ଗଜ ନିସ୍ତାରଣ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିଦ୍ୱାରକା ପୁରେ ଭାବଗ୍ରାହୀ ।ସମସ୍ତ ଯାଦବ ବସାଇ ॥
ଆପଣେ ପ୍ରଭୁ ଯଦୁପତି ।ବସିଲେ ଦେବାର୍ଚ୍ଚନ କତି ॥
ଯାଦବ ମଧ୍ୟରେ ଉଦ୍ଧବ ।କୃଷ୍ଣଙ୍କ ଅତି ପ୍ରିୟଭାବ ॥
ଉଦ୍ଧବ ବୋଲଇ ଗୋସାଇଁ ।ଏମନ୍ତ ପଚାରୁଛି ମୁହିଁ ॥
କୁମ୍ଭୀରେ ପଡ଼ିଲା ବିପତ୍ତି ।ତୁମ୍ଭେ କି କଲ ଯଦୁପତି ॥
କାହୁଁ ପଡ଼ିଲା ଆସି ଚକ୍ର ।ମୋ ଆଗେ କହ ପଦ୍ମନେତ୍ର ॥
ବୋଲନ୍ତି ଶରଣ ସୋଦର ।ଶୁଣ ହେ ଭକତ ଶେଖର ॥
ସରଯୁ ନଦୀର ତଟରେ ।ଦକ୍ଷିଣ ସମୁଦ୍ର କୂଳରେ ॥
ବୈଶାଖ ଏକାଦଶୀ ଦିନ ।ଜୁଆର ମାଡ଼ିଲା ଯେ ପୁଣ ॥
ମତ୍ସ୍ୟ କଚ୍ଛପ ଯେ ମଗର ।ଆବର ଯେତେ ଜଳଚର ॥
ଥୋକାଏ ଜୁଆରେ ଉଠିଲେ ।ଦ୍ୱାଦଶ ଯୁଣ ଯାଏ ଗଲେ ॥
ବିକର୍ମା ନାମେଣ କୁମ୍ଭୀର ।ସେ ପଛେ ହୋଇଲା ବାହାର ॥
ମତ୍ସ୍ୟ କଚ୍ଛପ ଯେ ଆସିଣ ।ପଶନ୍ତି ତାହାର ତୁଣ୍ଡେଣ ॥
ଏମନ୍ତେ ଅତି ସୁସ୍ଥ ହୋଇ ।ସୁଖେ ସେ ଆହାର କରଇ ॥
ଅଶୀ ଯେ କୋଶ ଯାଏ ଗଲା ।ତେଣିକି ଯାଇ ନ ପାରିଲା ॥
ତକ୍ଷଣେ ଛାଡ଼ିଲା ଜୁଆର ।ଶୁଷ୍କରେ ପଡ଼ିଲା କୁମ୍ଭୀର ॥
ଚାରି ଚରଣ ତାର ନାହିଁ ।ଆରତେ କୁମ୍ଭୀର ଗଡ଼ଇ ॥
ନିଶ୍ଚୟ ପ୍ରାଣ ଯିବ ତାର ।ମରଣେ ପଡ଼ିଛି କୁମ୍ଭୀର ॥
ଏମନ୍ତ ସମୟରେ ତହିଁ ।ଗଜ ଆସଇ ପାଣି ଖାଇ ॥
କୁମ୍ଭକ ନାମେ ମତ୍ତହସ୍ତୀ ।ସଙ୍ଗେ ତା ବାଳକେ ଅଛନ୍ତି ॥
ପୁତ୍ର ଯେ ବେନିଗୋଟି ସଙ୍ଗେ ।ଘେନି ଆସଇ ଅତି ରଙ୍ଗେ ॥
କୁମ୍ଭୀର ପଡ଼ିଣ ଯେ ଥିଲା ।ଦୂରହୁଁ ଅନାଇଣ ଦେଲା ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
କୁମ୍ଭୀର ବିଚାରଇ ଚିତ୍ତେ ।ଆସୁ ଅଛନ୍ତି ଗଜଯୂଥେ ॥
ଏଠାରେ ଉପାୟ କରିବି ।ମଇତ୍ର ବୋଲିଣ ଡାକିବି ॥
ମଇତ୍ର ବୋଲିବି ମୁଁ ଯେବେ ।ସେ ମୋତେ ତାରିନେବ ତେବେ ॥
ଏମନ୍ତ ବିଚାରୁଁ କୁମ୍ଭୀର ।ଗଜ ହୋଇଲା ନିକଟର ॥
ଆସ ମଇତ୍ର ମୋର ପାଶ ।କହିବି ଏକାନ୍ତ ବିଶ୍ୱାସ ॥
କୁମ୍ଭୀର ଉଚ୍ଚେ ଡ଼ାକ ଦେଇ ।ମଇତ୍ର ଆସ ବେଗ ହୋଇ ॥
ଏମନ୍ତ ଡାକିଲାକ ଯହୁଁ ।ଗଜ ଯେ ପାଲଟିଲା ତହୁଁ ॥
ସଙ୍ଗତେ ତାର ପୁତ୍ର ଥିଲେ ।କିପାଁଇ ଯାଉଛ ବୋଇଲେ ॥
ଗଜ ବୋଇଲ ପୁତ୍ରମଣି ।ତୁମ୍ଭର ଜ୍ଞାନ ନାହିଁ ପୁଣି ॥
ପୂର୍ବେ ଯେ ଧର୍ମହିଁ ନ କଲ ।ସେ ହେତୁ ପଶୁଜନ୍ମ ହେଲ ॥
ଆତଙ୍ଗ କାଳେ ଯେଉଁ ପ୍ରାଣୀ ।ତାହାଙ୍କ ଉପଦେଶ ଶୁଣି ॥
ସେ ତାକୁ କଲେକ ନିରାଶ ।ଅବଶ୍ୟ ଘୋର ନର୍କେବାସ ॥
ଏକଥା ଶୁଣିଅଛି ମୁହିଁ ।ଛାଡ଼ିତ ନ ପାରଇ ଯାଇ ॥
ତାର ନିକଟ ଯାଏ ଯିବି ।ଉଚିତ ବାରତା ଶୁଣିବି ॥
ଏମନ୍ତ ପୁତ୍ରକୁ ମେଲାଣି ।ଦେଲା ସେ ଗଜ ନୃପମଣି ॥
କୁମ୍ଭୀର ନିକଟେ ମିଳିଲା ।କି ଅର୍ଥେ ଡାକିଲ ବୋଇଲା ॥
କୁମ୍ଭୀର ବୋଲଇ ଗୋସାଇଁ ।ଉଠିତ ନ ପାରଇ ଯାଇଁ ॥
ସେ କଥା କହଇ ମୁଁ ତୋତେ ।ଏଥୁ ଉଦ୍ଧାର ହେ ସଙ୍ଗାତେ ॥
ସାନ ସାନରେ ବନ୍ଧୁମତି ।ବଡ଼ ବଡ଼ରେ ଯେ ପୀରତି ॥
ଏହାତ ପୂର୍ବରୁ ଅଛଇ ।ଶୁଣିମା ସାବଧାନ ହୋଇ ॥
ଯେମନ୍ତେପାରମୋତେ ନିଅ ।ଗଭୀର ଜଳରେ ପକାଅ ॥
ଗଜ ସଂପ୍ରତେ ତାହା କଲା ।ପ୍ରାଣର ସ୍ଥତି ଆଚରିଲା ॥
ମଇତ୍ର ପଣ ପଛେ ଥାଉ ।ଆଗେ କୁମ୍ଭୀର ପ୍ରାଣପାଉ ॥
ଏହା ବିଚାରି ମତ୍ତହସ୍ତୀ ।ଥୋର ଲଗାଇ ତାକୁ ଟେକି ॥
ଦନ୍ତର ମଧ୍ୟରେ ବସାଇ ।ଚାଲଇ ଧୀର ଧୀର ହୋଇ ॥
ବ୍ୟଥା ପାଇବ ମୋ ମଇତ୍ର ।ଅପ୍ରାଧ ହୋଇବ ବହୁତ ॥
ସ୍ୱଭାବେ ବଡ଼ ଯେ କୁମ୍ଭୀର ।ଅତି ଗରିଷ୍ଠ ତା ଶରୀର ॥
ତିନିଶ ହାତ ଲମ୍ୱ ହୋଇ ।ଶଏ ହାତ ବିସ୍ତାର ଦେହୀ ॥
ଭଙ୍ଗା ପର୍ବତ ପ୍ରାୟ ହୋଇ ।ସଧୀରେ ପଥ ବହିଯାଇ ॥
ସମୁଦ୍ର ନିକଟେ ମିଳିଲା ।ମଇତ୍ର ଯାଅ ହେ ବୋଇଲା ॥
ମଇତ୍ର କର ହୋ ମେଲାଣି ।ଏଠାରେ ପହଁରାଏ ପାଣି ॥
ତହିଁକି କୁମ୍ଭୀର ବୋଲଇ ।ଶୁଣ ହେ ସାବଧାନ ହୋଇ ॥
ଯେମନ୍ତ ପାର ମୋତେ ନିଅ ।ଗଭୀର ଜଳରେ ପକାଅ ॥
ଗଜ ସମ୍ମତ ତାହା କଲା ।ଆହୁରି ଖଣ୍ଡେ ଦୂର ନେଲା ॥
ପୁଣି ନିଅନ୍ତେ ଭଡ଼ାଚାରି ।ଗଜ ଶରୀର ଗଲା ବୁଡ଼ି ॥
ଗଜ ଶରୀର ବୁଡ଼ିଗଲା ।ଦେହ ତା କିଛି ନ ଦିଶିଲା ॥
ମାପନ୍ତେ ତିନି ଯେ ଆଙ୍ଗୁଳି ।ଗଜ ବୁଡ଼ଇ ତେତେବେଳେ ॥
ଲହଡ଼ି ଊଣା ହୁଏ ଯହୁଁ ।ଗଜ ନିଶ୍ୱାସ ଛାଡ଼େ ତହୁଁ ॥
କୁମ୍ଭୀର ଡେଇଁଣ ପଡ଼ିଲା ।ଗଭୀର ଜଳରେ ବୁଡ଼ିଲା ॥
ଖଗେ ଧଇଲା ପାଦଚାରି ।ଦନ୍ତେଣ ତଣ୍ଟି ତା’ କୋମୋଡ଼ି ॥
କାମୋଡ଼ି କରେ ରୁଣଝୁଣ ।ବୋଲଇଘେନିବ ତୋପ୍ରାଣ ॥
ଶାଙ୍କୋଳି ଦେଲା ପ୍ରାୟେକରି ।ଚାରି ଚରଣ ଅଣ୍ଟେଧରି ॥
କୁମ୍ଭୀର ବୋଲଇ ଗୋସାଇଁ ।ଧନ୍ୟ ବିଧାତା ଅଟୁତୁହି ॥
ତିନି ଦିନର ଉପାସକୁ ।ଆହାର ଦେଉଛ ଆମ୍ଭଙ୍କୁ ॥
ଖାଇବି ଅତି ସୁସ୍ଥ ହୋଇ ।ତୋଷ କରିବି ବନ୍ଧୁଭାଇ ॥
ଏମନ୍ତ ମନରେ ବିଚାରି ।ଗଜକୁ ଅଛି ଅଣ୍ଟେ ଧରି ॥
ଘାଏଣ ଲୁଣି ପାଣି ଲାଗି ।ଗଜହୋଇଲା ଚିନ୍ତାଭାଗୀ ॥
ଗଜ ଯେ ମନେ ବିଚାରଇ ।ଦେଖ ପାପିଷ୍ଠ ଏହା ଦେହୀ ॥
ଦେଖ ହେ ଏ ଘୋର ପାତକୀ ।ହୋଇଲା ବିଶ୍ୱାସ ଘାତକୀ ॥
କାଳ ଅନ୍ୟାୟ ପୁଣି କଲା ।ମୋ ପ୍ରାଣ ନେବାକୁ ପାଞ୍ଚିଲା ॥
ମୁଁ ଯେବେ ନ ଆଣନ୍ତି ବହି ।ସେଠାରେ ଯାଆନ୍ତା ମିଳାଇ ॥
କାକ ଶୃଗାଳ ଯେ ଭକ୍ଷନ୍ତେ ।ଶରୀରେ କୃମି ତା ପଡ଼ନ୍ତେ ॥
ପୁତ୍ରଙ୍କ ବୋଲ ମୁଁ ନ କଲି ।ଏହାକୁ ବହି ମୁଁ ଆଣିଲି ॥
କାଳ ଏ ହୋଇଲା ପାପିଷ୍ଠ ।ନିଶ୍ଚେ କରିବ ମୋତେନଷ୍ଟ ॥
ଶରୀରେ ଜ୍ଞାନ ଉପୁଜିଲା ।ପୂର୍ବର ହେତୁ ସୁମରିଲା ॥
ଗଜ ଯେ ବିଚାରଇ ମନେ ।ଯେକାଳେଥିଲଘୋରବନେ ॥
ଶତସିଂହ ଯେ ପର୍ବତରେ ।ଥିଲ ମୁଁ ଯେବଣ କାଳରେ ॥
ମୁହିଁ ମାରଇ ବୋଲି କରି ।ରୁଣ୍ଡ ହୋଇଲେ ତପଚାରୀ ॥
ମୁନି ହୁଅନ୍ତି କୁହା କୁହି ।ଆତଙ୍ଗ କାଳେ ଭାବଗ୍ରାହୀ ॥
ଅବଶ୍ୟ ରଖନ୍ତି ଗୋସାଇଁ ।ଏଥୁ ଆତଙ୍ଗ ଆଉ ନାହିଁ ॥
ଥରେ ମୁଁ ବିଡ଼ିବି ଏଠାଇଁ ।ମନରେ ପ୍ରତେ ଯିବି ମୁହିଁ ॥
ଏମନ୍ତେ ମନେ ବିଚାରିଲା ।ଜଗନ୍ନାଥଙ୍କୁ ଚିନ୍ତାକଲା ॥
ଥୋର ହସ୍ତରେ ଦରାଣ୍ଡିଲା ।ପଦ୍ମ ଯେ ନାଡ଼ୋକ ପାଇଲା ॥
ତୋଳି ଧଇଲା ପଦ୍ମମୂଳ ।ଡାକିଲା ରଖ ଆଦିମୂଳ ॥
ରଖ ହେ ଦେବକୀ ନନ୍ଦନ ।ରଖ ହେ ଶ୍ରୀମଧୁସୂଦନ ॥
ରଖ ହେ ଦେବ ଦଇତ୍ୟାରି ।କୁମ୍ଭୀର ପାଟିରୁ ନିସ୍ତାରି ॥
ତୁମ୍ଭେତ ନ ରଖିବ ଯେବେ ।ନିଶ୍ଚୟ ଗଜ ମଲା ତେବେ ॥
ଅନ୍ୟାୟହୋଇବ ଗୋସାଇଁ ।ଜଳର ଜୀବ ମୁଁ ନୁହଇ ॥
ବିଶ୍ୱାସ କରି ମୋତେ ଆଣି ।ପ୍ରାଣରେ ମାରୁଅଛି ପୁଣି ॥
ଦୃଷ୍ଟିରେ ତୋତେ ଦେଖିନାହିଁ ।ଗୁରୁ ମୋ କର୍ଣ୍ଣେ କହି ନାହିଁ ॥
ମୁନିଏ କହିଛନ୍ତି ମୋତେ ।ଆତଙ୍ଗ କାଳେ ଜଗନ୍ନାଥେ ॥
ଆତଙ୍ଗ ନାଶନ ତୋ ବାନା ।ବାରେ ହୁଅ ତୁ ବଜ୍ରସେହ୍ନା ॥
ଶରଣ ରକ୍ଷଣ ମୁରାରି ।ବାରେକ ନେବାକ ଉଦ୍ଧରି ॥
ଗୋବିନ୍ଦ ଗୋବିନ୍ଦ ଗୋସାଇଁ ।ତୋ ବିନୁ ଅନ୍ୟ ଆଶ୍ରେ ନାହିଁ ॥
ଏମନ୍ତେ ବୋଲି କରି ତହିଁ ।ଉଚ୍ଚେ ଡ଼ାକିଲା ଭାବଗ୍ରାହୀ ॥
ଦ୍ୱାରିକା ଅଶୀସସ୍ର ଯୁଣ ।ଲକ୍ଷ୍ମୀର ତୁଲେ ନାରାୟଣ ॥
ପଶା ଖେଳରେ ଯଦୁପତି ।ଦାନ ପଡ଼ିଛି ପଞ୍ଚୁଆତି ॥
ଲକ୍ଷ୍ମୀ ବାହିବେ ଯେବେ ସାର ।ହାରିବେ ପ୍ରଭୁ ଚକ୍ରଧର ॥
ଖେଳର ତାନ ମାନ କାଳେ ।ଗଜ ଯେ ଡାକିଲା ବିକଳେ ॥
ସେ ଡ଼ାକ କର୍ଣ୍ଣରେ ଶୁଣିଲେ ।ରଖିବୁ ବୋଲିଣ ବୋଇଲେ ॥
ତତ୍କ୍ଷଣେ ସୁଦର୍ଶନ ରାଇ ।ପେଶିଲେ ବ୍ରହ୍ମାଣ୍ଡ ଗୋସାଇଁ ॥
ହେ ଚକ୍ର ଅତି ବେଗେଯିବୁ ।କୁମ୍ଭୀର ତଣ୍ଟିରେ ପଡ଼ିବୁ ॥
ଛିଡ଼ିବ ବେନିଖଣ୍ଡ ହୋଇ ।ମୋ ଗଜ ଦେବୁ ମୁକୁଳାଇ ॥
ଆଜ୍ଞା ପ୍ରମାଣେ ଚକ୍ର ଗଲା ।କୁମ୍ଭୀର ତଣ୍ଟିରେ ପଡ଼ିଲା ॥
ଛିଡ଼ିଲା ବେନି ଖଣ୍ଡ ହୋଇ ।ଗଜ ଉଦ୍ଧାର ହେଲା ତହିଁ ॥
ଚକ୍ର ସମୁଦ୍ରେ ସ୍ନାନ କଲା ।ପ୍ରଭୁଙ୍କ ନିକଟେ ମିଳିଲା ॥
ଚକ୍ରକୁ ଅନାଇ ଗୋସାଇଁ ।ବୋଲନ୍ତି ରଖିଲୁ କି ତୁହି ॥
ଲକ୍ଷ୍ମୀ ବୋଲନ୍ତି ମହାବାହୁ ।କେତେହେଁ ମିଥ୍ୟା ପ୍ରଭୁ କହୁ ॥
ଖେଳେ ହାରିଛ ଯଦୁମଣି ।ମୋତେତ ଭଣ୍ଡିଲୋଡ ପୁଣି ॥
ମୁଁ ଗୋପସ୍ତିରୀ ଯେ ନୁହଇ ।ଭଣ୍ଡିବ ମୂରଲୀ ବଜାଇ ॥
ଗୋପ ନଗରେ ଜାତ ହୋଇ ।ଭଣ୍ଡିବ ନାନା ଭୋଟ କହି ॥
ଭୋଟିଆ ନାମ ଯେ ତୁମ୍ଭରି ।ଭୋଟେ ଭଣ୍ଡୁଛ ନରହରି ॥
ରାଜା ଯୁଧିଷ୍ଠି ମହୀପାଳେ ।ରାଜୁସି ଯାଗ କଲାବେଳେ ॥
ହସ୍ତରେ ଯୋଡ଼ା ବେତ ଧରି ।ନାମ ଅନନ୍ତ ପଢିହାରୀ ॥
ଗୋପ ନଗରେ ଜାତ ହରି ।ବନେ ମୂରଲୀ ନାଦ କରି ॥
ତେମନ୍ତ ପ୍ରାୟ ମୋତେ କରି ।ମିଛେ ଭଣ୍ଡୁଛ ନରହରି ॥
ବୋଲନ୍ତି ପ୍ରଭୁ ଦଇତ୍ୟାରି ।ଶୁଣ ଗୋ ସିନ୍ଧୁର କୁମାରୀ ॥
ଅଶୀ ଯେ ସହସ୍ର ଯୂଣର ।ଗଜକୁ ଧଇଲା କୁମ୍ଭୀର ॥
ସେ ମୋତେ ଆତଙ୍କେ ଡ଼ାକିଲା ।ରଖ ହେ ଶ୍ରୀକୃଷ୍ଣ ବୋଇଲା ॥
ରଖିଲୁ ସୁଦର୍ଶନ ରାଇ ।ଗଜକୁ ଦେଲୁ ମୁକୁଳାଇ ॥
ଲକ୍ଷ୍ମୀ ବୋଲନ୍ତି ଭାବଗ୍ରାହୀ ।ମୋତେ ତା ଦେଖାଇବ ନେଇ ॥
ଯେବେ ଦେଖିବ ମୋ ନୟନ ।ପ୍ରତେ କରିବି ଭଗବାନ ॥
ଗଜମୋକ୍ଷଣ ବାନା ଯେବେ ।ମୋତେ ତା ଦେଖାଇବତେବେ ॥
କେତେ ଦୂରର ଏ ବାରତା ।କେମନ୍ତେ ଜାଣିଲ ସେ କଥା ॥
କି କର୍ଣ୍ଣ ହୋଇଲା ତୁମ୍ଭର ।ମୋତେ ଲାଗିଲା ଅଗୋଚର ॥
ତକ୍ଷଣେ ଶ୍ରୀ ମଧୁସୂଦନ ।ରାଇଲେ ବିନତା ନନ୍ଦନ ॥
ବିନତାସୁତ ବିକ୍ରମିଲା ।ରମ୍ୟକ ଦ୍ୱୀପରୁ ଅଇଲା ॥
ହରିଙ୍କି ଦରଶନ କଲା ।ଆନନ୍ଦେ ଚରଣେ ପଡ଼ିଲା ॥
ରତ୍ନ ପଲଙ୍କ ଯେ ପଡ଼ିଲା ।ଗରୁଡ଼ ପିଠି ବିସ୍ତାରିଲା ॥
ଲକ୍ଷ୍ମୀଙ୍କି ଘେନି ଭାବଗ୍ରାହୀ ।ଗରୁଡ଼ ପିଠିରେଣ ଯାଇଁ ॥
ବିନତା-ସୁତ ବିକ୍ରମିଲା ।ସମୁଦ୍ର ତଟରେ ମିଳିଲା ॥
ଦେଖିଲେ ସମୁଦ୍ରର ଜଳ ।ରୁଧିରେ ହୋଇଛି ହିଲ୍ଲୋଳ ॥
କୁମ୍ଭୀର ବେନିଖଣ୍ଡ ହୋଇ ।ପଡ଼ିଛି ଗିରି ପ୍ରାୟ ତହିଁ ॥
ଅଙ୍ଗୁଳି ଅଗ୍ରରେ ଦେଖାଇ ।ବୋଲନ୍ତି ପ୍ରଭୁ ଲକ୍ଷ୍ମୀସାଇଁ ॥
ଲକ୍ଷ୍ମୀ ତା ନୟନେଦେଖିଲେ ।ଲଜ୍ଜାରେ ବଦନ ପୋତିଲେ ॥
ହେଟବଦନ ହୋଇ ମାଏ ।କୃଷ୍ଣଙ୍କ ମୁଖକୁ ନ ଚାହେଁ ॥
ଲଜ୍ଜା ପାଇଲେ ସିନ୍ଧୁ-ଝିଅ ।ହସି ବୋଲନ୍ତି ନନ୍ଦପୁଅ ॥
ନ ଜାଣି ତୁମ୍ଭେ ପ୍ରାଣ ସଖି ।ମିଥ୍ୟା ବୋଇଲ ଯେ ନ ଦେଖି ॥
ଆତଙ୍କ ନାଶନ ମୋ ବାନା ।ଆରତ ଜନେ ବଜ୍ର ସେହ୍ନା ॥
ଯେମୋତେଆତଙ୍କେଡ଼ାକଇ ।ମୁଁ ତାର ପାଶେ ଶୁଣୁଥାଇ ॥
ଲକ୍ଷ୍ମୀ ବୋଲନ୍ତି ଦେବ ହରି ।ମୁହିଁ ତୁମ୍ଭର ପରିଚାରୀ ॥
ସ୍ୱଭାବେ ସ୍ତରୀ ଜନ୍ମ ହୋଇ ।ଧର୍ମ ଅଧର୍ମ ନ ଜାଣଇ ॥
ଶୁଣ ଗୋ ସାଗର-ଦୁଲ୍ଲଣି ।ମିଥ୍ୟା ଯେ କରୁଥିଲ ପୁଣି ॥
ସେଠାର ବିଜେ କରି ଗଲେ ।ଗଜକୁ ବାଟରେ ଦେଖିଲେ ॥
ଗଜ ଅନେକ କଲା ସ୍ତୁତି ।ମେଲାଣି ହେଲେ ଦାଶରଥି ॥
ତତ୍କ୍ଷଣେ ବାହୁଡ଼ା ବିଜୟେ ।ଦ୍ୱାରକା ପୁରେ ଦେବରାୟେ ॥
ଗରୁଡ଼ ପିଠିରୁ ଉତ୍ତରି ।ଶୀତଳ ମଣୋହିକି ସାରି ॥
ଶୀତଳ ମଣୋହି ସାରିଲେ ।କର୍ପୂର ତାମ୍ୱୁଳ ଭୁଞ୍ଜିଲେ ॥
ଲକ୍ଷ୍ମୀ ସହିତେ ଭାବଗ୍ରାହୀ ।ସୁଖେଣ ପହୁଡ଼ିଲେ ଯାଇ ॥
ସୁଜନ ଜନମାନେ ଶୁଣ ।ପାଇବ ବୈକୁଣ୍ଠ କାରଣ ॥
ଏହା ଯେ ପଢନ୍ତି ଶୁଣନ୍ତି ।କୋଟି ପୁରୁଷ ଉଦ୍ଧରନ୍ତି ॥
ଗୋ ହତ୍ୟା ବ୍ରହ୍ମହତ୍ୟା ମାନ ।ବୃଷଳୀ ମଦି ସୁରାପା ॥
ଏ ଦୋଷ ସର୍ବ କ୍ଷୟ ଯାଇ ।ଯେ ତୁଣ୍ଡେ ରାମ ନାମ ଗାଇ ॥
ଯେ ନର ଅପୁତ୍ରିକ ହୋଇ ।ବିଶ୍ୱାସ କଲେ ପୁତ୍ର ପାଇ ॥
ଆଶାନୁରୂପ ଯେ ପ୍ରାପତ ।ସୁଜନଜନଙ୍କର ହିତ ॥
କହଇ ବିପ୍ର ଜଗନ୍ନାଥ ।ଅଷ୍ଟମସ୍କନ୍ଧେ ଭାଗବତ ॥
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ