ଗ୍ରାମ ଦେବତା
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୬
- ସ୍ଥିତି
- ସାର୍ବଜନୀନ (Public domain)
ଗାଉଁ କେତେ ଦୂରେ ପଥର ଦେଉଳକେତେ କାଳୁ ଦିଅଁ ଅଛନ୍ତି ବସିପାରିବ କି କହି କେହି ନରଦେବୀ,କହିଲେ କହିବେ ତପନ ଶଶୀ ।ନିତି ବାଜେ ଘଣ୍ଟ, ହୁଏ ପରକଟସେ ହେବ ମହିମା ଘରକୁ ଘର,କିଏ ନ ଜାଣଇ କୁମାରାଙ୍ଗେ ଥାଇକୁମାରାଙ୍ଗ ଦିଅଁ ବାଲୁକେଶ୍ୱର ।ପୂଜା-ଆରତିରେ, ଦିବସେ, ରାତିରେବାଳ ବୃଦ୍ଧ ଯୁବା ହୁଅନ୍ତି ଜମାମଥା କୋଡ଼ି ନିତି ଜଣାଇ ଯାଆନ୍ତିସ୍ନାନ ସାରି ଉମା, ରେବତୀ, ରମା ।ତରୁଣୀ କୁମାରୀ ସଖୀ ସହଚରୀଓଦା ବସନରେ ବେଢ଼ାଇ ଅଙ୍ଗମୁହେଁ ଚିପି ହସ, ଚଢ଼ାଇ ଗୟସକହନ୍ତି ଗୋପନେ ମନ-ପ୍ରସଙ୍ଗ ।କୋଳେ ଘେନି ସୁତ ଜଣାଏ ଭଗତଅମର ହେଉ ତା କୁଳନନ୍ଦନ,ଜନନୀ ଜଣାନ୍ତି ଆସି ନିତି ନିତିକାଚ ମାଛ ପାଇ ଥାଉ ତା ଧନ ।ବାଟେ ଗଲାବେଳେ ଭିକାରି କାତରେମୁଠେ ଭିକ ଆଶେ ଟେକେ ତା କର,ଗ୍ରାମ ସାହୁକାର କରେ ନମସ୍କାରଚଢ଼ା ରଖିବାକୁ ତା ସୁଧହାର ।ୠଣୀ କୋଡ଼େ କଥା, ତା ଘର ବାରତାକଥାରେ ନ କହି କହେ ଲୁହରେଚଷା ହଳ ଧରି କହେ–ହରି ହରି !ଚାଉଳ ଅଣାକୁ ନ ମିଳେ ସେରେ !କାନ୍ଦି ଡାକେ ରୋଗୀ ଭଲ ହେବାଲାଗି,ଜଣାନ୍ତି ବଇଦେ ପଇସା ଆଶେ,ଗାଆଁ ଅବଧାନ ଗାଆନ୍ତି ଜଣାଣଦରମା ବଢ଼ିବ ବରଷ ଶେଷେ ।ସବୁ ଶୁଣି ଶୁଣି ପଥର ହେଲେଣିପଥର ଦେଉଳେ ଗ୍ରାମଦେବତାକି କଥା ଶୁଣି ସେ କିବା ନ ଶୁଣିବେସେଥିଲାଗି ଅବା କରନ୍ତି ଚିନ୍ତା !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର