ନବମ ଅଧ୍ୟାୟ — ପଦ୍ମକଳ୍ପ — ଭୀମ ଭୋଇ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଅଧ୍ୟାୟ
ପୂର୍ଣ୍ଣାନନ୍ଦ ପୂର୍ଣ୍ଣ ବ୍ରହ୍ମ ମର୍ତ୍ତରେ ବିଜେ ଆପଣମହାନିତ୍ୟ ଖେଳକଲ ଭକ୍ତଙ୍କୁ ଘେନି ।ବ୍ରହ୍ମଧୂନୀକି ଥାପିଲ କଳିର ପାପ ପୁଡ଼ୀଲପଦ୍ମପାଦେ ସେବାକଲେ ଦିବା ରଜନୀ ।ପ୍ରେମରାସ ଭାବ କରଇ ।ପତିତ ତାରିବା ଅର୍ଥେ ବିଜେ ଏ ମହୀ ।ସତ୍ୟଯୁଗେ ଭକ୍ତଗଣ ଧ୍ୟାନରେ ଚିନ୍ତି ଚରଣତ୍ରେତୟାର ଯାଗପୂଜା କରି ଭଗତେ ।ଦ୍ୱାପରେ ରୂପକୁ ଗଢ଼ି ପ୍ରତିମା ରୂପ ସଜାଡ଼ିଅବତାର ବିଷ୍ଣୁରୂପ ଆଣିଲ ମର୍ତ୍ତ୍ୟେ ।କଳିଯୁଗେ ବିଜେ ଆପଣ ।ଭକତ କୁଳକୁ କାହିଁ ଦେଲ କଷଣ ।ବାରସ୍ୱତି ପୁରୁ ଆଣି ଯାତ କଲ ଏ ଧରଣୀଜଳ ସ୍ରୋତରେ ଭଗତ ମେଳିକା ପାଇଁପ୍ରଭୁପଣ ଏହିଠାରୁ ସରିଯିବଟି ଶ୍ରୀଗୁରୁସତେକି ଭକ୍ତ କୁଳକୁ ତେଜିଲ ନେଇ ।ପଦ୍ମପାଦେ ଜଣାଏ ସତୀ ।ସାଦରେ ସଫଳ କର କ୍ଷୁଦ୍ର ଭାରତୀ ।ଶୁଣ ମୋର ପିତାମାତା ମନେପଡ଼ି ଘୁରେ ମଥାନିଦ୍ରାମାଡ଼ୁ ନାହିଁ ମୋତେ ଦିବା ରଜନୀଭାଇ ଭଉଣୀୟେ ମୋର ମାଡ଼ୁଅଛି ମନେ ଡରସାଙ୍ଗସଖା ମନେ ମୋର ପଡ଼ୁଛି ପୁଣିସାଧୁସନ୍ଥେ ସମସ୍ତେ ଶୁଣ,ସୁଖଦେଇ ଦୁଃଖପଥ ହେଲା ଘଟଣ ।ସଜୀବ ମୁରତି ବ୍ରହ୍ମ ଅଜୀବ ସେବିଲ ପୁଣଚଣ୍ଡୀ ଚାମଣ୍ଡାଙ୍କୁ ସର୍ବେ କରିଲ ସେବା,ଚିତ୍ତରେ ନାହିଁ ବିଚାର କଳି ଅନୀତି ବେଭାରଚୋର ଡକାଇତ ପରି ମଣ୍ଡିଲ ସଭାଚନ୍ଦ୍ରଥାଉ ତାରା ସେବିଲ,ଚେତନା ହରାଇ ସର୍ବେ ବଣା ହୋଇଲ ।ଛେଦିଲ ଛାଗଳ ମେଣ୍ଢା ଦ୍ରୁମ ଶାଖା କଲ ଲଣ୍ଡାଛନ୍ଦ କପଟ କରିଣ ବଞ୍ଚିଲ ଦିନ,ଛନକା କରି ମନକୁ ହରି ପର ରମଣୀକୁଛତରା ପଣରେ ନରେ ହେଲେ ଅଜ୍ଞାନଛାଡ଼ିଗଲା ଶିରି ଦେହରୁ,ଛନ୍ଦରେ ଧନ ହରିଲେ ପର ହସ୍ତରୁ ।ସଭା ମଣ୍ଡାଇଲେ ବସି ସତ୍ୟକୁ ତିଳେ ନ ଭାଷିଷଡ଼ଯନ୍ତ୍ର କରି ନରେ ଖାଇଲେ ଲାଞ୍ଚ ।ସତ୍ୟରେ ବାସୁକି ମହୀ ଶିରପରେ ଅଛି ବହିଶୂନ୍ୟବାସୀ ଶାଖା ଦେଇ ବହିଛି ସେତ ।ଶୁଣ ଶୁଣ ସମସ୍ତ ନରେ,ସତ୍ୟ ପ୍ରକାଶ କରିବି କଳି ଯୁଗରେ ।ସ୍ୱୟଂ ବ୍ରହ୍ମ ଅବତାର ସାକ୍ଷାତେ ଦେଖି ନେତ୍ରରସପନ ଦେଖିଲା ପ୍ରାୟେ ସର୍ବେ ମଣିଲେ ।ସାକ୍ଷାତେ ଦେଲେ ବଚନ ସତ୍ୟରେ କର ପାଳନଶୂନ୍ୟବାସୀ ସତ୍ୟ ଧର୍ମ ମର୍ତ୍ତ୍ୟେ ଥାପିଲେ ।
ସର୍ବେ ଦେଖି ହୋଇଲେ ବଣା ।
ସହଜ ପଥ ହଜାଇ ଯେସନେ କଣା ।
ସାଧିଲ ସପ୍ତାଙ୍ଗ ଯୋଗ ସ୍ତିରୀ ସଙ୍ଗେ ରତି ରଙ୍ଗ
ମୈଥୁନ ବସ୍ତ୍ର ପିନ୍ଧିଣ କଲ ଅନୀତି ।
ସହଜେ ଚିତା ବିଭୂତି ଅଙ୍ଗରେ ବହିଣ ଜ୍ୟୋତି
ଶାଳଗ୍ରାମକୁ ପୂଜିଲ ଚାଣ୍ଡାଳ ନୀତି ।
ସାଧି ସାଧି ସରିଲା ଦିନ,
ଶଶୀ ଦେହରେ ଯେସନେ କଳଙ୍କମାନ ।
ସାରିଲ ଧର୍ମ ମହତ୍ୱ ସତ୍ୟ ତେଜିଲ ତୁରିତ
ଅନ୍ୟାୟ ମାନ ଆଚରି ବଞ୍ଚିଲ ଦିନ
ମନରେ ଅପ୍ରତେ କରି ଗୁରୁ ଆଜ୍ଞାକୁ ନିବାରି
ନିଶ୍ଚିନ୍ତେ ଦିନ କାଟିଲ ଯତି ହୋଇଣ
ପୂର୍ବଚେତା ପାଶୋରି ଦେଇ,
ପର ଦାରାରେ ମାତିଲ ସନ୍ନ୍ୟାସୀ ହୋଇ ।
ଆଣିଲେ ବାରସ୍ୱତୀରୁ ଅଠର ପିଢ଼ ମଧ୍ୟରୁ
ଅବଧୂତ ଆଦି ଯେତେ ବାନପ୍ରସ୍ତରୁ,
ସାଧୁସିଦ୍ଧ କରାଇଲେ ସମସ୍ତ ବତାଇ ଦେଲେ
ସହଜ ପଥ ଦେଲେଟି ତର ପାପରୁ,
ଶୂନ୍ୟବାସୀଙ୍କର ଆଜ୍ଞାରେ,
ସମସ୍ତେ ଗୃହ ତେଜିଲେ ମୁକ୍ତି ଆଶାରେ ।
କଲ ଅନୀତି ଆଚାର ଆହେ ସାଧୁ ସୁଜ୍ଞାନର
ରାଗହିଂସା ପରିପୂର୍ଣ୍ଣ ଅଙ୍ଗେ ବହିଲ,
ହରାଇ ନିଜ ସମ୍ପତ୍ତି ଅନ୍ଧପ୍ରାଏ ଗଲ ମାତି
କାହାକୁ ଦୋଷ ଦେବଟି ହେ ସାଧୁଜନ
ଇଚ୍ଛା ସୁଖେ ହେଲେଟି ନାଶ,
ପାପ ସୋହୋତିରେ ସର୍ବେ ଦେଲେଟି ଝାସ
ତରିବ ଯେବେ ପାପରୁ ଏବେ ଭଜଟି ଶ୍ରୀଗୁରୁ
ସତ୍ୟଧର୍ମ ପରୀକ୍ଷା ଯେ ହେବଟି ଜାଣ
ମାରକଣ୍ଡ ବ୍ରହ୍ମ ଜ୍ୟୋତି ଚାରିଦେବୀ ଚଉକତି
ପରୀକ୍ଷା କରିବେ ନିଶ୍ଚେ ବୁଝିଣ ଥାଅ ।
ସତ୍ୟ ଫଳ ଯେସନେ ଦେବେ,
କଳି ସୋହୋତିରୁ ସେହୁ ଉଦ୍ଧାର ହେବେ ।
ରାଗହିଂସା ତେଜ ଦୂରୁ ତେବେ ତରିବ ପାପରୁ
ସତ୍ୟକୁ ତତ୍ତ୍ୱ କରିଲେ ସାର ଉଧାର ।
ବୀରବାନାକୁ ପାଇବ ବୀର ବେଶକୁ ବହିବ
ବିଖ୍ୟାତ ହୋଇବ ପରା କଳି ଯୁଗରେ ।
କଳଙ୍କି ଖେଳକୁ ଯିବ କରତା ସେବା କରିବ
ବତାଉଛି ତୁମ୍ଭେ ଶୁଣ ଶ୍ରୁତିପଥରେ ।
ବଚନରେ ସତ୍ୟ ପ୍ରକାଶ,
ବିଜ୍ଞପଣ ଉଦେକଲେ ଖଣ୍ଡିବ ଦୋଷ ।
ରାଜ କୁଳର କାହାଣୀ ବତାଇ କହୁଛି ପୁଣି
କଳିଯୁଗେ ଉଦେହେଲେ ବିଷ୍ଣୁ ଅଂଶରେ ।
ବହୁତ ଅନ୍ୟାୟ କଲେ ବିଷ୍ଣୁ କଳା ହରାଇଲେ
ବଣାହେଲେ ରାଜକୁଳ କଳି ଯୁଗରେ ।
ବେଦ ପୁରାଣ ନିନ୍ଦିଲେ ହୋମ ଯଜ୍ଞକୁ ଛାଡ଼ିଲେ
ହନ୍ତସନ୍ତ କଲେ ପ୍ରଜା ଖଚ କଥାରେ ।
ହେତୁ ଚେତା ନକଲେ କେହି,
ହତହେଲେ ରାଜକୁଳ ମଦିରା ଖାଇ ।
ଶୁଣି ନାହିଁକି କର୍ଣ୍ଣରେ ଲେଖିଛି ବେଦ ଶାସ୍ତ୍ରରେ
ସୋମ ସୂର୍ଯ୍ୟବଂଶେ ଥିଲେ ରଘୁ ନୃପତି ।
ସୁରପତି ସଙ୍ଗେ ବାଦ ହାରିଗଲେ ଦେବଇନ୍ଦ୍ର
ନରହୋଇ ହରାଇଲା ଦେବ ରାଜନ,
କଳିଯୁଗ ରାଜନେ ଶୁଣ
ବେଶ୍ୟା ସେବାରେ ଖଟିଲା ତୁମ୍ଭ ଜୀବନ ।
ତ୍ରେତାଯୁଗେ ହନୁମାନ ଘେନିଶ ରାମ ବଚନ
ଦଶଗ୍ରୀବ ସଙ୍ଗେ ସେହୁ ସମର କରି,
ଆଣିଲା ସୀତା ମାଈଙ୍କି ମନରେ ଚେତା ନାହିଁକି
ନିସତ ହୋଇଲେ ସିଂହ ସନ୍ତକ ଧରି
ଶୃଗାଳ ପରାୟେ ବୁଦ୍ଧି
ଶତ୍ରୁହସ୍ତେ ଦେଲେ ନେଇ ଏ ରାଜ ଗାଦି ।
କିସ ବିଚାରୁଛ ଆର ସୁବର୍ଣ୍ଣ ହେଲା ପଥର
ଦାରୀ ପୋଇଲୀଙ୍କ ସେବା ସମସ୍ତେ କରି
ଗୋଦାନ ଛାଡ଼ି ବ୍ରାହ୍ମଣ ଘେନି ବୈତରଣୀ ଦାନ
ଗୋପାଳେ ବୈଷ୍ଣବ ହେଲେ ପଢ଼ି ଗାରେଡ଼ି
ଗୋପାଙ୍ଗନା ଯେତେ ଏ ଥିଲେ
ଗାଈ ପଛରେ ଦଉଡ଼ି ଧରି ଚାଲିଲେ ।
ଗାଈ ନ ପାଇବେ ତୃଣ ନିଶିରେ ରାବ ଦେଇଣ
ନିରାଶ ହୋଇ ମନରେ ଆଦ୍ୟ କାଳରୁ,
ସେହିପରି ପ୍ରଜାକୁଳ ହେଲେ ତୁମ୍ଭର ସକଳ
ଅନ୍ନ ଜଳ ନ ପାଇଲେ ଜନ୍ମ କାଳରୁ
ଆଉ କିସ କହିବ ମୁହିଁ
ଉଣାଇଶ ପଦେ କହେ ସେ ଭୀମ ଭୋଇ ।
ଦଶମ ଅଧ୍ୟାୟ
ଭବିଷ୍ୟତ ବାଣୀ ଶୁଣ ହେ ସୁଜନେ ଭାବନା କରିଣ ଚିତ୍ତେ,ଭଗବାନଙ୍କର ସୁକୃପା ହେବାରୁ ଲେଖିଲି ମୁଁ ପଦ୍ମ କଳ୍ପେ ।ଏ କଳି ଯୁଗରେ ରାମଚନ୍ଦ୍ର ଦେବ ତିନିଅଙ୍କ ଠାରେ ଜାଣ,ମହିମା ଧର୍ମର ପରୀକ୍ଷା ନିମନ୍ତେ ଲଙ୍ଗୁଳି ଆସିବେ ପୁଣ ।ଲଗାଇବେ ବାଦ ବହି ମନେ କ୍ରୋଧ ମହିମାକୁ ନିନ୍ଦା କରି,ତାହାଙ୍କ ବିଶ୍ୱାସ ମାନିଣ ଜଗତେ ପଡ଼ିବ ସେ ହୁରି ଜୂରୀ ।ବୋଲିବେ ମହିମା ଅଦିମାଁ ଅଟନ୍ତି ସେହି ଧର୍ମ ଅବିବେକ,ତାହାଙ୍କ ନିମନ୍ତେ ଲକ୍ଷେ ମୁଣ୍ଡମାଳ ଗଡ଼ିବ ସଂସାର ଯାକ ।ଶୂନ୍ୟ ପ୍ରଭୁଙ୍କର ସିଦ୍ଧ ଚାଟଲୋକେ ପରୀକ୍ଷାରେ ବଳବନ୍ତ,ଲଙ୍ଗୁଳି ସହିତେ ଗୁପତେ ବୁଝିବେ ରକ୍ଷ ହେବେ ପ୍ରଭୁଭକ୍ତ ।ରକ୍ଷା ହେବ ମହୀ ଗୁରୁଙ୍କ କୃପାରୁ ଲକ୍ଷେ ମୁଣ୍ଡ ବନ୍ଧା ହେବେ,ଲକ୍ଷେହାଣ୍ଡି ଗଢ଼ି ନିରୁହା ହୋଇଲେ ତାହାର ଦର୍ପ ଦଳିବେ ।ସେହି ଅଙ୍କଠାରେ ସୁବର୍ଣ୍ଣରେଖାରେ ଗଙ୍ଗାଦେବୀ ବିଜେ କଲେ,ବୈତରଣୀ ଜଳ ଉଛୁଳିବ କୂଳ ପଶୁ ନରସ୍ରୋତେ ଗଲେ ।ଢେଙ୍କାନାଳଠାରେ ଢାଙ୍କୁଣୀରେ ରହି ମଧୁବନେ ମାରକଣ୍ଡ,ସିଦ୍ଧ ବାନା ବହି ସିଦ୍ଧ କରୁଥିବେ ରକ୍ଷା ହୋଇବ ବ୍ରହ୍ମାଣ୍ଡ ।ସାତ ଅଙ୍କଠାରେ ଶୂନ୍ୟରୁ ଶବଦ ଶୁଭିବ ଉତ୍ତର ଦିଗ,ମାଘର ଶୁକଳ ଦଶମୀ ତିଥିରେ ବାର ବୃହସ୍ପତି ଭୋଗ ।ପୁଷ୍ୟା ନକ୍ଷତ୍ରାଦି ଉଦେ ହୋଇଥିବ ଶୁଣ ଭବିଷ୍ୟାନ୍ତ ବାଣୀ,ଦିବ୍ୟସିଂହ ଦେବ ଅଣଚାଳିଶରେ ଅସତ୍ୟଯୁଗ କାହାଣୀ ।ମଦନମାଲବ୍ୟ ନାମ ବୋଳିକରି ଏକ ଭକ୍ତ ଥିବ ଜନ୍ମି,ଗାନ୍ଧି ସହିତରେ ଅହିଂସା ଧର୍ମରେ ନିରନ୍ତରେ ଥିବେ ପୁଣି ।ଚୁଡ଼ଙ୍ଗ ବଂଶରେ ଉତପତ୍ତି ହୋଇ ମୋତିଲାଲ ଯେ ନେହେରୁ,ମହାପ୍ରତାପୀ ଅଟଇ ସେହୁ ଭକ୍ତ ଆସିଛନ୍ତି ଶୂନ୍ୟପୁରୁ ।ଗରୁଡ଼ ଗୁପ୍ତରେ ପ୍ରଭୁଙ୍କ ଆଜ୍ଞାରେ ଜଗିଆ ରହିବ ଜାଣ,ଯେତେକ କପଟ କଲେ ସମରାଟ ଛେଦନ କରିବେ ପୁଣ ।ନରେନ୍ଦ୍ରନାଥଙ୍କ କାରାଗାର ଦଣ୍ଡ ଦ୍ୱାପର ଯୁଗରେ ଥିଲା,ସତ୍ୟଭାମା ଚୋରି କଲା ଯେ ଗୋସିଂହ ପ୍ରଥମେ ସେହି କହିଲା ।ତାହାଙ୍କ ଆଜ୍ଞାରେ କଳି ଭୋଗଗଲା କେହି ନ ପାରିଲେ ଚେତି,କଳିରେ କଳଙ୍କି ଖେଳକରୁଥିବେ ଅହିଂସା ଧର୍ମରେ ମାତି ।କେତେକ ଭଗତ ସ୍ତିରୀ ଯେ ପୁରୁଷ ଯୁଦ୍ଧେ ହେବେ ଆଗୁସାର,କରିବେ ଅମାନ୍ୟ ଋଜ ଦାନପୁଣ୍ୟ ସତ୍ୟ କରିବେ ପ୍ରଚାର ।ରାମଚନ୍ଦ୍ର ଦେବ ସାତ ଆଠଅଙ୍କେ ବହିବ ରକତ ନଦୀ,ଶୂନ୍ୟବାନା ଘେନି ଯୁଦ୍ଧ କରୁଥିବେ ଶୂନ୍ୟଗୁରୁ କରି ସାକ୍ଷୀ ।ଦେବୀମାନଙ୍କର ରଡ଼ିଘାତ ପାଇ(ମୁଣ୍ଡ) ଉଡ଼ି ଯାଇଥିବ ପୁଣ,ତେତେବେଳେ ମହୀ ରକ୍ଷା କରିବାକୁ କେହି ଥିବେଟି ପୁଣ ।ବାଉଁଶ ଠେଙ୍ଗାରେ ମୁଣ୍ଡମାଳମାନ ଚୂର୍ଣ୍ଣିଭୂତ ହେଉଥିବ,ଚଣ୍ଡି ଚାମଣ୍ଡାଙ୍କ ଚମକ ଘାତରେ ଚଉଦିଗ ପ୍ରକମ୍ପିବ ।ଅଗ୍ନି ପରୀକ୍ଷାରେ ଶଙ୍କିବ ଫିରିଙ୍ଗି କଲିକତା ଜଳି ଯାଇ,ଅଗ୍ନିକି ଶୀତଳ କରିବେ ସେ ଦେବୀ ଚନ୍ଦନ ଢାଳିବେ ତହିଁ ।ଷୋଳଘଣ୍ଟା ଯାଏ ତହିଁରେ ପରୀକ୍ଷା କରିବେ ଯେ ଅଷ୍ଟଜଣ ।ଅମୃତ ବଚନ ଅନନ୍ତ ଭାଷିବେ ଅଖିଳ ନିମନ୍ତେ ପୁଣ ।ହୋଇବେ ମୁକତ ଧର୍ମଙ୍କର ସୁତ ଶୂନ୍ୟ ଗୁରୁଙ୍କ କୃପାରୁ,କଳଙ୍କିରେ ଖେଳ ହେବ ଅନର୍ଗଳ ଶୁଣିଥିଲି ମୁଁ ପୂର୍ବରୁ ।ଦ୍ୱାପର ଯୁଗରେ ରାଜୁସି ଜାଗରେ ସତ୍ୟ କରାଇଲେ ପ୍ରଭୁ,କଳିରେ କଳଙ୍କି ତୁମ୍ଭ ଅଙ୍ଗେ ହେବ ବ୍ରହ୍ମାଣ୍ଡ ରକ୍ଷା କରିବୁ ।ସେତେବେଳେ କଥା ମନରେ ପଡ଼ୁଛି କେତେ ସହିବି କଷଣ,କପଟି ଲମ୍ପଟ ରକତର ତଣ୍ଟି ଅସଂଖ୍ୟ ସମର ପୁଣ ।ଶୂନ୍ୟବାସୀଙ୍କର ଶ୍ରୀଚରଣ ତଳେ ଶରଣ ପଶ ହେ ନର,ପଚିଶ ପଦରେ ବତିଶ ଅଙ୍କରେ ଭାବି କହେ ଭୀମ ଛାର ।
ଏକାଦଶ ଅଧ୍ୟାୟ
ଆଦି ଉବାଚକଳଙ୍କିର କଥା ମନରେ ବିଚାରି ଜଣାଇଲି ପ୍ରଭୁ ପାଦେ,ତୁମ୍ଭରି ଭଗତ କେମନ୍ତେ ତରିବେ ଆଜ୍ଞା ହେଉ ପ୍ରଭୁ ପାଦେ ।ତେତିକି ବେଳର କଷଣ ବିପତ୍ତି ତୁମ୍ଭେ ଯେବେ ସାହାହେବ,ତମ ରାଗ ହିଂସା ଛାଡ଼ିଲେ ଭଗତେ ଜୟ କୀରତି ଶୁଭିବ ।ଜୟ ଜୟ ସର୍ବ ସଂସାର ମଧ୍ୟରେ ଜଗତ ଜନ ବୋଲିବେ,ଜନ୍ମଦିନୁ ଯେବେ ଯୋଗକୁ ସାଧିବ ଯୋଗ୍ନୀଗଣ ଡରିଥିବେ ।ପ୍ରଭୁଙ୍କର ଆଜ୍ଞା ଶୁଣିଣ ସେ ଭୀମ ଯୋଗ ଘର ଥୟକରି,ଜାଗି ଏକାକ୍ଷରେ ଭେଦି ଅଣାକ୍ଷର କଳିଯୁଗୁ ଯିବେ ତରି ।ଜଗତ ନିମନ୍ତେ କଷଣ ବହୁତ ଜାଗିବେ ସେ ଶୂନ୍ୟବାସୀ,ଜୟ ଜୟ ବାନା ସଂସାରେ ଉଡ଼ିବ ଯଜ୍ଞ କରୁଥିବେ ରସି ।ଯାଜପୁରଠାରେ ଜମ୍ୱୁଦ୍ୱୀପ ମହୀ ଯଜ୍ଞସ୍ଥାନ ହେବ ସେହି,ଜନ୍ମ ବ୍ରହ୍ମ ଋଷି କରିବେ ଯେ ଯଜ୍ଞ ଜାଣିଥାଅ ବାବୁ ତୁହି ।ଚନ୍ଦ୍ର ଭାଗା ତୀର୍ଥେ ଯେଉଁ ସ୍ତମ୍ଭ ଥିବ ଜାଣିଥାଅ ତୁମ୍ଭେ ସର୍ବେମୁକୁନ୍ଦ ଦେବଙ୍କ ଏକଚାଳିଶରେ କଳିଙ୍ଗା ଯୋତିବା ଭାବେ ।ସେହି ଖମ୍ୱଠାରେ ବାରଲକ୍ଷ୍ୟ ସୈନ୍ୟ ଯୁଦ୍ଧହେଉଥିବ ତହିଁ,କଲିକତା କାଳୀ ସଙ୍ଗତେ ଏତିକି ବୁଝୁଥାଅ ବାବୁ ତୁହି ।ସମଲାଇ ସଙ୍ଗେ ଏ ପାଞ୍ଚହଜାର ଆସିବେ ପଶ୍ଚିମ ଦିଗୁଁମହାମହାରଥୀ ସେଠାରେ ଯେ ଥିବେ କେ କଳି ପାରିବ ବାବୁ,ବନାରସୀ ପୁରୁ ଦେବୀଙ୍କ ସଙ୍ଗରେ ବେନିଲକ୍ଷ ଯେ କାନ୍ତାନୀ,ସମରକୁ ଦେଖି ଆନନ୍ଦିତ ହୋଇ ହୁଳହୁଳି ଦେବେ ପୁଣି ।ବହିବ ରୁଧିର ଚନ୍ଦ୍ରଭାଗାଠାରେବାରହାତ ଜାଣ ବାବୁ,ବ୍ରହ୍ମଜ୍ଞାନୀ ମାନେ ବ୍ରହ୍ମଜ୍ଞାନ ସାଧି ତରିଯିବେ ଆଦି ଗର୍ଭୁ ।ଚର୍ଚ୍ଚିକାଇ ତୁଲେ ଏକଲକ୍ଷ ଦେବୀ ଅଛନ୍ତି ଅମୋହ ଯୋଗେ,ଗୋରେଖା ସଇନ୍ୟ କରିବେ ଆପ୍ୟାନ ଶୁଣିଥାଅ ବାବୁ ଏବେ ।କୁମ୍ଭୀ ପଟୁଆ ଯେ ଲକ୍ଷେ ବୀରମଣି ହୋଇଥିବେ ଆଗୁସାର,ନାଗାନ୍ତି ଯୋଗାନ୍ତି ବେଦାନ୍ତି ସହିତେ ରଚିଥିବେ ପଟୁଆର ।ଏହିକଥାମାନ ନିଶ୍ଚୟ ହୋଇବ ଦିବ୍ୟସିଂହପୈଞ୍ଚାଳିଶ,ଶୂନ୍ୟବାନା ଘେନି ଆସିବେ ଶ୍ରୀହରି ଧରିଣ କଳଙ୍କି ବେଶ ।କଳିଙ୍ଗା ଅସୁର ଯୁଦ୍ଧେ ମାରୁଥିବେ କେହି ନ ପାରିବେ ଜାଣି,ଏଗାର ଅଧ୍ୟାରେ ବାଇଶି ଶ୍ଳୋକରେ ପଦ୍ମକଳ୍ପେ ଭୀମ ଭଣି ।
ଦ୍ୱାଦଶ ଅଧ୍ୟାୟ
ଶ୍ରୀ ଆଦି ଉବାଚଆଦି ପୁଚ୍ଛିଲା ଗୁରୁ ପାଏ ।ଶୁଣ ହେ ପ୍ରଭୁ ଦେବ ରାଏ ॥
ଯେତେକ କହିଲ ଶ୍ରୀମୁଖେ ।ଶୁଣିଲି ମୋର ପୁଣ୍ୟ ତପେ ॥
ଆହୁରି କଥାଏ ପୁଚ୍ଛିବି ।ମନରୁ ସଂଶୟ ତେଜିବି ॥
କଳି ଶେଷରେ କିସ ହେବ ।ମୋତେ କହିବା ଗୁରୁଦେବ ॥
କି ଧର୍ମ କରିବେ ଆଚାର ।କହ ହେ ପ୍ରଭୁ ଚକ୍ରଧର ॥
ତପସ୍ୟା ପରିପୂର୍ଣ୍ଣ କରି ।କହିବା ଶ୍ରୀମୁଖେ ବିସ୍ତାରି ॥
ଶ୍ରୀ ଅନାଦିବ୍ରହ୍ମ ଉବାଚକହନ୍ତି ପ୍ରଭୁ ଶୂନ୍ୟବାସୀ ।ମୋ ଗର୍ଭେ ଆଦି ତହିଁ ପଶି ॥
ଯାହା ପୁଚ୍ଛିଲୁ ଏବେ ଶୁଣ ।କହିବା କଳିଶେଷ ଜ୍ଞାନ ॥
ପ୍ରଥମେ ମାଣକରେ ଜାଣ ।କରଜ ହେବ ବାରମାଣ ॥
ଦ୍ୱୀତିୟେ ନବପଣ ହେବ ।ତୃତୀୟେ ଛଡ଼ପଣ ଧ୍ରୁବ ॥
ପଞ୍ଚତିରିଶ ସାଲ ଅନ୍ତେ ।ଏକଥା ନିଶ୍ଚେ ହେବ ମର୍ତ୍ତେ ॥
ଗୁପତ ହେବ କଳି ରାଜା ।ଗୋଡ଼ାଇ ଖାଇବେ ବିରଜା ॥
ମୋଗଲ ହେବ ରାଜା ପୁଣି ।କଟକ ଗଞ୍ଜାମ କାହାଣୀ ॥
ଇନ୍ତୁଳି ଗାଦିଠାରେ ପୁଣ ।ରାଜା ଗାଦିରେ ନେବେ ଦିନ ॥
ପହ୍ଲାଦ ବଂଶୁ ଏକ ବୀର ।ଧ୍ରୁବ ବଂଶରୁ ଅବତାର ॥
ଚନ୍ଦ୍ର ବଂଶରୁ ଏକ ରଥି ।ଏ ପୁଣି ହୋଇଥିବେ ମନ୍ତ୍ରୀ ॥
ସୁସ୍ଥରେ ପାଳୁଥିବେ ମହୀ ।ହିନ୍ଦୁ ମୋଗଲ ଏକ ହେଇ ॥
ଅନ୍ନଜଳରେ ସୁସ୍ଥ ଥିବ ।କାନ୍ତାରେ ଆଉ ନ ପଡ଼ିବ ॥
ମହିମା ସେବିବେ ସକଳ ।ମର୍ତ୍ତ୍ୟରେ ଯେତେ ନରକୁଳ ॥
ମେଦିନୀ ହୋଇବ ଉଶ୍ୱାସ ।ମହିମା ଶବଦ ତ୍ରିଦଶ ॥
ଅହିଂସା ଧର୍ମ ଉଦେ କରି ।ଆମ୍ଭେ ଯେ ଯିବୁ ଆମ୍ଭ ପୁରୀ ॥
ନର ଅଙ୍ଗରେ କରି ଖେଳ ।ନବୀନ ରୂପଟି ଆମ୍ଭର ॥
ମାରକଣ୍ଡକୁ ଦେବୁ ଚିହ୍ନା ।ମହିମା ଧର୍ମର ବାସନା ॥
ସେ ପୁଣି ଆମ୍ଭଙ୍କୁ ଚିହ୍ନିବ ।ଆମ୍ଭ ବଟକୁ ଜଗିଥିବ ॥
ସେଠାରେ ଦେଇ ଉପଦେଶ ।କହିବି ପୂର୍ବର ସନ୍ଦେଶ ॥
କରୁଣା ସାଗର ଚରଣେ ।କାରଣ ମାଗି ଭୀମ ଭଣେ ॥
ତ୍ରୟୋଦଶ ଅଧ୍ୟାୟ
ଶ୍ରୀ ଆଦି ଉବାଚଆଦି ପୁଚ୍ଛିଲା ଗୁରୁ ପାଏ ।ଶୁଣ ହେ ପ୍ରଭୁ ଦେବରାଏ ॥
ଅପ୍ରାଧ କ୍ଷମା କର ମୋର ।ଜଣାଏ ଶ୍ରୀଗୁରୁ ପୟର ॥
କାରଣ ତାରଣ କରତା ।କହି ତୁଟାଅ ମନ ବ୍ୟଥା ॥
କୃପା ସାଗର ଦୟାନିଧି ।କରୁଣା କର କୃପାନିଧି ॥
କାରଣ ମାଗୁଅଛି ମୁହିଁ ।କୃପାସାଗର ଭାବଗ୍ରାହୀ ॥
ନିର୍ଗୁଣ ନିତ୍ୟ ନିରାକାର ।ନିର୍ବେଦ ବ୍ରହ୍ମାଣ୍ଡ ଠାକୁର ॥
ନିର୍ଣ୍ଣୟ କହ ନାଥ ମୋତେ ।ନିଗମ ବଚନ ତୁରିତେ ॥
ନିରାଧାରରେ ବ୍ରହ୍ମଜ୍ଞାନ ।କହ ହେ ପ୍ରଭୁ ଶୂନ୍ୟ ବ୍ରହ୍ମ ॥
କଳି ନିକଟ ବେଳେ ପୁଣ ।କି କାର୍ଯ୍ୟ ହୋଇବ ଘଟଣ ॥
କହ ହେ ପ୍ରଭୁ ଆଦିମୂଳ ।କୃପାଳୁ ଦୟାର ସାଗର ॥
ଶ୍ରୀ ଅନାଦି ବ୍ରହ୍ମ ଉବାଚଆଦି ଦେବୀର ଉକ୍ତି ବାଣୀ ।କହିଲେ ପ୍ରଭୁ ଶୂନ୍ୟମଣି ॥
କୃପାସାଗର କୃପାନିଧି ।କହିବୁ ଶୁଣ ଆଗୋଆଦି ॥
କୃଷ୍ଣଦାସ ଯେ ଖଗେଶ୍ୱର ।କପିଳ କାନ୍ଦୁର ଖେତର ॥
କଲ୍ୟାଣ କାଠି ଦାସ ସେହି ।କଷା କୌପୁନୀ ଥିବେ ବହି ॥
ଗଙ୍ଗାଧର ଯେ ଗଦାଧର ।ଗୋବିନ୍ଦ ଦାସ ଯେ ଓଗେର ॥
ଘନ ଦାସ ଯେ ଆଦି ଯେତେ ।ଘେନିଣ ଥିବି ମୁଁ ସଙ୍ଗତେ ॥
ଉତ୍ତର ଦିଗେ ଥିବୁ ଚାହିଁ ।ଉଠିବେ ବୀର ବେଶ ହୋଇ ॥
ଓଡ଼ିଆ ଦକ୍ଷିଣ ପଶ୍ଚିମ ।ଉତ୍ତର ପୂର୍ବଦ୍ୱାର ଜାଣ ॥
ଯେଦିନ ପଶ୍ଚିମ କବାଟ ।ଫେଡ଼ିଣ ବିଜେ ଉଦେ ବଟ ॥
ସେଦିନ ସର୍ବ ଋଷିଗଣ ।ମେଳ ହୋଇବେ ତହିଁ ପୁଣ ॥
ଚନ୍ଦ୍ରଭାଗା ଯେ ତୀର୍ଥଠାରୁ ।ଚଣ୍ଡୀ ନଗର ପଶ୍ଚିମରୁ ॥
ଚହଳ ଗହଳ ହୋଇବ ।ଚର୍ଚ୍ଚିକାଇ ଯେ ପାଶେ ଥିବ ॥
ଚେତନା ଭକ୍ତଗଣ ଯେତେ ।ଖଣ୍ଡଗିରିର ଉଦେ ବଟେ ॥
ଗୁରୁ ଚରଣ ବ୍ରହ୍ମ ଧ୍ୟାୟୀ ।ଚଉପାଶରେ ଥିବେ ରହି ॥
ଜାଜୁଲ୍ୟମୟ ଜ୍ୟୋତି ବ୍ରହ୍ମ ।ଜାଣିଣ ଦେବେ ଯେଝାପୁଣ୍ୟ ॥
ଜାଗିଣ ଯୋଗୀ ଜନ ପିଣ୍ଡ ।ଯୋଗ ଘରରେ ମାରତଣ୍ଡ ॥
ଯତନେ ଯୋଗାରୂଢ ଭାବ ।ଜୟ ବାନା ଯେ ଉଡ଼ାଇବ ॥
ଶୂନ୍ୟ ମାର୍ଗରେ ଥାଇ ମୁହିଁ ।ସୁଷପ୍ତି ଦ୍ୱାରେ ଚେତା ଦେଇ ॥
ସାଧିବି ନୁୟାରୀ ରଚନା ।ଦେବି ମୁଁ ବୀରବଧୂ ବାନା ॥
ମୋ ଭକ୍ତ ହସ୍ତରେ ଦିଆଇ ।କଳଙ୍କି ରାଘବେ କରାଇ ॥
ଗୃହୀ ଭଗତ ଆଦି ଯେତେ ।ସ୍ତିରୀ ଯେ ପୁରୁଷ ସହିତେ ॥
ସଭିଙ୍କୁ ଚେତନା କରାଇ ।ସାଜିବି ସୈନ୍ୟବଳ ମୁହିଁ ॥
ସମ୍ୱଲପୁର ଠାରୁ ଜାଣ ।ସାରଙ୍ଗଗଡ଼ ଯାଏ ପୁଣ ॥
ସାସମଲର ଗ୍ରାମ ଯାଏ ।ଶ୍ରୀ ଗଙ୍ଗାଧର ସୃହୁତିଏ ॥
ଶୁଣିଲୁଟିକି ମହିମାଇ ।ଶୂନ୍ୟବାସୀଙ୍କ ଆଜ୍ଞା ଏହି ॥
ଶରଣ ଶ୍ରୀଗୁରୁ ଚରଣେ ।ସୁଷପ୍ତି ଦ୍ୱାରେ ଭୀମ ଭଣେ ॥