କଣ୍ଟ୍ରୋଲ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଦିନକ ଚବିଶି ଘଣ୍ଟା, ଦୁଃଖ ଅଗଣନ,ବୁଝିପାରୁନାଇଁକା ଲାଗି କାନ୍ଦିବି କେତେ ଘଣ୍ଟା ବସି ଘରେହେ ଜଗତସାଇଁ !ବେମାର ପଡ଼ିଚି ପିଲା, ବିକଳ ପରାଣ,ପ୍ରଣୟିନୀ କହେ-ବାଲିରେ ମିଶିଚି ମକା, କାଙ୍ଗୁ ଚୁନା ଖାଲି,ପଥି କେହ୍ନେ ଦିଏ ?ପଥି ଦେଖି ଦୁଃଖମନେ ନ ବସୁ ନିମିଷେ,ଶୁଣିଲି ଖବରେ-ମଲେ ଦୁଇ ଲକ୍ଷ ପିଲା ପଶ୍ଚିମ ପଞ୍ଜାବେଗୁଣ୍ଡା ଅତ୍ୟାଚାରେ ।କିବା ତାର ପ୍ରତିକାର ? ଭାଳୁ ଭାଳୁ ବସିକହିଲା ଚାକର-ସାତପା’ ଚାଉଳ ଦେଲା କଣ୍ଟୋଲ ଦୋକାନୀଏଇ ଟଙ୍କାକର !ଟଙ୍କାକର ଚାଉଳ ଏ ! ଅର୍ଦ୍ଧାଶନ ଯୋଗ !!ମରିଗଲା ଭୋକ,ଏକାଳେ ଆସିଲେ ମାଗି ଗ୍ରାମସେବା ପାଇଁଚାନ୍ଦ ଦଶ ଲୋକ ।ଅଣ୍ଟାରୁ ପାକେଟେ ହାତ, ପାକେଟରୁ ବ୍ୟାଗ୍-କର୍ମୀ ଗଲେ ଜାଣିପଛରୁ ଶୁଣିଲି, ଦେଲା ଗଉଡ଼ ଯେ କ୍ଷୀରତିନି-ପାଆ ପାଣି ।କାହାରେ କରିବି ଚିନ୍ତା, ମନ ଗଲା ମରିଲଜ୍ଜା ଆଉ ଦୁଃଖେକର୍ମୀ, ଚାନ୍ଦା, କ୍ଷୀର, ପାଣି ନ ପାରିଲି ଜାଣିକେ’ ବଡ଼ ଭୂଲୋକେ ?ବାତାହତ ଜନ ପ୍ରାଏ ନ ଉଠୁ ନ ଉଠୁ,ଦାଣ୍ଡଦ୍ୱାରେ କିଏଆମ ଗାଁ ସଦେଇ ଜେନା ଡାକ ଦେଲା ଆସି-ବାବୁ ଅଛ କି ହେ ?ଗୋଛାକୁ ସିଉକେ ଯେବେ ଦେବ ନାହିଁ ବାବୁ,ଦେବିନାଇଁ ଘାସ,ସେ ଦିନ କରିଲେ ଜାରି ଆମ ସରକାର‘କଳା ଅର୍ଡିନାନସ୍’!କରିବି କି ଦୁଃଖ ତହିଁ, ମରିବି ଲାଜରେ,ଭାଳିଲି ଭାଳିଲିଆୟୁଷ ମୋ ଥିଲା ଟାଣ ସେ ଦିନ ଆଦଉଁମରି ନ ପାରିଲି ।କା’ ପାଇଁ କରିବି କେତେ କାଳ ଦୁଃଖ- ଆହା,ବସି ଭାଳୁ ଭାଳୁଡାକଦେଲା ବୁଲାବିକା - ଟଙ୍କାକୁ ଦି’ବିଶାନିଅ ଶଙ୍ଖସାରୁ ।କିଣିବି କି ସାରୁ ଅବା ଛାଡ଼ିବି ଆଳୁ ମୁଁନ ପାରିଲି ବୁଝି-ଭୀଷ୍ମ ଅବା ଶରଶଯ୍ୟା କରିଥିଲେମୋହପରି ଆଖି ବୁଜି ।ଘରେ ନାଇଁ କିରାସିନି, ବୋତଲ ଦି’ଟଙ୍କା,ପୂଜାରୀ ବଖାଣେ,ଶାଶୁ ଅତ୍ୟାଚାରେ ମଲା କାହା ସାନ ବୋହୂବାଡ଼ିଆଡ଼େ ତେଣେ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଏ କଣ୍ଟୋଲ-ଯୁଗେ ପ୍ରଭୁ, କର ହେ କଣ୍ଟ୍ରୋଲ
ଦୁଃଖ ଶୋକ ଯେତେ
କାହା ପାଇଁ ହେବ ସଭା, କା’ପାଇଁ ପ୍ରସ୍ତାବ,
କା’ ପାଇଁ ଏକାନ୍ତେ ।
କରିବି ପ୍ରାର୍ଥନା; କାହା-ଲାଗି ଲୁହା ଢାଳି,
କା’ ଲାଗି ସଭାରେ
ଭାଷଣ ଦେବି ମୁଁ ବୀର ପରି ଠିଆହୋଇ
ଲାଟସଭାଘରେ !
କେଉଁ ଦୁଃଖ ଘଣ୍ଟାକର, ମିନିଟ୍କର କେ’
କେବା ଦି’ଘଣ୍ଟାର
ହେ ଜଗତ ସାଇଁ, କହ ପୁନର୍ଗଠନରେ
ଯୁଗ ଯୁଦ୍ଧୋତ୍ତର ।
ମିସ୍ ଓଡ଼ିଶା – ୧୯୪୮
ଲାଟ ସଭା ଘରେ ବସେ ସୁନ୍ଦରୀ ଓଡ଼ିଶା
ଲଜ୍ଜିତ ବଦନେ
ସଜ୍ଜିତ ପରିଧାନେ ନିମୀଳିତ ନେତ୍ରେ
ସୁଶ୍ରୁତ ଶୋଧନେ ।
ନିର୍ବାକ ମନୋହର ଅଙ୍ଗ ତା ବିକଳ-
ବାତାହତ କଦଳୀ !
ଥରେ ଥରେ ଯାଉଚି ତା ଶିଥିଳିତ ଅଙ୍ଗ-
ରଙ୍ଗଟା ବଦଳି ।
‘ଫୋକ୍ସିଂ’ ଚାରିଆଡୁ ତିନିକୋଡ଼ି ସଭ୍ୟ
ବଙ୍କିମ ଗ୍ରୀବାରେ
ବିଭୋଳିତ ବିଲୋକନେ ବକ୍ତିମା ଗାୟନେ
କିବା ମନ ଲୋଭାରେ !
ଜଗେ ଦରଓ୍ୟାନ ପଥ ଜଗେ ଅଡିନାନ୍ସ,
ଭିତରେ ତା ‘ଷ୍ଟୁଡ଼ିଓ’
ମିସ୍ ଓଡ଼ିଶାର କାନେ ପଶି ପାରେ ନାଇଁ ତ
କମ୍ରେଡ଼ - ଭୋ -ଭୋ - ।
ପବ୍ଲିସିଟିର ବାଜେ ଡାକବାଜି ଯନ୍ତ୍ର-
ଶୁଣ ‘ପ୍ରଜାତନ୍ତ୍ର’ !
ଉତ୍କଳ ପାରାବାର ମନ୍ଥନ ଅନ୍ତେ
ଏ ଯେ ସୁଧାପାତ୍ର !!
ଏତ ଦେବକୁଳ କୂଟ ସୁରାସୁର ସମରେ,
ସାରଥି ତା’ କୃଷ୍ଣ-
ପାନକର ସେ ପୀୟୁଷ ହେ ସିନେମା-ଯାତ୍ରୀ
ରହିଚ ସତୃଷ୍ଣ ।
ଲାଟସଭା ଘରେ ଚାଲେ ଛାୟା-ଛବି ଯୋଜନା,
ସେ କୁମାରୀ ଓଡ଼ିଶା
ମୁଖେ ତାର ଘଷିଦିଏ ‘ଫେସ୍ପାଉଡର’ କେ
କରିବାକୁ ଫର୍ଚା ।
ଛୁଇଁ ତାର ସୁବଳିତ ସୁଗଠିତ ଅଙ୍ଗ
ଉତାରେ କେ ଖଦଡ଼,
ଚିମିନିରୁ ଉଠେ ଧୂଆଁ ଏଇ ଚଉଦୁଆରେ-
କହି କରେ ଆଦର !
ନାହିଁ ଏଥି ଦୁଃଖ ଶୋକ କଣ୍ଟୋଲ ବୋବାଳି,
ନାହିଁ ଏଥି ଅଶ୍ରୁ,
ନାହିଁ ତ ‘ବେକାର’ ‘ସାଥୀ’ ‘କୁଲି’ ‘ମଜଦୁର’ ବା
‘ନିଶ’ ଆଉ ‘ଶ୍ମଶ୍ରୁ’ ।
ସାଲ ଅଠଚାଳିଶିର ବନ୍ଦନା ଘେନ ଗୋ
ମୋର ମିସ୍ ଓଡ଼ିଶା,
ଟିକିଟ କାଟି ମୁଁ ଅଛି ଫାଟକର ଏ ପଟେ
ଆଗୋ ଅର୍ଡ଼ିନାନ୍ସା !
ଡ୍ରଇଙ୍ଗ୍ ରୁମ୍ରେ ତୁମେ ହୁଅ ହର୍କତ ଗୋ,
ଚାବି ନାହିଁ ହାତରେ,
ତୁମ କାନି ତଳେ କେତେ ବିଶ୍ରାମ ନେବାକୁ
ଡାକିଲେଣି କାତରେ ।
ତୁମ ନାମେ ବିକାଯାଏ କଦଳୀର ମଞ୍ଜା,
ରୋହି ଚାହେଁ ବଜାରେ,
ତୁମ ନାମେ କିଏ କରେ କେତେ ଅଭିନୟ ଗୋ,
ମାସେ ଦେଢ଼ ହଜାର !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ