କପିଳବାପା ଘର — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଘୋର ବରଷା କାଳ, ଗରଜେ ନିଶାମାନବ ବୁଝେନାହିଁ ପ୍ରକୃତି ଭାଷା ।ସମୀର ଡାକଦିଏ ସଲିଳଧାରେ-ମୋ ଗତି ଟାଣକରି ଦେବି କି ବାରେ ?କହ ବରଷା, ଆଉ ନ ପାରେ ରହିବରଷ ବରଷ ତ ଗଲାଣି ବହି ।ମୋ ଗତି କେତେ ଥିର କଲିଣି ଏଥିବୁଝିଲାନାହିଁ ତିଳେ ମାନବ ମତି ।ଅଜାଡ଼ ହେ ବରଷା, ଅଜାଡ଼ ଖରେଶୀତଳ ତବ ଅମ୍ୱୁରାଶି ଏ ପୁରେ ।ସମ୍ଭାଳି ଧରିବାକୁ ନାହିଁ ତ ଚାଳଖସିଗଲାଣି କାନ୍ଥବାଡ଼ ସକଳ ।ଏ କାଳେ ଦେବି ବାରେ ପରଶି ମୁହିଁଏକାଳେ ଦେବ ତୁମେ ଜଳେ ଭସାଇଶିର ନୁଆଇଁ ଏଠି ପଡ଼ିବ ତଳେଯାହା କୋଣାର୍କ-ଶିରୀ କାଳ-କବଳେ ।ଜାଣ କି ଇତିହାସ ବରଷ ସତେଏ ପୁର କିବା ଲୀଳା ହେଲା ଜଗତେ ?ଶୀତ, କାକର, ମଧୁ, ଗ୍ରୀଷ୍ମ, ଶରତସକଳ କାଳେ ମୁହିଁ ଅଛି ମରୁତ !ବାର ମାସରେ ତୁମେ ମାସକେ ଆସିଯାଉଚ ସିନା ବେଳେବେଳେ ପରଶିପରଶିଅଛି ମୁହିଁ ଏ ପୁର ନୀତିବିଶିଷ୍ଟ ନିମିଷେଟି ଦିବସ ରାତି ।ଆଜିଟି ମନେପଡ଼େ ଶୁଣ ବରଷା-ସେ କଥା କହିବାକୁ ନାହିଁ ମୋ ଭାଷା ।କାଳ-ସାଗରେ କେତେ ବୁଦ୍ବୁଦ ସରିଏକଇ ବୁଦ୍ବୁଦ ଏ କୁଟୀର-ଶିରୀ ।ମାଟିର ଘର ଏ ଯେ ମାଟିର ବାଡ଼ଲୁହା ପାଷାଣେ ଏ ତ ନଥିଲା ବଡ଼ ।ଅମୂଲ୍ୟ ବଇଭବ ନଥିଲା ଏଥିଏକଇ ଥିଲା ଏଥି ମାନବ ଯତି ।ତୋଳିଲା ଘର ସେ ତ ଗଢିଲା ପୁର,ଆଶାରେ ପ୍ରତିଫଳି ହୃଦ-ମୁକୁର ।କେତେ ବିଚିତ୍ର ଛବି ଆଙ୍କିଲା ବୁକେଆପଣେ ବଡ଼ କରି ପଲ୍ଲୀ-ମୁଲକେ ।ଏ ପୁରେ ହସିଲା ତା ପ୍ରୀତି-ପ୍ରତିମାଏ ପୁର ଦେଖିଗଲା ବିଭବ ସୀମା ।ଜୀବନେ ପ୍ରୀତି ବୋଲି ବୋଲନ୍ତି ଯା’ରେନ ଥିଲା ତିଳେ ହେଲେ ଊଣା ଏ ପୁରେ ।ଦୁଇଟି ପାଦପଦ୍ମ ଏ ଭୂଇଁତଳେଭାବଇ ସତେ କାଲିପରି ବା ଚଳେ !ଦୁଇଟି ଚଳଚକ୍ଷୁ ସୋହାଗଭରାମରତ ପୁରେ ସେ ତ ପ୍ରୀତି-ପସରା ।ଏ ଭିତ୍ତିପତ୍ରେ କାହା କର-ପଲ୍ଲବଆଙ୍କିଲା କେତେ ଛବି କି ଅଭିନବ !କା’ ଚାଲି ଚାହାଣି ସେ କା’ ହୃଦତଳେକି ଛାପ ଦେଇଗଲା ଜାଣ କି ତିଳେ ?ସେ ଲାଗି ସିନା ଆଜି କହେ ମୁଁ ଡାକି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଆହେ ବରଷା ଶତଦୃତି ବିଲୋକି
ମିଶାଇ ଦେବି କାନ୍ଥ, ଚାଳ ମଝିରେ
ବିସ୍ତୃତ ଭୀମଗର୍ଭେ ସ୍ମୃତିକି ଧୀରେ ।
କହିଲା ବରଷା ଡାକି ହେ ପ୍ରିୟ ସମୀର
ମୁଁ କି ଜାଣେ ସାନ ବଡ଼ ନଦୀ ପାରାବାର ।
ବନେ, ଉପବନେ, ଗିରି ଶିଖରେ ପରଶି
ଢାଳିଯାଉଥାଏ ଖାଲି ସ୍ୱୀୟ ବାରିରାଶି ।
ତୁମେ ସିନା ପୁରପଥେ ବିଶ୍ୱରନ୍ଧ୍ରେ ବୁଲି
କେତେ ଭାବେ କରୁଥାଅ, କେତେ ରୂପେ କେଳି ।
ଆଜି ଏ ଯେ ସମାଚାର କହ ମୋତେ ଡାକି
କହ ପୁଣି ଅଛି ଯେବେ କହିବାକୁ ବାକି ?
ଉତ୍ତରେ ବଖାଣେ ବାତ ଶୁଣ ହେ ବରଷା
ଏ କୁଟୀରେ ବାନ୍ଧିଥିଲା ଜଣେ ଆସି ବସା ।
ମାନବ ଜନମପଥେ, ବଡ଼ ସାଧୁପ୍ରାଣ
ପାଇଥିଲା ଜାଣେ, ଗୀତା-ଭାଗବତ ଜ୍ଞାନ ।
ବିଶାଳ ସେ ବଂଶତରୁ, ସେ ତରୁର ଡାଳ
ଶେଷେ ଏବେ ଭାଜିଗଲା ରହି କେତେ କାଳ ।
ନିଜ ହାତେ ସେ ମାନବ ରୋପି କେତେ ତରୁ
ପାଳିଥିଲା ଶୁଣେ ଏବେ ଲୋକବଚନରୁ ।
ନିଜ ହାତେ ରୋପିଥିଲା ଦେବଭୂମେ ଚାରା
ନିଜ ହାତେ ଖୋଇଥିଲା କୁଆ, ବଣି, ପାରା ।
ଗୋ-ସେବାରେ ମନପ୍ରାଣ ଦେଇ ଦିବାରାତି
ଅରଜିଥିଲା ସେ କେତେ ଦୟା ଧର୍ମ ଖ୍ୟାତି ।
ଆପଣା କୁଟୀର ଆପେ ଗଢିଥିଲା ହାତେ
ମୃତ୍ତିକା ପାଷାଣେ ପ୍ରାଣ ମିଶାଇ ନିରତେ ।
ଶେଷେ ଚାଲିଗଲା ଦୂରେ-ଦୂରୁ ଦୂରାନ୍ତରେ
ଜାଣନ୍ତେ ମାନବ ଯହିଁ ଯାଇ ନାହିଁ ପାରେ ।
ସେକୁଟୀରେ ଊର୍ଣ୍ଣନାଭ କଲେ କେତେ ବସା
ଲୀଳାକଲେ ଦେଖିଛି ମୁଁ କେତେ ମାଛି, ମଶା
ସେ ଭିତ୍ତିରେ ଓଦାକରି ଦେଲେ ଢାଳି ବାରି
ଏବେ ମୋ ପରଶେ ସେ ତ ଢଳିଗଲା ପରି ।
ଢାଳ ଢାଳ ବାରି ତୁମେ ଢାଳ ଧୀରେ ଧୀରେ
ଧୀରେ ପରଶିବି ମୁହିଁ ଏ ଭଙ୍ଗା କୁଟୀରେ ।
ଧୀରେ ଧୀରେ ଢଳି ଏବେ ଛୁଇଁବ ଭୂତଳ,
ଦେଖାଇବ ଏ ସଂସାରେ ଅନିତ୍ୟ ସକଳ ।
ଅନିତ୍ୟ ମାନବ ଏଠି ଦୁଇ ଦିନ ପାଇଁ
ଦୁଇ ଦିନ ପାଇଁ ଲୀଳା କରିଯାଏ ରହି ।
ଗଲାବେଳେ ନିଜ ତନୁ ନିଜେ ଯାଏ ଛାଡ଼ି
ଦେଖ ଏ କୁଟୀରଖଣ୍ଡି ଗଲା ଏବେ ପଡ଼ି ।
ଅବକାଶ-ଶେଷ-ଦିବସେ
କହି ଯା’ ଶାଳିଆ ତରଙ୍ଗ ପ୍ରାଣ-ମୋହନ ତାଳେ
ଗାଇ ଯା’ ବିହଗ ନିମିଷେ ଶ୍ୟାମ-ଭାଲେରୀ-ଭାଲେ ।
ଫୁଟି ଯାଆ ଉଷା-କୁସୁମ ପଲ୍ଲୀ ନିକୁଞ୍ଜଭରି
ଅବକାଶ-ଶେଷ-ଦିବସେ ନବ ବିଭବ ଧରି ।
ଯେତେ ଏ ସୋହାଗ ସମ୍ପଦ ନେଇ ମେଲାଣି ସଙ୍ଗେ
ଢାଳିବି କାଲି ଏ ପରାଣ ମନ ବିଭବେ ରଙ୍ଗେ ।
ବେଳୁଁ ବେଳ ମନ ଖେଳିବ ଯେତେ ପଲ୍ଲୀ-ବିଭବ
ସ୍ମୃତିପଟେ ଦେଖି ନିଘଞ୍ଚ-ତରୁ, ଅନନ୍ତ-ନଭ ।
ଗାଇବାର ବନ-ବିହଙ୍ଗ ପଲ୍ଲୀ କୁଟୀରପାଶେ
ଦରହାସ ପ୍ରାଣେ ଶୁଣିବି କାଲି ଦୂର ବିଦେଶେ ।
ଲତାକୋଳେ ପୁଷ୍ପରଜରେ ଦୋଳା-ମିଳିନ୍ଦ-କେଳି
ସ୍ରୋତବେଗେ ସ୍ମୃତିପଟେ ମୋ ପ୍ରାଣ ଉଠିବ ପୂରି ।
ଗାଇ ଯା’ କାନନ-ବିହଙ୍ଗ ହୃଦ-ଉଦନ୍ତ ଯେତେ
ଲତା ଶ୍ୟାମଳିତ ଗହନ ଶିଳା ବନ୍ଧୁର ପଥେ ।
ଜୀବନ ସରିତ ଉରସେ ମୃଦୁ-ମନ୍ଦ-ଲହରେ
ଢାଳିଦେରେ ସୁଧା-ସଙ୍ଗୀତ ଫୁଲ-ପୀରତି ତୁଲେ ।
ଡହଡହ ରବି-ଗଗନେ ଉଦୁଉଦିଆ ଖରା
ଧୂସରିତ-ଦୂର-ଗହନ ବନ-ଶ୍ୟାମଳ-ଧରା ।
ଫେରୁଚି କୁଟୀରେ ପୁଲକେ ଗାଇ ହୃଦୟ ଲେଖା
‘‘ଅବକାଶ-ଶେଷ-ଦିବସେ’’ ଆଜି ଏଇ ମୋ ଦେଖା ।
କାଲି ତ ଫୁଟିବ ଏ ତଳେ କେତେ ଶୋଭା-ସମ୍ପଦ
ବହିଯିବ ମୃଦୁ ସମୀରେ ଶତ ବିହଙ୍ଗ ଛନ୍ଦ ।
ଅଧର କମ୍ପାଇ ଉଷତେ ପଲ୍ଲୀ-କୁମାରୀକୁଳ
ଗୋଟି ଗୋଟି ନେବେ ଉଦାସେ ତୋଳି ଯେତେ ଏ ଫୁଲ ।
ପୂଜିବେ ବାଲୁକା-ଶଙ୍କରେ ଶାଳାବତୀ-ପୁଳିନେ
‘‘ମୋ ପ୍ରଭୁ ସେ’’ ଗାଇ ହରଷେ ଭକ୍ତିପୂତ ଧିଆନେ ।
ବସିଥିବେ ବୋଉ ଦୁଆରେ କ୍ଷଣୁ କ୍ଷଣେ ଅନାଇ
ଛାଡ଼ିବାକୁ ଗଣ୍ଠିଧନରେ ପାଠ ପଢିବାପାଇଁ ।
ବାରୁଣୀ ଜଳଦେ ଖେଳିବେ ଯେବେ ଦିବସପତି
ଫେରିବି ଏ ମୋର କୁଟୀରୁ ଦେଇ ପଦେ ପ୍ରଣତି ।
ଯେତେ ପ୍ରିୟ ସାଙ୍ଗ-ସରିସା ପ୍ରାଣପୁଲକଭରେ
ଅଧାବାଟେ ଦେଇ ବାଟେଇ ଫେରିଯିବେଟି ଘରେ ।
ଚାହିଁଥିବ ପଥେ କାହିଁ ମୋ ପ୍ରାଣପ୍ରତିମ ଭାଇ
କେତେ ଆଶା ପ୍ରୀତି ସେନେହ ହୃଦ-ଆବରି ଦେଇ ।
କାଟି କି ପାରିବି ତହିଁରେ ଆଉ ମନ ସମ୍ୱନ୍ଧ
ବାଳୁତ ବୟସୁ ଯେ ହୃଦେ ହୃଦ ସେନେହ-ଅନ୍ଧ ।
ଶୟନେ ସପନେ ବିହାରେ ଦୂର ବିଜନ ପଥେ
ଜୀବନବନ୍ଧୁ ମୋ କରମ ସଖା ଦେଖେଁ ନିରତେ ।
ହସ ହସ ମୁଖେ ସରଳ-ସ୍ନେହ-ମଧୁର ବାଣୀ
ଫୁଟି ମୋ ପରାଣ-ମୁକୁରେ ଉଠେ କେତେ ଉଜାଣି ।
ଅବକାଶ-ଶେଷ-ଦିବସେ ଘରୁ ଫେରିଲାବେଳେ
ଆଶିଷିବେ ପ୍ରାଣସୋଦର ସୁଧା-ସ୍ନେହ ମନ୍ତରେ ।
ବେଳୁବେଳ ଦେଇ କୋମଳ ଦୃଷ୍ଟି କିଶୋର ଭାଲେ
କେତେ ଯେ ମରମ ବାରତା ଢାଳିଦେବେ ଆଦରେ ।
‘‘ମନେ ରଖିଥିବୁ ଭାଇରେ ପଲ୍ଲୀ କୁଟୀର ତୋର
ଯେତେ ଶଇଶବ ସଖାଏ ପ୍ରାଣପ୍ରିୟ ସୋଦର ।
ଘେନିଥା ପରାଣ-ପିପାସା ପ୍ରାଣ-ପୁଲକଭରା
କହିଥା ଦି’ପଦ ବଚନ ଦୂରେ ଯାଉଛୁ ପରା ।’’
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ