ପିକର ପରାଣ-ଗୀତି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୪
- ସ୍ଥିତି
- ସାର୍ବଜନୀନ (Public domain)
ଗାଅ ଗାଅ, ପିକ, ବସି ଗଛଡ଼ାଳେଗାଅ ତୋ ପରାଣ-ଗୀତି,ବରଷକ ଅନ୍ତେ ଢାଳିବେ ପୁଣିରେତୋର ବିମୋହନ ପ୍ରୀତି ।ପ୍ରତି ପଲକେ ତୁ ଗାଉଛୁ ଯେଭଳିପରତେ ହୁଅଇ ମୋତେ,ଗାଇ ଗାଇ ପ୍ରାଣ ପୁହାଇ ଦେବାକୁପେଷିଛି ବିଧି କି ତୋତେ ?ଦିନୁ ଦିନ କେତେ ଶୁଣିଛି ଏ ଗୀତିକରମ ବିରାମେ ବସି,ସଞ୍ଜ ସକାଳେ ମୋ ପରାଣ-କୁହରେଯାଅଇ ହେଲେ ପରଶି ।କି ଗାଉଛୁ ପିକ ତୁହାଇ ତୁହାଇଦିନେତ ବୁଝିଲି ନାହିଁ,ତୁହି କିରେ ଗଢ଼ା ଗାଇବାକୁ, ମୁହିଁଖାଲି ତା ଶୁଣିବା ପାଇଁ ?ବିଚାର ମୁଁ ଯେବେ ମୋ କଳ୍ପିତ ଗାଥାଫେଉଛୁ ବସନ୍ତ ଦୂତ,ପର ନିମିଷେ ତା ଆନ ରୂପ ଧରେ,ବିପରୀତେ ଗାଉ ତୁ ତ ।ତୁହି ଗାଉଥାଉ କି ଗୀତ ଅମରତରୁରୁ ତରୁକୁ ଉଡ଼ି,ଦିଗେ ଦିଗେ ବ୍ୟାପି ବ୍ୟୋମ ବସୁନ୍ଧରାତହିଁ ଯାଉଥାଏ ପୂରି ।ବାଳକ ବାଳିକା ଯୁବା ଯଉବନୀଥବିର ପ୍ରଉଢ଼ ଜନ,ଥିରେ କାନ ଡେରି ରହନ୍ତି ପୁଲକେଖେଳୁ ଯେ ଥାଏ ତୋ ସ୍ୱନ ।କି ମନ୍ତ୍ର ପଢ଼ୁଛୁ ପିକ କାନେ କାନେକହୁ କି ଗୁପତ ବାଣୀ,ଅବୁଝା ଆଳାପେ ଏତେ ମଜ୍ଜିବାରହେତୁ ମୁଁ ନ ପାରେ ଜାଣି ।ସାରା ମଞ୍ଚେ ଏତେ ଯା ଲାଗି ପରାଣେଉପୁଜେ ପୀରତି ମାୟା,ଏ ଜୀବନେ ମୋର କଣିକାଏ ଯେବେବୁଝନ୍ତି ତହୁଁ ମୁଁ ଆହା !ଗାଆ ଗାଆ, ପିକ, ତରୁ ଶାଖେ ଲୁଚିଗାଆ ତୋ ପରାଣ-ଗୀତି,ବରଷକ ଅନ୍ତେ ଢାଳିଦେ ପୁଣି ରେତୋ ଚିର ଚାଟୁଳ ପ୍ରୀତି ।କଳ କଳ-ତାନେ, ସମୀର ମର୍ମରେ,ପାହାନ୍ତି ତପନ ତେଜେ,ମିଶି ଯାଉ ଯାଇ ତୋ ଗୀତି ମାଧୁରୀସୁବର୍ଣ୍ଣ ବାଲୁକା-ଶେଯେ ।କୁହୁ କୁହୁ ଉଠୁ, ବନର କୋଇଲି,ତୋ ତାନ ପଞ୍ଚମ ଢେଉ,ବନୁ ବନେ ଖେଳି ପତ୍ର କିଶଳୟେପରଶଲଭ୍ୟ ସେ ହେଉ ।ସୁମନ ସୁବାସେ ପତ୍ର ଶ୍ୟାମ ବାସେନିଘଞ୍ଚ ନିବିଡ଼େ ଲୁଚି,ରେ ସରଗ ଦୂତ ! ତାଳ ତୋ କାକଳିବୁଝା ନୋହୁ ପଛେ କିଛି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର