ଷଷ୍ଠ ସର୍ଗ — ମହାଯାତ୍ରା — ରାଧାନାଥ ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ସର୍ଗ
ଦିବ୍ୟ ଅବଧାନେ ଆସୁ ଏ ଗୀତ ତୁମ୍ଭର,ହେ ରାଜେନ୍ଦ୍ର, ମନ୍ଦ୍ରନାଦି-ପ୍ରପାତର ପତି, (୧)ବାମଣ୍ଡାମଣ୍ଡଳେଶ୍ୱର, ଉତ୍କଳମଣ୍ଡନ;ତୁମ୍ଭ ଶୁଭ-ଆବର୍ଭାବେ ହୋଇଛି ଉତ୍କଳେଦେବଦୁର୍ଗ, ଦେବ, ଏବେ ତୀର୍ଥ ସାରସ୍ୱତ, (୨)ବୁଧହଂସ-କେଳିସରଃ ଅବିଦ୍ୟା-ଉଷରେ;
(୧)
ବାମଣ୍ଡା ରାଜ୍ୟର ଅଧୀଶ୍ୱର ମହାରାଜା ଶ୍ରୀଯୁକ୍ତ ସୁଢ଼ଳଦେବଙ୍କ ପ୍ରତି ସମ୍ବୋଧନ ।
ପ୍ରୋକ୍ତ ପ୍ରପାତର ନାମ ପ୍ରଧାନପାଟ । ଏହା ବାମଣ୍ଡା ରାଜଧାନୀ ଦେବଗଡ଼ର ଅତି ନିକଟବର୍ତ୍ତୀ, ଏହାର ମନ୍ଦ୍ରନିନାଦ ସର୍ବଦା ଦେବଗଡ଼ରେ ଶ୍ରୁତ ହୁଏ । ଏହି ପ୍ରପାତ ଓଡ଼ିଶାରେ ଗୋଟିଏ ପ୍ରଧାନ ଦୃଶ୍ୟ, ‘ପ୍ରଧାନପାଟ’ ନାମକ ଖଣ୍ଡିଏ ଅଭିନବ କାବ୍ୟରେ ଏହି ପ୍ରପାତର ସୁବିସ୍ତୃତ ବର୍ଣ୍ଣନା ହୋଇଅଛି ।
(୨)
ଦେବଗଡ଼ ଉତ୍କଳସାହିତ୍ୟ ଚର୍ଚ୍ଚାର ଅନ୍ୟତମ କେନ୍ଦ୍ର, ଉତ୍କଳରେ ସଂସ୍କୃତସାହିତ୍ୟ ଚର୍ଚ୍ଚାର ମଧ୍ୟ ସର୍ବପ୍ରଧାନ କେନ୍ଦ୍ର ।ରଜତକାଞ୍ଚନମୁକ୍ତାମଣିରେ ଗଠିତଧନମତ୍ତ ଭୂପଙ୍କର ଗଣ୍ଠିଧନରୂପୀ,ତୁଚ୍ଛ ଅଳଙ୍କାରେ ତୁମ୍ଭେ ପ୍ରୀତି ନ ବଳାଇ,ଅପ୍ରାକୃତ ଅଳଙ୍କାର ଖୋଜିଲ ଯତନେ, (୧)ହେ ନୃପ-ସବିତା, ପଶି କବିତାଭଣ୍ଡାରେ,ସେ ଭଣ୍ଡାରୁ ବାଛି ବାଛି ସଜାଡ଼ି କୌଶଳେଦେଖାଇଲ ନବଭୂଷା ଉତ୍କଳ-ଭାବୁକେଦାନେ ଯାର ନାହିଁ କ୍ଷୟ, ନ ଲାଗଇ ଯହିଁକଳଙ୍କ, ତସ୍କର ଯାହା ନ ପାରଇ ହରି,ଯା ଝଟକ କେବେ ଲବେ ନ ପାରଇ ମ୍ଳାନିକ୍ରୂର କାଳ, ନିତ୍ୟରତ କୀର୍ତ୍ତି-ନିକୃନ୍ତନେ; (୨)କେତେ ଯେ ବ ବିଭବ ଅଛି ବାଗ୍ଦେବୀଭଣ୍ଡାରେ,ତା ସବୁ ଛାମୁରେ ଜଣା, ତୁମ୍ଭର ଭର୍ତ୍ସନାମୂର୍ଖଶ୍ଳାଘାଠାରୁ ଶ୍ଳାଘ୍ୟ ମଣେ ଶତଗୁଣେ, (୩)ଆମନ୍ତ୍ରିଲି କର ଯୋଡ଼ି ଯୋଗ୍ୟ ଶ୍ରୋତାଜାଣି,ଦୀପୁଁ ଜାତ ଦୀପ ପ୍ରାୟେ ତୁମ୍ଭରି ଆତ୍ମଜ
(୧)
ମହାରଜା ସୁଢ଼ଳଦେବ ଓଡ଼ିଆ ଅଳଙ୍କାର ଗ୍ରନ୍ଥର ପ୍ରଥମ ପ୍ରଣେତା ।
(୨)
କୀର୍ତ୍ତି-ନିକୃନ୍ତନକାରୀ କାଳପ୍ରଭାବରେ ପ୍ରାକୃତ ଅଳଙ୍କାରର ପ୍ରଭା ମଳିନ ହୁଅଇ, ମାତ୍ର ଭାବରାଜ୍ୟର ଅପ୍ରାକୃତ ଅଳଙ୍କାରର ପ୍ରଭା ଚିରଦେଦୀପ୍ୟମାନ । କାଳ ସେଥିର ପ୍ରଭା ମଳିନ କରିନପାରେ ।
(୩)
ମୂର୍ଖର ପ୍ରଶଂସା ଅପେକ୍ଷା ପଣ୍ଡିତର ଭର୍ତ୍ସନା ଶ୍ରେୟସ୍କର ।ଶ୍ରୀ ସଚ୍ଚିଦାନନ୍ଦ ଦେବ କୁମାରପ୍ରତିମ, (୧)କୁମାର ସହିତେ ଆସି ବାଗ୍ଦେବୀମଣ୍ଡପେକର ଅଧିଷ୍ଠାନ, ଯେବେ ଶୁଣିବ ଏ କଥା
ପାବନୀ, ପାବନୀ ଯଥା ତ୍ରିତାପହାରିଣୀ
କଳୁଷନାଶିନୀ ତୁମ୍ଭ କୂଳ-ଅଧିଦେବୀ, (୨)
ଅଗ୍ନିଙ୍କ ବଚନ ଶୁଣି ଦୀର୍ଘଶ୍ୱାସ ତେଜି
ତୃଷ୍ଣୀମ୍ଭାବ ଭଜି ରାଜା ରହିଲେ ବିଷାଦେ
କିଛି କ୍ଷଣ, ଚିତ୍ରାର୍ପିତ ପ୍ରତିମା ଯେସନ;
ସିଙ୍ଗଡ଼ାତଟିନୀଧୌତ ଅଙ୍ଗାରପ୍ରାନ୍ତରେ
ପବିତ୍ର ହିଙ୍ଗୁଳାପୀଠେ ଜଳିଉଠେ ଯଥା
ଆଚମ୍ବିତେ ବହ୍ନିଶିଖା ନିଦାଘ ନିଶୀଥେ, (୩)
ଅଦୂରେ ଉଠିଲା ଜଳି ସହ୍ୟଗିରି ତଟେ
ବହ୍ନିଶିଖା ସେହିମତି, ସେ ଶିଖା ମଧ୍ୟରୁ
ବାହାରିଲେ ବନଭୂମି ପ୍ରଭାରେ ଉଦ୍ଭାସି
(୧)
ବାମଣ୍ଡା ରାଜ୍ୟର ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବ ଯୋଗ୍ୟ ପିତାର ଯୋଗ୍ୟ ପୁତ୍ର, କୁମାରପ୍ରତିମ କୁମାର-କାର୍ତ୍ତିକେୟ ପରି ପୁତ୍ର ।
(୨)
ଗଙ୍ଗାଦେବୀ ବାମଣ୍ଡା ରାଜବଂଶର ଅଧିଷ୍ଠାତ୍ରୀ ଦେବତା ।
(୩)
ହିଙ୍ଗୁଳାପୀଠ-ତାଳଚେର ରାଜ୍ୟର ଅନ୍ତର୍ଗତ-ସିଙ୍ଗଡ଼ା ନଦୀ ଏହିଠାରେ ପ୍ରବାହିତ, କିମ୍ବଦନ୍ତୀ ଅଛି ଯେ ଏଠାରେ ଅକସ୍ମାତ୍ ଅନଳର ଆବିର୍ଭାବ ହୋଇ ହିଙ୍ଗୁଳାଦେବୀଙ୍କର ଅଧିଷ୍ଠାନ ହୁଏ । ଏ ଅଞ୍ଚଳରେ ପଥରକୋଇଲାର ଖଣି ଅଛି ।
ହେମଆଜ୍ୟପାତ୍ର ହସ୍ତେ ସ୍ୱାହା ମହାଦେବୀ (୧)ଜ୍ୟୋତିର୍ମୟୀ, ଆହା, ଯଥା ମହିଷମର୍ଦ୍ଦିନୀବାଳେନ୍ଦୁଶେଖରା, ନୀଳପ୍ରଳମ୍ବକୁନ୍ତଳା,ଭାସ୍ୱର ରଜତଶୂଳ ଧରି ବରଭୁଜେ,ବାହାରିଲେ ବ୍ରହ୍ମକୁଣ୍ଡୁଁ ବିରଜାସୁନ୍ଦରୀଦେବଯଜ୍ଞେ, ପୂତନୀରା ବୈତରଣୀତୀରେ; (୨)ଆଜ୍ୟପାତ୍ର ନିହି ଦେବି ବୀତିହୋତ୍ରକରେ (୩)ବିଜୁଳୀର ବେଗେ ଗଲେ ଉଭେଇ ପଲକେ,ସେ ଅନଳୁ ଭସ୍ମ ନେଇ, ସେ ଆଜ୍ୟେ ମିଶାଇରଚି ଦିବ୍ୟାଞ୍ଜନ ତହୁଁ ଦେବ ହବ୍ୟବାହଯୁଧିଷ୍ଠିର ପ୍ରତି ଚାହିଁ କହିଲେ ଏସନ,‘‘ହେ ବୀର, ଯାବତ ମୋର ଅଧିଷ୍ଠାନ ଏଥି,ଏ ଅଞ୍ଜନ ଯୋଗେ ତୁମ୍ଭ ଇନ୍ଦ୍ରିୟ-ନିକରେପ୍ରସରିବ ଦିବ୍ୟଶକ୍ତି, ଦେଖିବ ବିସ୍ମୟେଦୃଶ୍ୟାବଳୀ, ଏବେ ଯାହା ନରନେତ୍ରାତୀତ,ଭାରତର ଭାଗ୍ୟପଟ ଫିଟାଇବ ଆଜି
(୧)
(୨)
ଯାଜପୁରର ବିରଜାଦେବୀ ବର୍ଣ୍ଣିତବେଶରେ ଯଜ୍ଞାନଳରୁ ବାହାରିଥିବା କଥା ‘ବିରଜାମାହାତ୍ମ୍ୟ’ରେ ଅନୁସନ୍ଧେୟ ।
(୩)
ବୀତିହୋତ୍ର-ଅଗ୍ନି ।ଦେଶକାଳେ ବ୍ୟବଧାନ-ଉତ୍ତୋଳନପଟୁ (୧)ଏ ଅଞ୍ଜନ ତୁମ୍ଭ ଆଗେ ତୁମ୍ଭ ଇଚ୍ଛାମତେ,ଏହି ସେ ଅଞ୍ଜନ, ଯାହା ଦ୍ୱୈପାୟନ ଋଷିଦେଇଥିଲେ ସଞ୍ଜୟଙ୍କୁ, ଏ ଅଞ୍ଜନ ଯୋଗେଦୂର କୁରୁକ୍ଷେତ୍ରରଣ ଦେଖି ସ୍ୱନୟନେ,କହୁଥିଲେ ବାର୍ତ୍ତା ତୁମ୍ଭ ଜ୍ୟେଷ୍ଠତାତ ପଦେହସ୍ତିନାପ୍ରାସାଦେ ବସି ଅଦୃଶ୍ୟଦରଶୀ; (୨)କହ କି ଦେଖିବ ବୀର; ଦେଖାଇ ଏକ୍ଷଣିସେ ଦୃଶ୍ୟ, ଅନ୍ତର ହେବି ନ ପାହୁଁ ଶର୍ବରୀ,’’କହିଲେ କୌନ୍ତେୟ, ‘‘ଦେବ, ଦେଖାଅ କି ରୂପେଯବନର କରଗତ ହେବ କଳିଯୁଗେହସ୍ତିନା-ନଗରୀରାଣୀ, ବୀରପ୍ରସବିନୀ;ଉତ୍ତରିଲେ ବହ୍ନି, ‘‘ବୀର, ବହୁଦିନ ପରେଜାହ୍ନବୀର ଗର୍ଭେ ହୋଇ ବିଲୀନ ହସ୍ତିନା,ଆର୍ଯ୍ୟରାଜଧାନୀ ହେବ ଇନ୍ଦ୍ରପ୍ରସ୍ଥପୁରେସୁପ୍ରଥିତ ମର୍ତ୍ତ୍ୟେ ହୋଇ ଦିଲ୍ଲୀ ଅଭିଧାନେ,’’
(୧)
ଦୂରଦେଶିତ ସ୍ଥିତ କିମ୍ବା ଭବିଷ୍ୟତ ଗର୍ଭନିହିତ ବିଷୟକୁ ଯାହା ପ୍ରତ୍ୟକ୍ଷ କରିଦିଏ ।
(୨)
କୌରବ ଦ୍ୱାରପାଳ ସଞ୍ଜୟ ବ୍ୟାସଦେବଙ୍କ ପ୍ରସାଦରୁ ଦିବ୍ୟଚକ୍ଷୁ ଲାଭ କରି ଅନ୍ଧରାଜା ଧୃତରାଷ୍ଟ୍ରଙ୍କ ଛାମୁରେ କୁରୁକ୍ଷେତ୍ର ଯୁଦ୍ଧ ବର୍ଣ୍ଣନ କରୁଥିଲେ ।
ଏହା ବୋଲି ବସାଇଣ ପୂର୍ବୋତ୍ତର ମୁଖେ, (୧)ରାଜାଙ୍କୁ, ଉଚ୍ଚାରି ମନ୍ତ୍ର, ଦେବ ବିଭାବସୁଅଞ୍ଜନ ଲଗାଇ ଦେଲେ ତାଙ୍କରି ନୟନେ,ବିବାହ ଉତ୍ସବେ ଯଥା ବହ୍ନି କଣାଯୋଗେ,ଦ୍ରଷ୍ଟୃବୃନ୍ଦେ ଚମକାଇ, ଭେଦି ନୈଶତମଃ,ଆଗ୍ନେୟ ବାଣର ରଡ଼ ସ୍ଫୁରେ ଆଚମ୍ବିତେ,କିମ୍ବା ନୈଶସିନ୍ଧୁବାହୀ ନାବିକର ଆଖିଠିକରାଇ, ଉଠେ ଯଥା ଦିଗନ୍ତ ଉଜଳି,ନୀଳ ଊର୍ମିମାଳା ଭେଦି ବାଡ଼ବାଗ୍ନି ଜ୍ୱାଳା,ସ୍ଫୁରିଲା ସହସା ଅଗ୍ରେ ଶକ୍ରଚାପ ଚାରୁ–ତୋରଣା-ଶୋଭନା ଦିଲ୍ଲୀ ପତାକାମାଳିନୀ,ମନୋମୋହକରୀ, ସୁଖସ୍ୱପନ ଯେପରି,ତରୁଣ-ଅରୁଣ-ରାଗେ ଦିଶି ଜକଜକକାଞ୍ଚନ-କଳସ ତୁଙ୍ଗ-ଦେବାଳୟ-ଚୂଡ଼େଶାରଦସନ୍ଧ୍ୟାଭ୍ରପୁଞ୍ଜ ପ୍ରାୟେ ମହୋଜ୍ଜ୍ୱଳ;ସୁନ୍ଦର ଗୋପୁରବୃନ୍ଦ ଜଡ଼ିତ ରତନେ, (୨)ନାନାବର୍ଣ୍ଣଶୋଭୀ ଶ୍ରେଣୀ ଶ୍ରେଣୀ ସ୍ତମ୍ଭାବଳୀ
(୧)
ସହ୍ୟାଦ୍ରିର ଉତ୍ତରପୂର୍ବରେ ଦିଲ୍ଲୀ ନଗରୀ ।
(୨)
ଗୋପୁର-ବୃହଦାକାର ତୋରଣବିଶେଷ । ଦାକ୍ଷିଣାତ୍ୟର ମନ୍ଦିରମାନଙ୍କରେ ଅନେକ ଗୋପୁର ଦେଖାଯାଏ ।ଅଳିନ୍ଦେ, ଦ୍ୱି ରଦ-ରବ ଗବାକ୍ଷ-ଶୋଭିତସ୍ଫଟିକ-ଜଗତୀ ସୌଧେ ମନୋହର ଅତି; (୧)ରତ୍ନଜାଳେ ସମୁଜ୍ଜ୍ୱଳ ବିପଣି-ବୀଥିକାଅଗସ୍ତ୍ୟ ଶୋଷଣେ ଶୁଷ୍କରତ୍ନାକର ଛବି,ଅବିରତ ମୋତିପ୍ରଭ ଶ୍ରୀକରବରଷୀପ୍ରଧାନପାଟର ପୂତପ୍ରପାତପ୍ରତିମ (୨)ଉତ୍ସମାଳେ ବେଢ଼ା ଇନ୍ଦ୍ର ନୀଳକ୍ରୀଡ଼ାଗିରି,ନଭଶ୍ଚୁମ୍ବୀ କୀର୍ତ୍ତିସ୍ତମ୍ଭ, କୈଳାସ-ସଙ୍କାଶପ୍ରାକାର, ସୁରମ୍ୟ ତରୁ ଲତା ଗୃହାରାମେ,ମଞ୍ଜୁଳ ପ୍ରବାଳେ, କଳି-ସୁମନ-ସମ୍ଭାରେ,ଅଦୂର କାଳିନ୍ଦୀସ୍ରୋତେ ଧାଏଁ ଖରବେଗେ (୩)ଲୀଳାତରୀ, ରଙ୍ଗେ ତୋଳି ଧବଳପଟ୍ଟିକା (୪)ହଂସାବଳୀ-କେଳିସ୍ମୃତି ଚିତ୍ତେ ଉପୁଜାଇ,ତୋରଣ-ସମ୍ମୁଖେ ମହାବିସ୍ତୃତ ପ୍ରାନ୍ତରେରୁଣ୍ଡ ହେଉଛନ୍ତି ଆଜ ଚଉଦିଗୁଁ ଆସି
(୧)
(୨)
ପ୍ରଧାନପାଟ-ବାମଣ୍ଡାର ସ୍ୱନାମପ୍ରସିଦ୍ଧ ପ୍ରପାତ । ସର୍ଗାରମ୍ଭରେ ଏହି ପ୍ରପାତର ଉଲ୍ଲେଖ ହୋଇଅଛି ।
(୩)
(୪)
ଲୀଳାତରୀ-କ୍ରୀଡ଼ା ନୌକା । ପଟ୍ଟିକା-ଅଝାଲ ।ନାନାଜାତି ସେନା ନାନାବେଶଭୂଷାଧାରୀ,ଗିରିଯୁଦ୍ଧେ ବିଶାରଦ ଗିରି-ଦୁର୍ଗ ତେଜିଆସୁଛନ୍ତି ଅଜାମିଳେ ଦୀପ୍ତିମନ୍ତ ତେଜେ, (୧)ତିର୍ଯ୍ୟକେ ବିଶାଳଶୂଳ ଥୋଇ ସ୍କନ୍ଧଦେଶେଧାଡ଼ି ଧାଡ଼ି, ଦୀପ୍ତ (୨) ଯେହ୍ନେ ଫଣାଧରଫଣୀ,ଚକ୍ରାଙ୍କ କେତନବର ସମୀରେ ଉଡ଼ାଇ (୩)ହସ୍ତେ ଚକ୍ର ଘେନି ଆସେ ଗୁର୍ଜରବାସିନୀବୀର୍ଯ୍ୟବତୀ ଊର୍ଜସ୍ୱଳା ଯଦୁ-ଅନୀକିନୀ,(ତୁମ୍ଭ ଯୋଗେ, ବାସୁଦେବ ବାମଣ୍ଡାମଘବା,ହେ ଭୂପାଳମୌଳିମଣି, ମଣ୍ଡିତ ଏକାଳେଉତ୍କଳେ ସେ ମହାବଂଶ) ଦୁର୍ଦ୍ଧର୍ଷ ସଂଗ୍ରାମେ; (୪)ହେମସାରସନେ ଗାଢ଼େ ବାନ୍ଧି ସିଂହକଟିଆସଇ ସୈନ୍ଧବୀ ଚମୂ, ଗାଲମୋଚାଧାରୀ, (୫)
(୧)
ଅଜାମିଳ-ଆଜମିର ନିବାସୀ । ଆଜମିର ଗିରିବେଷ୍ଟିତ ଅଟେ । ଏ ଅଞ୍ଚଳରେ ଅନେକ ଗିରିଦୁର୍ଗ ଅଛି ।
(୨)
(୩)
ଗୁର୍ଜ୍ଜର ଅନ୍ତର୍ଗତ ଦ୍ୱାରକା ଯାଦବମାନଙ୍କର ରାଜଧାନୀ ଥିଲା । ଯଦୁସେନାର ପତାକା ଚକ୍ରଲାଞ୍ଛିତ ।
(୪)
ବାମାଣ୍ଡାରାଜବଂଶ ଯଦୁବଂଶସମ୍ଭୂତ । ବାସୁଦେବ-ସମ୍ବୋଧନପଦ । ବାମାଣ୍ଡାମଘବା-ବାମାଣ୍ଡାର ଇନ୍ଦ୍ର ସ୍ୱରୂପ । ‘ଦୁର୍ଦ୍ଧର୍ଷ’ ଅନୀକିନୀର ବିଶେଷଣ ।
(୫)
ସୈନ୍ଧବୀ ଚମୂ-ସିନ୍ଧୁଦେଶୀୟ ସେନା । ସିନ୍ଧୁଦେଶ ଘୋଟକ ନିମନ୍ତେ ପ୍ରସିଦ୍ଧ ଥିଲା ।ଶିକ୍ଷିତ ସୈନ୍ଧବୀ-ଘୋଡ଼ା ଖୁରେ ସମୁଥିତଧୂଳିରେ ଅନ୍ଧାରି ନଭଃ, ଧରି ରଣୋନ୍ମାଦେଯମଚକ୍ର ପ୍ରାୟେ କରେ ବକ୍ର ବରଦଳି; (୧)ତୁମ୍ଭ ଯଶେ ସମୁଜ୍ଜ୍ୱଳ ଯେ ବଂଶ ଏ ଦେଶେ,ହେ ଯଶସ୍ୱ ରାମଚନ୍ଦ୍ର ଭଞ୍ଜଭୂମିପତିଆସନ୍ତି କୌଶେୟଭଟେ ଭିନ୍ଦୀପାଳଧାରୀ (୨)ମରୁଦେଶୁଁ, ମରୁଚାରି-ମୃଗେନ୍ଦ୍ର ବିକ୍ରମେ, (୩)ଅପମାନ ଅସହିଷ୍ଣୁ, କୋପନ ପ୍ରକୃତିଦୀପ୍ତ ହୁତଭୁକ୍ ଯଥା, ନିରତେ ପ୍ରସ୍ତୁତନେବାକୁ ଦେବାକୁ ମଥା କଥାକେ କଥାକେ,ବୀରଦୀର୍ପେ ମତ୍ସ୍ୟାଙ୍କିତ କେତନ ଉଡ଼ାଇଆସନ୍ତି ସମ୍ବର କୂଳୁଁ ବୈରାଟ ପଦାତି (୪)
(୧)
ବରଦଳି-ବକ୍ରାକାର ଅସ୍ତ୍ରବିଶେଷ ।
(୨)
ମୟୂରଭଞ୍ଜ ରାଜବଂଶ କୌଶେୟ ଅର୍ଥାତ୍ କୁଶବଂଶୋଦ୍ଭୁତ ଅଟନ୍ତି । ଏମାନଙ୍କର ଆଦ୍ୟସ୍ଥାନ ରାଜପୁତାନା । ରାଜପୁତାନାର ମରୁପ୍ରଦେଶରେ ପୂର୍ବକାଳରେ ଅନେକ ସିଂହ ଥିଲେ ।
(୩)
(୪)
ବିରାଟରାଜ୍ୟ ରାଜପୁତାନା ଅନ୍ତର୍ଗତ ସମ୍ବର ହ୍ରଦର ଅଦୂରବର୍ତ୍ତୀ, ବିରାଟବାସୀମାନେ ପ୍ରାଂଶୁକାୟ ବୋଲି ପ୍ରସିଦ୍ଧ ଥିଲେ, ସୈନିକକାର୍ଯ୍ୟ ନିମନ୍ତେ ଏମାନେ ବିଶେଷ ଉପଯୋଗୀ ବୋଲି ଭାରତବର୍ଷର ସର୍ବତ୍ର ଆଦୃତ ହେଉଥିଲେ ।
ପ୍ରାଂଶୁତନୁ, ଭୀମଧନୁ ଝମକି ଭୈରବେସବ୍ୟକରେ, ସବ୍ୟେତରେ ଭାସ୍ୱର ପରଶୁ;କରନ୍ତି ଯେ ସୁଚାଳିତ ଲାଙ୍ଗଳର ଫାଳେକାଳିନ୍ଦୀର ବେନି କୂଳ ଶସ୍ୟେ ଶ୍ୟାମଳିତ,ଆସୁଛନ୍ତି ଉରସିଳ ସୌରସେନୀବୀରେ (୧)ଶାଣିତ ପାଣିତ ଅସି କୌତୁକେ ଆସ୍ଫାଳି; (୨)ଚର୍ମଣ୍ୱନ୍ୱତୀକଙ୍କପର ଖୋସି ଶିରସ୍ତ୍ରାଣେ, (୩)କର୍କଶ, କର୍କଶ ଯେହ୍ନେ କର୍କରା ସେ ସ୍ରୋତେ,ବିଶାଳ ଆୟସୀ ଗଦା ଧରି ଅନାୟାସେ,ଆସୁଛନ୍ତି ମାଲବେଶେ ମାଳବନିବାସୀ (୪)ହାରିଦ୍ରଧୂଳିରେ ରଙ୍ଗେ ବୋଳି ବୀରତନୁ;ଯାହ୍ନବୀ-ଯମୂନା-ବେଣୀ ମଥାମଣିରୂପେଶସ୍ୟଶାଳୀ ବତ୍ସଦେଶୁ ଆସୁଛନ୍ତି ସାଦୀ (୫)
(୧)
ମଥୁରା ଅଞ୍ଚଳର ଲୋକମାନେ ‘‘ସୌରସେନୀ’’ ଆଖ୍ୟାରେ ଆଖ୍ୟାତ ହେଉଥିଲେ, ଉରସିଳ-ବିଶାଳବକ୍ଷା ।
(୨)
(୩)
(୪)
(୫)
ଦୋଆବର ପ୍ରାଚୀନ ନାମ ବତ୍ସଦେଶ । ସାଦୀ-ଅଶ୍ୱବାର ।ଦଳେ ଦଳେ ଅଶ୍ୱପୃଷ୍ଠେ, ପିତ୍ତଳବର୍ମିତ, (୧)ଗୁବା-ଉଚ୍ଚାବଚ ଢାଲ ଦୋଳଇ ଚରମେ,କରେ ଖରଶାଣ ଭଲ୍ଲ ପରହୃଦଭେଦୀ;ସରଯୂ, ତମସା, ପୁଣି ଗୋମତୀ ତଟିନୀ- (୨)ତୀରଦେଶୁଁ ଆସୁଛନ୍ତି ସୂର୍ଯ୍ୟବଂଶୀ ବୀରେମହୋତ୍ସାହେ, ତୋଳି ସୂର୍ଯ୍ୟଲାଞ୍ଛିତ ପତାକା;ପୃଷ୍ଠଦେଶେ ଦୋଳେ ଫୁଲିମଣ୍ଡିତ ତୂଣୀର,ଯମଦଂଷ୍ଟ୍ରା ସହଚର ଶର ଦକ୍ଷକରେ,ସବ୍ୟେ ଧନୁ, ଟାଣନ୍ତେ ଯା ଗୁଣ କର୍ଣ୍ଣଯାଏ,ଶତ୍ରୁ-ସିମନ୍ତିନୀ-କର୍ଣ୍ଣ ବେଗେ ପଡ଼େ ଝଡ଼ିକର୍ଣ୍ଣୋତ୍ପଳ, ତୁଟେ କରୁ କଙ୍କଣ ଟଙ୍କାରେ, (୩),ମହାଖ ସ୍ରୋତସ୍ୱତୀ, ପୂତ ଶିଳାମୟୀ
(୧)
(୨)
ସରୟୂ, ତମସା, ଗୋମତୀ ଅବଧରାଜ୍ୟର ନଦୀ । ତମସାର ଆଧୁନିକ ନାମ ତଁସା ।
(୩)
ଏହି ଯୋଦ୍ଧାମାନେ ଧନୁର୍ଗୁଣ ନିଜ କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କଲାମାତ୍ରେ ଶତ୍ରୁ ରମଣୀମାନଙ୍କ କର୍ଣ୍ଣରୁ କର୍ଣ୍ଣୋତ୍ପଳ ଝଡ଼ିପଡ଼େ, ଏମାନଙ୍କର ଧନୁଷ୍ଟଙ୍କାରଶବ୍ଦରେ ଶତ୍ରୁରମଣୀମାନଙ୍କର କଙ୍କଣ ଭଗ୍ନ ହୁଏ, ଅର୍ଥାତ ସେମାନେ ବିଧବା ହୁଅନ୍ତି ।
ଗଣ୍ଡୁକୀର ତୀର ଛାଡ଼ି ରୁଣ୍ଡୀଭୂତ ଆସି (୧)ନିର୍ମୋକନିର୍ମୁକ୍ତି ତମ୍ପ ପ୍ରାୟେ କମ୍ପପ୍ରଦ, (୨)ନାରାଚଧାରିଣୀ ସୀରଲାଞ୍ଛିତ ଧ୍ୱଜିନୀମୈଥିଳାଖ୍ୟ, ମହାଦକ୍ଷ ବିପକ୍ଷଦଳନେ, (୩)ମାଳେ ମାଳେ ଉଭା ସେହି ବିଶାଳ ପ୍ରାନ୍ତରେବିନ୍ଧ୍ୟେଶ୍ୱରୀ-ଦେବୀଭକ୍ତ ସଦା ଦ୍ୱନ୍ଦ୍ୱପ୍ରିୟ, (୪)ଯୋଧବୃନ୍ଦ, ବଳିପଶୁଶୋଣିତେ ପିଶୁନତୀକ୍ଷ୍ଣଧାର ଖଡ଼୍ଗ ହସ୍ତେ, ବାଳାର୍କପ୍ରତିମଶୋଭଇ ସିନ୍ଦୂରଚିତା ପ୍ରଶସ୍ତ ଲଲାଟେ,ଦେବୀଙ୍କ ବାହାନ ସିଂହ ଶୋଭେ ଧ୍ୱଜପଟେ,ଜ୍ୟୋତିର୍ମୟ ସିଂହ, ଆହା, ରାଶିଚକ୍ରେ ଯଥା !ମହାଜବ ପୃଷ୍ଠ୍ୟ ପୃଷ୍ଠେ ଆସ ଆସ୍ଥନ୍ଦିତେ, (୫)
(୧)
ଗଣ୍ଡୁକୀ ମିଥିଳାରେ ପ୍ରବାହିତା । ପବିତ୍ର ଶିଳା ସକାଶେ ଏହି ନଦୀ ପ୍ରସିଦ୍ଧ ।
(୨)
କାତି ଛାଡ଼ିଥିବା ତମ୍ପସାପ ପରି ଭୟଙ୍କର ।
(୩)
ମୈଥିଳରାଜାଙ୍କ ପତାକା ଲାଙ୍ଗଳାଲାଞ୍ଛିତ ଥିଲା । ଏହି ହେତୁରୁ ରାଜର୍ଷି ଜନଙ୍କର ଅପର ଆଖ୍ୟା ସୀରଧ୍ୱଜ ।
(୪)
ବିନ୍ଧ୍ୟେଶ୍ୱରୀ- ମିରଜାପୁର ସହରର ନିକଟବର୍ତ୍ତୀ ସ୍ଥାନରେ ଗଙ୍ଗାତଟରେ ବିନ୍ଧ୍ୟବାସିନୀ ଦେବୀଙ୍କର ମନ୍ଦିର ପ୍ରତିଷ୍ଠିତ ।
(୫)
ମହାଜବ- ବେଗଗାମୀ । ପୃଷ୍ଟ୍ୟ-ତଟୁଘୋଡ଼ା । ଆସ୍କନ୍ଦିତ-କଦମ ।କାଳବନ୍ତ ପ୍ରାୟେ କୁନ୍ତ ମୁଷ୍ଟିପୀଡ଼େ-ଧରି, (୧)କର୍ଣ୍ଣକୁଳତନ୍ତୁ-ବୃଷକେତୁବଂଶଧର (୨)ଉଡ଼ାଇ ବୃଷାଙ୍କ ବାନା, ଅଙ୍ଗଦେଶିସେନା, (୩)ଶ୍ୱେତ-ମଣି-ଶିଳା-ଦ୍ରୋଣୀ-ବାହିନୀନର୍ମଦା- (୪)ତୀରବନେ ଅନୁକ୍ଷଣେ ମୃଗୟା ବିନୋଦୀଆସନ୍ତି ଅମିତ୍ରଚ୍ଛେଦୀ-ଚେଦି-ମହାବୀରେମହୋଜ୍ଜ୍ୱଳ-ମତ୍ତକତ ଅବତଂସଧାରୀ, (୫)ଘନ-ତାଳୀ-ବନାକୀର୍ଣ୍ଣ ଜଳଦୁର୍ଗବାସୀ, (୬)
(୧)
କୁନ୍ତ-ଅସ୍ତ୍ରବିଶେଷ । ମୁଷ୍ଟିପୀଡ଼େ-ଦୃଢ଼ମୁଷ୍ଟିରେ ।
(୨)
(୩)
ମୁଙ୍ଗେର ପ୍ରଭୃତି ଅଞ୍ଚଳର ନାମ ଅଙ୍ଗଦେଶ । କର୍ଣ୍ଣଙ୍କ ଉତ୍ତାରୁ ତାହାଙ୍କ କନିଷ୍ଠପୁତ୍ର ବୃଷକେତୁ ଅଙ୍ଗଦେଶରେ ରାଜପଣ କରିଥିଲେ ।
(୪)
ଶ୍ୱେତମଣିଶିଳାଦ୍ରୋଣୀ-ଶ୍ୱେତବର୍ଣ୍ଣ ମାର୍ବଲ୍ ପର୍ବତର ଉପତ୍ୟକା । ମଧ୍ୟଭାରତବର୍ଷରେ ଜବଲ୍ପୁର ନିକଟବର୍ତ୍ତୀ ଭେଡ଼ାଘାଟ ନାମକ ସ୍ଥାନରେ ନର୍ମଦାର ସ୍ୱଚ୍ଛନୀଳସ୍ରୋତ ଧବଳ ମାର୍ବଲପ୍ରସ୍ତରର ଦ୍ରୋଣୀରେ ପ୍ରବାହିତ, ଏହି ସ୍ଥାନ ଭାରତବର୍ଷର ଗୋଟିଏ ପ୍ରଧାନ ଦୃଶ୍ୟ, ନର୍ମଦାର ସୁପ୍ରସିଦ୍ଧ ଧୂଆଁଧାର ପ୍ରପାତ ଏହାର ଅଦୂରବର୍ତ୍ତୀ ।
(୬)
ଜବଲ୍ପୁର ପ୍ରଭୃତି ଚେଦିରାଜ୍ୟର ଅନ୍ତର୍ଭୁକ୍ତ ଥିଲା, ମରକତ ଖଣିବିଶିଷ୍ଟ ପାନ୍ନା ନଗରୀ ଚେଦିରାଜ୍ୟର ଅନ୍ତର୍ଗତ ଥିଲା ।
(୭)
ତାଳୀବନ-ହିନ୍ତାଳବନ, ସମୁଦ୍ରତୀରବର୍ତ୍ତୀ ଦେଶମାନ ହିନ୍ତାଳବନା-କୀର୍ଣ୍ଣ ।ଅଜସ୍ର କ୍ଷେପଣୀକ୍ଷେପେ ବଜ୍ରଦୃଢ଼ବପୁଃ (୧)ଗାଙ୍ଗେୟ-ତରଙ୍ଗେ ଚଳମତ୍ସ୍ୟଭେଦେ ପଟୁସାବେଳି, ଭାସ୍ୱର ବଳି ହାବେଳିର ଶିଖା, (୨)ସ୍କନ୍ଧେ ଥୋଇ ଆସୁଅଛି ଅମନ୍ଦ ବିକ୍ରମେବଙ୍ଗଦେଶିରଣରଙ୍ଗରସିକ ପୃତନା; (୩)ହିମାଦ୍ରି-ନିସ୍ୟନ୍ଦିନୀର ପ୍ରବାହେ ପ୍ଳାବିତ,ଶାର୍ଦ୍ଦୂଳସେବିତ-ପ୍ରାଂଶୁ-ତୃଣବନାକୁଳ (୪)ପୌଣ୍ଡ୍ର, ଦେଶୁଁ ଆସୁଅଛି ବାର୍କ୍ଷଦୁର୍ଗବାସୀ (୫)
(୧)
ସର୍ବଦା ଆହୁଲାଭିଡ଼ା ହେତୁରୁ ସେମାନଙ୍କର ପେଶୀ ସୁଦୃଢ଼ ।
(୨)
(୩)
ପୃତନା-ସେନା, ପୂର୍ବବଙ୍ଗ ଜଳାକୀର୍ଣ୍ଣ-ଏହି ହେତୁରୁ ବଙ୍ଗୀୟ ସେନାକୁ ଜଳଦୁର୍ଗବାସୀ ବୋଲାଯାଇଅଛି । ଓଡ଼ିଶାରେ କୁଜଙ୍ଗ ପାରିକୁଦ ପ୍ରଭୃତି ସ୍ଥାନମାନଙ୍କୁ ଜଳଦୁର୍ଗ ବୋଲାଯାଇପାରେ ।
(୪)
ବ୍ୟାଘ୍ରସଂକୁଳ ବୃହତ୍ ଘାଷବନପୂର୍ଣ୍ଣ ।
(୫)
ପୌଣ୍ଡ୍ରଦେଶ-ହିମାଳୟର ପାଦଦେଶସ୍ଥିତ ରାଜସାହି ପ୍ରଭୃତି ଅଞ୍ଚଳ ।ବାର୍କ୍ଷଦୁର୍ଗ-ବୃକ୍ଷଘଟିତ ଦୁର୍ଗ । ବର୍ତ୍ତମାନ ସୁଦ୍ଧା ଅନେକ ରାଜା ଏବଂ ଜମିଦାରମାନଙ୍କ ଗଡ଼ ନିବିଡ଼ ବାଉଁଶବନବେଷ୍ଟିତ ଦେଖାଯାଏ ।ରଣରୁକ୍ଷ-ଅନୀକିନୀ ଅନିବର୍ତ୍ତୀ ଋଣେ, (୧)ରିପୁବର-ଚ୍ଛିନ୍ନକାରୀ ବରଛିଧାରଣୀ; (୨)ଆସନ୍ତି ଆୟସ-ସେହ୍ନା-ଅନ୍ନଦ୍ଧ-ଶରୀରେ, (୩)ଧୂପଖଣ୍ଡାଧାରୀ, ଚଣ୍ଡରିପୁଦଣ୍ଡଦାତା, (୪)ଜୁଲପି-ମଣ୍ଡିତ-ଗଣ୍ଡ ଉତ୍କଳ ପ୍ରବୀରେ,ଦ୍ୱିରୁକ୍ତି କେବଳ-ସିନା ଚନ୍ଦ୍ରୋଜ୍ଜ୍ୱଳ ଭୂଷାଯାହାଙ୍କର ଚନ୍ଦ୍ରହାସବ୍ରଣାଙ୍କିତ ଦେହେ; (୫)ଆସୁଛନ୍ତି ନେପାଳିଏ ମହାବୀର୍ଯ୍ୟଶାଳୀ,ଖର୍ବଦେହ, ମାତ୍ର ରଣେ ପର୍ବତ ପରାୟେଅଟଳ, ଛଟକେ ରିପୁ କଟକ-ସଂହାରୀ, (୬)
(୧)
ରଣରୁ ଯେଉଁମାନେ ନିବୃତ୍ତ ହେବାର ନୁହନ୍ତି ।
(୨)
ରିପୁବରଚ୍ଛିନ୍ନକାରୀ-ପ୍ରଧାନଶତ୍ରୁ ଛଦକ ।
(୩)
(୪)
ଧୂପଖଣ୍ଡା-ଅତ୍ୟୁତ୍କୃଷ୍ଟ ଖଡ଼୍ଗବିଶେଷ ।
(୫)
ଚନ୍ଦ୍ରହାସ-ଖଡ୍ଗ । ଉତ୍କଳୀୟ ସୈନ୍ୟମାନଙ୍କ ଦେହରେ ଖଡ୍ଗାଘାତରେ ଚିହ୍ନ ଥିଲା । ତାହା ସେମାନଙ୍କର ସର୍ବୋତ୍କୃଷ୍ଠ ଭୂଷଣ । ସେମାନଙ୍କ ଦେହରେ ଆଉ ଯେଉଁ ଭୂଷଣ ଥିଲା, ତାହା ଦ୍ୱିରୁକ୍ତି ମାତ୍ର ଅର୍ଥାତ୍ ନିଷ୍ପ୍ରୟୋଜନ, ଅସ୍ତ୍ରବଣାଙ୍କଠାରୁ ବୀରମାନଙ୍କର ଉତ୍କୃଷ୍ଟତର ଭୂଷଣ ଆଉ ନାହିଁ ।
(୬)
ନେପାଳର ଗୁରଖାସୈନ୍ୟ ଖର୍ବକାୟ, ମାତ୍ର ଅତ୍ୟନ୍ତ ସାହସୀ ଏବଂ ରଣଦକ୍ଷ ।କଟିଦେଶେ ବିଲମ୍ବିତ କଟାରୀ-ପିଧାନେ, (୧)ଶକ୍ରାୟୁଧ ବର୍ଣ୍ଣଶୋଭି-ପ୍ରବେଣୀ ଆବୃତ, (୨)ଝରୋଦ୍ଗାରି-ଖଣ୍ଡଗିରି (୩) ପ୍ରାୟେ ମଦସ୍ରାବୀସଙ୍ଗେ ଦନ୍ତାବଳଘଟା ଦିଗନ୍ତ-ନିର୍ଘୋଷୀଘନ ଘଣ୍ଟାରବେ, ପୁଣି ଭୈରବ-ବୃଂହିତେ; (୪)ବ୍ୟାଘ୍ର ଚର୍ମ-ଅଙ୍ଗତ୍ରାଣେ ସର୍ବାଙ୍ଗ ଆବରିଆସନ୍ତି କ୍ଷତ୍ରିୟେ କର୍ମନାସା-ତୀରବାସୀ,ବଜ୍ରବପୁଃ, କଷ୍ଟସହ, ନିଷ୍ଠୁର ଯେସନେନିଷ୍ଠୁର ଅକର୍ମଶିଳା କର୍ମନାସା-ସ୍ରୋତେ, (୫)ହସ୍ତେ ଶାର୍ଙ୍ଗଧନୁଃ, ପୃଷ୍ଠେ ନିଷଙ୍ଗେ ପୂରିତଅରାତି ମାରଣ-ପଟ ଆୟସ-ବାଟୁଳି;ଆସୁଛନ୍ତି ଭିଲ୍ଲସେନା ଏକମୁନାଧାରୀ, (୬)
(୧)
ପିଧାନ-କୋଷ; କଟାରି-ଅସ୍ତ୍ରବିଶେଷ ।
(୨)
ପ୍ରବେଣୀ-ହସ୍ତୀର ପୃଷ୍ଠାସ୍ତରଣ ।
(୩)
(୪)
(୫)
କର୍ମନାଶାନଦୀ ବେହାର ଅନ୍ତର୍ଗତ ଭୋଜପୁରର ନିକଟବର୍ତ୍ତୀ, ଭୋଜପୁରବାସୀଙ୍କ ପ୍ରକୃତି ପ୍ରାବଚନିକ ପ୍ରସିଦ୍ଧି ଲାଭକରିଅଛି ।
(୬)
ଏକମୁନା-ଶୂଳାକାର ଅସ୍ତ୍ରବିଶେଷ ।ବିନ୍ଧ୍ୟଗିରି-ବନଗଜ-ମୃଗୟାକୌତୁକୀ,ଅଞ୍ଜନାଭ, ଗୁଞ୍ଜାମାଳେ ମଣ୍ଡିତ ବିଗ୍ରହ,ମଧୁକ-ମଦିରାପାନେ ରକ୍ତାକ୍ଷ ସରବେ, (୧)ଘନ ଘନ କଟିତଟେ ବାଜେ ଘର୍ଘରିକା; (୨)ଛାଡ଼ି ନାହିଁ ପେଷିବାକୁ ଏ ମହାମିଳନେନିଜ ନିଜ ପତାକିନୀ ବିଶ୍ୱବିଜୟିନୀଉଜ୍ଜୟିନୀ, ମହାକାଳ-ପାଳିତା ନଗରୀ,ନିରତେ ଶୀତଳ ସିପ୍ରା-ତରଙ୍ଗପବନେ; (୩)ନର୍ମଦା-ମେଖଳା ମହାପୁରୀ ମହିଷ୍ମତୀ,କୀର୍ତ୍ତବୀର୍ଯ୍ୟବୀର୍ଯ୍ୟେ ଯାହା ବିଶ୍ରୁତ ତ୍ରିଲୋକେ (୪)ବେତ୍ରବତୀ-ଧୌତ ପୁରୀ ବିଦିଶାଲକ୍ଷଣା; (୫)
(୧)
(୨)
(୩)
ଉଜ୍ଜୟିନୀର ପାଦଦେଶରେ ସିପ୍ରା ପ୍ରବାହିତ, ଭଗବାନ୍ ମହାକାଳ ମହାଦେବଙ୍କ ମନ୍ଦିର ସକାଶେ ଉଜ୍ଜୟିନୀ ଭାରତ ବର୍ଷର ପ୍ରଧାନତୀର୍ଥ ମଧ୍ୟରେ ପରିଗଣିତ ।
(୪)
କାର୍ତ୍ତବୀର୍ଯ୍ୟଙ୍କ ରାଜଧାନୀ ମାହିଷ୍ମତୀ ନର୍ମଦା ତଟରେ ଅବସ୍ଥିତ ଥିଲା ।
(୫)
ବିଦିଶାଲକ୍ଷଣା-ବିଦିଶାନାମ୍ନୀ, ବିଦିଶାର ଆଧୁନିକ ନାମ ଭଲସା । ଏହା ବେତ୍ରବତୀ ଅଥବା ବେତୁଆ ତୀରରେ ଅବସ୍ଥିତ ।ହେଉଛନ୍ତି ଏହିମତେ ରୁଣ୍ଡ ସେ ପ୍ରାନ୍ତରେକେତେଦେଶୁ କେତେ ଜାତି କଳିବକେ ତାହା ?କେ ଗଣିବ ନଭେ ତାରା, ଲହରୀ ଅର୍ଣ୍ଣବେ,କି ଅବା ଚିଲିକା-ନୀଳବକ୍ଷେ ହଂସାବଳୀ ? (୧)କୃଷ୍ଣା-ସ୍ୱୟମ୍ବରେ ଯଥା ଲକ୍ଷ୍ୟଭେଦ କାଳେପଞ୍ଚାଳେ, କି ଅବା ଇନ୍ଦ୍ରପ୍ରସ୍ଥେ ରାଜସୂୟେ,କୁରୁକ୍ଷେତ୍ରଯୁଦ୍ଧୋଦ୍ୟୋଗେ ଅବା ମତ୍ସ୍ୟଦେଶେ,ଅବା ଯଥା ଅଶ୍ୱମେଧେ ହସ୍ତିନାତୋରଣେ,ଦେଖିଥିଲେ ରୁଣ୍ଡ ଆଗେ ପାଣ୍ଡୁ କୁଳମଣିଅସଂଖ୍ୟ ବାହିନୀ, ପୁଣି ଦୃଶ୍ୟ ସେହିପରି,ଦେଖିଲେ ସେ ଆଜି ବସି ଅନଳ-ପ୍ରସାଦେସହ୍ୟଶୈଳେ, ତହୁଁ ତାଙ୍କୁ ଏକ ଏକ କରିଚିହ୍ନାଇ ଜ୍ଜ୍ୱଳନଦେବ ଅଙ୍ଗୁଳି ନିର୍ଦ୍ଦେଶିବୋଇଲେ, ‘‘ଦେଖୁଛ ଯାହା, ଘଟିବ ଭାରତେ,ବହୁଶତ ବର୍ଷ ଗତେ ଏହି ନବଯୁଗେ,କଳିପାପେ ବୀର୍ଯ୍ୟ-ହୀନ ହେଲେ ଆର୍ଯ୍ୟଜାତି,
(୧)
ଶରଦାରମ୍ଭରେ ଚିଲିକାର ନୀଳବକ୍ଷ ବନହଂସରେ ଧବଳିତ ହୋଇଯାଏ ।ଆରମ୍ଭିଲେ ମହାଯାଗ ଅର୍ବୁଦପର୍ବତେ (୧)ଭାରତର ହିତକାମେ ଚାରି ମହାତପା–ବଶିଷ୍ଠ, କୃଶାଶ୍ୱଶିଷ୍ୟ, ପରାଶର ଭୃଗୁ,ନିଜ ତେଜଃପୁଞ୍ଜ ଧାମୁ ମଞ୍ଚେ ଅବତରି, (୨)ପ୍ରତିହାର, ପ୍ରମାରକ, ରାଠୋର, ଚୋହାନ–ନାମଧାରୀ କୃତୀ ଚାରି କ୍ଷତ୍ର ମହାବୀରେଜନ୍ମଭୂମି ଲାଗି ଝାସଦେବେ ଯଜ୍ଞାନଳେମହାନନ୍ଦେ, ମହାମନା ମୁନିଙ୍କ ଆଦେଶେ,ବୀର ବିନୁ ଆନ କେହି ପାରେ କି ମୁରୁଛି,ଜୀବନର ବ୍ରତ ଲାଗି, ଜୀବନର ମାୟା ?ଜନ୍ମଭୂମି ଟେକରକ୍ଷା ଶକତିକି କେବେଧରଇ, ହେ ପଣ୍ଡୁରାଣ, ପ୍ରାଣରଙ୍କ ପ୍ରାଣୀ ?ଝାସ ଦେଇ ସେ ଅନଳେ ସେହି ଚାରି ବୀରେ
(୧)
ଆବୁ ପର୍ବତ ଆରାବଳୀର ପ୍ରଧାନ ଶୃଙ୍ଗ, କିମ୍ବଦନ୍ତୀ ଅଛି ଯେ ଭାରତବର୍ଷର ଅଧଃପତନର ସମ୍ଭାବନା ଦେଖି ବଶିଷ୍ଠ, ବିଶ୍ୱାମିତ୍ର, ପରାଶର ଏବଂ ଭୃଗୁମୁନି ଅର୍ବୁଦପର୍ବତ ଶୃଙ୍ଗରେ ଯାଗାରମ୍ଭ କଲେ । ସେହି ଯାଗାନଳରୁ ଚାରି ମହାବୀର ଆର୍ବିଭୂତ ହେଲେ । ଏହୀ ବୀରଚତୁଷ୍ଟୟର ସାଧାରଣ ନାମ ‘ଅଗ୍ନିକୁଳ’ ଅଟେ ।
(୨)
ସପ୍ତର୍ଷିରୂପ ଜ୍ୟୋତିର୍ମୟଲୋକରୁ ।ନବବପୁ ଧରି ପୁଣି ବାହାରିବେ ତହୁଁ,ପ୍ରଦୀପ୍ତକବଚୀ ଖଡ଼୍ଗୀ ଧୃଷ୍ଟଦ୍ୟୁମ୍ନ ପରି; (୧)ମୋ ଶିଖାରୁ ଜାତ ଯେଣୁ ହେବେ ଏହିବୀରେ,ବୋଲାଇବେ ଭବେ ତହୁଁ ଅଗ୍ନିକୁଳ ନାମେ,ଯଥା ନାମେ କର୍ମେ ତଥା ତେଜଃପୁଞ୍ଜରୂପୀଶୋଭିବ ଏ ଦେଶ ଏହି ଚାରି ମହାବୀରେ,ଦନୁଜ-ଦାରୁଣ-ଦନ୍ତେ ସୁରଗଜ ଯଥା (୨)ଐରାବତ, ଚାରିଭୁଜେ ଅବା ଦନୁଜାରି, (୩)ଅବା ସୁରବାଳାଙ୍କର ଜ୍ୟୋତିପର୍ଯ୍ୟଙ୍କିକାଖୁରାରୂପୀ ଭାଦ୍ରପଦ ତାରାଚତୁଷ୍ଟୟେ; (୪)ଏହି ଯେ ଦେଖୁଛ, ବୀର, ଆର୍ଯ୍ୟବରୁଥିନୀ (୫)
(୧)
ଦ୍ରୁପଦପୁତ୍ର ଧୃଷ୍ଟଦ୍ୟୁମ୍ନ ଦୀପ୍ତିମାନ୍ କବଚ ଏବଂ ଖଡ୍ଗଧାରଣକରି ଯଜ୍ଞକୁଣ୍ଡରୁ ବାହାରିଥିବାର ପ୍ରସଙ୍ଗ ମହାଭାରତରେ ଅନୁସନ୍ଧେୟ ।
(୨)
ଐରାବତର ଚାରି ଦାନ୍ତ ଥିବାର ପ୍ରସିଦ୍ଧି ଅଛି ।
(୩)
ଦନୁଜାରି ଅର୍ଥାତ୍ ବିଷ୍ଣୁ ଯେପରି ଚାରି ଭୁଜଦ୍ୱାରା ପରିଶୋଭିତ ।
(୪)
ଭାଦ୍ରପଦ ତାରାଚତୁଷ୍ଟୟ ପର୍ଯ୍ୟଙ୍କାକାର ।
(୫)
କରୁଥିନୀ-ସେନା ।ସମବେତ ନାନା ଦିଗ ଦିଗନ୍ତରୁ ଆସି,ଜନ୍ମିବେ ସରବେ ଏହି ଚାରୁ ବୀରକୁଳେ, (୧)ଭାରତର ନାନାରାଜ୍ୟେ ରାଜଦଣ୍ଡ ଚାଳିଏ ବୀରଙ୍କ ବଂଶଧରେ ରଖିବେ ଯତନେଯବନ ରାହୁର ଗ୍ରାସୁଁ ଭାରତ-ଚନ୍ଦ୍ରମାବହୁକାଳ, ମାତ୍ର ତାହା ନ ସହିବ କଳି,କଳିର ପ୍ରେରଣେ, ‘ଈର୍ଷା’ ଅଲକ୍ଷିତେ ପଶିଭିଆଇବ ପୁଣି କଳି ଭୂପାଳେ ଭୂପାଳେ;ଜନ୍ମିବେ ଚୋହାନ କୂଳେ ଏହି ଦିଲ୍ଲୀପୁରେକ୍ଷୀରୋଦୁଁ ପୀୟୂଷ ପ୍ରାୟେ ପୃଥୁ ପୃଥୁଯଶା, (୨)ସଂଗ୍ରାମେ ଅପ୍ରତିରଥ ଯଥା ପାର୍ଥ ରଥୀ, (୩)ଜନ୍ମିବ ରାଠୋରକୁଳେ ସେ କୁଳପାଂଶୁଳକ୍ଷୀରୋଦୁଁ ଗରଳ ପ୍ରାୟେ, ମୋ ଶିଖାରୁ ଅବା
(୧)
ଆର୍ଯ୍ୟାବର୍ତ୍ତର ଅଧିକାଂଶ ରାଜନ୍ୟବର୍ଗ ଏହି ଚରି ନାମରେ ଆଖ୍ୟାତ ।ଓଡ଼ିଶାର ଅଧିକାଂଶ ରାଜବଂଶ ମଧ୍ୟ ଏହି ବଶସମ୍ଭୂତ ।
(୨)
(୩)
ଅପ୍ରତିରଥ-ଯାହାଙ୍କର ଉପଯୁକ୍ତ ପ୍ରତିଯୋଦ୍ଧା ନାହିଁ, ଅଦ୍ୱିତୀୟ ।ସମଳ ଅଳନ୍ଧୁ ପ୍ରାୟେ କାନ୍ୟକୁବ୍ଜପତି (୧)ମନ୍ଦମତି ଜୟଚନ୍ଦ୍ର ଆର୍ଯ୍ୟ ଭୂମିଦ୍ରୋହୀ;ପୃଥୁଙ୍କ ବିକ୍ରମ ଯଶଃ ଶୁଣି ଏ ଦୁର୍ମତିଅନୁକ୍ଷଣେ ହେବ ଘାରି, ସ୍ୱଭାବେ ଭଗାରିଗୁଣୀଙ୍କର, କର୍ଣ୍ଣଶୂଳ ମଣିବ ସେ ସ୍ତୁତି;ମାତ୍ର କର୍ଣ୍ଣାମୃତରୂପେ ପଶିବ ସେ ବାଣୀବୀରଙ୍ଗନା ନିରୋତ୍ସଙ୍ଗ-ସିଂହାସନାର୍ଥିନୀ (୨)କାନ୍ୟକୁବ୍ଜ ଜେମାମଣି ସଂଯୁକ୍ତା ଶ୍ରବଣେ (୩)ସଂଯୁକ୍ତା, ସୁନ୍ଦରୀପଣେ ଅତୁଲା ଭୂତଳେ,ରାଠୋର-କଳଙ୍କ ଜୟଚନ୍ଦ୍ରର ଔରସେପ୍ରସୂତା, ପଙ୍କିଳ ସରୁଁ ଯଥା ପଙ୍କଜିନୀ;
(୧)
କାନ୍ୟକୁବ୍ଜ-ଆଧୁନିକ କନୋଜ । ଜୟଚନ୍ଦ୍ର ପୃଥୁଙ୍କ ଶ୍ୱଶୁର ଥିଲେ । ପୃଥୁଙ୍କ ଯଶରେ ଈର୍ଷାନ୍ୱିତ ହୋଇ ତାହାଙ୍କୁ ଦମନ କରିବା ସକାଶେ ସେ ସର୍ବପ୍ରଥମେ ବୈଦେଶିକମାନଙ୍କର ସାହାର୍ଯ୍ୟ ଲୋଡ଼ିଥିଲେ ।
(୨)
ବୀରକ୍ରୋଡ଼ରୂପ ସିଂହାସନପ୍ରାର୍ଥନୀ-ବୀରବନିତା ହେବା ସକାଶେ ଇଚ୍ଛୁକା ।
(୩)
ରାଠୋରରାଜ ଜୟଚନ୍ଦ୍ରଙ୍କ କନ୍ୟା ସଂଯୁକ୍ତାର ସ୍ୱୟମ୍ବର ଭାରତ ଇତିହାସର ଗୋଟିଏ ପ୍ରଧାନ ଘଟନା ।ଭାରତବର୍ଷର ସ୍ୱାଧୀନତା ଲୋପ ଏହି ଘଟନାର ଗୌଣଫଳ ଅଟେ ।
ସୁନ୍ଦରୀ ମୋହନମନ୍ତ୍ର ନୁହେଁ କେଉଁ କାଳେ,କେଉଁଦେଶେ, ହେ ବୀରେନ୍ଦ୍ର ବୀର-ଯଶୋଗାଥା ?ପୃଥୁଙ୍କ ସେ ଯଶୋଗାଥା ଜାଳିବ ଯେତିକିକ୍ରୋଧ ପିତୃହୃଦେ, ପ୍ରେମ ସେତିକି ସେ ପୁଣିଜାଳିଦେବ ସମକାଳେ ଦୁହିତା ହୃଦୟେ;ରାଜସୂୟ ଯଜ୍ଞେ ଜେମା ସ୍ୱୟମ୍ବର-ବିଧିଭିଆଇଲେ ଜୟଚନ୍ଦ୍ର କାନ୍ୟକୁବ୍ଜ ପୁରେ,ଲେଖା ପାଇ ଭାରତର ଦିଗଦିଗନ୍ତରୁଆସିବେ ସେ ରାଜସୂୟେ ରାଜନ୍ୟମଣ୍ଡଳୀ,ମାତ୍ର ନ ଆସିବେ ପୃଥୁ; ପ୍ରତିନିଧିରୂପେପୃଥୁଙ୍କର ପ୍ରତିରୂପ ଗଢ଼ାଇ କାଞ୍ଚନେଥୁଆଇବ ଜୟଚନ୍ଦ୍ର ରାଜସଭାତଳେ;ଉପେକ୍ଷି ସେ ସ୍ୱୟମ୍ବରେ ପିତୃବଚସ୍କାରୀନୃପକୁଳେ, ଉପେକ୍ଷି ସେ ପିତାର ଭ୍ରୂକୁଟିସେହି ପ୍ରତିମାର ଗଳେ ଦେବେ ବରମାଳାସଂଯୁକ୍ତା, ରାଠୋର-ସରେ ମଞ୍ଜୁ ସରୋଜିନୀଦିଲ୍ଲୀର ଚୋହାନ-ରବି ପ୍ରେମ ସ୍ପୃହାବତୀ; (୧)ମନସ୍ୱିନୀ ବାଳାର ଏ ବିଷମ ସାହସଦେଖି ହେବେ ସମବେତ ରାଜନ୍ୟେ ଚକିତ,ଚମକେ ଚମକ ପୁଣି ଭିଆଇବ ତହିଁପୃଥୁଙ୍କ ସଂଗ୍ରାମ-ଶିଙ୍ଗା ଘୋଷି ବଜ୍ରଘୋଷେଅଦୂରେ, ସହସା ସେହି ସ୍ୱୟମ୍ବର-ସଭାକମ୍ପାଇବ ଅଶ୍ୱବାର-ଅଶ୍ୱକ୍ଷୁରଟାପୁ, (୨)ହେମବର୍ମାବୃତବପୁ ବରାଶ୍ୱବାହନେ (୩)କୃପାଣଦ୍ୱିତୀୟ ପୃଥୁଁ ରକ୍ଷିଦଳ ଭେଦି, (୪)ଚମକେ ଜଳକା ପ୍ରାୟେ ରାଜାଙ୍କ ସମ୍ମୁଖେଉଲ୍କାବେଗେ ଆସି, ବୀର୍ଯ୍ୟଶୁଳ୍କା ରୂପସୀକି (୫)
(୧)
ଚୋହାନରବି-ପୃଥୁ । ସଂଯୁକ୍ତା ପୃଥୁଙ୍କର ସୁବର୍ଣ୍ଣପ୍ରତିମା ଗଳଦେଶରେ ବରମାଲ୍ୟ ଦେଇଥିବାର କଥା ଇତିହାସରେ ପ୍ରସିଦ୍ଧ ।
(୨)
(୩)
(୪)
କୃପାଣଦ୍ୱିତୀୟ-ଅସି ଯାହାର ଏକମାତ୍ର ସଙ୍ଗୀ ।
(୫)
ବୀର୍ଯ୍ୟଶୁଳ୍କା ରୂପସୀ-କେବଳ ବୀର୍ଯ୍ୟରୂପ ଶୁଳ୍କ ପ୍ରଦାନଦ୍ୱାରା ଯେଉଁ ସୁନ୍ଦରୀ ଲଭ୍ୟା, ବୀରବ୍ୟତୀତ ଅନ୍ୟର ଅଲଭ୍ୟା ।ଅନୁକୂଳ ବଳାତ୍କାରେ ନେଇଯିବେ ହରିସଭାତଳୁଁ, ସୁଭଦ୍ରାକୁ ଯେସନେ ଫାଲ୍ଗୁନୀ, (୧)କିମ୍ବା ମେଘାକର୍ଷୀ ମହାଚଣ୍ଡ ପକ୍ଷବେଗେ (୨)ହେମାଙ୍ଗ ପକ୍ଷୀନ୍ଦ୍ର ବଳେ ହରିଲେ ଅମୃତସୁରେନ୍ଦ୍ର-ରକ୍ଷିତ ଶଶିମଣ୍ଡଳୁଁ ଯେସନେ;ପୃଥୁର ଏ ବୀର-ଯଶଃ କ୍ଷାର ପ୍ରାୟେ କ୍ଷତେଜାଳିଦେବ ରୋଷାନଳ ଜୟଚନ୍ଦ୍ର-ହୃଦେ,ପରିଣାମ ପ୍ରତି ଅନ୍ଧ ବୈରନିର୍ଯ୍ୟାତନେ (୩)ଦୁଷ୍ଟମତି, ଜାମାତାର ନିଧନ ମନାସିଶରଣାର୍ଥୀ ହେବ ଯାଇ ଯବନର ପଦେ;ବିକ୍ରମା ଯବନପତି ଆର୍ଯ୍ୟନିର୍ଯ୍ୟତନୁଁ
(୧)
ଅର୍ଜ୍ଜୁନ କର୍ତ୍ତୃକ ସୁଭଦ୍ରାହରଣ ପ୍ରସଙ୍ଗ ମହାଭାରତରେ ଅନୁସନ୍ଧେୟ ।
(୨)
ପ୍ରଚଣ୍ଡ ପକ୍ଷବେଗଦ୍ୱାରା ମେଘକୁ ଯେ ଆକର୍ଷଣ କରେ ।
(୩)
ଶତ୍ରୁଉପରେ ଦାଉ ସାଧିବାକୁ ଯାଇ ପରିଣାମରେ ଯେ ନିଜର ଏବଂ ସ୍ୱଦେଶର ।ଆର୍ଯ୍ୟୋଦ୍ଧାରବ୍ରତ ଛଳେ ପଶିବ ଏ ଦେଶେସ୍ୱଦଳେ, ଯେ ଦଳେ ପୁଣି ଆର୍ଯ୍ୟକୁଳାଙ୍ଗାରେମିଶାଇବେ ନିଜ ସେନା ଆର୍ଯ୍ୟଧ୍ୱଂସ ଲାଗି;ପୃଥୁଙ୍କ ଭଗିନୀପତି ଅଜାମିଳ-ପତି (୧)ଅମର୍ଷୀ, ଅମିତତେଜା, ପରପୁରଞ୍ଜୟୀ, (୨)ପୃଥୁଙ୍କ ସହାୟ ହୋଇ ଯୁଝିବେ ସଂଗ୍ରାମେତଡ଼ିବେ ଯବନସେନା ତ୍ୱରିତ ଭାରତୁଁବେନି ଆର୍ଯ୍ୟବୀରେ ଆର୍ଯ୍ୟଗୌରବର କେତୁ,
(୧)
ଏହି ସମୟରେ ବୀରମାନଙ୍କ ମଧ୍ୟରେ ଦିଲ୍ଲୀପତି ପୃଥୁ ପ୍ରଥମସ୍ଥାନୀୟ ଏବଂ ଆଜମିରପତି ଅମର୍ଷୀ ଦ୍ୱିତୀୟସ୍ଥାନୀୟ, ଭାରତବର୍ଷର ସ୍ୱାଧୀନତା ରକ୍ଷା ସକାଶେ ଏହି ଦୁଇ ବୀର ଜୀବନୋତ୍ସର୍ଗ କରି ମର୍ତ୍ତଅମରତା ଲାଭ କରିଛନ୍ତି । ରାଜପୁତନାର ମହାକବି ଚାନ୍ଦଙ୍କ ଲେଖନୀ ପୃଥୁଙ୍କ ପ୍ରତିଷ୍ଠା ଅବିନଶ୍ୱର କରିରଖିଅଛି ।
(୨)
ପରପୁରଞ୍ଜୟୀ-ଶତ୍ରୁନଗର ଜୋତା ।ତେଜସ୍ୱୀ ଅଗ୍ରତେ ନତମସ୍ତକ ଆରତିପୃଥୁ ପାଶେ ପ୍ରାଣଭିକ୍ଷା କରି କରଯୋଡ଼େପଳାଇବ ନିଜ ଦେଶେ ଦଳବଳ ସହ;ଦଣ୍ଡଶକ୍ତିସତ୍ତ୍ୱେ କ୍ଷମା ଆର୍ଯ୍ୟଧର୍ମନୀତି,ତେଣୁ ଦୟାସିନ୍ଧୁ ଆର୍ଯ୍ୟ ଧୁରନ୍ଧର ପୃଥୁଅରିକି ବିପନ୍ନ ଦେଖି ଆଚରିବେ କ୍ଷମା ।ମାତ୍ର ଆତ୍ମଦ୍ରୋହ ସିନା କ୍ଷମା ଅଭାଜନେ ! (୧)ଅଭାଜନେ ଏହି କ୍ଷମା ପୃଥୁ ପ୍ରତି ତେଣୁପରିଣାମେ ହେବ ମହା ଅନର୍ଥର ହେତୁ,ଭୋଗତୃଷ୍ଣାବଶେ ରତ ପରସ୍ୱ-ହରଣେଯବନନପତି ବେଗେ ଭାରତୁଁ ପଳାଇକି ସ୍ୱପନେ, କି ଜାଗ୍ରତେ, ଧ୍ୟାୟି ଅବିରତେଭାରତର ଏହି ଶସ୍ୟସ୍ମେରା ବସୁନ୍ଧରା, (୨)ପୁଣି ପ୍ରବେଶର ଆଶେ ରହିଥିବ ଟାକି;ଦୂତ ପେଷି ଜୟଚନ୍ଦ୍ର ଆଣିବ ଆହ୍ୱାନି,
(୧)
ଦୁଷ୍ଟକୁ କ୍ଷମା ନିଜର ସର୍ବନାଶର ନାମାନ୍ତର ମାତ୍ର ।
(୨)
ଶସ୍ୟସ୍ମରୋ-ଶସ୍ୟ ଯୋଗୁ ହାସ୍ୟମୟୀ, ଶସ୍ୟଶୋଭିତା ।ପୁଣି ଏ ଭାରତେ ତାକୁ ବିନାଶ ମନାସିଜାମାତାର, ଆତ୍ମନାଶ-ଅଧିବାସରୂପେ, (୧)ସାମାନ୍ୟ-ଶତ୍ରୁର ଏହି ଅଭିଯାନ-ରବେ (୪)ଭାରତର ନାନାଦେଶୁଁ ଆସିବେ କ୍ଷତ୍ରିୟେଦିଲ୍ଲୀପୁରେ, ଦିଲ୍ଲୀପତି-ନିମନ୍ତ୍ରଣ ପାଇ,ସେ ଭବିଷ୍ୟଦୃଶ୍ୟ ଏବେ ଦିବ୍ୟାଞ୍ଜନ ଯୋଗେଦିଶୁଛି ତୁମ୍ଭର ନେତ୍ରେ ବର୍ତ୍ତମାନ ମତି,’’ (୩)ଉତ୍ତରିଲେ ସବିସ୍ମୟେ ପାଣ୍ଡୁ-ଚୂଡ଼ାମଣି,‘‘ଶତଭ୍ରାତ କୁରୁ ପଞ୍ଚପାଣ୍ଡବ ସହିତେଥିଲେ ହେଁ ବିବାଦେ ରତ, ଦେଶବୈରୀସହଯୁଝୁଥିଲୁଁ ଆମ୍ଭେ ହୋଇ ପଞ୍ଚୋତ୍ତରଶତ,ଏହି ନୀତି ଅନୁସରି ସର୍ବେ ଏକ ମେଳେଗନ୍ଧର୍ବ-ବାହିନୀ ସଙ୍ଗେ ଯୁଝି ବନବାସେଉଦ୍ଧରିଲୁଁ ଅରି-ହସ୍ତୁ ହେଳେ ସୁଯୋଧନେ; (୧)ଅନ୍ତରେ ଜର୍ଜରଭାବ ନିରନ୍ତର ବହିସଂହତ ମହିଷଶୃଙ୍ଗ ଶତ୍ରୁଭେଦେ ଯଥା, (୨)
(୧)
ପାଣ୍ଡବମାନେ କୌଣବମାନଙ୍କ ଦୂରଭିସନ୍ଧିରେ ବନବାସର ଘୋର କଷ୍ଟ ଭୋଗ କରୁଥଇଲେ । ଦୁରନ୍ତ କୌରବମାନେ ନିଜର ସୌଭାଗ୍ୟ ଦେଖାଇ ପାଣ୍ଡବମାନଙ୍କୁ ଅଧିକତର ମନଃପୋଡ଼ା ଦେବା ସକାଶେ ସେହି ବନକୁ ଆସିଲେ । ଏମନ୍ତ ସମୟରେ ଗନ୍ଧର୍ବମାନଙ୍କ ସହିତ କୌରବମାନଙ୍କର ହଠାତ୍ ଯୁଦ୍ଧ ହେବାରୁ କୁରୁରାଜ ଦୁର୍ଯ୍ୟୋଧନ ସେମାନଙ୍କ ହସ୍ତରେ ବନ୍ଦୀ ହେଲେ । ଯୁଧିଷ୍ଠିରଙ୍କ ଛାମୁରେ ଏହି ବାର୍ତ୍ତା ପ୍ରବେଶ ହେବାରୁ ସେ ଦୁର୍ଯ୍ୟୋଧନଙ୍କୁ ଗନ୍ଧର୍ବମାନଙ୍କ ହସ୍ତରୁ ମୁକ୍ତ ବରିବା ସକାଶେ ଅର୍ଜ୍ଜୁନଙ୍କୁ ଆଦେଶ ଦେଲେ । ଭୀବ ପ୍ରଭୃତି ଯୁଧିଷ୍ଠିରଙ୍କ ଏହି କାର୍ଯ୍ୟରେ ଆଶ୍ଚର୍ଯ୍ୟନ୍ୱିତ ହୋଇ ପ୍ରତିବାଦ କରିବାରୁ ଯୁଧିଷ୍ଠିର କହିଲେ ‘ଆପଣା ମଧ୍ୟରେ କଳହ ହେଲେ ଆମ୍ଭେମାନେ ପାଞ୍ଚଭାଇ ଏବଂ କୌରବମାନେ ୧୦୦ ଭାଇ, ମାତ୍ର ବୈଦେଶିକ ସହିତ କଳହ ହେଲେ ଆମ୍ଭେମାନେ ୧୦୫ ଭାଇ । ଅପରିଣାମଦର୍ଶୀ ଆର୍ଯ୍ୟମାନେ ଏହି ମହାବାକ୍ୟର ମର୍ମ୍ମ ବୁଝି ନ ଚଳିବାରୁ ଭାରତବର୍ଷର ସର୍ବନାଶ ହେଳା ।
(୨)
‘‘ମହଷଶିଙ୍ଗ ଫଟା, ଯୁଝିବା ବେଳକୁ ଗୋଟା’’ ଏ ପ୍ରବଚନ ଓଡ଼ିଶ୍ୟାରେ ସର୍ବତ୍ର ପ୍ରଚଳିତ । ସଂହିତ–ଅଭିନ୍ନ ।ସାମନ୍ୟ ବିପଦେ ଗୃହବିଗ୍ରହ ବିସ୍ମରିଯୁଝନ୍ତି ତେସନ ଆର୍ଯ୍ୟେ ଦେଶବୈରୀ ସହ,ଆର୍ଯ୍ୟର ଏ ଚିରନୀତି ବିସ୍ମରି କି ସତେବାଲୁକାରଜ୍ଜୁର ଧର୍ମ ଭଜି କର୍ମଦୋଷେଏହିରୂପେ ଆର୍ଯ୍ୟ, ଆହା ଯିବେ ରସାତଳେ,’’