ବିଧବା
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୫
- ସ୍ଥିତି
- ସାର୍ବଜନୀନ (Public domain)
ଯଉବନ ରକ୍ତ ଚିତା ନ ଦିଶୁ ମଳିନକିଏ ତୁମେ ଶୁଭ ସାଜ, ନବ ଆଭରଣଓହ୍ଲାଇପକାଅ ବାଳା ? ଢାଳ ନେତ୍ରୁ ବାରି ?ପାଟଳ ଅଧରେ ବାଣୀ ନ ପାର ଉଚ୍ଚାରି ?ଚରଣ-କିଙ୍କିଣୀ ନାଦ ରହିଲା କି ଥକି ?ପ୍ରବାଳ-କପୋଳେ କିବା ଦେଲା କିଏ ଲେଖି ?ବନ୍ଧୁର ଏ ବୁକୁ ତବ ଥରେ ଥରଥରତନୁବାସ ଚହଲାଇ ଚମକେ ଅନ୍ତର ।ଶିଥିଳିତ ଫୁଲଗଭା ପରଶେ ଧରଣୀଭୁଲି କି ଗଲା ଗୋ ବାଳା, ଜୀବନ-ସରଣୀ ?ଫିଟି ପଡ଼ିଅଛି ପୃଷ୍ଠେ କଜ୍ଜ୍ୱଳ କୁନ୍ତଳଜୀବନ ମାଧୁରୀ ଅବା ହରାଇଛି କୂଳ ?ଶତ ମୁଖୁ ଶତ ବାଣୀ ଉଠଇ ଏ କିବାବିଶ୍ୱ-ରାଜପଥେ ବାଳା, ତୁମେ କି ବିଧବା ?ଏ ଯୌବନ-ଦୁର୍ଗବାସେ ନ ଲାଗୁ ସମର,ଏ ଅଧର ପ୍ରତିଦାନ ନ ଲୋଡ଼ୁ ଅଧର,ଏ ତନୁ ନ ଲୋଡ଼ୁ ଆନ ତନୁ ପରଶନ,ଏ ବାଣୀ ନ ଦେଉ ଆନ ଜୀବନେ କମ୍ପନ,ଏ ନେତ୍ର ନ ଜଳୁ ଆନ ନେତ୍ର-ଦୀପ ତୁଲେ,ନ ଉଠୁ ଝଙ୍କାର ଆନ ହୃଦ-ଦୁର୍ଗ-ପୁରେ,ନ ଛୁଉଁ ଚରଣ ପଥେ, ହେଲା ଶେଷ ପଥ ?ଚକିତେ କି ଥକିଯିବ ଯଉବନ-ରଥ ?କାଢ଼ କାଢ଼ ରଣସାଜ–କାଢ଼ ଆଭରଣ,ଲାଗିବ ଗୋ ଆଜିଠାରୁ ପରା ଆନ ରଣ ?ନ ଲଭିବ ଏ କୁନ୍ତଳ କୁସୁମ ପରଶ,ଅଧର ଅଧାରୁ ଫେରିଯିବ ମଧୁ ଭାଷ ।ହେମତନୁ ଉପବାସେ ହେବ କୃଶତରସମାଧି କି ହେଲା ଏଥି ନାରୀ-ଜୀବନର ?ଝଡ଼ିଯିବ ସବୁ ବାଳା, କୁସୁମଭୂଷଣସରିଯିବ ଚରଣର ଅଳତା ଲେପନ ।ପିନ୍ଧିବ ବସନ ବାଳା, ପାଲଟି ଏ ବାସେ,ରବି ଚନ୍ଦ୍ରେ ଲୁଚାଇବ ସିନା ମଧୁ ହାସେ,ଲୁଚାଇ କି ପାରିବ ଗୋ, ବୁକୁ ତଳେ ତଳେଜୀବନ ଯାଗରେ ଯେଉଁ ଯଉବନ ଜଳେ ?ପାଟଳ ଅଧରେ କଳା ପାରିବ କି ବୋଳିଚହଲିବ ହୃଦ ଯେବେ ଭବସିନ୍ଧୁ ଲୋଡ଼ି ?ସରିବ କି ବୁକୁ-ଥରା ଧରା ପରବାସେ ?ସରିବ କି ଏ ଲୋଚନ ପଲକ ବିଳାସେଖେଳେ ଯେ ତରଳ ଲୀଳା ? କହ ଗୋ ବିଧବା,ଏ ଜୀବନେ ଯଉବନେ ରୋଧିଛି କେ ଅବା ?ନିର୍ବୋଧ ସେ, ତୁମ ଲାଗି ଗଢ଼ିଲା ଯେ ବିଧିପର ପ୍ରାଣ ଜାଣିବାରେ ଲଭି ନାହିଁ ସିଦ୍ଧି ।ଘୃତଦୀପେ ଆଲୋକ କି ମିଳେ ଗୋ ଜୀବନେ ?ଜୀବନ ଫୁଟଇ କାହିଁ ବନ୍ଧୁ ନିମନ୍ତ୍ରଣେ ?ମରମ ବୁଝଇ ନିକି ପୀରତି ମିଳନବାଦ୍ୟନାଦେ । କିଏ କହେ ତୁମ୍ଭ ଯଉବନଲଭିଥିଲା ଦିନେ ପୁଣି ପ୍ରଣୟ-ସମ୍ପଦ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର