ବାୟା ପକ୍ଷୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୧
- ସ୍ଥିତି
- ସାର୍ବଜନୀନ (Public domain)
କାହିଁକି ରେ କ୍ଷୁଦ୍ର ପକ୍ଷୀ ମହାବୁଦ୍ଧିମାନ,ହୋଇ ଧରିଅଛୁ କହ ବାୟା ଅଭିଧାନ ।କଥିତ ହୁଅନ୍ତି ବାୟା ନାମେ ଜ୍ଞାନିକୁଳ,ଯେଣୁ ସେହୁ ବିଭୁପ୍ରେମେ ସତତ ବାତୁଳ ।ସେ ଭାବେ କି କରୁ ପକ୍ଷୀ ଅଭିଖ୍ୟା ଏସନ,ସତେ କି ରେ ତୁହି ବ୍ରହ୍ମ- ଭକ୍ତି ପରାୟଣ ।ଗୁରୁବାରେ ଗୋମୟେ ତୁ ଲେପୁ ତୋ ଆଗାର,କିଏ ଦୀକ୍ଷା ଦେଲା କହ ଏ ଆର୍ଯ୍ୟ ଆଚାର ।ଶିଖିଲୁ ରେ ଶିଳ୍ପକଳା ଭଲା କାହାଠାରୁ,ନୀଡ଼-ନିର୍ମାଣ-କୌଶଳ ଆହା କେଡ଼େ ଚାରୁ ।ବିହଙ୍ଗ-କୁଳରେ ତୁହି ବିଜ୍ଞଜ୍ୟୋତିଷ୍କାର,ବୃଷ୍ଟି-ବିପରୀତ-ଦିଗେ ରଚୁ ବସାଦ୍ୱାର ।ଦୋବୁଲ୍ୟ କୁଲାୟେ ବସି ଅନମ୍ବର-କୋଳେ,ଖେଳୁଥାଉ ଦୋଳି ଯେବେ ସମୀର ହିଲ୍ଲୋଳେ,ତୋହର ସେ ଶାନ୍ତିସୁଖ ଦେଖି ମୁହିଁ ଭାଳେ,ଘଟିବ ବା ତାହା କାହିଁ ସଂସାରୀ କପାଳେ ।ସଂସାରୀ ସଂସାରୀ ହେଲେ ନିମେଷେ ଅନ୍ତର,ଆହ୍ୱାନେ ସଂସାର ପଛୁ କରି ଉଚ୍ଚସ୍ୱର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ