ନୁଳିଆ ଜାତି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୨
- ସ୍ଥିତି
- ସାର୍ବଜନୀନ (Public domain)
ଅସାଧ୍ୟ୍ୟ ସାଧନା ତୋର ସାଗର-ସଞ୍ଚାରି,ଭାବିଲେ ବିସ୍ମୟ-ରସେ ହୁଏ ହୃଦ ଘାରି ।ରତ୍ନାକର ଗର୍ଭେ ବୁଡ଼ୁ ପ୍ରକାଶି କୌଶଳ,କରିଛୁ ସାଧନା ପଥ ଅଭ୍ୟାସେ ସରଳ ।କାର୍ଯ୍ୟରେ ଅଭ୍ୟାସ ହେଲେ ଘନୀଭୂତ କ୍ରମେ,ହୁଏ ତା ପ୍ରକୃତି ସମ ପ୍ରକୃତି ନିୟମେ ।କେଉଁ ରତ୍ନଲୋଭେ ଲଭି ଦୁଃସହ କଷଣ,ଉପଜଳଚର ପ୍ରାୟ କରୁ ତୁ ଭ୍ରମଣ ।ଆହରଣ କରୁ ଯେଉଁ ମୁକୁତା ପ୍ରବାଳ,ନୁହଇ ରତନ ତାହା ଜୀବ-ଅସ୍ଥିକାଳ ।ଉଦର-ପୋଷଣେ ପଛେ ଆଚର ସେ ବୃତ୍ତି,ମାତ୍ର ତହିଁ ହେବ ନାହିଁ ଅରଜି ସୁକୃତି ।ଭକ୍ତି-ପାରାବାରେ ଯଦି ବୁଡ଼ି ଏହିପରି,ନିର୍ବାଣ ମୁକତି-ରତ୍ନେ ପାରିବୁ ଆହରି,ନିଭିଯିବ ତେବେ ଚିର- ଦରିଦ୍ରତା-ଚିତା,ହୋଇଯିବ ଅନ୍ତର୍ହିତ ପେଟପୋଷା-ଚିନ୍ତା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ