ପ୍ରବାସପଥେ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପ୍ରଶାନ୍ତ ପ୍ରାନ୍ତର ପଥେ ବଲ୍ଲରୀ ବିତାନୁଭାସିଆସ ସ୍ନିଗ୍ଧ ସମୀରଣଭାସିଆସ ହୃଦକ୍ଷେତ୍ରେ ମଧୁର କମ୍ପନେବାସନ୍ତିକ ମୋହନ ନିସ୍ୱନ !ଅନନ୍ତ ଉଦାସେ ବସି ନିର୍ଜ୍ଜନତା କୋଳେଦିଗ୍ବଧୂର ରମ୍ୟ ଶ୍ୟାମାବାସେଆର୍ଷ-ବିପଞ୍ଚିନୀ ସେହି ପରାଣ ପ୍ରସାରେବଜାଅ କେ ପୁଲକ ବିଳାସେ ?ଉଠାଅ କେ ହୃଦୟର ନିଗୂଢ କନ୍ଦରୁଏ ନୀରବ ପ୍ରଶାନ୍ତ ଗୀତିକା ?ସ୍ତବ୍ଧ, ଶୂନ୍ୟ, ସାରା ସ୍ତବ୍ଧ ଅବନୀ ଉରସଦେଖେ ଆଜି ପୂର୍ଣ୍ଣ ବିଭୀଷିକା ।ଉଚ୍ଛ୍ୱାସେ ଉଚ୍ଛ୍ୱାସ ଏ ଯେ ଭବେ ଏକାକାରଭୁଲେ ଭାବ ପଥ ଏ ସମ୍ପଦେହରାଏ ସ୍ୱାତନ୍ତ୍ର୍ୟ ଆଜି ଚିନ୍ତା ଆପଣାରଭ୍ରମେ ଭ୍ରମେ କଳ୍ପନା ଏ ପଦେ ।ପଲକୁ ପଲକେ ଶୂନ୍ୟ ଏ ପୂର୍ଣ୍ଣପ୍ରାଣତାଖେଳେ ବିଶ୍ୱ-ଅନନ୍ତ-ବିତାନେଭବିଷ୍ୟ ବିଭବ ଘେନି ମଳୟ କମ୍ପନେଆକାଙ୍କ୍ଷାର ସ୍ୱର୍ଣ୍ଣ-ନିମନ୍ତ୍ରଣେ ।ଲୁପ୍ତ ଆଜି ଘନଘଟା, ସୁପ୍ତ ସୌଦାମିନୀଭିନ୍ନ ହୈମନ୍ତିକ-ଲୋଳ-ତୁଷାରପଟଳଅନନ୍ତ ବିସ୍ତାରେ ଶୂନ୍ୟ, ବିପୁଳ ଅବନୀଝଳେ ଲଭି ଆଶୀର୍ବାଦ କା’ର ।ବହିଆସ ସମୀରଣ ସେ ଅନନ୍ତ ପାରୁଲଙ୍ଘି ଶ୍ୟାମ ବିଚୀଳ-ଭୂଧରଢାଳ ରବି ସେ ଅନନ୍ତ-ନଭସ-ବିତାନୁଶୂନ୍ୟ ପଥେ ତପ୍ତ-କରଜାଳ ।ବସନ୍ତ ହେ ! ମଧୁମୟ ନିତ୍ୟ ମନୋହରରଚ କ୍ରୀଡ଼ା ପରାଣ ଆବେଗେଢାଳ ଢାଳ ସୁମଧୁର ସଙ୍ଗୀତ ଲହରୀପିକକୁଳ ସୁର-ମୁଗ୍ଧ ରାଗେ ।ଶୁଣ ରେ ହୃଦୟ ଆଜି ଭାଙ୍ଗି ମୋହ ବାଡ଼ଦେଖ ବାରେ ଅମୃତ-ନୟନେଦିବିଷଦ-ସ୍ୱର୍ଣ୍ଣସଭା ଅମୃତ-ବୈଭବକର୍ମକ୍ଷେତ୍ରେ ବିପୁଳ ଧିଆନେ ।ଶୀତ ଶୀର୍ଣ୍ଣ ଧରଣୀର ଜରା-ଜୀର୍ଣ୍ଣ-ବେଶଅପଗତ ମଳୟ-ଲାଞ୍ଛନେଉପଗତ ସଜୀବତା ଆଶାମୟୀ ମୂର୍ତ୍ତିପାଶେ ଆଜି ଲଳିତ କମ୍ପନେ ।ଦୂରେ ଯାଏ ଧୀରେ ବହି ଜ୍ୟୋତିଧାରା ଏ ଯେମିଶେ କାହିଁ କେଉଁ ସିନ୍ଧୁ-ଅଙ୍କେକାହିଁ ଦୂରେ ଡାକେ କିଏ ସେ ସିନ୍ଧୁ ପୁଳିନେକାହା ଆଶେ ପରାଣ-ପୁଲକେ ।ଆସ ଆସ ପଥିକ ହେ ଫେରି ଏ ସଂପଦେପଥମୟ ପ୍ରାନ୍ତର ଉରସେଫିଟାଇ ହୃଦୟ-ଦ୍ୱାର ଭର ଦିବ୍ୟ ମୁଦେଏ ରୁଚିର ଲୀଳା କର୍ମ-ରସେ ।ଭୁଲିଅଛ ପଥ ଆହେ ବିଜନ ଅତିଥି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଜୀବନର ଲକ୍ଷ୍ୟ ଦେଇ କାଟି
ନିରାଶା-ସରିତ କୂଳୁ ସେ ସିନ୍ଧୁ ଉରସେ
କାହିଁ ଯିବ ଆକୁଳେ ଏକାଟି ?
ଫେରି, ଦେଖ ହୃଦୟର ସ୍ୱର୍ଣ୍ଣ ଭବିଷ୍ୟତ
ଫିଙ୍ଗି ଶୀର୍ଣ୍ଣ ନାବ ସେ ପୁଳିନେ
ଫେରି ପଢ ଜୀବନର ଅତୀତ ଚରିତ
ଯାଅ ଆଜି ବର୍ତ୍ତମାନ ଗାନେ ।
[ରଚନାକାଳ-୧୯୨୦]
ସଖା ମୋ ଆସିବେ
ବଚନ ପଦକ ପାଇଁ କରିଥିଲା ଆଶା ବସି
ସୋଦର ଜାଗର ଜାଳି ପରବାସେ ଦିବାନିଶି ।
ଛାଡ଼ିଲା ବକୁଳ ଦଳେ ମାଳାଟି ସରମେ ଧରି
କେତେ ଦିନ ଗଲା ମୋର, ‘ସଖା ମୋ ଆସିବେ’ ବୋଲି ।
ଶଶୀ ବୁଡ଼ିଯାଏ, ତା’ରେ ନୀରବେ ପୁଚ୍ଛଇ ଭାଷା,
ମନେ ମନେ କାଲିକି ତା ଆଗମେ ଆଦରି ଆଶା
ସୁଲୁସୁଲୁ ପବନରେ ଚମକି ଅନାଇଦିଏ
ଶୂନ୍ୟ ମନେ ଶୂନ୍ୟ ପ୍ରାଣେ ଗୁଣୁଗୁଣୁ କିଏ ଗାଏ ?
କଣ୍ଟ ତ ଗଲାଣି ବଳି, ସଖା ତ ଆସିଲେ ନାହିଁ
ବିଜନ ପ୍ରଦୋଷେ ଆଉ ବସିବି ବା କା’ରେ ଚାହିଁ ?
କାହା ଗଳେ ଦେବି ଏ ଯେ ଈପ୍ସିତ ବକୁଳମାଳା
କାହା ହୃଦେ ଢାଳିଦେବି ମୋ ମନ ଭାବନାଧାରା ?
ନିରାଶେ କି ଫେରିବାର ହେବ ଏ ବିଜନ ପଥୁଁ
ଲୁଚି କି ପଡ଼ିବ ସତେ ସଖୀ ନାମ ସଖା ଚିତ୍ତୁ !
ପାସୋରିବି ବୋଲି ତା’ରେ ଯେତିକି ଫିଙ୍ଗଇ ଦୂରେ
ଶୟନେ ସପନେ ମୋର ସେ ମୂରତି ଆସି ଖେଳେ ।
ସେ ରୂପଟି ଆସି ମୋର ହୃଦୟେ ଉଠଇ ଜାଗି,
ଅପରୂପ ମୂରତି ସେ ହୁଏ ମୁହିଁ ଅନୁରାଗୀ ।
ଏ ଜାଗରେ ଏ ମାଳାଟି ଦେଉଥିବି ଥର ଥର
ମରମ ଆଦରେ ଢାଳି ନେତ୍ରୁ ଅଶ୍ରୁ ଅନିବାର ।
[ରଚନାକାଳ-୧୯୨୧]
ମରମ-ବେଦନା
କିଭଳି ମରମ ତବ ହେ ଲବେ ନପାରେ ଜାଣି
ସରଗ ନନ୍ଦନ ଅବା ସେ ଭୀମ ନରକ ଭୂମି ।
କପଟ ଏ ସ୍ନେହ-ସୋହାଗ ବଡ଼ ବିଷମ ଲାଗେ
ତୀବ୍ର ଏ ଛଳନା ଛନ୍ଦରେ ପ୍ରାଣ କି ଭଳି ଜାଗେ ?
ଦିନେ ଦିନେ ମନେ ପଡୁଛି ରୋଗ-ଶେଯଠି ମୋର
କୋମଳ ସେ କର ପରଶେ କମ୍ପିଉଠେ ଶରୀର
ସେ ପରଶ ଆଜି ଲାଗିଲେ ପ୍ରାଣ ଉଠଇ ଥରି
କହିବାକୁ ଯାଇ ନ ପାରେ କହି ମରମ ଧରି ।
ଆନ କ୍ଷଣେ ପୁଣି ଆସଇ ମନେ ଆବର ଚିନ୍ତା
ତୁମେ କି ଧରିଚ ମୂରତି ଉଠେ ଭୀମ ଭୀରୁତା ?
ବୁଝିପାରୁନାହିଁ କେ ଭୀରୁ ତୁମ ବିନୁଟି ଆଉ
ତୁମରି ଭୀରୁତା ବନ୍ଧୁ ହେ, ତୁମ ମରମେ ଥାଉ ।
ବନ୍ଧୁ ବୋଲି ଆହା ବାରେକ ଭାଇ ଚାହିଁବି ନାହିଁ ?
ଛନ୍ଦ ଛଳନାର ଥଳ ଏ ନୁହେଁ ମରତ ଭୂଇଁ ।
ଏ ଯେ ତରୁଲତା ଗହଳେ ପିକ ଗାଉଚି ଗୀତ
ସେ ଗୀତରେ ନାହିଁ ବନ୍ଧୁ ହେ, ତୁମ ସ୍ନେହ ନିହିତ ।
[ରଚନାକାଳ-୧୯୨୦]
ସୋଦର-ସ୍ମରଣେ
କାହା ପାଇଁ ଦିଅ ଭାଇ ଲୁହ ଏଥି ଢାଳି
ଶେଷ ଶେଯେ ଶୋଇଛି ଏ କା’ ନେତ୍ରସଂଖାଳି ?
କେତେ ଯେ ଯୋଜନ ପାରେ ଗିରି, ନଦୀ ଡେଇଁ
ବୁଡ଼ିଥିବ ଭାଳେଣିରେ ତା ଜନନୀ କାହିଁ ?
ଗଣୁ ନ ଥିବ ସେ ଆଜି ରଜନୀ ତାମସ
ବସନ୍ତ ମଳୟ ଭେଦି ଉଠୁଥିବ ଶ୍ୱାସ ।
ଲଭୁଥିବ ବେଳେବେଳେ ଅଜାଣତ ବ୍ୟଥା
ରକତ-ସମ୍ୱନ୍ଧ ତାର କହୁଥିବ କଥା ।
ନିମିଷକ ବାରତା ସେ ମଣୁଥିବ ଯୁଗ
ହୃଦେ ଜାଣି ଉଠୁଥିବ ଅତୀତ ସୋହାଗ
ଏଠି ଯେ ଶୋଇଛି ପୁଅ ସଖା ସନମାନେ
ଏ ଯେ ଶେଷ ଶୁଆ-କଥା ଥିବ କି ତା ମନେ ?
ଏ ମୋହନ ତନୁଶିରୀ କେତେ ଯୁଗ ପାଇଁ
ବନ ଗିରି ଧରି ତାର ନେତ୍ରେ ଥିବ ଉଇଁ ।
ଗଣ୍ଠିଧନ କଣ୍ଠଗାନ ଚମକେ ଚମକେ
ଭ୍ରମେ ଶୁଣୁଥିବ ତାର ପଶୁପକ୍ଷୀ ଡାକେ ।
ବିଜନେ ବିହରି ଏଥି ସୋଦର ବିଳାସେ
ଦରଫୁଟା ହାସେ ଧନ ଶୋଇଛି ତ ଶେଷେ ।
ପାଉଁଶେ ମିଶାଇ ତାର ଶିଶୁ ଅପଘନ
କରୁଥିବ ଏଣିକି ହେ ସୋଦର-ସ୍ମରଣ ।
[ରଚନାକାଳ-୧୯୨୧]
ମୋ ଫୁଲଟି ହସେ
ଗୁପତ ଏ ବୃନ୍ଦାବନେ ଚିରସାଥୀ ବେଶେ
ଚିର ଶ୍ୟାମ ଛାୟା ତଳେ ମୋ ଫୁଲଟି ହସେ ।
ବିଜନେ କହେ ମୋ କଥା ହୃଦେ ହୃଦ ନିହି
ଦରଫୁଟା ବେଶେ ଶିଶୁ ଅଧର ମେଲାଇ ।
ଦଳେ ଦଳେ ଥାଏ ତା’ର ଭବିଷ୍ୟ ମୋ କଥା
ବିନ୍ଦୁ ବିନ୍ଦୁ ଶିଶିରେ ସେ ଥାଏ କି ବାରତା ?
ନୀରବ ପୁଲକ ତା’ର ସମୀରେ ଉଛୁଳି
ପୂର୍ଣ୍ଣ ପରିମଳ ରୂପେ ବିଶ୍ୱେ ଯାଏ ଭରି ।
ଉପବନ-ପାଳିତା ମୋ କେତେ ଲତା ପାଶେ
ଏଭଳି ମୋ ସାଥୀ କେତେ ଥାଆନ୍ତି ଉଦାସେ ।
ନେତ୍ରଭରି ଦେଖୁଥାଏ ସେ ମୋହନ ଶିରୀ
ହୃଦଭରି ଘେନୁଥାଏ ତ୍ରିଦିବ ମାଧୁରୀ ।
ବସିଛି ମୁଁ ଏକା ଆଜି ଦରହାସ ଘେନି
ଧୂଳିଶେଯେ କେତେ ଫୁଲ ଲୋଟନ୍ତି ଅବନୀ ।
ମୋ ଅତୀତ କଥା ଯେତେ ସେ ଜୀବନେ ନିହି
ବିଶ୍ୱ-ବଡ଼ଦାଣ୍ଡେ ଅବା ପଡ଼ିଛନ୍ତି ଶୋଇ ।
ଏ କାନନେ ବିତାଇଚି ଯେତେ ବା ଦିବସ
ଏ ଧୂଳି ଏ ମାଟି କୋଳେ ଢାଳି ଅଶ୍ରୁ ହାସ
ସବୁଥିରୁ ଟିକି ଟିକି ଘେନି ସେ ବିଭବୁ
ବିଚାରଇ ଦିନେ ନେବି ବିଦାୟ ଏ ଭବୁଁ ।
[ରଚନାକାଳ-୧୯୨୧]
କର୍ମ-ବେଦି
ତୁଙ୍ଗ-ଭୂଧର-ଭାଲେରୀ-ଭାଲେ
ପୁଣ୍ୟ ଅତୀତ ଉଠଇ ଖେଳି
ବାଣ-ଶୂରର ବିମଳ କୀର୍ତ୍ତି
ସମୀର ସରିତେ ସଙ୍ଗୀତ ମେଲି ।
ଯୁଗ୍ମ-ଶିଖର ମୁଖରି ରଙ୍ଗେ
ଉଠଇ ଯା କୋଳେ ତରଙ୍ଗଗାନ
ପୁଣ୍ୟ ବାସନ୍ତ-ବଞ୍ଜୁଳ-କୁଞ୍ଜେ
ନାଚଇ ପୁଲକେ ଆକୁଳ ପ୍ରାଣ
ସେହି ମୋ ଜୀବନ କର୍ମ-ବେଦି ବାଣୀ-ମନ୍ତ୍ର ଫୁଟିଛି ଯହିଁ
ଚନ୍ଦ୍ର-କବିର ଅୟୁତ ଛନ୍ଦ ଶୁଣଇ ପରାଣ ନୀରବ ରହି ।
ବୀର୍ଯ୍ୟ-ବିକ୍ରମ ପୀୟୂଷ-ସ୍ରୋତ
ବୀର ପରାଣେ ଉଛୁଳି ବନେ
ପୁଷ୍ଟ କରିଲା ଓଡ଼ିଆ ପ୍ରାଣ
ଦୂର ବଙ୍କାଡ଼େ ଖେଳି ସଘନେ ।
ତପ୍ତ ଧମନୀ ଶୋଣିତଧାର
ଖେଳିଲା ପୁଲକେ ତଡ଼ିତବେଗେ ।
ଶୂନ୍ୟେ ନାଦିଲା ପ୍ରେମସଂଗୀତ
‘ଜନ୍ମଭୂମି ମା’ ନବୀନ ରାଗେ ।
ସେହି ମୋ ଜୀବନ କର୍ମ-ବେଦି ବାଣୀ-ମନ୍ତ୍ର ଫୁଟିଛି ଯହିଁ
ଚନ୍ଦ୍ର-କବିର ଅୟୁତ ଛନ୍ଦ ଶୁଣଇ ପରାଣ ନୀରବ ରହି ।
ବୀର ତରୁଣୀ ସରଳା ସାଧ୍ୱୀ
ବିହରି ଯା କୋଳେ ଗାଇଲେ ଗୀତି
କନକମଞ୍ଜରୀ ଚରିତଗାଥା
ଢାଳଇ ପରାଣେ ବିସ୍ମୟ ପ୍ରୀତି ।
ହସନ୍ତି ଯା’ କୋଳେ ଜଗତ-ବରଦା
‘ମାଆ ଭଗବତୀ’ ଭୁବନେଶ୍ୱରୀ
ପୁଲକେ ଉଛୁଳେ ଶୂନ୍ୟ ଜୀବନ
ନବ ଜାଗରଣେ ଅତୀତ ସ୍ମରି ।
ସେହି ମୋ ଜୀବନ କର୍ମ-ବେଦି ବାଣୀ-ମନ୍ତ୍ର ଫୁଟିଛି ଯହିଁ
ଚନ୍ଦ୍ର-କବିର ଅୟୁତ ଛନ୍ଦ ଶୁଣଇ ପରାଣ ନୀରବ ରହି ।
ସ୍ୱର୍ଣ୍ଣ ଅତୀତେ ଗଗନ ଚୁମ୍ୱି
ଉଡ଼ିଥିଲା ଯହିଁ କୀରତି-କେତୁ
ମାତିଲା ପ୍ରେମେ ‘ଓଡ଼ିଆ ବୀର’
ଫିଙ୍ଗି ବିଷାଦ ଯାତନା ଚେତୁଁ ।
ଚମ୍ପାଗଡ଼ର ପୁଣ୍ୟ ରଭସେ
ଢାଳିଥିଲା ବୀର ଶୋଣିତଧାରା
ବାହୁ ବିଜୟେ ବୈରୀ ଅଗ୍ରେ
ଦେଖିଛି ତଟିନୀ ବିମଳ ନୀରା ।
ସେହି ମୋ ଜୀବନ କର୍ମ-ବେଦି ବାଣୀମନ୍ତ୍ର ଫୁଟିଛି ଯହିଁ
ଚନ୍ଦ୍ର-କବିର ଅୟୁତ ଛନ୍ଦ ଶୁଣଇ ପରାଣ ନୀରବ ରହି ।
ଗହନ ଭେଦି ସଉଧ ପନ୍ତି
ତୋଳିଥିଲେ ଯହିଁ ରଜତଶିର
(ଏବେ) ସ୍ମୃତି ଶ୍ରବଣେ ପାନ୍ଥ ପରାଣେ
ଖେଳଇ ସେ ବନେ ‘ନିଳାଦ୍ରିପୁର’
ଧନ୍ୟ ହୋଇଚି ଜୀବନ ଯା’ର
ସମ୍ମୁଖ-ସମରେ ପରାଜି ବୈରୀ
‘ଦେଶବତ୍ସଳ ନୀଳାଦ୍ରି ବୀର’
ଗାଉଛି ଅତୀତ ମରମ ଘାରି ।
ସେହି ମୋ ଜୀବନ କର୍ମ-ବେଦି ବାଣୀ-ମନ୍ତ୍ର ଫୁଟିଛି ଯହିଁ
ଚନ୍ଦ୍ର-କବିର ଅୟୁତ ଛନ୍ଦ ଶୁଣଇ ପରାଣ ନୀରବ ରହି ।
ଶୁଭ୍ର ତରଙ୍ଗ ଉନ୍ନତ-ଶିର
ଲୋଟଇ ଯା ପାଦେ ଚିଲିକାକୂଳେ
ପ୍ରେମମୟୀ ମା ପ୍ରକୃତି ରାଣୀ
ପୁଣ୍ୟ ଲଙ୍ଘିତ ବିଭବ ମୂଳେ ॥
ଶ୍ୟାମ-ସୋଲରୀ କୁଞ୍ଜ ବିତାନେପ୍ରେମ-ସଙ୍ଗୀତ ଫୁଟିଲା ଯହିଁନଚାଇ ‘ଅବଳା’ ଶୂନ୍ୟ-ପ୍ରାଣନଚାଇ ପାଦପ ପାଷାଣ ଭୂଇଁ ।ସେହି ମୋ ଜୀବନ କର୍ମ-ବେଦି ବାଣୀମନ୍ତ୍ର ଫୁଟିଛି ଯହିଁଚନ୍ଦ୍ର-କବିର ଅୟୁତ ଛନ୍ଦ ଶୁଣଇ ପରାଣ ନୀରବ ରହି ।[ରଚନାକାଳ- ୧୯୧୯]ଭ୍ରାତୃ-ବିଚ୍ଛେଦେଗଲ କେଣେ ଲୋକନାଥ ତେଜି ଦୀନ ଭାଇକିପ୍ରାଣର ପ୍ରତିମ ଭାଇ ଆଉ ମନେ ନାହିଁ କି,ଭାଇ ହେ ! ଲୁଚାଇଦେଲ କାହିଁ ସେ ମାଧୁରୀକି,ଝୁରି କରିବୁ ତ ସିନା ଅଶ୍ରୁସିକ୍ତ ମହୀକି ।ପୋଷିଥିଲୁ କେତେ ଆଶା ତୁମ୍ଭଠାରେ ମହତଘଟାଇଲା ଶେଷେ ବିଧି କେବଳ ଅଶ୍ରୁପାତ,ଭାଇ ହେ ! ସରବ ଗୁଣେ ତୁମେ ଥିଲ ଭୂଷିତ,ସବୁ ଆଶା ଚାଲିଗଲା ତୁମ୍ଭ ଯିବା ସଙ୍ଗେ ତ ।ସରଳ ହୃଦୟ ତବ ସୁସରଳ ମୂରତିଆତ୍ମା ପରହିତ-ଜ୍ଞାନେ ଥିଲ ଭାଇ ସୁମତି,ଭାଇ ହେ ! ସ୍ୱହସ୍ତେ ଧରି ନବଶିକ୍ଷାର କାତିକାଟିଦେଲ ଗ୍ରାମବାସୀ ହୃଦୁ ଜାଲ ବିଭ୍ରାନ୍ତି ।ଯେଉଁ ନବ ଶିକ୍ଷା ଦେଇ ଗଲ କୁମାରାଙ୍ଗରେଭୁଲିବୁ କି ତାହା ଭାଇ, କେବେ ଯୁଗ-ଯୁଗରେ,ଭାଇ ହେ ! ପଡ଼ିଥିଲେ ଗ୍ରାମବାସୀ ଅଜ୍ଞାନତା ଧୂମରେ,ଜ୍ଞାନ-ବାଟ ଖୋଲି ଦେଇ ଚାଲିଗଲ ସ୍ୱପୁରେ ।ଦୃଢ଼ କରି ଗଲ ଯାହା ଗ୍ରାମ ବିଦ୍ୟାଳୟଟିରଖିଅଛୁ ତାହା ଭାବି ହୃଦୟର ମଣିଟି,ଭାଇ ହେ ! ବୁଡ଼ାଇଦେଲ ଜୀବନର ତରୀଟି,ମରୁଛନ୍ତି ଦୁଃଖାନଳେ ବନ୍ଧୁ ଝୁରି-ଝୁରିଟି ।ଦେଖୁ ସଦା ସମ୍ମୁଖରେ ତବ ଚାରୁ ମୂରତିଯେଣେ ଚାହୁଁ ଫୁଟିଦିଶେ ଚାରୁ-ରଦନ-ପନ୍ତିବିଧି ରେ ! ଘଟାଇଦେଲୁ ଆଣି ଏଡ଼େ ବିପତ୍ତି,ଗୁଣ ଗୁଣି ହୃଦ ହୁଏ ଶତଧାରେ କରତି ।ଚିନ୍ତି ତ ନଥିଲା ପ୍ରାଣ ଦିନେ ତବ ବିଚ୍ଛେଦଘଟାଇଦେବ ହେ ବିଧି ତବ ଦୁଃଖ-ସମ୍ବାଦବିଧି ରେ ! କି ବିଧି ତୋର ଭାଙ୍ଗି ସୁଖ ପ୍ରମୋଦ,କ୍ଷଣକେ ଆଚ୍ଛାଦିଦେଲୁ ହୃଦେ ନିବିଡ଼ ଖେଦ ।ପୁରୀ-ଗମନର କାଳେ ଭାଷିଥିଲ ଏତିକିମନେପଡ଼େ ‘ଆସ ବାବୁ ଟିକେ ମୋର କତିକି’ଆହା ସେ, ବିମଳ ପ୍ରେମ ଦହେ ଆଜି ଛାତିକି,ସ୍ମୃତିପଥେ ଆଣେ ପ୍ରାଣ ତବ ସେ ଭାରତୀକି ।ଗଣନାଥପୂଜା ଉପଲକ୍ଷେଏତେ ଦିନେ କିଏ ଦେବତା ପରାଏଆସିଛ ଏ କୁଞ୍ଜବନେ ହେ,କୁଞ୍ଜ କିଶଳୟ କଳିକା କୁସୁମଫୁଟାଇ ରଖିଛ ମନେ ହେ !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ