ବିଶ୍ୱବନ୍ଦନା
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୭
- ସ୍ଥିତି
- ସାର୍ବଜନୀନ (Public domain)
ତାଳେ ତାଳେ ନାଚି ତୁମ୍ଭରି ନାମଗାଉଛି ନିରତେ ଏ ବିଶ୍ୱଧାମକୋଟି କୋଟି ଗ୍ରହ ଭ୍ରମନ୍ତି ସ୍ୱପଥେଅନନ୍ତ ନୀଳବିମାନେ ।ତୁମ୍ଭରି ଲାବଣ୍ୟ କୁସୁମବନେତୁମ୍ଭରି ମହିମା ନୀଳଗଗନେବିଜୟ ତୁମ୍ଭର ଯୁବ ଯୁଗାନ୍ତରବିଶାଳ ମାନବମନେ ।ସତୀର ପୂଣ୍ୟରେ ତୁମ୍ଭରି ପୁଣ୍ୟଶିଶୁ ଶୁଭ୍ରାନନେ ତବ ଲାବଣ୍ୟ,କର୍ମ୍ମୀର କରମେ ମହାଜ୍ଞାନି−ଜ୍ଞାନେତୁମ୍ଭରି ଶ୍ରୀକର ଚିହ୍ନ ।ଭକ୍ତ−ରସନାରେ ତୁମ୍ଭରି ନାମବିହଙ୍ଗ−ସୁକଣ୍ଠେ ତବ ସୁତାନପର୍ବତ−କନ୍ଦରେ, ଦେବତାମନ୍ଦିରେବନ୍ଦିତ ତୁମ୍ଭରି ନାମ ।ବସନ୍ତମଳୟେ ତୁମ୍ଭରି ଗାଥାଶାରଦଜ୍ୟୋତ୍ସ୍ନାରେ ତବ ବାରତାମହାସିନ୍ଧୁଜଳେ ଚନ୍ଦ୍ରମାମଣ୍ଡଳେତୁମ୍ଭରି ଆନନ୍ଦ ଛବି ।ପ୍ରାବୃଟେ ପ୍ରବଳ ପବନ ବେଳେକାଦମ୍ବିନୀ କୋଳେ ଚପଳା ଖେଳେନବ ମଧୁକାଳେ ସହକାରଡାଳେପିକ ତବ ତାନ ତାଳେ ।ପତ୍ରପୁଷ୍ପଫଳେ ତରୁନିକରେଆନମିତ ଶିରେ ତବ ପୟରେସୁରଭି ସମ୍ଭାର ଦେଇ ଉପହାରକୋଟି ବନ ବନାନ୍ତରେ ।ହେ ପ୍ରଭୁ, ତୁମ୍ଭରି ପବିତ୍ର ନାମଧରିଣ ଶ୍ରୀପଦେ କରି ପ୍ରଣାମଭକ୍ତେ ତରିଗଲେ ଏ ସଂସାର ଭଲେଯୁଗେ ଯୁଗେ ବିଶ୍ୱଜୟୀ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ