ମହିମା ତବ
୧୮୬୭–୧୯୪୩
- ସଂକଳନ: କୈବଲ୍ୟ-କଣିକା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୨୮
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରତି ନିଃଶ୍ୱାସରେ,ସତତ ପ୍ରାଣେଅନୁଭବ କରେ,ତୁମ୍ଭରି କରୁଣାରକ୍ତ ରୂପରେହୁଏ ପ୍ରବାହିତମୋ କଳେବରେସ୍ୱରୂପ ତଥାପିନ ପାଏଁ ଦର୍ଶନହେ ବିଶ୍ୱବ୍ୟାପି । ୨ ।ଦେଇଛ ଦେଉଛସବୁ ଆପଣ,ଦରଶନ ଦାନେକିପାଁ କୃପଣ,ହେଲା କି ତୁମ୍ଭଙ୍କୁଏହା ସୁନ୍ଦର,ବିଚାର କର ହେମନ୍ଦରଧର,କି ବିଷମ କ୍ଷୋଭ,ଗିରି ଦେଇ କଲରେଣୁରେ ଲୋଭ । ୩ ।ତୁମ୍ଭରି ସର୍ଜ୍ଜିତପ୍ରତି ଦ୍ରବ୍ୟରେ,ତୁମ୍ଭ ରୁପ ସଦାଦର୍ଶନ କରେଁ,ପ୍ରତିସ୍ୱରେ ଶୁଣେତୁମ୍ଭରି ସ୍ୱର,ବାଞ୍ଛାନିଧି ପୂରୁବାଞ୍ଛା ମୋହରମାଗେ ଅକିଞ୍ଚନ,ହୃଦପଦ୍ମେ ମିଳୁତବ ଦର୍ଶନ । ୪ ।ଚିନ୍ତା ଭୈରବ (୨୪)ପ୍ରଭୁ ଅମୃତ-: ଜୀବନ-ଦାତା,କୋଟି ବିଚିତ୍ର ବିଶ୍ୱବିଧାତା,ତୁମ୍ଭେ ସକଳର ବନ୍ଦ୍ୟ ପ୍ରାଣେଶ୍ୱରତୁମ୍ଭେ ପିଅର ତୁମ୍ଭେହିଁ ମାତା ହେଗୋବିନ୍ଦ । ୧ ।ସାଧୁ ସେବା ସାଧୁ ସହବାସେ,କାଳ କଟୁ ମୋ ସଦା ଉଦାସେ,ଜୀବନ ଅତୀତ ହେଉ ମୋର ପିତଃବସି ପୀଡ଼ିତ ବ୍ୟଥିତ ପାଶେ ହେଗୋବିନ୍ଦ । ୨ ।ଭବୁଁ ଆସକ୍ତି ହୋଇ ଅନ୍ତର,ଲଭୁ ଚରଣେ ଆଶ୍ରା ତୁମ୍ଭର,ତବ ପଦତଳେ ଅର୍ପି କର୍ମଫଳେକର୍ମ କରିବି ମୁଁ ନିରନ୍ତର ହେଗୋବିନ୍ଦ । ୩ ।ପ୍ରଭୁ ଦିଅ ଏ ଅଭୟ ବର,ଆର୍ତ୍ତେ ମାଗୁଛି ଯୋଡ଼ିଣ କର,ଅଭିମାନ-ବାଘ ନ ବିଦାରୁ ରାଗ-ବହି ଚରିତ୍ର-ମୃଗେ ମୋହର ହେଗୋବିନ୍ଦ । ୪ ।ଆତ୍ମନିବେଦନକଳଶା (୨୫)ଅଧିକ କି ନିବେଦିତହେ ଜଗତସ୍ୱାମି,କି ଅବା ଅଜ୍ଞାତ ତବ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର