ମୂଷାସଭା
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୧
- ସ୍ଥିତି
- ସାର୍ବଜନୀନ (Public domain)
ଯେତେ ଯହିଁ ଅଛ ଶୁଣ ହେ ମୂଷା-ଚାଳୁଆ, ଚୁଟିଆ, ହେ ଗାତପଶା !ମାଡିଆସିଲା ଏ ବିପତ୍ତି ଘୋରନିଜ ଘରେ ନିଜେ ହେଲେଣି ଚୋର !ପାଠର ଭଣ୍ଡାର ଯେ ଗଣପତିଆମେ ପରା ତାଙ୍କ ବାହନଜାତି ?ଭୂଇଁ ଖୋଳି ଆମେ ଗାତରେ ଥାଏଁସକାଳ ପହରୁ ସନ୍ଧ୍ୟା ଯାଏ ।ଆମ ସ୍ୱାଧୀନତା ଟିକିଏ ନାଇଁରାତିବେଳେ କାହିଁ ବୁଲିବା ପାଇଁ ?ଆମର ପରମ ବଇରୀ ପୁଷିତାକୁ ସରକାର ରଖିଲା ପୋଷି !ଆମେ କି ନୁହେ ଏ ଦେଶର ଜୀବଆମ ସ୍ୱାଧୀନତା କାହିଁକି ଯିବ ?ଆମ ଘରବାଡ଼ି ଉଠାଇ ଏଥିଜାରି ହେଲା ମୂଷା ମାରିବା ନୀତି !ଅପବାଦ ଆମ ନାମେ କାହିଁକିଆମ ପରି ଆଉ କେହି ନାହିଁ କି ?ସେକ୍ରେଟେରୀଏଟେ ଆମର ଦୋଷ-ଫାଇଲି କାଟୁଚୁ ନିଶି-ଦିବସ ।ନାଇଁ ଏଠି ଧାନ ନାହିଁ ତ ମୁଗକରିବାକୁ ଆମେ ବିଳାସ ଭୋଗ ।ଶୁଖିଲା ଭୂଇଁରେ କରିଚେ ଘରମାଇଲା ଆମକୁ ଏ ସରକାର ।ଏ ସରକାରରେ ଆମେ କି ମୂଷା ?ଏଠି ହୁଏ ଖାଲି ମୂଷା-ବେଉସା ।ମୂଷାଙ୍କୁ ତୁଚ୍ଛାରେ ଦିଅନ୍ତି ଦୋଷରଥ, ଜେନା, କର, ଷଡ଼ଙ୍ଗୀ, ଘୋଷ ।ଦାଶ, ନାଗ, ପଟ୍ଟନାୟକ, ଆୟା,କଉରା, ସଉରା, ପାଲିତ, ଭାୟା,ନନ୍ଦ, ମନ୍ଦ, ଛନ୍ଦ, ମେଜର, ପତିକରନ୍ତି ‘ବିଶାଳ ଓଡ଼ିଶା’ ସୃଷ୍ଟି ।ତିଆଡ଼ି, ପଧାନ, ମିଶ୍ର, ମହାନ୍ତିଆମ ପରି କେତେ ମୂଷା ନାହାନ୍ତି,କାଟି ପରିମିଟ୍ ତୁଚ୍ଛାରେ କେତେଉଚ୍ଛନ୍ନ କରନ୍ତି ସମ୍ପତ୍ତି ଯେତେ ।କୋଇଲା, କପଡ଼ା, ପିଡ଼ିଆ, ଧାନ,ସୂତା, କିରାସିନି, ରେଳ ଓ୍ୟାଗନ,ଗାଈଗୋରୁ, ଛେଳି, ମେଣ୍ଢା, ମଇଁଷିଖରଙ୍ଗା, ଖାସଲା, ବଡ଼ ଇଲିଶି;ଲୁହାଛଡ଼, ଚିନି, ଗହମ, ଲୁଣ,ସିମେଣ୍ଟ ଓ ଟିଣ ପଣକୁ ପଣ,ନ ଯିବା ଥାନକୁ ଯାଉଚି ବହି,କଲମ ଗାରକେ, କଳଣା ନାଇଁ ।ଆମେ ସିନା କାଟୁ ଖାତା ଓ ଫିତାକାଟନ୍ତି ଏମାନେ ନିପଟ ଚିତା ।ଏଇ ଚିତା-କଟାମୂଷିକ ଦଳୟାଙ୍କ ପାଇଁ କିଏ ବିରାଡ଼ି ବୋଲ ?ଆମେ ଯାଇନାହେଁ କଲେଜ ପଢ଼ିଚଢ଼ିନାହେଁ ଆମେ ମୋଟର ଗାଡ଼ି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର