ନିସର୍ଗ−ଶୋଭା
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୬
- ସ୍ଥିତି
- ସାର୍ବଜନୀନ (Public domain)
କି ସୁନ୍ଦର ନିସର୍ଗର ନୀରବ ପ୍ରତିମାଭାବୁକ−ନୟନେ ଭାତେ କିବା ମଧୁରିମାଜଟିଳ କୁଟିଳ ନୀଚ ରୀତି ମାନବର,ପ୍ରଶାନ୍ତ ଉଦାର ରୂପ ପ୍ରକୃତି, ତୋହର ।ସତତ ଗମ୍ଭୀର ଶୁଭ୍ର ପ୍ରକୃତି−ଆନନଚିନ୍ତା−ନେତ୍ରେ ଦିଶେ ସଦା ସୁନ୍ଦର ମୋହନ ।ହେଲେହେଁ ପ୍ରବଳ ପ୍ରିୟ−ଆସଙ୍ଗ−ପିପାସାଦଣ୍ଡେ ବିସୋରିବି ସର୍ବେ, ବଳେ ମମ ଆଶା ।ସୁସ୍ପଷ୍ଟ ପ୍ରକାଶ୍ୟ ରାଜଦାଣ୍ଡେ ଦ୍ୱିପ୍ରହରେନ ମାନେ ମୋ ମନ ସେହି ବ୍ୟକ୍ତ ସ୍ୱରୂପରେ ।ଆଚାର ଉନ୍ନତି ସ୍ୱାର୍ଥ ନର−ସମାଜରବିସୋରି ନିମଗ୍ନ ହେବି ନିସର୍ଗ ମଧ୍ୟର ।କେମନ୍ତ ନୀରବ ସ୍ନିଗ୍ଧ ପବିତ୍ର ସୁନ୍ଦରଦେଖିଲେ ଉଦର କେତେ ଭାବ ମନୋହର ।ଶ୍ୟାମଳ ପ୍ରଶାନ୍ତ ସ୍ନିଗ୍ଧ ଉଦ୍ଭିଜ୍ଜର ଶୋଭାପତ୍ର ପୁଷ୍ପ ଫଳେ ଆହା କିବା ମନୋଲୋଭା !ପ୍ରାନ୍ତର, ସରସୀ, ନଦୀ, ହ୍ରଦ, ବନ, ଗିରି,କେମନ୍ତ ସୁନ୍ଦର ଆହା ନିସର୍ଗର ଶିରୀ !ଉପରେ ନିର୍ମଳ ନୀଳ ଅନନ୍ତ ଗଗନତାରକା ନକ୍ଷତ୍ର ଚନ୍ଦ୍ରେ ମଣ୍ଡିତ ମୋହନ ।ନିସର୍ଗ−ସୁଷମା−ଶାନ୍ତି ସ୍ଥିର ଚିରନ୍ତନଆସକ୍ତ ତହିଁରେ ତେଣୁ ଯୋଗି−ଋଶି ଜନ ।ଅଚିର ଚଞ୍ଚଳ ଏହି ସଂସାର−ବିଷୟମଳିନ ଜଡ଼ିତ ସ୍ୱାର୍ଥେ କାମଭୋଗମୟ ।ଆସୁଅଛି ମୃତ୍ୟୁ ନର ଯେତିକି ନିକଟେଧରେ ନର ସଂସାରକୁ ସେତିକି ଆପଟେଆସକ୍ତି−ବିଚ୍ଛିନ୍ନ କରି ମରଣ ନିକଟଝିଙ୍କି ନେଇ ନିଶ୍ଚେ ଆଶା ଭାଙ୍ଗିବ ନରର ।ନିଶ୍ଚେ ଦିନେ ଭାଙ୍ଗିଯିବ ଯେବେ ମୋହ ଆଶାକିପାଁ ବଢ଼ାଇବି ଏହି ବିଷୟ−ପିପାସା ?ମରଣର ଅନୁରୂପ ନିସର୍ଗ ପ୍ରତିମାକେହି ନ ପାରଇ ହରି ତାହାର ଗରିମାସଂସାର−ସୌନ୍ଦର୍ଯ୍ୟ−ପ୍ରୀତି ଚଞ୍ଚଳ ଅଚିରଚିରନ୍ତନ ସ୍ଥିର ରହେ ଶୋଭା ପ୍ରକୃତିର ।ବିଷୟ−କୃତ୍ରିମ−ଭାବୁଁ ଏ ମନେ ଫେରାଇଅନୁଦିନ ପ୍ରକୃତିରେ ଦେବି ପ୍ରବର୍ତ୍ତାଇ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ