ଗୁଣ୍ଡୁଚି ମୂଷା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୦
- ସ୍ଥିତି
- ସାର୍ବଜନୀନ (Public domain)
ଆକାରରେ କ୍ଷୁଦ୍ର ଜୀବ ଅଟୁ ତୁ ରେ ସତ,ମାତ୍ର ତୋର ମନବଳ ଅତୀବ ମହତ ।ଜିଣେ ମନବଳ ଦେହ- ବଳୀକୁ ସହଜେ,ନଗଣ୍ୟ ବଳିଆ କରେ ପରାଜୟ ଗଳେ ।ଜଗତ-ସହାୟ ଯେହୁ, ଅଖିଳ ଦେବତା,ସେତୁବନ୍ଧେ କଲୁ ତୁହି ତାଙ୍କୁ ସହାୟତା ।ଏହା ପଛେ ଦୁରାକାଙ୍କ୍ଷା ଅବିହିତ ହେଉ,ନ କରିବ ପ୍ରଶଂସା ତୋ ସତ୍ସାହସେ କେହୁ ।ଦେଖି ତୋର କ୍ଷୁଦ୍ର ପ୍ରାଣେ ମହାଭାବୋଦୟ,ଲଭିଲେ ବିସ୍ମୟ ଅତି ଅଯୋଧ୍ୟ୍ୟା-ଆଶ୍ରୟ ।ଉଦ୍ୟମ ଅଧ୍ୟ୍ୟବସାୟେ ପ୍ରଶଂସି ବିସ୍ତର,ଆଉଁଷିଲେ ଦେହ ତୋର କୌଶଲ୍ୟାକୁମର ।ତାହାଙ୍କ ବିଶୁଦ୍ଧ କୃପା- ସ୍ମୃତି ଚିହ୍ନ ପରି,ସେ ଦିନୁ ଅଙ୍ଗୁଳି ରେଖା ଅଛୁ ପୃଷ୍ଠେ ଧରି ।କ୍ଷୁଦ୍ର ତୁହି ମାତ୍ର ନୁହେଁ ହୃଦ ସଙ୍କୁଚିତ,ସ୍ୱଗୁଣେ ହୋଇଛୁ ଭବେ ପୁରାଣ-ପ୍ରଥିତ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ