ମହାଯାତ୍ରା
ରାଧାନାଥ ରାୟ · ଭାଗ ୩ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ସହ୍ୟାଦ୍ରିଶିଖରେ ବସି, ଦିବ୍ୟାଲୋକଯୋଗେଦେଖିଲେ ପାଣ୍ଡବରାଣ ଅନଳ ପ୍ରସାଦେବିସ୍ମୟେ ଅଦ୍ଭୁତ ଦୃଶ୍ୟ, ଦିଶିଲା ଆକାଶେତାରକାଗୁମ୍ଫିତ-ଚାରୁ-ଚନ୍ଦ୍ରାତପ ତଳେସ୍ୱର୍ଣ୍ଣମେଘେ ଦେବସଭା, ବିରାଜନ୍ତି ତହିଁଦେବଗଣ, ଚିନ୍ତାମଗ୍ନ ସର୍ବେ ଏକମନେ,ଚକ୍ରାକାରେ ବେଢ଼ିଅଛି ସର୍ବ ଦେବଦେହସୁନ୍ଦର ପ୍ରଭାମଣ୍ଡଳ, ବିଧୁଙ୍କୁ ଯେସନବେଢ଼ଇ ବିବିଧବର୍ଣ୍ଣେ ଉଜ୍ଜ୍ୱଳ ପରିଧିନିଶାକାଳେ, ବରଷାର ଆଗମସୂଚକ, (୧)ଏକ ଏକ କରି ଦେବ ସୁବର୍ଣ୍ଣ ଦୀଧିତି (୨)ପୌରବେ ଚିହ୍ନାଇ ଦେଇ କହିଲେ ଏସନ, (୩)‘‘ତୁଷାର ଧବଳକାନ୍ତି, ଦେଖ, ସିଂହାସନେ
(୧)
ଚନ୍ଦ୍ରମଣ୍ଡଳକୁ ଲୋକ ବର୍ଷାର ସୂଚକ ବୋଲି ବିଶ୍ୱାସ କରନ୍ତି ।
(୨)
ସୁବର୍ଣ୍ଣଦୀଧିତି-ଅଗ୍ନି ।
(୩)
ପୌରବ-ଯୁଧିଷ୍ଠିର ।ବିରାଜନ୍ତି ‘ଧର୍ମ’ ଦେବ ଅମଳବସନେ,କରେ ଜ୍ୟୋସ୍ନାଶୁଭ୍ର ଦଣ୍ଡ, ବଦନମଣ୍ଡଳେବିରାଜେ ଅପୂର୍ବ ଜ୍ୟୋତି ପ୍ରଶାନ୍ତ ପାବନ;ସ୍ଫୀତବକ୍ଷ ଅନୁଚର ଧର୍ମ୍ମଙ୍କ ଛାମୁରେଉଭା ଯେହୁ, ଦିବେ ସେହି ‘ସାହସ’ ଆଖ୍ୟାତ;ଧର୍ମ ପାଶେ ‘ସତ୍ୟ’ ମହାତେଜସ୍ୱୀ ନିର୍ଭୀକ,ସ୍ୱଚ୍ଛବତ ଦିଶେ ଯାଙ୍କ ସମସ୍ତ ବିଗ୍ରହ,ହେଲେହେଁ ଭୂଷଣହୀନ ନୈସର୍ଗିକ ରୂପେଦିଶଇ ସୁନ୍ଦର ଅତି ସେ ଦିବ୍ୟ ମୂରତି;ସତ୍ୟଙ୍କ ଅଦୂରେ ଦେଖ ତୁଳାଦଣ୍ଡଧାରୀ,ନିସ୍ତରଙ୍ଗ ହ୍ରଦ ପରି ଗମ୍ଭୀର ମୂରତି‘ନ୍ୟାୟଦେବ’, ନେତ୍ର ବଦ୍ଧ ଘନକୃଷ୍ଣବାସେ,ସାନ ବଡ଼, ନିଜ ପର ଜ୍ଞାନର ରୋଧକ; (୧)ତାଙ୍କ ପାଶେ ‘ତପଃ’ କ୍ଷୀଣବପୁ ଜଟାଧାରୀ,ମୁଞ୍ଜ ମେଖଳାରେ ବଦ୍ଧ ଶୋଭେ କଟିଦେଶେ (୨)ବକଳ, ଲମ୍ବିତ ଲମ୍ବଶ୍ମଶ୍ରୁ ବକ୍ଷସ୍ଥଳେ;ତପଃ ପାଶେ ‘କ୍ଷମ’ ହସ୍ତେ ଆବରଣ ପଟ,ବ୍ୟସ୍ତ ସଦା ପର ଦୋଷ ଆବରିବାପାଇଁ;ତାଙ୍କ ପାଶେ ‘ଦୟାଦେବୀ’ ସ୍ନିଗ୍ଧଜ୍ୟୋତିର୍ମୟୀ,
(୧)
ସାନ ବଡ଼, ନିଜ ପର ଏହି ଜ୍ଞାନର ରୋଧକ । ଘନକୃଷ୍ଣବସନରେ ‘ନ୍ୟାୟଦେବ’ଙ୍କ ନେତ୍ର ବଦ୍ଧ ।
(୨)
ମୁଞ୍ଜ-ତୃଣବିଶେଷ ।ମୁକ୍ତାଫଳଗଞ୍ଜ-ଅଶ୍ରୁ ଝରେ ନେତ୍ରଯୁଗେପରଦୁଃଖେ, ବାହୁ ତୋଳି ଡାକୁଛନ୍ତି କି ସେଦୁଃଖିଜନେ ଆଶ୍ରା ଦେବାପାଇଁ ନିଜକ୍ରୋଡ଼େ !ପୂର୍ଣ୍ଣକୁମ୍ଭୁ ଜଳ ଇଡ଼ି ପ୍ରକ୍ଷାଳନ୍ତି ଦେହ‘ଶୌଚଦେବ’, ସଙ୍କୁଚିତ ସଦା ଅନାଚାରେ,ବରାଙ୍ଗୁ କାଢ଼ନ୍ତି ଯେହୁ ବସ୍ତ୍ର, ଆଭରଣ,ନିୟୋଜିତ-ଦେହମନ ପରସେବାଲାଗି,‘ତିତିକ୍ଷା’ ସେ ରତ ସଦା ମହାତ୍ୟାଗବ୍ରତେ; (୧)ସାଧୁଜନ-ସେବ୍ୟ ଏହି ପବିତ୍ର ‘ଆର୍ଜ୍ଜବ’ (୨)ଶାଳସମ ଋଜୁ ଦେହ, ଋଜୁଦୃଷ୍ଟିରେଖା;ବିଶ୍ୱଶୋଭାରାଣୀ, ଦେଖ, ଦେବୀ, ‘ପଦ୍ମାଳୟା’ଆଭରଣପ୍ରଭାଜାଳେ ନଭଃ ଉଦ୍ଭାସିନୀ,ଫୁଲ୍ଲ ରଙ୍ଗଶତଦଳ ଶୋଭେ ଦକ୍ଷକରେ,ଦକ୍ଷେତରେ ଧାନମେଣ୍ଟି, ଦେବୀଙ୍କ ପ୍ରସାଦେ (୩)ମେଘେ ରାଜେ ଇନ୍ଦଧନୁ, ପୁଷ୍ପରାଜି ବନେ,ଜଗତଜୀବନଯଷ୍ଟି ଶସ୍ୟ ଶସ୍ୟକ୍ଷେତ୍ରେ,ନିରତେ ଅସ୍ଥିରା ଦେବୀ, ଆସନୁ ଆସନେ
(୧)
ମହାତ୍ୟାଗବ୍ରତେ-ଆତ୍ମୋତ୍ସର୍ଗ ବ୍ରତରେ ।
(୨)
ଆର୍ଜବ-ସରଳତା ।
(୩)
ଲକ୍ଷ୍ମୀ ଶୋଭା ଏବଂ ସମ୍ପଦର ଅଧିଷ୍ଠାତ୍ରୀ । ଶତଦଳ ଶୋଭାବ୍ୟଞ୍ଜକ, ଧାନମେଣ୍ଟି ସମ୍ପଦବ୍ୟଞ୍ଜକ ।ନିରତେ କରନ୍ତି ସ୍ଥିତି, ସ୍ୱଭାବେ ଚପଳା; (୧)ଶ୍ୱେତପଦ୍ମାସୀନା ଏହି ଦେବୀ ‘ସରସ୍ୱତୀ’କୁନ୍ଦେନ୍ଦୁ-ତୁଷାର-ପ୍ରଭା, ଶୁଭ୍ରବସ୍ତ୍ରାବୃତା,ଏକ ହସ୍ତେ ଗ୍ରନ୍ଥ, ଆନେ ବୀଣା ସପ୍ତସ୍ୱରା,ଅସାଧ୍ୟ ସାଧନଫଳେ ତୁଷ୍ଟ ହୋଇ ଥରେଦେଇଥିଲେ ଏହି ମୃତସଞ୍ଜୀବନୀବୀଣାନବତାନେ ବାଇବାକୁ ବଲ୍ମୀକପ୍ରଭବ–ମୁନିବରେ, ପୁଣି ଥରେ କୃଷ୍ଣଦ୍ୱୈପାୟନେ, (୨)ସେଭଳି ସେବକ ଆଉ ନ ଦେଖି ଭାରତେଭାରତୀ ସେ ବୀଣା ଏବେ ଧରନ୍ତି ଶ୍ରୀକରେ,ଏ ଆଦି ଯାବନ୍ତ ଦେବ ଦେବୀ ଭାରତରକଳି-ଆଗମନ ଭୟେ କରନ୍ତି ମନ୍ତ୍ରଣାକେ କାହିଁ ଲୁଚିବେ, କେଉଁ ବିଜନ ପ୍ରଦେଶେ;ବିଳମ୍ବ ତ ନାହିଁ ଆଉ ! ଭାରତ ବଦନେବିରାଜଇ ଯେଉଁ ଶିରୀ ଯିବ ସିନା ଲିଭିଅଲ୍ପକ୍ଷଣେ, ଗଳ୍ପେ ମାତ୍ର ରହିବ ତା ସ୍ମୃତି !ଧର୍ମର ଏ ଉପବନ ହେବ ପରିଣତ
(୧)
ଲକ୍ଷ୍ମୀଙ୍କର ଚଞ୍ଚଳା ନାମ ପୁରାଣପ୍ରସିଦ୍ଧ ଏବଂ ତାହାଙ୍କର ଚଞ୍ଚଳତା ଅନୁଭବ ପ୍ରସିଦ୍ଧ ଅଟେ-।
(୨)
ସରସ୍ୱତୀ ବାଲ୍ମୀକି ଏବଂ ବ୍ୟାସଙ୍କୁ ତାହାଙ୍କ ଯୋଗ୍ୟଭକ୍ତ ଜାଣି ସ୍ୱକୀୟ ବୀଣା ନବତାନରେ ବଜାଇବା ସକାଶେ ଦେଇଥିଲେ, ଭାରତରେ ଏମାନଙ୍କର ସମସ୍କନ୍ଧ ସରସ୍ୱତୀଭକ୍ତ ଆଉ ନାହାନ୍ତି ।
ପାପ-ମରୁଭୂମେ ଏବେ, ଲକ୍ଷ୍ମୀଲୀଳାସରଃଶୁଖିଯିବ, ଆହା, ଏହି କ୍ରୂର-ଅବଗ୍ରହେ !’’ (୧)ଏହା କହୁଁ କହୁଁ ନଭଃଭୀଷଣ ତମସେଗଲା ପୁରି, ବିକଟାଳ-କରାଳ-ଆକୃତିଉର୍ଦ୍ଧ୍ୱୁ ଓହ୍ଳାଇଲେ କଳି ନିଜ ଦଳବଳେ,ଲୋହିତ ମଙ୍ଗଳ ଗ୍ରହ ପ୍ରାୟେ ଭୟାବହଅମଙ୍ଗଳ ବେନି ଚକ୍ଷୁ, ନିଃସରଇ ଯହୁଁଭୀମଧୂମକେତୁପୁଚ୍ଛସମ ଜ୍ୟୋତିରେଖା,କୃତାନ୍ତର କରପତ୍ର ପ୍ରାୟେ ତ୍ରାସପ୍ରଦ(୨)ଆବର୍ତ୍ତସନ୍ନିଭତୁଣ୍ଡେ ତୀକ୍ଷ୍ଣଦନ୍ତାବଳୀ; (୩)ଆସୁଛନ୍ତି ଯେଝା ବେଶେ କଳି ପଛେ ପଛେକଳି-ଅନୁଚରବୃନ୍ଦ, ସଦା ଧର୍ମଦ୍ରୋହୀ,ଲଳିତଲଳନାଭୂରୁ-ଚାରୁଚାପଧାରୀଅଗ୍ରେ ବିଶ୍ୱଜୟୀ ‘କାମ’, ପୁଷ୍ପର ମୁକୁଟଶୋହେ ଶିରେ, ପୁଷ୍ପମାଳା ଲମ୍ବିତ ଉରସେ;ଆସୁଛନ୍ତି ଚଉପାଶେ ବେଢ଼ି ନରାପ୍ସରାକୁରଙ୍ଗ ତର ଙ୍ଗେକ୍ଷଣୀ, ଚମ୍ପକ-ବରଣୀ,ବିମ୍ବାଧରୀ, ଘନଲମ୍ବକେଶୀ, ସ୍ମେରାନନା
(୧)
ଅବଗ୍ରହ-ଅନାବୃଷ୍ଟି ।
(୨)
କରପତ୍ର-କରତ ।
(୩)
ଆବର୍ତ୍ତ-ଭଉଁରି ।ବାରାଙ୍ଗନାଦଳ ରତିଜିଣି ରୂପବତୀ;ଚାରୁବକ୍ଷ କୋରକିତ ଉରଜ-କୋରକେ,ଲାଳସାର ସ୍ୱର୍ଣ୍ଣ ନୀଡ଼ କିଅବା ସେ ବେନି ? (୧)ସୁବଳିତରମ୍ଭାଊରୁ ଆବୃତ ଦୁକୂଳେ,ଯେଉଁ ଆବରଣ ଭେଦି, ନିଭୃତ ପ୍ରଦେଶେସଂଚରଣେ ଲୋଳ ସଦା କାମୁକ-କଳ୍ପନା !ବୀଣାଧ୍ୱନି ସଙ୍ଗେ ଉଠେ ସଙ୍ଗୀତର ଧ୍ୱନିସେ ଦଳୁ, ‘‘ହେ ଯୁବାକୁଳ, କ୍ଷଣମାତ୍ରସ୍ଥାୟୀଯୁବାକାଳ, ମଧୁକାଳ ଏହିଟି ଜୀବନେ !ଏହା ଜାଣି, ଆନେ ତେଜି, ମଜ୍ଜି ପ୍ରେମରସେପୂରାଅ ଭୋଗର ସ୍ପୃହା, ପୁରୁଷ ଜୀବନେପୁରୁଷାର୍ଥ ଏକା ସିନା ବାମା-ଉପାସନା !କାମାତୁରା ନବୀନାଙ୍କ କାମନା ପୂରାଇସାର୍ଥକ ପୁରୁଷପଣ କର ଏ ବୟସେ,ପ୍ରଭାତ ଶିଶିରେ ସ୍ନାନି, ସଜପୁଷ୍ପ ଯେବେବୃନ୍ତାସନେ ହସୁଥାଇ ଅଳିକି ଅନାଇପ୍ରେମୋତ୍ସୁକେ, ବିଳମ୍ବଇ କେବେ କି ସେ ଅଳିଖରାରେ ମଉଳି ପୁଷ୍ପ ବାସି ହେବା ଯାଏ ?ମଦାଳସୀ-ରମ୍ୟସ୍ତନ-ସ୍ୱର୍ଣ୍ଣମେରୁରୂପୀ,ଏ ପ୍ରତ୍ୟକ୍ଷ ସ୍ୱର୍ଗ ଛାଡ଼ି, କେଉଁ ଭ୍ରମେ ପଡ଼ି,
(୧)
କାମୁକମାନଙ୍କର ଲାଳସା ବିହଙ୍ଗର ସୁବର୍ଣ୍ଣନୀଡ଼ ପରି ।ହେ ଯତି, ନିରତେ, ତୁମ୍ଭେ ରତ ଘୋରତପେ,ଅପ୍ରତ୍ୟକ୍ଷ ଅନିଶ୍ଚିତ ସ୍ୱର୍ଗ ଭୋଗ ଆଶେ ?କି ଭୋଗ ସେ ସ୍ୱର୍ଗେ ଅଛି ଏ ଭୋଗକୁ ବଳି,ହେ ପଣ୍ଡିତକୁଳ, ଆତ୍ମ ବଞ୍ଚନାରେ ପଡ଼ିଗ୍ରନ୍ଥକୀଟ ହୋଇ ସିନା କଟାଉଛ ବୃଥାଯୁବାକାଳ କବିତାର ସଂକଳ୍ପ-ଆମୋଦେ !ସୁନ୍ଦରୀ-ଅଧର-ମଧୁ ସଙ୍ଗେ କି ହେ ସରିକାବ୍ୟରସ ? ଆନ କାବ୍ୟ ଫିଙ୍ଗି ଦେଇ ଦୂରେଯୁବତୀ-ଯୌବନ-କାବ୍ୟ ପଢ଼ ଅବିରତେ,ହେ ବୀର, ବିଫଳେ କିପାଁ ମର ଅନୁସରିରଣଭୂମି-ମରୁଭୂମେ ଯଶ-ମରୀଚିକା,ସମ୍ମୁଖେ ସୁଲଭ ହୁଡ଼ି ସୁଧାତରଙ୍ଗିଣୀ ?ମହାବିଭୀଷିକାମୟୀ ରଣସ୍ଥଳୀ ତେଜିକେଶରୀ-ବିକ୍ରମେ ପଶ ସେ ସଂଗ୍ରାମ, ଯହିଁରସିକା ସଙ୍ଗତେ ଯୁଝି କାମକୁତୂହଳେଜୟୁଁ ପରାଜୟେ କୃତୀ ହୁଅନ୍ତି ରସିକେ,’’ଢାଳଇ ଶ୍ରବଣେ ସୁଧା କଣ୍ଠ-ଯନ୍ତ୍ର ଧ୍ୱନିଏସନେ, ସୁତାନେ ମିଶି ଭୂଷଣ ଶିଞ୍ଜିତେ,କଜ୍ଜ୍ୱଳକେଶୀଙ୍କ ରୂପେ ସମୁଜ୍ଜ୍ୱଳ ଦିଶେସେ ଦେଶ, ବସନ୍ତେ କୁଞ୍ଜ ପୁଷ୍ପ-ପୁଞ୍ଜେ ଯଥା,ପୁଷ୍ପାବୃତ ଖାତ ପ୍ରାୟେ ବହ୍ୟେ ତୋରା ବାମା !ହସ୍ତେ ଶୋଭେ ପୁଷ୍ପ, ମାତ୍ର ବସ୍ତ୍ରତଳେ ତଳେଗଳି ଗଳି ଚାଲୁଛନ୍ତି ଅଲକ୍ଷିତ ରୂପେପରିଚାରଦଳ ‘ମେହ’ ‘ଉପଦଂଶ’ ଆଦି,ତାମ୍ବୁଳକରଙ୍କଧର ଚାଲନ୍ତି ପଶ୍ଚାତେଧନିକନନ୍ଦନଗଣ ଶମ୍ଭଳୀଶୋଷିତ- (୧)ସର୍ବସ୍ୱ, ପାଣ୍ଡୁର ରିକ୍ତ ଶରଦଭ୍ର ଯଥା, (୨)ସର୍ବେ ଆଜୀବନ ବିକା ରୂପାଜୀବାପଦେ !କାମ ପ୍ରତି ବୈଶ୍ୱାନର ଅଙ୍ଗୁଳି ନିର୍ଦ୍ଦେଶିକହିଲେ ପୌରବେ, ‘‘ମହାଦୁଷ୍ଟମତି ଏହୁ !ଥରେ ମୁହିଁ ଚନ୍ଦ୍ରଚୂଡ଼ନୟନୁ ବାହାରି (୩)ଦହିଥିଲି ଏ ଦୁରନ୍ତେ, ତାଙ୍କୁ ସେହି ହେତୁଡରେ ଦୁଷ୍ଟ, ତାଙ୍କ ଭକ୍ତପାଶୁଁ ରହେ ଦୂରେ ।ଆକ୍ରୋଶେ ଗରଜି ‘କ୍ରୋଧ’ ଆସେ କାମପଛେ
(୧)
କୁଟଣୀମାନଙ୍କଦ୍ୱାରା ହୃତସର୍ବସ୍ୱ ।
(୨)
କାମୁକମାନେ ଇନ୍ଦ୍ରୟାସକ୍ତ ହୋଇ କ୍ରମଶଃ ନିର୍ବାର୍ଯ୍ୟ ହୁଅନ୍ତି ଏବଂ ସେମାନଙ୍କ ଦେହ ବିବର୍ଣ୍ଣ ହୋଇ ପାଣ୍ଡୁର ଦିଶେ, ସେମାନଙ୍କର ଦେହରେ ରକ୍ତ ନ ଥାଏ, ଶରଦଭ୍ର ଯେପରି ଜଳଶୂନ୍ୟ ଏବଂ ପାଣ୍ଡୁର, କାମୁକମାନେ ସେହିପରି ରକ୍ତଶୂନ୍ୟ ଏବଂ ବିବର୍ଣ୍ଣ ହୋଇଯାନ୍ତି ।
(୩)
ହରକୋପାନଳରେ ମଦନ ଦଗ୍ଧ ହୋଇଥିବା କଥା ପୁରାଣରେ ଅନୁସନ୍ଧେୟ ।ରକ୍ତଚକ୍ଷୁଃ, ସତେ କି ସେ ଦହିବ ଜଗତ !ବଜ୍ରର ଔରସେ, ବାତ୍ୟାଗର୍ଭେ ଜାତ ହୋଇବଡ଼ବାର ସ୍ତନ୍ୟେ ବଢ଼ିଥିଲା ଯେ ସାଗରେ, (୧)ଭୂକମ୍ପ ଦୋଳିରେ ସୁଖେ ଦୋହଲି ଶୈଶବ,ମହାଭୟଙ୍କର ରିପୁ ! ରକ୍ତିମା ଜନ୍ମାଇଉପୁଜାଏ ବିରକ୍ତି କି, ବହ୍ନିଶିଖା ଜାଳିଉପୁଜାଏ ତମଃ,ଜ୍ଞାନ-ବିବେକ ବିଲୋପୀ;(୨)ସହଚରରୂପେ ତାର ଆସଇ ସଙ୍ଗତେ‘ହତ୍ୟା’, କରବାଳ ହାତେ, ରକ୍ତଲିପ୍ତବାସେ;ତମ୍ପ ପ୍ରାୟେ ଫଁ ଫଁ ସ୍ୱନେ ନିଶ୍ୱାସି ସଘନେଆସୁଛନ୍ତି ପରିଜନେ, ବହଇ ଅଧରୁଲହୁଧାରା, ନିଜ ଦନ୍ତେ ନିଜକୁ କାମୋଡ଼ି,କାଳଭୁଜଙ୍ଗିନୀ ପ୍ରାୟେ ଭ୍ରୂକୁଟି ଲଲାଟେ,ଶୃଙ୍ଗହୀନ ହୋଇ ସୁଦ୍ଧା ଏକକୁ ଆରେକବିନ୍ଧନେ ଉଦ୍ୟତ, ଯେହ୍ନେ ସବତ୍ସା-ଧେନୁକା; (୩)
(୧)
ବଡ଼ବା-ସମୁଦ୍ରଗର୍ଭସ୍ଥିତ ବାଡ଼ବାନଳର ପ୍ରସୂତୀରୂପା ଘୋଟକୀ, ସମ୍ଭବତଃ ଜଳମଗ୍ନ ଆଗ୍ନେୟଗିରିମାଳା ।
(୨)
କ୍ରୋଧ ରକ୍ତିମା ଜନ୍ମାଏ, ଅଥଚ ସେଥିସଙ୍ଗେ ବିରକ୍ତି ଜାତ କରେ, ଅଗ୍ନି ଜାଳିଦିଏ, ଅଥଚ ସେହି ଅଗ୍ନିଦ୍ୱାରା ଆଲୋକ ନ ଜନ୍ମାଇ ତମଃ ଜାତ କରେ ।
(୩)
ଧେନୁକା-ଗାଈ ।କଥାକେ କଥାକେ ଥୋକେ ଯାଉଛନ୍ତି ରୁଷି,ରସ ବହ୍ନିଯୋଗେ ଯଥା, କଥାକେ କଥାକେ(୧)ବାଡ଼ିଆ ବାଡ଼େଇ ହୋଇ ମରନ୍ତି ପାମରେ,କ୍ରୋଧ ପଛେ ‘ଲୋଭ’ ସଦା ପ୍ରସାରିତପାଣିଭିକ୍ଷାଲାଗି, କାକୁବାଣୀ (୨) ନିରତେ ବଦନେ,ସକଳ ଇନ୍ଦ୍ରିୟେ ସେହୁ କଲେହେଁ ବସତି,ଶ୍ରଦ୍ଧା ସମଧିକ ତାର ରସନାନିବାସେ,ଗୋଡ଼ାନ୍ତି ସଙ୍ଗତେ ଯାଚ୍ଞାପଟୁ ବଟୁଦଳ,ଅତ୍ୟାହାରେ ରୋଗୀ ପୁଣି ରୋଗେ ଅତ୍ୟାହାରୀ !ରସନାରୁ ଅହର୍ନିଶ ସ୍ରବୁଅଛି ଲୀଳା,ଗୋଡ଼ାନ୍ତି ଏ ଦଳ ସଙ୍ଗେ ଧନଲୋଭୀ ମୂଢ଼େ,ଧନ ଯାଙ୍କ ପିତା ମାତା ଅଭୀଷ୍ଟ ଦେବତା,ଅକାତାରେ କନ୍ୟା, କିବା ବନିତା, ଭଗିନୀ,ଦେବାକୁ ଧନିକେ ତୁଚ୍ଛ ଧନ ବିନିମୟେ !ଏ ଦଳ କରନ୍ତି ବୃଦ୍ଧି ବୃଦ୍ଧ ବାର୍ଦ୍ଧୁଷିକେଅଧମର୍ଣ୍ଣ-ମକ୍ଷିଙ୍କର ଊର୍ଣ୍ଣନାଭରୂପୀ,କୁବେରଙ୍କ ବରପୁତ୍ରେ, ବଢ଼ଇ ନିରତେ(ମଦ୍ୟପର ତୃଷା ଯଥା ମୁହୁର୍ମୁହୁଃ ପାନେ)
(୧)
ରସ-ବାରୁଦ ।
(୨)
କାକୁ-ଦୈନ୍ୟୋକ୍ତି ।ଧନବୃଦ୍ଧି ସଙ୍ଗେ ଯାଙ୍କ ଧନର ଲାଳସା,ମହାରଙ୍କ, ମିଷ୍ଟବାକ୍ୟଦାନେ ମହାଦାତା ! (୧)ଭବଦୁଃଖହର-ମୋକ୍ଷପଥର ବିରୋଧୀ,ଶୂନ୍ୟକୁ ଆକେଟ ଧରି ନିବିଡ଼ ଆଶ୍ଳେଷେ,ଆସେ ‘ମୋହ’, ଶିଷ୍ୟବ୍ୟୂହ ଆସନ୍ତି ଗହଣେ,କୁଟୁମ୍ବ-ଜମ୍ବାଳେ (୨) ମଗ୍ନ, କୁଣ୍ଠିତ ଯେ ସଦାଘଟାନ୍ତରକାଳେ ସୁଦ୍ଧା ଈଶ୍ୱରସ୍ମରଣେ !ଶାସ୍ତ୍ରଜ୍ଞାନସତ୍ତ୍ୱେ ଜଡ଼ ! ଅନ୍ଧ ଚକ୍ଷୁ ଥାଇ !ହେଲେହେଁ ଜାଗ୍ରତ ଗାଢ଼ନିଦ୍ରା-ଅଭିଭୂତ !ଦରାଣ୍ଡି ହୁଅନ୍ତି, ଆହା, ମହାଘୋର ତମେଦୀପସତ୍ତ୍ୱେ, ମମତାର ଦୁଶ୍ଛେଦ୍ୟ ବନ୍ଧନେ !ଆସେ ‘ମଦ’, ତୁଙ୍ଗଶିର ଲାଗିଛି ଆକାଶେମହାଅହମିକାମତ୍ତ, (୩) ହସ୍ତ ବକ୍ଷସ୍ଥଳେ;ସଙ୍ଗେ ଉପାସକଦଳ ଗମ୍ଭୀର ମୂରତି,ଊର୍ଦ୍ଧ୍ୱଦୃଷ୍ଟି, ପଦଭରେ ଟଳେ ବସୁନ୍ଧରା,ଆପଣାକୁ ବଡ଼ ମଣି ସମସ୍ତେ କୁଣ୍ଠିତମହାର୍ଘବଚନବ୍ୟୟେ, ମାନହାନିଭୟେ,ଅହମିକା-କୂପେ କୂପମଣ୍ଡୂକ ସରବେ,
(୧)
କୃପଣମାନେ ପ୍ରାୟ ଅତିରିକ୍ତ ମିଷ୍ଟଭାଷୀ ହୁଅନ୍ତି ।
(୨)
ଜମ୍ବାଳ-ପଙ୍କ ।
(୩)
ଅହମିକା-ମୁଁ ବଡ଼, ମୋହପରି ଆଉ କେହି ନାହିଁ-ଏହି ଜ୍ଞାନ ।ଧନମଦେ ମତ୍ତ କେହୁ, କେହୁ ଜନମଦେ,ଭଜନର ମଦେ କେହୁ, ପଦେ କେହୁ ଅବା,କେହୁ ରୂପମଦେ, କେହୁ ଆଭିଜାତ୍ୟମଦେ,ବିଦ୍ୟାମଦେ, ବୁଦ୍ଧିମଦେ ସ୍ଫୀତ ହୋଇ କେହୁନିଜକୁ ଅତୁଳ ମଣି ଧରା ମଣେ ସରା !ଅନ୍ୟଠାରେ ଅବନତ ହୋଇ ଅତିରେକେଅତି ବିନୟରେ ଭାନ କରଇ କେ ପୁଣି, (୧)ଅଂହଙ୍କାରଶୂନ୍ୟ ବୋଲି ମନେ ଅହଙ୍କାରୀ !ମଦ ପଛେ ଆସେ ‘ଈର୍ଷା’ କୃଶକଳେବରା, (୨)କରାଳକୁଟିଳଦୃଷ୍ଟ, ପାଣ୍ଡୁରବଦନା,କ୍ରୂର ଚାହାଣିରେ ଯାର ଯାଉଛି ଝାଉଁଳିଚଉଦିଗେ ତରୁ ଲତା, ଯଥା ତପ୍ତବାତେ,ରୋଗକ୍ଳିଷ୍ଟ ପ୍ରାୟେ ଦୁଷ୍ଟା ଅପ୍ରସନ୍ନା ସଦା,ଶୁଷ୍କାସ୍ୟେ ଉପୁଜେ ହାସ୍ୟ ଯଦି କଦାଚିତେ,ସେ କେବଳ ପରଦୁଃଖେ; ଦୁଃଖେ କାହାରିକିକାନ୍ଦିବାର ନ ଦେଖିଲେ ପକାଏ ସେ କାନ୍ଦି !ସ୍ରବେ ରସନାରୁ ତାର ବିଷ ଅହର୍ନିଶ,
(୧)
ଭାନ-ଛଳ ।
(୨)
ପରର ସୌଭାଗ୍ୟ ଦେଖି ଈର୍ଷାନ୍ୱିତ ଲୋକଙ୍କର ଦେହ ଶୁଷ୍କ ହୋଇଯାଏ, ‘ଈର୍ଷା’ ଏମାନଙ୍କର ଅଭୀଷ୍ଟଦେବତା, ସୁତରାଂ ‘କୃଶକଳେବର’ ।ଏ ବଡ଼ ବିଷମ ବିଷ, ଯାର ତୀବ୍ର ତେଜେଅନ୍ୟେ ଘାରି, ତହିଁ ଦୁଷ୍ଟା ଆପେ ହୁଏ ଘାରି,ପରଦୋଷ ଦରଶନେ ଦିବ୍ୟଚକ୍ଷୁଷ୍ମାନ୍ପରନିନ୍ଦାବାବଦୂକ, ମୂକ ପରଯଶେ,ପରହାନିପ୍ରିୟ ଖଳ, କାନକୁହା ଆଦିଭକ୍ତଙ୍କର ମୁଖ ଦୁଃଖେ ଯାଉଅଛି ଶୁଖିପରସ୍ପର ମୁଖଶିରୀ ଦେଖି ପରସ୍ପରେ;ଘାରି ହେଉଅଛି କେହି ଶୁଣି ଲୋକମୁଖେପରଯଶ କଥା, ଯଥା ବୃଶ୍ଚିକଦଂଶନେ,ପର ସଉଭାଗ୍ୟେ କେହି ମହାଖେଦ ବହିଲଘୁକରେ ହୃଦଭାର ଦୀର୍ଘଶ୍ୱାସ ତେଜି,ମହାଘୋର ଈର୍ଷାନଳେ ଜଳି ନିରନ୍ତରେଜୀବନ୍ତେ ନରକ ଭୋଗ କରନ୍ତି ପିଶୁନେ !ଖନା ପ୍ରାୟେ ରହି ରହି କହି ନାନା କଥା (୧)ଆସୁଅଛି ‘ମିଥ୍ୟା’, ଯାର ବସ୍ତ୍ରଯାକ ତାଳି,ତାଳି ପରେ ତାଳି, ପୁଣି ତାଳି ତା ଉପରେ,ଏତେ ତାଳି ସତ୍ତ୍ୱେ ଫୁଟି ଦିଶୁଛି ତା ଦେହ,
(୧)
ମିଥ୍ୟାବାଦିଲୋକେ ଅନର୍ଗଳ ସ୍ପଷ୍ଟ ବାକ୍ୟ କହି ପାରନ୍ତି ନାହିଁ, ଗୋଟିଏ ମିଥ୍ୟା ଘୋଡ଼ାଇବା ସକାଶେ ଆଉ ଗୋଟିଏ ମିଥ୍ୟା କହନ୍ତି, ତାକୁ ଘୋଡ଼ାଇବା ପାଇଁ ପୁଣି ମିଥ୍ୟା କହନ୍ତି, ଏତେ କରି ସୁଦ୍ଧା ଧରା ପଡ଼ନ୍ତି ।
ପୁନଃ ପୁନଃ ତେଣୁ ନୂଆ ନୂଆ ତାଳିମାନଲଗାଉଛି ମହାବ୍ୟସ୍ତେ ସେ ଜୀର୍ଣ୍ଣ ବସନେ,ଆସନ୍ତି ପୂଜକଦଳ ଜଳ୍ପି ନାନାମତେ,ପ୍ରବୀଣ ଛମୁଆପଣେ ପାରିଷଦପଣେ,ପ୍ରଭୁର ଅଳୀକ ଯଶ ରଟନେ କେ ରତଚାଟୁପଟୁ, ପ୍ରଭୁମନତୋଷଣ କୌଶଳୀ,କେହି କରୁଅଛି ନିଜ ବଂଶର ବଡ଼ିମା, (୧)କେହି ବିଦ୍ୟା ସମ୍ପତ୍ତିର, ପ୍ରେତାଦିର କଥାକହେ କେହୁ ଦୂରଦେଶ ପର୍ଯ୍ୟଟକ କେହୁକହଇ, ସେ ଯାଇଥିଲା ମାନସରୋବରେ,ଦେଖିଲା ସେ ତହିଁ ଗଣ୍ଡଭୈରଣ୍ଡ ବିହଙ୍ଗ,ଊର୍ଦ୍ଧ୍ୱୁଚିଲାମାରି ସରଶ୍ଚାରି-କରିପଲୁଁତିନିଗୋଟା କରୀ ନେଇଗଲା ଚଞ୍ଚୁ ନଖେ;କେହି କହେ, କିଷ୍କିନ୍ଧ୍ୟାର ମର୍କଟ ନଗରେଶୁଣିଛି ସେ ନିଜ କର୍ଣ୍ଣେ କର୍ଣ୍ଣେ-ରସାୟନମର୍କଟସୁନ୍ଦରୀଙ୍କର ସଙ୍ଗୀତ ମାଧୁରୀ;କେହି କହେ, ବିଭୀଷଣପାଳିତ ସିଂହଳେଦେଖି ଆସିଛି ସେ ରକ୍ଷଃ ଅଦ୍ଭୁତ-ମୂରତି,ଚତୁମୁର୍ଖ, ଅଷ୍ଟଭୁଜ, ଅଷ୍ଟପାଦ ଆଦି;କେହି କହେ, ‘‘କାଶ୍ମୀରେ ମୁଁ ଦେଖିଲି ମାନବ
(୧)
ବଡ଼ିମା-ବଡ଼ପଣ ।ଲମ୍ବକର୍ଣ୍ଣ, ଏକ କର୍ଣ୍ଣ ଶେଯରୂପେ ପାରି,ଆନ କର୍ଣ୍ଣେଘୋଡ଼ିହୋଇ ଶୁଅନ୍ତି ସେ ଶେଯେ,’’ଅବିଶ୍ୱାସବ୍ୟଞ୍ଜି-ସ୍ମିତ ଶ୍ରୋତାମୁଖେ ଦେଖି,ସଦର୍ପେ ପକାଇ ରାଣ କହଇ ସେ ପୁଣି–‘‘ଆଜନ୍ମ ମୁଁ କହି ନାହିଁ ମିଥ୍ୟା କେଉଁ କାଳେ,ମିଥ୍ୟାଠାରୁ ପାପ ଆଉ ନାହିଁ ତ୍ରିଜଗତେ,’’ (୧)ସୁବସ୍ତ୍ରେ କୁତ୍ସିତ ବପୁ ଆବରି ଯତନେ,ହାସ୍ୟେ ମିଷ୍ଟମୁର୍ଖ ‘ଶାଠ୍ୟ’ ଆସଇ ତା’ପରେ,କକ୍ଷତଳେ ତୀକ୍ଷ୍ଣ ଗୁପ୍ତି ଗୁପତେ ପୂରାଇ,ବିଷଦିଗ୍ଧ, ବାହ୍ୟେ ବଡ଼ ନିରୀହ-ମୂରତି,ମାତ୍ର ବଡ଼ ଦାଉଘାତୀ ଦୁର୍ମତି ଅନ୍ତରେ,ଆସୁଛନ୍ତି ଅନ୍ତେବାସୀ (୨) ଦୁରନ୍ତ ସରବେ,କେହି ଚୌର୍ଯ୍ୟେ ରତ, କେହି କୃତ୍ରିମ ମୁଦ୍ରଣେକୁତ୍ରିମଲେଖ୍ୟ ଲିଖନେ, (୩) ସିନ୍ଦେ କେହୁ ଅବାକେହି ବିଷଦାନେ, କେହୁ ଗୁପତ ମାରଣେ,ଧର୍ମଭେକଧାରୀ କେହି, ଗୈରିକବସନେ,
(୧)
‘‘ମୁଁ ଜୀବନରେ କେବେ ମିଥ୍ୟା କହି ନାହିଁ’’ ଏହିପରି ଉକ୍ତି ମିଥ୍ୟାବାଦୀଙ୍କ ମୁଖରୁ ପ୍ରାୟ ଶୁଣାଯାଏ, ମିଥ୍ୟାବାଦୀ ସାମାନ୍ୟ କଥାରେ ଶପଥ କରେ ।
(୨)
ଅନ୍ତେବାସୀ-ଶିଷ୍ୟ ।
(୩)
କୃତ୍ରିମଲେଖ୍ୟ-ଜାଲଦସ୍ତାବିଜ ।ଦୀର୍ଘ ଶ୍ମଶ୍ରୁ, ଦୀର୍ଘ ନଖ, ଦୀର୍ଘ ଜଟାଜୂଟେମଣ୍ଡିତ, କାହାରି ଅବା ଭସ୍ମେ ବୋଳା ତନୁ,କେହି ଅବା ଜପମାଳା ଜପେ ଅବିରତେ;ନାନା ଗୂଢ଼-ଆବରଣେ ଆବୃତ ସରବେ;ଭେଦି ନ ପାରଇ ଯାହା ଚକ୍ଷୁ ସାରସ୍ୱତ, (୧)କୃଷ୍ଣଶୁକ୍ଳ ବେନିବର୍ଣ୍ଣ-ଛିନ୍ନବସ୍ତ୍ରଧାରୀ,ବେନି କରେ ବେନି କାଠି ବଜାଇ କୌତୁକେଆସଇ ‘କଳହ’, ଯାର ଶିରୋରୁହ ଶିରେପରସ୍ପର ଅସଂଲଗ୍ନ, କଣ୍ଟକ ଯେସନ,ଲେଖ୍ୟ, ନିଦର୍ଶନ, ସାକ୍ଷ୍ୟ, ବ୍ୟବସ୍ଥା, ପ୍ରମାଣ,ମୀମାଂସା, ବର୍ଣ୍ଣନାପତ୍ର ଆଦି ଲିପି ଯେତେ,ବିଡ଼ା ବିଡ଼ା କରି ଦୁଷ୍ଟ ଖୋସିଛି କଟୀରେଅମୋଘ ଶୋଷଣ-ଅସ୍ତ୍ର ! ଯେ ଅସ୍ତ୍ର ପ୍ରୟୋଗେଶୋଷି ନିଏ ଧନୀ-ଧନ, ଅନ୍ନ ଦରିଦ୍ରରଅଲକ୍ଷିତେ, ନାନାମତେ, ଅନର୍ଥ ଭିଆଇ;ସମଦଶାଭାଗୀ କରି ଅର୍ଥି ପ୍ରତ୍ୟର୍ଥୀକି; (୨)ସଙ୍ଗେ ସଙ୍ଗେ ଆସୁଛନ୍ତି ବ୍ୟବହାରଜୀବ, (୩)
(୧)
ଚକ୍ଷୁ ସାରସ୍ୱତ-ସରସ୍ୱତୀଙ୍କ ଚକ୍ଷୁ ।
(୨)
ମୋକଦ୍ଦମାରେ ବାଦୀ ପ୍ରତିବାଦୀ ଉଭୟ ପକ୍ଷର ସର୍ବନାଶ ହୁଏ ।
(୩)
ବ୍ୟବହାରାଜୀବ-ଓକିଲ ।କରଣ, ପାଞ୍ଜିଆ, ସାକ୍ଷୀ, ପଦାତିକ ଆଦି, (୧)ଶିବାଗୃଧ୍ର ରୂପୀ ଅଧିକରଣ-ମଶାଣେ ! (୨)ମୁହୁର୍ମୁହୁ ମାରି ହାଇ, ଫୁଟିକି ଫୁଟାଇଅର୍ଦ୍ଧ ନିମୀଳିତନେତ୍ରେ ଆସୁଅଛି ମଠେ‘ଆଳସ୍ୟ’, କମଠଗତି, କୁତ୍ସିତମୂରତିସେବକେ ମଳିନବେଶ, ଧୂଳିରେ ଧୂସର,କେ ଆଗ୍ରହୀ ପରଛିଦ୍ର ଅନ୍ୱେଷଣ ସଦା,ପରନିନ୍ଦା, ପରକୁତ୍ସା-କଥନେ, ସର୍ଜନେରତ କେହି, ମତ୍ତ ହୋଇ କେହି ଗଳ୍ପାମୋଦେଫୁତ୍କାରେ ଉଡ଼ାଏ କେତେ ରାଜା ମହାରାଜା,ସର୍ବଜ୍ଞ ପରାୟେ କେହି, ନ ଦେଖି ନ ଶୁଣି,କହେ କେତେ ରଙ୍ଗେ କଥା ବାହାପିଆପଣେ,କେହି ବା ଠାପୁଆପଣେ, ଧର୍ମଧ୍ୱଜ ଧରି,ପରଠାରୁ ସଦା ଅର୍ଥଶୋଷଣ-ପ୍ରୟାସୀଧର୍ମ ନାମେ, ନିଜ ପେଟ ପୋଷଣ ସକାଶେ,ଚାଲୁଁ ଚାଲୁଁ ମାର୍ଗେ ବସି ପଡ଼ିଅଛି କେହୁ,ଦନ୍ତେ କେହୁ କାଟେ ତୃଣ, କେହୁ ମାଟିପରେନଖେ ଲେଖେ ଏଣୁ ତେଣୁ ମନକୁ ଯା ଆସେ,ପେଣ୍ଡାବାଳ ମୁକୁଲାଇ ବସୁଅଛି କେହି,
(୧)
କରଣ-ମୋହରର; ପାଞ୍ଜିଆ-ମହାଫିସ; ସାକ୍ଷୀ-ଗୁହା; ପଦାତିକ-ପେଏଦା ।
(୨)
ଅଧିକରଣ-ବିଚାରାଳୟା, ଏହି ଉପମାରେ ଅର୍ଥୀ ପ୍ରତ୍ୟାର୍ଥୀ ଶବସ୍ଥାନୀୟ ।ପଛେ ବସି ଆନ କେହୁ ମାରଇ ଉକୁଣି !ଏ ଆଦି ଅଛନ୍ତି ଯେତେ ମହା ସେନାପତିକଳିର କିଳ୍ବିଷଦଳେ, ସମସ୍ତଙ୍କୁ ଘେନିପ୍ରଚଣ୍ଡ ବିକ୍ରମେ କଳି ଆକ୍ରମିଲା ଆସିଭାରତର ଧର୍ମପୁଞ୍ଜେ, ଦୁର୍ଜୟପ୍ରତାପୀ;ଚିଲିକାର ନୀଳ ବକ୍ଷେ ଶ୍ୱେତହଂସରାଳୀଶରତେ ଯେ କାଳେ ଥାନ୍ତି ରତ ସନ୍ତରଣେ,କୁଞ୍ଚିତ ଚିଲିକା ବୀଚି-ପ୍ରହାରେ ଅଟଳ-ଜଟିଆଜଟାରୁ ଯେବେ ସହସା ସଞ୍ଚାଣ (୧)ମହାଖରବେଗେ ଖସି ଆସେ ଅଧୋମୁଖେବଜ୍ରନଖ, ଅସ୍ତେ ବ୍ୟସ୍ତେ ପକ୍ଷିପନ୍ତି ଯଥାପଳାନ୍ତି ଚୌଦିଗ ଉଡ଼ି ଜୀବନବିକଳେ,କିମ୍ବା ଯଥା କୋଣାର୍କର ଅନନ୍ତସୈକତେ (୨)କେତକୀ-କୁନ୍ତଳକୁଦୁଁ କୁଦି ମହାବଳ (୩)ଆସିଲେ ତଳକୁ ଖସି, ପଳାନ୍ତି ତରାସେଦ୍ରୁତପଦେ କୃଷ୍ଣସାର, ସଙ୍ଗେ ମୃଗବଧୂ,ସଦଳେ କଳିକି ଦେଖି, ବିକଳେ ଯେସନ
(୧)
ଜଟିଆ-ଚିଲିକାତୀରସ୍ଥ ପର୍ବତବିଶେଷ ।
(୨)
କୋଣାର୍କ-ଅର୍କକ୍ଷେତ୍ର, ପୁରୀରୁ ୧୧ କ୍ରୋଶ ଉତ୍ତର-ପୂର୍ବରେ ଅବସ୍ଥିତ, ଏ ଅଞ୍ଚଳର ସମୁଦ୍ର ବେଳାରେ ସହସ୍ର ହରିଣ ଦେଖାଯାନ୍ତି, ଏ ଅଞ୍ଚଳର କେତକୀବନ ବ୍ୟାଘ୍ରସଙ୍କୁଳ ।
(୩)
ମହାବଳ-ପଟାଳିଆ ବାଘ ।ଅସ୍ତେ ବ୍ୟସ୍ତେ ଭାରତର ପୁଣ୍ୟପୁଞ୍ଜ ଯେତେ,ସଭା ଛାଡ଼ି ପଳାଇଣ ଲୁଚିଲେ କେ କାହିଁ;ପୃଷ୍ଠରକ୍ଷୀ ଏକମାତ୍ର ଧର୍ମ-ସହଚର‘ସାହସ’ ପଛକୁ ରହି, କଳିସୈନ୍ୟହାତେହେଲା ବନ୍ଦୀ, ତହୁଁ କାମ କଳି-ଆଜ୍ଞାମତେକିଙ୍କରସ୍ୱରୂପେ ତାକୁ ନେଲା ନିଜ ବଳେ,ବିସ୍ମିତ ପୌରବେ ଚାହିଁ ଅନଳ ବିଷାଦେକହିଲେ, ‘‘ହେ ବୀର, ଏବେ ଦେଖ, କି ଦୁର୍ଗତି‘ସାହସ’ର ହେଲା କଳିଶାସନେ ଭାରତେ !ଭାରତର ରକ୍ଷାପାଇଁ କ୍ଷତ୍ରିୟର ନେତାଥିଲା ଆଜିଯାଏଁ ଯେହୁ, ଏବେ ସେହି ସିନାଲମ୍ପଟର ସଖା ହେବ ଅଗମ୍ୟାଗମନେ,ପ୍ରାଚୀର, ପରିଖା, ପୁର ଲଂଘି ଯିବାବେଳେ,’’ (୧)ପଳାଇବାବେଳେ ଧର୍ମ ଯାଇଥିଲେ ଛାଡ଼ିଦିବ୍ୟପରିଚ୍ଛଦ ‘ମୌନ’ ନାମେ ଅଭିହିତ,ସାଉଁଟି ସେ ପରିଚ୍ଛଦ ‘ଶାଠ୍ୟ’ ମହୋଲ୍ଲାସେଅଗ୍ନିଦ, ଗରଦ, କୂଟଲେଖ୍ୟର ଲେଖକ, (୨)ହତ୍ୟାକାରୀ, ସିନ୍ଧିଆଳ, ଚୌରାଦିଙ୍କି ଡାକି
(୧)
ଅର୍ଥାତ୍ ଭାରତବାସୀମାନେ ଦେଶରକ୍ଷା ବିଷୟରେ ଭୀରୁ ହେବେ ଏବଂ କେବଳ ପାପକାର୍ଯ୍ୟରେ ସାହାସୀ ହେବେ ।
(୨)
ଗରଦ-ବିଷୟପ୍ରୟୋଗକାରୀ । କୂଟଲେଖ୍ୟ-ଜାଲଦସ୍ତାବିଜ ।ନିଜ ଦଳୁଁ, ତାଙ୍କ ମୁଣ୍ଡେ ଦେଲା ଶାଢ଼ୀ ବାନ୍ଧି;ଶାନ୍ତିରକ୍ଷକଙ୍କୁ ମାରି, ତାଙ୍କ ପରିଚ୍ଛଦନିଜ ବଳେ ସଜ୍ଜୀଭୂତ କରଇ ଯେସନେଲୋକପ୍ରବଞ୍ଚନାପଟୁ ଦୁଷ୍ଟ ଦସ୍ୟୁପତି,ବିଷର୍ଣ୍ଣ-ଅନ୍ତରେ ତହୁଁ କୌନ୍ତେୟ ସୁମତିକହିଲେ, ଏ ଦେବ, ବଡ଼ ବିଷମ ଏ କଥା !ଅସହ୍ୟ ଏ ଦୃଶ୍ୟ ମୋର ! ପବିତ୍ର ଭାରତେ,ବ୍ରାହ୍ମଣର ମନ୍ତ୍ରବଳେ, କ୍ଷତ୍ରବୀର୍ଯ୍ୟବଳେସୁରକ୍ଷିତ ଆର୍ଯ୍ୟଦେଶେ ଘଟିବ ଅନୀତିଏତେ ସରି ? ଲାଗେ ବଡ଼ ଅସମ୍ଭବ ମୋତେ !’’ଶୁଣି ହବ୍ୟବାହ ଦେବ ନିଜ ଦିବ୍ୟତେଜସମ୍ବରିଣ, ଦରହାସ୍ୟ କହିଲେ ପୌରବେ,‘‘ବ୍ରାହ୍ମଣ କ୍ଷତ୍ରିୟ ଘର ସର୍ବେ ଅଗ୍ରେ ସିନାପଶିବ କୌଶଳୀ କଳି, ବଲ୍ମୀକସ୍ୱରୂପେପଶିଣ ଗୁପତେ ସେହି ଧର୍ମ-ତରୁମୂଳେ,ଅଲକ୍ଷିତେ କୋରି ମୂଳ, ଅନ୍ତଃସାର ହରିକଳ୍ପଜୀବୀ ସେ ଦ୍ରୁମର, ଦୂରୁ ଡାକିଆଣିଯବନଙ୍କୁ, ତାଙ୍କ ହସ୍ତେ ଗଡ଼ାଇବ ଭୂମେ,ଅସାଧ୍ୟ ସେ ବ୍ୟାଧି, ଯାହା ଭାରତର ଦେହେଘୋଟିବ, ଜାଣି ନ ଥିବେ ଧ୍ୟାନେ ଧନ୍ୱନ୍ତରି ! (୧)ସୁଶ୍ରୁତର ଶଲ୍ୟ-ତନ୍ତ୍ର ହାରି ବସେ ବ୍ରଣେ ! (୨)ନୁହଇ ଉଚିତ ଆଉ ରହିବାର ଏବେବହୁଦିନ ଏ ଭାରତେ, ତୀର୍ଥାଟନ-ବ୍ରତସାରି, ହେ ଭାରତ, (୩) ବେଗେ ଯାଅ ହିମାଚଳେ;ଧର୍ମେ ଏକତାନମତି, ଧର୍ମ ପକ୍ଷପାତୀତୁମ୍ଭେ, ବୀର, ଅନାଚାର ଦମନେ ଅକ୍ଷମହୋଇ, ଦହି ହେବ ସିନା ଆପେ ଅନୁତାପେ,ବନ୍ଦୀ ପତି ଯେହ୍ନେ ପତ୍ନୀ-ଲାଞ୍ଛନା ଦର୍ଶନେ,ଆସୁଛି ପାପର ବନ୍ୟା, ଭାରତଭରସାପାପ-ଜଳେ ଦ୍ୱୀପରୂପୀ ମହତ ଯେ ଜନବୁଡ଼ିଯିବ ସିନା, ଆହା, ଏ ଘୋର ପ୍ଳାବନେ,ତୁମ୍ଭ ପରି ସ୍ମଚନ୍ଦନଦ୍ରୁମ ପାଇଁ ଆଉନ ଥିବଟି ଠାବ ଏହି ବିଷବଲ୍ଲିବନେ,ଧର୍ମ-ଅନୁଷ୍ଠାନବ୍ରତେ ସହାୟ ବିହୁନେସାଧୁର ଜୀବନ ହେବ ମହାବିଡ଼ମ୍ବନା,ମହା ଅନର୍ଥର ହେତୁ ହେବ-କାଳବଶେଧୈର୍ଯ୍ୟ, ବୀର୍ଯ୍ୟ, ପ୍ରତିଭାଦି ମହତ୍ତ୍ୱ ଯା କିଛିପୁରୁଷର, କାପୁରୁଷ-ପ୍ଳାବିତ ଭାରତେ;କଳିଶିଷ୍ୟ-କୁକ୍ଷିମ୍ଭରୀ-ଦ୍ୱିଜାତି-ଦୁଷ୍କୃତି-(୪)ଯୋଗେ ନାରଖାର ହେବ ଅଚିରେ ଏ ମହୀ,ସେହି ଦେଶ, ସେହି ଗିରି, ସେହି ନଦନଦୀ,ନଗର, ନଗରୀ, ତୀର୍ଥ, ଆଶ୍ରମାଦି କରି,ସର୍ବେ ଥିବେ ପୂର୍ବପରି, ମାନବେ କେବଳନାମକୁ ମାନବ ରହି ପଶୁଠାରୁ ହୀନହୋଇଯିବେ ଯୁଗଧର୍ମେ ଭାରତମଣ୍ଡଳେ ।’’
(୧)
ଧନ୍ୱନ୍ତରୀ-ଆର୍ଯ୍ୟବୈଦ୍ୟକର ଆଦିପ୍ରଣେତା ।
(୨)
ସୁଶ୍ରୁତ- ଚିକିତ୍ସାଶାସ୍ତ୍ର-ପ୍ରଣେତା ଋଷି, ଶଲ୍ୟତନ୍ତ୍ରର (Surgery) ଆଦିପ୍ରଣେତା ।
(୩)
ଭାରତ-ଭାରତବଂଶୋଦ୍ଭବ, ଯୁଧିଷ୍ଠିରଙ୍କୁ ସମ୍ବୋଧନ ।
(୪)
କୁକ୍ଷିମ୍ଭରୀ-ସ୍ୱୋଦର ପୋଷଣରେ ବ୍ୟସ୍ତ ।