ପ୍ରତ୍ୟାଖ୍ୟାନ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୫
- ସ୍ଥିତି
- ସାର୍ବଜନୀନ (Public domain)
ଏକାଟି କଇଁ ମୁଁ ଫୁଟି ସରୋବରେଯାପିଲି ଯାମିନୀ ସାରା;ଉଷା ରବିକରେ ମୁଦିଲି ନୟନବିସୋରି ଜୀବନଭାରା ।ତପନ-ପାବକେ ଯାଇଥିଲି ଜଳିପରାଣ-ସୋହାଗ ତେଜି ,ବାସନା-ଶ୍ମଶାନେ ସଜାଡ଼ି ଉଦାସେପାଖୁଡ଼ା କେଶରାଜି ।ଫୁଟିଲା ପୁଲକେ କମଳ-କଳିକା,ଢଳିଲା ସରସୀ-ନୀରେ,ସମୀର-ହିଲ୍ଲୋଳେ ଖେଳିଲା ସରାଗେ;ଦେଖିଲେ ସୁମନେ ତୀରେ ।ମୁହିଁ ସେତେବେଳେ ଲୋଡ଼ି ତ ନ ଥିଲି,ଉଠିବି ମୋ ନିଦ୍ରା ଭାଙ୍ଗି;ଭାବି ତ ନ ଥିଲି, ମୋରେ କେ ଚାହିଁଛି,ମୁହିଁ ଅବା କାହା ଲାଗି ।ତୁମେ କିପାଁ ଏବେ ଉଠାଇଲ, ବିଧୁ,ଦୂର ଅନ୍ତରୀକ୍ଷ ତାରା;ମରଣେ ଢାଳିଲ ପ୍ରୀତି ପରିଦାନେଅମର ପୀୟୂଷଧାରା ?ବିଜନେ ଥିଲି ମୁଁ ବିପିନ ନିବାସୀ,କଲ ବିଜନତା ଦୂର;ସହସ୍ର ଯୋଜନେ ରହି, କଲ ଏଥିହ୍ରଦକଇଁ-ହୃଦ ଜୂର ।ମରତେ ଜନମ, ମରତେ ବାସ ମୋ,ମୋ ସ୍ୱର୍ଗ ମରତ ଶିରୀ;ଜୀବନ ମରତ ସୁଖେ ସିନା ପାରେଏ ମରତ ଦେହୀ ଢାଳି ।ସମୀର ପରଶେ ଖେଳିବ, ସଲିଳେଦେଖିବ ବଦନ ଠାଣି,ତୀର ଫୁଲ ତୁଲେ କୁହାକୁହି ହେବହୃଦୟ ଗୁପତ ବାଣୀ ।ଏହା ସିନା, ପ୍ରୀତି ପରଶମଣି ହେ,ଲୋଡ଼ଇ କଇଁଟି ପ୍ରାଣେ;ନିମିଷକ ଦୂରେ ରହି କି ପାରିବସୁର ସ୍ନେହ ସନମାନେ ?ଏହି କଥାମାନ ପରାଣେ ଯେବେ ମୋହେଲା ନାହିଁ ଲଭିବାର,କି ସୁଖ, ପ୍ରିୟ ହେ, ନିମିଷେ ଜଗତେବହି ଏ ଜୀବନଭାର ?ପରାଚୀ ଗଗନ ଦିଶିଲାଣି ତୋରା,ଅରୁଣ କନକ ଢାଳି;ମୁଁ ଏବେ ତୁରିତେ ମୁଦିବି ନୟନ,ଆତପେ ଏ ତନୁ ଜାଳି ।ନାହିଁ, ନିଶାମଣି, ଉଠାଇବ ଆଉଏ ଦୀର୍ଘ ଦିବସ ପାରେ;ଦୂର ବ୍ୟୋମବାସି, ବ୍ୟୋମବାସେ ରହ,ମୁଁ ବୁଡେଁ ସରସୀ-ନୀରେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ