କବିର ଆଧିପତ୍ୟ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୦
- ସ୍ଥିତି
- ସାର୍ବଜନୀନ (Public domain)
ବିଚିତ୍ର ବିଶାଳ ନଭଃ ମନୋରମା ବସୁମତୀ,ସୁଗଭୀର ନୀଳ ରତ୍ନାକର,ତୁଙ୍ଗ ଗିରି ଘନ ବନ ଶ୍ୟାମଳ କେଦାରପନ୍ତି,ଦୀର୍ଘ ନଦୀ ବିସ୍ତୀର୍ଣ୍ଣ ପ୍ରାନ୍ତର;ସୁପ୍ରଶାନ୍ତ ଜନପଦ, ସୁଚଞ୍ଚଳ ରାଜଧାନୀ,ତରୁ ଲତା କୁସୁମ ମଞ୍ଜରୀ,ବିଚିତ୍ରଙ୍ଗ ପଶୁପନ୍ତି, ମଧୁକଣ୍ଠ ବିହଙ୍ଗମଆହେ କବି, ସମସ୍ତ ତୁମ୍ଭରି ।ଦିଗ୍ବିଜୟୀ ବୀର୍ଯ୍ୟବନ୍ତ ମୁକୁଟମଣ୍ଡିତ ନୃପଅଛି ତାଙ୍କ ଆଧିପତ୍ୟ ସୀମାସୁବିଶାଳ ବିଶ୍ୱସୃଷ୍ଟି ସର୍ବତ୍ର ତୁମ୍ଭରି ରାଜ୍ୟଧନ୍ୟ କବି ତୁମ୍ଭର ଗରିମା ।ପ୍ରକୃତିର ପ୍ରିୟପୁତ୍ର ଜଡ଼ ସୃଷ୍ଟି ଅଧିକାରୀ,ରାଜ୍ୟ ତବ ହେଲେହେଁ ମହାନ,କୋଚି ଗୁଣେ ଗରୀୟାନ ମାନବ−ମାନସ−ରାଜ୍ୟକି ଦୁର୍ଲ୍ଲଭ ଅହୋ ଭାଗ୍ୟବାନ !ବିଶ୍ୱଜୟୀ ପ୍ରୀତି ସ୍ନେହ, କରୁଣା ତିତିକ୍ଷା ଧୈର୍ଯ୍ୟ,ପବିତ୍ରତା ସାହାସ ବିଶ୍ୱାସ—ଦେବଗୁଣେ ବିଭୂଷିତ ନର ନାରୀ କରି ସୃଷ୍ଟିଜଗତର ପାପଭ୍ରାନ୍ତି ନାଶ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ