ପିତୃଭକ୍ତି
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୬୩
- ସ୍ଥିତି
- ସାର୍ବଜନୀନ (Public domain)
ମିବାରର ରାଣା ରାଜସିଂହଙ୍କର ଭୀମସିଂହ ଓ ଜୟସିଂହ ନାମକ ଦୁଇ ପୁତ୍ର ଥିଲେ । ଦୁହିଁଙ୍କ ମଧ୍ୟରେ ଜୟସିଂହ କନିଷ୍ଠ ପୁତ୍ରକୁ ଅଧିକ ସ୍ନେହ କରୁଥିଲେ ଏବଂ ତାଙ୍କୁ ରାଜ୍ୟଭାର ଦେବେ ବୋଲି ସ୍ଥିର କରି ତାଙ୍କୁ ରାଜପଦରେ ଅଭିଷିକ୍ତ କରିବାପାଇଁ ଆୟୋଜନ କରିବାକୁ ଲାଗିଲେ ।
ସେହି ଆୟୋଜନ ସମ୍ବାଦ ପାଇ ଦିନେ ସନ୍ଧ୍ୟା ସମୟରେ ରାଣା ତାହାଙ୍କର ପ୍ରଶସ୍ତ ବିଶ୍ରାମ କକ୍ଷରେ ଏକାକୀ ଶୟନ କରି ଜୟସିଂହଙ୍କର ଅଭିଷେକୋତ୍ସବ ବିଷୟ ଚିନ୍ତା କରୁଅଛନ୍ତି, ଏପରି ସମୟରେ ଭୀମସିଂହଙ୍କର ମାତା ରାଣୀ କମଳକୁମାରୀ ଆସି ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । ରାଣା ମହିଷୀଙ୍କୁ ତାଙ୍କୁ ପାର୍ଶ୍ୱରେ ବସିବାକୁ ବନୁରୋଧ କଲେ । ମହିଷୀ ଉପବେଶନ କଲାଉତ୍ତାରୁ ରାଣା ପଚାରିଲେ, ‘‘ଆଜି ଏତେବେଳେ କି ଅଭିପ୍ରାୟରେ ଆସିଲ ?’’ ମହିଷୀ କହିଲେ, ‘‘ମହାରାଜ, ଗୋଟିଏ କଥା ପଚାରିବାକୁ ଆସିଅଛି । ଯେଉଁ ଜନରବ ଉଠିଅଛି, ତାହା କି ସତ୍ୟ ?’’
ରାଣା- ‘‘କି ଜନରବ ?’’
ମହିଷୀ କହିଲେ, ‘‘ଶୁଣୁଅଛି, ତୁମ୍ଭେ ଥାଉଁ ଥାଉଁ ତୁମ୍ଭର ସିଂହାସନ ଜୟସିଂହ ଅଧିକାର କରିବ, ଏ କଥା କଣ ସତ୍ୟ ?’’
ରାଣା- ‘‘ଜନରବଟି ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଜୟସିଂହ ସିଂହାସନ ଅଧିକାର କରିବ ନାହିଁ; ମୋର ସିଂହାସନ ମୁଁ ତାକୁ ଦାନ କରିବି ।’’
ମହିଷୀ- ‘‘ତୁମ୍ଭେ ଥାଉଁ ଥାଉଁ ତୁମ୍ଭର ପୁତ୍ର ତୁମ୍ଭର ପ୍ରଭୁ ହେବ ?’’
ରାଣା କହିଲେ, ‘‘ମୁଁ ଥାଉଁ ଥାଉଁ ରାଜ୍ୟର ଗୋଟିଏ ବନ୍ଦୋବସ୍ତ କରି ନ ଗଲେ ଶେଷରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହୋଇ ରାଜ୍ୟର ଅନିଷ୍ଟ ଘଟିବ ।’’
ମହିଷୀ- ‘‘କିନ୍ତୁ ମୁଁ ଦେଖୁଅଛି, ତୁମ୍ଭର ଏହି କାର୍ଯ୍ୟହିଁ ଦୁଇ ଭାଇଙ୍କ ମଧ୍ୟରେ ବିବାଦର ମୂଳକାରଣ ହେବ; ତୁମ୍ଭେ ରାଜ୍ୟରକ୍ଷା କରିବାକୁ ଯାଇ ରାଜ୍ୟ ଛାରଖାର କରିବାକୁ ବସିଅଛି । ଯଦି ପୁତ୍ରକୁ ରାଜ୍ୟଭାର ଦେବା ଉଚିତ ମନେ କରୁଅଛ, ତା ହେଲେ ଜ୍ୟେଷ୍ଠପୁତ୍ରକୁ ନ ଦେଇ କନିଷ୍ଠକୁ ଦେବାପାଇଁ କିପରି ସ୍ଥିର କଲ ?’’
ରାଣା ବିରକ୍ତହୋଇ କହିଲେ ‘‘ଭୀମସିଂହ ଓ ଜୟସିଂହ ଏତେ ଅଳ୍ପ ସମୟର ସାନ ବଡ଼ ଯେ, ସେଥିପାଇଁ ଜ୍ୟେଷ୍ଠ ବୋଲି ଭୀମସିଂହ ରାଜ୍ୟ ଦାବି କରି ନପାରେ । ଦୁହେଁ ଏକ ଦିନରେ ଜନ୍ମଅଛନ୍ତି, ଦୁଇ ଏକ ଦଣ୍ଡର ବ୍ୟବଧାନ ମାତ୍ର । ଏପରି ସ୍ଥଳରେ ଯେ ଅଧିକ ଉପଯୁକ୍ତ ସେ ରାଜ୍ୟର ଅଧିକାରୀ ହେବ । ମୁଁ ଜୟସିଂହକୁ ଅଧିକ ଉପଯୁକ୍ତ ମନେକରୁଅଛି ।’’
ମହିଷୀ- ‘‘ଏକ ଦଣ୍ଡ ତ ଦୂରର କଥା, ଯେ ଏକ ମୁହୂର୍ତ୍ତ ଆଗେ ଜନ୍ମିଥିବ, ସେ ବଡ଼ ବୋଲି ଗଣ୍ୟ ହେବ । ଲବ କୁଶ ଯମଜ କୁଶ ଯମଜ ଭ୍ରାତା, ତେବେ କୁଶ କାହିଁକି ପିତୃରାଜ୍ୟର ଅଧିକାରୀ ହେଲେ ? ମହାରାଜ ! ଜୟସିଂହ କେଉଁ ବିଷୟରେ କିପରି ଭୀମସିଂହ ଅପେକ୍ଷା ଉପଯୁକ୍ତ ? ସଭାସଦ୍ମାନେ କାହାର ଚରିତ୍ରମାର୍ଯ୍ୟରେ ମୃଗ୍ଧ ? ପ୍ରଜାମାନେ କାହାକୁ ରାଜପଦରେ ବରଣ କରିବାକୁ ଇଚ୍ଛୁକ ? ଜୟସିଂହ କେବଳ ତୁମ୍ଭୀର ପ୍ରିୟପୁତ୍ର ବୋଲି ତୁମ୍ଭେ ଯଦି ଭୀମସିଂହକୁ ରାଜ୍ୟରୁ ବଞ୍ଚିତ କର, ଲୋକେ ତୁମ୍ଭଙ୍କୁ ଅଧର୍ମାଚାରୀ ବୋଲିବେ ।’’
ରାଣା- ‘‘ମୋର ରାଜ୍ୟ ମୁଁ ଯାହାକୁ ଇଚ୍ଛା ଦେବି, ସେଥିପାଇଁ ମୁଁ ଲୋକଙ୍କ କଥାକୁ ଭୟ କରେ ନାହିଁ । ଲୋକଙ୍କର ତହିଁରେ କିଛି କହିବାର ଅଧିକାର ନାହିଁ ।’’
କଥାଗୁଡ଼ିକ ମହିଷୀଙ୍କର ଅସହ୍ୟ ହେଲା । ସେ ଦଣ୍ଡାୟମାନେ ହୋଇ ଉତ୍ତେଜିତ ଭାବରେ କହିଲେ- ‘‘ନା, ମହାରାଜ । ତାହା ମନେ କର ନାହିଁ । ତୁମ୍ଭେ ରାଜା ବୋଲି ଯାହାକୁ ଇଚ୍ଛା ରାଜ୍ୟ ଦେବାର କ୍ଷମତା ତୁମ୍ଭର ନାହିଁ । ରାଜା ହୋଇ ଯେ ନିୟମଭଙ୍ଗ କରେ ସେ ରାଜା ନୁହିଁ; ସ୍ୱେଚ୍ଛାଚାରୀ, ଅଧିର୍ମାଚାରୀ । ତୁମ୍ଭେ ସ୍ୱେଚ୍ଛାଚାରୀ ହୋଇ ଯାହା ଇଚ୍ଛା କର; କିନ୍ତୁ ଜାଣିଥାଅ ଯେ, ତୁମ୍ଭର ଏହି ଅନ୍ୟାୟାଚରଣ ଯୋଗୁଁ ଶତ ସହସ୍ର ନିର୍ଦ୍ଦୋଷ ପ୍ରଜାଙ୍କର ରକ୍ତରେ ଦେଶ ପ୍ଲାବିତ ହୋଇ ଉତ୍ସନ୍ନ ହେବ ଏବଂ ଭ୍ରାତୃହତ୍ୟାର କଳଙ୍କିତ ହେବ । ଯେଉଁ ସୂର୍ଯ୍ୟବଂଶର ରାଜା ଦଶରଥ ସତ୍ୟପାଇଁ ପ୍ରିୟତମ ପୁତ୍ର ରାମଙ୍କୁ ବନବାସ ଦେଇଥିଲେ, ସେହି ସୂର୍ଯ୍ୟବଂଶରେ ତୁମର ଜନ୍ମ, ଏକଥା କି ପାସୋରି ପକାଇଲ ? ଯେତେ କାଳ ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଥିବେ, ଅନ୍ୟାୟଦ୍ୱାରା କେହି ନ୍ୟାୟକୁ ବିନାଶ କରି ପାରିବ ନାହିଁ ।’’ ଏହି କଥାଗୁଡିକ କହି ମହିଷୀ ସେ ସ୍ଥାନରୁ ଚାଲିଗଲେ ।
ମହିଷୀଙ୍କର ତିରସ୍କାର ରାଣାଙ୍କ ହୃଦୟରେ ବଜ୍ରବତ୍ ପ୍ରବେଶ କଲା । ‘‘ଯେଉଁ ବଂଶରେ ଦଶରଥ ସତ୍ୟପାଇଁ, ନ୍ୟାୟପାଇଁ ପ୍ରିୟତମ ପୁତ୍ରକୁ ବନବାସ ଦେଇଥିଲେ, ସେହି ବଂଶରେ ତୁମ୍ଭର ଜନ୍ମ’’ ଏହି କଥା ତାଙ୍କର ହୃଦୟକୁ ଆଲୋଡ଼ିତ କଲା । ରାଣୀ ସମସ୍ତ ରାତ୍ର ଆପଣାର ଅନ୍ୟାୟ ତୀବ୍ରରୂପେ ଅନୁଭବ କଲେ । ପ୍ରଭାତ ହେଲାକ୍ଷଣି ପ୍ରହରୀକୁ କହିଲେ, ‘‘ଯୁବରାଜ ଭୀମସିଂହଙ୍କୁ ଏଠାକୁ ଆସିବାକୁ କହ ।’’ ପ୍ରହରୀ ଆଶ୍ଚର୍ଯ୍ୟାନ୍ୱିତ ହୋଇ ରାଜାଜ୍ଞା ପାଳନକଲା । କାରଣ ଇତିପୂର୍ବେ ସେ ଜୟସିଂହଙ୍କୁ ଯୁବରାଜ ବୋଲି ଜାଣିଥିଲା
ପିତା ଡାକୁଛନ୍ତି ଶୁଣି ଭୀମସିଂହ ଭାବିଲେ, ‘‘ଜୟସିଂହଙ୍କୁ ରାଜା କରିବାକୁ ଇଚ୍ଛା କରି ମୋତେ ପୁଣି କାହିଁକି ଡକାଇ ଅଛନ୍ତି ? ଏ ହସ୍ତରେ ଯେତେ ଦିନ ଅସିଧାରଣର କ୍ଷମତା ଥିବ, ତେତେଦିନ ଜୟସିଂହ ସିଂହାସନରେ ବସି ପାରିବ ନାହିଁ, ଏହା ବୋଧହୁଏ ପିତାଙ୍କୁ ଜଣାନାହିଁ । ପିତାଙ୍କର ପକ୍ଷପାତିତା ସ୍ମରଣ କରି ଭୀମନାହିଁ । ପିତାଙ୍କର ପକ୍ଷପାତିତା ସ୍ମରଣ କରି ଭୀମସିଂହ କ୍ରୁଦ୍ଧ ହୋଇ ଉଠିଲେ । କିନ୍ତୁ ସେ ଭାବ ଦମନ କରି ପିତ୍ରାଜ୍ଞା ପାଳନ ନିମନ୍ତେ ପିତୃସଦନକୁ ଗମନ କଲେ । ସେଠାରେ ପିତାଙ୍କର ଚିନ୍ତାକୁଳ ନୟନର ସସ୍ନେହ ଦୃଷ୍ଟି ଦେଖି ନିମେଷ ମଧ୍ୟରେ ଭୀମସିଂହଙ୍କର ହୃଦୟ ଆଶ୍ଚର୍ଯ୍ୟ ରୂପେ ପରିବର୍ତ୍ତିତ ହୋଇଗଲା । ଭୀମସିଂହ ଭକ୍ତିପୂର୍ଣ୍ଣ ଚିତ୍ତରେ ଅଭିବାଦନ କରି ଆହ୍ୱାନର କାରଣ ପଚାରିଲେ । ପୁତ୍ରର ସମ୍ମାନ ରାଣାଙ୍କର ହୃଦୟରେ ଅଧିକତର ଲଜ୍ଜା ଓ ଅନୁତାପ ଆନୟନ କଲା । ସେ ଧୀରେ କହିଲେ, ‘‘ବତ୍ସ, ଭୀମସିଂହ ! ମୁଁ ତୁମ୍ଭପ୍ରତି ଅତ୍ୟନ୍ତ ଅନ୍ୟାୟ କରିଅଛି । ମୋତେ କ୍ଷମା କର ।’’
ବୀର ଭୀମସିଂହଙ୍କର ନାତ୍ରରୁ ଅଶ୍ରୁ ବିଗଳିତ ହେଲା । ଏହା ଅଭିମାନାଶ୍ରୁ । ପିତା ତାଙ୍କ ପ୍ରତି ଯେଉଁ ଅନ୍ୟାୟ କରିଅଛନ୍ତି, ସେ ଅନ୍ୟାୟ ଏତେଦିନ ପରେ ବୁଝିପାରି ଅଛନ୍ତି ଏବଂ ଏତେଦିନ ପରେ ବୁଝିପାରି ଅଛନ୍ତି ଏବଂ ଏତେଦିନ ପରେ ତାଙ୍କର ପ୍ରାପ୍ୟସ୍ନେହ ପ୍ରଦାନ କଲେ, ଏହି ଆନନ୍ଦରେ ଭୀମସିଂହଙ୍କର ନୟନ ଅଶ୍ରୁପୂର୍ଣ୍ଣ ହେଲା । ରାଣା କହିଲେ, ‘‘ବତ୍ସ, ତୁମ୍ଭେ କ୍ଷମା କର ବା ନକର ମୁଁ ଏହି ଅପରାଧର ପ୍ରାୟଶ୍ଚିତ୍ତ କରି ପ୍ରଭୂଙ୍କ ନିକଟରେ ଦୋଷମୁକ୍ତ ହେବି । ତୁମ୍ଭେ ମୋର ଜ୍ୟେଷ୍ଠପୁତ୍ର, ତୁମ୍ଭଙ୍କୁ ତୁମ୍ଭର ନ୍ୟାୟ ଅଧିକାର ଦାନ କରିବି । ଯାହା ଜୟସିଂହର ନ୍ୟାଯ୍ୟ ଅଧିକାର ନୁହେଁ, ମୋ ଦୋଷରୁ ସେ ତାହା ପାଇବାର ଆଶା କରିଅଛି । ବର୍ତ୍ତମାନ ସେ ହଠାତ୍ ନିରାଶ ହେଲେ ରାଜ୍ୟଲୋଭରେ ଯୁଦ୍ଧ କରି ଘୋର ଅନର୍ଥ ଘଟାଇବ ।’’ ଏହା କହି କୋଷମୁକ୍ତ କୃପାଣ ଭାମସିଂହଙ୍କ ହସ୍ତ ନିକଟରେ ଧରି କହିଲେ, ‘‘ବତ୍ସ ! ନିଅ, ଏହି ଅସି ତାହାର ବକ୍ଷରେ ବିଦ୍ଧ କରି ଆସି । ଜଣକର ରକ୍ତରେ ଶତ ଶତ ବ୍ୟକ୍ତିର ରକ୍ତପାତ ନିବାରିତ ହେଉ । ବତ୍ସ ! ଭୀତ ବା ସଙ୍କୁଚିତ ହୁଅନାହିଁ । କଠୋର କର୍ତ୍ତବ୍ୟ ନିକଟରେ ପିତ ମାତା, ଭାଇ ଭାଗିନୀ, ସ୍ନେହ ମମତା କାହାରି ସ୍ଥାନ ନାହିଁ ।’’
ଭୀମସିଂହ ନିସ୍ପନ୍ଦଭାବରେ ଦଣ୍ଡୟମାନ ରହିଲେ । ମହାରାଜାଙ୍କ ମନର ଦାରୁଣ ଅବସ୍ଥା ଉତ୍ତମରୂପେ ବୁଝିପାରିଲେ । କର୍ତ୍ତବ୍ୟ ଓ ନ୍ୟାୟ ପାଇଁ ସେ ଆପଣାର ସ୍ନେହର ଧନକୁ ବିସର୍ଜ୍ଜନ କରୁଅଛନ୍ତି, ବୁଝିପାରିଲେ । ଭୀମସିଂହଙ୍କ ହୃଦୟରେ ପିତୃଭକ୍ତି ସହସ୍ର ଗୁଣରେ ବର୍ଦ୍ଧିତ ହେଲା । ଭୀମସିଂହ ବୁଝିପାରିଲେ ରାଣା ଯେଉଁ ଅସି ଜୟସିଂହଙ୍କର ନିଧନ ପାଇଁ ଦେଇଅଛନ୍ତି, ବାସ୍ତବରେ ତାହା ନିଜର ବଧ ପାଇଁ । ରାଜସିଂହ ପୁତ୍ରକୁ ନୀରବ ଦେଖି କହିଲେ, ‘‘ଏ ହତ୍ୟାରେ ପାପ ନାହିଁ । ନ୍ୟାୟର ଜୟ ନିମିତ୍ତ, ଦେଶର ମଙ୍ଗଳ ନିମିତ୍ତ ମୁଁ ଯାହା କରିବାକୁ କହୁଅଛି ତାହା କଲେ ଯଦି ପାପ ହୁଏ, ସେ ପାପ ମୋର ତୁମ୍ଭର ନୁହେ । ଆଦେଶ ଅନୁସାରେ ତାହା ସମ୍ପନ୍ନ କର ।’’
ଭୀମସିଂହ ପିତୃହସ୍ତରୁ ଅସି ଘେନି ତାହାଙ୍କର ଚରଣ ତଳେ ରଖି କହିଲେ, ‘‘ଆପଣ ମୋ ପ୍ରତି ଯେଉଁ ଅନ୍ୟାୟ କରିଥିଲେ ତାହାପାଇଁ ଯଥେଷ୍ଟ ପ୍ରାୟଶ୍ଚିତ୍ତ କରିଅଛନ୍ତି । ବର୍ତ୍ତମାନ ମୋର କର୍ତ୍ତବ୍ୟ ପାଳନ କରିବି । ମୋତେ ଆଜି ଯେଉଁ ଅଧିକାର ଦାନ କଲେ, ତାହା ମୁଁ ଜୟସିଂହକୁ ଦାନ କଲି । ଆଜିଠାରୁ ରାଜ୍ୟ ତାହାର । ମୁଁ ଏଠାରେ ଥିଲେ କାଳେ କୌଣସି ସମୟରେ କିଛି ଅନର୍ଥ ଘଟିବ, ଏଥିପାଇଁ ମୁଁ ମିବାର ପରିତ୍ୟାଗ କରି ଚାଲିଯିବି । ଆଜି ଆପଣ ଯେଉଁ ଉଚ୍ଚଶିକ୍ଷା ଦେଇଅଛନ୍ତି, ଯେଉଁ ସ୍ନେହ ଦାନ କରିଅଛନ୍ତି, ସେ ଦୁର୍ଲ୍ଲଭ ସମ୍ପତ୍ତି ହୃଦୟରେ ଘେନି ମୁଁ ଆଜି ଜନ୍ମଭୂମି ପରିତ୍ୟାଗ କରିବି ।’’ ଭୀମସିଂହ ଏହା କହି ପିତୃଚରଣ ସ୍ପର୍ଶ କରି ଏହି ଅଙ୍ଗୀକାର କଲେ । ମହାରାଜ ସ୍ତମ୍ଭିତ ହେଲେ । ସେହି ଦିନ ଭୀମସିଂହ ସ୍ୱହସ୍ତରେ ଜୟସିଂହଙ୍କ ମସ୍ତକରେ ରାଜମୁକୁଟ ଅର୍ପଣ କରି ଚିରକାଳ ନିମିତ୍ତ ରାଜ୍ୟ ପରିତ୍ୟାଗ କରି ଚାଲିଗଲେ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ