କିବା ଘଟନାଚକ୍ର−ବଳେ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୧
- ସ୍ଥିତି
- ସାର୍ବଜନୀନ (Public domain)
ତୋ ମୋହ ସୃଷ୍ଟି ଏ ଶୟଳେ ?ଜଡ଼ଦେହ−ବର୍ଜ୍ଜନ ସଙ୍ଗେ ଏ ଆତ୍ସାମନତେଜିବେ ସ୍ୱଗୁଣ ସ୍ୱନାମ ରେ ବନପ୍ରିୟ !
—୮—
ଛନ୍ତି କି ଏ ବିଶ୍ୱର ଜ୍ଞାନମୟ ଈଶ୍ୱରପୁରୁଷ ପବିତ୍ର ସୁନ୍ଦର ?କି ରୂପେ କେଉଁଭାବେ ଅଛନ୍ତି କେଉଁଠାବେପାଏ କି ତାଙ୍କୁ ପାପି−ନର ?ପିକ ! ତୋ ବୀଣାଜିଣା ସ୍ୱନଗାଉ ସେ ସଙ୍ଗୀତ ମୋହନ,କିପରି ଏ ସଂସାର— ସାଗର ହେବି ପାରପାଇବି ଶାଶ୍ୱତ−ଜୀବନ ରେ ବନପ୍ରିୟ !
—୯—
ଦେଖନ୍ତି କି ସେ ପ୍ରଭୁ ଏ ମନୋଦୁଃଖ ସବୁ ?ବିଧାତା ସେ ପାପ ପୁଣ୍ୟର ?ପାପି−ଗୁହାରି ଶୁଣି ଦୟା ବିଚାରି ପୁଣି ?ପାଏ କି ତ୍ରାଣ ପାପି−ନର ?କିବା ସେ ନିଜ ବିଧିବଶେନ୍ୟାୟର ବିଚାର ଆଦର୍ଶେଦୟାକ୍ଷମାର ସ୍ଥାନ ନାହିଁ ନା ତହିଁ ତ୍ରାଣସ୍ୱ−କର୍ମ ଫଳୁଁ ଏ ଜୀବନ ରେ ବନପ୍ରିୟ !ଭରତ ପକ୍ଷୀ ପ୍ରତି
—୧—
ଭରତ ! ତୁ ଗାଉ ରେ କି ଗୀତକାହୁଁ ତୁ ଦେଖିଲୁ ମମ ଚିତ୍ତ ?ମୋ ପ୍ରାଣୁ ନେଇ ଛଡ଼ାଇ ତରୁଶାଖେ ବସି ଗାଇଗୁପତ ଗୀତ ମୋ କରି ଦେଲୁ ରେ ପ୍ରକାଶ ;ମୋ ପରି ବିହଙ୍ଗ ତୋର ପ୍ରାଣ କି ହତାଶ ?
—୨—
ପ୍ରତି ସ୍ୱନେ ବିରହ−ଆବେଶ,ବିଷାଦର ନାହିଁ ଯେହ୍ନେ ଶେଷ,କି ଯେହ୍ନେ ଲୋଡ଼ି ନ ପାଇ କି ପ୍ରାପ୍ତିର ଆଶା ନାହିଁକିଏ ଯେହ୍ନେ ତେଜି ଦୂରେ କାହିଁ ଅଛି ଯାଇକାନ୍ଦେ ପ୍ରାଣ ବିକଳରେ ଯେହ୍ନେ ତାହା ପାଇଁ ।
—୩—
କେତେ ନଦୀ ପର୍ବତ ପ୍ରାନ୍ତରପ୍ରିୟତମ ମୋ ମଧ୍ୟେ ଅନ୍ତରମନୋଦୁଃଖେ ଦୂର ବନ− ମଧ୍ୟେ କରି ମୁଁ ଗମନପ୍ରାଣ−ଆଶା ତେଜି ପ୍ରିୟତମର ସନ୍ଦେଶକରୁଁ ଅଛି, ଏ ଦୁଃଖ କି ମୋର ହେବ ଶେଷ ?
—୪—
ମନେ ହୁଏ ଅତୀତ ବିଦେଶୁଁଅଶେଷ ବିଗତ ଜନ୍ମ ଶେଷୁଁକେତେ କେତେ ପ୍ରିୟବରେ ମୋ ବିଚ୍ଛେଦେ ବ୍ୟାକୁଳରେଆସି ଡୁଙ୍ଗି ମାରୁଛନ୍ତି ସ୍ମୃତି−ଗବାକ୍ଷରେଦୋ−ଦୋ−ଚିହ୍ନା କରି ତାଙ୍କୁ ଚିହ୍ନି ମୁଁ ନ ପାରେ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ