ପଲ୍ଲୀସନ୍ଧ୍ୟା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୪
- ସ୍ଥିତି
- ସାର୍ବଜନୀନ (Public domain)
ଦୂର ଗିରି ତଳ ଘନ ଗହ୍ୱରୁଧୀରେ ଅବତରି ଆସିଲା,ଏ ଘନ ତାମସା ମଫସଲ ପଥଘାଟ ତଟ ସବୁ ଗ୍ରାସିଲା ।ଶୁଭିଲା ପଥରେ ଗୋରୁ ଟିପା ରବ,ବାଟେ କେ ଡାକିଲା ବାଟୋଇ -ଏ ବାଟ କି ସେହି ଗାଆଁକୁ; ଆକାଶ–ଦୀପ ଯହିଁ ଜଳି ଉଠଇ ।ଗୁରୁଜନ ଡାକ ଶୁଭିଲା ଦୁଆରେ–ପିଲା ଡାକେ, କାହିଁ ଗଲା ସେକୂଅ ମୂଳେ ଆଉ ପାଟି ଶୁଭୁ ନାଇଁ,ପଡ଼ିଶା ଘରେ ମୁଁ ତଲାସେ !ଶୁଭେ କାହା ଘରେ କଳରବଖିଲି ଖିଲି ହାସ ମଓୁର,ବସି ଚୁଲି ପାଖେ ଶାଶୁକୁ ଲୁଚାଇହସ ଦୁଇ-ଚାରି ବଧୂର !ହଳିଆ ଫେରଇ ଖଳା କାମ ସାରିପାଳ ଦେଖ ଯାଏ ଗୁହାଳେଗୋଠଛଡ଼ା ଗାଈ ବିଲେ ଓଦା ଖାଇକରେ ହମାରବ ଦୁଆରେ ।ପିଣ୍ଡାରେ କେହି ପଣ୍ଡିତ ଗାଏ–ନୈଷଧ, ଗଳା ଫଟାଇ ।କାହାଘରେ ମାଆ ଅବୋଲକରାକୁତିଆରେ କି କଥା ଉଠାଇ ।କୋଳରେ ଶୁଆଇ କୁନିକି କେ ବୋଲେ–ଶୋଇପଡ଼ ଧନମାଳି ରେ,ବାପା ଚାଲୁଥିବେ ତୋ କଥା ବିଚାରିପୁରୀରେ ଶରଧାବାଲିରେ ।ଅନ୍ଧାର ଯେତେ ଘୋଟିଲା ଗଗନ,ଘର ଦୀପ ହେଲା ଫରଚାଘର ବୋହୂ ଆଡ଼ ପଣତ ଉତାରିକଲେ ବାର କଥା ଚରଚା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର