ପ୍ରାର୍ଥନା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
ହେ ସତ୍ୟ ! ହେ ଶିବ ସୁନ୍ଦର !ଦିଅ ହେ ପ୍ରଭୁ ! ଏହି ବରତୁମ୍ଭ ପବିତ୍ର ଶ୍ରୀଚରଣନିରତେ କରୁଥାଏଁ ଧ୍ୟାନ ।ତୁମ୍ଭ ଶ୍ରୀକର ସଂକେତରେପାଳେଁ କର୍ତ୍ତବ୍ୟ ଜୀବନରେ ।ତୁମ୍ଭ ଶ୍ରୀମୁଖ−ଶୋଭା ଦେଖିମୋ ମନ ରହିଥାଉ ଲାଖି ।ବିଭୁପ୍ରେମ (୧)କଳ କଳ ତାନେ ଗହନବନେଶୁଣିଛ କି ବନ୍ଧୁ, ଜଳ−ଗର୍ଜ୍ଜନେ—ଗଭୀରେ ଉପଳ−ଶଯ୍ୟା ଭିତରେନିର୍ମଳ ମଧୁର ସଙ୍ଗୀତ ସ୍ୱରେ —?ଶୁଣିଛ କି ମିତ୍ର ପ୍ରଭାତ କାଳେବିହଙ୍ଗ ମଧୁର ସଙ୍ଗୀତ ତାଳେ—ସୁରଭି ମୃଦିଳ ମଧୁପବନେମର ମର ସ୍ୱନେ କୁଞ୍ଜକାନନେ ?ଶୁଣିଛ କଲକ କିରଣ ପରେମଧୁମକ୍ଷିକା ଯେ ଗୁଞ୍ଜନ କରେ ?ସଙ୍ଗୀତେ ଭରାଏ ସାରା ସଂସାରବିହଙ୍ଗମ, ମଧୁମକ୍ଷିକା, ନୀର,ବିଶ୍ୱର ମଧୁର ସଙ୍ଗୀତ ତାନମଧୁମୟ କରି ଦେଉ ସେ ପ୍ରାଣ ।ଧନ୍ୟ ବିଶ୍ୱପତି, ଧନ୍ୟ ତୋ ନାମବିତରୁଛ ନିଶିଦିବସ ପ୍ରେମ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ