ମହାଯାତ୍ରା
ରାଧାନାଥ ରାୟ · ଭାଗ ୪ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
ଆଶାୟୀ (୧)- ଉତ୍କଳ-ଆଶା- କିଶୋରପାଦପ,ଗୁଣାରାମ ରାମଚନ୍ଦ୍ର ଭଞ୍ଜକଞ୍ଜରବି, (୨)ଭଞ୍ଜକୁଳ-ଧ୍ୱଜ-କୃଷ୍ଣଚନ୍ଦ୍ର-ଜ୍ୟୋଷ୍ଠାତ୍ମଜ,ଶୁଣିଲି ମୁଁ ବହୁମୁଖୀ-ଜନଶ୍ରୁତି-ମୁଖେନବରେ ତୁମ୍ଭର କଳି ପଶନ୍ତେ ପ୍ରଥମେ,ଅବିରତ ଦାନବାରି-ପିଚ୍ଛିଳପ୍ରାଙ୍ଗଣେ (୩)ସେ ନବରେ, ଚାଲୁଁ ଚାଲୁଁ ଅତି ସାବଧାନେଖସରି ତା ଗୋଡ଼, ଦୁଷ୍ଟ ପଡ଼ିଲା କଚାଡ଼ିଉତ୍ତାନେ, ବାହୁଡ଼ି ତେଣୁ ଗଲା ଅପମାନେ;ସତ୍ୟ କି ହେ ଏ କାହାଣୀ ? ମିଥ୍ୟା ବୋଲିଅବାକେମନ୍ତ ବୋଲିବି ? ଯେଣୁ ଦେଖୁଛିଁ ନୟନେପଶି ନାହିଁ ଦୁଷ୍ଟ ତୁମ୍ଭ ହୃଦୟ-କୁସୁମେକୀଟରୂପେ, କୁଟନୀତି ପ୍ରୟୋଗ ଅଗ୍ରଣୀ; (୪)
(୧)
ଆଶାୟୀ-ଆଶାଯୁକ୍ତ ।
(୨)
ରାମଚନ୍ଦ୍ର-ମୟୂରଭଞ୍ଜାଧିପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ।
(୩)
ଦାନ ଦେବା ସମୟରେ ଯେଉଁ ଜଳ ଦେବାକୁ ହୁଏ ତଦ୍ଦ୍ୱାରା ପିଚ୍ଛିଳ, ବ୍ରାହ୍ମଣମାନଙ୍କ ପ୍ରତି ମୟୂରଭଞ୍ଜ ରାଜବଂଶର ବଦାନ୍ୟତା ଉତ୍କଳପ୍ରସିଦ୍ଧ ।
(୪)
କୂଟନୀତିପ୍ରୟୋଗ ଅଗ୍ରଣୀ-ଦୁଷ୍ଟକଳିର ବିଶେଷଣ ।‘ମଦନ’ ‘ଆଳସ୍ୟ’ ନାମେ ବେନି ସେନାପତିଛନ୍ତି ଯେହୁ କଳି ସୈନ୍ୟେ, ବଡ଼ ପଟୁ ସେହିଜିଣିବାକୁ ରାଜକୁଳ; ଜିଣି ଅବହେଳେଅଳ୍ପକାଳେ ଶତ ଶତ ଭୂପ ଭୂଭାରତେ,କଳିରାଜ ସଭାତଳେ ବନ୍ଧାଇଲେ ଶାଢ଼ୀ;ତରୁଣ ଯୌବନ, ପୁଣି ରୂପ ଅପ୍ରତିମ,ଗର୍ଭେଶ୍ୱରପଣ ଦେଖି ତୁମ୍ଭର, ଏ ବେନି (୧)ପାଞ୍ଚିଥିଲେ, ଗୁପ୍ତେ ଏହି ତିନି ମାର୍ଗେ ପଶି (୨)ତୁମ୍ଭ ହୃଦ-ଦୁର୍ଗଚୂଳେ ପୋତିବେ ପତାକା,ମାତ୍ର ସବିସ୍ମୟେ ଦେଖି ବିବେକ-ପ୍ରହରୀପ୍ରତିମାର୍ଗେ, ବ୍ୟଗ୍ରେ କ୍ରୂରେ ପଳାଇଲେ ଦୂରେ,‘କ୍ରୋଧ’ଟି ଦୁର୍ଜୟ ରିପୁ, ନିଜେ ମୃତ୍ୟୁଞ୍ଜୟକାମେ ଜିଣିବାକୁ ଯାଇ ହାରିଲେ ଯା ପାଶେ,ନିରଙ୍କୁଶ ପ୍ରଭୁପଣ ସତ୍ତ୍ୱ ସେ ତୁମ୍ଭରଆଣି ନପାରିଲା ଚାରୁ ନେତ୍ରେ ଅରୁଣିମା, (୩)ସ୍ୱଦୋଷଦର୍ଶିତାରୂପ ପ୍ରଚ୍ଛନ୍ନ କଞ୍ଚୁକେଆବୃତ ତୁମ୍ଭର ହୃଦ, ନ ଜାଣି ଏ କଥା, (୪)
(୧)
ଗର୍ଭେଶ୍ୱର-ଗର୍ଭରୁ ଅର୍ଥାତ୍ ଜନ୍ମରୁ ରାଜା ।
(୨)
ଯୌବନ, ରୂପ, ଏବଂ ଗର୍ଭଶ୍ୱରତ୍ୱ ପାପର ଏ ତିନୋଟି ପ୍ରଶସ୍ତ ମାର୍ଗ ।
(୩)
ତରୁଣ ବୟସ୍କ ମହାରାଜା ଶ୍ରୀରାମଚନ୍ଦ୍ରଙ୍କୁ କ୍ରୋଧାଧୀନ ହେବାର ପ୍ରାୟ ଦେଖାଯାଇ ନାହିଁ-।
(୪)
ସ୍ୱଦୋଷଦର୍ଶୀ ଲୋକ ଅନ୍ୟ ଉପରେ ପ୍ରାୟ କ୍ରୋଧ କରନ୍ତି ନାହିଁ, ବାଲ୍ମୀକି ରାମଚନ୍ଦ୍ରଙ୍କୁ ‘ସ୍ୱଦୋଷଦର୍ଶୀ’ ଏହି ବିଶେଷଣ ଦେଇଅଛନ୍ତି ।
ନିଜ ତୂଣ ଶୂନ୍ୟ ସିନା କଲା ସେ ବିଫଳେ; (୧)ଖଳ କାନକୁହା ଆଦି ଈର୍ଷା-ଉପାସକେପୂର୍ଣ୍ଣ ସଦା ରାଜସଭା, ‘ଈର୍ଷା’ ଏହା ଜାଣିଟାକି ରହିଥିଲା ତୁମ୍ଭ ହୃଦେ ପଶିବାକୁତାଙ୍କ ଯୋଗେ, ବୃଥା ହେଲା ଈର୍ଷାର ସେ ଆଶା,ଯେଣୁ ତୁମ୍ଭେ ଏକ କର୍ଣ୍ଣେ କାନକୁହା ବାଣୀଶୁଣି ଅନ୍ୟ କର୍ଣ୍ଣ ମୁକ୍ତ ରଖିଲ ଗୁପତେଶୁଣିବାକୁ ଅଭିଯୁକ୍ତ କଥା ଯଥାକାଳେ;ଆଉ ଯେତେ ଥିଲେ କଳି ମୁଖ୍ୟ ସେନାପତି,‘କାମ’ ‘କ୍ରୋଧ’ ଆଦିଙ୍କର ଦେଖି ଏ ଦୁର୍ଦ୍ଦଶା,ମୁଣ୍ଡେ କର ଦେଇ ସର୍ବେ ବସିଛନ୍ତି ଦୂରେନିରାଶେ, ତୁଟିଛି ମନୁ ଦାରୁଣ ଜିଗୀଷା;ମାତ୍ର ଏ ଦୁରନ୍ତଦଳେ ତିଳେନାହିଁ ପ୍ରତେ,ବିଶ୍ୱାସଘାତକ ଏହୁ, ଛିଦ୍ର ଲୋଡ଼ିବାରନିତ୍ୟବ୍ରତ ଏହାଙ୍କର କଳିରାଜପଣେ;ରହିବା ଉଚିତ ତେଣୁ ଜାଗରୂକ ହୋଇତୁମ୍ଭର, ହେ ବୀର, ଏହି ତରୁଣଯୌବନେ,ସ୍ମରିବ ନିରତେ, ପ୍ରଜାପୁଞ୍ଜ-ଋଣଭାରମୁଣ୍ଡାଇଛ ମୁଣ୍ଡେ ରାଜମୁକୁଟର ବ୍ୟାଜେ,ସ୍ମରିବ ନିରତେ ତୁମ୍ଭ ଜନ୍ମ ଭବତଳେ
(୧)
ତାହାର ସମସ୍ତ ଶର ବିଫଳ ହେଲା ।ନୁହଇ, ହେ କ୍ଷଣଜନ୍ମା, ଏକ ତୁମ ପାଇଁ,ତାରକାଦଳର ଜ୍ୟୋତି ତାଙ୍କ ପାଇଁ ସିନା,ମାତ୍ର କି ଚନ୍ଦ୍ରର ପ୍ରଭା ଏକା ଚନ୍ଦ୍ରପାଇଁ ?ଉତ୍କଳର ଆଶା-ନଭେ ତୁମ୍ଭେ ଶୁଭକ୍ଷଣେ,ହେ ରାଜେନ୍ଦ୍ର, ବିରାଜୁଛ ଦ୍ୱିଜରାଜରୂପେ, (୧)‘‘ରାଜା ରାଜ୍ୟାଶ୍ରମ-ଋଷି’’ କବିର ଏ ବାଣୀ (୨)ଫଳି ଆସୁଅଛି ତୁମ୍ଭ ପବିତ୍ର ଜୀବନେ;ଭାଗ୍ୟ, କର୍ମେ, ବେନି ଦିଗେ ସୁଲକ୍ଷଣଯୁତତୁମ୍ଭପରି ପୁତ୍ର ପାଇ ପୁତ୍ରବତୀ ଆଜିଚିର ଅଭାଗିନୀ ଏହି ଉତ୍କଳଜନନୀ;ହୀରା ନୀଳା ଆଦି ଗ୍ରାମ୍ୟ ଆଭରଣଭାରେଭାରାକ୍ରାନ୍ତ ଭୂପଦଳେ ନିରତେ ଦୁର୍ଲଭବିଦ୍ୟା ଦୟା ବିନୟାଦି ଅଗ୍ରାମ୍ୟ ଭୂଷଣେଭୂଷିତ ତୁମ୍ଭଙ୍କୁ, ଭଞ୍ଜ-ରାଜଲକ୍ଷ୍ମୀସହ,ଦେଖଇ ଉତ୍କଳ, ଆହା, ଯେହ୍ନେ ନିଶୀଥିନୀ (୩)ଧ୍ରୁବଙ୍କୁ ଦେଖନ୍ତି କୋଟି ତାରା-ନେତ୍ର ଫେଡ଼ି,କିମ୍ବା ଯଥା ଦେବଦଳ ଜଳଧିମନ୍ଥନେହେରିଲେ ହରଷେ ଦିବ୍ୟ ଜ୍ୟୋତିପୁଷ୍ପଧାରୀ
(୧)
ଦ୍ୱିଜରାଜ-ଚନ୍ଦ୍ରମା ।
(୨)
କାଳିଦାସଙ୍କର ଉକ୍ତି । ରାଜ୍ୟରୂପ ଆଶ୍ରମର ରାଜା ଋଷି ଅଟନ୍ତି, ବିଳାସିତା ରାଜଧର୍ମ ନୁହେଁ ।
(୩)
ନିଶୀଥିନୀ-ରଜନୀ ।ସିନ୍ଧୁବାରିସମୁତ୍ଥିତ ପାରିଜାତତରୁ,ସଙ୍ଗେ ବିଶ୍ୱବନ୍ଦ୍ୟା ଦେବୀ ଇନ୍ଦିରାସୁନ୍ଦରୀଜ୍ୟୋତିର୍ମୟୀ ଜ୍ୟୋତିର୍ମୟ କମଳବାସିନୀ;କଳ୍ପତରୁ ଲଭି ଯଥା ତ୍ରିଦିବ-ଦୁର୍ଗତିଘୁଞ୍ଚିଗଲା, ଘୁଞ୍ଚିଯାଉ ଉତ୍କଳ ମାତାର,ଭଞ୍ଜକବି, ତୁମ୍ଭ ଯୋଗେ ଦୁର୍ଯୋଗ-ଜଡ଼ତା,ଚିରନିରାନନ୍ଦ ମୁହିଁ ଦାରୁଣ-ବିପାକେ,ଝୁରୁଅଛି ନୈରାଶ୍ୟର ଅତଳ କୁହରେ,ତଥାପି, ଯଶସ୍ୱି, ତୁମ୍ଭ ସୁଯଶ-ସୌରଭେଜଡ଼କଣ୍ଠ ମୋର ଆଜ ମୁଖର ସଙ୍ଗୀତେ,ପଲ୍ଲବ ମୁକୁଳ ଫୁଲ ମୃଦୁଳେ ଦୋଳାଇ,କୁଞ୍ଚାଇ ତରଙ୍ଗମାଳେ ତଟନୀର ବେଣୀ,ମୁଖରି ନିକୁଞ୍ଜବନେ ବନପ୍ରିୟକୂଳେ,ସୁରୁ ସୁରୁ ସ୍ୱନେ ଯେବେ କେଦାରେ କାନ୍ତାରେପ୍ରସରେ ମଳୟସ୍ରୋତ ପରିମଳସଖା,ଉଲ୍ଲାସେ ଦୁଃଖର କ୍ଷଣବିସ୍ମୃତିକି ଲଭିପିଞ୍ଜରବିହଙ୍ଗ ଯଥା ଭାବେ କ୍ଷଣେ କ୍ଷଣେ,ତୁମ୍ଭରି ଆଦେଶେ, ବୀର, ଏ ମହାଗୀତିକାଗାଇବା ଆଶୟେ ଏବେ ଧରିଛି ମୁଁ କରେ,ଚିରମୂଳ ବୀଣା ମୋର ସିକ୍ତ ନେତ୍ରଜଳେ,ଆଦିଷ୍ଟ ଏ ଗୀତ ଆସୁ ଦିବ୍ୟ ଅବଧାନେ,ଗୃହସ୍ଥ ସଞ୍ଚୟପଟୁ ଯତନେ ସମ୍ପାଦିସମ୍ପତ୍ତିକି, ଠୁଳ କରି ରଖି ଆଟୁଘରେ,ନିଶ୍ଚିନ୍ତ ରହଇ ଅଗ୍ନିଭୟୁଁ ମନେ ମନେ,ଦୈବ ଯେବେ ଦେଖେ ବହ୍ନି ଆଟୁମଞ୍ଚତଳେଗୃହପତି, କାତର ସେ ହୁଅଇ ଯେସନେ;ବିପ୍ର, କ୍ଷତ୍ରିୟ ଭାବୀ ଅବନତି ଶୁଣିକାତର ତେସନ ହେଲେ କୌନ୍ତେୟ (୧) ସୁମତିସାଶ୍ରୁ ନେତ୍ରେ କରଯୋଡ଼ି ବୈଶ୍ୱାନର ପଦେପଡ଼ିଣ କହିଲେ, ‘‘ପ୍ରଭୁ, ତ୍ରିକାଳଦରଶୀତୁମ୍ଭେ ଯେଣୁ, କହ ମୋତେ କିରୂପେ ଭାରତେଘଟିବ ଏ ମହାନର୍ଥ, ସୁଜଳା ସୁଫଳାଏ ଶସ୍ୟଶ୍ୟାମଳା ଧରା ପରହାତେ ଦେଇ,ପରପଦାନତ କି ହେ ହେବ ଆର୍ଯ୍ୟସୁତେ ?ଏ ମର୍ତ୍ତ୍ୟନନ୍ଦନ, ଦେବ, ହେବ କି ହେ ସତେଭୀଷଣ ଦାନବଙ୍କର ବିହାର-ଅଗଣା ?ଆର୍ଯ୍ୟସ୍ୱାଧୀନତା-ରବି ଅସ୍ତମିତ ହୋଇଭାରତ କି ପରିଣତ ହେବ ଅବଶେଷେଊର୍ଜସ୍ୱଳ-ଆର୍ଯ୍ୟଙ୍କର ଗୌରବ-ଶ୍ମଶାନେ ?ଉତ୍ତରିଲେ ଅଗ୍ନି, ‘‘ବୀର, ଘଟିବ ନିକରକହିଲି ଯା, କେବେ ତାହା ନୋହିବ ଅନ୍ୟଥା,
(୧)
କୌନ୍ତେୟ-କୁନ୍ତୀପୁତ୍ର ଯୁଧିଷ୍ଠିର ।ସ୍ୱାଧୀନତା ବୋଲି ଯାହା ବୋଇଲ ଆପଣେ,ସେ କେବଳ ଷଡ଼ରିପୁ ପ୍ରଭୁତାର ଛାୟା, (୧)ସେ ପ୍ରଭୁତା ଚାଲିଗଲେ କଳିର କୌଶଳେ,ବଳେ ଯିବ ସ୍ୱାଧୀନତା, ପିଣ୍ଡ ସଙ୍ଗେ ଯଥାଚାଲିଯାଏ, ପାଣ୍ଡୁ ନାଥ, ସେ ପିଣ୍ଡର ଛାୟା;ରିପୁ-ଅଧୀନତା ସଙ୍ଗେ ପର-ଅଧୀନତାଆସିବ ସ୍ୱଭାବେ, ରୋଗେ ଉପସର୍ଗ ପରି,ସାରସ୍ୱତ ବ୍ରାହ୍ମଣର ବାଣୀ ଆରାଧନା (୨)ଚିରବ୍ରତ, ଏବେ ସେହି ଦେବୀ ତିରୋଭାବେବ୍ରହ୍ମଚର୍ଯ୍ୟ ତେଜି ବିପ୍ରେ ହେବେ କଳିଯୁଗେଲୋଭ-ମୋହ-ଜାଲେ ପଡ଼ି ଅବିଦ୍ୟା-ସେବକ,ଚନ୍ଦ୍ରିକା ପୀୟୁଷ-ପାୟୀ ଚେକୋର ଔରସେ,ଜନ୍ମିବେ ଉଲ୍ଲୁକ ଅମା ତିମିର-ପ୍ରଣୟୀ,ଅକର୍ମଣ୍ୟ ଦ୍ୱିଜାତିର ହେବ ଅବଶେଷେଷଟକର୍ମେ ଷଷ୍ଠକର୍ମ ଏକମାତ୍ର ବ୍ରତ, (୩)ତପ, ଦମ, ନିୟମାଦି ସବୁ ଦୂରେ ଯାଇ
(୧)
ଷଡ଼ରିପୁପ୍ରଭୁତା-ଷଡ଼ରିପୁ ଉପରେ ପ୍ରଭୃତ୍ୱ ଅର୍ଥାତ୍ ପ୍ରକୃତ ସଂଯମୀ ନ ହେଲେ ଲୋକେ ସ୍ୱାଧୀନପଦବାଚ୍ୟ ହୁଅନ୍ତି ନାହିଁ ।
(୨)
ସାରସ୍ୱତ-ସରସ୍ୱତୀଭକ୍ତ ।
(୩)
ଷଟ୍କର୍ମ-ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟ୍ୟାପନ, ଦାନ, ପ୍ରତିଗ୍ରହ, ସବୁ ଯାଇ କେବଳ ଶେଷକର୍ମ ଅର୍ଥାତ୍ ପ୍ରତିଗ୍ରହ ରହିବ; ଅର୍ଥାତ୍ ବ୍ରାହ୍ମଣମାନେ ଭିକ୍ଷୋପଜୀବୀ ହେବେ ।
ଏକମାତ୍ର ଯଜ୍ଞସୂତ୍ର ଗୁଣ ଥିବ ଗୁଣେ, (୧)ଧର୍ମକୁ କରିବେ ବିପ୍ରେ ଜୀବନଜୀବିକା,ମୂର୍ଖପଣେ ଏହି ଜାତି ଏ ମର୍ତ୍ତ୍ୟମଣ୍ଡଳେ(କୂପକୁ ସେ କୂପବାସିମଣ୍ଡୂକ ଯେସନ)ଏକମାତ୍ର ଦେଶ ଏହି ଭାରତକୁ ମଣି,ଭାରତବାସୀଙ୍କ ଦୃଢ଼ କର୍ମକାଣ୍ଡଜାଲେଛନ୍ଦିବେ, ସେ ଜାଲେ ପୁଣି ନିଜେ ହେବେ ଛନ୍ଦିସେ ଜଟିଳ କର୍ମକାଣ୍ଡେ ହୋଇ ବିଜଡ଼ିତ,ଧର୍ମର ଯେ ସାର, ତାକୁ ହୁଡ଼ି ଆର୍ଯ୍ୟସୁତେଯାପିବେ ଜୀବନ ଧର୍ମ-ତୁଷେ ତୁଷ୍ଟ ହୋଇ, (୨)ଅକ୍ଷୁଣ୍ଣ ରଖିବା ଲାଗି ସ୍ୱଜାତି ପ୍ରଭୁତା,ଯଜମାନ ଜାତିଙ୍କର ଐକ୍ୟ ଭାଙ୍ଗିଦେଇଶତ ଶତ ଉପଜାତି ସୃଜିବେ ବ୍ରାହ୍ମଣେ,ଭେଦବୁଦ୍ଧି ଉପୁଜାଇ ମାନବେ ମାନବେ;ସମାଜେ ଏ ହୀନଭାବେ ଘୃଣାରୂପେ ପଶିଅସ୍ଥି ମଜ୍ଜା ଶୋଷି ତାକୁ କରିବେ ଜର୍ଜର;ଏକ ଆରେକ ସ୍ପର୍ଶେ ମଣିବ ଅଶୁଚି
(୧)
ପ୍ରଥମ ଗୁଣ ଶବ୍ଦର ଅର୍ଥ ରଜ୍ଜୁ, ଦ୍ୱିତୀୟ ଗୁଣ ଶବ୍ଦର ଅର୍ଥ ଧର୍ମ ।
(୨)
ବାହ୍ୟ ଅନୁଷ୍ଠାନାଦି ଧର୍ମର ଅସାର ଅଂଶ ।ଆପଣାକୁ, ଅପବିତ୍ର ପଶୁଠାରୁ ପୁଣିହୀନ କରି ମାନବକୁ ମଣିବେ ମାନବେ,କ୍ରମେ ଗୃହବିଗ୍ରହର ସୂତ୍ରପାତ ହୋଇଏହିରୂପେ ଛିନ୍ନଭିନ୍ନ ହେଲେ ଆର୍ଯ୍ୟଜାତି,ବିଶ୍ୱପୂଜ୍ୟ ଆର୍ଯ୍ୟଙ୍କର ଏହି ପୁରାତନୀଭୂମି ହେବ ଛିଦ୍ରାନ୍ୱେଷୀ ଶତ୍ରୁର ଆମିଷ; (୧)ବ୍ରାହ୍ମଣର ତପଃଫଳେ ହୋଇଥିଲା ଯେହୁ,ଭାରତୀର ଲୀଳାକ୍ଷେତ୍ର, ସେ ଭାରତ ଏବେହେବ ପରିଣତ ସେହି ବ୍ରାହ୍ମଣର ପାପେଅଜ୍ଞାନ-ଅଙ୍ଗାରମୟ ଭୀଷଣ ଶ୍ମଶାନେ !‘ମଦନ’, ‘ଆଳସ୍ୟ’, ‘ଈର୍ଷା’, ତିନି ସେନାପତିପଶିବେ ରାଜନ୍ୟଗୃହେ କଳି-ଆଜ୍ଞାମତେ,ଆମନ୍ତ୍ରସାଧନ ସେହି ଦୃଢ଼ପ୍ରତିଜ୍ଞତା,ସେ ସାହସ ତୃଣ ପ୍ରାଣ ଦେଶରକ୍ଷାବ୍ରତେ, (୨)ସେ ପ୍ରଭାବ ଦୀପ୍ତିମନ୍ତ ଯେହ୍ନେ ମୋର ଶିଖା,ବଜ୍ରସାର ସେହି ବୀର୍ଯ୍ୟ ଥିଲା ଆଜିଯାଏକ୍ଷତ୍ରିର ଯା ପ୍ରିୟଧର୍ମ ସବୁ ଯିବ ଚାଲି,
(୧)
ଆମିଷ-ଶିକାର ।
(୨)
ଯେ ସାହସ ଦେଶରକ୍ଷା ସକାଶେ ନିଜର ପ୍ରାଣକୁ ତୃଣବତ୍ ମଣେ ।ସବୁ ଯାଇ ଅଭିମାନ ରହିବ କେବଳ,ସରସେ, କର୍ଦ୍ଦମ ଯଥା ରହେ ଅବଶେଷେକମଳ କୁମୁଦ ସଙ୍ଗେ ଜଳ ଗଲେ ଶୁଖି,ଜୀବନ୍ତ ଭରତଦୁର୍ଗରୂପୀ ଏହି ଜାତି (୧)ବୀର୍ଯ୍ୟହୀନ ଅକର୍ମଣ୍ୟ ହେବେ ଅଳ୍ପଦିନେ,ଅଳ୍ପଦିନେ ଦ୍ରୋଣାଚାର୍ଯ୍ୟ ଶିଷ୍ୟବଂଶଧରେଆଚରିବେ ଯୁଦ୍ଧବିଧି କେବଳ ଗଳପେ,ଧନୁ, ଗଜାଙ୍କୁଶ, ଅସି, ଗଦା, ଆସ୍ଫାଳନେକର୍କଶ ଯାଙ୍କର ହସ୍ତ, ତାଙ୍କରି ସନ୍ତତିଭୀରୁ, ପ୍ରାଣରଙ୍କ (୨), ଆହା, ହୋଇ କାଳବଶେହସ୍ତୀ ଦେଖି ଦଶଶତ ଅଶ୍ୱ ଦେଖି ଶତ-ହସ୍ତ ଦୂରେ ଯାଇ ଉଭା ହେବେ ମହାତ୍ରାସେ,ନିଜ ସନ୍ତତିଙ୍କି ପୁଣି ଆଚାର୍ଯ୍ୟ ଅଣାଇ,ଶ୍ଳୋକରୂପେ ଶିଖାଇବେ ଏହି ଭୀରୁନୀତି,ଏ ମହାପ୍ରତାତୀ ଜାତି ହୀନୁ ହୀନତରହୋଇଯିବେ ଦିନୁ ଦିନ କଳିଉତ୍ପୀଡ଼ନେ,ପୂର୍ବତେଜୁ ଅବଶିଷ୍ଟ ଥିବ ଯାହା କିଛି,
(୧)
କ୍ଷନ୍ତ୍ରମାନେ ଭାରତବର୍ଷର ଜୀବନ୍ତଦୁର୍ଗ ପରି ଥିଲେ ।
(୨)
ପ୍ରାଣରଙ୍କ- ପ୍ରାଣରକ୍ଷା ନିମନ୍ତେ ଆତୁର ।ଭିଆଇବ ସେହି ତେଜେ ପରସ୍ପରେ,‘ଈର୍ଷା’ ଆସି, ରତ ହୋଇ ସେ ବୃଥା ବିଗ୍ରହେବହିରାକ୍ରମଣଭୟ-ପ୍ରତିକାର-ବିଧିଭାଳିବାକୁ ନ ଥିବଟି ଅବସର ତିଳେ,ଉପରେ ଉଡ୍ଡୀୟମାନ ଯବନ-ଗରୁଡ଼େଦେଖି ସୁଦ୍ଧା ଯୁଝୁଥିବେ ଗଜ କୂର୍ମ ପରିଭାବି-ଅନ୍ଧ, ବର୍ତ୍ତମାନ-ସର୍ବସ୍ୱ ବର୍ବରେ, (୧)ସର୍ବେ ଆତ୍ମଚିନ୍ତାରତ, ସର୍ବେ ଜାତିଦ୍ରୋହୀ, (୨)ଆତ୍ମରକ୍ଷାବ୍ରତୀ ଜନ୍ମଭୂମି-ଅଧଃପାତେ,ଭାରତର ନାନା ଅଂଶେ ଛନ୍ତି ଆର୍ଯ୍ୟ ଯେତେଭିନ୍ନ ଭିନ୍ନ ନାମ ବହି, ଆର୍ଯ୍ୟଟି ସରବେ;ହୋମାନଳ, ଦାବାନଳ, ବାଡ଼ବ-ଅନଳଏ ଆଦି ବିବିଧ ନାମେ ପ୍ରସିଦ୍ଧ ଜଗତେ
(୧)
ଭାବୀ ଅର୍ଥାତ୍ ଭବିଷ୍ୟତ୍ ଅନିଷ୍ଟ ପ୍ରତି ଅନ୍ଧ, କେବଳ ବର୍ତ୍ତମାନ ଅର୍ଥାତ୍ ଉପସ୍ଥିତ ସ୍ୱାର୍ଥ ଯେଉଁମାନଙ୍କର ସର୍ବସ୍ୱ, ଗଜ କଚ୍ଛପ ପରସ୍ପର ଯୁଦ୍ଧ କରୁଁ କରୁଁ ଉଭୟେ ଗରୁଡ଼ଙ୍କର ଆମିଷ ହୋଇଥିଲେ, ଆର୍ଯ୍ୟମାନେ ସେହିପରି ଆପଣା ମଧ୍ୟରେ କଳହ ଭିଆଇ ଦୁର୍ବଳ ହୋଇ ଯବନର ଅଧୀନ ହେବେ ।
(୨)
ଜାତିର ମଙ୍ଗଳରେ ବ୍ୟକ୍ତିର ମଙ୍ଗଳ–ଏ ନୀତି ଆର୍ଯ୍ୟମାନେ ବିସ୍ମୃତ ହୋଇ କେବଳ ନିଜ ନିଜ ଉପସ୍ଥିତ ସ୍ୱାର୍ଥ ଲୋଡ଼ିବେ ।ଯଥା ମୁହିଁ, କୁରୁବର୍ଷେ, ପାଞ୍ଚାଳେ, ଅବଧେ, (୧)କାଶ୍ମୀରେ, ନେପାଳେ, ପୁଣି ମଗଧେ, ମୈଥିଳେ,ଅଙ୍ଗେ, ବଙ୍ଗେ, ଉଡ୍ରେ, ପୁଣି କଳିଙ୍ଗେ, ଦ୍ରାବିଡ଼େକର୍ଣ୍ଣାଟେ, କେରଳେ, ପାଣ୍ଡ୍ୟେ, ମହାରାଷ୍ଟ୍ରେ, ଚୋଳେବିଦର୍ଭେ, ନିଷଧେ, ମତ୍ସ୍ୟେ, ତ୍ରିଗର୍ତ୍ତେ, ଗୁର୍ଜ୍ଜରେ,ଗାନ୍ଧାରାଦି କରି ସିନ୍ଧୁ-ମାତୃକ ପ୍ରଦେଶେ (୨)ନିବସନ୍ତି, କୁରୁବର୍ଯ୍ୟ, ଆର୍ଯ୍ୟସୁତ ଯେତେ(୩),ଆଖ୍ୟାରେ ପୃଥକ, ମାତ୍ର ରକ୍ତେ ସର୍ବେ ଏକା;ଈର୍ଷ୍ୟାର କୁହୁକେ, ଆହା, ପାସୋରି ଏ କଥା,ଆର୍ଯ୍ୟରକ୍ତ ସ୍ରୋତେ ଆର୍ଯ୍ୟେ ପ୍ଳାବିବେ ଅବନୀ,କଳିର ଆତ୍ମହା-ନୀତି କ୍ରୀଡ଼ନକ ହୋଇ; (୪)ଫଣିନୀର ଶିରୋମଣି କାଢ଼ି ନେବା ପାଇଁନ ଲୋଡ଼େ କେ ? ମାତ୍ର ତାର ବିଷଦନ୍ତ ବେନିକୃତାନ୍ତର ଦୂତ ମଣି, କତି ପଶିବାକୁଭରସି ପାରେ କି କେହି ? ରାଜନ୍ୟ ବ୍ରାହ୍ମଣେ (୫)
(୧)
ଅବଧ-ଅଯୋଧ୍ୟା ।
(୨)
ଗାନ୍ଧାର-କାନ୍ଦାହାର, ବର୍ଣ୍ଣିତ କାଳରେ ଏ ଅଞ୍ଚଳ ଆର୍ଯ୍ୟଭୂମିର ଅଂଶ ଥିଲା ।
(୩)
କୁରୁବର୍ଯ୍ୟ- କୁରୁଶ୍ରେଷ୍ଠ ସମ୍ବୋଧନପଦ ।
(୪)
ଆତ୍ମହାନୀତି-ଯେଉଁ ନୀତିରେ ନିଜର ସର୍ବନାଶ ହୁଏ ।
(୫)
ରାଜନ୍ୟ-କ୍ଷତ୍ରିୟ ।ଭୂତଳେ ଅତୁଳ ରୂପର ତନକୁନ୍ତଳା–ଭାରତ-ଭୁଜଙ୍ଗୀର ଏ ଥିଲେ ସିନା ବେନିବିଷଦନ୍ତ, ସର୍ବ ଅଗ୍ରେ ଭାଙ୍ଗିବ ତା କଳି,ନିର୍ବିଷ ଭାରତେ, ଦେଖି ଆସିବେ ଦଉଡ଼ିଦୂରୁଁ ବୈଦେଶିକଦଳ ଶିରୋମଣି ଲୋଭେପଲେ ପଲେ, ଶସ୍ୟକ୍ଷେତ୍ରେ ଶଲଭ ଯେପରି;ବିରାଜେ ଯାବତ ବୀର, ମୋ ତେଜ ଅଙ୍ଗାରେ,ପାରେ କି ପରଶି କେହି ? ହେଲେ ତା ନିର୍ବାଣ,ଅବଜ୍ଞାରେ ଲୋକେ ତାହା ଦଳନ୍ତି ଚରଣେ,ଦ୍ୱିଜାତିର ତେଜଃପୁଞ୍ଜ ଲିଭିଲେ ସେରୂପେଏ ଆର୍ଯ୍ୟସମାଜ ତଥା ଦଳି ବୈଦେଶିକେ,ଅକ୍ଷମ ପତିର ରୂପବତୀ ନାରୀ ପରି,ନିୟୋଜିବେ ନିଜ ଭୋଗେ ଭାରତ ଅବନୀ,ଶକ୍ତିରେ ସିଂହାର ଯାହା, ଶକ୍ତି ଗଲେ ଚାଲି, (୧)ପାର୍ଥ ! ସେ ସିଂହାର ହୁଏ ଅନର୍ଥର ହେତୁ, (୨)ଅନର୍ଥର ହେତୁ ତେଣୁ ହେବ କଳିଯୁଗେ
(୧)
ସିଂହାର-ଅଳଙ୍କାର, ଭୂଷଣ ।
(୨)
ପାର୍ଥ-ପୃଥାପୁତ୍ର ଯୁଧିଷ୍ଠିର, ସମ୍ବୋଧନପଦ ।ଭାରତଭୂମିର ଏହି ଅନୁପମ ଶୋଭା,’’ବୋଇଲେ ପାଣ୍ଡବମଣି ଆର୍ଯ୍ୟଶିରୋମଣିଭାବିଆର୍ଯ୍ୟ ଦୁଃଖେ ଦୁଃଖୀ, ‘‘ଭୋଦେବ ଭାରତେ,ବିଶାଳ ଭାରତେ ଆହା ଜଣେ ହୋଇ କେହିଜନ୍ମିବ ନାହିଁ କି କେବେ ଉଦ୍ଧାରିବାପାଇଁଆର୍ଯ୍ୟଙ୍କର ପୁରାତନ ଲୁପ୍ତ ଗଉରବ ?ବ୍ରାହ୍ମଣର ଏ ଦୁଷ୍କ୍ରିୟା-ପ୍ରତିକ୍ରିୟାବ୍ରତେକେହି କି ନୋହିବେ ବ୍ରତୀ ? କେହି କି ନୋହିବେଶକ୍ତି ଭାଙ୍ଗିବାକୁ ସେହି ସ୍ୱାର୍ଥର ଶିକୁଳି,ଶାସ୍ତ୍ରାଖ୍ୟ ସେ ଅଶାସ୍ତ୍ରର ଅବୈଧ ବିଧିକି ?ସାମ୍ୟ ଐକ୍ୟ ବୀଜମନ୍ତ୍ରେ ଜୀବନ୍ୟାସ ଦେଇମୃତ ଆର୍ଯ୍ୟସନ୍ତତିଙ୍କି ପୁନରୁଜ୍ଜୀବିତକରିବାକୁ କେହି କି ହେ ନୋହିବେ ପ୍ରୟାସୀବୀରପୁତ୍ରପ୍ରସୂ, ଆହା, ଏ ମହୀ କି ଆଉପ୍ରସବିବେ ନାହିଁ କେବେ କୁମର ସେଭଳି ?’’ତହୁଁ ଦେବ ହବ୍ୟବାହ ‘‘ଏ ଭାରତଖଣି (୧)ପ୍ରସବିବ କଳିଯୁଗେ ଅଙ୍ଗାର କେବଳ,ବହୁଶତ ବର୍ଷ ଗତ ହେଲେ ଏହି ରୂପେ,
(୧)
ତହୁଁ ଦେବ ହବ୍ୟ ବାହ କହିଲେ, ଏହି କ୍ରିୟାପଦ ଏଠାରେ ଉହ୍ୟ ଅଛି ।ଯଥାକାଳେ ବାହାରିବ ସେ ଖଣି ଗରଭୁମହାମଣି, ଯାର ଦିବ୍ୟଜ୍ୟୋତିର ଝଟକେହୀନପ୍ରଭ ହୋଇଯିବ ନଭେ କାବ୍ୟତାରାଗୋଧୂଳିର ମଥାମଣି, ଅଥବା କୌସ୍ତୁଭବିଶ୍ୱଲୀଳାଦରପଣ ବିଶ୍ୱମ୍ଭର-ହୃଦେ,ଅଭ୍ରଭେଦୀ ହିମଗିରି ପାଦେ ଶୁଭକ୍ଷଣେ (୧)ଜନମିବେ ଶାକ୍ୟସିଂହ ଧର୍ମବୀରାଗ୍ରଣୀଦେବଅଂଶେ, ରାଜବଂଶେ ରଜୋରିକ୍ତମନା (୨)କାମଜୟୀ, କାମଜୟୀ ଯଥା ଉମାପତି;ମୃତ୍ତିକାବିକାର ହୈମ-ସିଂହାସନ ତେଜି, (୩)ସଂସାରମମତା-ଫାଶ ଛେଦି ଜ୍ଞାନବଳେ,ମହାଜ୍ଞାନୀ, ଭାରତର ଅଜ୍ଞାନ ଅନ୍ଧାରେଜାଳିବେ ବିଜ୍ଞାନ-ଦୀପ, ଯାର ଜ୍ୟୋତିପ୍ରଭାବିଶ୍ୱତମଃସ୍ତୋମ-ମହାଦାବାନଳରୂପେ (୪)
(୧)
ହିମାଳୟ ପାଦଦେଶବର୍ତ୍ତୀ କପିଳବାସ୍ତୁ ନଗରରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ ।
(୨)
ରଜୋରିକ୍ତମନା-ରଜୋଗୁଣରୁ ମୁକ୍ତ ।
(୩)
ବୁଦ୍ଧଦେବ ରାଜସିଂହାସନ ପରିତ୍ୟାଗ କରି ଧର୍ମାଲୋଚନା ଏବଂ ଧର୍ମପ୍ରଚାର ସକାଶେ ସନ୍ନ୍ୟାସଧର୍ମ ଗ୍ରହଣ କରିଥିଲେ ।
(୪)
ଜଗତର ଅଜ୍ଞାନରୂପ ମହାରଣ୍ୟର ଦାବାନଳସ୍ୱରୂପ ।ଆଲୋକିବ ଲୋକମନ ଦେଶଦେଶାନ୍ତରେ,କି ଉଦୀଚୀ ହୈମବତୀ ସପ୍ତର୍ଷିଶବଳା, (୧)ପ୍ରାଚୀ ତ୍ୱିଷାମ୍ପତି-ଦୂତି-ଉଷା-ସହଚରୀ,କି ଅବା ଅବାଚୀ ସ୍ନିଗ୍ଧମଳୟ-ସୌରଭା, (୨)ପ୍ରତୀଚୀ କୁଙ୍କୁମାରୁଣା ବରଣଲାଞ୍ଛନା, (୩)ସବୁଦିଗେ ଏହି ଜ୍ୟୋତିଃ ବ୍ୟାପି କ୍ରମେକ୍ରମେବିରାଜିବ ଦିଗଙ୍ଗନା-ଅବତଂସରୂପେ, (୪)କି ଶୈଳ, କି ପାରାବାର, ନ ପାରିବେ କେହିରୋଧିବାକୁ ଏ ଜ୍ୟୋତିର ଦୁର୍ନିବାରଗତି,ଅଗସ୍ତ୍ୟର ଛାୟା ହୃଦେ ଧରି ଭାଦ୍ରପଦେ (୫)ନିର୍ମଳେ ବହଇ ବାରି ଭବତଳେ ଯଥା,ସେହି ରୂପେ ଏ ଜ୍ୟୋତିର ପାବନ ପରଶେଭାରତୁ କଳୁଷରାଶି ଯିବ ଅପସରି,
(୧)
ଉଦୀଚୀ-ଉତ୍ତରଦିଗ । ଶବଳ-ଚିତ୍ରବିଚିତ୍ର ।
(୨)
ଅବାଚୀ-ଦକ୍ଷିଣଦିଗ ।
(୩)
ପ୍ରତୀଚୀ-ପଶ୍ଚିମଦିଗ । ସୂର୍ଯ୍ୟାସ୍ତରାଗରଞ୍ଜିତ ହେବାରୁ କୁଙ୍କୁମାରୁଣା, ବରୁଣଦ୍ୱାରା ଅଧିଷ୍ଠିତ ହେବାରୁ ବରୁଣଲାଞ୍ଚାନା ।
(୪)
ଦିଗ୍ବଧୂମାନଙ୍କର କର୍ଣ୍ଣପୂରସ୍ୱରୂପ ।
(୫)
ଶରତ୍କାଳରେ ଦକ୍ଷିଣାକାଶରେ ଅଗସ୍ତ୍ୟତାରାର ଉଦୟ ହୁଏ, ଅଗସ୍ତ୍ୟଙ୍କ ଉଦୟରେ କଳୁଷିତ ଜଳ ନିର୍ମଳ ହେବାର କିମ୍ବଦନ୍ତୀ ଅଛି ।ସାମ୍ୟ-ମୈତ୍ରୀ-ମହାମନ୍ତ୍ର ହୋଇଣ ଦୀକ୍ଷିତ,ଭେଦମତି ପରିହରି ସଂହତି-ବନ୍ଧନେ (୧)ବଦ୍ଧହେବେ ଆର୍ଯ୍ୟଭୂମେ ଆର୍ଯ୍ୟସୁତ ଯେତେ,ଶାକ୍ୟସିଂହଶିଷ୍ୟାଗ୍ରଣୀ ନୃପଶିରୋମଣିଜନ୍ମିବେ ଅଶୋକ-ନାମେ ନୃପ ମହାତେଜାପୁଷ୍ପପୁରେ, ପୂତନୀରା ସୁରଧୁନୀତୀରେ, (୨)ଅନନ୍ତ-ରତନ-ପ୍ରସୂ ହିମାଚଳଠାରୁମୁକ୍ତାପ୍ରସୂ ତାମ୍ରପର୍ଣ୍ଣୀ ଯାଏ ଦେଶେ ଦେଶେ (୩)ଉଡ଼ିବ ତାଙ୍କର ଜୈତ୍ରକେତନ ଭାରତେ, (୪)ସ୍ଥାନେ ସ୍ଥାନେ ଶୈଳଭାଲେ ଅକ୍ଷୟ ଅକ୍ଷରେଶୋଭିବ ଏ ନବଦୀକ୍ଷା କଳୁଶନାଶିନୀଅଶୋକର ଅନଶ୍ୱର ଯଶୋଲିପିରୂପେ, (୫)
(୧)
ସଂହତିବନ୍ଧନେ-ଏକତା ବନ୍ଧନରେ ।
(୨)
ପୁଷ୍ପପୁର (ଆଧୁନିକ ପାଟଣା) ଅଶୋକ ନୃପତିଙ୍କର ରାଜଧାନୀ ଥିଲା, ପୁଷ୍ପପୁରର ଅନ୍ୟନାମ ପାଟଳିପୁତ୍ର ।
(୩)
ତାମ୍ରପର୍ଣ୍ଣୀ-ସେତୁବନ୍ଧ ରାମେଶ୍ୱରର ଅନତିଦୂରବର୍ତ୍ତିନୀ ସ୍ୱନାମପ୍ରସିଦ୍ଧ ନଦୀ ।ଏହି ନଦୀର ସମୁଦ୍ର ସଙ୍ଗମ ସ୍ଥଳରୁ ମୁକ୍ତାଶୁକ୍ତି ଉତ୍ତୋଳିତ ହେଉଥିଲା ।
(୪)
ଜୈତ୍ରକେତନ-ଜୟଶୀଳ ପତାକା, ଅଶୋକ ସମଗ୍ର ଭାରତବର୍ଷର ସମ୍ରାଟ୍ ଥିଲେ ।
(୫)
ଭାରତବର୍ଷର ନାନା ପ୍ରଦେଶରେ ପର୍ବତଦେହରେ ଅଶୋକଙ୍କର ଶାସନ ଅଦ୍ୟାପି ଦେଦୀପ୍ୟମାନ, ଓଡ଼ିଶାରେ ସୁଦ୍ଧା ଧଉଳି ପର୍ବତରେ ଅଶୋକଙ୍କ ଶାସନ ଅଙ୍କିତ ହୋଇଅଛି ।
ବରବାଜିପ୍ରତିଷ୍ଠିତ-ପାରସ୍ୟମଣ୍ଡଳେ, (୧)ଶ୍ୱେତଗଜନିସେବିତ-ନୀଳ ଇରାବତୀ-(୨)ଧୌତ ବ୍ରହ୍ମେ, ବର୍ଣ୍ଣେଜ୍ଜ୍ୱଳଚେଳପ୍ରସୂ ଚୀନେ, (୩)କିଂପୁରୁଷେବର୍ଷେ (୪) (ଯହିଁ ମାନସ ଦର୍ପଣେହରଶୈଳ ହେରେ ନିଜ ଭୀଷଣମୂରତି),ହରିବର୍ଷେ ଯହିଁ ହିମବର୍ଷିଣୀ ଉଦୀଚୀମଣ୍ଡେ ନିଜଭାଲ ଚିତ୍ରଜ୍ୟୋତିତିତ୍ରିପୁଣ୍ଡ୍ରକେ ୫)ନୀଳରତ୍ନାକର ବକ୍ଷେ ପଦକରୂପିଣୀସାଗରସମ୍ଭବା ଲଙ୍କା-ଶ୍ୟାମଳ ଉରସେ, (୬)
(୧)
ପ୍ରାଚୀନକାଳରେ ପାରସ୍ୟ ଦେଶ ଉତ୍କୃଷ୍ଟ ଘୋଟକ ସକାଶେ ପ୍ରସିଦ୍ଧ ଥିଲା ।
(୨)
ଇରାବତୀ ବ୍ରହ୍ମଦେଶର ପ୍ରଧାନ ନଦୀ, ଇରାବତୀ ଉପତ୍ୟକାରେ ଶ୍ୱେତହସ୍ତୀ ଦେଖାଯାନ୍ତି-।
(୩)
ପ୍ରାଚୀନକାଳରେ ଚୀନର କୌଷେୟବସ୍ତ୍ର (ଚୀନାଂଶୁକ) ଭାରତବର୍ଷରେ ଅତ୍ୟନ୍ତ ଆଦୃତ ହେଉଥିଲା ।
(୪)
କିମ୍ପୁରୁଷବର୍ଷ-ତିବ୍ବତ, ହରଶୈଳ-ମାନସରୋବରର ସନ୍ନିହିତ କୈଳାସଗିରି ।
(୫)
ହରିବର୍ଷ-ସାଇବିରିଆ ଦେଶ, ଏହି ଦେଶର ଉତ୍ତରାକାଶ ବିବିଧବର୍ଣ୍ଣ ଜ୍ୟୋତିତିଳକରେ ଶୋଭିତ, ବୌଦ୍ଧ ପରିବ୍ରାଜକମାନେ ସାଇବିରିଆ ଯାଏ ନିଜ ଧର୍ମପ୍ରଚାର କରିଥିଲେ ।
(୬)
ସିଂହଳଦ୍ୱୀପ ଅତି ଉର୍ବର ବନ ଏବଂ ଉପବନରେ ସର୍ବଦା ହରିତାୟମାନା ।ପ୍ରାଚୀଦ୍ୱୀପପୁଞ୍ଜେ ଯହିଁ ସୌରଭ ଚୋରାଇ (୧)ମଞ୍ଜୁଳପ୍ରଫୁଲ୍ଲ ଏକା ଲବଙ୍ଗ କୁଞ୍ଜରୁ,ପାରାବାର-ବକ୍ଷେ ବହେ ସ୍ନିଗ୍ଧ ଗନ୍ଧବହ,ନାବିକ ହୃଦୟେ ଗୃହସ୍ମୃତି ଉପୁଜାଇ,ଶୋଭିବ ସଂସାରାର୍ଣ୍ଣବ-ଦ୍ୱୀପସ୍ତମ୍ଭ ପ୍ରାୟେ, (୨)ଭାରତୁଁ ବିକୀର୍ଣ୍ଣ ହୋଇ ଏହି ଧର୍ମଜ୍ୟୋତି;ମାତ୍ର ଲିଭିଯିବ ଏହା ଅଚିରେ ଭାରତେ,ଆଦିତ୍ୟପ୍ରତିମତେଜା, ଅରାତିବିଜୟୀବୀରେନ୍ଦ୍ର ବିକ୍ରମାଦିତ୍ୟ ଉଜ୍ଜୟନୀପତି (୩)ଦ୍ୱିଜାତିର ପକ୍ଷ ହୋଇ, ପ୍ରଚଣ୍ଡ ବିକ୍ରମେଆକ୍ରମିଲେ ଶାକ୍ୟସିଂହଶିଷ୍ୟ-ରାଜଦଳେ,ପ୍ରବଳ ମାରୁତେ, ଆହା, ତୁଳାରାଶି ଯଥା,ପ୍ରତାପେ ତାଙ୍କର ସର୍ବେ ଛିନ୍ନଭିନ୍ନ ହୋଇତେଜିବେ ଏ ଭୂମି, କିମ୍ବା ନବଧର୍ମେ ମତି,ନିଜ ଦଣ୍ଡ ପ୍ରତିଷ୍ଠିତ କରିବ ଉଲ୍ଲାସେ
(୧)
ପ୍ରାଚୀଦ୍ୱୀପପୁଞ୍ଜ-ଯବଦ୍ୱୀପ, ସୁମାତ୍ରା ପ୍ରଭୃତି ।
(୨)
ଧର୍ମ ଭବାର୍ଣ୍ଣବର ଦୀପସ୍ତମ୍ଭପରି । ଦୀପସ୍ତମ୍ଭଯୋଗୁଁ ନାବିକମାନେ ନିରାପଦାରେ ସମୁଦ୍ର ପଥରେ ବିଚରଣ କରନ୍ତି, ଜୀବନପକ୍ଷରେ ଧର୍ମ ସେହିପରି ।
(୩)
ସୁପ୍ରଥିତନାମା ବିକ୍ରମାଦିତ୍ୟ ବୌଦ୍ଧମାନଙ୍କର ଉଚ୍ଛଦସାଧନରେ ବ୍ରତୀ ହୋଇଥିବାର କିମ୍ବଦନ୍ତୀ ଅଛି ।ପୁଣି ଦଣ୍ଡଧର କଳି, ଏ ସୁଯୋଗ ପାଇ;ଥିଲା ଯେ ତିମିରେ ପୁଣି ବୁଡ଼ିବ ଭାରତସେ ତିମିରେ, ସତ୍ୟଧର୍ମ ହୋଇ ଅସ୍ତମିତ,ଦ୍ୱୀପରୂପେ ଥିବ ମାତ୍ର ଏ ପାପପ୍ଳାବନେକେବଳ ଗୋଟିଏ ସ୍ଥଳୀ ସମଗ୍ର ଭାରତେ,ଧନ୍ୟରେ ଉତ୍କଳ ତୁହି, ଏ ଘୋର ଅନ୍ଧାରେ,ତୁହି ସେ ରଖିବୁ ସିନା ପୋଷି ସ୍ନେହଦାନେଗୁପତେ ଏ ଧର୍ମ-ଦୀପ ନୀଳାଦ୍ରୀ କନ୍ଦରେ, (୧)ପୁଣ୍ୟଧାମ ! ଅସ୍ତ ଗଲେ କମଳିନୀସଖା,ରଖଇ ମୋ ଶିଖା ଯଥା ଆଦରେ ସମ୍ପାଦିପବିତ୍ର ସାବିତ୍ର ଜ୍ୟୋତି ତମିସ୍ରା-ତମସେ (୨)ଅଜ୍ଞାନ-ଅନ୍ଧାରେ, ଆହା ହେବେ ଅନ୍ଧୀଭୂତ,ପୁଣି ଅଳ୍ପଦିନେ ଆର୍ଯ୍ୟେ, ସ୍ୱାର୍ଥାନ୍ଧ ଋତ୍ୱିଜେଭିଡ଼ିବେ ସୁଦୃଢ଼େ ପୁଣି ସ୍ୱାର୍ଥର ଶାଙ୍କୋଳିଭାରତର ଗଳଦେଶେ, ବଜ୍ରଗ୍ରନ୍ଥି ଦେଇ;ଔଷଧେ ଶମିତ ବ୍ୟାଧି ଛିଦ୍ର ପାଇ ଯଥା
(୧)
କେବଳ ଓଡ଼ିଶାରେ ବିଶେଷତଃ ଶ୍ରୀକ୍ଷେତ୍ରରେ ବୌଦ୍ଧଧର୍ମ ବହୁକାଳ ସ୍ଥାୟୀ ହୋଇ, ପଛକୁ ରୂପାନ୍ତରିତ ହୋଇଯାଇଥିବାର କଥା ପ୍ରାତ୍ନିକମାନଙ୍କର ଗବେଷଣାଦ୍ୱାରା ସ୍ଥିରୀକୃତ ହୋଇଅଛି ।
(୨)
ରାତ୍ରିକାଳରେ ସୂର୍ଯ୍ୟତେଜ ଅଗ୍ନିଠାରେ ନିହିତ ହେବାର ପ୍ରସିଦ୍ଧି ଅଛି, ସାବିତ୍ର-ସୂର୍ଯ୍ୟସମ୍ବନ୍ଧ, ତମିସ୍ରାତମସେ-ନୈଶ ଅନ୍ଧାକାରରେ ।
ଆକ୍ରମଇ ରୋଗୀଦେହ ଦ୍ୱିଗୁଣ ବିକ୍ରମେ,ଲଭିବ ଭାରତ ପୁଣି ଦାରୁଣ ଦୁର୍ଗତି,ପାସୋରି ପୁରୁଷକାର-ମହିମା ପୁରୁଷେମୃତଜଡ଼ପିଣ୍ଡବତ ହେବେ ଅଳ୍ପଦିନେନିରୁତ୍ସାହ ନିରୁଦ୍ୟମ, ଦେବପରାୟଣ,ପୁଣି ଛିନ୍ନ ଭିନ୍ନ ହୋଇ ପରସ୍ପରେ ଦ୍ୱେଷୀହେବେ ଆର୍ଯ୍ୟବର୍ତ୍ତବାସୀ, ଆର୍ଯ୍ୟଧ୍ୱଂସଲାଗିଯବନକୁ ଆହ୍ୱାନିବେ ସେହି ଆର୍ଯ୍ୟେ ପୁଣି,କୁଠାରେ ଲଗନ ହୋଇ ବେଣ୍ଟରୂପେ ଯଥାନାଶେ ତରୁ ବନଦେଶେ ଅନ୍ୟ ତରୁଦଳେ,ଯବନ ସଙ୍ଗତେ ମିଶି ଆର୍ଯ୍ୟକୁଳାଙ୍ଗାରେହାଣିବେ ଆର୍ଯ୍ୟଙ୍କୁ, ଆହା, ଏହି ଆର୍ଯ୍ୟଭୂମେ, (୧)ଆତ୍ମହାନୀତିର ଦାସ, ପରକୁ ଦେଖାଇଆତ୍ମଚ୍ଛିଦ୍ର, ସେ ପାପର ପ୍ରାୟଶ୍ଚିତ୍ତରୂପେସୁଶୋଣିତେ ଆର୍ଯ୍ୟେ ଧରା କରିବେ ଉର୍ବରାହିମାଦ୍ରିରୁ କୁମାରୀର ତାଳୀବନଯାଏ
(୧)
କାନ୍ୟୁକବ୍ଜପତି ଜୟଚନ୍ଦ୍ର ଏହୁ କୁଳଙ୍ଗାରମାନଙ୍କର ଅଗ୍ରଣୀ ହୋଇଥିଲେ ।
(୨)
ହିମାଳୟଠାରୁ କୁମାରିକାର ହିନ୍ତାଳବନ ପର୍ଯ୍ୟନ୍ତ ଅର୍ଥାତ୍ ସମଗ୍ର ଭାରତବର୍ଷରେ ।ହିମାଦ୍ରିର ଦେବଦାରୁ-ନିକୁଞ୍ଜ ସଦନେମଳୟେ ଚନ୍ଦନଦ୍ରୁମ ସ୍ନିଗ୍ଧାଚ୍ଛାୟାତଳେ,ଭାରତର ଦେବ ଦେବୀ ନିରଜନେ ବସିବିସର୍ଜିବେ ଅଶ୍ରୁଦେଖି ଆର୍ଯ୍ୟର ଦୁର୍ନୀତି ।କହିଲି ଘଟିବ ଯାହା, ବିସ୍ତାରି ଏକଥା,କହିବାକୁ ନାହିଁ ଆଉ ଅବସର ଏବେ,ଯାମମାତ୍ର ପାହିବାକୁ ଅଛି ବିଭାବରୀ,ଦେଖ ଆସିଲେଣି ଏବେ ଧ୍ରୁବମେରୁ ବୁଲିମେରୁନଭେ ସପ୍ତର୍ଷିର ସୁବର୍ଣ୍ଣ-ବେଙ୍ଗଳା, (୧)ଦିବ୍ୟାଞ୍ଜନ ଯୋଗେ ତୁମ୍ଭ ଦୃଷ୍ଟିକି ପ୍ରସାରିଦେଶେ, କାଳେ, ଭାବି-ଦୃଶ୍ୟ ସଂକ୍ଷେପେ ଦେଖାଇ, (୨)ଛାମୁରୁ ମେଲାଣି ଘେନିଯିବି, କୁରୁମଣି !’’
(୧)
ଉତ୍ତରାକାଶରେ ସପ୍ତର୍ଷି ଧ୍ରୁବଙ୍କୁ ପ୍ରଦକ୍ଷିଣ କରି ଅପରପାର୍ଶ୍ୱକୁ ଆସିଲେଣି, ଧ୍ରୁବଙ୍କ ସହିତ ମେରୁର ଏବଂ ସପ୍ତର୍ଷି ସହିତ ବେଙ୍ଗଳାର ଉପମା, ପ୍ରଥମ ମେରୁ ଶବ୍ଦର ଅର୍ଥ କେନ୍ଦ୍ରସ୍ତମ୍ଭ, ଦ୍ୱିତୀୟ ମେରୁ ଶବ୍ଦର ଅର୍ଥ ଉତ୍ତରଦିଗ, ସପ୍ତର୍ଷିଙ୍କର ଧ୍ରୁବ ପ୍ରଦକ୍ଷିଣ ରଜନୀର ଅବସାନସୂଚକ ।
(୨)
ଦେଶେ, କାଳେ,-ଦୁଇ ଦେଶପ୍ରତି ଏବଂ ଭବିଷ୍ୟତ୍କାଳପ୍ରତି ।