ନୃସିଂହନ ।ଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୦
- ସ୍ଥିତି
- ସାର୍ବଜନୀନ (Public domain)
ହେ ଦେବ ନୃସିଂହନାଥ,ତବପଦେ ନତ ମାଥ ।କରୁଣାନେତ୍ରେ ସୁସାରେ,ଚାହଁ ଏ ଦୁଃଖୀକି ବାରେ ହେ ।୧।ଦେଖି କାଠଯୋଡ଼ି ଶୋଭା,ମନହେଲା ବଡ ଲୋଭା ।କଲ ତା ନିକଟେ ପୀଠ,ସେବନ୍ତି ଯେ କର୍ମନିଷ୍ଠ ହେ ।୨।ତବ ଆସ୍ଥାନେ କୁଟିର,କରିବାକୁ ମନସ୍ଥିର ।କରିଅଛି କେତେ କାଳୁ,ଦିନଯାଏ ଟାଳୁଟାଳୁ ହେ ।୩।ପଣ୍ଡାଙ୍କୁ କହ ବୁଝାଇ,ଦେବେ ସେ ପତ୍ର ଲେଖାଇ ।ନୋହିଲେ କି ଅଧିକାର,ପ୍ରଭୁଙ୍କ ସ୍ଥାନେ କାହାର ହେ ।୪।ସ୍ୱପନେଶ୍ୱର (କଟକ)ହେ ନାଥ ସ୍ୱପନେଶ୍ୱର,ରହି ନଗର ମଧ୍ୟର ।ପାଉଅଛ ବହୁସେବା,ଦେଉଅଛ ଭକ୍ତେ ଲେବା ହେ ।୧।ମାରୱାଡି ଲୋକମାନେ,ରଖି ଦୃଢ଼ ଭକ୍ତି ଜ୍ଞାନେ ।ମସ୍ତକେ ଢ଼ାଳନ୍ତି ଜଳ,ଅତପବିତ୍ର ନିର୍ମଳ ହେ ।୨।ନାରିକେଳ ଫଳ ପାଇଁ,ବଡ ସ୍ନେହ ରହି ଥାଇ ।ମନକଥା ଲୋକେ ଜାଣ,ଦିଅନ୍ତି ଯତନେ ଆଣି ହେ ।୩।ପାଇଲେ ଗଞ୍ଜାଇ ପଣା,ଆନନ୍ଦରେ ଝିଙ୍କାଟଣା ।ସୁମିଷ୍ଟ ମୋହନ ଭୋଗ,ହୋଇଥାଏ ତବ ଯୋଗ ହେ ।୪।ପୁଞ୍ଜାଏ ଧୁତୁରା ଭଜା,ପାଇଲେ ତ ବଡ ମଜା ।ଧନ୍ୟ ଧନ୍ୟ ତୁମ୍ଭ ବଳ,କଣ୍ଠେ ଭରିଚ ଗରଳ ହେ ।୫।ଚାରିପାଶେ ତ୍ରିଲୋଚନ,ତବ ସେବାକାରୀଗଣ ।ତାଙ୍କୁ ଦାନାପାଣି ଦିଅ,ଯଶ ପଉରୁଷ ନିଅ ହେ ।୬।