ପତିତପାବନ ନାମ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିବହି ଧୀରେ ଧୀରେ ।ବିହଙ୍ଗମକୁଳ ଘୋଷସେ ନାମ ପୁଲକେଝଙ୍କାରି କାନନ ଗିରିସୁମଧୁର ତାନେ ।ଜୀବ-ଜନ୍ତୁ ଆଜି କେହିନ ରହ ନୀରବବିଶ୍ୱବାସୀ ସର୍ବେ ଗାଅହୃଦୟପୁଲକେ ।ରେ ପ୍ରାଣ ବିହଙ୍ଗ ଆଜିସେହି ବ୍ରହ୍ମ ନାମଗାଅ ଗାଅ ଝଙ୍କାରିଣହୃଦୟ-କନ୍ଦରେ ।
(୧୯)
ଗାଅରେ ପ୍ରଭୁଙ୍କ ନାମ ପୁଣ୍ୟ ସଙ୍ଗୀତଯେ ନାମ ଘେନିଲେ ତୁଣ୍ଡେ ଖଣ୍ଡେ ଦୁରିତ ।ନାମ-ସଂକୀର୍ତ୍ତନ ବାରେ କର ସର୍ବେ ରସନାରେପିଅ ରେ ଭକତିଭରେ ନାମ-ଅମୃତ ।ସେ ପବିତ୍ର ନାମ ହୃଦ ଧର ରେ ଧର ରେ ମୁଦେପଳାଇବ ପାପ ତାପ ଶୋକ ତୁରିତ ।ସେ ପାପହରଣ ନାମ ଧରିଲେ ପାପିର ପ୍ରାଣପୁଣ୍ୟ ଶାନ୍ତି ପ୍ରେମାନନ୍ଦେ ହେବ ପୂରିତ ।
(୨୦)
ପୁଚ୍ଛଇ ସର୍ବ ଭୁବନ,ଅନ୍ତ କାହିଁ ହେ ତାଙ୍କର ।ଊର୍ଦ୍ଧ୍ୱରେ ମହାଆକାଶବିସ୍ତାରିତ ଚଉପାଶନ ପାରେ କରି ପ୍ରକାଶତାଙ୍କ ତତ୍ତ୍ୱ ଅଗୋଚର ।ନିମ୍ନେ ମହାପାରାବାରବିଚିତ୍ର ଏହି ସଂସାରସେ ଗୁପତ ତତ୍ତ୍ୱ କଥାନ ଜାଣଇ ଚରାଚର ।ବେଦ ବେଦାନ୍ତ ପୁରାଣଦର୍ଶନାଦି ଶାସ୍ତ୍ରମାନକେହି ସେହି ତତ୍ତ୍ୱଜ୍ଞାନନପାଇଲେ ପ୍ରଭୁଙ୍କର ।ନିରସ୍ତ ସର୍ବ-ସଂସାରବୋଲେ ଅଗମ୍ୟ ଅପାରମହିମାର ପାରାବାରଭୂମା ଅନନ୍ତ ଈଶ୍ୱର ।
(୨୧)
(ସିନ୍ଧୁ ଭୈରବୀ–ପୋସ୍ତ)ଆସକ୍ତି ବାସନା ତେଜି କେବେ ଯିବି ଯୋଗଧାମେ ।ଅନନ୍ତ ଇଚ୍ଛା-ଚରଣେ ବିସର୍ଜିବି ସର୍ବକାମେ ।ସେ ଇଚ୍ଛା ସଙ୍ଗତେ ଯୁକ୍ତ ତେଣୁ ମୁଁ ହୋଇବି ମୁକ୍ତଭୁଞ୍ଜିବି ଆନନ୍ଦ ଶାନ୍ତି ଗାଇ ସେ ପବିତ୍ର ନାମେ ।ରିପୁଦଳର ଦାସତ୍ୱ ପରିହରି ଶୁଦ୍ଧସତ୍ତ୍ୱହିରଣ୍ମୟ ହୃଦାସନେ ପୂଜିବି ପ୍ରେମନିଧାନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ନିରନ୍ତର ଅନୁଗତ ପାଳିବି ସନ୍ତାନବ୍ରତ
ସଶରୀରେ ସ୍ୱର୍ଗବାସ ଲଭିବି ହେ ପରିଣାମେ ।
(୨୨)
(ଝିଁଝିଟ–କୀର୍ତ୍ତନ)ସୁଖେ ପ୍ରାଣସଖା ସଙ୍ଗେପ୍ରାଣ ରହ ରେ ମୋହର,କି ମଧୁର ପୁଣ୍ୟାନନ୍ଦପ୍ରେମେ ଭୁଞ୍ଜ ନିରନ୍ତର ।ଡାକ ସେହି ପ୍ରାଣେଶ୍ୱରେଥାଇ ତାଙ୍କ ସଙ୍ଗତରେଅର୍ପି ପ୍ରାଣ ସେ ପୟରେଦୁଃଖ ଭୟ ପରିହର ।ସଂକଟମୟ ସଂସାରେମୋହ ଘନ ଅନ୍ଧକାରେନିର୍ବିଘ୍ନେ ରଖିବେ ପ୍ରଭୁସର୍ବ କଷ୍ଟ ବିଘ୍ନହର ।ସେ ପ୍ରେମମୁଖର ହାସସର୍ବ ଭୟ କରି ନାଶଉଜ୍ଜ୍ୱଳିବ ଚଉପାଶକାହିଁ ତାର ପଟାନ୍ତର ।
(୨୩)
ବହି ଏତେ ପାପଭାର କେମନ୍ତେ ରେ ପ୍ରାଣ ମୋରରହିଛୁ ନିଶ୍ଚିନ୍ତ ଏ ସଂସାରେ ?ପାପେ ତାପେ ନିରନ୍ତର ଦେହ ମନ ଜରଜରଦେଖ ରେ ଅନାଇ ଦେଖ ବାରେ !ବିଷମ ଅବସ୍ଥା ତୋର ଜଡ଼ତା ନିରାଶା ଘୋରଘୋଟିଛି ହୃଦୟ ଅନ୍ଧକାରେ ।ଆସକ୍ତିର ପ୍ରେମେ ମାତି କାଟୁଛୁ ତୁ ଦିବାରାତିନ ଚେତିଲୁ ବିଷମ ବିକାରେ ।ତାରିବାକୁ ତୋତେ ହରି ଡାକୁଛନ୍ତି ଦୟା କରିଘେନରେ ଶରଣ ତାଙ୍କଠାରେ ।ପଡ଼ିରହି ପାଦତଳେ ତାଙ୍କରି କରୁଣାବଳେଅନାୟାସେ ଯିବୁ ଭବପାରେ ।ନାହିଁ ରେ ଉପାୟ ଆନ ବିନା ସେ କୃପାନିଧାନସମର୍ପ ସେ ପଦେ ଆପଣାରେ ।ଧନ୍ୟ ହେବ ଦେହ ମନ ଧନ୍ୟ ହେବ ଏ ଜୀବନତାଙ୍କ ପ୍ରେମ କରୁଣା ଆସାରେ ।
(୨୪)
(ରାଗ–ବଙ୍ଗଳାଶ୍ରୀ)ଆସ ଦୁଃଖୀ ତାପୀ ଉପାସନା ତୀର୍ଥେଲଭିବ ଶାନ୍ତି ଅପାର,ପରମ ପବିତ୍ର ଉପାସନା-ଭୂମିସର୍ବତୀର୍ଥ ମଧ୍ୟେ ସାର ।ମହାତୀର୍ଥଭୂମି ଅତୁଲ୍ୟ ଜଗତେଭକତ ହୃଦୟାଧାର,ଅବତୀର୍ଣ୍ଣ ଯହିଁ ପାପତାପହାରୀପୂର୍ଣ୍ଣବ୍ରହ୍ମ ନିର୍ବିକାର ।ସେହି ସ୍ୱର୍ଗଭୂମି ସେହି ମୋକ୍ଷଧାମଅମୃତ କୈବଲ୍ୟାଧାର,ଯହିଁ ପୂଣ୍ୟଧାରା ଝରି ନିରନ୍ତରହରଇ କଳୁଷଭାର ।ପ୍ରତି ପ୍ରାଣେ ପ୍ରାଣେ ଅଟେ ପ୍ରତିଷ୍ଠିତସେହି ତୀର୍ଥ ମହୋଦାର,ଯାଅ ଯାଅ ତହିଁ ନ କର ବିଳମ୍ୱଶୁଣ ଶୁଭ ସମାଚାର ।
(୨୫)
(କାମୋଦୀ–ଏକତାଳୀ)ସଂସାରଜନେ କର ଅବଧାନସନ୍ତତେ ଡାକୁଛନ୍ତି ଭଗବାନ ।ସନ୍ତାନ ସର୍ବେ ମୋର ତେଜିଣ ମୋହ ଘୋରଲଭ ରେ ସତ୍ୟବେଦ ଆତ୍ମଜ୍ଞାନ ।ଆସିଲ କାହୁଁ ଭବେ ଭାଳିଲ ନାହିଁ ଲବେ,ଲଭିବ କାହୁଁ ଏହି ଦେହ ପ୍ରାଣ ।ଗମିବ କାହା ପାଶେ ଅନିତ୍ୟ ଦେହ ନାଶେ,ଏ ସୃଷ୍ଟିଲୀଳା କହ କାହା ଭିଆଣ ?ମାତିଛ ଏ ସଂସାରେ ନିରତେ ସୁଖାଶାରେ,ଲୋଡୁଛ ନିତ୍ୟ ଧନ ଜନ ମାନ ।ତଥାପି କାହିଁ ରେ ବିଚାର ଚିତ୍ତେ ଧୀରେନୋହିଲ ତୃପ୍ତ କ୍ଷଣେ ମନପ୍ରାଣ ?କାହାର ଅଭାବରେ ହେଜ ହେ ହେଜ ନରେବିଷୟେ ବିଷ ସମ ହୁଅ ଜ୍ଞାନ ।ପ୍ରାଣର ଇଷ୍ଟ ଯାହା କେ ମଣି ଦେବ ତାହା,ଚିହ୍ନ ରେ ଚିତ୍ତେ ନିତ୍ୟ କରି ଧ୍ୟାନ ।ପରମ ପିତାମାତା ଜୀବର ପରିତ୍ରାତାମୁଁ ଜୀବ ପାଶେ ନିତ୍ୟ ବର୍ତ୍ତମାନ ।ଅଛି ମୁଁ ଦେଖ ଧ୍ୟାୟି ବ୍ରହ୍ମାଣ୍ଡ ପ୍ରାଣସାଇଁ,ମୋ ବିନୁ ଜୀବାତ୍ମାର ନାହିଁ ଆନ ।ପାସୋରି ମୋର ସ୍ନେହ କେମନ୍ତେ ଧରି ଦେହରହିଛି ବହି ପାପ କ୍ଳେଶମାନ ।ଜାଗ ରେ ଏବେ ବେଗେ ଆସ ରେ ପ୍ରାଣବେଗେସନ୍ତାନେ ଧାଇଁ ମୋର ସନ୍ନିଧାନ ।
(୨୬)
(ସାହାନା–ଯତ୍)କାହିଁକି ଭାବନା ଭୟକରିବି ରେ ଆଉ,ରେ ସଂସାର କି ସଂକଟକି ଭୟ ଦେଖାଉ ।ଅଭୟ ଅମୃତ ପଦ,ପ୍ରାଣର ଇଷ୍ଟ ସମ୍ପଦଲଭିଛି ପରମାଶ୍ରୟଯା ହେବାର ହେଉ ।ଅସତ୍ୟ ଅନ୍ଧାର ନାଶି,ସତ୍ୟଜ୍ୟୋତି ପରକାଶିକହିଲେଣି ମୋ ପ୍ରାଣେଶକଳୁଷ ପଳାଉ ।ମୋ ପ୍ରଭୁ ପଦପରଶେ,ମରଣ ମଲାଣି ହର୍ଷେଲୁଚିଲେଣି ଲାଜ ଭୟତୁ କି ଜାଣିନାହୁଁ ।ମୋତେ ପ୍ରଭୁ ଦୟାମୟ,ଅନନ୍ତ-ଶକ୍ତି-ଆଳୟଧରିଛନ୍ତି ବସ୍ତାରିଣଆହା ପ୍ରେମ-ବାହୁ ।ତାଙ୍କ ସତ୍ୟ ହୃଦେ ଧରି,ତାଙ୍କ ପ୍ରେମ ଅନୁସରିବିସର୍ଜିବ ଏ ପରାଣଯା ଥିବାର ଥାଉ ।
(୨୭)
(ଭୈରବ–ଠୁମରି)ଜୟ କରୁଣାମୟ ମଙ୍ଗଳ ଆଳୟଆନନ୍ଦ କଲ୍ୟାଣଦାତା ହେପରମ ଶୋଭନ ଚିତ୍ତ ପ୍ରଲୋଭନମଙ୍ଗଳ ପ୍ରେମବିଧାତା ହେ ।ନିଖିଳ-ଈଶ୍ୱର ତୁମ୍ଭେ ପରାତ୍ପରଦିନସଖା ବିଶ୍ୱପିତା ହେ;ପତିତପାବନ ଅଧମତାରଣଏକମାତ୍ର ପିତା ମାତା ହେ ।ବିପଦବାରଣ ସମ୍ପଦକାରଣଭୟଭଞ୍ଜନ ଦୀନତ୍ରାତା ହେ;ଭବ-ସିନ୍ଧୁ-ତରୀ ଚରଣ ତୁମ୍ଭରିକିବା ସୁଧାମୟ ବାର୍ତ୍ତା ହେ ।
(୨୮)
(ମୂଲତାନ–ଏକତାଲା)ଜୟ ଅମୃତମୟ ଜୟ ବିଶ୍ୱ-ଆଶ୍ରୟଜୟ ଜୟ ଦୀନହୀନତାରଣ,ଜୟ ପରମେଶ୍ୱର ଜୟ ଶିବ ସୁନ୍ଦରଜୟ ଜୟ ମଙ୍ଗଳର କାରଣ ।ତୁମ୍ଭର ପୟର ବନ୍ଦେ ଚରାଚରକୋଟି ସୂର୍ଯ୍ୟ ଚନ୍ଦ୍ର ଭୁବନ,ମହାପୁଲକରେ ନମନ୍ତି ପୟରେକୋଟି କୋଟି ଭକ୍ତଜୀବନ ।ଜାଗ୍ରତ ବିଧାତା ବିଶ୍ୱ ପିତାମାତାପ୍ରାଣସ୍ୱାମୀ ଭବକାରଣ,ମାଗଇ ଅଭୟ ପ୍ରଭୁ ଦୟାମୟକ୍ଲେଶକଳୁଷନାଶନ ।
(୨୯)
(ହଂସ ସାରଙ୍ଗ–ଚୌତାଳ)ବନ୍ଧଇ ଶ୍ରୀପଦବିଶ୍ୱଭୁବନଜୟ ଦୟାମୟବିଶ୍ୱଶରଣରବି ଚନ୍ଦ୍ର ତାରାପୂର୍ଣ୍ଣ ଗଗନମଗନ ମହିମା ନୀରେ ।ମହିମାର କେତୁହିମାଦ୍ରିରାଜବିଜୟଦୁନ୍ଦୁଭିମେଘସମାଜଯଶ ତୁମ୍ୱୁର ସେଜଳଧିନାଦତୁମ୍ଭରି ଏ ଧରଣୀରେ ।ପତ୍ର ପୁଷ୍ପ ଫଳେତରୁନିକରେପୂଜନ୍ତି ସେ ପଦଆନନ୍ଦଭରେକୋଟି କୋଟି ଜୀବନମି ପୟରେସେବନ୍ତି ପ୍ରେମ-ସମୀରେ ।କୋଟି କୋଟି ଭକ୍ତହୃଦୟଧାମେଉଛୁଳଇ ପ୍ରେମତୁମ୍ଭରି ନାମେବିଶ୍ୱ ତବ ନାମପବିତ୍ର ଗାନେରତ ଦିବା-ରଜନୀରେ ।
(୩୦)
(ଆଶା–ଠୁମୁରି)ପବିତ୍ର ଆନନ୍ଦେ ଆଜି ପାପୀ ବନ୍ଦେହେ ପ୍ରଭୁ ତବ ପଦତଳେ,ପାପେ ତାପେ ଶୋକେ ତବ ପ୍ରେମାଲୋକେନିରେଖି ହୃଦୟକମଳେ ।ଚୌଦିଗେ ସଂସାରେ ଦେଖି ଅନ୍ଧକାରେତ୍ରାସେ ମୁଁ କାନ୍ଦିଲି ବିକଳେ;ତେଣୁ କି ତୁମ୍ଭର ଜ୍ୟୋତି ମଙ୍ଗଳରଆଜି ହେ ଏ ପ୍ରାଣ ଉଜଳେ ।ଦୁଃଖ ତାପେ ପାପୀ ଏତେକାଳ ଯାପିଆଶ୍ରୟ ଚରଣକମଳେ,ଲଭିଲା କି ନାଥ, କାତର ଅନାଥପୁଚ୍ଛଇ ଭାସି ଅଶ୍ରୁଜଳେ ।ଶ୍ରୀମୁଖର ଭାଷା ଶୁଣି କେତେ ଆଶାଉପୁଜେ ଦୁଃଖୀ ମର୍ମସ୍ଥଳେ,ମୃତ ଜନେ ପ୍ରାଣ କରିବେ ହେ ଦାନଅଦ୍ଭୁତ କରୁଣାକୌଶଳେ ।
(୩୧)
ପାପଗରଳଖଣ୍ଡନ ପ୍ରଭୁ,ପାପଗରଳଖଣ୍ଡନ ହେ ।ତାପିତ ହୃଦକଚନ୍ଦନ ପ୍ରଭୁ,ତାପିତ ହୃଦଚନ୍ଦନ ହେ ।ଭାବନା-ଭୟବାରଣ ପ୍ରଭୁ,ଭାବନା-ଭୟବାରଣ ହେ ।ଦୁଃଖୀ-ଅଧମତାରଣ ପ୍ରଭୁ,ଦୁଃଖୀ-ଅଧମତାରଣ ହେ ।ସର୍ବ ବିପଦଭଞ୍ଜନ ପ୍ରଭୁ,ସର୍ବବିପଦଭଞ୍ଜନ ହେ ।ଅନ୍ଧନୟନଅଞ୍ଜନ ପ୍ରଭୁ,ଅନ୍ଧନୟନଅଞ୍ଜନ ହେ ।ମୋହ-ତିମିରନାଶନ ପ୍ରଭୁ,ମୋହ-ତିମିରନାଶନ ହେ ।ସତ୍ୟଜ୍ୟୋତିପ୍ରକାଶନ ପ୍ରଭୁ,ସତ୍ୟଜ୍ୟୋତିପ୍ରକାଶନ ହେ ।ପ୍ରେମମୟ ନିରଞ୍ଜନ ପ୍ରଭୁ,ପ୍ରେମମୟ ନିରଞ୍ଜନ ହେ ।ଭକ୍ତହୃଦୟରଞ୍ଜନ ପ୍ରଭୁ,ଭକ୍ତହୃଦୟରଞ୍ଜନ ହେ ।ମାଗଇ ପଦ ବ୍ୟାକୁଳେ ପ୍ରଭୁ,ଏ ଅଧମ ଅକିଞ୍ଚନ ହେ ।ସେ ପଦ ସର୍ବସମ୍ପଦ ପ୍ରଭୁ,ଦୁଃଖୀର ମଣିକାଞ୍ଚନ ହେ ।
(୩୨)
(ବିଭାସ–ଝାମ୍ପତାଳ)ଧନ୍ୟ ଧନ୍ୟ ମହାପ୍ରଭୁ, ଧନ୍ୟ ମହିମା ତୁମ୍ଭର ।ସେ ମହିମା ପାଦତଳେ ପ୍ରଣତ ଏ ଚରାଚର ।କେତେ ଭାନୁ ଚନ୍ଦ୍ର ତାରା ଢାଳି ଶୁଭ୍ର ଜ୍ୟୋତିଧାରାକରନ୍ତି ଆରତି ପଦେ ବେଢି ତବ ଶ୍ରୀପୟର ।ମହିମା-ସଙ୍ଗୀତ ତବ ନିରନ୍ତର ନବନବଗାଉଛି କୋଟି ଭୁବନ ପରବ୍ରହ୍ମ ପରାତ୍ପର ।ଋଷି ଭକ୍ତ ଦେବଦଳ ନେତ୍ରେ ପ୍ରେମ-ଅଶ୍ରୁଜଳଚାହିଁରହିଛନ୍ତି ପଦେ କିବା ଛବି ମନୋହର ।ସେ ମହାମହିମା ଧ୍ୟାନେ ଗାଏ ବିଶ୍ୱ ଏକତାନେଜୟ ଜୟ ଜଗଦୀଶ ଏ ଘୋଷଣା ନିରନ୍ତର ।
(୩୩)
(ବାହାର–ଏକତାଲା)ଦେଖିଲେ ତୁମ୍ଭରି ଲୀଳା ସଖା ହେ, ଏହି ଜୀବନେ ।ଦ୍ରବଇ ପାଷାଣ ପ୍ରାଣ ଅଶ୍ରୁ ଗଳଇ ଲୋଚନେ ॥
ରୋଗ ଶୋକ ତାପେ ପ୍ରଲୋଭନ ପାପେଏ ପ୍ରାଣ ରହି ଗୋପନେଦେଖୁଛ ଦଗ୍ଧ ହୃଦୟ ବେଦନାଶୁଣୁଛ ଦୁଃଖୀକ୍ରନ୍ଦନେ;ଶୀତଳ କରୁଛ ପ୍ରାଣ ତାର ଅମୃତ ଶାନ୍ତି ସିଞ୍ଚନେ ।ନ୍ୟାୟ-ଦଣ୍ଡ ଧରି ବସିଅଛ ହରିତୁମ୍ଭରି ଧର୍ମ-ଆସନେ,କରୁଛ ପ୍ରହାର ଲଭୁଛି ଉଦ୍ଧାରଅପରାଧି ତବ ଶାସନେ;ଧନ୍ୟ ମୋର ମନପ୍ରାଣ ତୁମ୍ଭରି ଲୀଳା ଦର୍ଶନେ ।
(୩୪)
(ଝିଁଝିଟ–ଝାମ୍ପତାଳ)ଜୟ ମା’ ଆନନ୍ଦମୟୀ ବିଶ୍ୱତାରିଣୀଦୁଃଖ-ଭୟ-ନାଶିନୀ ସୁଖ-ଶାନ୍ତି-ଦାୟିନୀ ।କୋଟିବିଶ୍ୱ-ପ୍ରସବିନୀ, ପାପାସୁରବିମର୍ଦ୍ଦିନୀଭକ୍ତପ୍ରାଣନିବାସିନୀ ଭକ୍ତ ଜନନୀ ।ମାଗୋ ତୋ ନୟନ ଦୃଷ୍ଟି କରଇ ଅମୃତ ବୃଷ୍ଟିଭାସଇ ଆନନ୍ଦେ ସୃଷ୍ଟି ଦିବା-ରଜନୀ ।ସେ ପ୍ରେମବକ୍ଷର ସୁଧା ହରି ଭୁବନକ୍ଷୁଧାସେ ପୁଣ୍ୟ ଚରର ଏକା ପରଶମଣି ।
(୩୫)
(ବଙ୍ଗଳାଶ୍ରୀ)ତୁମ୍ଭ କୃପା ପୂର୍ଣ୍ଣ ଏହି ବସୁନ୍ଧରାବିଶ୍ୱ ପୂର୍ଣ୍ଣ ତୁମ୍ଭ ପ୍ରେମେ;ପ୍ରତିକ୍ଷଣ ହରି କରୁଣାରେ ଭରିଭୁବନ ପାଳୁଛ ପ୍ରେମେ ।ଏ ନବ ପ୍ରଭାତେ ଯୋଡ଼ି ବେନିହାତେଡାକଇ ଆକୁଳ ପ୍ରାଣେ;ଦିଅ ଦରଶନ ନାଥ ନିରଞ୍ଜନରକ ଦୀନେ ସାବଧାନେ ।ମହିମାର ଜୟ ଆହେ ପ୍ରେମମୟଦେଖାଅ ବାରେ ଏ ପ୍ରାଣେ;ବିନାଶି ଆସକ୍ତି ଦିଅ ପ୍ରେମ ଭକ୍ତିଘେନିଯାଅ ଶାନ୍ତିଧାମେ
(୩୬)
(ବିଭାସ–ଝାମ୍ପତାଳ)ଜୟ ଜୟ ବିଶ୍ୱପତିଜୟ ହେ ପ୍ରାଣ-ଆଧାରଏ ଦେହ ହୃଦୟ ବୁଦ୍ଧିକର କର ଅଧିକାର ।ସର୍ବ ବ୍ୟବଧାନ ନାଶି,ପ୍ରେମସୁଖ ପରକାଶିହୁଅ ଚିର ପ୍ରାଣସ୍ୱାମୀଜିଣି କ୍ଷୁଦ୍ର ଅହଙ୍କାର ।ବିନୀତ ବିଶ୍ୱାସୀ ହୋଇଶ୍ରୀଚରଣତଳେ ଥୋଇତୁମ୍ଭରି ପବିତ୍ର ନାମେଦେବି ପ୍ରାଣ ଉପହାର ।ପୂର୍ଣ୍ଣ କର ଏ ପ୍ରାର୍ଥନାନିବାର ପାପବେଦନାଜାଣୁଛ ହୃଦୟଦୁଃଖଉଦ୍ଧାର ନାଥ ଉଦ୍ଧାର ।
(୩୭)
ବିଶ୍ୱବାନ୍ଧବ ପ୍ରଭୁ ମୋହରି ହେ,ରଖ ଅନାଥଜନେ କୃପା ବିତରି ହେ ।ଦେଖୁଅଛ ଏ ଜୀବନ କଳଙ୍କମୟ,କୁବାସନା ପାପ-ପାଶେ ପଡ଼ି ଅଥୟ,ରହିଅଛି ଅନାଇ, ଆହେ ବ୍ରହ୍ମାଣ୍ଡସାଇଁତ୍ରାସେ କମ୍ପିତ ପ୍ରାଣ ବୁଦ୍ଧି ତ ଦିଶୁନାହିଁକାହିଁ ଲୁଚିବି ଯାଇ କିପରି ହେ ।କ୍ଷମା କର ଦୀନଜନେ କ୍ଷମାସାଗରକେ ବୁଝିବ ତୁମ୍ଭ ବିନା ଦୁଃଖ ମୋହର,କେହି ତ ନାହିଁ ଭବେ କୃପା କରିବ ଲବେତେଣୁ ଡାକଇ ଦୁଃଖୀ ଘୋର ଆରତ ରବେ,ରଖ ହେ ପ୍ରଭୁ ମୁହିଁ ତୁମ୍ଭରି ହେ ।
(୩୮)
ଡାକ ଶୁଣ ହେ ମୋହର;ତୁମ୍ଭ ବିନା ନାହିଁ କେହି ଦୁଃଖୀଜନର ।ନିଜ ବଳେ ତରିବାକୁ ସଂସାର-ସାଗରଭାଳିଥିଲି, ଭାଜିଗଲା ସେ ଦମ୍ଭନିକର ।ସେ ସିନ୍ଧୁ-ଲହରୀ ମଧ୍ୟେ ଜୀବନ ମୋହରବିକଳେ ଭାସୁଛି ଦେଖ ଆହେ ପ୍ରାଣେଶ୍ୱର ।ହଜିଯାଇଛି ବୁଦ୍ଧି ନିରାଶ-କାତର,ମାଗଇ ଶରଣ ଧରି ଅଭୟ ପୟର ।
(୩୯)
(ବଙ୍ଗଳାଶ୍ରୀ)ଗଭୀର ବିଷାଦେ ଘୋର ଅବସାଦେଆସିଛି ହେ ତବ ପାଶେ,ଦୟା କର ହରି ଦୁଃଖ ତାପ ହରିଉଦ୍ଧାର କର ଏ ଦାସେ ।ଭବ-ପ୍ରବାସର ମୋହ ପ୍ରଲୋଭନେଅସାର ସୁଖ-ବିଳାସେ,ଗଲା ଦିନ ଚାଲି, ଏବେ ଏ ଜୀବନବିଷାଦ-ସମୁଦ୍ରେ ଭାସେ ।ସୁଖ-ମରିଚୀକା ପଛେ ଗୋଡ଼ାଇଲିପଡ଼ିଲି ନିରାଶାଗ୍ରାସେ,ଦିଶୁନାହିଁ ବୁଦ୍ଧି କି କରିବି ହରିଏ ଘୋର ସଙ୍କଟ-ତ୍ରାସେ ।ଦରିଦ୍ରସଙ୍ଖାଳି ତୁମ୍ଭ ପାଦପଦ୍ମେଦିଅ ସ୍ଥାନ ଏ ହତାଶେ,ହର ପାପାସକ୍ତି ପୂର୍ଣ୍ଣ କର ପ୍ରାଣଅମୃତ ଆଶା ଆଶ୍ୱାସେ ।
(୪୦)
(ଲଳିତ–ଆଡ଼ାଠେକା)ତାର ହେ ତାର ହେ ମୋତେଅଧମତାରଣ ହରି,ସଂସାର ଆବର୍ତ୍ତ ଜଳେପଡ଼ିଛି ଜୀବନତରୀ ।ହଜିଗଲାଣି ମୋ ଜ୍ଞାନକର ଉପାୟ ବିଧାନ,ଉଦ୍ଧାର ଏ ସଙ୍କଟରୁଅଧମେ କରୁଣା କରି ।
(୪୧)
(ଲଳିତ–ଆଡ଼ାଠେକା)ବ୍ରହ୍ମାଣ୍ଡଜନନୀ ମା’ ଗୋକର ପ୍ରାଣ ଅଧିକାର,ଦେଖାଅ କରୁଣାଲୀଳାପ୍ରାଣେ ମୋର ଅନିବାର ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ