ବିହଗ ପରାଣ ଘେନା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୦
- ସ୍ଥିତି
- ସାର୍ବଜନୀନ (Public domain)
“ଦେଖୁଛ ତ ଦୂରେ କନକ ନଗରୀମାଣିକ୍ୟ ଭୂଷଣେ ଭରା;‘ଆ ଆ ଆ ଆ, ପିକ’– ଶୁଣୁଅଛୁ ନିତିସୋହାଗ ବଚନଧାରା ।ଚାଲି କି ତୁ ସତେ ଯିବୁ, ରେ କୋଇଲି,ଏ ବନ ବିତାନ ଛାଡ଼ି;ଏ ତରୁଡାଳୁଁ ତୋ ନ ଢାଳିବୁ ଆଉଅମୃତ ଅଲକ୍ଷ୍ୟ ଶିରୀ ?ମଣୁ କି ମରତେ ଯାବତ ସମ୍ପଦମୋର ଏ ଏକଇ ତରୁ,ତେଜି ଯା ଗହଳ ଉଡ଼ିଗଲେ ବାରେଭେଟିବୁ ଭୀଷଣ ମରୁ ?ରହିଛି, ଦେଖ ରେ, ଫୁଲ ଫଳ କେତେପୁତ୍ର କିଶଳୟ ଡାଳେ,ବହିଛି ଯା ବନେ ପ୍ରତି ତରୁଲତାସେନେହ ସୋହାଗ ଭାରେ ।ରଖିଛି ତୋପାଇଁ ଲତିକା ନିକୁଞ୍ଜସଜାଇ ମୋହନ ବେଶେ,ନିଶି-ଶଶିସ୍ମିତ ପୀୟୂଷେ ପଖାଳି,ଅରୁଣ-କନକ-ଭାସେ ।ବହୁଛି ସମୀର, ମୃଦୁ ଆବର୍ତ୍ତନେଖେଳାଇ କାନନଭୂମି;ଦେଶେ ଦେଶେ ମଧୁ ବିତରି ଯାଉଛି,କୁସୁମ କେଶର ଘେନି ।ବିସୋରି ଯେ ମୋଦେ ନିଜ ବଇଭବଅପର ବିହଗ କେତେ,ଶୁଆ,ସାରୀ, ପିକ ଆସିବେ ଏ ଠାବେବନେ ବନେ ଛନ୍ତି ଯେତେ ।ଦୂରେ ମନ୍ଦାକିନୀ ପେଷିବ ନିକରସଲିଳ ବିମଳ ଧାରା;ହିମାଚଳ-ଶିରୁଁ ହିମ ଶୁଭ୍ର ଚୂଳଓହ୍ଲାଇ ଆସିବ ପରା ।ମହୋଦଧି-ବକ୍ଷ ଫେନିଳ ଲହରୀଖେଳିବ ଏ ବନେ ଆସି;କୁରଗ କେଶରୀ ସୋଦର ସୋହାଗେସୁଖେ ବିହରିବେ ହସି ।ଏ ତହୁଁ ବଳି କି ଅଛଇ ସମ୍ପଦକନକ ରଜତ ବାସେ,ଯାହା ଲାଗି, ପିକ, ଭାଳୁଛି ହୃଦେ ତୁବରଜି ଯିବୁ ସେ ଦେଶେ ?ରହୁ ଏଥି ରହୁ ବନର କୋଇଲି,ପୁଲକେ ପରାଣ ବିହି;ଏ ସରିସମାନେ ଅବନୀ ଆକାଶେକିବା ତୁ ଲଭିବୁ କାହିଁ ?”“ଯାଇ ନାହିଁ, ଯେବେ ଯିବାର ଥିଲା ମୋମୁକତ ମୋହନ ପଥ;ଏ ତରୁ ଶାଖାଟି ଲୋଡ଼ି ତ ଆସିଛିମୁଁ ଦୂର ଅପରିଚିତ ।ହାତେ ଧରି ଯେବେ ସୁବର୍ଣ୍ଣ ପିଞ୍ଜରନୃପତି-ତନୟ ମଣିରାଇଲେ ଆଦରେ ଏଡ଼ି ସେ ସୋହାଗେ,ଆଶ୍ରିଛି ଏ ବନଭୂମି ।ଏ ତରୁଟି ବିନେ ନ ଜାଣେଁ ଆନ ମୁଁ,ନିବସି ନିରତେ ଏଥି;ମରୁରୁ ମରୁ ସେ ହେଉ ବନଦେଶ,ବିକଟୁଁ ବିକଟ ଅତି ।ନ ବହୁ ସମୀର, ଗୁଣୁ ଗୁଣୁ ଅଳିବିସୋରୁ ଗୁଞ୍ଜିବା ତାର;ରବି, ଶଶୀ, ତାରା ଲୁଚନ୍ତୁ ଗଗନେ,କି ତହିଁ ଅଛଇ ମୋର ?ଏ ତରୁ ଶାଖାଟି ମୋ ବିଶ୍ୱସାରା ହେ,ମୋ ଜୀବ ଜୀବନ୍ତ–ନିଧି;ଯେତେ ଦିନ ଏଥି ଗାଉଥିବି ବସି,ମୋ ଲକ୍ଷ୍ୟ ପାରିବି ସାଧି ।ସହିବି ବରଷା, ପବନ ପ୍ରବାହ,ତପନ-ତପତ-ତେଜ;ବରଷା ଜୀବନେ ନେଇଛି ବାରେକ,ତାତହୁଁ ବଳି କି ନିଜ ?ଡାଳୁଁ ଡାଳେ ଉଡ଼ି, ପଲ୍ଲବ ଗହଳେକୋଇଲି ଉଷତ ସିନା;କନକ ଭୂଷଣେ କିବା ଅଛି ତାରବିହଗ ପରାଣ ଘେନା ?”
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ