ନବବର୍ଷର ଜୟ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୬
- ସ୍ଥିତି
- ସାର୍ବଜନୀନ (Public domain)
ହେ ମୋର ଜାତିର ମୁକ୍ତିପଥର ପରମ ତରୁଣଦଳବନ୍ଦନା କର ଆଜି ଧରଣୀର ଅତିଥି ଚରଣ ତଳ ।ଦେଖ ତବ ନତ ନେତ୍ରପଥରେ ଏଇ ଚାଲେ ଧୀରେ ଚାଲେବିକଳ ପ୍ରାଚୀନ ବତ୍ସର ଆଜି ମୃତ୍ୟୁର ପରପାରେ ।ଏ ନବ ବର୍ଷ ପ୍ରଭାତ ପଥରେ ଧର ହେ କେତନ ଧର,ହେ ମୋର ଜାତିର ମୁକ୍ତିପଥର ଅରୁଣ ବରଣ ଦଳ !ହେଉ ପୁରାତନ କାଲିର ଧର୍ମ୍ମ, ଗାଉ ବସି ତାରେ କବିହୁଉ ତୁମେ ଆଜି ମୋ ଜାତି ମାନସେ ଉଦୟାଚଳର ରବି ।ଭେଦି ଏ ସମାଜ ସୀମାପଥ ଆଜି, ତେଜି ଦେଶ ସୀମା ବାରେଚିତ୍ତ-ନିକଷେ ନବୀନ ବରଷ ଦିଶେ ସଙ୍କେତ ଗାରେ ।ତୀର୍ଥଯାତ୍ରି ! ଧର ହେ ଧୈର୍ଯ୍ୟ, ବରଣ କରିବ ଜାଣିବର୍ତ୍ତମାନର ବର୍ଷ ତଟରେ ଦେବତା ବଜ୍ରପାଣି !!କେତେ ପୁଷ୍ପିତା କିଶୋରୀ ତନୁରେ ମରଣ ବିହିଲା ଛାଇ,ବିରହମାନର ବିଜନ ବାସରେ ବେଦନା ଉଠିଲା କାହିଁ,ଝାଉଁଳି ପଡ଼ିଲା ଅଧର ରାଗ ସେ କାହାର ଅକାଳେ କାଲି,ଉଦ୍ଗତ ମୁଖ ହେଲା ଅବନତ ସଂସାର ଲୀଳା ଛାଡ଼ି !ପଥେ ପଥେ କାହିଁ ଚାଲିଗଲେ କେତେ ମରଣ ଯାତ୍ରୀଦଳକର ଶିରାଘାତେ ଥରିଲା ନିଖିଳ-ଜୀବନ-ବକୁଳତକ ।ଅସମ୍ମାନେ ବା ଲୁଚିଲା କାହାର ଗୌରବଟିକା ଭାଲେ,ଶଙ୍ଖ କାହାର ବାଜିଲାନି ବାରେ କମ୍ପିତ କରତାଳେ ।ବନ୍ୟା ଯେ ଥିଲା ଆସି ଏ ଦୁଆରେ ଫେନିଳ ଅଟ୍ଟହାସେଝିଲ୍ଲି-ମୁଖର ପଲ୍ଲୀ ବିହାରେ ରଚାଇ ମୃତ୍ୟୁ-ରାସେ,ପୁରାତନ ତୁଲେ ବନ୍ଦୀ ସେ ସବୁ, ଗାଅ ହେ ତରୁଣଦଳ,ସନ୍ଧାନ କର ନୂତନ ଭୁବନେ ଶ୍ୟାମଳ କେଦାର ତଳ ।ବିରଚ ହେ ନବ ମହା ଯୌବନ ଏ ନବ ବର୍ଷ ଆଜି,ବିହିବେଟି ବାଣୀ ତବ ସଙ୍ଗୀତେ ନର-କଙ୍କାଳରାଜି ।ତୁମରି ସ୍ୱତ୍ୱ, ତୁମରି ସତ୍ୟ ହେଉ ଏ ଜଗତମୟନବ ବର୍ଷର ନବ ହର୍ଷର ହେ ଶହୀଦ୍ ଦୁର୍ଜ୍ଜୟ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର