ଗୌରୀଶଙ୍କର ବା ଏଭରେଷ୍ଟ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୮
- ସ୍ଥିତି
- ସାର୍ବଜନୀନ (Public domain)
ସ୍ଥାଣୁ ରୁଦ୍ର ବ୍ୟୋମକେଶ ଗିରୀଶ ଶଙ୍କରସ୍ୱର୍ଣ୍ଣଦୀ କମଳମାଳେ ମଣ୍ଡିତ ମସ୍ତକ,ଷେଧୀଶ ଆହା ତହିଁ କେଡ଼େ ମନୋହର,ବିଦ୍ୟୁଜ୍ଜିହ୍ୱ ନାଗମାଳ ତୁମ୍ଭ ଗ୍ରୈବେୟକ ।ତୁଷାର ବିଭୂତିମୟ ଶୁଭ୍ର କଳେବର,ପାର୍ବତୀ ସୁଷମା ଯହିଁ ଚିର ଆଲିଙ୍ଗିତ,ଧ୍ୟାନମଗ୍ନ ଗୋବାହନ ସଦ୍ୟ ଦିଗମ୍ବର,ନୀର୍ଜ୍ଜନେ ନିସ୍ତବ୍ଧେ ହୋଇଅଛି ବିଭାଜିତ ।ବସି ତୁମ୍ଭ ପାଦତଳେ ମୁନୀନ୍ଦ୍ରମଣ୍ଡଳଲଭୁଛନ୍ତି ବିଷ୍ଣୁପଦୀ ଅମୃତର କଣା,ମୁଗ୍ଧ ହୋଇଥାନ୍ତି ଶୁଣି ତବ ଅବିରଳସ୍ୱର୍ଗଭେଦୀ ମେଘମନ୍ଦ୍ର ଡମରୁ ବାଜଣା ।ସୁଖକର ମଣିଅଛ ଶ୍ୱଶୁର ଆଳୟ,ଜୟ ଶମ୍ଭୁ ଭୋଳାନାଥ ଜୟ ମୃତ୍ୟୁଞ୍ଜୟ ।[୧୯୧୧ ଜୁଲାଇ, ମୁକୁର]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ