ପ୍ରଧାନପାଟ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୫
- ସ୍ଥିତି
- ସାର୍ବଜନୀନ (Public domain)
ଆହା ସେ ପ୍ରଧାନପାଟ ନେତ୍ର-ପ୍ରୀତିକର,ଭାବୁକର ଭାବମୟ ହୃଦୟରଞ୍ଜନ,ଗିରିଶିରବିଭୂଷିତ ଶୁଭ୍ର-ସ୍ୱଚ୍ଛ-ଝର,ଆତପତାପିତ-ତନୁ-ତାପ-ବିଭଞ୍ଜନ ।ସମୁଚ୍ଚ ଶିଖରୁ ଲମ୍ଫ ଦେଇ ବାରମ୍ବାରସୁରମ୍ୟ ବିପିନ କୋଳେ ହୁଏ ପ୍ରପତିତ,ସଦାଶିବ ଶିରୁ ଯେହ୍ନେ ଜାହ୍ନବୀର ଧାରଡେଉଁଅଛି ତାରିବାକୁ ଭୁବନେ ପତିତ ।ବୀକୀର୍ଣ୍ଣ ହେଉଛି ଦେହୁ ଶୀକରନିକର,ବୃଷ୍ଟି ହେଉଅଛି ଯେହ୍ନେ ମୌକ୍ତିକପଟଳମଧୁର ନିନାଦକର ମ୍ଳାନିଗ୍ଳାନିହର,ଦେଖିଦେଲେ ମନପ୍ରାଣ ହୁଏ ସୁଶୀତଳ ।ଶୁଭ୍ର କରି କୁଣ୍ଡ ଫେନ ବୁଦ୍ବୁଦ୍ନିବହେସୁବିମଳ ସ୍ରୋତ ହୋଇ ବନଗର୍ଭେ ବହେ ।[୧୯ । ୧୧ । ୧୯୧୦ ସମ୍ବଲପୁର ହିତୈଷିଣୀ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର