ପେଜ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୦
- ସ୍ଥିତି
- ସାର୍ବଜନୀନ (Public domain)
ନିବଦ୍ଧ ଯୌବନ ସମ ରୂପ ଥଲଥଲହେ ତଣ୍ଡୁଳରସ,ସ୍ନିଗ୍ଧ ଶାନ୍ତ ସୁକୋମଳ ଚିକ୍କଣ ଚପଳତୁମରି ପରଶ !ତୁମରି ଉଜ୍ଜ୍ୱଳ କାନ୍ତି, ହେ ଅବହେଳିତ;ହେ ନିର୍ଯାସ-ସାରଏତେ କାଳ ପରେ ଆଜି ଧନିକ ଦୁଆରେହେଲା ଅଭିସାର ।ଜୀବନର ଅନ୍ଧକାରେ ଆଦରି ତୁମରେଭାଗ୍ୟହୀନ ଜନମଣୁଥିଲା ଭାଗ୍ୟବାନ, କରୁଥିଲା ବସିଅଶ୍ରୁ ବିସର୍ଜନ !ଶାନ୍ତିର ଆଧାରରୂପେ ଦେଇ ଆଶୀର୍ବାଦରଖିଛ ବଞ୍ଚାଇ,ଆଜି ଶତ କଣ୍ଠେ ଶୁଣ ତୁମରି ମହିମାନର ଉଠେ ଗାଇ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର