ନିଦାଘ ସରସୀ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୨୮
- ସ୍ଥିତି
- ସାର୍ବଜନୀନ (Public domain)
ଶୁଖିଛି ମୋ ସାରା ସୁନୀଳ ଜଳଧି,ଆତପେ ହୋଇଛି ଲୀନ;ବିଲ ପଦା ମାଳେ ମିଶି ସେ ମୋ ତନୁଆଜି ଆହା କେଡ଼େ ହୀନ !ଜଳ-ଦରପଣେ ମୁକ୍ତା ପ୍ରତିଫଳେସମୀରେ ଖେଳାଇ ଶିର,ରବି-ହେମକର- ଅଲକ୍ଷ୍ୟ-ପରଶେବିସୋରି ଜୀବନ ଭାର,କମଳ-କଳିଟି ବିକଶୁ ଯେ ଥିଲାଅବନୀ ଗଗନ ମୋହି,ଜୀବନ-ପ୍ରଭାତେ ଚିତା-ତଳପେ ତାମଉନେ ପଡ଼ିଛି ଶୋଇ ।ବାଟର ବାଟୋଇ ବାଟେ ଚାଲିଯାଏଉଦାସ ଚରଣେ ଆଜି;ନିମିଷେ କି ଚିତ୍ତେ ଭାଳେ ମୋ ବିଗତସୋହାଗ-ସମ୍ପଦରାଜି ?କି ଅଛି ମୋର ଯେ ପଖାଳିଦେବି ତାଧୂଳି-ବିଲେପିତ ପାଦ;ମୋ ସୁଧା-କଣିକା ଅରପି ହରିବିମନୁଁ ମନ-ଅବସାଦ ?ନିଶି-ଶଶିସ୍ମିତେ ହସନ୍ତେ ଯା କୋଳେବଦନ ରଜତ ହାସେକୋଟି କଇଁ କଳି, ତା ତନୁ ପୂରିଛିବନ କଣ୍ଟା ବୁଦା ଘାସେ ।ଯେତେ ମୋ ସମ୍ପଦ ସରିଛି ସକଳ,ଋତୁ ଆବର୍ତ୍ତନେ ବୁଲି !ହୀନହୀନ ବେଶେ ଦିବା ନିଶି ନିତିପଡ଼ି ମୁଁ ହେଉଛି ଘାରି ।ଜଳବେଣୀ-ବକ୍ଷେ ସନ୍ତରନ୍ତେ ସୁଖେଶତ ଜଳଚର ଯହିଁ,ଶୃଗାଳ କୁକୁର ବିକଟ ନିନାଦେବୁଲନ୍ତି କ୍ଷୁଧାର୍ତ୍ତ ହୋଇ ।ଆଉ କିପାଁ ନଭେ, ନବୀନ ଜଳଦ,ଢାଳୁଛ ସଲିଳଧାରା;ନିଠୁର ସେନେହେ ତିନ୍ତାଉଛ ମିଛେ,ଏ ତନୁ-ତାପିତ ଭାରା ?ଅଧେ ମୁଁ ଜଳିଛି ଯେ ଭୀମ ଆତପେ,ପୂରାଇ ଜାଳିବ ତହିଁ;ଘନ ବାରିଧାରା, ତଟିନୀ-ପ୍ରବାହେଆଉ ତ ଭୁଲିବି ନାହିଁ ।ଗିରିଶିଳା-ଶିରେ ବରଷ ହରଷେ,ସାଗର-ସିକତା-ଶେଯେ,ମୋ ଭଳି ସହସ୍ର ନିରେଖ ଆଶ୍ରିତେବୁଡ଼ାଇ ବିଷାଦ-ଲାଜେ ।କାଶୀ ଯିବ ?କାଶୀ ଯିବ ? ସେ ତ ବହୁ ଦୂର ପଥ,ନଦୀ ଗିରି ବନ ବିଷମ ପାରେ;ଏ କ୍ଷୀଣ ଚରଣେ କିପରି, ଗୋ ବୁଢ଼ି !ଚାଲି ଯିବ, ମନେ ପାଞ୍ଚିଛ ହେଲେ ?”“ଘର ମୋର, ବାବୁ ପ୍ରୟାଗ ରାଇଜେ,ମିଳନ୍ତି ଜାହ୍ନବୀ ଯମୁନା ଯହିଁ;ଏକାଟି ଦୁଃଖୀ ମୁଁ ରହେ ମୋ କୁଟୀରେ,ପୁଅ ପତି ମୋର କେହିଟି ନାହିଁ ।ପୁଅ ପତି ? ପତି ପରାଣଦେବତାବର୍ଷବ୍ୟାପୀ ବ୍ୟାଧି ଭୋଗିଲେ ଆହା !କି କହିବି, ବାବୁ, ସେ ଦୁଃଖ କଷଣ,ମରଣ-ଶେଯେ ସେ କେ ଥିଲା ସାହା ?ପରାଣୁ ଅଥିକ କରିଥିଲେ ମୋରେସମ୍ପାଦି ନିମିଷେ ପାରିଲି ନାହିଁ;ଏହି ହାତେ ଘରୁ କରି ମୁଁ ଅନ୍ତର,ଚିତାନଳେ ତନୁ ଥାପିଲି ନେଇ ।ପଶି ମୁଁ ଥାଅନ୍ତି ନିଜେ ସେ ଅନଳେ;ଚିତା-ତଳ୍ପେ ଶୋଇ ପତିଙ୍କ ତୁଲେ,ନର ପ୍ରୀତି ପାଶେ ଏ ମର ବନ୍ଧନକରିଥାନ୍ତି ଚିର ସରଗପୁରେ ।ନୋହିଲା ନୋହିଲା, ଶିଶୁ ତନୟରବାଳୁତ-ଉଦାସ ବଦନ ହେରି,ଅଧେ ଜୀବ ମାତ୍ର ବହି ଏ ହୃଦୟେ,କୁଟୀରେ ଆବର ଆସିଲା ଫେରି ।ପରାଣପତିଙ୍କ ପ୍ରୀତି-ପ୍ରତିନିଧିପୁଅଟିରେ ମୋର ଘେନି ମୁଁ କୋଳେ,ରମଣୀ ବିଚ୍ଛେଦ ଭାରା ତେଜି ମନୁ,ଶୋକ-ସ୍ମୃତିଟିକି ପୋଛିଲି ଧୀରେ ।ପୁଅଟିକି ହେଲା ଅଠର ବରଷ,ଉପମା ଅବନୀମଣ୍ଡଳେ କାହିଁ ?ଯେତେ ଦେଖିଲେ ମୋ ନ ପୂରେ ପିପାସା-‘ଧନ, ଏ ଜୀବନ ତୋହରି ପାଇଁ ।’କେତେ ଦିନେ ଦେଶେ ବଇରୀ ସଇନେଆସିଲେ ରାଇଜ ଜିଣିବା ଆଶେ;ମନେ ପଡ଼ିଗଲେ ରୋମାଞ୍ଚ ହେଉଛି,ଏ ଜରା ପରାଣ କମ୍ପୁଛି ତ୍ରାସେ ।ବାଲି ଧୂଳି ମାଟି ପଙ୍କେ ସିନା ଗଢ଼ା,ସରଗୁଁ ବଡ଼ ଏ ଜନମଭୂଇଁ;କିପରି ଦେଖିବି ହରିନେବ ପର,ଏ ପିଣ୍ଡେ, ବାବୁ ରେ, ପରାଣ ଥାଇ ?ମୋ ଦୁଃଖୀ ହୃଦର ଅମୂଲ୍ୟ ରତନପୁଅଟିରେ ତହୁଁ ରାଇଲି ପାଶେ;କରଯୁଗେ ଘେନି ଚୁମ୍ବିଲି ବଦନ ,ଭାଷିଲି ଆହା କି ନିଠୁର ଭାଷେ,–‘ବରରୀ ସଇନେ ତୋର ଏ ରାଇଜେକେତେ ଅନାଚାର କରନ୍ତି ଆସି;ନ ଯିବୁ, ଧନ, କି ଗଉରବେ ରଣେ,ରିପୁକୁଳ ନାହିଁ ଆସିବୁ ନାଶି ?’‘ଯାଉଛି, ମାଆ ଲୋ, କର ଆଶୀର୍ବାଦ,ବଇରୀ ସଇନ ଜିଣିବା ପାଇଁ ;ହାତେ ଧନୁଶର ଢାଲ ତରବାରଦେଇ, ତାରେ ତ୍ୱରା ପେଷିଲି ମୁହିଁ ।ସେହି ବେଶଟି ଯେ ମୋ ଧନମାଳୀରଦେଖି ମୁଁ ନୟନେ ଦେଲି ମେଲାଣି;ଆଉ ଏ ଜୀବନେ ଶୟନେ ସ୍ୱପନେସେ ବଦନ ନାହିଁ ଦେଖିଲି ପୁଣି ।ସେହି ଦିନୁଁ, ବାବୁ, ତେଜିଛି କୁଟୀର,ବୁଲୁଛି ରାଇଜୁ ରାଇଜେ ଯାଇ;କେତେ ତ ଦେଖୁଛି ଯୁବା, ଜରାଜୀର୍ଣ୍ଣ,ମୋ ପୁଅ ପତିଙ୍କି ଭେଟିଲି କାହିଁ ?ସାକ୍ଷୀ ଏ ଅଛନ୍ତି ସାକ୍ଷୀ-ଗୋପୀନାଥ,ବତାଇ, ବାବୁ ରେ, ଦିଅ ମୋ ବାଟ;ଖୋଜିଲିଣି ଯେତେ, ଖୋଜିବି ଆହୁରି,ଜୀବନେ ଯାବତ ନୋହିଛି ଭେଟ ।ତୋହ ଭଳି ଯେତେ ଦେଖିବି ଯେ ଠାବେ,ବଖାଣିବି ମୋର ହୃଦୟେ ଜ୍ୱାଳା ;ଏ ଦୀର୍ଘ ନିଶ୍ୱାସ ସଞ୍ଚି ଦିନୁ ଦିନ,ଅଧିକୁ ଅଧିକ କରିବି ଭାରା ।”“ଚାଲ, ମା, ସଙ୍ଗତେ ଯିବି ମୁହିଁ ତୋର,କାଶୀ କପିଳାସେ ବୁଲିବି ଯାଇ;ଯେ ଭାରା ବହିଛୁ ଏକା ତୁ ପରାଣେ,ଅଧେ ତହୁଁ ଏବେ ବହିଲି ମୁହିଁ ।ବେନି ଜନେ ଏବେ ଏକାଟି ସିନା ତୁଖୋଜୁଛୁ ବୋଲି ଏ ବିଷମ ଜ୍ୱାଳା;ବେନି ଜନେ ଯେବେ ଖୋଜିବା ଜଣକୁ,ସୁଖେ ବହିବା ଏ ବିଷାଦ-ଭାରା ।”“କହ ନା, ବାବୁ ରେ, କହ ନା ଏଭଳି,ଥାନ କି ଅଛଇ ଏ ହୃଦ-କୋଣେ,ଆଉ ଏକ ସ୍ମୃତି ସମ ସୁଖ ଦୁଃଖେପରାଣେ ବହିବା ପାଇଁ କି ଦିନେ ?ଯେତେ ମୁଁ ଜୀବନେ କରୁଛି ସେନେହ,ପୋଛି ଯେ ଜୀବନୁଁ ଦେଉଛି ସବୁ;ମନେ ତ ନୋହୁଛି କେତେ ଯୁଗେ, ଆଜିକିପାଁ ତୁ ଏ କଥା କହିଲୁ, ବାବୁ !ଉଇଁବ ତୁରିତେ ନଭେ ଦିନମଣି,ଢାଳିବ ଅନଳୁ ବଳି ତପତି;ଜଳି ମୁଁ ଚାଲିବି, କହିଦିଅ ବାଟ,ବାସେ ତୋ, ବାବୁ ରେ , ରହ ତୁ ଏଥି ।”
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ