ଆସିଛ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୮
- ସ୍ଥିତି
- ସାର୍ବଜନୀନ (Public domain)
ଏତେ ଦିନ ଅନ୍ତେ ଆସିଛ ଦୋସରବାହୁଡ଼ି ଏ ବନମାଳେ;ତୁମ ତୁଲେ ପୁଣି ହସି ଖେଳି, ବାବୁ,ରହିବି ପୁଲକ ଭରେ ।ଏକାନ୍ତେ ସେ ଦିନ ହରଷ ବିଷାଦେବସି ରହିଥିଲି ଚାହିଁ,ଗୋଟି ଗୋଟି ତୁମେ, ଆଖି ଆଗେ ମୋରଚାଲିଗଲ କେତେ କାହିଁ ।ବଡ଼ି ସକାଳୁ ମୁଁ ସାରି ତର ତରେପାହାନ୍ତି କରମ ମୋର,ସରସୀ ପୁଲିନେ ବିହରିଲି ଆସି,ଦେଖି ସୁଖ ଶିରୀ ତାର ।ତୁମେ ତ ସେଠାବେ କେତେ କେ କି ଭାବେଯାଇ କରିଥାନ୍ତି କେଳି,ତା ଶୀତଳ ଜଳେ ପଖାଳି ତନ୍ଟି,କୁଟୀରେ ଆସନ୍ତ ଫେରି ।ତୀର ତରୁ ଛାୟା ଖେଳଇ ସଲିଳେ,ଢଳି ଧୀର ସମୀରଣେ,ବିହଗ ନିକର ଉଡ଼ି ଗାଉଛନ୍ତିତୁମେ ତହିଁ ନାହିଁ ଜଣେ ।ସୋଦର ସେନେହେ ରହିଥାନ୍ତି, ଏ ଯେକୁଟୀର ଉଆସ ପୁରି,ଜଣେ କାର ଛାୟା ଆଉତ ନ ଆସେନିମିଷେ ଅୟନ ଭୁଲି ।ଛୁରିଅନା ବଟ ତମାଳ ନିକୁଞ୍ଜେବିହର ଉଷତ ପ୍ରାଣେ,ନିକୁଞ୍ଜ କୁସୁମ ପରାଏ, ବାବୁ ହେ,ଶୋହୁଥାନ୍ତ ସନମାନେ ।କେଡ଼େ ହତଶିରୀ ନୋହିଛି ଏହି ଯେବିଶାଳ ବକୁଳ ବନ,ପଥ ଘାଟ ଘର ସରସୀ ପ୍ରାନ୍ତରଦିଶେ କେଡ଼େ ଅଘଟଣ ।ଯେତେ ଯହିଁ ସୁଖେ ପୁରି ରହିଥାନ୍ତିଏ ଗୁପତ ବୃନ୍ଦାବନେ,ସେତେ ସେତେ ଠାବେ ତୁମ ମୂରତି ହେ,ନେତ୍ରେ ମୁଁ ନ ଦେଖେ କ୍ଷଣେ ।କେତେ ମୁଁ ବିଦେଶେ ଦୂରେ ପାଶେ, ବାବୁ,ଭ୍ରମିଲ ନିରତେ ଯାଇ,କେଉଁ ଠାବେ କାହିଁ ଏ ମୋହନ ଶିରୀନିମିଷେ ଦେଖିଲି ନାହିଁ ।ଶିଳା ଶେଯେ ଢଳି ମଧୁ କଳ ଗୀତେ,ପ୍ରସାରି ବିଶାଳ କାୟା,ରୁଚିର କମ୍ପନେ ନୀଳ ବକ୍ଷ ତଳେଧରିତୀର ଗିର ଛାୟା,ଆସେ ବହି ଯହିଁ ଚାରୁ ଚିତ୍ରୋତ୍ପଳା,ସେ ସୁଧା ଧଉତ ତୀରେ,ପାହାନ୍ତି ପ୍ରଦୋଷ ଶିରୀ ଢଳିବାରଦେଖିଲି ଚପଳ ନୀରେ ।ଚିଲିକା ସଲିଳେ ଜଳ ବେଣୁ ଗୀତିଖେଳାଇ ବଦନ ଶୋଭା,ତରଳ ଅୟନେ ବିହରି ଆସିବାକେତେ ଆହା ମନ ଲୋଭା !ସୋଲରି ଶ୍ୟାମଳ ଚରଣ ବିପିନେଉଦାସ ନୟନେ ଚାହିଁ,ସାହାୟ ଗଗନେ ଗିର ଘଣ୍ଟଶିଳାଦୁରେ ନିରେଖିବା ଯାଇ ।ସକଳ ସମ୍ପଦୁ ବନ ସମ୍ପଦ ଯେ,ହୃଦୟ ଅମୂଲ୍ୟ ନିଧି,ଯାହା ପାଇଁ ଆଜି ପ୍ରସାରି ଦେଇଛିଜୀବନ ମୋହନ ବେଦୀ,ସେ ବେଦୀ ନିମିଷେ ଶୂନ୍ୟ ହେଲେ, ବାବୁ,ଶୂନ୍ୟ ଏ ପରାଣ ମୋର,ଆକାଶ ଅବନୀ ନ ଦିଶଇ ମୋତେ,ଆପଣା ହୁଅଇ ପର ।ଏତେ ଦିନ ଅନ୍ତେ ଆସିଛ ଦୋସରଫେରି ଏ ନିକୁଞ୍ଜ ବନେ,ତୁମ ତୁଲେ ସୁଖେ ଖେଳି ବୁଲି ନିତି,ରହିବ ପୁଲକ ମନେ ।ପଢ଼ା କୁଞ୍ଜେ ଛାତ୍ର ଆବାସେ ଆନନ୍ଦେବିହରି ତୁମରି ମେଳେ,ଜୀବନର ମୋର ରଚିବ ସରଗଏ ମର ଅବନୀ ତଳେ ।ପାହାନ୍ତି ସମୀରେ ସୁଖେ ଗାଇବାରନିକୁଞ୍ଜ ବସନ୍ତଦୁତ,ତୁମ ତୁଲେ ଖୋଜି, ଭରିବି ପରାଣ;ତୋଷିବ ବିଧୁର ଚିତ୍ତ ।ନିଶିଥିନୀ ନଭେ ନିରେଖି ନିମେଷେଉଜଳ ତାରକାଗଣ,ସେ ମେଳେ ତୁମରି ମେଳାପେ, ବାବୁ ହେ,ମିଶି ହୋଇଯିବ ଲୀନ ।କରମେ ବଚନେ ଯେତେ ଯାହା ଦିନେଅଛି ଅବାଞ୍ଛିତ କରି,ଅନନ୍ତ ସୋଦର ସେନେହେ ସକଳକ୍ଷମିବ, ଏତିକି ଅଳି ।
ଅବକାଶ ପରେ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନେ ଘରୁ ଫେରିଆସିବା ଉପଲକ୍ଷେ ଏ ପଦ୍ୟ ଲେଖାଯାଇଛି । ସମ୍ୱଲପୁରଠାରୁ ନରାଜମଧ୍ୟରେ ମହାନଦୀର ଶୋଭା କଟକ ତୁଳନାରେ ବହୁତ ବେଶୀ । ସୋଲରୀ ଓ ଘଣ୍ଟଶିଳା ବାଣପୁରର ଦୁଇଗୋଟି ପାହାଡ଼ । କବି ଓଡ଼ିଶାର ନାନା ଅଞ୍ଚଳ ବୁଲି ଦେଖିଛନ୍ତି । ସରଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଅପେକ୍ଷା ଛାତ୍ରମାନେ ଥିବାବେଳେ ସତ୍ୟବାଦୀ ବିଦ୍ୟାଳୟର ଶୋଭା ତାଙ୍କ ପକ୍ଷେ ବଡ଼ । ଏ ପଦ୍ୟରେ ସେହି ଭାବ ପ୍ରକାଶ ପାଇଛି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ