ମୁକ୍ତିଯାତ୍ରୀ ଗୋପବନ୍ଧୁ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩୫
- ସ୍ଥିତି
- ସାର୍ବଜନୀନ (Public domain)
ଚାଲିଛ କି ଆଜି ଯାତ୍ରୀ ହେ ତବ ଆଗେ ଆଗେ ଚାଲେ ମରଣସୁଦୂର ସେ କେଉଁ ବ୍ରଜ ନିଙ୍କୁଜୁ ଆସିଛ ମୁକ୍ତି ବରଣ ।ଜୀବନ-ଯମୁନା ତଟେ ଥରି ଥରି ବଂଶୀ ବାଜୁଛି ବିଧୂରେଶଂକିତ ବୁକେ ଅଙ୍କିତ କରି ଗାଅ କି ମନ୍ତ୍ର ମଧୁରେଥରି ଉଠେ ଜଡ଼ ପରାଣଆଗେ ଚାଲ ବୀର ମୁକ୍ତି ସାଧକ ଏ କି ପଥେ ପଥେ ମରଣ !ଦୁର୍ବାସା ଆଜି ବୈଶାଖ ବେଶେ ପିଙ୍ଗଳ ଜଟା ବରଷେଶଂକର ତାର ମଡ଼ା ଦେଶ ବୁକେ ଢଳି ଢଳି ନାଚେ ହରଷେ ।କ୍ଳାନ୍ତ ଚପଳା ହସି ହସି ଯାଏ ରୁଦ୍ର ଅଧରେ କହି କି,ଅଚପଳ କ୍ଷୀଣ ଶିଥିଳ ଜୀବନ-ଯନ୍ତ୍ରେ ଏ ନାଡ଼ୀ ନାହିଁକି ।ଏ କି ହେ ଯାତ୍ରା ଲଗନ ?ତୁମେ ହସୁଥାଅ ବଜ୍ର-ପୁଲକେ, ଦେଶ କି ଭ୍ରାନ୍ତି-ମଗନ ?ସ୍ପନ୍ଦନହୀନ ଦେଶେ ଆଜି ବୀର ! ଏ କି ହେ ମନ୍ତ୍ର ପଢ଼ିଲ,କିବା ଆଶାବାଣୀ ଘେନି ସନ୍ନ୍ୟାସୀ ମରଦେଶେ ଅବତରିଲଢାଳିଦେଲ କିବା ବିଦ୍ୟୁତ ଚିତା ମୁକ୍ତ କରିଲ ବନ୍ଧ ହେ,ଦେଶେ ଦେଶେ ଶୁଭେ ଦୀପ୍ତ ପୁଲକେ ତବ ଅନ୍ତର ଛନ୍ଦ ହେ ।ଚାଲ ଚାଲ ଆଜି ଚାଲିଛ ତ ବୀର, ଭିକାରି, ହେ ଦୀନତାରଣପୁଣ୍ୟ ତୁମରି ପଦ ରେଣୁ ଲାଗି ଧନ୍ୟ ହେବ ଏ ମରଣ ।ହଲାଅ ଚଳାଅ ସୁପ୍ତ ଅବନୀ, ଚାଲ ଚାଲ ବୀର ଚାଲ ହେଯାଜ୍ଞିକ ତୁମେ, ଯୁଗେ ଯୁଗେ ତବ ଯାତ୍ରୀଟି ମହା ପ୍ରଳୟେ ।ତବ ସେ କୁଟୀର ଦୁଆରେଭେଦି ମରଲୋକ ସଙ୍ଗୀତ ଉଠେ ମରଣ ମୁକ୍ତ ଜୁଆରେ ।ଯୁଗ ଯୁଗ ଧରି ବ୍ୟର୍ଥ ବାସନା ଝରିପଡ଼ିଲା ଯେ ନୀରବେପାଦେ ପାଦେ ଦଳି ଭୀମ କଣ୍ଟକେ କରୁଛ ମଧୁର ଗରବେକରେ ତବ ଏହି ବିଜୟ ନିଶାଣ ଉଠୁଛି ହେ ବୀର ଥରୁଛିଯାତ୍ରା ତମରି ପୁଣ୍ୟ ଲଗନେ ଲକ୍ଷ ଜୀବନ ବରୁଛି ।
ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସ୍ୱର୍ଗତ୍ ଉତ୍କଳମଣି ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କଲାବେଳେ ଉତ୍କଳମଣିଙ୍କୁ ଲକ୍ଷ୍ୟକରି ଏ କବିତା ଲେଖାଯାଇଥିଲା । କବି ସେତେବେଳେ ସତ୍ୟବାଦୀ ବିଦ୍ୟାଳୟର ଛାତ୍ର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ