୍ରଦେଶେ ॥
ସର୍ବ ଶୁଭ ତୋତେ କହିଲୁ ଭଲ ।ସାନ ଭାରିଯାକୁ ନଦୀରେ ମେଲ ॥
ନୋହିଲେ ନିଶ୍ଚୟ ମରିବୁ ତୁ ତ ।ଯାହା କହିଲୁ ଏ ବଚନ ସତ୍ୟ ॥
ଏତେବୋଲି ବେଗେ ଆସନୁ ଉଠି ।ସାଧବ ତାହାକୁ ଗଲାପାଛୋଟି ॥
ରୁହାଇ ଲୋଡ଼ିଲା ଅନେକ ବାଗେ ।ଭଗବତ ବୋଲେ ତାହାକୁ ରାଗେ ॥
ଆମ୍ଭେତ ତୋହର ସେବକ ନୋହୁ ।ଯେଉଁଠାରେ ଇଚ୍ଛା ସେଠାକୁ ଯାଉଁ ॥
ଆମ୍ଭ ଉପରେ ରାଜପାତ୍ର ନାହିଁ ।ଏଥକୁ ତୁ କିମ୍ପା ଅଛୁ ଗୋଡ଼ାଇ ॥
ଶୁଣି ସାଧବ ବାହୁଡ଼ିଲା ଖରେ ।ପ୍ରବେଶ ହୋଇଲା ଆପଣା ଘରେ ॥
ଭଗବତ ମାୟା ନ କଲା ହେତୁ ।ବଚନ କଲା ବ୍ରହ୍ମଜ୍ଞାନ ତତ୍ତ୍ୱୁ ॥
ନାବ ଗୋଟିଏକ ଭିଆଣ କରି ।ତହିଁରେ ରଚିଲା ଏକ ଗମ୍ଭୀରି ॥
ରତ୍ନାବତୀ କନ୍ୟାର ଧରି କର ।ପ୍ରବେଶ କଲାକ ନାବ ଭିତର ॥
ଚଉଦିଗରେ ପଟା ବାଡ଼ ଦେଲା ।କବାଟ ବାହାର କିଳିଣୀ କଲା ॥
ଦେଖି ରତ୍ନାବତୀ ବିକଳ ମନ ।ସ୍ୱାମୀକି ଡାକି ବୋଲଇ ବଚନ ॥
ଆଚମ୍ବିତ କଥା କଲ କିମ୍ପାଇଁ ।କିଛି ଅପରାଧ କରି ତ ନାହିଁ ॥
ତୁମ୍ଭ ଆଜ୍ଞା ପାଳି ବଞ୍ଚିଲି ଦିନ ।ସ୍ୱାମୀର ବିନୁ ନ ଜାଣଇ ଆନ ॥
ଭଗବତ ଚର୍ଚ୍ଚା କରିବା ପାଇଁ ।ଶ୍ରୀମୁଖେ ଯେ ଆଜ୍ଞା ଦେଲେ ଗୋସାଇଁ ॥
ସଞ୍ଚାଦ୍ରବ୍ୟମାନ ଦିଅଇ ନିତି ।ବିମୁଖ ନୁହଇ ସାତ୍ତ୍ୱିକ ମତି ॥
କେଉଁ ଅପରାଧେ ଦଣ୍ଡିଲ ମୋତେ ।ସଂଶୟ ଫିଟାଇ କହ ତୁରିତେ ॥
ସେକଥା କର୍ଣ୍ଣେ ନ ଶୁଣି ସାଧବ ।ଜଳେ ମେଲିନାବ ଫେରିଲା ଜବ ॥
ସ୍ୱାମୀଅଛି ବୋଲି ଜାଣଇ ବାଳୀ ।ଶମଶାନ କଥା ମନରେ ଭାଳି ॥
ନିଶ୍ଚୟ ଜାଣିଲା ମଲି ଏଥର ।ଭୋଧର୍ମ ଏଥି ପ୍ରତିକାର କର ॥
ମୁଁ କାର କରିଥିଲେ ଅମଙ୍ଗଳ ।ଭୁଞ୍ଜିବି ନିଶ୍ଚୟ ତହିଁର ଫଳ ॥
କହୁଁ କହୁଁ ନାବ ଗଲାକ ଭାସି ।ସାଧବ ବାହୁଡ଼ି ଘରକୁ ଆସି ॥
ଭଗବତ ତହୁଁ ଚଳିଲେ ଘରେ ।ମିଳିଲେ ସରଯୂ ନଦୀର ତୀରେ ॥
ସେ ନଦୀ କୂଳକୁ ବହୁତ ଦୂର ।ବିପ୍ର ଶାସନେକ ଅଛି ତହିଁର ॥
ସେ ଗ୍ରାମ ପାଶରେ ମଣ୍ଡପ ଥିଲା ।ଭଗବତ ତହିଁ ଆସ୍ଥାନ କଲା ॥
ପାଞ୍ଚ ଦିନକୁ ସେ କରିଛି କଣ୍ଟ ।କନ୍ୟା ପ୍ରତିଆଶେ ଜଗିଛି ବାଟ ॥
ମଣ୍ଡପେ ବସି ମନଧ୍ୟାନ ଦେଇ ।ଏକଦୃଷ୍ଟି ଦେଇ ନଦୀକି ଚାହିଁ ॥
ସେ ନଦୀ ତୀର ଅତି ଅନୁପମ ।ସାରାବତୀ ବୋଲି କଟକ ନାମ ॥
ସୁରସେନ ବୋଲି ତହିଁର ରାଜା ।ଶୁଭରେ ପାଳଇ ଜନ ପରଜା ॥
ସେ ରାଜା ମୃଗୟା ବିନୋଦେ ଆସି ।ବନର ଭିତରେ ଥିଲାଯେ ପଶି ॥
ସରଯ ନଦୀର ତୀରେ ସେ ବନ ।ପାରିଧି କରନ୍ତି ସେ ସୁରସେନ ॥
କିଛି ନ ପାଇଣ ଅତି ନିରାଶେ ।ଭଲ୍ଲୁକ ଗୋଟିଏ ପଡ଼ିଲା ପାଶେ ॥
ଶରଧା ନିମନ୍ତେ ଯତନ କରି ।ସେ ଭାଲୁକୁ ରାଜା ଅଛଇ ଧରି ॥
ନଦୀ ଭିତରକୁ ଚାହାଁନ୍ତେ ରାୟେ ।ଭାସିଯାଉଅଛି ନାବ ଗୋଟିଏ ॥
ପାରୁଶ ଲୋକଙ୍କୁ ନୃପତି କହି ।ନାବ ଧରିଆଣ ପହଁରି ଯାଇ ॥
କି କି ଦ୍ରବ୍ୟଅଛି ଦେଖିବା ତାହା ।ଏମନ୍ତ ବୋଇଲା ସେ ନରନାହା ॥
ଆଜ୍ଞା ପ୍ରମାଣେ ଯେ ଖୁଣ୍ଟିଆ ଗଲେ ।ନାବ ଧରିକୂଳେ ପ୍ରବେଶ ହେଲେ ॥
ସୁରସେନ ରାଜା ହରଷ ମୁଖ ।ବୋଇଲା ନାବରେ ଅଛିକି ଦେଖ ॥
ନୃପତି ବଚନେ ହରଷ ଥୋକେ ।କବାଟ ଫେଡ଼ିଲ ପାଶ ସେବକେ ॥
ଏକୁ ଆରେକ ହେଲେ ପୁଚ୍ଛାପୁଚ୍ଛି ।ଦେଖିଲେ ଉତ୍ତମ କନ୍ୟା ଏ ଅଛି ॥
ସୁରସେନ ରାଜା ମନ ହରଷ ।କନ୍ୟାକୁ ଦେଖିଣ ହୋଇଲେ ବଶ ॥
ପାରୁଶ ଲୋକଙ୍କୁ ବୋଇଲେ ରାଇ ।କନ୍ୟାକୁହାନ୍ଦୋଳା ଭିତରେ ନେଇ ॥
ଅନ୍ତଃପୁରେ ନେଇ ପ୍ରବେଶ କର ।ପାଟମହାଦେଈ ହେଉ ଆମ୍ଭର ॥
ଧରି ରଖିଅଛି ଯେଉଁ ଭାଲୁକୁ ।ଗମ୍ଭୀରି ଭିତରେ ପୁରାଅ ତାକୁ ॥
ବେଭାରେ ନଦୀ ଯେ ଅଛଇ ବଢ଼ି ।କବାଟ କିଳି ବେଗେ ଦିଅ ଛାଡ଼ି ॥
ଆଜ୍ଞା ପ୍ରମାଣେ ଯେ ସେବକ ଲୋକ ।ନାବରେ ପୂରାଇ ବଲ୍ଲୁକ ॥
କବାଟ ବାହାରୁ ଗୋଢ଼େ କିଳିଲେ ।ନଦୀସ୍ରୋତରେ ଭସାଇଣ ଦେଲେ ॥
କନ୍ୟାକୁହାନ୍ଦୋଳା ଭିତରେ ନେଇ ।ଅନ୍ତଃପୁରେ ଯାଇ ପ୍ରବେଶ ହୋଇ ॥
ଶରଧା ଯୁକତେ କନ୍ୟାକୁ ନେଲେ ।ପ୍ରିୟବତୀ ଭାବେ ଭାରିଯା କଲେ ॥
ଦେଖି ଭଗବତ ହରଷ ହୋଇ ।ନାବମଙ୍ଗ ବେଗେ ଧରିଲା ଯାଇ ॥
ଫୁରୁଣା ହୋଇ ମନ୍ଦ ମନ୍ଦ ହସି ।ବୋଇଲା ହୋ ସଖି ବାହାରହୋସି ॥
ମୁଁ ତୋତେ ବଚନ କହୁଛି ଏବେ ।ଆମ୍ଭ ବୋଲ ତୁ ଯେ ନକଲୁ ପୂର୍ବେ ॥
ଉପାୟ କରି ଭିଆଇଲି ଏହା ।ତୁ ମୋର ଭାରିଯା ମୁଁ ତୋର ନାହା ॥
ଆସ ଆସ ବୋଲି କବାଟଫେଡ଼ି ।ବସିଲା ଗମ୍ଭୀର ଦୁଆର ମାଡ଼ି ॥
ଭଲ୍ଲୁକ ଥିଲା ଯେ ନାବ ଭିତର ।ଧାଇଁଆସି ବେଗେ ମୋଡ଼ିଲା ଶିର ॥
ବେନି ଚକ୍ଷୁଖୋଲି ରୁଧିର ଗ୍ରାସି ।ଅନ୍ତ ବିଦାରିଲା ବୁକୁରେ ବସି ॥
ଏମନ୍ତେ ଭଗବତ ତହିଁ ମଲା ।ଭଲ୍ଲୁକ ତା ସୁଖେ ବନକୁ ଗଲା ॥
ତେଣୁକରି ହାଦେ ପରକୁ ମନ୍ଦ ।ଚିନ୍ତିଲେ ତୁଟଇ ଆପଣା କନ୍ଧ ॥
ପର ଅପଘାତ ଚିନ୍ତିଲେ ନର ।ଧର୍ମକୁ ସେକଥା ନୋହେ ଉବାର ॥
ଧର୍ମଏବ ବଣିଗ୍ ଭୂତ୍ୱ ପାପପୁଣ୍ୟ ବିଚାରକଃବିବିଚ୍ୟ କିଳନାୟାଂ ତୁ ବିଦ୍ୟାଦ୍ଦଣ୍ଡଂ ଯଥାବିଧିଃ ।ଧର୍ମ ପୁରୁଷର ଯେଉଁ ବିଚାର ।ପାପ ପୁଣ୍ୟ ବେନି ବଣିକ ତାର ॥
ତୁଳ କଷ କରି ଦଣ୍ଡଇ ଆଣି ।ଦୁଷ୍ଟ ଲୋକମାନେ ତାହା ନ ଜାଣି ॥
ଅଦୃଷ୍ଟମୁଳଂ ସର୍ବ ତୁ ଜ୍ଞାୟତେ କର୍ମକାରିଣାଧର୍ମ ତତ୍ତ୍ୱଂ ନ ଜାନାତି ସ୍ୱାହାଂକାରବଶା ଜନଃ ।ବୋଲନ୍ତି ଆମ୍ଭର ଅଦୃଷ୍ଟ ମୂଳ ।ଭୁଞ୍ଜିବା ନାହିଁକି ତହିଁର ଫଳ ॥
ବଡ଼ିମାପଣେ କହୁଥାନ୍ତି ପେଲି ।ନଜାଣନ୍ତି ଧର୍ମ ଦଣ୍ଡିବ ବୋଲି ॥
ପରସ୍ପର ଚ ମର୍ମାଣି ଯେ ବଦନ୍ତି ନରାଧମାଃତେ ସର୍ବେ ନିଧନଂ ଯାନ୍ତି ବାଲୀ କୋଦର ସର୍ପବତ୍ ।ଅନ୍ୟ ଅନ୍ୟରେ ମର୍ମ କୁହାକୁହି ।ହୁଅନ୍ତି ଯେଟି ନରାଧମ ସେହି ॥
ସେହି ଦୋଷେ ଯାନ୍ତି ସେମାନେ ନାଶ ।ହୁଙ୍କାଗର୍ଭ ସ୍ଥିତ ସର୍ପ ସଦୃଶ ॥
ଏଥକୁ ଅପ୍ରତେ ନକର ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଗୁଣ ॥
କାଞ୍ଚି ନରେଶ ନାମ ସୁଦର୍ଶନ ।ପାରିଧି ଅର୍ଥେ ସେ ଗଲେ କାନନ ॥
ସୈନ୍ୟସାମନ୍ତ ଘେନି ଚଢ଼ି ଅଶ୍ୱ ।ଘୋର ଅରଣ୍ୟେ ହୋଇଲେ ପ୍ରବେଶ ॥
ଦୁଇପ୍ରହର ଦିନ ଖରା ଅତି ।ଘୋଡ଼ାଚଢ଼ି ଏକା ହୋଇ ନୃପତି ॥
ସୈନ୍ୟଙ୍କ ସଙ୍ଗରେ ହୋଇ ଅନ୍ତର ।ଏକବନେ ମିଳି ସେ ନରବର ॥
ତୃଷାକାତର କଣ୍ଠ ତାର ଶୁଖେ ।ପାଣି ଖୋଜୁ ୨ ଦେଖିଲା ପାଖେ ॥
ଗୋଟିଏ ପୋଖରୀ ସେଠାରେ ଅଛି ।ଘାସ ଦଳ ସହ ଜଳ ପୂରିଛି ॥
ତହିଁ ଜଳପାନ କରନ୍ତେ ନୃପ ।ତହିଁରେ ଡିମ୍ବ ପାଡ଼ିଥିଲା ସର୍ପ ॥
ସର୍ପଡ଼ିମ୍ବ ଏକ ଜଳ ସଙ୍ଗରେ ।ନରେଶ ପିଇଲେ ତୃଷାବେଗରେ ॥
ତହୁଁ ରାଜା ସୁସ୍ଥେ ପୁରକୁ ଗଲା ।ସର୍ପଡ଼ିମ୍ବ ତାର ପେଟେ ରହିଲା ॥
କ୍ରମେ କ୍ରମେ ଡିମ୍ବ ଫୁଟି ଭୁଜଙ୍ଗ ।ବାଳକ ତା ଗର୍ଭେ ବଢ଼ନ୍ତେ ବେଗ ॥
ଲଭିଲା ଅସୁସ୍ଥ ସେ ନରବର ।ଦିନୁ ଦିନ ଶୁଖିଗଲା ଶରୀର ॥
ଏହିପରି କିଛିଦିନରେ ପୁଣ ।ରାଜାର ହେଲା ମରିବା ଲକ୍ଷଣ ॥
ସମସ୍ତେ ଦେଖି ହାହାକାର କଲେ ।ନାନା ଔଷଧମାନ ଖୁଆଇଲେ ॥
ଔଷଧର କିଛି ନୋହିଲା ଫଳ ।ଭାଳିରେ ଏହାର ପୂରିଲା କାଳ ॥
ଏକ ବଗିଚା ଥିଲା ନୃପଙ୍କର ।ତହିଁ ବୃକ୍ଷଥିଲା ନାନାପ୍ରକାର ॥
କେହି ମିତ୍ର ଆସି ରାଜାଙ୍କ ପାଶେ ।କହିଲା ଏପରି ବାଣୀ ବିଶ୍ୱାସେ ॥
ହେ ରାଜା ତୁମ୍ଭେ ବଗିଚାକୁ ଯାଇ ।ଶୟନ କର ତହିଁ ସ୍ଥିର ହୋଇ ॥
ପବନ ନାନାବୃକ୍ଷେ ବାଜି ଆସି ।ତୁମ୍ଭ ଦେହରେ ଲାଗିଲେ ବିଶେଷି ॥
ହୋଇବ ଏ ରୋଗ ନାଶ ସତ୍ୱର ।ଏ କଥାରେ ଦଣ୍ଡ ହେଳା ନକର ॥
ତାହା ଶୁଣି ରାଜା ସମ୍ମତ ହେଲା ।ବଗିଚାରେ ଯାଇ ଶୟନ କଲା ॥
ରାଜା ନିଦ୍ରାରେ ଅଛି ଅଚେତନ ।ବଗିଚା ମାଳୀ ଜଗିଛି ଗୋପନେ ॥
ଏ ସମୟେ ରାଜା ଶଯ୍ୟା ପାଖରେ ।ଥିଲା ଏକ ସର୍ପ ହୁଙ୍କାଭିତରେ ॥
କେହି ନ ଥିବା ସମୟକୁ ଜାଣି ।ହୁଙ୍କାରୁ ବାହାରି ଦେଖିଲା ଫଣୀ ॥
ରାଜା ଅଚେତନ ତା ନାସାଦ୍ୱାରେ ।ସର୍ପଏକ ଚାହିଁଅଛି ସ୍ୱଚ୍ଛରେ ॥
ତାକୁ ଦେଖି ହୁଙ୍କାଫଣୀ କହଇ ।ଅନ୍ତର ହୁଅ ରାଜାଅଙ୍ଗୁ ତୁହି ॥
ତୋଲାଗି ନରେଶ ପାଆନ୍ତି ଦୁଃଖ ।ବାହାରିଗଲେ ତୁ ହୋଇବେ ସୁଖ ॥
ଶୁଣି ନାସାଫଣୀ କହେ ରାଗରେ ।ଏହା କିମ୍ପା କହୁମୋର ଆଗରେ ॥
ତୋତେ କହିଲେ ତୁ ଛାଡ଼ି ଏହୁଙ୍କା ।ବାହାରିଯିବୁ କି ନ ବହି ଶଙ୍କା ॥
ଯେଝା ବାସସ୍ଥାନ ସେଛାଡ଼େ ନାହିଁ ।ଶୁଣି ହୁଙ୍କାସ୍ଥିତ ସର୍ପ କହଇ ॥
ଶୁଣି ତୁ ମୋକଥା ନମାନୁ ଯେବେ ।ମରମ ତୋହର କହିବି ତେବେ ॥
ଯେପରି ତୋହର ହୋଇବ ନାଶ ।ଏକଥାରେ ଆନ ନାହିଁ ଯେ ଲେଶ ॥
ଶୁଣି ନାସାସର୍ପ କହଇ ଗୀର ।ମୁଁ କହିପାରଇ ମରମ ତୋର ॥
ତହୁଁ ହୁଙ୍କାସର୍ପ ରାଗେ କହଇ ।ତୁ କି ମୋ ମରମ ଜାଣୁରେ ବାଇ ॥
କି କହିବୁ ଅବା ମୋର କି ତହିଁ ।ହେବ ଶୁଣି ନାସାଫଣୀ କହଇ ॥
ମୋର ମରମ କି ଜାଣିଛୁ ତୁହି ।କହ ଆଗେ ତାହା ଶୁଣିଲେ ମୁହିଁ ॥
କହିବି ଅଛି ଯା ମରମ ତୋର ।ଶୁଣି ହୁଙ୍କାଫଣୀ କହେ ଏ ଗୀର ॥
ଏ ରାଜା ସୋରିଷ ବାଟି ପିଇଲେ ।ମିଳାଇ ପଡ଼ିବୁ ତୁ ବିଷ୍ଠାତୁଲେ ॥
ଏହା ଶୁଣି ନାସାସର୍ପ କହଇ ।ତଇଳ ଦୀପ ତତାଇଣ କେହି ॥
ତୋ ଗାତ ମୁହଁରେ ଇଡ଼ି ଲେଖରେ ।ଜଳିପୋଡ଼ି ମରିବୁ ତୁ ତହିଁରେ ॥
ତହୁଁ ସେ ହୁଙ୍କାରେ ଅନେକ ବିତ୍ତ ।ଅଛି ତା ପାଇବ ସେହୁ ଏ ସତ ॥
ଏତେ କହି ସର୍ପ ହୁଅନ୍ତେ ତୁନି ।ମାଳୀ ବସି ଶୁଣୁଥିଲା ଏ ବାଣୀ ॥
ତହୁଁ ଶୀଘ୍ର ମାଳି ଡାକି ରାଜାଙ୍କୁ ।କହେ ଭଲ କରିଦେବି ତୁମ୍ଭଙ୍କୁ ॥
ଶୁଣି ରାଜା ଅତି ଆନନ୍ଦ ହେଲେ ।ଯାହାମାଗିବୁ ତା ଦେବି ବୋଇଲେ ॥
ମାଳୀ ତହୁଁ ବାଟି ଆଣି ସୋରିଷ ।ରାଜାଙ୍କୁ ପିଆନ୍ତେ ସେହି ଦିବସ ॥
ଗର୍ଭର ସର୍ପ ମରି ମଳ ସଙ୍ଗେ ।ବାହାରି ପଡ଼ନ୍ତେ ନୃପତି ଅଙ୍ଗେ ॥
ରୋଗ ନ ରହିଲା ହେଲା ମଙ୍ଗଳ ।ଦିନୁଦିନ ଦେହେ ହୋଇଲା ବଳ ॥
ରାଜାଙ୍କୁ ଭଲ ଦେଖି ମାଳି ଯାଇଁ ।ମାଗିଲା ବଗିଚାଗୋଟି ବିନୟୀ ॥
ରାଜା ତାକୁ ହରଷରେ ତା ଦେଲେ ।ତାଠାରୁ ଉପକାର ପାଇଥିଲେ ॥
ମାଳୀ ତରଳ ଆଣିଲା ତତାଇ ।ହୁଙ୍କାରେ ଇଡ଼ିଲା ସଙ୍କେତ ଯହିଁ ॥
ସେ ତାପେ ସର୍ପ ଛଟପଟ ହୋଇ ।ଗାତୁ ବାହାରି ମରନ୍ତେ ତା ଚାହିଁ ॥
ହୁଙ୍କାକୁ ଭାଙ୍ଗି ସମ୍ପତ୍ତି ପାଇଲା ।ରାଜା ମାଳୀଙ୍କର ମଙ୍ଗଳହେଲା ॥
ସର୍ପ ଦୁହେଁ ମଲେ ଛିଦ୍ରକୁ କହି ।ଶୁଣ ରାଜନ ଏହା ମନଦେଇ ॥
ଅପ୍ରୀତି ସ୍ୱଜନେ ଯସ୍ୟ ନ ହିତସ୍ୟ ଶୁଭଂ ସଦାଦୀର୍ଘବୁଦ୍ଧି ର୍ଜମ୍ବୁକସ୍ତୁ ଶୃଗାଳ ଦୈତ୍ୟର୍ହତୋ ଯଥା ।ପ୍ରିୟ ଲୋକଙ୍କୁ ପରାପର ନାହିଁ ।ଅପ୍ରୀତିରେ ଲାଭ ଅଛଇ ଯହିଁ ॥
ଆତ୍ମୀୟ ଲୋକକୁ ଦୂର ନ କରି ।ତାଙ୍କୁ ଦୂରକଲେ ଆପଣାମରି ॥
ଏଥକୁ ଅପ୍ରତେ ନକର ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତରଶୁଣ ॥
ପଶ୍ଚିମ ପ୍ରଦେଶେ ଦଣ୍ଡଜା ଭୂଇଁ ।ଦୀର୍ଘବୁଦ୍ଧି ନାମେ ଶୃଗାଳ ଥାଇ ॥
ସେ ବନେ ଅଟଇ ତାହାର ବାସ ।ଚରି ବୁଲିଯାଏ ନାନାବିଦେଶ ॥
ଏମନ୍ତେ ଏକଦିନ ବୁଲିଯାଇ ।ନେପାଳୀ ମୂଷାଏ ଦେଖିଲା ତହିଁ ॥
ଧରିବ ବୋଲି ଗୋଡ଼ାଇଲା ବେଗେ ।ନୀଳକୁଣ୍ଡ ଥିଲା ତହିଁର ଲାଗେ ॥
ମୂଷା ପଳାଇଣ ବିବରେ ପଶି ।ଶୃଗାଳ ପଡ଼ିଲା କୁଣ୍ଡରେ ଖସି ॥
ମୂଷା ନ ପାଇ ସେ ମନେ ବିରାଗ ।ନୀଳକୁଣ୍ଡେ ପଡ଼ି ତିନ୍ତିଲା ଅଙ୍ଗ ॥
ନୀଳବର୍ଣ୍ଣ ତାର କାୟା ଦିଶିଲା ।ତା ଦେଖି ଶୃଗାଳ ହରଷ ହେଲା ॥
ସୁନ୍ଦର ଦିଶିଲା ମୋ ଦେହଯାକ ।ନିଶ୍ଚୟ ହୋଇଲି ମୁଁ ବଡ଼ଲୋକ ॥
କେହି ନାହିଁ ଆଉ ମୋହ ସମାନ ।ଉପାୟ କରି ମୁଁ ହେବି ରାଜନ ॥
ଜନ୍ତୁମାନଙ୍କର ନୃପତି ହୋଇ ।ପର୍ବତ ଶିଖରେ ବସିବି ଯାଇ ॥
ଏମନ୍ତ ବିଚାର କରିଣ ମନେ ।ପଶିଲା ଅତ୍ୟନ୍ତ ଅଗମ୍ୟ ବନେ ॥
କ୍ଷୁଦ୍ରବୁଦ୍ଧି ନାମେ ଶୃଗାଳ ତହିଁ ।ବାଟରେ ତାହାକୁ ଭେଟିଲା ଯାଇଁ ॥
ବୋଇଲା ଆରେତୁ ବହନ ଯାଯା ।ଆମ୍ଭେ ଏ ବନରେ ହୋଇଲୁ ରାଜା ॥
ସକଳ ଜନ୍ତୁଙ୍କୁ ହକାରି ଆଣ ।ନଇଲେ କେହି ନ ପାଇବେ ପ୍ରାଣ ॥
ଇନ୍ଦ୍ର ଆମ୍ଭଙ୍କୁ ଅଭିଷେକ କଲେ ।ରାଜପଣେଶାଢ଼ୀ ଶ୍ରୀହସ୍ତେଦେଲେ ॥
ଶୃଗାଳ ବରାହ ମୃଗ ସହିତେ ।ହସ୍ତୀ ଅଶ୍ୱ ବ୍ୟାଘ୍ର ଶାର୍ଦ୍ଦୂଳ ଯେତେ ॥
କହିବୁ ଜନ୍ତୁମାନଙ୍କର ପାଶ ।ରାଜାଙ୍କ ହକରା ଆସିଛି ଆସ ॥
ରାଜାଆଜ୍ଞା ମେଣ୍ଟି ନଇଲେ ବାବୁ ।ସଗୋତ୍ର ସହିତ ମରିବେ ସବୁ ॥
ଏମନ୍ତ ବୋଲି ତୁ କହିବୁ ଠିକେ ।ଆମ୍ଭେ ବସିଅଛୁ ପର୍ବତ ଶିଖେ ॥
କ୍ଷୁଦ୍ରବୁଦ୍ଧି ତହୁଁ ଚଳିଣ ଗଲା ।ସମସ୍ତ ଜନ୍ତୁଙ୍କୁ ଯାଇଁ କହିଲା ॥
ବୋଲେ ରାଜନ ଡାକିଛନ୍ତି ଆସ ।ନୋହିଲେ ଏ ବନେ ନ କରବାସ ॥
ଶୃଗାଳ ବାକ୍ୟେ ହୋଇ ଲଣ୍ଡଭଣ୍ଡ ।ସର୍ବ ଜନ୍ତୁମାନେ ହୋଇଲେ ରୁଣ୍ଡ ॥
ବୋଇଲେ ଏ ବନେ ସର୍ବଦା ଥାଉ ।ରାଜା ଅଛି ବୋଲି ଶୁଣିତ ନାହୁଁ ॥
କୌଣସିକାଳେ ୟା ଦେଖାନଥିଲା ।ଏବନେ ନୃପତି କାହୁଁ ହୋଇଲା ॥
କେ ଅବା କାହାକୁ କଲାକରାୟେ ।ଏକଥା କହତୁ ହୋଇ ନିର୍ଭୟେ ॥
ଶୁଣିବାକୁ ଏତ ବଡ଼ ବିଚିତ୍ର ।କେ ରାଜା ହୋଇଲା କହନ୍ତୁସତ ॥
କ୍ଷୁଦ୍ରବୁଦ୍ଧି ନାମେ ଶୃଗାଳ ତହିଁ ।ବୋଇଲା ଶୁଣ ହେ କହୁଛି ମୁହିଁ ॥
ଏ ବନେ ନୃପତି ନୀଳ ନରେନ୍ଦ୍ର ।ରାଜପଣ ତାକୁ ଦେଲେକ ଇନ୍ଦ୍ର ॥
ଆପଣେ ତାଙ୍କୁ ଅଭିଷେକ କଲେ ।ଶ୍ରୀହସ୍ତରେ ଶାଢ଼ୀ ତୋଳିଣ ଦେଲେ ॥
ନୀଳରାଜା ନାମ ଅଟେ ତାଙ୍କର ।ତୁମ୍ଭେମାନେ ତାଙ୍କୁ ଦର୍ଶନ କର ॥
ନୋହିଲେ ପଛେ ନକହିବ ବାବୁ ।ବଂଶଶୋଧି ମୁଣ୍ଡ କାଟିବେ ସବୁ ॥
ଶୁଣି ଜନ୍ତୁମାନେ ଲଭି ବିରଷ ।ବେଇଲେ ସିଂହକୁ କହିବା ଆସ ॥
ଦଇବେ ସିଂହର ପ୍ରାକର୍ମ ଗାଢ଼ ।ଜନ୍ତୁମାନଙ୍କର ଉପରେ ବଡ଼ ॥
ଏତେବୋଲି ସିଂହ ଛାମୁକୁ ଗଲେ ।ଆନୁପର୍ବ କରି ସବୁ କହିଲେ ॥
ସମସ୍ତ ଜନ୍ତୁଙ୍କୁ ଘେନି ହରଷେ ।ସିଂହ ପ୍ରବେଶିଲା ରାଜାଙ୍କ ପାଶେ ॥
ଶୀର ନୁଆଁଇଁ କଲା ନମସ୍କାର ।ସେବକ ଜନ ଉଚିତ ବେଭାର ॥
ଶୁଣି ସମସ୍ତେ ଦଣ୍ଡବତ ହେଲେ ।ହରଷେ ନୃପତି ଉଠି ବୋଇଲେ ॥
ଉଠ ଉଠ ବାବୁ ବହନ ଉଠ ।ଆଜିଠାରୁ ଆମ୍ଭ ଚରଣେ ଖଟ ॥
ଶୁଣ ସମସ୍ତେ ହୋଇଲେ ହରଷ ।ସେବା କରୁଥାନ୍ତି ନୃପତି ପାଶ ॥
ଏମନ୍ତ ତହିଁ କିଛିଦିନ ଗଲା ।ଶୃଗାଳ ନୃପତି ବିଚାର କଲା ॥
ଥିଲେ ଏମାନେ ମୋହର ଅଗ୍ରତେ ।ଚିହ୍ନି କରିନିକି ମାରନ୍ତେ ମୋତେ ॥
ଶୃଗାଳ ବୋଲିଣ ଯେବେ ଜାଣିବେ ।ନୃପତିପଣ ମୋ ସରିବ ତେବେ ॥
ଏମାନେ କେହି ମୋ ପାଶେ ନଥାନ୍ତୁ ।ଯେ ଯାହା ସୁଖେ ଦୂର ହୋଇଯାନ୍ତୁ ॥
ଏତେଭଳି ହୃଦେ କୋପ ବହିଲା ।ଆତ୍ମୀୟମାନଙ୍କୁ ଅନ୍ତର କଲା ॥
ପ୍ରୀତି ଲୋକଙ୍କୁ କୋପଭର ହୋଇ ।କତିରେ ଗୋଟିଏ ରଖିଲାନାହିଁ ॥
ଏମନ୍ତେ ସବୁ ଜନ୍ତୁମାନେ ଗଲେ ।ସିଂହକୁ ଘେନିଣ ବିଚାରକଲେ ॥
ସିଂହ ବୋଇଲାହେ ସମସ୍ତେ ଶୁଣ ।କେମନ୍ତ ବୁଝିଲ ରାଜାଙ୍କ ଗୁଣ ॥
ସେବକ ଲୋକ ଦୂର କରିଦେଇ ।ଏକା ହୋଇକରି ବସେ କିମ୍ପାଇଁ ॥
ଶୃଗାଳ ପରାୟେ ଦିଶେ ତା ମୁଖ ।ତୁମ୍ଭେମାନେ ମଣ କେମନ୍ତ ସୁଖ ॥
ଜନ୍ତୁ ଏ ବୋଇଲେ ଆମ୍ଭେ କିଜାଣୁ ।ତୁମ୍ଭର କେମନ୍ତ ବିଚାର ଶୁଣୁ ॥
ସିଂହ ବୋଇଲା ହେ ଶୃଗାଳଗଣ ।ଆମ୍ଭଠାରୁ ଶୁଣ ଏକ ବଚନ ॥
ଆଜିର ନିଶିରେ ସମସ୍ତେ ଯିବା ।ରାଜାଙ୍କୁ ବେଢ଼ିଣ ବୋବାଳି ଦେବା ॥
ସେ ଯେବେ ନିଶ୍ଚେ ଶୃଗାଳ ହୋଇବ ।ତୁମ୍ଭ ସହିତେ ବୋବାଳି ଛାଡ଼ିବ ॥
ଶୃଗାଳ ହୋଇଣ ନ କଲେ ରବ ।ମୂର୍ଦ୍ଧନା ଫାଟି ତା ଜୀବନ ଯିବ ॥
ମୋର ଏ ବଚନ ଆନ ନୋହିବ ।ଯୁଗେଯୁଗେ ଏହି କଥା ରହିବ ॥
ସେ ଯେବେ ତୁମ୍ଭ ସଙ୍ଗେ ଦେବ ରଡ଼ି ।ଅବଶ୍ୟ ତାହାକୁ ମାରିବାବେଢ଼ି ॥
ପଶୁରାଜା ଯହୁଁ ଏହା ବୋଇଲା ।ଏକଥା ସବୁରି ମନକୁ ଗଲା ॥
ବିଚାରୁ ବିଚାରୁ ପ୍ରବେଶ ରାତି ।ସମସ୍ତେ ମିଳିଲେ ରାଜାଙ୍କ କତି ॥
ସବୁ ଶୃଗାଳ ଏକମୁଖ ହୋଇ ।ବୋବାଇ ଉଠିଲେ ରାଜାଙ୍କୁ ଚାହିଁ ॥
ଶୃଗାଳମାନଙ୍କ ଶବଦ ଶୁଣି ।ରାଜାହିଁ ବୋବାଇ ଉଠିଲେ ପୁଣି ॥
ଯେ ଯାହାର ଜାତି ସ୍ୱଭାବ ଗୁଣ ।କାଳେ ତା ପ୍ରକାଶ ହୁଅଇ ଜାଣ ॥
ଯହୁଁ ରାବ ତାର ହେଲା ବ୍ୟକତ ।ସମସ୍ତେ ବୋଇଲେ ଶୃଗାଳ ଏତ ॥
ମାରରେ ମାର ଝଟତିରେ ମାର ।ଏ ହୋଇଛି ରାଜା ଆମ୍ଭ ଉପର ॥
ସିଂହ ଯେ ପାରୁଶେ ବସିଣ ଥିଲା ।ରାଗରେ ଚାପଡ଼େ ପ୍ରହାର କଲା ॥
ତହିଁରେ ତାହାର ଛିଡ଼ିଲା ମୁଣ୍ଡ ।ଭୂମିରେ ଲୋଟିଲା ଶୃଗାଳ ପିଣ୍ଡ ॥
ଆତ୍ମୀୟ ଲୋକଙ୍କୁ କଲାରୁ ଦୂର ।ଦୀର୍ଘବୁଦ୍ଧି ଗଲା ଯମ ମନ୍ଦିର ॥
ତେଣୁକରି ଏବେ ଧର୍ମ ବିଚାର ।ଆପଣା ଲୋକକୁ ଦୂର ନକର ॥
ଶ୍ରୀଜଗନ୍ନାଥଙ୍କ ଶରଣ ଯାଇ ।ପ୍ରସ୍ତାବ ସିନ୍ଧୁ କୃଷ୍ଣ ଦାସ କହି ॥
ଏଥୁଅନନ୍ତରେ ସୁଜନେ ଶୁଣ ।ଦୁଃଖୀମାନଙ୍କର କହିବା ଗୁଣ ॥
ପ୍ରବାସେ ଯସ୍ୟ ବର୍ଷୀୟାଂ ଯୌବନେ ଚ ଦରିଦ୍ରତାପ୍ରଥମ ପ୍ରଣୟେ ସ୍ତ୍ରୀଣାଂ ବିଚ୍ଛେଦ କଷ୍ଟମଭ୍ରତଂ ।ବରଷାକାଳେ ଯେ ପ୍ରବାସ କରି ।ସେ ପ୍ରାଣୀର କଷ୍ଟ କହୁନସରି ॥
ଯୁବାକାଳେ ଯେବା ଦରିଦ୍ର ହୋଇ ।ଭୋଗେ ବଞ୍ଚିତ ହୋଇ କଷ୍ଟପାଇ ॥
ପ୍ରଥମ ସାକ୍ଷାତେ ଯୁବତୀ ସଙ୍ଗେ ।ବିଚ୍ଛେଦ ଘଟିଲେ ଦଇବ ଯୋଗେ ॥
ଜାଣ ହେତୁକରି ଏ ତିନିକଥା ।କଷ୍ଟବୋଲି ଲେଖିଅଛି ବିଧାତା ॥
ନଦୀତୀରସ୍ଥବୃକ୍ଷଶ୍ଚି ଶିଶୁହସ୍ତଗତଂ ଧନଂଜାରପୁଂସରତା ନାରୀ ସ୍ୱଳ୍ପକାଳେ ବିନଶ୍ୟତି ।ନଦୀକୂଳରେ ଯେଉଁ ବୃକ୍ଷ ଥାଇ ।ସେ ବୃକ୍ଷ ଅଳପଦିନରେ ଯାଇ ॥
ବାଳୁତ ପୁଅଙ୍କ ହସ୍ତରେ ଧନ ।ନ ଥାଇଟି କେବେ ବହୁତକ୍ଷଣ ॥
ଯେଉଁ ନାରୀ ଜାର ପୁରୁଷେ ରତା ।ସେହି ନାଶଯାଏ ନିଶ୍ଚୟ କଥା ॥
ଯହିଁକି ଯାହା ଆବରଣମାନ ।ସେକଥା କହିବା ଶୁଣ ସୁଜନ ॥
ସମୁଦ୍ରାବରଣ ପୃଥ୍ୱୀ ପ୍ରକାରାବଣ ଗୃହଃନରେନ୍ଦ୍ରବରଣାଃ ଦେଶ ପୁରୁଷବରଣା ସ୍ତ୍ରୀୟ ।ସପତସିନ୍ଧୁର ଅଗାଧ ବାରି ।ସେ ଯେ ପୃଥିବୀକୁ ଅଛି ଆବୋରି ॥
ଯେବଣ ଗୃହରେ ପାଚେରୀ ଥାଇ ।ସେ ପୁଣି ତାକୁ ଆବରଣ ହୋଇ ॥
ଦେଶକୁ ରାଜା ଆବରଣ ଭଲେ ।ସ୍ତିରୀ ଆବରଣ ପୁରୁଷ ଥିଲେ ॥
ଯହିଁକି ଯାହା ଅଟଇ ଭୂଷଣ ।ବିସ୍ତାରି କହିବା ରାଜନ ଶୁଣ ॥
ନକ୍ଷତ୍ର ଭୂଷଣଶ୍ଚନ୍ଦ୍ର ନାରୀଣାଂ ଭୂଷଣଂ ପତିଃସ୍ୱଦେଶ ଭୂଷଣୋ ରାଜା ବିଦ୍ୟା ସର୍ବତ୍ରଭୂଷଣଂ ।ନକ୍ଷତ୍ରମାନଙ୍କ ଭୂଷଣ ଚନ୍ଦ୍ର ।ରାଜ୍ୟକୁ ଭୂଷଣଅଟେ ନରେନ୍ଦ୍ର ॥
ସ୍ତିରୀଙ୍କ ଭୂଷଣ ଅଟେ ନାୟକ ।ବିଦ୍ୟା ଯେ ଭୂଷଣ ଜଗତଯାକ ॥
ଯହିଁକି ଅବା ଯେ ଦୀପ ଅଟଇ ।କହିବା ଶୁଣ ସାବଧାନ ହୋଇ ॥
ଶର୍ବରୀଦୀପକଶ୍ଚନ୍ଦ୍ରଃ ପ୍ରଭାବ ରବିଦୀପକଃତ୍ରୈଲୋକ୍ୟଦୀପକୋ ଧର୍ମଃ ସୁପୁତ୍ର କୁଳଦୀପକ ।ଶର୍ବରୀ ବୋଲି ଯେ ରାତ୍ରିକୁ କହି ।ଚନ୍ଦ୍ରମା ତହିଁକି ଦୀପ ଅଟଇ ॥
ପ୍ରାତଃକାଳରେ ରବି ଅଟେ ଦୀପ ।ତ୍ରୈଲୋକ୍ୟର ଦୀପ ଧର୍ମସ୍ୱରୂପ ॥
ସୁପୁତ୍ର ଯାହାର ଘରେ ଜନ୍ମଇ ।ତାହାର କୁଳଦୀପ ଅଟେସେହି ॥
ଯାହାକୁ ଯେହି ପ୍ରମାଣ କରିବା ।ତାର ପ୍ରସ୍ତାବ ତୋ ଆଗେ କହିବା ॥
ଜଳପ୍ରମାଣଂ କୁମୁଦସ୍ୟ ନାଳଂ ବିଦ୍ୟାପ୍ରମାଣଂ ମୁଖଭାଷଣଂ ଚକୁଳପ୍ରମାଣଂ ବିନୟୋପଚାରଂ ତୃଣାନିଭୂମେ କଥାୟନ୍ତି ସାରଂ ।କଥା କହିବାର ଶୁଦ୍ଧ ବଚନ ।ଥିଲେ ଚିହ୍ନିବ ବିଦ୍ୟାବନ୍ତ ଜନ ॥
ଚିହ୍ନା ଅଚିହ୍ନାଦି ବନ୍ଧୁ କୁଟୁମ୍ବେ ।ଦେଖି ଯେ ଜନ ବିନୟ ଆରମ୍ଭେ ॥
ସର୍ବଦା କରେ ପରଉପକାର ।ଜାଣ ଉତ୍ତମକୁଳ ଅଟେ ତାର ॥
ଯେଉଁ ସରୋବରେ ଯେତେକ ଜଳ ।ଜାଣିବା ଉପାଡ଼ି କୁମୁଦନାଳ ॥
ହାତେ ମାପିଲେ ତା ପ୍ରମାଣଜାଣି ।ଭୂମି ଭଲମନ୍ଦ କହିବା ପୁଣି ॥
ଗ୍ରୀଷମ ୠତୁରେ ଭୂମିକି ଚାହିଁ ।ଯେଉଁଠାରେ ତୃଣ ବହୁଳଥାଇ ॥
ଭୂମିମଧ୍ୟେ ସେହି ସାର ପ୍ରମାଣ ।ଆବର କଥାଏ କହିବାଶୁଣ ॥
ଧୂର୍ତ୍ତଲକ୍ଷଣ ଯେ ଲୋକର ହୋଇ ।ସେ କଥା ଶୁଣ ମୁଁ ଦେଉଛି କହି ॥
ମୁଖ ପଦ୍ମଦଳାକାରଂ ବାଚା ଚନ୍ଦନଶୀଳତଂହୃଦୟ କର୍ତ୍ତରୀଯୁକ୍ତଂ ଏତର୍ତ୍ତ୍ୟୁଧୂର୍ତ୍ତଲକ୍ଷଣଂ ।ମୁଖରେ ବଚନ ନ କହେ ତୁଟି ।ହୃଦରେ କତୁରୀ ସମାନ କାଟି ॥
ବଚନ ଚନ୍ଦନ ଶୀତଳ କହେ ।କୂଟ କପଟ ହୃଦେ ପୁରିଥାଏ ॥
ତେଣୁକରି ମୁହିଁ କହୁଛି ତୋତେ ।ଏ ଲୋକ ଧୂର୍ତ୍ତ ନ ଯିବୁ ପରତେ ॥
ଧନୀ ଚ ରାଜବୈଦ୍ୟଶ୍ଚ ମୂର୍ଖଶ୍ଚ ସୂପକାରକଃମନ୍ତ୍ରବାଦୀ କବିଶ୍ଚୈବ ଏଷୁ କୋପଂ ନ କାରୟେତ୍ ।ଧନବନ୍ତ ହୋଇ ଯେବଣ ପ୍ରାଣୀ ।ତାହାକୁ କୋପ ନକରିବ ପୁଣି ॥
ରାଜାକୁ କୋପ ନ କରିବ କେହି ।ମୁର୍ଖେ ନ ଚାଲିବ ବଡ଼ିମା କହି ॥
ମନ୍ତ୍ରବାଦୀ ଅଟେ ଯେବଣ ଜନ ।ତାଠାରେ ନୋହିବ କୂପିତମନ ॥
ସୂପକାରେ କୋପ କଲେଟି ଦୋଷ ।ଭୋଜନ କାଳେ ଦେଇ ପାରେ ବିଷ ॥
କବିଙ୍କଠାରେ ନ କରିବ କୋପ ।ପଦ ଯୋଡ଼ିଦେବେ ପାଇଲେ ତାପ ॥
ବୈଦ୍ୟକୁ କୋପ ନକରିବ ତିଳେ ।ପ୍ରମାଦ ପଡ଼ିବ ଔଷଧ ଦେଲେ ॥
ଆବର କଥାଏ ଶୁଣ ବିସ୍ତାରି ।ପ୍ରାଣୀକି ଯେହୁ ମନ୍ଦଚିନ୍ତା କରି ॥
ଯେଉଁ ଭାବେ ପ୍ରାଣୀ ନାଶକୁ ଯାଏ ।ସେକଥା ମନରେ ବିଚାରୁଥାଏ ॥
ପିତୃବତ୍ ବାଚୟୋବାକ୍ୟା ମନୋଽହଂକାର ପୂରିତଂଜ୍ଞତ୍ୱା ତଦ ବର୍ଜୟେନ୍ମିତ୍ରଂ ବିଷକୁମ୍ଭ ପୟୋମୁଖଂ ।ହିଂସା ଅହଙ୍କାର ପୂରାଇ କାୟେ ।ମୁଖରେ କହଇ ଅମୃତ ପ୍ରାୟେ ॥
ପୁତ୍ରକୁ ପିତା ଯେଉଁ ଭାବେ ଦେଖେ ।ସେ ଭାବେ ବଚନ କହଇ ମୁଖେ ॥
ଭିତରେ କହେ ଆନ ପାଞ୍ଚଗୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
କୁମ୍ଭ ଗୋଟାକରେ ପୂରାଇ ବିଷ ।ଉପରେ ଢ଼ାଙ୍କୁଣୀ ଦେଇ ଗୋରସ ॥
ଭିତରେ କି ଅଛି ଜାଣି ନ ପାରି ।ସେ ଦୁଧ ଖାଇଲେ ଅବଶ୍ୟ ମରି ॥
ଏହି ପ୍ରକାରେ ଦୁଷ୍ଟ ଲୋକମାନେ ।ପ୍ରାଣୀଙ୍କି ମାରନ୍ତି ଶୁଣ ସୁଜନେ ॥
ଯେବଣ ଲୋକର ଏତେ ଦୁର୍ଗୁଣ ।ମିତ୍ର ହେଲେହେଁ କରିବ ବର୍ଜନ ॥
ଗୁଣିନା ସହଯୋଗେନ ନିର୍ଗୁଣୋଽପି ଗୁଣାୟତେନିନ୍ଦିତଂ କୀଟମିଶସ୍ୟ ଚୂଡ଼ସ୍ଥା କୁସୁମୈ ସହ ।ଗୁଣବନ୍ତ ସଙ୍ଗେ ପଡ଼ିଲେ ନର ।ଅଗୁଣୀହିଁ ହୁଏ ଗୁଣୀ ପ୍ରକାର ॥
ଉତ୍ତମ ଗତିକି ପାଏ ସେ ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ମଲ୍ଲୀଫୁଲ ସଙ୍ଗେ ଥିବାରୁ କୀଟ ।ଲଭଇ କେମନ୍ତ ଫଳ ଗରିଷ୍ଠ ॥
ଉତ୍ତମ ସଙ୍ଗରେ ପ୍ରବେଶ ଯେଣୁ ।ଦେବତାଙ୍କ ଶିରେ ବସିଲା ଯେଣୁ ॥
ସନ୍ଥଜନ ସଙ୍ଗେ ଯେ ସଙ୍ଗୀ ହୁଏ ।ନିଶ୍ଚୟ ଉତ୍ତମ ଗତିକି ପାଏ ॥
ଦୁର୍ଜନଲୋକ ଯେ ଅଟଇ ଧୋବା ।ସେ କିସ ଜାଣଇ ଦେବତା ସେବା ॥
ବୃକ୍ଷରୁ ସେ ପଟ ନିଅଇ କାଢ଼ି ।ଖାରକରି ସବୁ ପକାଏ ପୋଡ଼ି ॥
ଅଶୁଦ୍ଧ ବସ୍ତ୍ରମାନଙ୍କରେ ଦେଇ ।ହାଣ୍ଡିରେ ସିଝାଇ କାଚଇନେଇ ॥
ଦୁଷ୍ଟସଙ୍ଗେ ସନ୍ଥ ହୋଇଲେ ମେଳ ।ନାଶକୁ ଯାଏଟି ସେ ତତକାଳ ॥
ଏମନ୍ତ ଭାବେଟି ସୁସଙ୍ଗ ଶୁଣ ।ଉଶ୍ୱାସ ଲୋକର ସ୍ୱଭାବ ଶୁଣ ॥
ଲଘୁନ ସହ ସଙ୍ଗେ ଚ ଲଘୁତ୍ୱମୁପଜାୟତେଯସ୍ନାତ୍ତୁମ୍ବୀ ପାକାଲମ୍ବୀ ଲୌହକଂ ପ୍ଲାବତେ ଜଳେ ।ଲାଉ ଲଘୁଫଳ ଶାସ୍ତ୍ରରେ କହି ।ଚଳକ ପାଣିରେ ଭାସଇ ସେହି ॥
ଲୁହା ସ୍ୱଭାବ ଗୁରୁଦ୍ରବ୍ୟ ଯେଣୁ ।ଚଳକ ପାଣିରେ ବୁଡ଼ଇ ତେଣୁ ॥
ସେହି ଲୌହଦଣ୍ଡ ଲାଉତୁମ୍ବାରେ ।ପୂରାଇ ତାହାକୁ ଅତି ଯତ୍ନରେ ॥
ଜଳରେ ମିଳିଲେ ଶୀଘ୍ରେ ଭାସଇ ।ଲଘୁ ସଙ୍ଗେ ସଙ୍ଗୀହେବାରୁ ସେହି ॥
ମାତା ଶତ୍ରୁଃ ପିତା ବୈରୀ ଯେନ ବାଳୋ ନ ପାଠତଃନ ଶୋଭତେ ସଭାମଧ୍ୟେ ହଂସମଧ୍ୟେ ବକ ଯଥା ।ପୁତ୍ରକୁ ଯେହୁ ପାଠ ନ ପଢ଼ାନ୍ତି ।ସେହି ପିତାମାତା ଶତ୍ରୁ ବୋଲନ୍ତି ॥
ସଭାରେ ବସିଲେ ନସ୍ଫୁରେ ବାଣୀ ।ପାଠଶାସ୍ତ୍ର ସେହୁ ନଥାଏ ଜାଣି ॥
ପଢ଼ିଲା ଲୋକ ରାଜହଂସ ତୁଲ୍ୟ ।ମୁର୍ଖଲୋକ ବକସଙ୍ଗରେ ତୁଲ୍ୟ ॥
ଏଣୁକରି ପାଠ ନ ପଢ଼େ ଯେହୁ ।ପିତାମାତାଙ୍କର ବଇରୀ ସେହୁ ॥
ଆବର କଥାଏ କହିବା ଶୁଣ ।ସାବଧାନହୋଇ ଶୁଣ ରାଜନ ॥
ଦୁର୍ଭିକ୍ଷେ କୃଷକେ ଜେତା ଗୃହୀଷୁ ଧେନୁରକ୍ଷବଃସ୍ୱାମୀରକ୍ଷାସୁ ଯ ସାଧ୍ୱୀ ବିଦ୍ୟାବସ୍ତ୍ରେ ଚ ସଂସତ୍ୱ ।ଯେଉଁଲୋକ କୃଷି ବହୁତ କରେ ।ଦୁର୍ଭିକ୍ଷ ତାହାକୁ ଘଟି ନପାରେ ॥
ଧେନୁ ଯାହାର ଗୃହେ ରହିଥାଇ ।ଅତିଥି ଲୋକକୁ ଜିଣଇ ସେହି ॥
ଯେଉଁ ଯୁବତୀ ଗୃହସ୍ଥକୁ ଜିଣେ ।ଧନ ସଞ୍ଚିଥାଇ ଚତୁରପଣେ ॥
ଦଇବ ଯୋଗରେ ସମ୍ପତ୍ତି ଶେଷେ ।ଧନଦେଇ ସେ ଗୃହସ୍ଥକୁ ପୋଷେ ॥
ତେଣୁକରି ତାକୁ ଜିଣିଲା ନାରୀ ।ଗୃହସ୍ଥ ତାହାକୁ ତୁଟି ନପାରି ॥
ଆବର କଥାଏ କହିବା ଶୁଣ ।ସଭାରେ ଯେ ଲୋକ ଜିଣଇ ପୁଣ ॥
ବସ୍ତ୍ର ଶାସ୍ତ୍ର ଏ ଦୁଇକଥା ଥିଲେ ।ସେ ଲୋକ ସଭାରେ ଜିଣଇଭଲେ ॥
ନ ଚ ଭାର ସମର୍ଥସ୍ୟ ନ ଦୂରଂ ବ୍ୟବସାୟିନାଂନ ବିଦେଶୋ ବୁଧନାଂ ଚ କା ପ୍ରୀତି ଦୁର୍ଜନେ ଖଳେ ।ସମର୍ଥ ଲୋକର ଯେଉଁ ବିଧାନ ।ସେକଥା କହିବା ଶୁଣ ସୁଜନ ॥
ବୋଝ ଭାରାଦି ସେ ଆଣଇ ଯାହା ।କିଞ୍ଚିତ ପ୍ରକାରେ ମଣଇ ତାହା ॥
ଦୂରେ ଯେଉଁଲୋକ ବେଉସା କରି ।ବାଢ଼ିଦେଇ ଜଗିଥାଇ ଆବୋରି ॥
ଆୟକରି ଆଣି ଥୁଅଇ ଘର ।ସେ ତାକୁ କିଛିହିଁ ନୁହଇ ଦୂର ॥
ପାଠଶାସ୍ତ୍ର ଥିବ ଯାହାର ତହିଁ ।ସେହି ପ୍ରବାସେ ରାଜପୂଜାପାଇ ॥
ପ୍ରିୟ ଅପ୍ରିୟ ସମସ୍ତ ଲୋକରେ ।ଅପ୍ରୀତି ପ୍ରୀତି ଭେଦନାହିଁ ତାରେ ॥
ଜଗତେ ସେ ଲୋକରୁହା ଏ କୀର୍ତ୍ତି ।ଶତ୍ରୁ ମିତ୍ର ନାହିଁ ସବୁଠି ପ୍ରୀତି ॥
ରୂପ ଯୌବନସମ୍ପନ୍ନା ବିଶାଳ କୁଳସମ୍ଭବାଃବିଦ୍ୟାହୀନ ନ ଶୋଭନ୍ତେ ନିର୍ଗନ୍ଧାଇବ କିଂଶୁକାଃରୂପ ଯୌବନ ସମ୍ପନ୍ନା ହୋଇବ ।ଉତ୍ତମ କୁଳରେ ଜନମିଥିବ ॥
ବିଦ୍ୟା ଯେବେ ତାର ଦେହେ ନ ଥାଏ ।ସେ ଲୋକ ପଲାଶ ପୁଷ୍ପର ପ୍ରାୟେ ॥
ଗନ୍ଧ ଆଉ ବାସ ନ ଥାଏ ତାର ।ଦୃଷ୍ଟିକୁ ଦିଶଇ ଅତି ସୁନ୍ଦର ॥
ପାଠ ଶାସ୍ତ୍ର ଯାର ହୃଦରେ ଥାଇ ।ବିଦ୍ୟା ପ୍ରସାସେ ରାଜପୂଜା ପାଇ ॥
ପାଠଶାସ୍ତ୍ର ଯାର ନାହିଁ ହୃଦର ।ପାପକୁ ତାର ନ ଥାଏଟି ଡର ॥
ସେହି ପାପକଲେ ଯେମନ୍ତହୋଇ ।ସେକଥା ଶାସ୍ତ୍ର ଦେଉଥାଏ କହି ॥
ଶତ ପାପେ ଖଞ୍ଜକୁବ୍ଜୈ ମୁକଃ ସହସ୍ର କିଳ୍ବିଷେଅୟୁତେ ବଧିରୋଽପିସ୍ୟାତ୍ କୁଷ୍ଠୀ ଲକ୍ଷାଂହ୍ୟଶୀତି ଚ ।ଶଏପାପରେ ଛୋଟା କୁଜାହୋଇ ।ସହସ୍ର ପାପେ ମୁଖନ ଫିଟଇ ॥
ଅଇବ୍ରତେ ପାପ କରଇ ଯେବେ ।ଶ୍ରବଣ ବଧିର ହୁଅଇ ତେବେ ॥
ସମ୍ବନ୍ଧିତ ରଚନା
ରସ କଲ୍ଲୋଳ
ଦୀନକୃଷ୍ଣ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ