ମାତୃମଙ୍ଗଳ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ମାତୃସ୍ନେହ ସମ କି ଅଛି ସଂସାରେଅଟେ ତା ସ୍ୱରଗସୁଧା,ଅନନ୍ତ ଅକ୍ଷୟ ଅମୃତ−ଭଣ୍ଡାରପାନେ ନ ମେଣ୍ଟଇ କ୍ଷୁଧା ।ଅଛି ଏ ଜଗତେ ନାନା ସ୍ନେହ ପ୍ରୀତି,ଯା ଯୋଗୁଁ ସ୍ୱରଗ ଧରା,ନିର୍ମଳ ନିଃସ୍ୱାର୍ଥ ମାତୃ ସ୍ନେହ ସରିଆଉ କେହି ନୁହେଁ ପରା ।ଅଛି ପ୍ରୀତି ସଙ୍ଗେ ବିରାଗ ସଂଶୟକୁସୁମେ କଣ୍ଟକ ପରି,ବଢ଼େ ପ୍ରୀତି ରୂପ ଗୁଣ ଅନୁସରି,ପ୍ରିୟ ଦୋଷେ ଯାଏ ସରି ।ଦୁଃଖେ ପାପେ ସର୍ବ ସାଂସାରିକ ପ୍ରୀତି—ଟାଣ ପଡ଼ିଯାଏ ଜଣା,କିନ୍ତୁ ମାତୃ ସ୍ନେହ ଦୋଷ ଗୁଣେ ସମ,ନାହିଁ ତାହାର କଳନା ।ବରଷାରେ ପୂର୍ଣ୍ଣ ନଦୀ ପୁଷ୍କରିଣୀଗଭୀରତା ଗ୍ରୀଷ୍ମେ ଜଣା,ପ୍ରାବୃଟେ ନିଦାଘେ ସମାନ ସେ ସିନ୍ଧୁ,ନ ହୁଏ ତାର କଳନା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ