ଛେଳିର ନିବେଦନ
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୦
- ସ୍ଥିତି
- ସାର୍ବଜନୀନ (Public domain)
ଧୀରେ ଧୀରେ ଆମ ଦେହରୁ ଚମଡ଼ା କାଢ଼ହେ ଦୟାସାଗର, ହେ ପଶୁଘାତକଦଳ ।ଆବୁ ବୋଲି ତୁମେ ହାର୍ଣ୍ଣିଆ ଦେଲ ଫୋଡ଼ି,ହାଣିବା ଆଗରୁ ବେକକୁ ନ ଦିଅ ମୋଡ଼ି ।ଦେବୀ ମନ୍ଦିରେ ବଳି ପଡୁଥିଲୁ ଆଗେସେ କଥା ଭାବିଲେ ପରାଣେ ବେଦନା ଲାଗେ ।ସେଠୁ ଛୁଟି ପାଇ କଂସେଇଖାନାରେ ଉଭାଆମ ଘେନି କେତେ ଭୋଜିଭାତ, କେତେ ସଭା ।ଆମେ ଥିଲୁ ଦିନେ ‘ମେଷପଟେମିଆ’ ତଳେଯୀଶୁ ଅବତାର-ସଙ୍ଗୀ ଚାରଣ ବେଳେ,ଆମେ ଥିଲୁ ପୁଣି ଗାନ୍ଧି ପରମ ସାଥୀରୋଗ-ବଇରାଗେ ଆମ କ୍ଷୀର ତୁମ ପଥି ।ଧୀରେ ଧୀରେ ଆମ ଚମରେ ଛୁରିକା ଚାଳସରକାର ଘର ହେ ପଶୁଘାତକ ଦଳ ।ଯକ୍ଷ୍ମା ନିବାରି ଆମେ ଦେଉ ଜୀବଦାନଆମକୁ ନ ମଣ ଅତି ହୀନ, ଅତି ସାନ ।କି ପାପ କରି ଯେ ଏ ଜନମେ ହେଲୁ ଛେଳିମରଣ ଅନ୍ତେ ଚମଡ଼ାରେ ହେବୁ ପାରି ।ଜେତା, ଚଟି ରୂପେ ତୁମ ଶ୍ରୀଚରଣ ଛୁଇଁଆର ଜନମକୁ ଆଉ ଛେଳି ହେବୁ ନାଇଁ !ଆମକୁ ପୂଜିଲେ ଶ୍ରୀ ଜଡ଼ଭରତ ଋଷି,ଆମକୁ ସେବିଲେ ନ ମରିବ କାଶି କାଶି ।ଆମରି ଚମଡ଼ା ଭାନିଟି-ବ୍ୟାଗକୁ ଧରିତୁମ ପ୍ରଣୟିନୀ ବୁଲିବେ ବଜାର କରି ।ପର ସେବା କରି ଧନ୍ୟ ହେଉ ଏ ଛେଳିଆମଠୁ ମାନବ ଏ ମହା ଶିକ୍ଷା କରି,ପରେ ମାରି ଆଉ ନିଜରେ ନ କରୁ ବଡ଼ଧୀରେ ଧୀରେ ଆମ ଦେହର ଛୁରିକା ଚାଳ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ