ବିଶ୍ୱନାଥ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୮
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ପ୍ରଭୁ ବିଶ୍ୱନାଥ,ବହିଅଛ ପଞ୍ଚମାଥ ।ପନ୍ଦରନେତ୍ର ପକାଇ,ନ ଦେଖିଲ ଦୁଃଖ କାହିଁ ହେ ।୧।ମାରୱାଡି ଘର ଖାଲି,କରି ଖାଅ ରୁଟି ଡାଲି ।ବଣାବାଟ ଯିବ ଜଣା,ମେଣ୍ଟିବ ଅନ୍ଧାରକଣା ହେ ।୨।ମହାଜନମାନଙ୍କର,ଅର୍ଥେ ହେଲା ପକାଘର ।ଆଉ କେଉଁ କଥା ଲେଖା,ବିପଦେ ନ ଦିଅ ଦେଖା ହେ ।୩।ଶିବରାତ୍ର ଉଜାଗରେ,ଜଗିବସୁଁ ତୁମ୍ଭ ଘରେ ।ଚୋର ତସ୍କରାଙ୍କ ଭୟ,କରିଥାଉଁ ଅନ୍ତରାୟ ହେ ।୪ ।ଶ୍ମଶାନେ କରିବ ସଙ୍ଗୀ,ଭାବିଅଛ ମନେ ରଗି ।କ୍ଷମତାବନ୍ତ ଆପଣ,ଯା ଇଚ୍ଛା କରିବ ପଣ ହେ ।୫।ଭସ୍ମକୁ ମାଇଲେ ମୁଣ୍ଡ,ଉପରେ ପଡଇ ଗୁଣ୍ଡ ।କର ତ ଭସ୍ମ ଲେପନ,ଗାତ୍ରେ ତ୍ରିପୁରଦହନ ହେ ।୬।ତବ ପ୍ରାଣ ବଡ ଟାଣ,ଗଳେ ଅଛି ବିଷବାଣ ।ରାଜ୍ୟେ ହେଲା କୋଳାହଳ,ଦିଅ ବେଗେ ହଳାହଳ ହେ ।୭।ଲିଭାଇ ଜୀବନଦୀପ,ଯିବୁଁ ପ୍ରଭୁଙ୍କ ସମୀପ ।ଏ ଦାନାକଷ୍ଟ ଯନ୍ତ୍ରଣା,ଲୋକରେ ନଯିବ ଗଣା ହେ ।୮।