ଫୁଟନା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୮
- ସ୍ଥିତି
- ସାର୍ବଜନୀନ (Public domain)
ଦୁଆର ଆଗେଟି ଫୁଲଗଛ ମୋର,ଫୁଲେ ଡାଳ ପତ୍ର ସୁଧା ଢଳଢଳ ।ଧୂଳି ତଳ୍ପେ ଶାଖା ଯାଉଅଛି ଲୋଟି,କେତେ ଅଛି ଫୁଲ ଧୂଳି ଶେଯେ ଫୁଟି ।ଭେଦି ବାତାୟନ, ଶବଳିତ ତନୁଉଦାସ ପଲକ ହରେ ମୋ ନୟନୁ ।ଭାସି ଅଲକ୍ଷିତେ କେଶର ସମୀରେ,ଖେଳି ଖେଳି ଯାଏ ମୃଦୁଳ ଲହରେ ।ଦିବସ କରମ ଶରମ ବିସୋର,ତହିଁ କିପାଁ ହୃଦ ହୁଏ ମୋର ଢାଳି ?ରଜନୀ ସୋହାଗ ଶୟନ ସପନେ,ସେହି ଛବି ଗୁଣି ଲଳିତ ସ୍ମରଣେ ?‘‘ଫୁଲ ଆରେ, ଡାଳେ ଶୋହିବୁ ନିକର,କେଶର ହିଲ୍ଲୋଳ ଭରିବୁ ସମୀର ।ଆଣିବୁ ବସନ୍ତ ବନପ୍ରିୟ ଲୋଡ଼ି,ନିକୁଞ୍ଜ ନିମେଷ ଆତିଥ୍ୟେ ଆଦରି ।ହୃଦୟ ଅମୃତ ବିସାରେ ନିବସି,କଣ୍ଠ ଧାରା ଯେବେ ଢାଳିବି ସେ ହସି;ଶୁଣିବେ ଜଗତ ବିମୋହିତ ଜନ,ଫୁଲ ରେଣୁ ତାନେ ବିରଚି ଶ୍ରବଣ ।ଦିନକ ଜୀବନ ଲଭି ଏ ମରତେ,ଏଥୁ ବଳି ବେଶି କି କରନ୍ତୁ ସତେ ?ଦିନଟି ଯାବତ ସଙ୍ଗିସଙ୍ଗ ମେଳେ,ସେନେହ ଆଳାପେ ଯାପିବୁ କୁଶଳେ ।ପ୍ରାଚୀ ଦିନମଣି ଜନକ ବରଣେ,ଯେ ନୟନ ଫେଇ ଚାହିଁଲୁ ଭୁବନେ,ପ୍ରତୀଚୀ ଗଗନେ ସେହି ଦିନମଣିସ୍ୱର୍ଣ୍ଣ ମେଘେ ଯେବେ ବୁଡ଼ିଯିବେ ପୁଣି;ମୃଦି ତେବେ ସେହି ନୟନ ଯୁଗଳ,ନିଶି ଆଦି ତଳ୍ପେ ଢଳିବୁ ଆବର,ପେଷି ବୁନ୍ତବାସୀ ବାଳୁତ କଳିକାପ୍ରାତେ ଫେଇବାକୁ ଚାରୁ ତନୁ ଲେଖା ।’’‘‘ଫୁଲ, ଆମେ ଫୁଲ୍ଲ ପରାଣ ଏ ଭବେ,ସୁଖ ଦୁଃଖେ ହୃଦ ଦହୁନାହିଁ ଲବେ ।ଫୁଟିବା ଝଡ଼ିବା ସମାନ ଦୁଇଟି;ଝଡ଼ ସିନା ସୁଖ, ତରୁଡ଼ାଳେ ଫୁଟି ।ମଣନା, ମାନବ, ଅଜ୍ଞାନ ଉତାଳେ,ବଞ୍ଚି ବଡ଼ ହେବୁ ଏ ମର ସଂସାରେ ।ଫୁଟି ତୁ ଝଡ଼ିବୁ ଉଦାସ ହୃଦୟେସୁଧା ଆବର୍ତ୍ତନେ ଅନନ୍ତ ସମୟେ ।ତେବେ ତରୁଡାଳେ ଶୋହିବୁ ନିକରଆମୁଚାରୁ ମେଳେ କନକିତ ଫୁଲ ।’’‘‘ଫୁଟ ନାହିଁ, ଫୁଲ, ଫୁଟନା ଏଭଳି,ମୃଦୁ ସମୀରଣେ ମଧୁ ମନ୍ଦେ ଢଳି ।ଧୂଳି ଶେଯେ ବୃଥା ଯାଉଅଛ ଲୋଟି,ହରାଇ ଉଦାସେ ତନୁ ହେମ ଜ୍ୟୋତି ।ଫୁଟୁଛି ଶ୍ମଶାନେ, ପୂତିକା ପ୍ରାନ୍ତରେ,ଅହୁବ ମାନବ ପଥେ ପାଦତଳେ ।ଫୁଟ ଯେତେ ଠାବେ ଫୁଟରେ ବାସନା;
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର