ପାହାଚ ତଳର ଘାସ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୧
- ସ୍ଥିତି
- ସାର୍ବଜନୀନ (Public domain)
ଫୁଟିଛି ଫୁଲଟିଏ ପାହାଚ ତଳେ କାହିଁ,ଘାସ କି ପାରିଜାତ ସେ କଥା କହୁ ନାହିଁ ।ଖାଲି ସେ ଫୁଲଟିଏ, ଖାଲି ସେ ଫୁଟି ଶୋହେ,ତା ରୂପ ବାସ ଗୁଣେ କାହାରେ ନାହିଁ ମୋହେ ।ପ୍ରଭାତେ ପ୍ରଦୋଷ ଯେ ଚରଣଧୁଆ ପାଣିଝରଇ ଶିରେ ତାର, ପିଅଇ ସୁଧା ଜାଣି ।ଚରଣଝଡ଼ା ଧୂଳି କପାଳେ ନିଏ ବରିସକଳ ଆବର୍ଜନା ତା’ପରେ ଥାଏ ପଡ଼ି ।ଦେଖିଛି କେବେ ତା’ରେ ସେ କଥା ଅଛି ମନେତୋଳିବି ବୋଲି କେବେ ବିଚାରି ନାହିଁ କ୍ଷଣେ ।ଆସିଲା ମାଳୀ କାହୁଁ ଚାଙ୍ଗଡ଼ା ଧରି କରେଆପେ ସେ ଫୁଲଟିକି ନେଲା ସେ ସରାଗରେ ।ମୋ ଦେବ ମନ୍ଦିରେ ଥୋଇଲା ମନ ମୁଦେସେ ଫୁଲ କଥା ତିଳେ ନ ପଡ଼େ କାହା ହୃଦେ ।ଜୀବନ ଦେବତା ମୋ କରିବି ଅରଚନାକେତେ ଯେ କରେ ତହିଁ ସାଧନା ଆରାଧନା ।ବଢ଼ାଇ କର ଯେବେ ଧଇଲି ଫୁଲଡାଲାନିରେଖି ଚମକିଲି–ହାୟରେ, ଏ କି କଲା !ମୋ ପଦତଳ ଫୁଲ ଦେବି ମୁଁ ଦେବତାରେ ?କହିଲା ଫୁଲ ମୋତେ ନୀରବ-ସକାତରେ ।ଚରଣ ପାଣି ପାଇ ବଢ଼ିଲି ଯେବେ ଦେବଲିଭିଲି ସଫଳତା ଜୀବନ ଗଉରବ ।ତୁମେ ମୋ ଦେବତା ହେ, ତୁମରି ଦେବତାରେହେବି ମୁଁ ଲାଗି ବୋଲି ଥିଲା ମୋ ଏ କପାଳେ ।ମୋ ଦେବ ଦେବ ବଦ ପୂଜିବା ଆଶେ ଦେବଆସିଛି, କି ମାନସେ ଆନଟି ମନେ ଭାବ ?ଧରିବା ଫୁଲ ମୋର ପଡ଼ିଲା ତଳେ ଖସିମୋ ଦେବ ଚରଣରେ ଦେଖିଲି ଅଛି ମିଶି !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ