ଦୁର୍ଗମ ଯାତ୍ରୀ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୯୭
- ସ୍ଥିତି
- ସାର୍ବଜନୀନ (Public domain)
ଧୂମ୍ର ବିକଳ ଗିରି ପଦତଳ, ଅନଳ ରଚଇ ଖେଳ,ମଧ୍ୟ ଗଗନେ ତପନ ବିରାଜେ, ନିର୍ଜନ ଖରାବେଳ,ଚାଲେ ସନ୍ୟାସୀ ବାଟ,ଚଉଦିଗେ ଅବା ବହ୍ନି ଉଗାରି ଶଙ୍କର କରେ ନାଟ !ଗୁରୁ ଭାରାକୁଳ ସନ୍ୟାସୀ ମୁଖ ଉଠେ ଭାବନାରେ ପୂରିଆଗେ ମରିଚିକା, ଚରଣ ତଳରେ ଅନଳ ପାଲଟେ ଧୂଳିପଥ କାହିଁ, ପଥ କାହିଁ ?କ୍ଳାନ୍ତ ବିହଗ କୁଳାୟେ କହଇ ଦୂର ତରୁ କୋଳେ ଥାଇ ।ବହେ ସନସନ ତପ୍ତ ପବନ, ଜନପଦ ଜନହୀନ;ସନ୍ୟାସୀ ପଛେ ଚାଲଇ ଭକ୍ତ-ନିରଳସ, ଉନ୍ମନ ।ପଛରୁ ଶୁଭିଲା ବାଣୀ-ଗୁରୁଦେବ, ପଦ କର ମନ୍ଥର, ପଥ ହେଉ ନାହିଁ ଜାଣି ।ବାରି ହେଉ ନାହିଁ ଦୂର ତରୁ ସୀମା, ଏ ତ ନୁହେ ପରିଚିତଦିଗ୍ବଳୟର ସୀମାରେଖା ପାରେ କାହିଁ ସେ ଲକ୍ଷ୍ୟପଥ,ଦିବସର ଅବସାନେଛାଇ ପାଲଟିବ, ଏଇ ଦେଖ ଦୂରେ ଜଳଦ ଈଶାନ କୋଣେ ।ନାଚି ଉଠେ ଦେଖ ଧୂର୍ଜଟି ସମ ଚପଳ ଝଞ୍ଜାବାୟୁସଂଯୋଇ ନଈ ତୀର ତରୁରେଖା ବାରି ହେଉ ନାଇଁ ଆଉବିପ୍ଳବ ଉଠେ ଏ ଯେ !ଶୁଣାଅଛି ଏଠି ଅଦିନ ବର୍ଷା ପ୍ରାଣ ସଂକଟ ସୃଜେ ।ଧରା, ଗିରି, ନଭ ଧରି ଏ ଘୂର୍ଣ୍ଣି ମାତିଉଠେ କ୍ଷଣୁ କ୍ଷଣ,ଧୂଳି ଧୂସରିତ ଧରଣୀ-ବୁକୁରେ ବର୍ଷାର ଅଭିଯାନ,ବଦନ ଉଠାଇ ଧୀରେଗୁରୁ ଗମ୍ଭୀରେ କହେ ସନ୍ୟାସୀ—ଯାତ୍ରୀ ତୁ ଡର ନା ରେ !କ୍ଷୀଣ ଜଳଧର ବିପୁଳ ବେଗରେ ତପନ କରିବ ଗ୍ରାସଆମରି ଯାତ୍ରାପଥରେ ଏ ସିନା ଭାଗ୍ୟର ପରିହାସ !ପଥ ବଡ଼ ଦୁର୍ଗମଭଜି ନ ପାରିଲେ କଥା ଅଛି ପରା ଭାଜନ୍ତି ଯୋଗୀଜନ !ଦୁଇଟି ଯାତ୍ରୀ ଏଡ଼ାଇ ଝଞ୍ଜା ପଡ଼ିଲେ ଭୂତଳେ ଶୋଇଝଡ଼ ଚାଲିଗଲା ଗଉର ତନୁରେ ମାଟି ଗୋଡ଼ି ବାରି ନୋହି,ଅଶନି ବାଜିଲା କାନେ,ଚମକି ଉଠିଲା ଧରା ଅମ୍ୱର ବିପ୍ଳବ ଅଭିଯାନେ ।ରବି ନ ବୁଡ଼ୁଣୁ ବାରୁଣୀ ଶିଖରେ, ନ ଆସୁ ଅନ୍ଧକାରମେଘ ଚାଲିଗଲା ମେଘର ବାଟରେ, ପବନ ହୋଇଲା ଥିର,ଦନଗିରି ଜନପଦମନେ ହେଲା ଅବା ପାଲଟିଯାଇଚି ଶାନ୍ତିର ଆସ୍ପଦ !ଉଠି ତଳୁ, ଶିଳା ପରେ ହୋଇ ଉଭା ସନ୍ୟାସୀ ଯୋଗୀବରକୁଞ୍ଚିତ କରି ଭୂରୁ, ଗୁରୁବାଣୀ ଭାଷିଲେ-ବତ୍ସ ମୋର,ଏ ଜାତି ଯାତ୍ରାପଥେକେତେ ଘନଘଟା କେତେ ଶଙ୍କଟ ଦେଖାଦେବ ଏଇ ମତେ ।ତିଳ ତିଳ କରି ଜୀବନ ଥରିବ, ଝରିବ ଅଶ୍ରୁରାଶି,ଅକାଳେ, ଅଦିନେ, ଯାତ୍ରା ଲଗନେ ବଜ୍ର ପଡ଼ିବ ଆସିଭ୍ରୂକୁଟି ଦେଖାଇ କାଳଜାଗରିତ କେତେ ଯାତ୍ରୀ ପଥରେ ଜାଳିବ ପ୍ରଳୟାନଳ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର